kerala - The Sakala
କେରଳ, ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ପାଇଁ INCOIS ର ସତର୍କ ସୂଚନା: ମାଡ଼ି ଆସୁଛି ଭୟଙ୍କର ସମୁଦ୍ର ଢେଉ 'ସ୍ୱେଲ ସର୍ଜ'
କେରଳ, ଦକ୍ଷିଣ ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ଉପକୂଳ ପାଇଁ ଇନ୍‌କୋଇସ୍ (INCOIS) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ଜାତୀୟ ମହାସାଗର ତଥ୍ୟ ସେବା କେନ୍ଦ୍ର ଅନୁଯାୟୀ, ଦକ୍ଷିଣ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଉଚ୍ଚ ଢେଉ ବା 'ସ୍ୱେଲ ସର୍ଜ' (Swell Surge) କାରଣରୁ ଏହି ଅଞ୍ଚଳଗୁଡ଼ିକରେ ଆକସ୍ମିକ ସମୁଦ୍ର ଜଳ ପଶିବାର ଆଶଙ୍କା ରହିଛି। ଅଗଷ୍ଟ ୧୯ ଏବଂ ୨୦ ତାରିଖ ପାଇଁ ପ୍ରଶାସନ ତରଫରୁ ଏହି ଆଲର୍ଟ ଜାରି କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
'ସ୍ୱେଲ ସର୍ଜ' ବା 'କଲ୍ଲାକଡାଲ' କ'ଣ?
ସ୍ଥାନୀୟ ଭାଷାରେ ଏହାକୁ କଲ୍ଲାକଡାଲ (Kallakkadal) କୁହାଯାଏ। ସାଧାରଣତଃ ସମୁଦ୍ରକୂଳରେ ପବନ ବହିଲେ ବା ଝଡ଼ବାତ୍ୟା ଆସିଲେ ଢେଉ ଉଠିଥାଏ। କିନ୍ତୁ ଏହି 'ସ୍ୱେଲ ସର୍ଜ' ସ୍ଥାନୀୟ ପାଗ ଖରାପ ନଥିଲେ ମଧ୍ୟ ହଠାତ୍ ଉପକୂଳରେ ମାଡ଼ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତୀୟ ଉପକୂଳଠାରୁ ପ୍ରାୟ ୧୦,୦୦୦ କିଲୋମିଟର ଦୂର ଦକ୍ଷିଣ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଝଡ଼ରୁ ଏହି ଶକ୍ତିଶାଳୀ ଢେଉ ଜନ୍ମ ନେଇଥାଏ। ଏହି ଲମ୍ବା ଏବଂ ଶକ୍ତିଶାଳୀ ଢେଉ ବିନା କୌଣସି ବାଧାରେ ହଜାର ହଜାର କିଲୋମିଟର ଯାତ୍ରା କରି ଭାରତୀୟ ଉପକୂଳରେ ପହଞ୍ଚିଥାଏ। ଏହାର ପୂର୍ବାନୁମାନ କରିବା କଷ୍ଟକର ହୋଇଥିବାରୁ ଏହା ବିନା ସୂଚନାରେ ଉପକୂଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି କରେ।
ପ୍ରଭାବ ଏବଂ ନିଆଯାଇଥିବା ପଦକ୍ଷେପ
ଏହି ବିପଜ୍ଜନକ ସମୁଦ୍ର ଢେଉ ଯୋଗୁଁ ଉପକୂଳବର୍ତ୍ତୀ ତଳିଆ ଅଞ୍ଚଳରେ ହଠାତ୍ ପାଣି ପଶିଯିବାର ସମ୍ଭାବନା ରହିଛି। ଏହାଦ୍ୱାରା ମାଛଧରା ଡଙ୍ଗା, ଜାଲ ଏବଂ ଉପକୂଳ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିପାରେ। ବିଶେଷକରି କେରଳ, ଦକ୍ଷିଣ ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।
ପ୍ରଶାସନ ତରଫରୁ ଡଙ୍ଗାଗୁଡ଼ିକୁ ପରସ୍ପରଠାରୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ବାନ୍ଧି ରଖିବାକୁ କୁହାଯାଇଛି ଯାହାଫଳରେ ଢେଉ ମାଡ଼ରେ ସେଗୁଡ଼ିକ ପରସ୍ପର ସହ ଧକ୍କା ହୋଇ ଭାଙ୍ଗି ନଯାଏ। ଏଥିସହ, ସମୁଦ୍ର କୂଳରେ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି ଏବଂ ସମସ୍ତ ପ୍ରକାରର ଜଳକ୍ରୀଡ଼ା ଉପରେ କଟକଣା ଲଗାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।
ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ
