Ratha Yatra - The Sakala
ଆଜି ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି, ପରମ୍ପରା ଅନୁଯାୟୀ ହେବ ରଥକାଠ ଅନୁକୂଳ ପୂଜା
ପୁରୀ: ଚଳିତ ବର୍ଷର ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ ନିମନ୍ତେ ତିଆରି ହେବ ତିନିରଥ। ତେଣୁ ପରମ୍ପରା ଅନୁଯାୟୀ, ଶୁକ୍ରବାର ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ପୂଜା ହେବ। ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଅନୁସାରେ ରଥଖଳାରେ କାଠ ପୂଜା ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଫୁଟିଆ ୩ ଖଣ୍ଡ ଧଉରା କାଠ ରଖାଯାଇଛି। ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ମା’ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ପୂଜା ହେବ। ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେ ନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ।
ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତବର୍ଷ ଆସିଥିବା କାଠ ମଧ୍ୟରୁ ୪୭ ଖଣ୍ଡ ବଳକା ରହିଛି। ବାକି ୮୧୮ଖଣ୍ଡ କାଠ ଏଥର ଆସିବ। ପ୍ରଥମ ପର୍ଯ୍ୟାୟରେ ଗତ ମଙ୍ଗଳବାର ୩ଟି ଟ୍ରକ୍‌ରେ ୮୩ଖଣ୍ଡ ଅସନ ଓ ଧଉରା କାଠ ଆସି ପହଞ୍ଚିଛି। ପରମ୍ପରା ଅନୁଯାୟୀ, ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ଏବଂ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ବିଧି ରହିଛି। ତେଣୁ ଶୁକ୍ରବାର ରଥକାଠ ଅନୁକୂଳ ପୂଜା ହେବ। ସେହିପରି ଶ୍ରୀରାମ ନବମୀରେ କଟକସ୍ଥିତ ଖପୁରିଆ କରତ କଳରେ ରଥକାଠ ଚିରଟ ଏବଂ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ ଅନୁକୂଳ କରାଯିବ।
ଭୁବନେଶ୍ବର: ବିଦେଶରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅପମାନିତ କରାଯାଇଛି। ଇସ୍କନ ରଥଯାତ୍ରା ବେଳେ ଅଣ୍ଡାମାଡ ହୋଇଛି। କାନାଡାର ଟୋରଟୋଂରେ ଭାରତୀୟ ସମୁଦାୟ ଦ୍ୱାରା ଶାନ୍ତିପୂର୍ଣ୍ଣ ରଥଯାତ୍ରା ଉତ୍ସବ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଇସ୍କନ୍‌ ଦ୍ୱାରା ଆୟୋଜିତ ୫୩ତମ ରଥଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ଅଣ୍ଡା ଫୋପାଡ଼ିବାର ଅଭିଯୋଗ ହୋଇଛି, ଟରଣ୍‌ଟୋରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ସଂଜନା ବଜାଜ, ଯିଏ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ, ସିଏ ଏହି ସମୟର ଦୃଶ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଜାଜଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ, ଫୁଟପାଥରେ ଭଙ୍ଗା ଅଣ୍ଡା ଛିଟିକି ପଡ଼ିଥିବା ଦେଖାଯାଇଛି।
Deeply disturbed to know about the reports of eggs being hurled at devotees during #RathaJatra celebrations in Toronto, Canada. Such incidents not only grievously hurt the sentiments of Lord Jagannatha’s devotees worldwide, but also cause deep anguish to the people of #Odisha,… pic.twitter.com/UeawCx6lYt
— Naveen Patnaik (@Naveen_Odisha) July 14, 2025
ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏକ୍ସରେ ନବୀନ ଲେଖିଛନ୍ତି, “ଟରଣ୍‌ଟୋ, କାନାଡାରେ ରଥଯାତ୍ରା ଉତ୍ସବ ସମୟରେ ଭକ୍ତମାନଙ୍କ ଉପରେ ଅଣ୍ଡା ଫୋପାଡ଼ିବାର ଖବର ଜାଣି ସେ ଗଭୀର ଭାବେ ମର୍ମାହତ। ଏଭଳି ଘଟଣା କେବଳ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ଭାବନାକୁ ଗଭୀର ଭାବେ ଆଘାତ ପହଂଚାଇନାହିଁ ବରଂ ଓଡ଼ିଶାର ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ଓଡିଶା ସରକାରଙ୍କୁ ନବୀନ ଅନୁରୋଧ କରିବା ସହ ଭାରତର ବୈଦେଶିକ ମନ୍ତ୍ରଣାଳୟ କାନାଡା କର୍ତୃପକ୍ଷଙ୍କ ନିକଟରେ ଏହି ବିଷୟ ଉଠାଇବାକୁ ନବୀନ ଦାବି କରିଛନ୍ତି।
ପୁରୀ : ଜୁନ୍‌ ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। କାଳିଆ ଠାକୁରଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିବାକୁ ଭକ୍ତ ଅପେକ୍ଷା କରିଥିବା ବେଳେ ପ୍ରଶାସନ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରିବାରେ ଲାଗିଛନ୍ତି। ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ସହ ଏଆଇ କ୍ୟାମେରା ଲଗାଇବା ପାଇଁ ପ୍ରଶାସନ ଯୋଜନାକରିଛି। ତେବେ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ରଥଯାତ୍ରାର କଣ ନୀତି ନିର୍ଘଣ୍ଟ ହୋଇଛି, ଆସନ୍ତୁ ଜାଣିବା….
