Sonepur - The Sakala

ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ
ବୀରମହାରାଜପୁର: ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ମାର୍ଗ ଦର୍ଶକ। ସେମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ବରିଷ୍ଠ ନାଗରିକ ଦିବସ ପାଳନ କରିବାର ମୂଳଲକ୍ଷ୍ୟ ବୋଲି ଶୁକ୍ରବାର ବୀରମହାରାଜପୁରର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥି ମାନେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦୟାନିଧି ହୋତା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ ନୃପରାଜ ସାହୁ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ ରଥ ମଞ୍ଚାସୀନ ହୋଇ ବାର୍ତ୍ତା ପ୍ରଦାନ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢ଼ୀ,ଧନୁ ପ୍ରଧାନ ଓ ଭୀମସେନ ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପୋଲିସ୍ ପ୍ରଶାସନ ତରଫରୁ ୩୦ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରା ଯାଇଥିଲା।ଏଥିରେ ସ୍ଥାନୀୟ ଥାନା ଅଧିକାରୀ ଯଯାତି କେଶରୀ ସାହୁଙ୍କ ସମେତ ଆରକ୍ଷୀ ବାହିନୀ ସହଯୋଗ କରିଥିଲେ। ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ଦ୍ବାରା ଅନୁଷ୍ଠାନ କୁ ପ୍ରଦତ୍ତ ଏଆର୍ କଣ୍ଡିସନର୍ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାମଚନ୍ଦ୍ର ଶତପଥୀ ଙ୍କ ରଚିତ ମୋ ବନ୍ଦୀ ଜୀବନ ପୁସ୍ତକ କୁ ତାଙ୍କ ପୁତ୍ର ପ୍ରଶାନ୍ତ ଶତପଥୀ ଅତିଥି ମାନଙ୍କୁ ପ୍ରଦାନ କରିଥିଲେ।

ସଂପାଦକ ଡ଼ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ନିମାଇଁ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା,ଚମରା ମହାକୁର,ସୁରୁ ସାହୁ, ଶ୍ୟାମସୁନ୍ଦର ସେଠି, ଅକ୍ଷୟ ମିଶ୍ର, ରାଧେଶ୍ୟାମ ପୁରୋହିତ, ଜୀତେନ୍ଦ୍ର ପ୍ରଧାନ, ବଳରାମ କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୋ ବନ୍ଦୀ ଜୀବନ’ ଉନ୍ମୋଚିତ
ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ପଞ୍ଚାୟତ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁବର୍ଣ୍ଣପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପୁସ୍ତକ 'ମୋ ବନ୍ଦୀ ଜୀବନ' ଉନ୍ମୋଚିତ ହୋଇଯାଇଛି। କଳାପଥର ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର, ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ରଥ, କଳାପଥର ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସରସ୍ୱତୀ ଦାସ, କଳାପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଲାଲବାବୁ ସେଠୀ, ଦଧିବାମନ ତ୍ରିପାଠୀ ଏବଂ କୃଷକ ନେତା ବୈକୁଣ୍ଠନାଥ ଶତପଥୀ ମିଳିତ ଭାବେ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ।

ପଞ୍ଚାୟତ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଦୀପ ପୁରୋହିତ ଓ ଅଶ୍ୱିନୀ ଶତପଥୀଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ପ୍ରଶାନ୍ତ କୁମାର ଶତପଥୀ, ପ୍ରଦୀପ୍ତ କୁମାର ଶତପଥୀ, ପ୍ରତ୍ୟୁଷ କୁମାର ଶତପଥୀ, କନ୍ୟା ପ୍ରତିଭା ଶତପଥୀ ଏବଂ ବଡ଼ ବୋହୂ ଅର୍ଚ୍ଚନା ଶତପଥୀ ମିଳିତ ଭାବେ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଡ. ପ୍ରଫୁଲ୍ଲ କୁମାର ରଥ ସୋନପୁର ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ସ୍ୱର୍ଗତ ରାମଚନ୍ଦ୍ର ଶତପଥୀଙ୍କ ଦୁଇ ବର୍ଷର କାରାବାସ ଜୀବନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ନାତି ରସରତ୍ନ ଶତପଥୀ, ବିଶ୍ୱେଶ କୁମାର ଶତପଥୀ ଓ ପ୍ରମିତ ପ୍ରମଥେଶ ଶତପଥୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ହୃଷୀକେଶ ରଥ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୁବର୍ଣ୍ଣପୁରରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଜୁନ୍ ୨୦ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ ଛୁଟି । ହିଟ୍‌ ୱେଭ୍‌ ଜାରି ରହିଥିବାରୁ ଛୁଟି ଅବଧି ବୃଦ୍ଧି କଲେ ଜିଲ୍ଲାପାଳ । ଜିଲ୍ଲାର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ । ସୁବର୍ଣ୍ଣପୁର ଜିଲ୍ଲାରେ ଲଗାତାର ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ବୈଷୟିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ।