ସମ୍ବଲପୁର: କେରଳ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ୫ରୁ ଅଧିକ ଗିରଫ । ଏ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି । ଆକ୍ରମଣର ଶିକାର ହୋଇଥିବା ଶ୍ରମିକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ତାଙ୍କୁ ଟ୍ରେନ୍‌ ଯୋଗେ ପୋଲିସ କେରଳ ପଠାଇ ଦେଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ରବିବାର ଦିନ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ କେରଳର ଜଣେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କରିଥିଲେ । ଭାଷା ବୁଝିବାରେ ଅସମର୍ଥ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ସନ୍ଦେହ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ପେଶାରେ ଜଣେ ୱେଲଡିଂ ମେକାନିକ୍। ସେ ନିଜର କର୍ମକ୍ଷେତ୍ର ବରଗଡ଼ ଜିଲ୍ଲାରୁ କାମ ସନ୍ଧାନରେ ସମ୍ବଲପୁର ଆସିଥିଲେ। ତେବେ ଭାଷାଗତ ସମସ୍ୟା କାରଣରୁ ସେ ସ୍ଥାନୀୟ ଲୋକଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇପାରିନଥିଲେ। ଏଥିଯୋଗୁଁ ସ୍ଥାନୀୟ ବାସିନ୍ଦା ସନ୍ଦେହ କରି ତାଙ୍କୁ ଘେରିଯିବା ସହ ନିସ୍ତୁକ ମାଡ଼ ମାରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେବାରେ ଲାଗିଛି।
ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରିଥିଲା ଏବଂ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଇଥିଲା। ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଡିଜିଟାଲ ଏବଂ ଫୋରେନ୍ସିକ ପ୍ରମାଣ ସଂଗ୍ରହ କରିଥିବା ନେଇ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଶ୍ରମିକଙ୍କ ପରିଚୟ ଯାଞ୍ଚ କରିବା ସହ ସେ ବରଗଡ଼ରେ ଜଣେ ୱେଲଡିଂ ମେକାନିକ୍ ଭାବରେ କାମ କରୁଥିବା ସ୍ପଷ୍ଟ କରିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଟ୍ରେନ୍ ଯୋଗେ ନିରାପଦରେ କେରଳ ପଠାଇ ଦିଆଯାଇଛି ।
ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ
କେରଳର ଥିରୁଭାନନ୍ତପୁରମ୍‌ ଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ନିଷ୍ଠୁର ମାଆ ଓ ତାଙ୍କ ଲିଭ୍-ଇନ୍ ପାର୍ଟନର୍‌ ମିଶି ନିଜର ଏକ କୁନି ଶିଶୁପୁତ୍ରକୁ ଅତି ନିର୍ମମ ଭାବେ ନିର୍ଯାତନା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମେ ୩୧ ତାରିଖରେ ଏହି ଅମାନବୀୟ ଘଟଣା ଘଟିଥିବା ବେଳେ ଶିଶୁଟିର ଶରୀରରେ ଥିବା ଏକାଧିକ କ୍ଷତ ଏହାର ଭୟାବହତାକୁ ବୟାନ କରୁଛି।
ଶରୀରରେ ସିଗାରେଟ୍ ଚେଙ୍କ ଓ ଗଭୀର ଆଘାତ
ପୋଲିସ ଏବଂ ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଶିଶୁଟିକୁ କାଶ ହେବା ସହ ରକ୍ତ ବାନ୍ତି ହେବାରୁ ତାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ତାହାର ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି। ଏହା ବ୍ୟତୀତ ଶିଶୁଟିର ଶରୀରରେ ଅନେକ ସ୍ଥାନରେ ସିଗାରେଟ୍ ଚେଙ୍କ ଦିଆଯିବା ସହ ପୁରୁଣା ଆଘାତର ଚିହ୍ନ ମଧ୍ୟ ମିଳିଛି, ଯାହା ପ୍ରମାଣ କରୁଛି ଯେ ଶିଶୁଟି ଦୀର୍ଘ ଦିନ ଧରି ଶାରୀରିକ ନିର୍ଯାତନାର ଶିକାର ହେଉଥିଲା।
ଜେଜେବାପା-ଜେଜେମାଆଙ୍କ ଗୁରୁତର ଅଭିଯୋଗ
ଶିଶୁଟି ତାର ମାଆ ଏବଂ ତାଙ୍କ ଲିଭ୍-ଇନ୍ ପାର୍ଟନର୍‌ଙ୍କ ସହ ରହୁଥିଲା। ଶିଶୁର ଅସ୍ୱାଭାବିକ ମୃତ୍ୟୁ ପରେ ତାଙ୍କର ଜେଜେବାପା ଓ ଜେଜେମାଆ ପ୍ରଥମେ ସନ୍ଦେହ ପ୍ରକାଶ କରିବା ସହ ପୋଲିସ ନିକଟରେ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଜଡିତ ଅଭିଯୁକ୍ତ ମାଆ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି।
ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ମତଦାନ, ବିଜେପି ଓ ବିରୋଧୀଙ୍କ ପାଇଁ ବଡ଼ ପରୀକ୍ଷା
ନୂଆଦିଲ୍ଲୀ: ଭାରତର ତିନୋଟି ପ୍ରମୁଖ ଅଞ୍ଚଳ- ଆସାମ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ପରବର୍ତ୍ତୀ ସରକାର ବାଛିବା ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୱେବକାଷ୍ଟିଂ ଏବଂ ସ୍ୱତନ୍ତ୍ର ଭୋଟର ସୁବିଧା କରାଯାଇଛି। ଲୋକେ ପୁଲିଂ ବୁଥରେ ପହଞ୍ଚି ଭୋଟ୍ ଦେବା ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ପାଇଁ ଏହା ଏକ ବଡ଼ ପରୀକ୍ଷା ବୋଲି ବିବେଚନା କରାଯାଉଛି।
ଆସାମ: ଆସାମରେ ଗତ ଏକ ଦଶନ୍ଧି ଧରି ବିଜେପି କ୍ଷମତାରେ ରହିଛି ଏବଂ ପୁଣିଥରେ ସତ୍ତା ବଜାୟ ରଖିବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅନୁପ୍ରବେଶ ଏବଂ ଜନସାଂଖ୍ୟିକ ପରିବର୍ତ୍ତନକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ଶାସନ ଏବଂ ଅର୍ଥନୈତିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଉଛି।
କେରଳ ଏବଂ ପୁଡୁଚେରୀ: କେରଳରେ ସାଧାରଣତଃ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ଏବଂ କଂଗ୍ରେସ ମଧ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥାଏ। ବାମପନ୍ଥୀ ମେଣ୍ଟ ଗତ ୧୦ ବର୍ଷ ଧରି ଏଠାରେ କ୍ଷମତାରେ ଅଛି। ସେହିପରି ୩୦ ଆସନ ବିଶିଷ୍ଟ ପୁଡୁଚେରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ବର୍ତ୍ତମାନ କ୍ଷମତାରେ ରହିଛି।
ଚଳିତ ମାସ ଶେଷ ଆଡ଼କୁ ଅନ୍ୟ ଦୁଇଟି ରାଜ୍ୟ- ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ମେ ୪ ତାରିଖରେ ସମସ୍ତ ୫ଟି ଯାକ ଅଞ୍ଚଳର ଭୋଟ ଗଣତି କରାଯିବ। ଭାରତର ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଏହି ୫ଟି ରାଜ୍ୟରେ ମୋଟ ୧୭୪ ନିୟୁତ ଭୋଟର ଅଛନ୍ତି, ଯାହାକି ଦେଶର ସମୁଦାୟ ଭୋଟରଙ୍କ ପ୍ରାୟ ୧୮ ପ୍ରତିଶତ। ବିଜେପି ବର୍ତ୍ତମାନ ଆସାମରେ କ୍ଷମତାରେ ଥିବା ବେଳେ ପୁଡୁଚେରୀରେ ଶାସକ ମେଣ୍ଟର ଅଂଶବିଶେଷ ରହିଛି। ତେବେ ପଶ୍ଚିମବଙ୍ଗ, କେରଳ ଏବଂ ତାମିଲନାଡୁରେ ଦଳ କେବେବି ସରକାର ଗଠନ କରିପାରି ନାହିଁ। ନିଜର ପାରମ୍ପରିକ ଗଡ଼ ବାହାରେ ଦକ୍ଷିଣ ଏବଂ ପୂର୍ବ ଭାରତରେ ପତିଆରା ବିସ୍ତାର କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ବିଜେପିର ଆଧିପତ୍ୟକୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ବିରୋଧୀ ଦଳ, ବିଶେଷକରି କଂଗ୍ରେସ ନିମନ୍ତେ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
