Chandikhol - The Sakala

ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ
ଯାଜପୁର: ଯାଜପୁରରେ ଚାଞ୍ଚଲ୍ୟ । ସ୍ୱାମୀ ଅସୁସ୍ଥ ଥିବା କହି ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ । ଯାଜପୁର ଜିଲ୍ଲା କଳିଙ୍ଗନଗର ପୋଲିସ ଶନିବାର ଦିନ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି। ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଅଭିଯୁକ୍ତମାନେ ମହିଳାଙ୍କୁ ଚଣ୍ଡିଖୋଲ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ଚଣା ଥାନା ଅଞ୍ଚଳର ରାମଚନ୍ଦ୍ର ସାହୁ ଓରଫ କାହ୍ନୁ ଏବଂ ଜେନାପୁର ଥାନା ଅଞ୍ଚଳର ଛବିନ୍ଦ୍ର ତରାଇ।

କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସପି) ସୁପ୍ରସନ୍ନ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିଲା। କଳିଙ୍ଗନଗର ଥାନା ଅଞ୍ଚଳର ପୀଡ଼ିତା ମହିଳା ଜଣକ ଡୁବୁରୀ ଛକରେ ଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ପାଖକୁ ଆସିଥିଲେ। ସେମାନେ ମହିଳାଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ଅସୁସ୍ଥ ଅଛନ୍ତି ଏବଂ ଚଣ୍ଡିଖୋଲରେ ଅଛନ୍ତି। ଏହା ଶୁଣି ବ୍ୟସ୍ତ ହୋଇପଡ଼ିଥିବା ମହିଳା ଜଣକ ଏକ ବସ୍ ଯୋଗେ ଚଣ୍ଡିଖୋଲ ଯାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଦୁଇ ଅଭିଯୁକ୍ତ ତାଙ୍କୁ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଏକ ମୋଟରସାଇକେଲରେ ବସାଇ ଚଣ୍ଡିଖୋଲ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ ଏବଂ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ।

ପରଦିନ ମହିଳା ଜଣକ ନିଜ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଘରକୁ ଫେରିଥିଲେ। ପ୍ରଥମେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ଏହା ପରେ ସେ କଳିଙ୍ଗନଗର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ (ଆଇଆଇସି) ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଚଣ୍ଡିଖୋଲ ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ଡାକ୍ତରୀ ମାଇନା ପରେ ଶନିବାର ଦିନ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଘଟଣାରେ ବ୍ୟବହୃତ ମୋଟରସାଇକେଲ ଏବଂ ଏକ ମୋବାଇଲ ଫୋନକୁ ପୋଲିସ ଜବତ କରିଛି ବୋଲି ଏଏସପି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।

କେଲୁଅ ନଦୀରେ ବୁଡି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଚଣ୍ଡିଖୋଲ: କେଲୁଅ ନଦୀରେ ବୁଡି ଯୁବକ ନିଖୋଜ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଦେଉଦା ପଂଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ଗାଧୋଇ ଯାଇଥିବା ସମୟରେ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ନିଖୋଜ ଯୁବକ ଜଣକ ହେଉଛନ୍ତି ରାହୁଲ ବିଶ୍ୱାଳ(୨୦) । ଆଜି ଦିନ ୨ଟା ସମୟରେ ନଦୀକୁ ଗାଧୋଇବାକୁ ଯିବା ସମୟରେ ହଠାତ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ନଦୀରେ ପଶି ବହୁ ଖୋଜାଖୋଜି କରିଥିଲେ ହେଁ ଯୁବକକୁ ଠାବ କରିବାରେ ବିଫଳ ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।

ଟ୍ରକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ; ଜଣେ ମୃତ, ୮ ଗୁରୁତର
ଚଣ୍ଡିଖୋଲ: ଟ୍ରକକୁ ଧକ୍କା ଦେଲା ପିକ ଅପ ଗାଡି । ଘଟଣା ସ୍ଥଳରେ ପିକ ଅପ ଗାଡିରେ ଥିବା ୮ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ପିକ ଅପ ଗାଡିଟି ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଳ ଠାରେ ହୋଇଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁତରଙ୍କୁ ପ୍ରଥମେ ବଡ଼ଚଣା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୭ ଜଣ ଶୁଖୁଆ ବେପାରୀ ପାରାଦୀପ ଅଭିମୁଖେ ଯାଉଥିଲେ। ଉକ୍ତ ଭ୍ୟାନ୍‌ ଆଗରେ ଡ୍ରାଇଭର ଓ ହେଲପର ଥିବା ବେଳେ ମହିଳା ଓ ପୁରୁଷ ଶୁଖୁଆ ବେପାରୀ ଗାଡ଼ି ଡାଲାରେ ବସିଥିଲେ। ଗାଡ଼ିଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଛିଡ଼ା ହୋଇଥିଲା। ପିକ୍‌ଅପ୍‌ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା। ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଓ ୮ ଜଣ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଲାଞ୍ଚ ନେଲାବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ,
ଚଣ୍ଡିଖୋଲ – ଲାଞ୍ଚ ନେଲାବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ । ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡ଼ଚଣା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଅମୀୟ ଦାସଙ୍କୁ ମାଡି ବସିଲା ଭିଜିଲାନ୍ସ । BO ଅଫିସର ଦୁଇ କିରାଣୀଙ୍କୁ ଉଠାଇ ନେଇଛି ଭିଜିଲାନ୍ସ ଟିମ । ଅତିରିକ୍ତ ଶିକ୍ଷାଧିକାରୀଙ୍କ ଘର ଗୁରୁତ୍ୱପୁର୍ଣ କାଗଜ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ।

ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବେଆଇନଭାବେ ଅର୍ଥ ଆଦାୟ ଅଭିଯୋଗରେ ଶ୍ରେଣୀଗୃହରେ ତାଲା ପକାଇଲେ ଛାତ୍ରଛାତ୍ରୀ
ବଡଚଣା/ଚଣ୍ଡିଖୋଲ: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାୟ ଗ୍ରାମୀଣ କ୍ୟାମ୍ପସର ବିଏସି ନର୍ସିଂର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କଠାରୁ ବେଆଇନଭାବେ ୮ ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାଯାଇଛି। ଏହାକୁ ନେଇ ଗତକାଲିଠାରୁ ଛାତ୍ରଛାତ୍ରୀ କଲେଜ କାର୍ଯ୍ୟାଳୟ ସହିତ ଶ୍ରେଣୀଗୃହରେ ତାଲା ପକାଇଛନ୍ତି। କିଛି ଦିନ ତଳେ ମଧ୍ୟ ଏହା ବିରୁଦ୍ଧରେ କଲେଜ ପରିସରରେ ପିଲାମାନେ ଧାରଣାରେ ବସିଥିଲେ। ସେତେବେଳେ କଲେଜ କତୃପକ୍ଷ ୧୫ ଦିନ ଭିତରେ ସମସ୍ତ ଛାତ୍ରଛାତ୍ରୀଙ୍କ ଆଦାୟ ଅର୍ଥକୁ ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଘଟାଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପଇସା ଫେରସ୍ତ କରାଯାଇନାହିଁ। ପ୍ରତି ବର୍ଷ ଜଣେ ଜଣେ ଛାତ୍ରଛାତ୍ରୀଙ୍କଠାରୁ ବାର୍ଷିକ ୭୫ ହଜାର ଟଙ୍କା ନେବା ପରେ ପ୍ରାକ୍ଟିକାଲ ନାମରେ ୮ ହଜାର ଟଙ୍କା କାହିଁକି ନିଆଯାଉଛି ବୋଲି ପ୍ରଶ୍ନ ଉଠିଛି।

