Heavy Rainfall - The Sakala

ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ
ଭୁବନେଶ୍ୱର: ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଆଗାମୀ ସେପ୍ଟେମ୍ୱର ୯ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହଚକେତେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତ୍‌ମାନ ମୌସୁମୀ ଜନିତ ଟ୍ରଫ୍‌ ଗଙ୍ଗାନଗର, ଉତ୍ତପପ୍ରଦେଶଠାରୁ ନେଇ ଉତ୍ତରପୂର୍ବ ବଙ୍ଗୋପସାଗର ମଧ୍ୟରେ ରହିଛି। ଏହାଫଳରେ କାଁ ଭାଁ ସ୍ଥାନରେ ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶେଷ ବର୍ଷା ନ ଥିଲେ ମଧ୍ୟ ଏହି ସମୟରେ କିଛି କିଛି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହବାର ସମ୍ଭାବନା ରହିଛି।

ମଙ୍ଗଳବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା ଓ ସୁନ୍ଦରଗଡ ଏହି ୧୫ ଜିଲ୍ଲାରେ ବିଜୁଳି ଘଡଘଡି ସହ କାଁ ଭାଁ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ଆସନ୍ତା ୯ ତାରିଖରୁ ବର୍ଷା ବଢିବା ସହ ମୟୂରଭଞ୍ଜ ବାଲେଶ୍ୱର ଓ କେନ୍ଦୁଝରରେ ପ୍ରବଳ ବର୍ଷା ସହ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ କିଛି କିଛି ଅଞ୍ଚଳରେ ଭଲ ବର୍ଷା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲା ପାଇଁଁ ୟେଲୋ ଆଲର୍ଟ ଜାରି କରିଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଏହି ସପ୍ତାହରେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ୯-୧୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ୧୦-୧୧ରେ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ଓଡ଼ିଶା ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ସୁଦୃଶ୍ୟ ଲଘୁଚାପରେ ମଧ୍ୟ ପରିଣତ ହୋଇପାରେ। ଏହି ଲଘୁଚାପ ପଶ୍ଚିମରୁ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟ ଭାରତ ଆଡ଼କୁ ଗତି କରିପାରେ। ଏବେ ମୌସୁମୀ ସକ୍ରିୟ ରହିଛି ଏବଂ ବଙ୍ଗୋପସାଗରରୁ ପ୍ରଚୁର ଜଳୀୟ ବାଷ୍ପ ଆସୁଛି। ତେଣୁ ଲଘୁଚାପ ଯୋଗୁଁ ବର୍ଷା ବଢ଼ିବାର ସଙ୍କେତ ମିଳୁଛି। ଏହି ଲଘୁଚାପ ପ୍ରଭାବରେ ୯-୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପ୍ରଥମେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଆଖପାଖ ଉତ୍ତର ଏବଂ ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ। ପରେ ଉପକୂଳ, କେନ୍ଦ୍ରୀୟ ଓଡ଼ିଶା ଏବଂ ପରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ବଢ଼ିପାରେ। ଏହା ପରେ  ୧୭-୨୦ ସେପ୍ଟେମ୍ୱର ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ତେଣୁ ୧୯-୨୧ ସେପ୍ଟେମ୍ୱର ବେଳକୁ ଓଡ଼ିଶାରେ ପୁଣି ବର୍ଷା ବଢ଼ିପାରେ।

ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା
ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳସମ୍ପଦ ବିଭାଗକୁ ପୁଣିଥରେ ସତର୍କ କରାଇ ଦିଆଯାଇଛି। ବିଶେଷକରି ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଥିବା ବେଳେ ବର୍ତ୍ତମାନ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ବାରିପଦା ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ପାଖାପାଖି ପହଞ୍ଚିଛି। ବାରିପଦା ସହରର ୱାର୍ଡ ନମ୍ବର ୭ ଏବଂ ୮ର ବିଭିନ୍ନ ଅଞ୍ଚଳରେ ପାଣି ପଶିଯିବାରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯେଉଁଥିରେ ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିଲିମିଟର ଏବଂ ସାରସକଣାରେ ୨୯୭ ମିଲିମିଟର ବର୍ଷା ହୋଇଛି।

