Savitri - The Sakala

ରାତି ପାହିଲେ ସାବିତ୍ରୀ, ଫଳ ବଜାରରେ ନିଆଁ
ବେଲଗୁଣ୍ଠା/ଭଞ୍ଜନଗର: ରାତି ପାହିଲେ ପତିବ୍ରତାର ପର୍ବ ସାବିତ୍ରୀ ଅମାବାସ୍ୟା । ସଧବା ମହିଳାମାନେ ସ୍ୱାମୀଙ୍କ ଶୁଭ ମନାସୀ ବ୍ରତ କରିବେ । ଏ ନେଇ ବେଲଗୁଣ୍ଠା ଅଞ୍ଚଳରେ ସଧବା ମହିଳାଙ୍କ ମଧ୍ୟରେ ତତ୍ପରତା ବୃଦ୍ଧି ପାଇଛି । ରବିବାର ବେଲଗୁଣ୍ଠା ବ୍ଲକ୍‌ର ବେଲଗୁଣ୍ଠା, ଗୋବରା, ଗାଙ୍ଗପୁର ବଜାରର ଷ୍ଟେସନାରୀ ଦୋକାନ, ଶାଢ଼ୀ ଦୋକାନ ଏବଂ ଫଳ ଦୋକାନରେ ସାବିତ୍ରୀ ଏବଂ ସତ୍ୟବାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବିଶେଷ କରି ବଜାରରେ ସାବିତ୍ରୀ ମାନେ ବେଶ୍‌ ଉତ୍ସାହିତ ଥିବା ବେଳେ କିନ୍ତୁ ବଜାରରେ ଥିବା ଚଢ଼ା ଦରକୁ ଦେଖି ସତ୍ୟବାନଙ୍କ ମୁହଁ ଶୁଖି ଯାଇଥିବା ଭଳି ଜଣା ପଡ଼ୁଥିଲା । ବିଶେଷ କରି ଆଜି ଫଳ ବଜାରରେ ଦରଦାମରେ ନିଆଁ ଲାଗିଯାଇଥିଲା । ଆଜି ବଜାରରେ କାକୁଡ଼ି ଗୋଟା ପିଛା ୨୦ଟଙ୍କା, ଆମ୍ୱ କିଲୋ ୧୦୦ରୁ ୧୨୦ଟଙ୍କା, ପଣସ ଗୋଟିକୁ ୩୦୦ଟଙ୍କା, ତାଳ ଗୋଟିକୁ ୫୦ଟଙ୍କା ସହ ଅନ୍ୟାନ୍ୟ ଫଳ ମଧ୍ୟ ଚଢ଼ା ଦରରେ ବିକ୍ରୟ ହୋଇଥିଲା । ଫଳ ବ୍ୟବସାୟୀଙ୍କ କହିବା ପ୍ରକାରେ ଚଳିତ ବର୍ଷ ଆମ୍ୱ, ପଣସ ପ୍ରଭୃତି ଫଳ ଆମଦାନୀ କମିଥିବାରୁ ଲୋକଙ୍କ ଚାହିଦା ଅନୁଯାୟୀ ଫଳ ଦର ଆକାଶ ଛୁଆଁ ହୋଇଛି ।

ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳିଲେ ଦୁଇ ଦମ୍ପତି, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ
ଔପଦା: ବିଭିନ୍ନ ପର୍ବ ପର୍ବାଣୀ ଭିତରେ ସାବିତ୍ରୀ ଓଷା ମହିଳା ମାନଙ୍କ ପାଇଁ ଅବିସ୍ମରଣୀୟ ପର୍ବ,ସ୍ୱାମୀଙ୍କର ଶୁଭ ମନାସୀ ସ୍ତ୍ରୀ ମାନେ ଉପବାସ କରି ସ୍ୱାମୀଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ଏହା ସମାଜରେ ଏକ ଚିରାଚରିତ ପ୍ରଥା ପାଲଟିଥିଲା ବେଳେ ଆଜି ଏକ ନିଆରା ଢଙ୍ଗରେ ଦୁଇ ଦମ୍ପତି ମହାମାରୀ କରୋନାରେ ରକ୍ତର ଅଭାବ କୁ ଆଖି ଆଗରେ ରଖି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ଔପଦା ଡିଗ୍ରୀ କଲେଜ ରେ ଅନୁଷ୍ଠିତ ହୋଇଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଦରଖୋଳି ଗ୍ରାମର ଅଭିରାମ ପୁହାଣ ଓ ତାଙ୍କ ପତ୍ନୀ ଶାନ୍ତିଲତା ପୁହାଣ ଏବଂ ଭଦ୍ରକ ଜିଲ୍ଲା ପଢୁଆଁ ଅଂଚଳର ଦମ୍ପତି ଚିତରଂଜନ ସେଠି ଓ ଆରତୀ ସାମଲ ଆଜି ରକ୍ତ ଦାନ କରିଛନ୍ତି। ଦରଖୋଲି ଗ୍ରାମର ଅଭିରାମ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲା ବେଳେ ତାଙ୍କ ପତ୍ନୀ ଜଣେ ଗୃହିଣୀ।କରୋନା ଆଜି ଏହି ଦମ୍ପତି ଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରି ସାବିତ୍ରୀ ଅମାବାସ୍ୟା ପାଳନ କରିବାକୁ ସୁଯୋଗ ଦେଇଛି ବୋଲି ଅଭିରାମ କହିଥିଲା ବେଳେ ଶାନ୍ତିଲତା କହିଛନ୍ତି ୨୩ ବର୍ଷ ବିବାହ ପରଠାରୁ ଆଜି ସବୁଠୁ ଆତ୍ମତୃପ୍ତି ଲାଗିଲା ବୋଲି କହିଛନ୍ତି। ଠିକ ସେହିପରି ଅନ୍ୟ ଦମ୍ପତି ମଧ୍ୟରୁ ସ୍ୱାମୀ ଚିତରଞ୍ଜନ ବିଦେଶରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଆରତୀ ସାମଲ ଔପଦା ବ୍ଲକର ଢ଼ିମ୍ପୁରା ଉନ୍ନୀତ ଉପ୍ରା ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଅଟନ୍ତି। ତେବେ ସେମାନେ ଗତକାଲି ରାତିରେ ଏହି ରକ୍ତଦାନ ଶିବିର ବିଷୟରେ ଜାଣିବା ପରେ ଆଜି ସାବିତ୍ରୀ ବ୍ରତ ଥିବାରୁ ସ୍ୱାମୀ ସ୍ତ୍ରୀ ଉଭୟ ପ୍ରଥମ ଥର ପାଇଁ ରକ୍ତଦାନ କରି ଏହି ଶୁଭ କାମରୁ ହିଁ ସାବିତ୍ରୀ ବ୍ରତ ପାଳନର ଆରମ୍ଭ କରିଛନ୍ତି ବୋଲି ମତ ବ୍ୟକ୍ତ କରିଛନ୍ତି।ଏଭଳି ଘଟଣା କୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।