SCB Fire Incident - The Sakala

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସରକାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ: ନବୀନ
ଭୁବନେଶ୍ୱର: ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା ସାରା  ରାଜ୍ୟକୁ ସ୍ତବ୍ଧ କରି ଦେଇଛି। ‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ’। ମୋ ଓଡ଼ିଶାର ୧୩ଟି ନିରୀହ ଜୀବନ ସରକାରୀ ଅବହେଳାରୁ ଏସ୍‌ସିବି ପରି ଦେଶର ପ୍ରତିଷ୍ଠିତ ଡାକ୍ତରଖାନାରେ ଚାଲିଗଲା। ଏତେବଡ଼ ଘଟଣାରେ ମୁଁ କେମିତି ଚୁପ୍‌ ରହିପାରିବି। ଏହି ଦୁର୍ଘଟଣାରେ ମୋ ଓଡିଶା ମାଟିର ୧୩ ଜଣ ଓଡିଆ ଭାଇ ଭଉଣୀଙ୍କ ଜୀବନ କେବଳ ଯାଇନାହିଁ, ସେମାନଙ୍କ ପରିବାରର ସ୍ୱପ୍ନ ମଧ୍ୟ ଅବହେଳାର ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି ବୋଲି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି। ସୋମବାର ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ମିଳିତ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗାନ୍ଧୀ ମାର୍ଗରେ ଆୟୋଜିତ ଗଣଧାରଣାକୁ ସମର୍ଥନ ଜଣାଇ ଏକ ବାର୍ତ୍ତାରେ ନବୀନ ପଟ୍ଟନାୟକ କହିଛନ୍ତି, ସରକାରୀ ସ୍ୱାସ୍ଥ୍ୟ ଉପରୁ ଲୋକଙ୍କ ଭରସା ତୁଟି ଯାଇଛି। ଓଡ଼ିଶାର ସାଢେ଼ ଚାରିକୋଟି ଲୋକଙ୍କ ବିଶ୍ୱାସ ଏସ୍‌ସିବି ପରି ଏତେବଡ଼ ଅନୁଷ୍ଠାନ ଉପରୁ ଭାଙ୍ଗିଗଲା। ଆମେ କେମିତି ଚୁପ୍‌ ରହି ଏତେବଡ ସରକାରୀ ଉଦାସୀନତାକୁ ସହି ପାରିବା ବୋଲି ନବୀନ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଭଗବାନ କରନ୍ତୁ ଯେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେଉ। ଲୋକଙ୍କ ସରକାର ବୋଲି ଢୋଲ ପିଟୁଥିବା ଡବଲ ଇଞ୍ଜିନ ସରକାରର ଉତ୍ତରଦାୟିତ୍ୱ କୁଆଡେ଼ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡିଶାବାସୀଙ୍କ ବିପୁଳ ସମର୍ଥନରେ କେନ୍ଦ୍ରରେ ଗଡ଼ା ଯାଇଥିବା ମେଣ୍ଟ ସରକାରର ମନ୍ତ୍ରୀମାନଙ୍କ ମାନବିକତା କୁଆଡେ ଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡିଶାବାସୀଙ୍କ ବିଶ୍ୱାସ ଆଜି ସଙ୍କଟରେ। ଏସ୍‌ସିବିର ଗୌରବ ଆଜି ସଙ୍କଟରେ। ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିଶ୍ୱସନୀୟତା ଆଜି ସଙ୍କଟରେ। ଓଡିଶାବାସୀ ଆଜି ଉତ୍ତରଦାୟିତ୍ୱ ମାଗୁଛନ୍ତି। ମନ୍ତ୍ରୀ ପଦ ସହ ଉତ୍ତରଦାୟିତ୍ୱ ସବୁବେଳେ ଯୋଡି ହୋଇ ରହିଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେବା ସହ ସାଢେ ଚାରି କୋଟି ଓଡିଆଙ୍କ ଜୀବନକୁ ବାଜିରେ ଲଗାଇ ବିଜେପି ସରକାର ଖସି ଯାଇ ପାରିବ ନାହିଁ ବୋଲି ସତର୍କ କରି ଦେଇଛନ୍ତି। ଏଭଳି ସମ୍ୱେଦନଶୀଳ ଘଟଣାଗୁଡିକରେ ଉତ୍ତରଦାୟିତ୍ୱ ନେଇ ପୂର୍ବ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଜୀର ରହିଛି। ତେଣୁ ଏହି ଦୁର୍ଘଟଣା ପାଇଁ ଉତ୍ତରଦାୟିତ୍ୱ ନେବାକୁ ବିଜେପି ସରକାର ବାଧ୍ୟ। ସେ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟୋକ୍ତି କରିଥିଲେ। ସୂଚନାଯୋଗ୍ୟ ଯେ ଆଜିର ଏହି ଗଣ ଧାରଣାରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ପାଠ କରିଥିଲେ।