ପଡ଼ୋଶୀ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ସଡ଼କ ପୋଲ ନିକଟରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟର ଛୁଇଁଛି। ଅଧିକାରୀଙ୍କ ଆକଳନ ଅନୁଯାୟୀ ଏହା ଆହୁରି ବୃଦ୍ଧି ପାଇ ୭.୪୦ ମିଟର ପର୍ଯ୍ୟନ୍ତ ଯାଇପାରେ। ଏହାଦ୍ୱାରା ବସ୍ତା ଏବଂ ସଦର ବ୍ଲକର ଅନେକ ପଞ୍ଚାୟତ ପ୍ଲାବିତ ହେବାର ଆଶଙ୍କା ରହିଛି। ସେହିପରି ଭଦ୍ରକର ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ସକାଳ ୬ଟା ସୁଦ୍ଧା ୧୮.୨୦ ମିଟରରେ ପ୍ରବାହିତ ହେଉଥିଲା, ଯେତେବେଳେ କି ଏହାର ବିପଦ ସଙ୍କେତ ହେଉଛି ୧୮.୩୩ ମିଟର। ଯାଜପୁରର ଦଶରଥପୁର ବ୍ଲକ ଗତ ଜୁଲାଇ ମାସରୁ ପ୍ରାୟ ୫୬ ଦିନ ଧରି ବନ୍ୟା ପ୍ରଭାବରେ ରହିଥିବା ବେଳେ ବର୍ତ୍ତମାନର ସ୍ଥିତି ଲୋକଙ୍କ ଚିନ୍ତା ବଢ଼ାଇଛି।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀକୂଳିଆ ଲୋକଙ୍କୁ ସତର୍କ କରାଯାଇଛି ଏବଂ ନଦୀ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ କ୍ୟାମ୍ପ, ଉଦ୍ଧାରକାରୀ ଦଳ ଏବଂ ଖାଦ୍ୟ, ପାନୀୟ ଜଳ ଓ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ପ୍ରସ୍ତୁତ ରଖାଯାଇଛି। ଉତ୍ତର ଓଡ଼ିଶାରେ ଲଗାତାର ବର୍ଷା ଓ ବନ୍ୟା ସ୍ଥିତି କାରଣରୁ ନିଜର ଧାନ ଫସଲ ନଷ୍ଟ ହେବା ନେଇ ଚାଷୀମାନେ ଗଭୀର ଚିନ୍ତାରେ ଅଛନ୍ତି।

ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ
ବାରିପଦା: ଲଗାଣ ବର୍ଷା ହେଲା କାଳ, ମାଟିକାନ୍ଥ ପଡି ଚାଲିଗଲା ମହିଳାଙ୍କ ଜୀବନ । ଭାରି ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ମାଟିଘର କାନ୍ଥ ପଡିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ଜଣଙ୍କ ହେଲେ ବାଙ୍ଗିରିପୋଷି ଶ୍ୟାମସୁନ୍ଦର ପଞ୍ଚାୟତ, ଭୁଲାଣପୁରର ଶୁକଲାଲ ସିଂଙ୍କ ପତ୍ନୀ ଲକ୍ଷ୍ମୀ ସିଂ । ସେ ଘରୁ ଆସବାବପତ୍ର ବାହାର କରୁଥିବା ସମୟରେ କାନ୍ଥ ଦବି ଘରଟି ତାଙ୍କ ଉପରେ ପଡିଯିବାରୁ ମୃତ୍ୟୁ ଘଟିଛି । ସକାଳୁ ଏହି ଘଟଣା ଘଟିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବାଙ୍ଗିରିପୋଷି ପୁଲିସ ପହଞ୍ଚି  ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି । ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ବାଙ୍ଗିରିପୋଷି ବ୍ଲକରେ ସର୍ବାଧିକ ୩୦୨.୯ମିମି ବର୍ଷା ରେକର୍ଡ ହୋଇଛି ।

ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା
ବାରିପଦା: ଲଗାଣ ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପରିସ୍ଥିତି ଗୁରୁତର ହୋଇପଡ଼ିଛି। ଶନିବାର ସନ୍ଧ୍ୟାରୁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବର୍ଷା ପାଇଁ କାତରା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ପ୍ରଭାବିତ ବ୍ଲକ ଅଞ୍ଚଳରେ ଆଜି ଦିନକ ପାଇଁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ଦୁଇଦିନ ରେଡ ଓ୍ଵାର୍ଣ୍ଣିଂ ପାଇଁ ଶିମିଳିପାଳ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଜି ଓରେଞ୍ଜ ଓ୍ବାର୍ଣ୍ଣିଂ ରହିଛି ।