ତେବେ ଏହି ସମୟ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ଗୁଡ଼ିକ ନିଜ ସମୟସୂଚୀ ଅନୁଯାୟୀ ଚାଲୁ ରହିବ। କିନ୍ତୁ ଅତ୍ୟଧିକ ଗରମରୁ ବର୍ତ୍ତିବା ପାଇଁ ପରୀକ୍ଷାଗୁଡ଼ିକୁ ଯଥାସମ୍ଭବ ସକାଳ ସମୟରେ କରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଏହା ସହ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏବଂ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଂଶୁଘାତ ଏବଂ ଗ୍ରୀଷ୍ମକାଳୀନ ରୋଗରୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସାହାନିଡିହା ଠାରେ ଥିବା ଶ୍ରୀ ଜଗଦମ୍ବା ତେଲ କାରଖାନାରେ ଗୁରୁବାର ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳେ କାରଖାନା ଭିତରେ ହଠାତ୍ ନିଆଁ ଲାଗିଥିବା ସ୍ଥାନୀୟ କର୍ମଚାରୀମାନେ ପ୍ରଥମେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଏ ସମ୍ପର୍କରେ ବିନିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀମାନେ ନିଜର ଦମକଳ ସହ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିକାଣ୍ଡ ଯେପରି କାରଖାନାର ଅନ୍ୟ ସ୍ଥାନକୁ ନ ବ୍ୟାପିବ ସେଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ଥାନୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁ କିପରି ଲାଗିଲା, ସେ ନେଇ ତଦନ୍ତକାରୀ ଦଳ ଘଟଣାସ୍ଥଳର ଯାଞ୍ଚ କରୁଛନ୍ତି। ଏହି ଘଟଣାରେ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି, ସେ ନେଇ ବର୍ତ୍ତମାନ ସୁଦ୍ଧା କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ସବିଶେଷ ବିବରଣୀ ପ୍ରକାଶ କରାଯାଇନାହିଁ।

ରାସ୍ତାକଡ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ
ସୁବର୍ଣ୍ଣପୁର: ତଳେ ପଡିଛି ବ୍ୟାଗ ଓ ଚପଲ, ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା କଡରେ ଥିବା ଏକ ବରଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ପରିଚୟ ମିଳିପାରି ନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ, ସୋନପୁର ଜିଲ୍ଲା ସିଲାଟି ରାସ୍ତାର ଏକ ବରଗଛରେ ଯୁବକ ଏବଂ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଗଛ ମୂଳରେ ଗୋଟିଏ ବ୍ୟାଗ୍ ଓ ଯୁବକ ଯୁବତୀଙ୍କ ଚପଲ ପଡ଼ିଛି । ପରେ ତୁରନ୍ତ ପୋଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ, ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନ ଅଭିଯୋଗ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ଗାଡ଼ି ମଟର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗତ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଦିନ ଭୀମ ଆର୍ମି ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନକୁ ନେଇ ଏହି ବନ୍ଦ ପାଳନ। ଏନେଇ ଵଜରଙ୍ଗ ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବୀରମହାରାଜପୁର ଥାନାରେ ଏକ ମାମଲା ମଧ୍ୟ ଦାୟର କରାନେଇଥିଲା ଲ

ଆଜି ଵଜରଙ୍ଗ ଦଳ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ବନ୍ଦ ଡାକରାର ପ୍ରଭାବରେ ବୀରମହାରାଜପୁର ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରୁଥିବା ଦେଖିବାକୁ ମିଳିଛି l

ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ
ସୋନପୁର: ସୋନପୁର ପୋଲିସ ଦ୍ୱାରା ବ୍ୟାପକ ନକଲି ନୋଟ୍ ଜବତ । ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ । କାର୍‌ ଯାଞ୍ଚ ବେଳେ ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସୋନପୁର ପୋଲିସ । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି ଗିରଫ ଦୁଇ ଅଭିଯୁକ୍ତ ।

ସୂଚନା ଅନୁସାରେ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କଳା ରଙ୍ଗର ସ୍କର୍ପିଓକୁ ଠାବ କରିଥିଲା । ସେହି ସ୍କର୍ପିଓରେ ଯୁବକ ମାନେ ପଇସା ନେଣଦେଣ କରୁଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକାଇଥିଲା । ଗାଡ଼ିକୁ ଯାଞ୍ଚ କରିବା ସମୟରେ ଗାଡ଼ି ଭିତରେ ଏକ ନାଲି ରଙ୍ଗର ବ୍ୟାଗ୍ ରହିଥିଲା । ସେହି ବ୍ୟାଗ୍ ଭିତରେ ୧୬୯୫ଟି ୫୦୦ ଟଙ୍କିଆ ନୋଟ୍ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ସେସବୁ ଟଙ୍କା ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହା ଜାଣି ବ୍ୟାଗ ପୋଲିସ ଜବତ କରିବା ସହ ଦୁଇ ଜଣଙ୍କୁ  ଗିରଫ କରିଥିଲା ।

ନିଜ ଘରୁ ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ସୁବର୍ଣ୍ଣପୁର: ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ ।  ସୋନପୁରର ଭଗବତୀ ପ୍ଲଟରେ ଥିବା ତାଙ୍କ ଘରୁ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରିଛି ସୋନପୁର ପୋଲିସ । ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଥିବା ସନ୍ଦେହ । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ରାଜେଶଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ସୋନପୁର ପହଞ୍ଚି ତଦନ୍ତ କରୁଛି l ଜିଲ୍ଲା ଯୁବ କଂଗ୍ରେସ କୋଷାଧକ୍ଷ ପଦରେ ରାଜେଶ ମିଶ୍ର ଥିବା ଜଣା ଯାଇଛି । ପୂର୍ବରୁ ମଧ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ଆସିଥିଲେ ରାଜେଶ ।

ପଥରରେ ଛେଚି ବଡ଼ ଭାଇକୁ ବୀଭତ୍ସ ଭାବେ ହତ୍ୟା କଲା ସାନଭାଇ !
ସୁବର୍ଣ୍ଣପୁର: ପାରିବାରିକ କଳହର କରୁଣ ପରିଣତି । ପଥରରେ ଛେଚି ବଡ଼ ଭାଇକୁ ହତ୍ୟା କରିଛି ସାନଭାଇ । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ବ୍ୟକ୍ତିର ପୁଅ । ମୃତକ ହେଲେ ଦାସ ମଲ୍ଲିକ । ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଲୁପୂରସିଂହା ଇନ୍ଦିରାପଲ୍ଲି ଗ୍ରାମରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ। ପୂର୍ବରୁ ସବୁବେଳେ ଘରେ ଦୁଇଭାଇ ଝଗଡା ହୋଉଆସୁଥିଲେ । ଏନେଇ ଲଞ୍ଚିପୁର ଥାନାରେ ପାରିବାରିକ କଳହରୁ ବଡ଼ ଭାଇକୁ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ବ୍ୟକ୍ତିଙ୍କ ପୁଅ । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ, ଧରାପଡ଼ି ଜେଲ ଗଲେ ଶଳା-ଭିଣୋଇ
ସୁବର୍ଣ୍ଣପୁର: ନିଜକୁ ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ । ଏବେ ନିଜେ ଭିଜିଲାନ୍ସ ହାତରେ ଧରାପଡିଲେ । ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲେ ଦୁଇ ଠକ। ଠକଦ୍ୱୟ ହେଲେ ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା। ଉଭୟ ସମ୍ପର୍କରେ ଶଳା-ଭିଣୋଇ ବୋଲି ଜଣାପଡିଛି । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି ।

ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ ଜଣେ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଧମକଚମକ ଦେଇଥିଲେ । ଦୁଇଟି କିସ୍ତିରେ ୪ ଲକ୍ଷ ଟଙ୍କା ନଦେଲେ ଭିଜିଲାନ୍ସ କେସରେ ଫସାଇ ଦେବେ ବୋଲି ଦେଇଥିଲେ । ଏନେଇ ଭିଜିଲାନସରେ ଅଭିଯୋଗ ହୋଇଥିଲା ।  ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୂର୍‌ନୀ କନ୍ଦାରୁ ଜୀବିକା ଧନ୍ଦା ପାଲଟିଛି ଗରିବଙ୍କ ରୋଜଗାର ମାଧ୍ୟମ
ସୁବର୍ଣ୍ଣପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ବଜାରରେ ପାରମ୍ପରିକ ଖାଦ୍ୟ ପୂର୍‌ନୀ କନ୍ଦାର ବହୁତ ଚାହିଦା ରହିଛି। ପଦ୍ମଫୁଲ ଏକ ଜଳଜ ଉଦ୍ଭିଦ ହୋଇଥିବା ବେଳେ ଏହାର ଯେଉଁ ଅଂଶ ମାଟି ଭିତରେ ଥାଏ ତାହାକୁ ପୂର୍‌ନୀ କନ୍ଦା କୁହାଯାଏ।

ଗ୍ରୀଷ୍ମ ଋତୁରେ ଯେଉଁ ପଦ୍ମ ପୋଖରୀ ଶୁଖିଯାଏ, ସେଠାରେ ମାଟି ଖୋଳି ଏହାକୁ ସଂଗ୍ରହ କରାଯାଏ। ପ୍ରାୟ ଏକ ଇଞ୍ଚରୁ ଦେଢ଼ ଇଞ୍ଚ ବ୍ୟାସ ବିଶିଷ୍ଟ ଟ୍ୟୁବ୍‌ ଆକୃତି ଇଷତ ମାଟିଆ ରଙ୍ଗର ଏହି ଲମ୍ୱାଳିଆ ପଦାର୍ଥ ଖାଦ୍ୟ ରୂପରେ ମଧ୍ୟ ବ୍ୟବହାର କରାଯାଏ। କିଛି ଲୋକ ଏହାକୁ କଞ୍ଚାରେ ଚୋବାଇ ଖାଆନ୍ତି। ଖରାଦିନେ ଖାଇଲେ ପେଟ ଥଣ୍ଡା ରହେ। ସ୍ଥାନୀୟ ବଜାରରେ ପ୍ରାୟ ୧ ଫୁଟ ଲମ୍ୱର ୬ ରୁ ୭ ଖଣ୍ଡ ପୂରନୀ କନ୍ଦା ବିଡା ପ୍ରତି ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଯାହାର କେଜି ପ୍ରତି ୩୦୦ ଟାଙ୍କ ମୂଲ୍ୟରେ ବିକ୍ରି ହେଉଛି।ଏହା ପଡୋଶୀ ଜିଲ୍ଲାକୁ ମଧ୍ୟ ସ୍ଥାନୀୟ ବଜାରରୁ ବେପାରୀମାନେ ଆସି ବିକ୍ରି ପାଇଁ ନେଇଥାନ୍ତି।