SCB ଅଗ୍ନିକାଣ୍ଡ ଘଟଣାର ୯ଦିନ ପରେ ବି ଜଣେ ହେଲେ କେନ୍ଦ୍ରମନ୍ତ୍ରୀ କଟକ ନଆସିବା ଦୁଃଖର କଥା: ନବୀନ
ଭୁବନେଶ୍ୱର: SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହା ଦୁଃଖର ବିଷୟ ଯେ, SCB ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡକୁ ୯ ଦିନ ବିତିଯାଇଥିଲେ ବି ଜଣେ ହେଲେ କେନ୍ଦ୍ର ମନ୍ତ୍ରୀ କଟକ ଯାଇ ନାହାନ୍ତି । ଆମ ସରକାର ସମୟରେ ଅନେକ କେନ୍ଦ୍ରମନ୍ତ୍ରୀ ନିଆଁ ଲାଗିଥିବା ସେହି ଘରୋଇ ହସ୍ପିଟାଲ ଯାଇଥିଲେ । ଏଥିରୁ ଆପଣ ତୁଳନା କରି ପାରିବେ ଯେ, ମୃତ୍ୟୁବରଣ କରିଥିବା ରାଜ୍ୟବାସୀଙ୍କ ପାଇଁ ଏହି ସରକାର କେତେ ଚିନ୍ତିତ । ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ନେତା । ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିଜେଡି ପ୍ରତିବାଦ ଜାରି ରଖିବ ବୋଲି କହିଛନ୍ତି ନବୀନ ।

SCB ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ହଙ୍ଗାମା, ବିରୋଧୀଙ୍କ ପ୍ରତୀକାତ୍ମକ କୋକେଇ ଶୋଭାଯାତ୍ରା
ଭୁବନେଶ୍ୱର: SCB ଅଗ୍ନିକାଣ୍ଡକୁ ନେଇ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି । ଏସସିବି ନିଆଁ ତାତିରେ ହୁଲୁସ୍ତୁଲୁ ଗୃହ । ପ୍ରତୀକାତ୍ମକ କୋକେଇ ଧରି ବୁଲିଲେ ବିରୋଧୀ। 'ରାମ ନାମ ସତ୍ୟ ହେ' ନାରାବାଜିରେ କମ୍ପିଲା ବିଧାନସଭା। ଆଜିର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ । ଯେଉଁଥିପାଇଁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ ।

ବିଧାନସଭା ମୁଲତବୀ ପରେ ବି ଥମିନଥିଲା ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଗୃହ ବାହାରେ ବିରୋଧୀ ସଦସ୍ୟମାନେ କୋକେଇ ଶୋଭାଯାତ୍ରା ଆରମ୍ଭ କରିଥିଲେ । ରାମ୍‌ ନାମ୍‌ ସତ୍ୟ ହେ ନାରାରେ କମ୍ପିଥିଲେ ବିଧାନସଭା ପରିସର  । ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଥିଲେ ।

ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି। ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି। ସ୍ଵାସ୍ଥ୍ୟ ବିଭାଗ ଏବେ ଲୋକଙ୍କ ପାଇଁ ମରିଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି।