ଗତ ୨୪ଘଣ୍ଟାରେ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକରେ ସର୍ବାଧିକ ୩୦୯.୨ ମିମି, ସାରସକଣାରେ ୨୯୭ ମିମି ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ଅନ୍ୟ ପ୍ରମୁଖ ବ୍ଲକ ମଧ୍ୟରେ ବିଶୋଇରେ ୧୯୭ ମିମି, ରାଇରଙ୍ଗପୁରରେ ୧୬୩ ମିମି, ବିଜାତଳାରେ ୧୪୦ ମିମି, ବହଳଦାରେ ୧୨୫ ମିମି, ଜାମଦାରେ ୧୧୩ ମିମି, କୁସୁମୀରେ ୧୦୪ ମିମି, କୁଳିଅଣାରେ ୯୪ ମିମି, ବାରିପଦାରେ ୮୩.୮ ମିମି ଏବଂ ଶାମାଖୁଣ୍ଟା ୫୬.୪ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଶିମିଳିପାଳର  ବଡଗାଁରେ ସର୍ବାଧିକ ବର୍ଷା ୧୭୨.୭୨ ମିମି ବର୍ଷା ସହ  କାବାଟଘାଇରେ ୧୩୮.୯୩୮ ମିମି, ବରେହିପାଣିରେ ୧୩୭.୪୧୪ ମିମି, ପିଠାବାୟଟାରେ ୧୨୯.୩୮ ମିମି, ଚହଲାରେ ୧୦୨.୬ ମିମି ଏବଂ ନଓଣାରେ ୯୯.୮ ମିମି ବର୍ଷା ରେକର୍ଡ ହୋଇଛି।

ତେବେ ଏହି ବୃଷ୍ଟିପାତ ତଥ୍ୟ ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଆଗକୁ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ନେଇ ଆଶଙ୍କା କରାଯାଇଛି । ଏହି ଅତ୍ୟଧିକ ବର୍ଷା ଫଳରେ କାତରା ଓ ବୁଢାବଳଙ୍ଗ ନଦୀର ବନ୍ୟା ଜଳ କୂଳ ଲଂଘିବାକୁ ଯାଉଛି। ସେହିପରି ଗଙ୍ଗାହାର, ଦେଓ, କାଳ, ସୋନ, ବାଉଁଶ, ଜମ୍ଭିରା ଓ ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର  ବଢ଼ୁଛି। ବର୍ଷା ନ ଥମିଲେ ଜିଲ୍ଲାବାସୀ ପୁଣି ଥରେ ଏକ ବଡ଼ ବନ୍ୟାର ସାମନା କରିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି।
ଲଗାଣ ବର୍ଷା ଯୋଗୁଁ ଧାନ ସମେତ ପନିପରିବା ଚାଷରେ ବ୍ୟାପକ କ୍ଷତି ଘଟିଛି। ନିମ୍ନାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।  ମାଟିକାନ୍ଥ ଘରେ କେହି ନ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସେମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