୫ଟି ଅଞ୍ଚଳର ମୋଟ ୮୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ତେବେ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) କାର୍ଯ୍ୟକ୍ରମକୁ ନେଇ ବଡ଼ ବିବାଦ ଦେଖାଦେଇଛି। ବିଜେପିକୁ ଫାଇଦା ପହଞ୍ଚାଇବା ପାଇଁ ଏହି ପ୍ରକ୍ରିୟା ଜରିଆରେ ବିଶେଷ କରି ସଂଖ୍ୟାଲଘୁ (ମୁସଲମାନ) ସମ୍ପ୍ରଦାୟର ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ବିରୋଧୀ ଅଭିଯୋଗ ଆଣିଛନ୍ତି। ଯଦିଓ ନିର୍ବାଚନ ଆୟୋଗ ଏବଂ ବିଜେପି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି।
ନୂଆଦିଲ୍ଲୀ: କେରଳର ଥିରୁବନ୍ତପୁରମରେ ଅଭାବନୀୟ ଘଟଣା। ପ୍ରେମିକା ସହ ନିଜ ପରିବାରର ୫ଜଣଙ୍କୁ ଜଣେ ଯୁବକ ହତ୍ୟା କରିଥିବା ସୂଚନା ମିଳିଛି। ସମସ୍ତଙ୍କୁ ହାମର ସହ ଚାପଡରେ ହାଣି ସେ ହତ୍ୟା କରିଛି। ନିଜ ମା’, ଜେଜେମା, ନାବାଳକ ଭାଇ, ଦାଦା, ଭଉଣୀ ସହ ପ୍ରେମିକାକୁ ହତ୍ୟା ପରେ ଅଭିଯୁକ୍ତ ଯୁବକ ଥାନାରେ ଆତ୍ମସମର୍ପଣ କରିଛି। ବ୍ୟବସାୟରେ କ୍ଷତି ଯୋଗୁଁଁ ଅତ୍ୟଧିକ ଋଣ କରିଥିଲା ଏବଂ ଋଣ ସୁଝିବାକୁ ପରିବାର ଲୋକେ ରାଜି ହୋଇନଥିବାରୁ ପ୍ରେମିକା ସହ ପରିବାର ୫ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଯୁବକ ପ୍ରକାଶ କରିଛି ବୋଲି ପୁଲିସ ସୂଚନା ଦେଇଛି। ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକଅତ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ ପ୍ରକାଶ କରିଛି।
କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ: ୨୪ ଜଣଙ୍କ ମୃତ୍ୟୁ, ମାଟି ତଳେ ଫସି ରହିଛନ୍ତି ଶତାଧିକ
କେରଳ: କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଫସି ରହିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି। ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିବା ଖବର ଆସିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ  MI 17 ଓ ALH ହେଲିକପ୍ଟର ନିୟୋଜିତ କରଯାଇଛି। ସ୍ୱାସ୍ଥ୍ୟ ବିଭାଗ- ଜାତୀୟ ସ୍ୱାସ୍ଥ୍ୟ ମିଶନ ନିୟନ୍ତ୍ରଣ କକ୍ଷ ଖୋଲିଛି ଏବଂ ଜରୁରୀକାଳୀନ ସହାୟତା ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କେରଳ ରାଜ୍ୟର ୱାଏନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଛି । କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୁସ୍ଖଳନ ଘଟିଛି । ଏଥିରେ ମାଟି ତଳେ ଅନେକ ଲୋକ ଫସିରହିଥିବା ଆଶଙ୍କା କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (KSDMA)ସୂଚନା ଅନୁଯାୟୀ, ଭୂସ୍ଖଳନ ନେଇ ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭୂସ୍ଖଳନରେ ଆହତ ୫୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ସମୟରେ ଭୋର ପ୍ରାୟ ୧ଟାରେ ମୁଣ୍ଡାକ୍କାଇ ଟାଉନରେ ପ୍ରଥମ ଭୂସ୍ଖଳନ ଘଟିଥିଲା। ମୁଣ୍ଡାକ୍କାଇରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା ବେଳେ ସକାଳ ପ୍ରାୟ ୪ଟାରେ ଚୁରଲ ମାଲାର ଏକ ସ୍କୁଲ ନିକଟରେ ଦ୍ୱିତୀୟ ଭୂସ୍ଖଳନ ଘଟିଥିଲା।
