RahulGandhi - The Sakala

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍
ଲକ୍ଷ୍ନୌ: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ରହିଥିଲା। କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ।

କର୍ଣ୍ଣାଟକରେ ବନ୍ଦ ହେଲା ଘୃଣାର ବଜାର: ରାହୁଲ ଗାନ୍ଧି
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ। କଂଗ୍ରେସକୁ ବିଜୟ ମିଳିବା ପରେ ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି। ଏନେଇ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ। ଗରିବ ଜନତାଙ୍କ ସହଯୋଗ ହିଁ କଂଗ୍ରେସକୁ ବିଜୟୀ କରିଥିବା କହିଛନ୍ତି ରାହୁଲ। ଏହି ବିଜୟ କର୍ଣ୍ଣାଟକରେ ଘୃଣାର ବଜାରର ଅନ୍ତ ଘଟାଇଛି। ଖୋଲିଛି ହୃଦୟର ବଜାର। କର୍ଣ୍ଣାଟକରେ ଦ୍ବେଷଭାବର ଦୂର ହୋଇଛି ବୋଲି କହିଛନ୍ତି ରହୁଲ। ହୃଦୟ ଖୋଲି ନିର୍ବାଚନ ଲଢିଛି କଂଗ୍ରେସ। ବିଶେଷ କରି ପ୍ରଭାବଶାଳୀ ଓ ଗରିବ ଜନତାଙ୍କ ମଧ୍ୟରେ ଲଢେଇ ହୋଇଥିଲା।

ଗରିବ ଜନତାଙ୍କୁ ନେଇ କଂଗ୍ରେସ ନିର୍ବାଚନ ଲଢିଥିଲା। ଏହି ବିଜୟ ଗରିବ ଜନତାଙ୍କର ବୋଲି କହିଛନ୍ତି ରାହୁଲ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଏହାର କାର୍ଯ୍ୟକାଳରେ ଅନେକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଲୋକମାନେ ଆମର ପାଞ୍ଚଟି ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିଛନ୍ତି।

ରାହୁଲଙ୍କୁ ଜେରା କରୁଛି ଇଡି, ରାସ୍ତାରେ ପ୍ଲା କାର୍ଡ ଧରି କର୍ମୀଙ୍କ ବିକ୍ଷୋଭ
ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ପ୍ରଦର୍ଶନ ନିର୍ଦ୍ଦେଶାଳୟ (ED)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅନ୍ୟାନ୍ୟ ନେତା ଓ କର୍ମୀଙ୍କ ସହ ଇଡି କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ରାହୁଲ । ରାହୁଲଙ୍କୁ ପଚରା ଉଚୁରା ଆରମ୍ଭ କରିଛି ଇଡି । ଯାଞ୍ଚ ଏଜେନ୍ସୀର ୩ ଅଧିକାରୀ ରାହୁଲଙ୍କୁ ଜେରା କରୁଛନ୍ତି । ଏହି ସମସ୍ତ ପ୍ରକ୍ରିୟା ଡେପୁଟି ନିର୍ଦ୍ଦେଶକ ପାହ୍ୟା ଅଫିସରଙ୍କ ତତ୍ତ୍ବାବଧାନରେ ଚାଲିଛି । ଯାହା ବିରୁଦ୍ଧରେ ସମଗ୍ର ଦେଶରେ ପାର୍ଟି ଅଫିସରେ ବିରୋଧ କରୁଛି କଂଗ୍ରେସ । ଶାସକ ବିଜେପି ବିରୁଦ୍ଧରେ ପ୍ରତିଶୋଧ ରାଜନୀତି କରୁଛି। ଇଡିର ଅପବ୍ୟବହାର କରି କେନ୍ଦ୍ର ସରକାର ଦଳକୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଦଳ ପଛକୁ ହଟିବ ନାହିଁ ବରଂ ଏହା ବିରୁଦ୍ଧରେ ସତ୍ୟାଗ୍ରହ କରିବ ବୋଲି କହିଛି କଂଗ୍ରେସ । ଆଜି ଦଳର ବରିଷ୍ଠ ନେତା ଓ ସାଂସଦଙ୍କ ସହ ମାର୍ଚ୍ଚ କରି ରାହୁଲ ଇଡି ମୁଖ୍ୟାଳୟରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲା କଂଗ୍ରେସ । କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା ଦିଲ୍ଲୀ ପୁଲିସ ।

Delhi | Congress workers protesting in the Central Delhi area detained by police pic.twitter.com/rBa6dWkkvq