ଯାତାୟାତ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟି ରାସ୍ତା ପ୍ରବଳ ବର୍ଷା ଯୋଗୁଁ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ବର୍ଷା ପାଣି ରାସ୍ତା ଉପରେ ପ୍ରବାହିତ ହେବାରୁ ଯାନବାହନ ବ୍ରେକଡାଉନ୍ ହୋଇ ଦୀର୍ଘ ସମୟ ଧରି ଜାମ୍ ଲାଗି ରହିଥିଲା। ବିକଳ୍ପ ରାସ୍ତା ବିଶୋଇ-ଯୋକା-ଚନ୍ଦନପୁରରେ ମଧ୍ୟ ବର୍ଷା ଓ ବନ୍ୟା ଜଳ ପ୍ରବାହିତ ହେବାରୁ କିଛି ସମୟ ପାଇଁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ଜିଲ୍ଲାପାଳ ବଡ଼ସାହି, ବେତନଟୀ, ବିଶୋଇ ଓ କୁଳିଅଣା ବ୍ଲକରେ ସ୍କୁଲ ଛୁଟି ଘୋଷଣା କରିଥିବା ବେଳେ ରାଇରଙ୍ଗପୁର ଉପଜିଲ୍ଲାପାଳ ବିଇଓ ମାନଙ୍କୁ ନିଜ ଅଞ୍ଚଳର ସ୍ଥିତି ଦେଖି ସ୍କୁଲ ଛୁଟି ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଥିଲେ ମଧ୍ୟ ସମସ୍ତ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ବାଧ୍ୟତାମୂଳକ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପ୍ରଶାସନ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି। ସମ୍ଭାବ୍ୟ ଜରୁରୀକାଳୀନ ପରିସ୍ଥିତିରେ ବିଦ୍ୟାଳୟ କୋଠାଗୁଡ଼ିକୁ ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବାକୁ କୁହାଯାଇଛି । ବଡ଼ସାହି ବ୍ଲକର ୩୮ଟି ନିର୍ଦ୍ଦିଷ୍ଟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ଆଲର୍ଟ କରାଯାଇଛି  ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇ ରିଲିଫ୍, ଥଇଥାନ ଓ ପାନୀୟ ଜଳ ବ୍ୟବସ୍ଥା ତଦାରଖ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ଅନ୍ୟପଟେ ଜିଲ୍ଲାରେ ବନ୍ୟା ପରିସ୍ଥିତି କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ପୋଡ଼ାଅସ୍ତିଆ ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁଥିବା ବେଳେ ମାଣତ୍ରୀ-ବୈଶିଙ୍ଗା ରାସ୍ତାର ନାଖରା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏହାସହ ବେଲପାଳ ଓ ଘୁଷୁରିଆ ଠାରେ ପାଣି ଚାଲିବାରୁ ବଡ଼ସାହି-ବେତନଟୀ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଆବଶ୍ୟକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଜିଲ୍ଲାବାସୀଙ୍କୁ ସତର୍କ ରହିବା ସହିତ ପ୍ରଶାସନିକ ନିର୍ଦ୍ଦେଶ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।

ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ବାରିପଦା: କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ବର୍ଷା ବିତ୍ପାତ ବ୍ୟାପକ କ୍ଷୟକ୍ଷତି ରଚିଛି । ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ସ୍ତ୍ରୀର ଜୀବନ ଚାଲିଯାଇଥିବାବେଳେ ସ୍ୱାମୀ ଗୁରୁତର ଆହାତ ହୋଇଛନ୍ତି । ବାଦାମପାହାଡ ଥାନା ଅନ୍ତର୍ଗତ  ଚୁଆପାଣି ପଞ୍ଚାୟତର ଛଣୁଆ- ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ(୪୫) ସୋମବାର ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ସାରା ଲଗାଣ ବର୍ଷା ପାଇଁ ପ୍ରାୟ ୩ଟା ସମୟରେ ପଡୋଶୀ ଘରର କାନ୍ଥ ଭୁଷୁଡି ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା । ଫଳରେ ଦୁଇଟି କାନ୍ଥ ଉଭୟ ଦମ୍ପତିଙ୍କ ଉପରେ ଚାପି ହୋଇଯାଇଥିଲା ।

ଉଭୟଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ହେମଲତାଙ୍କୁ ମୃତ ଘୋଷଣା କରିଥିଲେ । ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ବାଦାମପାହାଡ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି । ତେବେ ଏଭଳି କାନ୍ଥ ବିଭିନ୍ନ ସ୍ଥାନରେ ଭୁଶୁଡ଼ି ଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଗତ ୨୪ଘଣ୍ଟାରେ ବହଳଦା ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୩ ମିମି ବର୍ଷା ହୋଇଥିବା ବେଳେ ରାଇରଙ୍ଗପୁରରେ ୨୦୭ ମିମି ରେକର୍ଡ ହୋଇଛି । ଏହା ବ୍ୟତିତ ଜାମଦାରେ ୧୨୪ ମିମି, ବାଙ୍ଗିରିପୋଷିରେ ୧୧୨.୪ ମିମି ଏବଂ ବିଜାତଳାରେ ୧୦୭ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ​ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ତିରିଂରେ ୯୬.୨ ମିମି, ସାରସକଣା ଓ ବିଶୋଇରେ ୯୨ ମିମି ଲେଖାଏଁ ବୃଷ୍ଟିପାତ ରେକର୍ଡ ହୋଇଛି । ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳ ଗୁଡିକରେ ବୃଷ୍ଟିପାତ ଯଥେଷ୍ଟ କମ୍ ରହିଛି । ​ଲଗାଣ ବର୍ଷା ଯୋଗୁଁ ତଳିଆ ପୋଲ ଗୁଡିକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ, ୧୯ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ବାରିପଦା: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରାଯାଇଛି। ତେବେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଭୟର ବାତାବରଣ ଦୂର ହୋଇଛି। ଜିଲ୍ଲାରେ ବର୍ଷାର ପରିମାଣ କମିଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ ସୂଚନା ଦେଇଛନ୍ତି। ଜନସାଧାରଣ ଆତଙ୍କିତ ନହେବାକୁ ସେ ନିବେଦନ କରିଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ୧୬ ଓ ୧୭ ତାରିଖ ପାଇଁ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା। ବିଶେଷ କରି ପଶ୍ଚିମ ମୟୂରଭଞ୍ଜର କରଞ୍ଜିଆ ଉପଖଣ୍ଡ (କରଞ୍ଜିଆ, ଯଶିପୁର, ରରୁଆଁ, ଶୁକୃଳି) ସମେତ ଠାକୁରମୁଣ୍ଡା ଓ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଶିମିଳିପାଳ ଉପରମୁଣ୍ଡରେ ଗତକାଲି ରାତିରେ ପ୍ରାୟ ୧୨୮ ମିମି ବର୍ଷା ରେକର୍ଡ କରାଯାଇଥିଲେ ହେଁ ସକାଳୁ ବର୍ଷା କମିଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବର୍ତ୍ତମାନ ୨୫.୫ ମିଟରରେ ରହିଛି, ଯାହାକି ଚେତାବନୀ ସଙ୍କେତଠାରୁ ବହୁତ ତଳେ। ଫଳରେ ବାରିପଦା ପୌରାଞ୍ଚଳ କିମ୍ବା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ନାହିଁ। ସେହିପରି ଶିମିଳିପାଳ ଓ ଗୁଡଗୁଡ଼ିଆ ଅଞ୍ଚଳର ବର୍ଷା ପାଣି ଦେଓ ନଦୀ ଦେଇ ବୈତରଣୀକୁ ନିଷ୍କାସିତ ହେଉଛି। ଡୁକୁରା ଓ ଖୁଣ୍ଟା ଅଞ୍ଚଳରେ ବର୍ଷା ଯୋଗୁଁ ଗଙ୍ଗାହାର ନଦୀ ଫୁଲିଛି। ବାଙ୍ଗିରିପୋଷି ନିକଟସ୍ଥ କାଳିଆମି ପୋଲ ତଳେ ବୁଢାବଳଙ୍ଗ ପାଣି ଅଧାରୁ କମ୍ ସ୍ତରକୁ ଖସିଆସିଛି।

ବାରିପଦା ପୌରାଞ୍ଚଳରୁ ଜଳବନ୍ଦୀ ସମସ୍ୟା ଦୂର ହୋଇଛି। ଶୁନଗଡିଆ ଅଞ୍ଚଳରେ ରେଳ ଧାରଣା ପ୍ରାୟ ୫୦ ମିଟର ଦବିଯାଇଥିବାରୁ ଏସ୍.ପି.ଙ୍କ ସହ ଜିଲ୍ଲାପାଳ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗୁଆ ସତର୍କତା ଭାବେ ଓଡ୍ରାଫ୍ (ODRAF) ଓ ଏନଡିଆରଏଫ୍ (NDRF) ଟିମ୍ ବଡ଼ସାହି, ବେତନଟୀ ଏବଂ ରାସଗୋବିନ୍ଦପୁରରେ ମୁତୟନ ଅଛନ୍ତି। ପୂର୍ବ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ କୃଷି ସର୍ଭେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଘରଭଙ୍ଗା ଓ ରିଲିଫ୍ ସହାୟତା ରାଶି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ/କର୍ମଚାରୀଙ୍କ ଛୁଟି ୧୯ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ଶିକ୍ଷାଧିକାରୀ ସୋମବାର ଦିନ ଜିଲ୍ଲାର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହିଛି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବନ୍ଦ ରହିବାକୁ ଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଣ-ଶିକ୍ଷଣ କର୍ମଚାରୀ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହି ନିଜର ଦାୟିତ୍ୱ ତୁଲାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡିଏସଡବ୍ଲୁଓ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ବନ୍ଦ ଘୋଷଣା ପରେ କେନ୍ଦ୍ର ଗୁଡିକ ବନ୍ଦ ଅଛି । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇବା ପାଇଁ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭାରି ବର୍ଷା ପାଇଁ ବାରିପଦାରେ ଦବିଲା ରେଳ ଧାରଣା, ବାଙ୍ଗିରିପୋଷି-ରୁପସା ରେଳପଥରେ ରେଳଚଳାଚଳ ଠପ୍
ବାରିପଦା: ମୟୁରଭଞ୍ଜରେ ଭାରି ବର୍ଷା ଜାରି । ପ୍ରବଳ ବର୍ଷା ଯୋଗୁଁ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ରେଳଧାରଣା ଦବିଥିବାରୁ ରେଳ ଚଳାଚଳ ବନ୍ଦ ପଡିଛି । ଲଗାଣ ବର୍ଷାର ପ୍ରଭାବରେ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ବାଙ୍ଗିରିପୋଷି-ରୁପସା  ରୁଟ୍‌ରେ ରେଳ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।