କେରଳରେ ପୁଣି ବ୍ୟାପୁଛି ନିପା ଭୂତାଣୁ, ଜଣେ ୧୪ ବର୍ଷୀୟ ବାଳକ ସଂକ୍ରମିତ
ତିରୁଅନନ୍ତପୁରମ: କେରଳରେ ପୁଣି ନିପା ଭାଇରସ୍ ଆତଙ୍କ । ମଲ୍ଲାପୁରମରୁ ନିପା ଭୂତାଣୁ ମାମଲା ସାମ୍ନାକୁ ଆସିଛି। ୧୪ ବର୍ଷୀୟ ବାଳକ ଏହି ଭୂତାଣରେ ସଂକ୍ରମିତ ହୋଇଛନ୍ତି। ଏକ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ତାଙ୍କ ନମୁନାକୁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)କୁ ପଠାଇ ଦିଆଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଭୂତାଣୁ ନିୟନ୍ତ୍ରଣ ନେଇ ଲୋକମାନଙ୍କୁ ସ୍ବାସ୍ଥ୍ୟ ମର୍ଗଦର୍ଶିକା ପାଳନ କରିବାକୁ କହିଛନ୍ତି।
ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ । ଯେଉଁଠି ଭାଇରସ୍ ଚିହ୍ନଟ ହୋଇଛି, ତାର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ କଟକଣ ଲଗାଇବାକୁ ନିଷ୍ପତ୍ତି ହୋଇଛି । ବାଦୁଡ଼ିଙ୍କ ଆବାସ ସ୍ଥଳୀ ନଷ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ସେହିଭଳି ପକ୍ଷୀ ଖଣ୍ଡିଆ କରିଥିବା କୌଣସି ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି । ଏହି ଭାଇରସ ପ୍ରାଣୀଙ୍କ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ୨୦୧୮ରେ କେରଳରେ ୧୭ ଜଣଙ୍କ ଜୀବନ ନେଇଥିଲା ନିପା ଭାଇରସ ।
କେରଳରେ ବ୍ୟାପୁଛି ନାଇଲ ଫିଭର୍‌, ଚେତାବନୀ ଜାରି
ତିରୁଅନନ୍ତପୁରମ,: କେରଳରେ ୱେଷ୍ଟ ନାଇଲ ଫିଭର (ଡବ୍ଲ୍ୟୁଏନ୍‌ଏଫ) ବ୍ୟାପିବାରେ ଲାଗିଛି। ଏହାକୁ ନେଇ ରାଜ୍ୟରେ ଚେତାବନୀ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ କୋଝିକୋଡ଼, ତ୍ରିଶୁର ଏବଂ ମଲ୍ଲପୁରମରୁ ୬ ମାମଲା ସାମ୍ନାକୁ ଆସିଛି। ତ୍ରିଶୁରରେ ଜଣେ ୭୯ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆମେରିକାର ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁଯାୟୀ ମଶା କାମୁଡ଼ିଲେ ଏହି ରୋଗ ହୋଇଥାଏ। ଜ୍ବର ସହିତ ବାନ୍ତି, ଝାଡ଼ା ଏବଂ ମୁଣ୍ଡବିନ୍ଧି ଥାଏ। ଏହି ଜ୍ବରର ୧୦ରୁ ୬ ମାମଲାରେ କୌଣସି ଲକ୍ଷଣ ଦେଖାଯାଇ ନ ଥାଏ। ଏଭଳି ସ୍ଥିତିରେ କେରଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତଥ୍ୟ ସେୟାର କରାଯାଇ ନାହିଁ। ତେବେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରି ମଶା ବଂଶବୃଦ୍ଧି ହେବାକୁ ନ ଦେବା ପାଇଁ ସବୁ ଜିଲ୍ଲା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି।
ଏର୍ଣ୍ଣାକୁଲମର ଏକ କନ୍‌ଭେନସନ ସେଣ୍ଟରରେ ପ୍ରାର୍ଥନାବେଳେ ଭୟଙ୍କର ବିସ୍ଫୋରଣ, ଜଣେ ମୃତ, ୨୦ ଆହତ
