Egg Hair Mask - The Sakala

ଘରୋଇ ଉପାୟରେ କରନ୍ତୁ କେରାଟିନ୍ ଟ୍ରିଟମେଣ୍ଟ: ଅଣ୍ଡା, ଦହି ଏବଂ ଆଲୋଭେରାରେ କେଶକୁ କରନ୍ତୁ ସିଲ୍କି ଓ ସାଇନି
ସୁନ୍ଦର, ସିଲ୍କି ଏବଂ ସାଇନି କେଶ ଆମ ଚେହେରାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। କେଶକୁ ଚମକଦାର କରିବା ପାଇଁ ଅନେକ ଲୋକ ପାର୍ଲର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କରି କେରାଟିନ୍ ଟ୍ରିଟମେଣ୍ଟ (Keratin Treatment) କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, କୌଣସି କେମିକାଲ୍ ବିନା ଆପଣ ଘରେ ମଧ୍ୟ ପ୍ରାକୃତିକ ଉପାୟରେ ନିଜ କେଶର ଯତ୍ନ ନେଇପାରିବେ। ଆଜି ଆମେ ଆପଣଙ୍କୁ ଦୁଇଟି ପ୍ରାକୃତିକ ହେୟାର ମାସ୍କ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ପାର୍ଲର ଭଳି ରେଜଲ୍ଟ ପାଇବା ସହ ନିଜର ବହୁତ ଟଙ୍କା ମଧ୍ୟ ବଞ୍ଚାଇ ପାରିବେ।

ଅଣ୍ଡା ହେୟାର ମାସ୍କ

ପ୍ରଥମ ଉପାୟଟି ହେଉଛି ଅଣ୍ଡାର ବ୍ୟବହାର। ଏହି ହେୟାର ମାସ୍କ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୨ଟି ଅଣ୍ଡାର ଧଳା ଅଂଶ, ୨ ଚାମଚ ମହୁ ଏବଂ ଅଧା କପ୍ ନଡ଼ିଆ ତେଲ ଆବଶ୍ୟକ ହେବ। ପ୍ରଥମେ ଗୋଟିଏ ପାତ୍ରରେ ଅଣ୍ଡାର ଧଳା ଅଂଶକୁ ଅଲଗା କରି ରଖନ୍ତୁ। ଏଥିରେ ମହୁ ଏବଂ ନଡ଼ିଆ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣ ପ୍ରସ୍ତୁତ ହୋଇଗଲା ପରେ, ଏହାକୁ ନିଜ କେଶର ମୂଳରୁ ଆଗ ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ। ମାସ୍କଟି କେଶରେ ଶୁଖିଗଲା ପରେ ସାମ୍ପୋ ଏବଂ କଣ୍ଡିସନର ସାହାଯ୍ୟରେ କେଶକୁ ଧୋଇ ଦିଅନ୍ତୁ।

ଦହି ଏବଂ ଆଲୋଭେରା ହେୟାର ମାସ୍କ

ଦ୍ୱିତୀୟ ହେୟାର ମାସ୍କ ପାଇଁ ଆପଣଙ୍କୁ ଅଧା କପ୍ ଦହି, ୨ ବଡ଼ ଚାମଚ ଆଲୋଭେରା ଜେଲ୍ (ତାଜା ହେଲେ ଭଲ) ଏବଂ ୧ ବଡ଼ ଚାମଚ ନଡ଼ିଆ ତେଲ ଦରକାର। ଗୋଟିଏ ପାତ୍ରରେ ଆଲୋଭେରା ଜେଲ୍ ଏବଂ ଦହିକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହା ପରେ ସେଥିରେ ନଡ଼ିଆ ତେଲ ପକାଇ ସବୁ ସାମଗ୍ରୀକୁ ଏକାଠି ମିକ୍ସ କରନ୍ତୁ। ଏବେ ଆପଣଙ୍କର ଦ୍ୱିତୀୟ ହେୟାର ମାସ୍କ ପ୍ରସ୍ତୁତ ହୋଇଯାଇଛି। ଏହାକୁ କେଶରେ ଲଗାଇ କିଛି ସମୟ ଶୁଖିବାକୁ ଛାଡ଼ିଦିଅନ୍ତୁ ଓ ପରେ କେଶ ଧୋଇ ଦିଅନ୍ତୁ।

ବ୍ୟବହାର କରିବାର ଫାଇଦା

ଏହି ଦୁଇଟି ପ୍ରାକୃତିକ ଉପାୟକୁ ସପ୍ତାହରେ ଅତିକମରେ ଥରେ ବ୍ୟବହାର କରନ୍ତୁ। କିଛି ଦିନ ମଧ୍ୟରେ ଆପଣ ଅନୁଭବ କରିବେ ଯେ, ଆପଣଙ୍କ କେଶ ପୂର୍ବ ଅପେକ୍ଷା ଅଧିକ ସ୍ମୁଥ୍, ମଜବୁତ୍ ଏବଂ ସାଇନି ହୋଇଯାଇଛି। ଘରୋଇ ଉପାୟରେ ତିଆରି ଏହି ହେୟାର ମାସ୍କ କେଶକୁ ପ୍ରାକୃତିକ ପୋଷଣ ଯୋଗାଇବା ସହିତ ପାର୍ଲର କେରାଟିନ୍ ଭଳି ପ୍ରଭାବ ଦେଇଥାଏ।