ଜୁନ୍‌ ୨୭- ରଥଯାତ୍ରା
ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଜୁଲାଇ ୫ – ବାହୁଡ଼ା ଯାତ୍ରା
ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ।
ଜୁଲାଇ ୬-ସୁନା ବେଶ
ଜୁଲାଇ ୬ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୭ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ।
ଜୁଲାଇ ୮-ନୀଳାଦ୍ରିବିଜେ
୮ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍‌ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।
ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀକ୍ଷେତ୍ର ଧାମକୁ ଶ୍ରଦ୍ଧାଳୁଙ୍କ ସୁବିଧା ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । ନିୟମିତ ଭାବରେ ଏହି ରୁଟ୍ ବସ୍ ଗୁଡ଼ିକ କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କାକଟପୁରରୁ ତାଳବଣିଆ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଚଳାଚଳ କରିବ । ରଥଯାତ୍ରା ସ୍ୱତନ୍ତ୍ର ବସ୍ ଏବଂ ଏହାର ସମୟ ସାରଣୀ ନିମ୍ନରେ ପ୍ରଦାନ କରାଯାଇଛି ।
ରୁଟ୍ ୫୦ ଏକ୍ସପ୍ରେସ୍‌: ଭୁବନେଶ୍ୱର ରେଳ ଷ୍ଟେସନ୍‌- ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୧ ଏକ୍ସପ୍ରେସ୍‌: ବରମୁଣ୍ଡା ବିଏସ୍‌ଏବିଟି – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୩ ଏକ୍ସପ୍ରେସ୍ (ସଟଲ୍ ସର୍ଭିସ): ମାଳତିପାଟପୁର ବସ୍ ଷ୍ଟାଣ୍ଡ୍ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୪ ଏକ୍ସପ୍ରେସ: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୁ) କଟକ- ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୬ ଏକ୍ସପ୍ରେସ: ଖୋର୍ଦ୍ଧା – ତାଳବଣିଆ ବସ୍ ଷ୍ଟାଣ୍ଡ୍ (ଭାୟା ଜଟଣୀ)
ରୁଟ୍ ୫୭ ଏକ୍ସପ୍ରେସ: ତାଳବଣିଆ ବସ୍ ଷ୍ଟାଣ୍ଡ୍ – କାକଟପୁର,ପୁରୀ (ଭାୟା ନିୟୁ ମେରାଇନ୍ ଡ଼୍ରାଇଭ୍‌, କୋଣାର୍କ)
ରୁଟ୍ ୫୮ ଏକ୍ସପ୍ରେସ: ଜଗତପୁର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ରୁଟ୍ ୫୯ ଏକ୍ସପ୍ରେସ: ମହାନଦୀ ବିହାର, କଟକ – ତାଳବଣିଆ ବସ୍ ଷ୍ଟାଣ୍ଡ୍‌
ଶ୍ରଦ୍ଧାଳୁମାନେ ପ୍ରଭୁ ଜଗନ୍ନାଥ ଧାମକୁ ଏସି ବସ୍ ଫ୍ଲାଟ୍ ୧୦୦ ଟଙ୍କା, ନନ୍ ଏସି ୮୦ ଟଙ୍କା, ସଟଲ୍ ବସ୍ ସେବା ଫ୍ଲାଟ୍ ୨୦ ଟଙ୍କା ଟିକେଟ୍ ମୂଲ୍ୟରେ ଯାତାଯତ କରିପାରିବେ ।
ଏଇ(ଏୟାର୍‌ପୋର୍ଟ ଏକ୍ସପେସ୍‌)୧, ଏଇ୨, ୫୨, ୬୦ ଏବଂ ୬୧ ନମ୍ବର ରୁଟ୍ ଗୁଡ଼ିକରେ ୭ ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ ପର୍ଯ୍ୟନ୍ତ କ୍ରୁଟ୍ ବସ୍ ସେବା ସ୍ଥଗିତ ରହିବ । କିନ୍ତୁ ୧୦ରୁ ୧୪ ତାରିଖ ମଧ୍ୟରେ ପୂର୍ବଭଳି ରୁଟ୍ ଗୁଡ଼ିକରେ ବସ୍ ଚାଲୁ ରହିବ ।
ଏହାଦ୍ୱାରା ଶ୍ରଦ୍ଧାଳୁମାନେ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ । ଯାତ୍ରୀମାନଙ୍କ ଯାତାୟତ ନିମନ୍ତେ କ୍ରୁଟ୍ ବସ୍ ନିୟମିତ ବ୍ୟବଧାନରେ ଦିନ ତମାମ ଚାଲୁ ରହିବ । ଏହି ସ୍ୱତନ୍ତ୍ର ବସ୍ ସେବା ଏବଂ ସମୟ ସୂଚୀ ବିଷୟରେ କ୍ରୁଟ୍ ସାମାଜିକ ଗଣମାଧ୍ୟମରୁ ଅଧିକ ସୂଚନା ପାଇପାରିବେ
ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ, ଅଧିକ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ, ପୁରୀ, କଟକ ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଯେପରି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଗ୍ରହଣ କରାଯାଇଛି ।
ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅନ୍ୟରୁଟ୍ ଗାଡ଼ିଗୁଡ଼ିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ । ଆଗ୍ରହୀ ବସ୍ ମାଲିକମାନେ ଏଥିନିମନ୍ତେ ଆବେଦନ କରିବେ ଏବଂ ଏସଟିଏ ମୁଖ୍ୟାଳୟରେ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଏହାକୁ ଅନୁମୋଦନ ମିଳିବ । ବିଶେଷକରି, କଟକ-ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି ନିର୍ଦ୍ଧାରିତ ବସ୍ ଭଡ଼ାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରିବାର ଅଭିଯୋଗ ଯେଭଳି ନ ଆସେ ସେ ଦିଗରେ ବସ ମାଲିକ ସଙ୍ଘ ଧ୍ୟାନ ଦେବାକୁ କହିଛନ୍ତି ପରିବହନ ଆୟୁକ୍ତ । ଅଧିକ ଭଡ଼ା ଆଦାୟ କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ବସ୍ ନୁହେଁ, ମାଳତୀପାଟପୁର କିମ୍ବା ତାଳବଣିଆରୁ ବଡ଼ଦାଣ୍ଡକୁ ଯାଉଥିବା ଅଟୋ କିମ୍ବା ଅନ୍ୟାନ୍ୟ ଗାଡ଼ି ଯେପରି ମନଇଚ୍ଛା ଭଡ଼ା ଦାବି ଏ କରିବେ ସେ ଦିଗରେ ପୁରୀ ପୋଲିସ ଓ ପୁରୀ ଆରଟିଓ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ବଣ୍ଟନର ବ୍ୟବସ୍ଥା କରାଯିବ । ରାସ୍ତାଘାଟ ଆଲୋକୀକରଣକୁ ସୁନିଶ୍ଚିତ କରାଯିବ।