ସୂଚନା ଅନୁଯାୟୀ, ରବିବାର ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ବାଙ୍ଗିରିପୋଷି ଯିବା ପରେ ରାତିରେ ଡିଏମ୍‌ୟୁ ଟ୍ରେନ୍ ଯାତାୟାତ ସମୟରେ ରେଳଧାରଣା ଦବିଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ମେଣ୍ଟେନାନ୍ସ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ମଧ୍ୟରାତ୍ରିରୁ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ରହି ମରାମତି କାମ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ, ରେଳଧାରଣା ତଳେ ଥିବା ମାଟି ଏବେ ମଧ୍ୟ ଦବିଯାଉଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ସମୟୋଚିତ ଭାବେ ଏହି ତ୍ରୁଟି ଚିହ୍ନଟ ହୋଇନଥିଲେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ରେଳଧାରଣାର ମରାମତି ସହ ଟ୍ରାକ୍‌ର ସ୍ଥିତି ଯାଞ୍ଚ କରାଯାଉଛି। ମରାମତି ସମ୍ପୂର୍ଣ୍ଣ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।

ମୟୂରଭଞ୍ଜରେ ଲାଗିରହିଛି ଭାରି ବର୍ଷା: ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ରାସ୍ତା ବିଚ୍ଛିନ୍ନ, ୩ମୃତ
ବାରିପଦା: ଜିଲ୍ଲାରେ ଲାଗି ରହିଥିବା ଭାରି ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବୁଡାବଳଙ୍ଗ ନଦୀ ବନ୍ୟା ଯୋଗୁଁ ବଡ଼ସାହି-ବେତନଟୀ, ମାଣତ୍ରୀ-ବେତନଟୀ ଓ ବୈଶିଙ୍ଗା-ମାଣତ୍ରୀ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସାନନଦୀ ବନ୍ୟା ଯୋଗୁଁ ରାସଗୋବିନ୍ଦପୁର-ଅମର୍ଦ୍ଦାରୋଡ ରାସ୍ତା ମଧ୍ୟ ବିଚ୍ଛିନ୍ନ ହୋଇଛି।

ଗତରାତିରେ ସାନନଦୀ ସେତୁ ପାରି ସମୟରେ ଏକ ପିକଅପ୍ ଭ୍ୟାନ ଭାସିଯାଇଥିଲା। ଅଗ୍ନିଶମ ବାହିନୀ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶଙ୍କରେଇ ନାଳରୁ ଭାସି ଆସିଥିବା ଏକ ଅଜଣା ମୃତଦେହ ଚଢେଇପାହାଡ଼ିରୁ ଉଦ୍ଧାର କରାଯାଇଛି। ବିଶୋଇ ଥାନା ଖଡମବେଡା ଗ୍ରାମରେ ନିଜ ଘର ସାମନାରେ ଥିବା କୃତ୍ରିମ ଜଳାଶୟରେ ବୁଡ଼ି ୯ ବର୍ଷୀୟ ଏକ ବାଳକର ମୃତ୍ୟୁ ହୋଇଛି। ବଡ଼ସାହି ବ୍ଲକରେ ମାଛ ଧରିବାକୁ ଯାଇ ଜଣେ ଯୁବକ ବନ୍ଧପାଣିରେ ଭାସି ମୃତ୍ୟୁ ବରଣ କରିଛନ୍ତି। ବାଙ୍ଗିରିପୋଷିରେ ପୋଲ ପାରି ସମୟରେ ଭାସିଯାଇ ଗଛ ଡାଳରେ ଆଶ୍ରୟ ନେଇଥିବା ଅନ୍ୟ ଜଣେ ଯୁବକଙ୍କୁ ଓଡ୍ରାଫ୍ ଦଳ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ବର୍ଷା, ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ହେମକାନ୍ତ ସଏ ଆଜି ମଧ୍ୟ ମୟୂରଭଞ୍ଜର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ସାବଧାନତାମୂଳକ ପଦକ୍ଷେପ ନିଆଯାଇଛି।

