Kalabaisakhi warning - The Sakala

ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ
ବସନ୍ତ ଋତୁ ଶେଷ ନହେଉଣୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଲାଣି। ମାର୍ଚ୍ଚ ମାସ ପ୍ରଥମାର୍ଦ୍ଧରେ ହିଁ ତାତି ଲୋକଙ୍କୁ ଡରାଇବା ଆରମ୍ଭ କରିଛି। ଗୁରୁବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି।

ବିଭିନ୍ନ ସହରର ତାପମାତ୍ରା

ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମଧ୍ୟ ପାରଦ ଉପରମୁହାଁ ରହିଛି। ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଗକୁ ବଢ଼ିବ ତାତି, କାଳବୈଶାଖୀ ସମ୍ଭାବନା

ଆଗାମୀ ଦିନରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପଟେ, ଏହି ପ୍ରଚଣ୍ଡ ଖରା ଭିତରେ କାଳବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣିଦେଇପାରେ। ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବାର ଆଶଙ୍କା ରହିଛି। ଏହା ସହ ଆସନ୍ତା ୧୫ ଏବଂ ୧୬ ତାରିଖରେ ମଧ୍ୟ ରାଜ୍ୟର ଉତ୍ତର ତଥା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।