ବସଗୁଡିକରେ ଫାଷ୍ଟଏଡ୍ କିଟ୍ ଓ ପର୍ୟ୍ୟାପ୍ତ ପରିମାଣର ଓଆରଏସ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ । ଏହାସହ ରଥଯାତ୍ରା ସମୟରେ ସ୍ପେଶାଲ ପରମିଟ ପାଇଥିବା ବସଗୁଡିକୁ ଟୋଲଗେଟରେ ଫି ଛାଡ଼ ନେଇ ବସ୍ ମାଲିକମାନଙ୍କ ଦୀର୍ଘଦିନର ଏକ ଦାବିକୁ ମଧ୍ୟ ଆଜି ଏସଟିଏ ଗ୍ରହଣ କରିଛି । ଏସଂକ୍ରାନ୍ତରେ ବୈଠକରେ ଉପସ୍ଥିତ ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।
ବସ୍ ଷ୍ଟପ୍ ଗୁଡିକରେ ଯାତ୍ରୀମାନଙ୍କୁ ଯେଉଁ ଭଳି କେହି ହଇରାଣ ନ କରନ୍ତି ସେ ଦିଗରେ ପୋଲିସର ସହାୟତା ଲୋଡ଼ାଯାଇଛି। ଅସାମାଜିକମାନଙ୍କ ଉପରେ କଡ଼ା ନଜର ରଖାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ତଦାରଖ କରାଯିବ । ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ । ରାଜ୍ୟ ବାହାର ଯାତ୍ରୀବାହୀ ଗାଡିଗୁଡିକ ମାଳତୀପାଟପୁରରେ ରହିବେ।
ଯାତ୍ରୀ ଓ ଯାତ୍ରୀବାହୀ ଗାଡ଼ିମାନଙ୍କ ସୁବିଧା ନିମନ୍ତେ ରଥଯାତ୍ରା ସମୟରେ ପୁରୀରେ RTOଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଏହାସହ ଗାଡ଼ି ମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବିଧା ମଧ୍ୟ କରାଯିବ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ । ଜାତୀୟ ରାଜପଥରେ ଗହଳି ଆଶଙ୍କା ଥିବା ସ୍ଥାନ ବିଶେଷକରି ପଳାଶୁଣି, ହଂସପାଳ ଭଳି ପଏଣ୍ଟ ଗୁଡ଼ିକରେ ସ୍ଵତନ୍ତ୍ର ଟିମ୍ ଦାୟିତ୍ୱରେ ରହିବେ । ସମସ୍ତ ବିଭାଗ, ଗାଡ଼ି ମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ଆୟୁକ୍ତ । ଏହାସହ ରଥଯାତ୍ରା ସମୟରେ ବେପରୁଆ ଗାଡ଼ି ଚାଳନାକୁ ରୋକିବାକୁ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଇଣ୍ଟେଲିଜେଣ୍ଟ ଏନଫୋର୍ସ ସିଷ୍ଟମ କାର୍ଯ୍ୟକାରୀ ହେବ । ସମନ୍ୱୟ ବୈଠକକୁ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ପରିଚାଳନା କରିଥିବାବେଳେ ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା, ଆଡପ ମଣ୍ଡପରେ ଦର୍ଶନ ଦେଉଛନ୍ତି ତିନି ଠାକୁର
ବାରିପଦା:  ପରମ୍ପରା ଅନୁଯାୟୀ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରବିବାର ତିନିଦିଅଁଙ୍କ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରା ଶେଷ ହୋଇଛି । ତିନି ଠାକୁର ଆଡପ ମଣ୍ଡପରେ ବିଜେ କରିଛନ୍ତି । ସକାଳେ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି ।
ଜଗନ୍ନାଥ ମାଉସୀ ମା’ ମନ୍ଦିରକୁ ବଡ଼ଭାଇ ଓ ସୁନାନାକି ଭଉଣୀଙ୍କୁ ସାଙ୍ଗରେ ଆଣିଥିବା ବେଳେ ସମସ୍ତ ସରଞ୍ଜାମ ଓ ସେବାୟତଙ୍କୁ ଧରି ଆସିଛନ୍ତି । ରୋଷେଇ ସାମଗ୍ରୀ, ଖଟ, ମସିଣା, ବାସନକୁସନ, ଛତ୍ରଚାମର, କାହଳୀ ଓ ରଣସିଂହ ସହିତ ରାଜକୀୟ ପରିପାଟୀରେ ନିଜର ୪ଜଣପୂଜାରୀ, ୬-୬ଜଣ ଟହଲିଆ ଓ ସୁପକାରଙ୍କ ସମେତ ଦୈନିକ ୧୨୦ ସେବାୟତ ପହଞ୍ଚିଛି ସେବା ସମ୍ପନ୍ନ କରୁଛନ୍ତି । ଆଜି ଠାରୁ ୫ଦିନ ବିଭିନ୍ନ ଦିବସରେ ପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେବ ।
ନିୟମାନୁସାରେ ପ୍ରଥମ ଦିନ ବୁଧବାର ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀମା’ଙ୍କ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଅଧାବାଟରେ ଅଟକିଥିବା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଟାଣି ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚାଇଥିଲେ । ଗୁରୁବାର ସୁଭ୍ରଦା ରଥ ଟଣା ସମୟରେ ପ୍ରବଳ ବର୍ଷା ସ୍ୱତ୍ତେ ଦୂରଦୂରାନ୍ତରୁ ଆସିଥିବା ମହିଳା ପ୍ରବଳ ଉତ୍ସାହରେ ରଥଟାଣିଥିଲେ ୩ଟା ୩୫ ମିନିଟରେ ରଥ ମାଉସୀମା ମନ୍ଦିର ପହଞ୍ଚିଥିଲା । ଏହାପରେ ୪ଟା ମିନିଟରେ ଗୁଣ୍ଡିଚାଯାତ୍ରା ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଜଗନ୍ନାଥଙ୍କର । ଭକ୍ତମାନେ ଘଣ୍ଟା, ହୁଳହୁଳି ଓ ସଂକୀର୍ତ୍ତନ ଧ୍ୱନୀରେ ଲକ୍ଷାଧିକ ଭକ୍ତ ରଥ ଦଉଡିକୁ ଆନନ୍ଦର ସହ ଟାଣି ମାଉସୀ ମା’ଙ୍କ ମନ୍ଦିର ନିକଟରେ ସନ୍ଧ୍ୟା ୬ଟା ୨୦ମିନିଟରେ ପହଞ୍ଚାଇଥିଲେ ।
ରାତିରେ ଗୋଟି ପହଣ୍ଡି କରାଯାଇ ତିନି ଠାକୁରଙ୍କୁ ମାଉସୀ ମା’ ମନ୍ଦିରକୁ ନିଆଯିବା ପରେ ଆଡପ ମଣ୍ଡପ ବିଜେ ହୋଇଥିଲେ । ପ୍ରଥମ ଦିନଠାରୁ ଗତକାଲି ଭକ୍ତଙ୍କ ସମାଗମ ଯଥେଷ୍ଟ ଅଧିକ ରହିଥିଲା । ପରମ୍ପରା ଅନୁଯାୟୀ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଉପରୁ ଶ୍ରଦ୍ଧା(ଗୁଡ଼) ଲଡୁ ପିଙ୍ଗା ଯିବା ସମୟରେ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ବଡ଼ଦାଣ୍ଡରେ ଭଜନ, କୀର୍ତ୍ତନ, ସାଙ୍ଗକୁ ପାନୀୟଜଳ ବିତରଣ କରାଯାଇଥିଲା । ପ୍ରଶାସନ ପକ୍ଷରୁ ପାଣି ଟ୍ୟାଙ୍କ, ଦମକଳ, ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିଲା । ସଂସ୍କୃତି ବିଭାଗ ଓ ସୂଚନା ଓ ଜନ ସମ୍ପର୍କ ବିଭାଗ ପକ୍ଷରୁ ପୃଥକ ପୃଥକ ସ୍ଥାନରେ ଧାରାବିବରଣୀ ପ୍ରଦାନରେ ଜିଲାର ମାନ୍ୟଗନ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିବା ବେଳେ ରଥ ଉପରୁ ଭାଗବତ ପଣ୍ଡା ଧବରଣୀ ଦେଇଥିଲେ । ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଜିଲ୍ଲାପ୍ରଶାସନର ସମସ୍ତ ଅଧିକାରୀଗଣ ଉପସ୍ଥିତ ରହିଥିଲେ । ବଡ଼ଦାଣ୍ଡରେ ସାଧା ପୋଷାକଧାରୀ ପୁଲିସ, ସିସି କେମେରା ଓ ୱାଚ ଟାୱାର ଦ୍ୱାରା ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମହରାଜା ପ୍ରବୀଣ ଭଞ୍ଜଦେଓ, ମହରାଣୀ ରାଜଲକ୍ଷ୍ମୀ ଭଞ୍ଜଦେଓ, ଏସଡ଼ିସିର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଉପନଗରପାଳ ସୀମାଦାସଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଓ କାଉନସିଲରଗଣ ଉପସ୍ଥିତ ରହିଥିଲେ । ଶାନ୍ତିଶୃଙ୍ଖଳା ସହକାରେ ଓ ଆନନ୍ଦଉଲ୍ଲାସରେ ରଥଟଣା କାର୍ଯ୍ୟ ଶେଷ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ଦାଣ୍ଡରେ ଆହାତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇଛି ।
ଆଜି ଆଡ଼ପ ମଣ୍ଡପ ବିଜେ, ଦିନତମାମ୍‌‌ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବିଗ୍ରହ
ପୁରୀ: ନବଦିନାତ୍ମକ ଯାତ୍ରାରେ ବାହାରି ବଡ଼ଦାଣ୍ଡରେ ଭଉଣୀ ସହ ଅଟକି ଥିଲେ କାଳିଆ ଠାକୁର। ବୁଧବାର ସକାଳେ ପୁନଶ୍ଚ ନନ୍ଦିଘୋଷ ଏବଂ ଦେବଦଳନ ରଥ ଟଣାଯାଇଥିଲା। ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚି ଯାଇଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ଗୁରୁବାର ଦିନବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିବେ। ମଙ୍ଗଳ ଆଷାଢ ଶୁକ୍ଳ ଦ୍ୱିତୀୟା ଥିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ସଅଳ ନୀତିକାନ୍ତି ଓ ସଅଳ ରଥଟଣା ହୋଇଥିଲା। ହେଲେ ବଡଠାକୁରଙ୍କ ତାଳଧ୍ୱଜ ରଥ ବାଟସାରା ବିଭିନ୍ନ ସ୍ଥାନରେ ମୋଡ଼ ନେବାରୁ ବିଳମ୍ବ ହୋଇଥିଲା।
ସଞ୍ଜ ଗଡ଼ିଗଲା ସିନା କୌଣସି ରଥ ଶରଧାବାଲିରେ ପହଞ୍ଚି ନ ଥିଲା। ତେଣୁ ଲାଇଟ୍‌‌ ଲଗାଯାଇ ଟଣାଯାଇଥିଲା ରଥ। ତାଳଧ୍ୱଜ ରଥ ରାତି ୮ଟା ୫ରେ ଶରଧାବାଲିରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ରଥଟଣା ବନ୍ଦ ରହିଥିଲା। ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ନନ୍ଦିଘୋଷ ଏବଂ ବଡ଼ଶଙ୍ଖଠାରେ ଦେବଦଳନ ରଥ ଅଟକି ରହିଥିଲା। ରଥାରୂଢ ଠାକୁରଙ୍କୁ ବିଳମ୍ବିତ ରାତି ଯାଏ ମନଭରି ଦର୍ଶନ କରିଥିଲେ ଭକ୍ତ। ବୁଧବାର ପ୍ରାତଃରେ ରଥ ଉପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ସକାଳ ୯ଟାରେ ରଥଟଣା ଆରମ୍ଭ ହୋଇଥିଲା। ଡାହୁକର ଡାକ ଓ ଘଣ୍ଟୁଆଙ୍କ ଘଣ୍ଟର ତାଳେ ତାଳେ ନନ୍ଦିଘୋଷ ଓ ଦେବଦଳନ ରଥ ଆଗକୁ ଆଗକୁ ମାଡି ଚାଲିଥିଲା।
ବାଟରେ ଅଝଟ ହୋଇ ନ ଥିଲେ ଭାଇଭଉଣୀ। ପ୍ରଥମେ ପୂର୍ବାହ୍ନ ୧୦ଟା ୧୦ରେ ଦେବଦଳନ ଏବଂ ୧୦ଟା ୩୫ରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା। ସଙ୍ଗେ ସଙ୍ଗେ ଉଭୟ ରଥ ଚତୁଃପାର୍ଶ୍ବରେ ବ୍ୟାରିକେଡିଂ କରାଯାଇଥିଲା। ଏହାପରେ ରଥ ଉପରେ ଠାକୁରଙ୍କର ଅନ୍ୟାନ ନୀତି ଚାଲିଥିବା ବେଳେ ଦର୍ଶନ ପାଇଁ ଶରଧାବାଲି ମଧ୍ୟ ଲୋକାରଣ୍ୟ ହୋଇପଡ଼ିଥିଲା। ଗୁରୁବାର ଦିନତମାମ୍‌‌ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବିଗ୍ରହ। ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡପମଣ୍ଡପ ଯାତ୍ରା କରିବେ ବିଶ୍ୱନିୟନ୍ତା।
ଶୁକ୍ରବାରଠାରୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡପ ଅବଢ଼଼଼ା। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସୁରୁଖୁରରେ ତିନିରଥ ଶରଧାବାଲିରେ ପହଞ୍ଚିଯାଇଛି। ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ଭକ୍ତମାନେ ରଥାରୁଢ ଠାକୁରଙ୍କୁ ଦର୍ଶନ କରିପାରିବେ। ଏହାପରେ ପହଣ୍ଡି ହୋଇ ଆଡପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଥମଥର ପାଇଁ ଗର୍ଭଗୃହରେ ଏସି ଲାଗିଛି। ସେହିପରି ଠାକୁରଙ୍କ ପହଣ୍ଡି ରାସ୍ତାରେ ଖଣ୍ଡେଲାଇଟ୍‌‌ ପଥର ପକାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ବଡ଼ଦାଣ୍ଡରେ ବିଶ୍ବ ନିୟନ୍ତା: ସରିଲା ପହଣ୍ଡି ବିଜେ, ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଶେଷ ହେଲା ପହଣ୍ଡି ଯାତ୍ରା। ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି। ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଶ୍ରୀଜିଉ। ବାକି ନୀତିକାନ୍ତି ସହିତ ଛେରା ପହଁରା ସରିଲେ ହେବ ରଥଟଣା। ସବୁ ନୀତିକାନ୍ତି ସଠିକ ସମୟରେ ଚାଲିଥିବାରୁ ରଥଟଣା ବି ଧାର୍ଯ୍ୟ ସମୟରେ ହେବ ବୋଲି ଆଶା କରାଯାଉଛି।
ଶ୍ରୀ ସୁଦର୍ଶନ ଦେବଙ୍କ ପହଣ୍ଡି ବିଜେ ।
The 'Pahandi Bije' of Shree 'Sudarshana Deba'.#JayJagannatha#RathaYatra2023#Pahandi pic.twitter.com/9lSZfE4iLE
— Shree Jagannatha Temple, Puri (@JagannathaDhaam) June 20, 2023