ଜିଲ୍ଲାର ୨୨ଟି ବ୍ଲକ ଏହି ବର୍ଷା ଓ ବନ୍ୟାର ପ୍ରଭାବରେ ପଡ଼ିଛି। ବଡ଼ସାହି, ବେତନଟୀ, ବାରିପଦା, ବାଙ୍ଗିରିପୋଷି, ବହଳଦା, ଗୋପବନ୍ଧୁନଗର, ଖୁଣ୍ଟା, କୁସୁମୀ, କୁଳିଅଣା, କରଞ୍ଜିଆ, ଠାକୁରମୁଣ୍ଡା, ତିରିଂ, ରାସଗୋବିନ୍ଦପୁର, ଶାମାଖୁଣ୍ଟା, ଜାମଦା, ଯଶିପୁର, ଶୁଲିଆପଦା, ରାଇରଙ୍ଗପୁର, ଶୁକୃଳି, ରରୁଆଁ, ମୋରଡ଼ା ଓ ବିଜାତଳା ଆଦି ବ୍ଲକରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ଅନେକ ସ୍ଥାନରେ ବର୍ଷା ଓ ବନ୍ୟା ଜଳ ରାସ୍ତା ତଥା ପୋଲ ଉପରେ ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ଏହି ପରିସ୍ଥିତିରେ ୨୮ଟି ଗ୍ରାମ ପଞ୍ଚାୟତ ଓ ୪୫ଟି ଗ୍ରାମ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୧,୭୩୫ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୨୧୫ଟି ଘର କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ଦୁଇଟି କୁଡ଼ିଆ ଓ ୧୧ଟି ଗୁହାଳ ରହିଛି। ପ୍ରଶାସନ ପକ୍ଷରୁ ୧୦ଟି ଆଶ୍ରୟସ୍ଥଳୀ ଖୋଲାଯାଇଛି ଏବଂ ୧୪ଟି ସ୍ଥାନରେ ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ସ୍ଥାନରେ ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା କମିଥିଲେ ହେଁ ଉପମୁଣ୍ଡରୁ ଆସୁଥିବା ଜଳ ଯୋଗୁଁ ନଦୀମାନଙ୍କରେ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଜିଲ୍ଲାପାଳ, ଏସପି ସମେତ ସମସ୍ତ ଅଧିକାରୀ ବିଭିନ୍ନ ଅଞ୍ଚଳ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ଓଡ଼ିଶାରେ ପୁଣି ଜଳବନ୍ଦୀ ଆଶଙ୍କା; ମହାନଦୀ ଓ ବ୍ରାହ୍ମଣୀ ବିପଦମୁକ୍ତ, ଶାଳନ୍ଦୀ ଓ ବୁଢ଼ାବଳଙ୍ଗ ଉପରେ ସ୍ୱତନ୍ତ୍ର ନଜର
ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (EIC) ଦିଲ୍ଲୀପ କୁମାର ରାଉତ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ମହାନଦୀ ଏବଂ ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ କୌଣସି ବନ୍ୟା ଆଶଙ୍କା ନାହିଁ। କିନ୍ତୁ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି।

ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ ସ୍ପଷ୍ଟ କରିଛନ୍ତି ଯେ, ବୈତରଣୀ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇବ, ମାତ୍ର ଏହା ବନ୍ୟା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା କମ୍। ଅନ୍ୟପକ୍ଷରେ, ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହା ସତର୍କ ସଙ୍କେତ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହି ନଦୀ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ମହାନଦୀ ଅବବାହିକାରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ରହିଛି ଏବଂ କୌଣସି ତୁରନ୍ତ ବିପଦ ନାହିଁ ବୋଲି ଇଆଇସି (EIC) ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତଥାପି, ବିପଦସଙ୍କୁଳ ଅଞ୍ଚଳ ତଥା ନଦୀ କୂଳିଆ ବାସିନ୍ଦା ଏବଂ ଜିଲ୍ଲା ପ୍ରଶାସନକୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଓ ପ୍ରସ୍ତୁତ ରହିବାକୁ ସେ ନିବେଦନ କରିଛନ୍ତି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ମୟୂରଭଞ୍ଜରେ ଭାରି ବର୍ଷା: ଆଜି ସମସ୍ତ ବିଦ୍ୟାଳୟ ବନ୍ଦ
ବାରିପଦା: ମୟୂରଭଞ୍ଜରେ ଜାରି ରହିଛି ପ୍ରବଳ ବର୍ଷା ।  ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ  ହେମକାନ୍ତ ସଏଙ୍କ ନିର୍ଦ୍ଦେଶକ୍ରମେ ଆଜି  ଜିଲ୍ଲାର ସମସ୍ତ ପ୍ରକାରର ବିଦ୍ୟାଳୟ ବନ୍ଦ ରହିବ।

ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତରଫରୁ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ନିଜ ନିଜ କ୍ଷେତ୍ରରେ ଥିବା ସରକାରୀ, ସରକାରୀ ସହାୟକ ଓ ବେସରକାରୀ ବିଦ୍ୟାଳୟର (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ) ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେବେ ଯେପରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ବିଦ୍ୟାଳୟ ବନ୍ଦ ରଖାଯାଏ।

ତଥାପି ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଅଧ୍ୟକ୍ଷ ଓ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟକୁ ଯଥାସମୟରେ ଉପସ୍ଥିତ ହେବେ ଏବଂ କ୍ଲାସ୍ ୱାଟ୍ସଆପ୍ ଗ୍ରୁପ୍, ଫୋନ୍ କଲ୍, ଏସଏମଏସ୍ ଆଦି ଉପଲବ୍ଧ ଯୋଗାଯୋଗ ମାଧ୍ୟମରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ବିଦ୍ୟାଳୟ ବନ୍ଦ ରହିବାର ସୂଚନା ପ୍ରସାର କରିବେ। ଯେପରି କୌଣସି ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ନ ଆସନ୍ତି। ଏହି ସୂଚନା ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ତରଫରୁ ଜାରି କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ: ୧୫ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ ଉପରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହା ପ୍ରଭାବରେ ଆସନ୍ତା ୧୨ ଅଗଷ୍ଟ ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପ୍ରଭାବରେ  ଆଗାମୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରବଳ ବର୍ଷା ଜନିତ ଚେତାବନୀ ମଧ୍ୟ ଜାରି ହୋଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର  ଏବେ ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ସଂଲଗ୍ନ ଛତିଶଗଡ଼ରେ ସକ୍ରିୟ ରହିଛି। ବର୍ତ୍ତମାନ ଏହାର ପ୍ରଭାବ ରାଜ୍ୟ ଉପରେ ନାହିଁ। ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଅନେକ ସ୍ଥାନରେ ବର୍ଷା ହେଉଛି। ଆଗକୁ ଲଘୁଚାପ ସହ ସକ୍ରିୟ ମୌସୁମୀ ପ୍ରଭାବରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି କ୍ରମରେ ଆଜି ସାରା ରାଜ୍ୟରେ ବର୍ଷା ସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ୱଲପୁର ଓ ଦେବଗଡ଼ ଆଦି ୨୨ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ  ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ପବନର ବେଗ ବୃଦ୍ଧି ପାଇ ୩୫ରୁ ୪୫ କିମି ସର୍ବାଧିକ ୫୫ କିମି ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା କରାଯାଉଛି। ଏଥିପାଇଁ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମସ୍ଥ୍ୟଜୀବୀଙ୍କୁ ବାରଣ କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ଷ୍ଟେସନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଗଞ୍ଜାମ ପାତ୍ରପୁରରେ ସର୍ବାଧିକ ୮୦.୪ ମିମି ବର୍ଷା ରେକର୍ଡ ହୋଇଛି। ଜୁନ ୧ରୁ ଏଯାବତ ସାରା ରାଜ୍ୟରେ ସମୁଦାୟ ବର୍ଷା ୮୬୪.୩ ମିମି ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୬୭୭ ମିମି ତୁଳନାରେ ବର୍ଷାର ପରିମାଣ ୨୮ ପ୍ରତିଶତ ଅଧିକ ରେକର୍ଡ ହୋଇଛି।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଶନିବାର ସକାଳ ୮:୩୦ ମିନିଟ୍ ସମୟରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ସିଷ୍ଟମ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉପର ଯାଏଁ ବ୍ୟାପିଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ।