LPG Crisis - The Sakala

ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା
ଓଡ଼ିଶାରେ ଏଲପିଜି ଗ୍ୟାସ ସଙ୍କଟ ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ଯୁଦ୍ଧରେ ସାମୟିକ ବିରତି ଦେଖାଦେଇଥିଲେ ମଧ୍ୟ, ରାଜ୍ୟରେ ଗ୍ୟାସ ସିଲିଣ୍ଡର ସମସ୍ୟା ଦୂର ହୋଇପାରିନାହିଁ। ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଗ୍ୟାସ ଏଜେନ୍ସି ଏବଂ ଗୋଦାମ ଗୁଡ଼ିକରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଘରୋଇ ତଥା ବ୍ୟବସାୟିକ ଉପଭୋକ୍ତାମାନେ ଗ୍ୟାସ ପାଇଁ ହନ୍ତସନ୍ତ ହେଉଥିବା ବେଳେ ସେମାନଙ୍କର ଯନ୍ତ୍ରଣା ବଢ଼ିବାରେ ଲାଗିଛି।

ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଗ୍ୟାସ ଅଭାବ ଯୋଗୁଁ ଛାତ୍ରଛାତ୍ରୀ, ଶ୍ରମିକ ଏବଂ ଛୋଟ ହୋଟେଲ ଓ ଚା' ଦୋକାନୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଯାଜପୁର ଭଳି ଅଞ୍ଚଳରେ ଗ୍ୟାସ ନମିଳିବାରୁ ଅନେକ ଛୋଟ ଦୋକାନ ବନ୍ଦ ରହିଛି। ସ୍ଥିତି ଏପରି ହୋଇଛି ଯେ, ବ୍ରହ୍ମପୁରର ଅନେକ ଅଞ୍ଚଳରେ ଲୋକେ ବାଧ୍ୟ ହୋଇ ପୁଣିଥରେ ପାରମ୍ପରିକ କାଠ ଚୁଲି ବା ମାଟି ଚୁଲିର ବ୍ୟବହାର ଆରମ୍ଭ କଲେଣି। ନିଜର ଦୈନନ୍ଦିନ କାମଦାମ ଛାଡ଼ି ଲୋକେ ଭୋର ସମୟରୁ ଗ୍ୟାସ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।

ଇ-କେୱାଇସି ଏବଂ ୫ କେଜି ସିଲିଣ୍ଡରକୁ ନେଇ ଦ୍ୱନ୍ଦ୍ୱ

ଗ୍ୟାସ ସଙ୍କଟ ମଧ୍ୟରେ ଇ-କେୱାଇସି (E-KYC) ପ୍ରକ୍ରିୟା ଏବଂ କଳାବଜାରୀ ଲୋକଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି। ତେବେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କେଜି ସିଲିଣ୍ଡର ଉପରେ କୌଣସି କଟକଣା ଲଗାଯାଇନାହିଁ। ଉପଯୁକ୍ତ ପରିଚୟ ପତ୍ର ଦେଖାଇ ଗ୍ରାହକମାନେ ଏହାକୁ କିଣିପାରିବେ। କଳାବଜାରୀ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।

ଉଗ୍ର ରୂପ ନେଉଛି ଜନ ଅସନ୍ତୋଷ

ସରକାରଙ୍କ ପକ୍ଷରୁ ରାଜ୍ୟରେ ପର୍ଯ୍ୟାପ୍ତ ଗ୍ୟାସ ମହଜୁଦ ଥିବା ନେଇ ଦାବି କରାଯାଉଥିଲେ ସୁଦ୍ଧା, ଗ୍ରାଉଣ୍ଡ ଜିରୋରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଅନେକ ସ୍ଥାନରେ ହୋମ ଡେଲିଭରି ବ୍ୟବସ୍ଥା ଠପ୍ ହୋଇଯାଇଥିବା ବେଳେ ବୁକିଂ ନମ୍ବର କାମ କରୁନାହିଁ କିମ୍ବା ସୁଇଚ୍ ଅଫ୍ ରହୁଛି। ଗ୍ୟାସ ନମିଳିବା କାରଣରୁ ଅନେକ ସ୍ଥାନରେ ଖାଉଟିମାନେ ରାସ୍ତା ଉପରେ ଖାଲି ସିଲିଣ୍ଡର ରଖି ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ଏହି ସମସ୍ୟାର କେବେ ଅନ୍ତ ଘଟିବ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି।

ଏଲପିଜି ସଙ୍କଟ: ରାଜସ୍ଥାନ, ମୁମ୍ବାଇ ଓ ଗୁଜରାଟରେ ବନ୍ଦ ହେଲାଣି ଫ୍ୟାକ୍ଟ୍ରି, ଘରମୁହାଁ ପ୍ରବାସୀ ଶ୍ରମିକ
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ କାରଣରୁ ଭାରତରେ ଏଲପିଜି (LPG) ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଦେଶର ବିଭିନ୍ନ ରାଜ୍ୟ ଉପରେ ପଡ଼ିଛି। ବିଶେଷ କରି ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ରର ମୁମ୍ବାଇ ଭଳି ଶିଳ୍ପାଞ୍ଚଳରେ ପରିସ୍ଥିତି ଉଦବେଗଜନକ ରହିଛି। ଗୋଟିଏ ପଟେ କାରଖାନାଗୁଡ଼ିକ ବନ୍ଦ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସର ଅଭାବ ଯୋଗୁଁ ଖାଇବା ପିଇବାର ଘୋର ସଙ୍କଟ ଦେଖାଦେଇଛି। ଏହି ପରିସ୍ଥିତିରେ ବାଧ୍ୟ ହୋଇ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରିବା ଆରମ୍ଭ କଲେଣି।

