destroy - The Sakala

ଓଡ଼ିଶା ପୋଲିସର ‘ଅପରେସନ ସାଇବର କବଚ’: ୩୭,୦୯୪ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୬୫ଜଣ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ସାଇବର ଅପରାଧ ନେଟୱର୍କକୁ ସମୂଳ ଧ୍ୱଂସ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍‌ମାନଙ୍କ ଦ୍ୱାରା ଏହି ଅଭିଯାନ କାର୍ଯ୍ୟାନୁଷ୍ଠାନ ହେଉଛି। ସାଇବର କ୍ରାଇମ୍ ୟୁନିଟ୍‌, ସିଆଇଡି କ୍ରାଇମ୍ ବ୍ରାଞ୍ଚ ଏହାର ସମନ୍ୱୟ କରୁଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ସାଇବର ଅପରାଧୀମାନଙ୍କ ଆର୍ଥିକ ଢାଞ୍ଚାକୁ ଧ୍ୱଂସ କରିବା।

ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୭,୦୯୪ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହାସହ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୧୧୮୫ଟି ସାଇବର ମାମଲା, ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୬ଟି ମାମଲା, ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୪୧ଟି ମାମଲା ଏବଂ ନକଲି ସିମ୍/PoS ସମ୍ପର୍କିତ ୨୩ଟି ମାମଲା ରୁଜୁ ହୋଇଛି। ୩୬୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୯୨ଟି ପୁରୁଣା ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ୭୨୭୬ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନରେ କେନ୍ଦୁଝର ଜିଲ୍ଲା ପୋଲିସ ୯୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୮ଟି ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ ଏବଂ ୫ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି ରାଉରକେଲା ଜିଲ୍ଲା ପୋଲିସ ୭୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୫୭ଟି ମାମଲା, ଏଟିଏମ୍ ଉଠାଣ ସମ୍ପର୍କିତ ୧ଟି ମାମଲା ଏବଂ ଚେକ୍ ଉଠାଣ ସମ୍ପର୍କିତ ୪ଟି ମାମଲା ରୁଜୁ କରି ୩୩ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି ଭଦ୍ରକ ଜିଲ୍ଲା ପୋଲିସ ୧୪୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୨ଜଣଙ୍କୁ ନୋଟିସ୍ ଜାରି କରିଛି।

ଭୁବନେଶ୍ୱର (UPD) ପୋଲିସ ୩୪୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩ଟି ମାମଲା ରୁଜୁ କରି ୯ଜଣଙ୍କୁ ଗିରଫ କରିଛି। କଟକ (UPD) ପୋଲିସ ୩୨୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୧୩ ଜଣଙ୍କୁ ନୋଟିସ୍ ଜାରି କରିଛି।

ସେହିପରି ଜଗତସିଂହପୁର ଜିଲ୍ଲା ପୋଲିସ ୨୦ଟି, ନୟାଗଡ଼ ଜିଲ୍ଲା ପୋଲିସ ୧୧୫ଟି ଆକାଉଣ୍ଟ ଯାଞ୍ଚ କରି ୧୦ଜଣଙ୍କୁ ନୋଟିସ୍, ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୨୩୮ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ରେ ୧ଜଣଙ୍କୁ ଗିରଫ, ପୁରୀ ଜିଲ୍ଲା ପୋଲିସ ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ରେ ୧ଜଣଙ୍କୁ ଗିରଫ, ବାଲେଶ୍ୱର ଜିଲ୍ଲା ପୋଲିସ ୨୯ଟି ଆକାଉଣ୍ଟ, ମୟୂରଭଞ୍ଜ ଜିଲ୍ଲା ପୋଲିସ ୫ଟି ଆକାଉଣ୍ଟ ଯାଞ୍ଚ କରି ୫ଜଣଙ୍କୁ ନୋଟିସ୍, ବ୍ରହ୍ମପୁର ଜିଲ୍ଲା ପୋଲିସ ୩୧ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ୧୧ଜଣଙ୍କୁ ନୋଟିସ୍, ବୌଦ୍ଧ ଜିଲ୍ଲା ପୋଲିସ ୧୨୩ଟି ଆକାଉଣ୍ଟ ଯାଞ୍ଚ କରି ୧୨୩ଜଣଙ୍କୁ ନୋଟିସ୍, ଗଞ୍ଜାମ ଜିଲ୍ଲା ପୋଲିସ ୧୫ଟି ଆକାଉଣ୍ଟ ଯାଞ୍ଚ କରି ୧ଟି ପୁରୁଣା ଏଫ୍‌.ଆଇ.ଆର୍‌ରେ ୧ଜଣଙ୍କୁ ଗିରଫ ଏବଂ ୧ଜଣଙ୍କୁ ନୋଟିସ୍, କନ୍ଧମାଳ ଜିଲ୍ଲା ପୋଲିସ ୧ଟି ଆକାଉଣ୍ଟ ଯାଞ୍ଚ କରି ୨ଜଣଙ୍କୁ ନୋଟିସ୍, ଢେଙ୍କାନାଳ ଜିଲ୍ଲା ପୋଲିସ ୭ଟି, କଳାହାଣ୍ଡି ଜିଲ୍ଲା ପୋଲିସ ୧୨ଟି, କୋରାପୁଟ ଜିଲ୍ଲା ପୋଲିସ ୧୯ଟି ଆକାଉଣ୍ଟ ଯାଞ୍ଚ କରିଛନ୍ତି। ସେହିପରି ମାଲକାନଗିରି ଜିଲ୍ଲା ପୋଲିସ ଏକ ଏଟିଏମ୍ ଉଠାଣ ମାମଲାରେ ୨ଜଣଙ୍କୁ ନୋଟିସ୍ ଜାରି କରିଛି।

ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ ଓ ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ଭାବେ ଜାରି ରହିବ।