Baahubali Actress - The Sakala

ପ୍ରଭାସ ନୁହଁନ୍ତି, ୪୪ ବର୍ଷ ବୟସରେ ଏହି ବିଜନେସମ୍ୟାନଙ୍କୁ ବିବାହ କରିବେ 'ବାହୁବଲୀ' ଫେମ୍ ଅନୁଷ୍କା ଶେଟ୍ଟୀ!
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। 'ବାହୁବଲୀ'ରେ ଦେବସେନା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଷ୍କା ୪୪ ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ସେ ତାଙ୍କର କଥିତ ପ୍ରେମିକ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କୁ ନୁହେଁ, ବରଂ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବିବାହ କରିବେ ବୋଲି ଖବର ମିଳିଛି।

ପରିବାରର ସହମତିରେ ହେବ ବିବାହ

ମିଡିଆ ରିପୋର୍ଟ ଅନୁଯାୟୀ, ଅନୁଷ୍କାଙ୍କ ହେବାକୁ ଥିବା ସ୍ୱାମୀ ଫିଲ୍ମ ଇଣ୍ଡଷ୍ଟ୍ରିର ନୁହଁନ୍ତି। ସେ ବେଙ୍ଗାଲୁରୁର ଜଣେ ସଫଳ ବିଜନେସମ୍ୟାନ୍ (ବ୍ୟବସାୟୀ) ଏବଂ ଅନୁଷ୍କାଙ୍କ ପରିବାର ସହ ତାଙ୍କର ପୂର୍ବରୁ ଭଲ ସମ୍ପର୍କ ରହିଛି। ବର୍ତ୍ତମାନ ଉଭୟ ପରିବାର ମଧ୍ୟରେ ବିବାହକୁ ନେଇ ଆଲୋଚନା ଚାଲିଥିବା ବେଳେ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସବୁକିଛି ଠିକ୍ ରହେ, ତେବେ ୨୦୨୬ ମସିହାରେ ହିଁ ଅନୁଷ୍କା ନିଜ ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରିବେ। ଏହି ବିବାହ ଉତ୍ସବ ସମ୍ପୂର୍ଣ୍ଣ ଘରୋଇ ଭାବେ ଅନୁଷ୍ଠିତ ହେବ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ସାମିଲ ହେବେ।

ପ୍ରଭାସଙ୍କ ସହ ଯୋଡ଼ା ଯାଉଥିଲା ନାଁ

ଦୀର୍ଘ ବର୍ଷ ଧରି ଅନୁଷ୍କା ଶେଟ୍ଟୀ ଏବଂ ପ୍ୟାନ୍-ଇଣ୍ଡିଆ ଷ୍ଟାର ପ୍ରଭାସଙ୍କ ସମ୍ପର୍କକୁ ନେଇ ଖୁବ୍ ଗୁଜବ ସୃଷ୍ଟି ହୋଇଥିଲା। ବିଶେଷ କରି 'ବାହୁବଲୀ: ଦ ବିଗିନିଂ' ଏବଂ 'ବାହୁବଲୀ: ଦ କନକ୍ଲୁଜନ୍' ଚଳଚ୍ଚିତ୍ରର ଅପାର ସଫଳତା ପରେ ଉଭୟଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଅନେକ ପ୍ରଶଂସକ ଆଶା କରିଥିଲେ ଯେ ଏହି ଯୋଡ଼ି ରିଅଲ୍ ଲାଇଫରେ ମଧ୍ୟ ଏକାଠି ହେବେ। କିନ୍ତୁ ଉଭୟ କଳାକାର ଏହି ଖବରକୁ ବାରମ୍ବାର ଖଣ୍ଡନ କରିବା ସହ ନିଜକୁ କେବଳ 'ଭଲ ବନ୍ଧୁ' ବୋଲି କହିଥିଲେ। ବର୍ତ୍ତମାନ ଅନୁଷ୍କା ଜଣେ ବ୍ୟବସାୟୀଙ୍କୁ ବିବାହ କରିବା ଖବର ପ୍ରକାଶ ପାଇବା ପରେ ପ୍ରଭାସଙ୍କ ଫ୍ୟାନ୍ସମାନେ ସାମାନ୍ୟ ନିରାଶ ହୋଇଛନ୍ତି।

ଅଫିସିଆଲ୍ ଘୋଷଣାକୁ ଅପେକ୍ଷା

ଯଦିଓ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି, ତଥାପି ଏଯାଏଁ ଅନୁଷ୍କା ଶେଟ୍ଟୀ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ନିଜର ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ପସନ୍ଦ କରୁଥିବା ଏହି ଅଭିନେତ୍ରୀଙ୍କ ଆଧିକାରୀକ ବୟାନକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅନୁଷ୍କା ଶେଷଥର ପାଇଁ 'ମିସ୍ ଶେଟ୍ଟୀ ମିଷ୍ଟର ପୋଲିଶେଟ୍ଟୀ' ଏବଂ 'ଘାଟୀ' ଭଳି ଚଳଚ୍ଚିତ୍ରରେ ନଜର ଆସିଥିଲେ। ଖୁବଶୀଘ୍ର ସେ 'କଥାନାର - ଦ ୱାଇଲ୍ଡ ସର୍ସରର୍' ଜରିଆରେ ମାଲାୟାଲମ୍ ସିନେମା ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି |