Cuttack news - The Sakala

ମୋବାଇଲ୍ ନିଶା ନେଲା ଜୀବନ: ମା'ଙ୍କ ଗାଳି ପରେ ପୁଅର ଆତ୍ମହତ୍ୟା, ଦୁଃଖରେ ବିଷ ପିଇଲେ ମା'
କଟକ: ସଂସାର ଉଜାଡିଦେଲା ମୋବାଇଲ୍ । ମୋବାଇଲ ଦେଖିବାକୁ ବାରଣ କରିବାରୁ ଆତ୍ମହତ୍ୟା କଲା ପୁଅ । ପୁଅ ମୃତ୍ୟୁ ଖବର ପାଇ ମାଆ ପିଇଦେଲା ବିଷ । ବର୍ତ୍ତମାନ ମା' ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏପରି ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ହାତୀଖଣା ଗାଁରେ । ସବୁଠାରୁ ବଡ଼ ବିଡ଼ମ୍ବନାର ବିଷୟ ହେଉଛି, ପିଲାଟିର ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦିନ ହିଁ ଏହି ଅଭାବନୀୟ ଘଟଣା ଘଟିଛି। ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ମା'ଙ୍କ ଗାଳି ଶୁଣିବା ପରେ ୧୫ ବର୍ଷର ନାବାଳକ ଆୟୁଷ୍ମାନ ସାହୁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ମର୍ମାହତ ହୋଇ ତାଙ୍କ ମା' ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏବଂ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ମୃତ ନାବାଳକ ଜଣକ ହେଲେ ସ୍ୱର୍ଗତ ସୁବାସ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ଆୟୁଷ୍ମାନ ସାହୁ ଓରଫ୍ ସୋମୁ। ଗୁରୁବାର ଦିନ ତାଙ୍କ ବାପାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଥିବାରୁ ଘରେ ପୂଜାପାଠ ଚାଲିଥିଲା। ଏହି କାରଣରୁ ସୋମୁ ସ୍କୁଲ୍ ଯାଇନଥିଲେ। ସକାଳ ପ୍ରାୟ ୯ଟା ସମୟରେ ସୋମୁ ଏକାଗ୍ରତାର ସହ ମୋବାଇଲ୍ ଦେଖୁଥିବା ବେଳେ ତାଙ୍କ ମା' ତାଙ୍କୁ ତାଗିଦ୍ କରିବା ସହ ଫୋନ୍‌ଟିକୁ ଲୁଚାଇ ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସୋମୁ ଘରେ ଥିବା କୀଟନାଶକ ପିଇ ଦେଇଥିଲେ।

ପରିବାର ଲୋକେ ସୋମୁଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତପୁରର ଏକ ଘରୋଇ ଡାକ୍ତରଖାନାରେ ଓ ପରେ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜର ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିବା ମା' ମଧ୍ୟ ବିଷ ପିଇ ଦେଇଥିଲେ। ପଡ଼ୋଶୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି, ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି।

କଟକରେ ପୁଣି ‘ଆମ ବସ୍’ର ଆତଙ୍କ: ବାଇକ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ୫୦ ଫୁଟ୍
ରାଜ୍ୟରେ ପୁଣିଥରେ ‘ଆମ ବସ୍’ ର ବେପରୁଆ ଚାଳନାକୁ ନେଇ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି। କଟକର ମଲାଚଣ୍ଡିଆ ଛକ ନିକଟରେ ଏକ ‘ଆମ ବସ୍’ ଜଣେ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଦୁର୍ଘଟଣାର ବିବରଣୀ

ସୂଚନା ଅନୁସାରେ, ୧୮ ନମ୍ବର ରୁଟ୍‌ରେ ଯାଉଥିବା ଏକ ‘ଆମ ବସ୍’ ନେତାଜୀ ବସ୍ ଟର୍ମିନାଲ ମଧ୍ୟକୁ ପ୍ରବେଶ କରୁଥିଲା। ଏହି ସମୟରେ ବସ୍‌ଟି ବାମ ପଟେ ଯାଉଥିବା ଏକ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା। କେବଳ ଧକ୍କା ଦେଇନଥିଲା, ବରଂ ବାଇକ୍ ସହ ଆରୋହୀଙ୍କୁ ପ୍ରାୟ ୫୦ ଫୁଟ୍ ବାଟ ଘୋଷାଡ଼ି ନେଇଥିଲା। ଏହାପରେ ବସ୍‌ଟି ଆରୋହୀଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହାକୁ ଦେଖି ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣାସ୍ଥଳରେ ବେହୋସ ହୋଇପଡ଼ିଥିଲେ। ଦୁର୍ଘଟଣା ଘଟାଇବା ପରେ ବସ୍ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକଙ୍କ ସାହସିକତା ଓ ଉଦ୍ଧାରକାର୍ଯ୍ୟ

ଦୁର୍ଘଟଣା ପରେ ଯୁବକ ଜଣକ ଗୁରୁତର ଅବସ୍ଥାରେ ବସ୍ ତଳେ ଫସି ରହିଥିଲେ। ତେବେ ସ୍ଥାନୀୟ ଲୋକେ ଅଦମ୍ୟ ସାହସର ପରିଚୟ ଦେଇଥିଲେ। କୌଣସି ଜ୍ୟାକ୍ କିମ୍ବା କ୍ରେନ୍‌କୁ ଅପେକ୍ଷା ନକରି ଶତାଧିକ ଲୋକ ମିଶି ବସ୍‌କୁ ଟେକି ଦେଇଥିଲେ ଏବଂ ଆହତ ଯୁବକଙ୍କୁ ବସ୍ ତଳୁ ଉଦ୍ଧାର କରିଥିଲେ। ଖବର ପାଇ ବାଦାମବାଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ବସ୍‌ଟିକୁ ଜବତ କରି ଫେରାର ଡ୍ରାଇଭରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ
କଟକ: ଓପିଏସସି ପରିଚାଳିତ ଓଡିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷାରେ କପି ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ। କଟକ ଏବିଆଇଟି ପରୀକ୍ଷା କେନ୍ଦ୍ରରେ ଅଭିଷେକ ରାଉତ ନାମକ ପରୀକ୍ଷାର୍ଥୀଙ୍କ ପାଖରୁ ମୋବାଇଲ ଓ ବ୍ଲୁ ଟୁଥ୍ ଜବତ ହୋଇଥିଲା। ପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଅନ୍ୟ   ତିନି ସହଯୋଗୀଙ୍କ ସଂପର୍କରେ ଜଣା ପଡିଥିଲା। ପରେ ବାକି ତିନି ଜଣଙ୍କ ମଧ୍ୟ ଗିରଫ କରିଛି ପୋଲିସ।

ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀ ଜଣକ ନିଜ ପାଖରେ ଏକ ମୋବାଇଲ୍ ଫୋନ୍ ଲୁଚାଇ ରଖିବା ସହ କାନରେ ବ୍ଲୁ ଟୁଥ୍ ଇୟରଫୋନ୍ ଲଗାଇ ପରୀକ୍ଷା ଦେଉଥିଲେ। ପରୀକ୍ଷା ଚାଲିଥିବା ସମୟରେ ସେ ବାରମ୍ବାର ପ୍ରଶ୍ନଗୁଡ଼ିକୁ ଜୋରରେ ପଢ଼ୁଥିଲେ, ଯାହାକୁ ନେଇ ପରୀକ୍ଷା କେନ୍ଦ୍ରରେ ଥିବା ଇନଭିଜିଲେଟରଙ୍କ ସନ୍ଦେହ ବଢ଼ିଥିଲା। ପରେ ଯାଞ୍ଚ କରାଯିବାରୁ ସେ ମୋବାଇଲ୍ ଏବଂ ଇୟରଫୋନ୍ ମାଧ୍ୟମରେ କପି କରୁଥିବା ସ୍ପଷ୍ଟ ହୋଇଥିଲା।

ପରୀକ୍ଷାର୍ଥୀ ଜଣକ ଧରାପଡ଼ିବା ପରେ ତାଙ୍କୁ ତୁରନ୍ତ ମର୍କତନଗର ପୋଲିସ ଜିମା ଦିଆଯାଇଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ପରୀକ୍ଷା କେନ୍ଦ୍ର ବାହାରୁ ତାଙ୍କର ୩ ଜଣ ସହଯୋଗୀ ତାଙ୍କୁ ସାହାଯ୍ୟ କରୁଥିଲେ। ସହଯୋଗୀମାନେ ସିଡିଏ ଏବଂ ବାଦାମବାଡ଼ି ଅଞ୍ଚଳରେ ରହି ଫୋନ୍ ଯୋଗେ ତାଙ୍କୁ ଉତ୍ତର କହୁଥିଲେ। ପୋଲିସ ମୋବାଇଲର କଲ୍ ରେକର୍ଡ ଯାଞ୍ଚ କରିବା ପରେ ଏହି ୩ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି।

ବଡ଼ମ୍ବାରେ ନକଲି ଡାକ୍ତରଙ୍କ କଳା କାରନାମା: ୧୨ ବର୍ଷ ଧରି ଚାଲିଥିଲା ବେଆଇନ ଗର୍ଭପାତ କ୍ଲିନିକ୍
କଟକ: କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ଏକ ବଡ଼ ଧରଣର ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି। ବଡ଼ମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଦୀର୍ଘ ୧୨ ବର୍ଷ ଧରି ଚାଲିଥିବା ଏକ ବେଆଇନ ଗର୍ଭପାତ କ୍ଲିନିକ୍ ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଘଟଣାରେ ନକଲି ଡାକ୍ତର ସାଜିଥିବା ଜୟନ୍ତ ବସ୍ତିଆ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ଗ୍ରାହକ ସାଜିଲେ ପୋଲିସ ଅଧିକାରୀ

ପୋଲିସକୁ ଏହି ବେଆଇନ କ୍ଲିନିକ୍ ସମ୍ପର୍କରେ ଏକ ଗୁପ୍ତ ସୂଚନା ମିଳିଥିଲା। ତେବେ ଘଟଣାର ସତ୍ୟତା ଜାଣିବା ଏବଂ ଅଭିଯୁକ୍ତକୁ ହାତେନାତେ ଧରିବା ପାଇଁ ବଡ଼ମ୍ବା ଥାନାର ମହିଳା ଏସଆଇ ବିଶ୍ୱ ବନ୍ଦିତା ସାହୁ ନିଜେ ଜଣେ ଗ୍ରାହକ ସାଜି ସେଠାରେ ପହଞ୍ଚିଥିଲେ। ଗର୍ଭପାତ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ହିଁ ପୋଲିସ ଟିମ୍ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲା। ଏହି ରେଡ୍ ବେଳେ ଘଟଣାସ୍ଥଳରୁ ଜଣେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ପଠାଯାଇଛି।

ବିନା କାଗଜପତ୍ରରେ ଚାଲିଥିଲା ବେଆଇନ କାରବାର

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜୟନ୍ତ ବସ୍ତିଆ ପ୍ରକୃତରେ ଜଣେ ହୋମିଓପାଥିକ୍ ଡାକ୍ତର, କିନ୍ତୁ ଏଭଳି ସ୍ପର୍ଶକାତର ଚିକିତ୍ସା ବା କ୍ଲିନିକ୍ ଚଳାଇବା ପାଇଁ ତାଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନଥିଲା। ଚଢ଼ାଉ ସମୟରେ କ୍ଲିନିକରୁ ଗର୍ଭପାତ ପାଇଁ ବ୍ୟବହୃତ ହେଉଥିବା ସକ୍ସନ ମେସିନ, ବିଭିନ୍ନ ଅପରେସନ ଯନ୍ତ୍ରପାତି ଏବଂ ବହୁ ପରିମାଣର ଔଷଧ ଜବତ କରାଯାଇଛି। ଥାନା ଅଧିକାରୀ ପରମାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଥାନାରେ କେସ ନମ୍ବର ୧୪୧/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

କଟକ ଏସ୍‌ସିବି ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ଜଣ ରୋଗୀଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ରାଜ୍ୟର ସର୍ବବୃହତ ସ୍ୱାସ୍ଥ୍ୟକେନ୍ଦ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଆଜି ଭୋରରୁ ଏକ ହୃଦୟବିଦାରକ ଅଗ୍ନିକାଣ୍ଡ ଘଟିଯାଇଛି। ମେଡିକାଲର ଏକ ୱାର୍ଡରେ ନିଆଁ ଲାଗିଯିବା ଫଳରେ ୧୦ ଜଣ ରୋଗୀଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ କମିସନର ଏହି ଅଭାବନୀୟ ଘଟଣା ସମ୍ପର୍କରେ ପ୍ରାଥମିକ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରୀରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ନିଆଁ ଏବଂ ଧୂଆଁ ବ୍ୟାପିଯିବାରୁ ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା। ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ହସ୍‌ପିଟାଲ କର୍ମଚାରୀ ଓ ନିଜସ୍ୱ ଅଗ୍ନିଶମ ବିଭାଗ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବାହାରୁ ୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ପ୍ରବଳ ଧୂଆଁ ଏବଂ ନିଆଁ ଯୋଗୁଁ ରୋଗୀମାନେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲେ। ଗୁରୁତର ଅବସ୍ଥାରେ ଥିବା ଆଇସିୟୁ ରୋଗୀମାନଙ୍କୁ ତୁରନ୍ତ ହସ୍‌ପିଟାଲର ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ସର୍ଟସର୍କିଟ ଯୋଗୁଁ ଘଟିଛି ନା ଏଥିରେ ପ୍ରଶାସନିକ ଅବହେଳା ରହିଛି, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। ମେଡିକାଲ ପରିଚାଳନାଗତ ତ୍ରୁଟି ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଏସ୍‌ସିବି ମେଡିକାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ସେ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଏହି ହୃଦୟବିଦାରକ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏହା ସହ ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।