ଏସସିବି ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧିନ ଆହତଙ୍କୁ ଭେଟିଲେ ପିସିସି ସଭାପତି, କହିଲେ କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି
କଟକ: କଟକ ଏସସିବି ଅଗ୍ନିକାଣ୍ଡ ଘଟଣା ଅନୁଧ୍ୟାନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ଚିକିତ୍ସାଧିନ ଆହତଙ୍କୁ ଭେଟିଲେ। ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ଭକ୍ତ । ସରକାରଙ୍କ ଉପରେ ଜୋରରେ ବର୍ଷିଛନ୍ତି ପିସିସି ସଭାପତି । ତେବେ ଏତେ ବଡ଼ ଚରମ ଅବହେଳା ପାଇଁ କିଏ ଦାୟି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ସେ ପ୍ରତିକ୍ରିୟା ରଖି କହିଛନ୍ତି କି, ଆଇ.ସି.ୟୁ ଟି ଦେଖିଲା ଭଳି ପରିସ୍ଥିତିରେ ନାହିଁ। ତତ୍ତ୍ୱାବଧାନ ଅଭାବରୁ ଏଭଳି ଘଟଣା ଘଟିଲା। ଆଇସିୟୁ ରେ ଯେଉଁ ସବୁ ଯନ୍ତ୍ରାଂଶ ଲାଗି ଥିଲା ତାହାର ତର୍ଜମା ହେବା ଆବଶ୍ୟକ। ଏଗୁଡ଼ିକ ପ୍ରତି ତିନି ମାସରେ ଥରେ ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ଥିଲା। ଯାହା ଜଣାପଡୁଛି ବୈଷୟିକ ଯାଞ୍ଚ କରାଯାଉ ନ ଥିଲା। କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଛନ୍ତି।୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ଉପରେ ନଜର ରଖିବା  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାମ । ଅଧିକ୍ଷକ ମୁଖ୍ୟମନ୍ତ୍ରୀଙ୍କ ଲୋକ ବୋଲି ମୁଁ ଶୁଣୁଛି। ସିଏ ଫୋନ ଉଠାଉ ନାହାଁନ୍ତି। ଆମେ ତାଙ୍କ ଦେଖା ପାଉ ନାହୁଁ। କାହାର ଜୀବନର ମୂଲ୍ୟ ପାଞ୍ଚ ଲକ୍ଷ ଦଶ ଲକ୍ଷ ଟଙ୍କା ନୁହେଁ। ଏକ କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଉ। ଏପରି ବୃହତ୍ତର ଅଘଟଣ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବା ଉଚିତ୍।

ବିଧାନସଭାରେ ଏସସିବି ନିଆଁ ତାତି: ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
ଭୁବନେଶ୍ୱର: ବିଧାନସଭାରେ ଏସସିବି ନିଆଁ ତାତି । ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଶୂନ୍ୟକାଳରେ କଟକ ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ଉଠାଇଥିଲେ ନବୀନ। ସେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି। ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡିବ ବୋଲି ନବୀନ କହିଛନ୍ତି । ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରୀ। ରାଜ୍ୟ ସରକାରଙ୍କ ଅପାରଗତାରୁ କଟକ ଏସସିବିରେ ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି ନବୀନ। ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ନବୀନ ।

ସୂଚନାଯୋଗ୍ୟ, ଗତକାଲି କଟକ SCB ମେଡିକାଲର କାଜୁଆଲିଟି ବିଲ୍ଡିଙ୍ଗର ପ୍ରଥମ ମହଲାରେ ଥିବା ଆଇସିୟୁରେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୧ ଜଣଙ୍କ ମୃତ୍ୟୁର ଉତ୍ତରଦାୟିତ୍ବ ସରକାରଙ୍କୁ ନେବାକୁ ପଡ଼ିବ । ବିଜେଡି ଶାସନରେ ସମ୍ ହସ୍ପିଟାଲରେ ନିଆଁ ଲାଗିଥିଲା । ତତ୍ କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଉପରକୁ ଦାୟିତ୍ବ ନେଇ ଇସ୍ତଫା ଦେଇଥିଲେ । ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଇସ୍ତଫା ଦେଇଥିଲେ । ଗତକାଲି SCBରେ ଆହତଙ୍କୁ ଭେଟିଥିଲେ ବିରୋଧୀ ଦଳ ନେତା ।