— ANI (@ANI) June 13, 2022

ଫଳରେ ରାହୁଲ କାର୍ଯ୍ଯର୍ତ୍ତାଙ୍କ ସହ ପାର୍ଟି ଅଫିସରୁ ପାଦରେ ମାର୍ଚ୍ଚ କରି ଇଡି ଅଫିସ ଯିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇଥିଲା ପୁଲିସ । ସେପଟେ ଇଡି ଅଫିସ ସାମନାରେ ପହଞ୍ଚି ବିରୋଧ କରିଥିଲେ ଦଳୀୟ କର୍ମୀ । ସେଣ୍ଟ୍ରାଲ ଦିଲ୍ଲୀରେ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ଉଠାଇ ନେଇଛି ପୁଲିସ । କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, କେସି ବେଣୁଗେପାଳ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ଅଶୋକ ଗେହଲଟଙ୍କୁ ପୁଲିସ ଉଠାଇ ନେଇଛି । ରାହୁଲଙ୍କୁ ଇଡିର ସମନକୁ ବିରୋଧ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ବରିଷ୍ଠ ନେତା ରଣଦୀପ ସୁରଜେୱାଲା ବିଜେପିକୁ ଟାର୍ଗେଟ କରିଛନ୍ତି ।

ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ: ବିଜେପିକୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀର ପାଠ ପଢାଇଲେ ରାହୁଲଗାନ୍ଧୀ
ଜୟପୁର: ରବିବାର କଂଗ୍ରେସ ଜୟପୁରରେ ଦରଦାମ ହ୍ରାସ ଦାବିରେ ଏକ ରାଲି କରିଛି । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ବର୍ତ୍ତମାନ ଦୁଇଟି ଶବ୍ଦକୁ ନେଇ ରାଜନୀତି କରାଯାଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଓ ଅନ୍ୟଟି ହେଉଛି ହିନ୍ଦୁତ୍ୱବାଦୀ । ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମହାତ୍ମା ଗାନ୍ଧୀ ଥିଲେ ହିନ୍ଦୁ ଓ ଗଡସେ ଥିଲେ ହିନ୍ଦୁତ୍ୱବାଦୀ ।

ଏହି ରାଲିରେ ଉଦବୋଧନ ଦେବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ଦୁଇଟି ଜୀବ ମଧ୍ୟରେ ଗୋଟିଏ ଆତ୍ମା ରହି ପାରିବନି । ସେହିପରି ଭାବରେ ଦୁଇଟି ଶବ୍ଦର ଗୋଟିଏ ଅର୍ଥ ହୋଇ ପାରିବ ନାହିଁ । ପ୍ରତିଟି ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ଥାଏ । ବର୍ତ୍ତମାନ ଦେଶରେ ଦୁଇଟି ଶବ୍ଦକୁ ନେଇ ରାଜନୀତି ହେଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଏବଂ ଦ୍ୱିତୀୟ ଶବ୍ଦ ହେଉଛି ହିନ୍ଦୁତ୍ୱବାଦୀ । ଏହି ଦୁଇଟି ଶବ୍ଦର ଅର୍ଥ ଭିନ୍ନ ଅଟେ ।

ରାହୁଲ ଆହୁରି କହିଛନ୍ତି କି ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ । ଏମାନେ ସବୁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହଁନ୍ତି । ଆଜି ମୁଁ ଆପଣଙ୍କୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ କ’ଣ ଭିନ୍ନ ରହିଛି ତାହା କହିବାକୁ ଚାହୁଁଛି ବୋଲି କହିଥିଲେ ରାହୁଲ ଗାନ୍ଧୀ। ମହାତ୍ମା ଗାନ୍ଧୀ ହିନ୍ଦୁ ଓ ନାଥୁରାମ୍ ଗଡସେ ହିନ୍ଦୁତ୍ୱବାଦୀ ଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁର ରାସ୍ତା ସତ୍ୟାଗ୍ରହ ଅଟେ । ସେ ଯାହା ବି ହେଉ ନା କାହିଁକି ହିନ୍ଦୁ ସବୁ ସମୟରେ ସତ୍ୟକୁ ସନ୍ଧାନ କରିଥାଏ । ମହାତ୍ମା ଗାନ୍ଧୀ ତାଙ୍କ ଜୀବନୀରେ ଲେଖିଥିଲେ କି ସେ ପୂରା ଜୀବନ ସତ୍ୟକୁ ବୁଝିବା ପାଇଁ ଅତିବାହିତ କରିଥିଲେ । କିନ୍ତୁ ଶେଷରେ ତାଙ୍କୁ ଜଣେ ହିନ୍ଦୁତ୍ୱବାଦୀ ଗୁଳି କରି ହତ୍ୟା କଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସେ ଆହୁରି କହିଛନ୍ତି କି ହିନ୍ଦୁତ୍ୱବାଦୀ କ୍ଷମତା ପାଇବା ପାଇଁ ପୂରା ଜୀବନ ବିତାଇ ଦିଅନ୍ତି । ସେମାନଙ୍କର ସତ୍ୟ ସନ୍ଧାନରେ କିଛି ସମ୍ପର୍କ ନାହିଁ । ସେମାନଙ୍କୁ କେବଳ କ୍ଷମତା ଦରକାର ଓ କ୍ଷମତା ପାଇଁ ସେମାନେ କିଛି ବି କରିପାରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁ ସାମ୍ନାରେ ଛିଡା ହୋଇ ଭୟର ସାମ୍ନା କରିଥାଏ ଏବଂ ଗୋଟିଏ ବି ଇଞ୍ଚ ପଛକୁ ଫେରିନଥାଏ । କିନ୍ତୁ ହିନ୍ଦୁତ୍ୱବାଦୀ ଭୟରେ ନତମସ୍ତକ କରିଥାଏ । ଏହା ହେଉଛି ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ ଫରକ ।

ରାହୁଲ ଏହି ରାଲିକୁ ସମ୍ବୋଧିତ କରିବା ସମୟରେ କହିଥିଲେ କି ମୁଁ କାହିଁକି ଆପଣଙ୍କୁ ଏହି ଭାଷଣ ଦେଉଛି? କାରଣ ଆପଣମାନେ ସବୁ ହେଉଛନ୍ତି ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହଁନ୍ତି । ଏ ଦେଶ ହିନ୍ଦୁଙ୍କର ହିନ୍ଦୁତ୍ୱବାଦୀଙ୍କର ନୁହେଁ । ଆଜି ଯଦି ଏହି ଦେଶରେ ଦରଦାମ ବୃଦ୍ଧି ହୋଇଛି ତାହାଲେ ଏଥି ପାଇଁ ଦାୟୀ ହେଉଛନ୍ତି ହିନ୍ଦୁତ୍ୱବାଦୀ । ହିନ୍ଦୁତ୍ୱବାଦୀଙ୍କୁ କେବଳ କ୍ଷମତା ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସୀମା ବିବାଦ ଉପରେ ଆଲୋଚନା ପାଇଁ ମିଳିଲାନି ଅନୁମତି, ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରୁ ଅଧାରୁ ଉଠି ଚାଲିଗଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରୁ ଅଧାରୁ ଉଠି ଚାଲିଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଡୋକଲାମ ସମେତ ସୀମାର ଅନେକ ବିଷୟ ଉପରେ ଚର୍ଚ୍ଚାର ଦାବି କରିଥିଲେ ରାହୁଲ । ହେଲେ ତାଙ୍କ ଦାବିକୁ ଖାରଜ କରିଦିଆଯାଇଥିବାରୁ ସେ ବୈଠକ ମଝିରୁ ଉଠି ପଳାଇଆସିଥିବା କୁହାଯାଉଛି ।

ଆଜି ୩ଟାରେ ଏହି ବୈଠକ ବସିଥିଲା। ବୈଠକରେ ରାହୁଲ ଗାନ୍ଧି ଓ ତାଙ୍କ ସଂସଦୀୟ ସହଯୋଗୀମାନେ ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ହେଲେ ସେମାନଙ୍କର ଏହି ଅନୁରୋଧକୁ ପ୍ୟାନେଲର ଅଧ୍ୟକ୍ଷ ଜୁଏଲ ଓରାମ ଗ୍ରହଣ କରି ନଥିଲେ।

ପୂର୍ବରୁ ବୈଠକର ଏଜେଣ୍ଡାରେ ଏହା ନଥିବାରୁ ଶ୍ରୀ ଓରାମକୁ ଏହାକୁ ଆଲୋଚନା ପରିସର ଭୁକ୍ତ କରି ନଥିଲେ। ବୈଠକ ଏଜେଣ୍ଡା ଅନୁଯାୟୀ, କେବଳ କ୍ୟାଣ୍ଟନମେଣ୍ଟ ବୋର୍ଡର କାର୍ୟ୍ୟ ଉପରେ ଆଲୋଚନା ହେବାର ଥିଲା। କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ହେଲେ ସଦସ୍ୟମାନଙ୍କୁ ୧୪ ଦିନ ପୂର୍ବରୁ ନୋଟିସ ଦେବାକୁ ପଡ଼ିଥାଏ। କଂଗ୍ରେସ କିମ୍ବା ରାହୁଲ ଗାନ୍ଧି ନୋଟିସ ଦେଇ ନଥିବାରୁ ଜୁଏଲ ଓରାମ ଆଜି ଏହା ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଥିଲେ।

ଏହାକୁ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିବା ସହ ବୈଠକରୁ ଉଠି ପଳାଇଆସିଥିଲେ ।ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ରାହୁଲ ଗାନ୍ଧୀ ପ୍ରତିରକ୍ଷା କମିଟି ବୈଠକରୁ ୱାକଆଉଟ କରିଥିଲେ । ଏହି ସମୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ କମିଟିକୁ ପ୍ରତିରକ୍ଷା ୟୁନିଫର୍ମ ଉପରେ ସୂଚନା ଦେଉଥିଲେ । ଆଉ ବୈଠକ ମଝିରେ ରାହୁଲ ଲଦାଖ ଉପରେ କଣ ପ୍ରସ୍ତୁତି ରହିଥିବା ସିଡିଏସଙ୍କୁ ପ୍ରଶ୍ନ କରିଥିଲେ ।ଚୀନ ସହ ସୀମା ବିବାଦ ଉପରେ ଚର୍ଚ୍ଚା ଚାହୁଁଥିଲେ ରାହୁଲ । ହେଲେ ଗାନ୍ଧୀଙ୍କର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କମିଟି ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କୁ କହିବା ଅଧାରୁ ଅଟକାଇ ଦେଇଥିଲେ । ଫଳରେ ରାହୁଲ ବିରକ୍ତ ହୋଇ ବୈଠକ ଅଧାରୁ ଉଠି ପଳାଇଆସିଥିଲେ ।

ଅନୁରାଗ ଓ ତାପସୀଙ୍କ ଘରେ ଆୟକର ଚଢ଼ାଉର ଦ୍ବିତୀୟ ଦିନ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ
ମୁମ୍ବଇ: ଦ୍ୱିତୀୟ ଦିନ ପାଇଁ ତାପସୀ ପନ୍ନୁ ଏବଂ ଅନୁରାଗ କାଶ୍ୟପଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଇ  ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ଟିମ୍ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁଙ୍କୁ ପଚରାଉଚରା କରି ସେମାନଙ୍କ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି। ତାଙ୍କ ଲାପଟପ୍ ଏବଂ ଫୋନ୍ ଅନୁସନ୍ଧାନ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ପୁଣେରେ ଅନୁରାଗ ଏବଂ ତାପସୀଙ୍କୁ ପଚରାଉଚରା କରାଯାଉଛି।

ଆୟକର ବିଭାଗ ମଧ୍ୟ ଚାରୋଟି କମ୍ପାନୀ ଫାଣ୍ଟମ୍ ଫିଲ୍ମ, କ୍ୱାନ୍, ଏକ୍ସାଇଡ୍ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଉପରେ ଚଢାଉ କରିଛି। ଫିଲ୍ମ ନିର୍ମାତା ମଧୁ  ମଣ୍ଟେନାଙ୍କ ମୁମ୍ବାଇସ୍ଥିତ କୁଇନବିଚ୍ ବିଲ୍ଡିଂ ଉପରେ ଚଢାଉ କରିଛି। ଏହା ବ୍ୟତୀତ ତାଙ୍କ କମ୍ପାନୀର ଚାରୋଟି ଆକାଉଣ୍ଟକୁ ଜବତ କରିଛି ଆୟକର ବିଭାଗ।

ଆୟକର ବିଭାଗ ବୁଧବାର ମୁମ୍ବାଇ ଏବଂ ପୁଣେରେ ୩୦ ରୁ ଅଧିକ ସ୍ଥାନରେ ଚଢାଉ କରିଥିବା ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଟିକସ ଫାଙ୍କିବା ଅଭିଯୋଗର ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ଏହି ଚଢାଉ ଜାରି ରହିଛି।

कुछ मुहावरे:

उँगलियों पर नचाना- केंद्र सरकार IT Dept-ED-CBI के साथ ये करती है।

भीगी बिल्ली बनना- केंद्र सरकार के सामने मित्र मीडिया।

खिसियानी बिल्ली खंबा नोचे- जैसे केंद्र सरकार किसान-समर्थकों पर रेड कराती है।#ModiRaidsProFarmers

— Rahul Gandhi (@RahulGandhi) March 4, 2021

ରାହୁଲ ଗାନ୍ଧୀ ଏ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଟ୍ବିଟ୍‌ କରି କେନ୍ଦ୍ର ସରକାର କୃଷକମାନଙ୍କ ସମର୍ଥକଙ୍କ ଘରେ ଚଢ଼ାଉ କରାନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନୁରାଗ ଏବଂ ତାପସୀ ଶାହୀନ ବାଗ ଆନ୍ଦୋଳନଠାରୁ ଆରମ୍ଭ କରି କୃଷକ ଆନ୍ଦୋଳନ ପର୍ୟ୍ୟନ୍ତ ସବୁଠି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସିଥିଲେ। ଆୟକର ଚଢ଼ାଉ ପଛରେ ଏହି କାରଣ ଥାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ନିଆରା ଅନ୍ଦାଜରେ ରାହୁଲ, ୯ ସେକେଣ୍ଡରେ ମାରିଲେ ୧୩ଟି ପୁଶଅପ୍
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ଭିନ ଭିନ ଅନ୍ଦାଜରେ ଦେଖିବାକୁ ମିଳୁଛି। ସେ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ଏହି ସମୟରେ ନିଆରା ଅନ୍ଦାଜରେ ନଜର ଆସିଥିବା ଦେଖିବାକୁ ମିଳିଛି । କେତେ ବେଳେ ସେ ସମୁଦ୍ରକୁ ଡେଇଁ ମତ୍ସ୍ଯଜୀବୀଙ୍କ ସହ ସମୟ କାଟୁଛନ୍ତି ତ, କେତେବେଳେ ଫିଟନେଶ ପାଇଁ ପୁଶଅପ କରୁଥିବା ଦେଖିବାକୁ ମିଳିଛି। ଆଜି କନ୍ୟାକୁମାରୀ ରୋଡରେ ହୋଇଥିବା ଏକ ରୋଡ ଶୋରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧୀ ।  ଏହି ସମୟରେ ରାହୁଲ ଜଣେ ଛାତ୍ରୀଙ୍କ ସହିତ ପୁଶଅପ୍‌ କରୁଥିବାର ଦେଖିବାକୁ ମିଳିଛି।

ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ଜଣେ ଛାତ୍ରୀ ତାଙ୍କୁ ପୁଶ୍‌ ଅପ୍‌ ମାରିବାକୁ ଅନୁରୋଧ କରିଥିଲେ। ଯାହାପରେ ମଞ୍ଚ ଉପରେ ରାହୁଲ ଗାନ୍ଧୀ ଛାତ୍ରୀଙ୍କ ସହିତ ପୁଶ୍‌ ଅପ୍‌ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

In a lighter vein, Shri @RahulGandhi takes part in a ‘Push up challenge’ by Merolin Shenigha, a 10th standard Judo enthusiast.❣️#TNwithRahulGandhi pic.twitter.com/qZIrCkk5nq

— All India Mahila Congress (@MahilaCongress) March 1, 2021

ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଭିଡିଓଟିରେ ରାହୁଲ ଗାନ୍ଧୀ ୯ ସେକେଣ୍ଡରେ‌ ୧୩ଟି ପୁଶଅପ୍‌ ମାରିଛନ୍ତି। ପୁଶଅପ୍‌ ମାରି ସାରିବା ପରେ ଛାତ୍ରୀ ଜଣକ ଗୋଟିଏ ହାତରେ ପୁଶଅପ୍‌ ମାରିବାକୁ କହିଥିଲେ। ଏହାପରେ ରାହୁଲ ଗୋଟିଏ ହାତରେ ପୁଶଅପ୍‌ ମାରିଥିଲେ। ରାହୁଲ ଗାନ୍ଧୀ ଯେଉଁ ଛାତ୍ରୀଙ୍କ ସହିତ ପୁଶଅପ୍‌ ଚ୍ୟାଲେଞ୍ଜ କରିଥିଲେ ସେ ଦଶମ ଶ୍ରେଣୀର ଛାତ୍ରୀ ମେରୋଲିନ୍‌ ଶୋନିଧା। ସେ ସେଣ୍ଟ ଜୋସେଫ୍‌ ହାଇସ୍କୁଲର ଛାତ୍ରୀ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବେ ଦକ୍ଷିଣ ରାଜ୍ୟ ଗସ୍ତରେ ଯାଉଛନ୍ତି । ଏହି ରାଜ୍ୟ ଗୁଡିକ ମଧ୍ୟରେ ପୁଡୁଚେରୀ, କେରଳ ଓ ତାମିଲନାଡୁରେ ରାହୁଲଙ୍କ ନିଆରା ଅନ୍ଦାଜ ଦେଖିବାକୁ ମିଳୁଛି ।