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବଦଳନ ରଥରେ ବିଜେ କରାଯାଇଥିଲା । ଏହା ପରେ ବଡ଼ ଭାଇ ଶ୍ରୀ ବଳଭଦ୍ର ଧାଡ଼ ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ ହେବା ପରେ ମା’ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଦେବଦଳନ ରଥରେ ବିଜେ କରିଥିଲେ । ଏହା ପରେ ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିଥିଲେ କାଳିଆ ସାଆନ୍ତେ । ପହଣ୍ଡି ସମୟରେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଉଠିଥିଲା । ତେବେ ଏହାରି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି ତିନି ଠାକୁର ।
ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ପହଣ୍ଡି ବିଜେ ।
'Pahandi Bije' of 'Badathakura Shree Balabhadra' to the 'Taladhwaja Ratha'.#RathaYatra2023#JayJagannatha#Pahandi pic.twitter.com/IWUXDlsCvR
— Shree Jagannatha Temple, Puri (@JagannathaDhaam) June 20, 2023
ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଉଛନ୍ତି ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ଆଜି ସକାଳ ସାଢେ ୯ଟାରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି।
ମା ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ପହଣ୍ଡି ବିଜେ ।
Pahandi Bije of 'Maa Subhadra' to 'Darpadalana ratha'.#RathaYatra2023#JayJagannatha#Pahandi pic.twitter.com/Zlx5jMjDXi
— Shree Jagannatha Temple, Puri (@JagannathaDhaam) June 20, 2023
ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରାଯାଇଛି। ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।
ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ।
'Pahandi Bije' of the 'Chaturdha Murti'#RathaYatra2023#JayJagannatha#Pahandi pic.twitter.com/qlV4E9yQoI
— Shree Jagannatha Temple Office, Puri (@SJTA_Puri) June 20, 2023
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ସିସିଟିଭି କ୍ୟାମେରା ସହରକୁ ଜଗିଛି। ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ପ୍ରବଳ ଖରା ସତ୍ତ୍ବେ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍‌‌ ଭିଡ଼ ହୋଇଛି।
ଚାଲିଛି ଶ୍ରୀଜିଉଙ୍କ ପହଣ୍ଡି: ଟାହିଆ ହଲାଇ ଆସୁଛି କାଳିଆ ସାଆଁନ୍ତ, ହୁଳହୁଳି- ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ସିଂହଦ୍ୱାର
ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । କୋଳାହଳରେ ଫାଟି ପଡୁଛି ବଡ଼ଦାଣ୍ଡ। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ । ଏହାରି ମଧ୍ୟରେ ଆରମ୍ଭ ହୋଇଛି ପହଣ୍ଡି ବିଜେ। ପ୍ରଥମେ ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ପରେ ବଡଭାଇ ବଳଭଦ୍ରକଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପହଣ୍ଡିରେ ଆସି ତାଳଧ୍ବଜ ରଥରେେ ରଥାରୁଢ ହୋଇଛନ୍ତି ପ୍ରଭୁ ବଳଭଦ୍ର। ଏହାପରେ ଭଉଣୀ ସୁଭଦ୍ରା ପହଣ୍ଡିରେ ଆସି ଦେବଦଳନ ରଥରେ ବିଜେ ହୋଇଛନ୍ତି। ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି। ଟାହିଆ ହଲାଇ ଆସୁଛି କାଳିଆ ସାଆଁନ୍ତ। ଘଣ୍ଟଘଣ୍ଟା ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।
ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର। ଆଜି ସକାଳ ସାଢେ ୯ଟାରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି।
ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରାଯାଇ ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ସିସିଟିଭି କ୍ୟାମେରା ସହରକୁ ଜଗିଛି। ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ପ୍ରବଳ ଖରା ସତ୍ତ୍ବେ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍‌‌ ଭିଡ଼ ହୋଇଛି।
ରଥ ଯାତ୍ରା ପାଇଁ ପୁରୀ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ। କେମିତି ସୁରୁଖୁରରେ ଏଇ ନବଦିନାତ୍ମକ ଯାତ୍ରା ହେବ, ସେଥିପାଇଁ ସମସ୍ତେ ବ୍ୟସ୍ତ। ଭକ୍ତଙ୍କ ପାଇଁ ତ କାଳିଆର ଏ ଯାତ୍ରା। ଭକ୍ତମାନେ ଯେମିତି ଆସିବା ଓ ଫେରିବାରେ ହଇରାଣ ନ ହେବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଆୟୋଜନ ହୋଇଛି। କେଉଁ ବାଟ ଦେଇ ଗାଡ଼ି ଆସିବ, କେଉଁବାଟ ଦେଇ ବଡ଼ଦାଣ୍ଡରେ ଭକ୍ତ ପହଞ୍ଚିବେ, ସେଥିପାଇଁ ସବୁ ଚୂଡ଼ାନ୍ତ ହୋଇସାରିଛି। ଏବେଠାରୁ ଗହଳି ଲାଗିଗଲାଣି ଶ୍ରୀକ୍ଷେତ୍ରରେ । ତେବେ ଜାଣନ୍ତୁ ଦୁଇଚକିଆ, ଚାରିଚକିଆ, ଯାତ୍ରୀବାହୀ ଓ ପର୍ଯ୍ୟଟକ ବସ୍‌‌ କେଉଁଠି ରଖିବେ ଓ କେମିତି ଫେରିବେ…..