ଗ୍ରୀଷ୍ମ ଋତୁରେ ଆରମ୍ଭରେ ଗାଡିଆ ପୋଖରୀ ପାଣି ଶୁଖିଯିବା ପରେ କନ୍ଦା ମିଳିବା ଆରମ୍ଭ ହୋଇଥାଏ। ଗ୍ରୀଷ୍ମ ଋତୁରେ ଶେଷ ଆଡକୁ ଏହା ଅପେକ୍ଷାକୃତ ଅଧିକ ପରିମାଣରେ ମିଳିଥାଏ। ଫଳରେ ସଂଗ୍ରାହକାରୀଙ୍କ ଭଲ ରୋଜଗାର ମାଧ୍ୟମ ପାଲଟିଛି। ଏହା ସଂଗ୍ରହ କରି ବିକ୍ରି କରି ତିନି ମାସର ଗଜୁରାଣ୍ଟ ମେଣ୍ଟାଇଥାନ୍ତି। ଏହାକୁ ଧନୀ ଓ ଗରିବ ସମସ୍ତେ ଖାଦ୍ୟ ରୂପେ ପ୍ରଚୁର ପରିମାଣରେ କିଣି ଥାନ୍ତି।

ଏହାକୁ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର କୈଶଳର ଆବଶ୍ୟକତା ରହିଥାଏ। ପଦ୍ମପୋଖରୀ ଶୁଖି ଯିବା ପରେ କୁଶଳୀ ଲୋକେ ମାଟି ଭିତରୁ କନ୍ଦା ଖୋଳି ବାହାର କରନ୍ତି। ତାପରେ ଭଲ ଭାବେ ଧୋଇ ନିର୍ଦ୍ଦିଷ୍ଟ ଦୈର୍ଘ୍ୟରେ କାଟି ବିଡାବାନ୍ଧି ସ୍ଥାନୀୟ ବଜାରରେ ବିକ୍ରି କରନ୍ତି।ଏହା ଏକ ପାରମ୍ପାରିକ ଜୈବିକ ଖାଦ୍ୟ ଭାବେ ପରିଚିତ ହୋଇଛି। ସମ୍ପୂର୍ଣ୍ଣ ପ୍ରାକୃତିକ ଢଙ୍ଗରେ ସୃଷ୍ଟି ହେଉଥିବା ଏହି ଋତୁକାଳୀନ ଖାଦ୍ୟ କୃତ୍ରିମ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ପ୍ରାୟତଃ ଆସିନଥାଏ। ଏହାର ଲଭ୍ୟତା ବହୁତ କମ୍‌ ଥିବା ସ୍ଥଳେ ଏହାର ବ୍ୟଞ୍ଜନ କୌଣସି ହୋଟେଲରେ ମିଳେ ନାହିଁ।ଦେଶୀ ତଥା ସୌଖିନ ଖାଦ୍ୟ ପ୍ରିୟ ଲୋକେ ଏହାକୁ ରୋଷେଇ କରି ସ୍ୱାଦିଷ୍ଟ ବ୍ୟଞ୍ଜନ ଭାବେ ମୁଖ୍ୟ ଖାଦ୍ୟ ସହିତ ଗ୍ରହଣ କରିଥାନ୍ତି। ସ୍ଥଳ ବିଶେଷରେ ଯଦିଓ ଏହାକୁ ଘାଣ୍ଟ ତରକାରୀ ବା ଦେଶୀ ମୁଗଡାଲିରେ ବ୍ୟବହାର କରାଯାଏ ତଥାପି ଅଧିକାଂଶ ଲୋକ ପୂରନୀ କନ୍ଦା ଭଜା ଖାଇବାକୁ ବିଶେଷ ପସନ୍ଦ କରିଥାନ୍ତି। ଗୋଲାକାର ଆକୃତିରେ ଛୋଟ ଛୋଟ କଟାଯାଇ ଥିବା ପୂରନୀ କନ୍ଦା ପତଳା ପିଠଉ ଗୋଳେଇ ତାୱାରେ ଅନ୍ୟ ଭଜା ଭଳି ଘରେ ରୋଷେଇ କରି ଏହା ଖିଆଯାଏ। ବର୍ତ୍ତମାନ ଜୈବିକ ଏବଂ ପାରମ୍ପରିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢୁଥିବା ବେଳେ ପୂରନୀକନ୍ଦା ପ୍ରତି ମଧ୍ୟ ଲୋକଙ୍କ ଆଦର ଢେର ବଢୁଛି।

