MSP - The Sakala

୧୪ଟି ଖରିଫ ଫସଲ ଉପରେ ବୃଦ୍ଧି ହେଲା ଏମଏସପି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।  ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ଅନୁମୋଦନ କରାଯାଇଛି। ଆଜିର ନିଷ୍ପତ୍ତି ଅନୁଯାୟୀ କୃଷକମାନେ ଏମଏସପି ଭାବରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଏହା ପୂର୍ବ ଋତୁ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଜି କୃଷକଙ୍କ କଲ୍ୟାଣ ପାଇଁ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ ଫସଲ ପାଇଁ ୧୪ ଫସଲ ଉପରେ କ୍ୟାବିନେଟ ଏମଏସପି ଅନୁମୋଦନ କରିଛି। ଧାନର ନୂତନ ଏମଏସପି ୨,୩୦୦ ଟଙ୍କା ହୋଇଛି। ଯାହା ପୂର୍ବ ଏମଏସପି ତୁଳନାରେ ୧୧୭ ଟଙ୍କା ଅଧିକ। ୨୦୨୩-୨୪ ମସିହାରେ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୨୦୨୪-୨୫ରେ ୨,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂର୍ୟ୍ୟମୁଖୀ ମଞ୍ଜି ଉପରେ ଏମଏସପି କୁଇଣ୍ଟାଲ ପିଛା ୯୮୩ ଟଙ୍କା ବୃଦ୍ଧି କରାଯାଇଛି ରାଶି ଉପରେ ଏମଏସପି କୁଇଣ୍ଟାଲ ପିଛା ୬୩୨ ଟଙ୍କା ବୃଦ୍ଧି କରାଯାଇଛି । ମସୁର ଏବଂ ହରଡ଼ ଡାଲି ଉପରେ ଏମଏସପି କୁଇଣ୍ଟାଲ ପିଛା ୫୫୦ ଟଙ୍କା ବୃଦ୍ଧି କରାଯାଇଛି। କପା ଏମଏସପି ୫୦୧ ଟଙ୍କା ବୃଦ୍ଧି ପାଇଛି।

ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ୫ ବର୍ଷିଆ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ସରକାରଙ୍କ ୫ ବର୍ଷିଆ ପ୍ରସ୍ତାବ। ଚାଷୀ ଅମଳ କରୁଥିବା ୪ ଫସଲ ଉପରେ ୫ ବର୍ଷିଆ ଏମଏସପି ଗ୍ୟାରେଣ୍ଟି ନେଇ ଏକ ଚୁକ୍ତି ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାର। ଗତକାଲି ଚଣ୍ଡିଗଡ଼ରେ ବସିଥିବା ବୈଠକରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ନେତା ଆଲୋଚନା କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏ ଆଲୋଚନା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଥିଲେ। ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ବିଚାର ଲାଗି ୨ ଦିନ ସମୟ ମାଗିଛନ୍ତି ସଂୟୁକ୍ତ କିଶାନ ମୋର୍ଚ୍ଚା। ୨ ଦିନ ଆଲୋଚନା ପରେ ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ଏ ନେଇ ସୂଚନା ଦେବ ସଂଯୁକ୍ତ କିଶାନ ମୋର୍ଚ୍ଚା।

ଗତ ୧୩ ତାରିଖରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୨ ଦିନ ଆନ୍ଦୋଳନ ବନ୍ଦ ରହିଛି। ଯଦି ସରକାରଙ୍କ ପ୍ରସ୍ତାବରେ କୌଣସି ସହମତି ନହୁଏ ତେବେ ପୁଣିଥରେ ଆନ୍ଦୋଳନ କରିବେ ଚାଷୀ। ପୁଣିଥରେ ଦିଲ୍ଲୀ ସୀମାନ୍ତ ଶମଭୁ ବର୍ଡରେ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ ଆରମ୍ଭ କରିବେ। ଦିଲ୍ଲୀ ଉପକଣ୍ଠରେ ୧୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ଚଲୋର ନାରା ଦେଇ ଏକାଠି ହୋଇଛନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗି ଆଇନଗତ ଗ୍ୟାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବିରେ ଜାରି ରହିଛି ଆନ୍ଦୋଳନ। ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୁର ମୋର୍ଚ୍ଚା, କିଷାନ ମଜଦୁର ସଂଘର୍ଷ କମିଟି ସମେତ ୨୦୦ରୁ ଅଧିକ ସଂଗଠନ ଆନ୍ଦୋଳନରେ ସାମିଲ ଅଛନ୍ତି।

ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ- ବିଜେଡି
ଭୁବେନଶ୍ବର: ଏମଏସପି ବୃଦ୍ଧି ସମୁଦ୍ରକୁ ଶଙ୍ଖେ । ଚାଷୀକୁଳ କଣ ଲାଭ ପାଇବ? କେନ୍ଦ୍ର ଚାଷୀଙ୍କୁ ଠକୁଛି । ଏମିତି ଅଭିଯାେଗ କରିଛି ବିଜେଡି । ଧାନର ସବର୍ନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ତୁରନ୍ତ କର । ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ଉପରେ ବର୍ଷିବା ସହ କେନ୍ଦ୍ର ସରକାରଙ୍କ ନିକଟରେ ୫ଟି ଦାବି ରଖିଛନ୍ତି ।

ବିଜେଡି ପକ୍ଷରୁ ଡ.ପାତ୍ର ଦାବି କରିଛନ୍ତି ଯେ, ବିଧାନସଭାରେ ସର୍ବସମ୍ମତିରେ ହୋଇଥିବା ନିଷ୍ପତ୍ତି ପୂରଣ କରାଯାଉ। ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ। ୧୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉଠାଇବାକୁ ଦାବି। ୧୦ ହଜାର ୩୩୪ କୋଟି ଟଙ୍କା ସବସିଡି କେନ୍ଦ୍ର ସରକାର ଦିଅନ୍ତୁ। ଶେଷରେ ୫ ହଜାର ୪୫୨ କୋଟି ଟଙ୍କା ଋଣ ବାବଦ ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ପୂର୍ବରୁ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ଯ ହୋଇଥିଲା।

ଗତକାଲି କେନ୍ଦ୍ର ସରକାର ଧାନର ଏମଏସପି ୧୦୦ ଟଙ୍କା ବୃଦ୍ଧି କରିଥିଲେ ,ତାହା ଯଥେଷ୍ଟ ନୁହେଁ ବୋଲି ବିଜେଡି ଦାବି କହିଛି । ଏ ପ୍ରସଙ୍ଗରେ ସଂସଦ ଭିତରେ ଓ ବାହାରେ ବିଜେଡି ବାରମ୍ବାର ଦାବି କରିଛି। ଏହାସହ ବଳକା ଉଷୁନା ଚାଉଳ ଉଠାଇବ ପାଇଁ ଦାବି କରିଛି ବିଜେଡି । ୨୦୨୧-୨୦୨୨ ରେ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଉତ୍ପାଦନ ହୋଇଛି। ୩୯ ଲକ୍ଷ ଟନ ପିଡିଏସକୁ ଯିବ । ବଳକା ୧୩ ଲକ୍ଷ ମେଟ୍ରିକ୍ ଟନ୍ ରହିଯିବ। ବଳକା ଚାଉଳ ନେବନି ବୋଲି କହିଛି ଏଫସିଆଇ । ଏପରି ହେଲେ ଚାଷୀଙ୍କ ପାଇଁ ସମସ୍ୟା ହେବ ବୋଲି କହିଛନ୍ତି ସସ୍ମିତ ।

କେନ୍ଦ୍ରର ଆବଶ୍ୟକତା ଅନୁସାରେ ୫ ଲକ୍ଷ ଭିଟାମିନଯୁକ୍ତ ଉଷୁନା ଚାଉଳ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି । କେନ୍ଦ୍ର ସରକାର ଏଯାଏଁ ୧୦ ହଜାର ୩୩୪ କୋଟି ଟଙ୍କା ସବ୍ସିଡି ଦେଇ ନାହାନ୍ତି । ବକେୟା ପାଉଣା ପାଇଁ ଦାବି କରିଛି ବିଜେଡି। ଉଚିତ୍ ସମୟରେ ସବସିଡ ମିଳୁ ନଥିବାରୁ ଋଣ ନେଇ ସରକାର ସୁଝୁଥିବାରୁ ସରକାରଙ୍କ ଉପରେ ବୋଝ ବଢୁଛି। ଏଥିପାଇଁ ପ୍ରାୟ ୫୪୫୨ କୋଟି ଟଙ୍କା କେନ୍ଦ୍ର ଦେବାକୁ ଦାବି କରିଛି ଦଳ ।