ପର୍ଯ୍ୟଟକ ବସ୍‌‌ କେଉଁଠି ରହିବ, କେମିତି ଫେରିବ
ଭୁବନେଶ୍ୱର ଆଡୁ ପୁରୀକୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ପର୍ଯ୍ୟଟକ ବସ୍‌‌, ରିଜର୍ଭ ବସ୍‌‌ ମାଳତୀପାଟପୁର ବସ୍‌‌ଷ୍ଟାଣ୍ଡ୍‌‌ରେ ପାର୍କିଂ କରିବେ। ପରେ ସତ୍ୟବାଦୀ, ପିପିଲି, ଉତ୍ତରା ଦେଇ ଭୁବନେଶ୍ୱର ଫେରିବ। ମାଳତୀପାଟପୁର ବସଷ୍ଟାଣ୍ଡ୍‌‌ ପୂରଣ ହୋଇଗଲେ ବସ୍‌‌ ଗୁଡ଼ିକ ମାଳତୀପାଟପୁର ବସ୍‌‌ ପାର୍କିଂସ୍ଥଳୀରେ ରହିବ। ସେହିପରି କୋଣାର୍କ ଆଡୁ ଆସୁଥିବା ପର୍ଯ୍ୟଟକ ବସ ନାଗାପାଟଣାରେ ପାର୍କିଂ କରାଯିବ। ଏହି ନିୟମ ୧୯ରୁ ଜୁଲାଇ ୧ ଯାଏ ଲାଗୁ ହେବ।
𝐑𝐚𝐭𝐡 𝐘𝐚𝐭𝐫𝐚-𝟐𝟎𝟐𝟑
Traffic Advisory for Tourist Buses from Bhubaneswar Side. pic.twitter.com/5YAeR3gL3K
— Puri Police (@SPPuri1) June 19, 2023
ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀବାହୀ ବସ୍‌‌
ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତାୟାତ କରୁଥିବା ଦୈନନ୍ଦିନ ଯାତ୍ରୀବାହୀ ବସ୍‌‌ ଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡ୍‌‌କୁ ଆସିବେ ନାହିଁ। ସେମାନେ ୧୯ତାରିଖ ମଧ୍ୟରାତ୍ରରୁ ମାଳତୀପାଟପୁର ଓଭରବ୍ରିଜ୍‌‌ ଦେଇ ଗ୍ରୀଡ଼ ଷ୍ଟେସନ ଛକ ପରେ ଭୂଦାନ ଛକ ଦେଇ ତାଳବଣିଆ ବସଷ୍ଟାଣ୍ଡକୁ ଯିବେ। ସେହିପରି ବସ୍‌‌ ଗୁଡ଼ିକ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯିବାବେଳେ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡ୍‌‌ରୁ ବାହାରି କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଗ୍ରୀଡ୍‌‌ ଷ୍ଟେସନ ଛକ ପରେ ବାଲିଘାଟ, ଗୋପାଳପୁର, ସମଙ୍ଗରା ରାସ୍ତା ଦେଇ ବୀରହରେକୃଷ୍ଣପୁର ଛକରେ ବାହାରି ଜାତୀୟ ରାଜପଥ-୩୧୬ରେ ଯିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଯାଏ ଲାଗୁ ହେବ।
𝐑𝐚𝐭𝐡 𝐘𝐚𝐭𝐫𝐚-𝟐𝟎𝟐𝟑
Traffic Advisory for Regular Buses from Bhubaneswar Side. pic.twitter.com/Qi6m827HhA
— Puri Police (@SPPuri1) June 19, 2023
ଭୁବନେଶ୍ୱର ଆଡୁ ଆସୁଥିବା ଚାରିଚକିଆ, ଅଟୋ
୩୧୬ନମ୍ବର ଜାତୀୟ ରାଜପଥ ବା ଭୁବନେଶ୍ୱର ଆଡୁ ପୁରୀ ଅଭିମୁଖେ ଆସୁଥିବା ଚାରିଚକିଆ ଯାନ ଏବଂ ଅଟୋରିକ୍ସା ମାଳତୀପାଟପୁର ଓଭରବ୍ରିଜ୍‌‌ ଦେଇ ଗ୍ରୀଡ୍‌‌ ଷ୍ଟେସନ ଛକରେ ପହଞ୍ଚିବେ। ପରେ ବାଇଦାସ ନଗର ଛକ ଦେଇ ସଦାଶିବ ସଂସ୍କୃତ ସଂସ୍ଥାନ ପରିସର ପାର୍କିଂ, ଆଇଟିଆଇ କଲେଜ ପାର୍କିଂ,ହେଲିପ୍ୟାଡ଼ ପାର୍କିଂ, ଭୂଦାନ ଛକ ପାର୍କିଂ, ଇଣ୍ଡୋର ଷ୍ଟାଡିୟମ ପାର୍କିଂ, ତାଳବଣିଆ ପାର୍କିଂରେ ଯାନଗୁଡ଼ିକ ପାର୍କିଂ କରିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଏବଂ ୨୭ତାରିଖରୁ ୩୦ତାରିଖ ଯାଏ ଲାଗୁ ହେବ।
𝐑𝐚𝐭𝐡 𝐘𝐚𝐭𝐫𝐚-𝟐𝟎𝟐𝟑
Traffic Advisory for Four Wheeler (Pass Holder) from Bhubaneswar Side. pic.twitter.com/I2smD5QYD9
— Puri Police (@SPPuri1) June 19, 2023
ବ୍ରହ୍ମଗିରି ଆଡୁ ଆସୁଥିବା ବସ୍‌‌
ବ୍ରହ୍ମଗିରି ଆଡୁ ଆସୁଥିବା ଦୈନନ୍ଦିନ ଯାତ୍ରୀବାହୀ ବସ୍‌‌ ଗୁଡ଼ିକ ଫ୍ଲୋରିସ୍‌‌ ଇଣ୍ଡିଆ ପର୍ଯ୍ୟନ୍ତ ଆସି ସେଠାରେ ପାର୍କିଂ କରିବେ। ସେଠାରୁ ଯାତ୍ରୀ ନେଇ ବ୍ରହ୍ମଗିରି ଅଭିମୁଖେ ଯିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଯାଏଁ ଲାଗୁ ହେବ।
𝐑𝐚𝐭𝐡 𝐘𝐚𝐭𝐫𝐚-𝟐𝟎𝟐𝟑
Traffic Advisory for Vehicles from Brahmagiri Side. pic.twitter.com/BqyI8k92Wd
— Puri Police (@SPPuri1) June 19, 2023
କୋଣାର୍କ ଆଡୁ ଆସୁଥିବା ବସ୍‌‌
କୋଣାର୍କ ଆଡୁ ଆସୁଥିବା ଦୈନନ୍ଦିନ ଯାତ୍ରୀବାହୀ ବସ୍‌‌ ଗୁଡ଼ିକ ଗ୍ରୀଡ୍‌‌ ଷ୍ଟେସନ ଛକ ଦେଇ ତାଳବଣିଆ ପାର୍କିଂକୁ ଯିବେ। ସେହିପରି ଫେରିବାବେଳେ ପିକେଆର୍‌‌ଆଇଟି, କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ, ଗ୍ରୀଡ୍‌‌ ଷ୍ଟେସନ ଏବଂ ବାଇଦାସ ନଗର ଛକ ଦେଇ କୋଣାର୍କ ଅଭିମୁଖେ ଯାତ୍ରା କରିବ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଏବଂ ୨୭ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।
𝐑𝐚𝐭𝐡 𝐘𝐚𝐭𝐫𝐚-𝟐𝟎𝟐𝟑
Traffic Advisory for Vehicles from Konark Side. pic.twitter.com/vWM22kqF6u
— Puri Police (@SPPuri1) June 19, 2023
କୋଣାର୍କ ଆଡୁ ଆସୁଥିବା ଚାରିଚକିଆ
କୋଣାର୍କ ଆଡୁ ଆସୁଥିବା ଚାରିଚକିଆ ଯାନ ଏବଂ ଅଟୋରିକ୍ସା ବାଲିଘାଇ, ବାଇଦାସ ନଗର ଛକ, ଗ୍ରୀଡ଼ଷ୍ଟେସନ, ଭୂଦାନ ଏବଂ ଇଣ୍ଡୋର ଷ୍ଟାଡ଼ିୟମ ରାସ୍ତା ଦେଇ ଆସିବା ପରେ ତାଳବଣିଆ ପାର୍କିଂରେ ପାର୍କ କରିବେ।
ବ୍ରହ୍ମଗିରି ଆଡୁ ଆସୁଥିବା ଚାରିଚକିଆ
ବ୍ରହ୍ମଗିରି ଆଡୁ ଆସୁଥିବା ଚାରିଚକିଆ ଏବଂ ଅଟୋରିକ୍ସା ଗୁଡ଼ିକ ମଙ୍ଗଳାଘାଟ ରାସ୍ତା ଦେଇ ଆସିବା ପରେ ଫ୍ଲୋରିସ୍‌‌ ଇଣ୍ଡିଆରେ ପାର୍କିଂ କରିବେ।
ଚାରିଚକିଆ ଯାନ ପୁରୀରୁ ଫେରିବେ କେମିତି
ପୁରୀରୁ ଭୁବନେଶ୍ୱର ଯିବାକୁ ଚାହୁଁଥିବା ସମସ୍ତ ଚାରିଚକିଆ ଯାନ ଏବଂ ଅଟୋରିକ୍ସା ନିଜ ପାର୍କିଂସ୍ଥଳୀରୁ ବାହାରି କେନ୍ଦ୍ରୀୟ ବିଦ୍ୟାଳୟ, ଗ୍ରୀଡ୍‌‌ ଷ୍ଟେସନ ଛକ, ବାଲିଘାଟ, ଗୋପାଳପୁର, ସମଙ୍ଗରା, ବୀରହରେକୃଷ୍ଣପୁର ଗାଁ ଦେଇ ଜାତୀୟ ରାଜପଥ-୩୧୬ରେ ବାହାରିବେ। ସେହିପରି ପୁରୀରୁ ବାହାରି କୋଣାର୍କ ଆଡେ ଯିବାକୁ ଚାହୁଁଥିବା ଚାରିଚକିଆ ଯାନ ଗୁଡ଼ିକ ଆଇଟିଆଇ ଛକ ଦେଇ ପିକେଆର୍‌‌ଆଇଟି, କେନ୍ଦ୍ରୀୟ ବିଦ୍ୟାଳୟ, ଗ୍ରୀଡଷ୍ଟେସନ୍‌‌ ଛକ, ବାଲିଗୁଆଳି, ନାଗାପାଟଣା, ତୋଷାଳି ସ୍ୟାଣ୍ଡ୍‌‌ସ ରାସ୍ତା ଦେଇ କୋଣାର୍କ ଯିବେ।
ଭୁବନେଶ୍ୱର ଆଡୁ ଆସୁଥିବା ଦୁଇଚକିଆ ଯାନ
ଭୁବନେଶ୍ୱର ଆଡୁ ଦୁଇଚକିଆ ଯାନ ନେଇ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ବାଟଗାଁ ଛକରେ ପ୍ରଥମେ ଅଟକାଯିବ। ପରେ ସେହି ଯାନ ଗୁଡ଼ିକ ପୁରୀ ବାଇପାସ୍‌‌ ଦେଇ ମଙ୍ଗଳାଘାଟ ଛକ ଆଡକୁ ଛଡାଯିବ। ଏହାପରେ ସେମାନେ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ମାଟିତୋଟା ପାର୍କିଂ, ମଶାଣୀଚଣ୍ଡି ପାର୍କିଂସ୍ଥଳୀରେ ନିଜ ଦୁଇଚକିଆ ଯାନ ପାର୍କିଂ କରିବେ। ସେହିପରି ଯେଉଁ ଶ୍ରଦ୍ଧାଳୁମାନେ ସେମାନଙ୍କର ଦୁଇଚକିଆ ଯାନ ଗୁଡ଼ିକ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ମଶାଣୀଚଣ୍ଡି ପାର୍କିଂରେ ପାର୍କ କରିଥିବେ, ସେମାନେ କୁମ୍ଭାରପଡ଼ା ଥାନା, ଅଠରନଳା, ବାଟମଙ୍ଗଳା, ବୀରହରେକୃଷ୍ଣପୁର ରାସ୍ତା ଦେଇ ଭୁବନେଶ୍ୱର ଫେରିବେ। ଏହାସହ ଯେଉଁମାନେ ଶ୍ରୀସେତୁ ଅଞ୍ଚଳରେ ନିଜର ଦୁଇଚକିଆ ପାର୍କିଂ କରିଥିବେ ସେମାନେ ବାଟଗାଁ ଏବଂ ମାଳତୀପାଟପୁର ଦେଇ ଭୁବନେଶ୍ୱର ଫେରିବେ। ଏହି ନିୟମ ୧୯ତାରିଖରୁ ୨୦ତାରିଖ ଯାଏଁ ଲାଗୁ ହେବ।
𝐑𝐚𝐭𝐡 𝐘𝐚𝐭𝐫𝐚-𝟐𝟎𝟐𝟑
Traffic Advisory for Two Wheeler from Bhubaneswar Side. pic.twitter.com/VqpYywMbjo
— Puri Police (@SPPuri1) June 19, 2023
ବ୍ରହ୍ମଗିରି ଆଡୁ ଆସୁଥିବା ଦୁଇଚକିଆ
ବ୍ରହ୍ମଗିରି ଆଡୁ ଆସୁଥିବା ଦୁଇଚକିଆ ଯାନ ଗୁଡ଼ିକ ଜଗନ୍ନାଥ ବଲ୍ଲଭ ଏବଂ ମଶାଣୀଚଣ୍ଡୀ ପାର୍କିଂସ୍ଥଳୀ ପାର୍କ ହେବ। ସେମାନେ ଏହି ରାସ୍ତା ଦେଇ ପୁଣି ବ୍ରହ୍ମଗିରି ଫେରିବ।