ଶୁଶ୍ରୁତ ଉତ୍କଳ ହେଲଥ ଆଣ୍ଡ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ସହ ଭାଗିତାରେ ଚାଲିଥିବା ଏହି ବିଏସି ନର୍ସିର୍ଂଗ କୋର୍ସରେ ପ୍ରାୟ ୮୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କଠାରୁ ପ୍ରାକ୍ଟିକାଲ ନାମରେ ୮ ହଜାର ଟଙ୍କା ନେବା ପରେ ବି ଏହି କଲେଜରେ ପ୍ରାକ୍ଟିକାଲ ସାମଗ୍ରୀ ନ ଥିବା ଦେଖିବାକୁ ମିଳିଛି। ଏଥିସହ ଦୁଇ ବର୍ଷ ହେଲାଣି ଏହି ଛାତ୍ରଛାତ୍ରୀମାନେ କୌଣସି ମେଡିକାଲକୁ ପ୍ରାକ୍ଟିକାଲ ନିମନ୍ତେ ଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଟ୍ରଷ୍ଟ୍ରର ଚେୟାରମ୍ୟାନ ବିଜୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ କରୋନା ପାଇଁ ପ୍ରାକ୍ଟିକାଲ କରାଯାଇନାହିଁ ବୋଲି କହିଛନ୍ତି । ପିଲାମାନଙ୍କ ଆବଶ୍ୟକ ମୁତାବକ ଶତକଡା ୭୫ ଭାଗ ପ୍ରାକ୍ଟିକାଲ ସାମଗ୍ରୀ ମହଜୁଦ ଥିବା କହିଛନ୍ତି। ଏଥିସହ ପିଲାଙ୍କଠାରୁ ନିଆଯାଇଥିବା ଅର୍ଥ ହିସାବ ପରେ ଫେରସ୍ତ କରାଯିବ ବୋଲି କହିଛନ୍ତି। ସେହିପରି ନର୍ସିଙ୍ଗ ବିଭାଗର ମୁଖ୍ୟ ମୈାସୁମୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଛାତ୍ରଛାତ୍ରୀଙ୍କଠାରୁ ନିଆଯାଇଥିବା ୮ ହଜାର ଟଙ୍କା ସଂପର୍କରେ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଇଛି। ଖୁବ ଶିଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ପାରିବାରିକ କଳହର କରୁଣ ପରିଣତି; ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୁ
ଚଣ୍ଡିଖୋଲ: ପାରିବାରିକ କଳହକୁ ନେଇ ବୋହୂକୁ ପଥରରେ ଛେଚି ହତ୍ୟା କରିଛି ଶାଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଶ୍ରୀରାମପୁର ଗାଁରେ । ଦୀର୍ଘ ଦିନ ଧରି ଶାଶୂ ଓ ବୋହୂଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ବୋଲି ଜଣାପଡିଛି । ମୃତ ବୋହୂ ଶାନ୍ତିଲତା ୧୦ ବର୍ଷ ତଳେ ବଡ଼ଚଣା ଥାନା ଅଧୀନ ହରିଚନ୍ଦନପୁର ଗାଁର ତରୁ ଦାସଙ୍କୁ ବିବାହ କରିଥିଲେ ।

ସୂଚନା ଅନୁସାରେ, ଗତ ଶନିବାର ଦିନ ଶାଶୂ ଓ ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଶାଶୂ, ବୋହୂ ଶାନ୍ତିଲତାଙ୍କୁ ପଥରରେ ଛେଚି ଦେଇଥିଲେ । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଶାନ୍ତିଲଙ୍କା ବାପାଘର ଲୋକ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ, ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ବାଇକ ଦୁର୍ଘଟଣାଗ୍ରସ୍ତ
ଯାଜପୁର: ଚଣ୍ଡଖୋଲ କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଭାରତ ପେଟ୍ରୋଲିୟମର ଗ୍ୟାସ ଟ୍ୟାଙ୍କର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ବାଇକ ସହ ଧକ୍କା ହୋଇଛି । ଦୁର୍ଘଟଣା ପରେ ବାଇକଟି ଟ୍ୟାଙ୍କର ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଫଳରେ ବାଇକରେ ଥିବା ଦୁଇ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରେ ଲାଗିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଥିବାବେଳେ ଅନ୍ୟ ପଟ ଲେନ କୁ ବନ୍ଦ ରଖାଯାଇଛି ।

ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଯାଜପୁର ଜିଲା ଧାନମଣ୍ଡଳ ରେଳ ଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ଟ୍ରେନ ଲାଇନରେ କଟି ଯୁବକଙ୍କ ଶରୀର ୨ ଖଣ୍ଡ ହୋଇଯାଇଛି । ମୃତକଙ୍କ ପରିଚୟ ମିଳି ପାରି ନାହିଁ । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଟ୍ରେନ ଆଗକୁ ଡେଇଁ ଯୁବକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।