ରାଜସ୍ଥାନରେ ବନ୍ଦ ହେଉଛି ଫ୍ୟାକ୍ଟ୍ରି

ଖାଡ଼ି ଦେଶଗୁଡ଼ିକରେ ଚାଲିଥିବା ଯୁଦ୍ଧର ବଡ଼ ପ୍ରଭାବ ରାଜସ୍ଥାନରେ ଦେଖିବାକୁ ମିଳିଛି। ରାଜ୍ୟରେ ଥିବା କପଡ଼ା, ସେରାମିକ୍‌ ଓ ମାର୍ବଲ କମ୍ପାନୀଗୁଡ଼ିକୁ ବାଣିଜ୍ୟିକ ଏଲପିଜି (Commercial LPG) ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଔଦ୍ୟୋଗିକ ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଛି। ବର୍ତ୍ତମାନ ସୁଦ୍ଧା ହଜାର ହଜାର ସଂଖ୍ୟାରେ ଫ୍ୟାକ୍ଟ୍ରିରେ ତାଲା ପଡ଼ିଗଲାଣି। କାରଖାନା ବନ୍ଦ ହେବା କାରଣରୁ ବହୁ ସଂଖ୍ୟାରେ ଶ୍ରମିକ ନିଜର ଜୀବିକା ହରାଇଛନ୍ତି। ଶ୍ରମିକମାନଙ୍କ ମନରେ କରୋନା ମହାମାରୀ ସମୟର ଭୟ ପୁଣିଥରେ ସୃଷ୍ଟି ହୋଇଛି। ଯେଉଁମାନେ ରହିଯାଇଛନ୍ତି, ସେମାନଙ୍କ ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ମିଳୁନଥିବାରୁ ଭୋକିଲା ରହିବାକୁ ପଡ଼ୁଛି।

ମୁମ୍ବାଇରେ କଳାବଜାରୀ, ୩୦୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇର ରୋଷେଇ ଘର ଉପରେ ମଧ୍ୟ ଏହି ସଙ୍କଟର ପ୍ରଭାବ ପଡ଼ିଛି। ଲୋକମାନେ ରାସନ ପାଇଁ ନୁହେଁ, ବରଂ ଗୋଟିଏ ଗ୍ୟାସ ସିଲିଣ୍ଡର ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସଙ୍କଟର ସୁଯୋଗ ନେଇ କଳାବଜାରୀମାନେ ସକ୍ରିୟ ହୋଇଉଠିଛନ୍ତି। ସାଧାରଣ ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଗ୍ୟାସ ସିଲିଣ୍ଡର ପୂର୍ବରୁ ୯୦୦ରୁ ୧୦୦୦ ଟଙ୍କା ମଧ୍ୟରେ ମିଳୁଥିଲା, ଏବେ ତାହା ୨୫୦୦ରୁ ୩୦୦୦ ଟଙ୍କାରେ ବିକ୍ରି ହେଉଛି। ଏତେ ଟଙ୍କା ଦେବା ପରେ ମଧ୍ୟ ସିଲିଣ୍ଡର ମିଳିବ କି ନାହିଁ, ତାର କୌଣସି ଗ୍ୟାରେଣ୍ଟି ନାହିଁ।

ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଭିଡ଼

ଏହି ଗ୍ୟାସ ସଙ୍କଟ ଯୋଗୁଁ ମୁମ୍ବାଇର ଲୋକମାନ୍ୟ ତିଳକ ଟର୍ମିନସ୍ (LTT) ସମେତ ବିଭିନ୍ନ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହା କୌଣସି ଛୁଟିଦିନର ଭିଡ଼ ନୁହେଁ, ବରଂ ଏହାକୁ 'ମଜବୁରୀର ପଳାୟନ' ବୋଲି କୁହାଯାଉଛି। ନିଜର ଆସବାବପତ୍ର ଧରି ଷ୍ଟେସନରେ ଠିଆ ହୋଇଥିବା ଶ୍ରମିକମାନେ କହିଛନ୍ତି ଯେ ଘରେ ରୋଷେଇ କରିବା ପାଇଁ ସିଲିଣ୍ଡର ମିଳୁନାହିଁ। ବାହାରେ ଖାଇବା ଏତେ ମହଙ୍ଗା ହୋଇଗଲାଣି ଯେ, ଦିନକର ପୂରା ମଜୁରୀ କେବଳ ପେଟ ପୋଷିବାରେ ଚାଲିଯାଉଛି। ତେଣୁ ସହରରେ ଭୋକିଲା ମରିବା ଅପେକ୍ଷା ନିଜ ଗାଁକୁ ଫେରିଯିବା ସବୁଠାରୁ ଭଲ ବିକଳ୍ପ ବୋଲି ସେମାନେ ମନେ କରୁଛନ୍ତି।

ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଏଲପିଜି ସଙ୍କଟ ଯୋଗୁଁ ଅଟକିଲା ୨୦୦୦ ଅତିଥିଙ୍କ ବିବାହ ଭୋଜି, ଘୋର ଚିନ୍ତାରେ କନ୍ୟା ପରିବାର
ଆନ୍ତର୍ଜାତୀୟ ସ୍ତରରେ ଲାଗି ରହିଥିବା ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବାରେ ଲାଗିଛି। ବିଶ୍ୱବ୍ୟାପୀ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ଏହାର ପ୍ରଭାବରେ ଅନେକ ବଡ଼ ସହରରେ ରେସ୍ତୋରାଁଗୁଡ଼ିକ ବନ୍ଦ ହୋଇଯିବା ସହ ହୋଟେଲରେ ଖାଦ୍ୟ ଦର ମଧ୍ୟ ଆକାଶଛୁଆଁ ହୋଇଛି। ଏଭଳି ଏକ ସଙ୍କଟଜନକ ସ୍ଥିତିରେ ନିଜ ଝିଅର ବିବାହ ଭୋଜି କିପରି ଆୟୋଜନ କରିବେ, ତାହାକୁ ନେଇ ମହାରାଷ୍ଟ୍ରର ନାସିକର ଏକ ପରିବାର ଏବେ ଘୋର ଚିନ୍ତାରେ ପଡ଼ିଛନ୍ତି। ଗ୍ୟାସ ସିଲିଣ୍ଡରର ଅଭାବ ଏବେ ସେମାନଙ୍କ ଘରର ବିବାହ ଖୁସିକୁ ଫିକା କରିଦେଇଛି।

୨୦୦୦ ଅତିଥି ଓ ମାର୍ଚ୍ଚ ୧୪ରେ ବିବାହ

ନାସିକର ସହାରା ଅଞ୍ଚଳରେ ବସବାସ କରୁଥିବା ବେଲସରେ ପରିବାରର କନ୍ୟା ଖୁସ୍ବୁ ବେଲସରେଙ୍କ ବିବାହ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିବାହ ଉତ୍ସବ ପାଇଁ ପ୍ରାୟ ୨୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଘରେ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ଭଳି ପୂର୍ବ-ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ଗ୍ୟାସ ଅଭାବ ପରିବାରର ମୁରବୀଙ୍କୁ ଚାପଗ୍ରସ୍ତ କରିଛି। ଅନ୍ୟପକ୍ଷରେ, କଲ୍ୟାଣ ମଣ୍ଡପର ମାଲିକ କୈଳାସ ଗୁପ୍ତା ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି ଯେ, ଭୋଜି ପ୍ରସ୍ତୁତି ପାଇଁ ପରିବାରକୁ ନିଜେ ସିଲିଣ୍ଡର ବ୍ୟବସ୍ଥା କରିବାକୁ ପଡିବ। ବର୍ତ୍ତମାନର ବଜାର ସ୍ଥିତିରେ ଗୋଟିଏ ହେଲେ ସିଲିଣ୍ଡର ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଥିବାରୁ, ପରିବାର ଲୋକେ ରୋଷେଇ ପାଇଁ ଖାଦ୍ୟ ତାଲିକା ବା ମେନୁ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି।

ବିବାହ ବେଦୀରେ ବସିବାକୁ ଯାଉଥିବା କନ୍ୟା ଖୁସ୍ବୁ ନିଜର ନିରାଶା ବ୍ୟକ୍ତ କରି କହିଛନ୍ତି ଯେ, ମଣ୍ଡପ ମାଲିକ ଗ୍ୟାସ ଯୋଗାଇବା ଅସମ୍ଭବ ବୋଲି ରୋକଠୋକ୍ ଶୁଣାଇଦେଇଛନ୍ତି। ଏବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଅତିଥିମାନଙ୍କୁ କିପରି ବାରଣ କରିବୁ। ଆମେ ସମସ୍ତଙ୍କୁ ନିମନ୍ତ୍ରଣ କାର୍ଡ ପଠାଇ ସାରିଥିବାରୁ ୨୦୦୦ ଅତିଥିଙ୍କ ବଦଳରେ ୧୦୦୦ ଲୋକଙ୍କୁ ଆସିବାକୁ କହିପାରିବୁ ନାହିଁ। ଏଭଳି ଅସ୍ୱାଭାବିକ ପରିସ୍ଥିତିରେ ବିବାହ ଭୋଜି କିପରି ସମ୍ପନ୍ନ ହେବ, ସେନେଇ ସମ୍ପୂର୍ଣ୍ଣ ପରିବାର ଏବେ ମାନସିକ ଚାପ ଦେଇ ଗତି କରୁଛନ୍ତି।