କୋଣାର୍କ ଆଡୁ ଆସୁଥିବା ଦୁଇଚକିଆ
କୋଣାର୍କ ଆଡୁ ଆସୁଥିବା ଦୁଇଚକିଆ ଯାନ ଗୁଡ଼ିକ ଗ୍ରୀଡ୍‌‌ ଷ୍ଟେସନ, ସିଟି ରୋଡ୍‌‌ ଏବଂ ସୁବାଷ ବୋଷ ଛକ ଦେଇ ବ୍ଲୁ-ଫ୍ଲାଗ୍‌‌ ବିଚ୍‌‌ରେ ପାର୍କିଂ କରିବେ। ବ୍ଲୁ-ଫ୍ଲାଗ୍‌‌ ବିଚ୍‌‌ ପାର୍କିଂ ପୂରଣ ହେବା ପରେ ଦୁଇଚକିଆ ଯାନ ଗୁଡ଼ିକ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ କରାଯିବ। ଏହି ଯାନ ଗୁଡ଼ିକ ସେହି ରାସ୍ତା ଦେଇ କୋଣାର୍କ ଫେରିବେ। ଏମାନଙ୍କୁ ତୋଷାଳି ଛକରୁ ଆର୍‌‌ଓବି ଅଭିମୁଖେ ଛଡ଼ାଯିବ ନାହିଁ।
ବଡ଼ଦାଣ୍ଡକୁ ଯିବାକୁ ସଟଲ୍‌‌ ସେବା
ସହର ଭିତରକୁ ବା ବଡ଼ଦାଣ୍ଡକୁ ଯିବା ପାଇଁ ସଟଲ୍‌‌ ସେବାର ସୁବିଧା କରାଯାଇଛି। ତାଳବଣିଆରୁ ସୁନାରଗୌରାଙ୍ଗ ଛକ, ଗାନ୍ଧାର ହୋଟେଲ,ୟୁଥ୍‌‌ ହଷ୍ଟେଲ ଛକ, ନୀଳାଚଳ ଅର୍ବାନ ହାଟ ଦେଇ ଅଟୋରିକ୍ସା ଓ ବସ୍‌‌ ଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ଧରି ଜିଲ୍ଲା ସ୍କୁଲ ଛକରେ ପହଞ୍ଚାଇବ। ଏହାପରେ ଶ୍ରଦ୍ଧାଳୁମାନେ ଚାଲିକି ବଡ଼ଦାଣ୍ଡକୁ ଯିବେ। ସେହିପରି ଫେରିବାବେଳେ ଜିଲ୍ଲା ସ୍କୁଲ୍‌‌ ଛକରୁ ଅଟୋରିକ୍ସା ଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ବସାଇ ଘୋଡ଼ାବଜାର, ରାମମନ୍ଦିର ଛକ, ଓଡ଼ିଶା ବେକେରୀ, ମଙ୍ଗଳାମନ୍ଦିର ଦେଇ ହେଲିପ୍ୟାଡ଼ ନିକଟରେ ପହଞ୍ଚାଇବେ।
ସେହିପରି ବସ୍‌‌ ଗୁଡ଼ିକ ସଦର ବ୍ଲକ ଅଫିସ ଦେଇ ହେଲିପ୍ୟାଡ୍‌‌ ନିକଟକୁ ଯିବ। ଅନ୍ୟପକ୍ଷେ ମାଳତୀପାଟପୁର ବସଷ୍ଟାଣ୍ଡରୁ ଅଠରନଳା ପର୍ଯ୍ୟନ୍ତ ବସ୍‌‌ ଓ ଅଟୋରିକ୍ସାର ସଟଲ୍‌‌ ସେବାର ବ୍ୟବସ୍ଥା ହୋଇଛି।
ଆଜି ଦଶମୀରେ ସମ୍ପନ୍ନ ହେବ ଚକା ବିଜେ ନୀତି, ରାଜବୈଦ୍ୟଙ୍କ ଘରୁ ବିଜେ ହେବ ଦଶମୂଳ ମହୌଷଧୀ
ପୁରୀ: ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ବାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର । ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଓଷ ଲାଗି ନୀତି ଚାଲିଥିବାବେଳେ ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି । ଶ୍ରୀବୈଦ୍ୟଙ୍କ ଦ୍ବାରା ଏହି ଔଷଧ ପ୍ରସ୍ତୁତି କରାଯାଇଥାଏ । ବିଭିନ୍ନ ପ୍ରକାର ଆୟୁର୍ବେଦ ଚେରମୂଳିରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ କରାଯାଇଥାଏ ।
ଏହାପରେ ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ବାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ । ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।
ଆଜି ଶେଷ ରଥ ସମନ୍ୱୟ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ, ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବେ। ଆସନ୍ତା ୨୦ ତାରିଖ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏଥର ଅଧିକ ଶ୍ରଦ୍ଧାଳୁ ସମାଗମ ହେବା ସମ୍ଭାବନା ରହିଛି। ତେଣୁ ଏଥିପାଇଁ ପ୍ରଶାସନ କ’ଣ କ’ଣ ପ୍ରସ୍ତୁତି କରିଛି ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅନୁଷ୍ଠିତ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଠିକଣା ସମୟକୁ ସବୁ ପ୍ରସ୍ତୁତ ହୋଇଯିବ ବୋଲି କହିଥିଲେ। ବୈଠକରେ ଅଧିକାରୀମାନେ କି ପ୍ରକାର ପ୍ରସ୍ତୁତି କରିଛନ୍ତି ସେ ସମ୍ପର୍କରେ ସବିଶେଷ ସୂଚନା ଦେବେ। କାହାର କ’ଣ କାମ ବାକି ରହିଯାଇଛି ଏବଂ ଅଧିକ କ’ଣ କଲେ ରଥଯାତ୍ରା ଶୃଙ୍ଖଳିତ ହୋଇପାରିବ ଏବଂ ଭକ୍ତମାନେ ଭଲ ଭାବେ ଦର୍ଶନ କରିବେ ତାହା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।