ସମନ୍ୱିତ କୃଷି ଦେଲା ପରିଚୟ, ଚାଷ କରି ସ୍ୱାବଲମ୍ୱୀ ହେଲେ ମିତା ମହାକୁର
ସୋନପୁର(ଧରଣୀଧର ମିଶ୍ର): ମହିଳା ଆଉ ଚାରି କାନ୍ଥ ମଧ୍ୟରେ କେବଳ ଆବଦ୍ଧ ନୁହେଁ । କିଛି ମହିଳାଙ୍କ ନିଆରା ଉଦ୍ୟମ ସମାଜ ପାଇଁ ପ୍ରେରଣା ସାଜିଛି। ଜିଲ୍ଲାର ଜଣେ ମହିଳା ଚାଷୀ ସମନ୍ୱିତ ଚାଷ କରି ଭଲ ରୋଜଗାର କରି ପାରୁଛନ୍ତି। ଜଣେ ସଫଳ ମହିଳା ଚାଷୀ ଭାବେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ଲାତୁରପେଟ ଗାଁର ମିତା ମହାକୁର। ଖୁବ୍‌ ପରିଶ୍ରମ କରି ଫୁଲ, ବତକ, ପନିପରିବା ଆଦି ଚାଷ କରିଛନ୍ତି। ସେ ଗୋପାଳନ ମଧ୍ୟ କରିଛନ୍ତି। ତେବେ ମିତାଙ୍କ ବଗିଚା ଖୁବ୍‌ ଆକର୍ଷଣୀୟ ହୋଇଛି । ଜଣେ ମହିଳା ହୋଇ ମଧ୍ୟ ନିଜ ପ୍ରଚେଷ୍ଟାରେ ପଡିଆ ଜମିରେ ସୁନାର ଫସଲ ହସାଇ ପାରିଛନ୍ତି । ଏବେ ଧାନ ଚାଷ, ପନିପରିବା, ଦୁଗ୍ଧ ଉତ୍ପାଦନ ସହ ମାଛ ଆଦି ମିଶ୍ରିତ ଚାଷ କରି ନିଜେ ସ୍ୱାବଲମ୍ୱୀ ହୋଇ ପରିବାର ପ୍ରତିପୋଷଣ ସହ ଅନ୍ୟକୁ ରୋଜଗାର ଯୋଗାଇ ପାରିଛନ୍ତି । ଯାହାକୁ ନେଇ ମିତାଙ୍କ ପରିବାର ଲୋକେ ଏବଂ ରୋଜଗାର ପାଇଥିବା ଶ୍ରମିକ ମାନେ ବେସ ଖୁସି ଅନୁଭବ କରିଛନ୍ତି। ମିତା ଘରକୁ ବୋହୁ ହୋଇ ଆସିବା ପୁର୍ବରୁ ଜାଗାଟି ପଡିଆ ପଡିଥିଲା। ଧାନ ଚାଷ ବ୍ୟତିତ ଅନ୍ୟ କୌଣସି ଚାଷ ହେଉନଥିଲା। ତେବେ ମିତା ସମସସ୍ତଙ୍କ ସହଯୋଗରେ ପ୍ରଥମେ ପନିପରିବା ଚାଷ ଆରମ୍ଭ କରିଥିଲେ ଏବଂ ପରେ ସମନ୍‌ୱିତ ଚାଷକୁ ମନ ବଳାଇଲେ । ଦୁଇଟି ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ। ଏବେ ଫୁଲ, କଦଳି, ନଡିଆ, ପିଜୁଳି ଏବଂ ମାଛ ଚାଷ ସହ ମାଛ ଯାଅାଁଳା ମଧ୍ୟ ଉତ୍ପାଦନ କରି ବିକ୍ରି କରୁଛନ୍ତି। ଏଭଳି ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାରେ ସେ ସକ୍ଷମ ହୋଇଛନ୍ତି। ତେବେ ଏହି ସମସ୍ତ କାମରେ ତାଙ୍କୁ ପରିବାର ଲୋକ ପୁର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି। ମିତାଙ୍କ ଏହି କାର୍ଯ୍ୟ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ତାହା ସନ୍ଦେହ ନାହିଁ।