କେରଳ: କେରଳର ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ । ଏକ କନ୍‌ଭେନସନ ସେଣ୍ଟରରେ ପ୍ରାର୍ଥନାବେଳେ ଘଟିଛି ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଫରେନସିକ ଟିମ ପହଞ୍ଚି ଯାଞ୍ଚ କରୁଛି । ସୂଚନା ଅନୁସାରେ ବିସ୍ଫୋରଣବେଳେ କନ୍‌ଭେନସନ ସେଣ୍ଟରରେ ୟହୋବା ସାକ୍ଷୀ ସମ୍ମିଳନୀ ହେଉଥିଲା ।
କଲାମାସେରି ସ୍ଥିତ ଏହି କନ୍‌ଭେସନ୍‌ ସେଣ୍ଟରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକିବେଳେ କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଦମକଳ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରୁ ଜଣଙ୍କର ଦଗ୍ଧ ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବିସ୍ଫୋରଣ ସମୟରେ ହଲରେ ୨ ହଜାରରୁ ଅଧିକ ଲୋକ ରହିଥିଲେ ।
କେରଳରେ ପୁଣି ନିପାହ ଭାଇରସ୍ ଆତଙ୍କ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ
ଥିରୁଅନନ୍ତପୁରମ: କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁଇଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୋମବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତେବେ ଏହି ଦୁଇ ମୃତ୍ୟୁ ଏକ ଘରୋଇ ହସ୍ପିଟାଲରେ ହୋଇଛି ଏବଂ ନିପାହ ଭାଇରସ୍ କୁ ମୃତ୍ୟୁର କାରଣ କୁହାଯାଉଛି ।
ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମୃତକଙ୍କ ମଧ୍ୟରୁ ଜଣଙ୍କ ସମ୍ପର୍କୀୟଙ୍କ ସ୍ଥିତି ମଧ୍ୟ ଗମ୍ଭୀର ରହିଛି ଏବଂ ତାଙ୍କୁ ଆଇସିୟୁରେ ଆଡମିଟ୍ କରାଯାଇଛି । ଜ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ବାଣା ଜର୍ଜ କହିଛନ୍ତି ଯେ, ମୃତକଙ୍କ ରକ୍ତ ନମୁନା ଯାଞ୍ଚ ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ମୃତକଙ୍କ ସମ୍ପର୍କୀୟ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଜଣେ ମୃତକଙ୍କ ବୟସ ୯ ବର୍ଷ ହୋଇଥିବା ବେଳେ ଆଉଜଣଙ୍କ ବୟସ ୪ ବର୍ଷ ରହିଛି । ବର୍ତ୍ତମାନ ଉଭୟ ମୃତକଙ୍କ ଶବକୁ ଶବାଗାରରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁସାରେ, ନିପାହ ଭାଇରସ୍ ଏକ ଜିନୋଟିକ୍ ଭାଇରସ୍ ଅଟେ । ଅର୍ଥାତ ପଶୁଙ୍କ ଜରିଆରେ ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ । ଅନେକଥର ଖାଦ୍ୟ-ପାନୀୟ ଜରିଆରେ ଏବଂ ମଣିଷରୁ ମଣିଷକୁ ମଧ୍ୟ ବ୍ୟାପିଥାଏ । ନିପାହର ସର୍ବପ୍ରଥମ ମାମଲା ୧୯୯ରେ ମାଲେସିଆର ଏକ ଗାଁ ସୁନଗଇ ନିପାହରେ ସାମ୍ନାକୁ ଆସିଥିଲା । ଏହି କାରଣରୁ ଏହି ଭାଇରସର ନାଁ ନିପାହ ରଖାଯାଇଛି । ନିପାହ ଭାଇରସର ଲକ୍ଷଣ ହେଉଛି ଗଭୀର ଜ୍ୱର ହେବା, ମୁଣ୍ଡବିନ୍ଧା, ନିଶ୍ୱାସ ନେବାରେ ସମସ୍ୟା, ଗଳାରେ ଦରଜ, ଏଟିପିକର ନିମୋନିଆ ଭଳି ଲକ୍ଷଣ ଦେଖାଯାଇଥାଏ ।
ବଦଳିବ କେରଳର ନାଁ, ବିଧାନସଭାରେ ସର୍ବସମ୍ମତିରେ ପାରିତ ହେଲା ପ୍ରସ୍ତାବ
ନୂଆଦିଲ୍ଲୀ : ବଦଳିବ କେରଳର ନାଁ । ଏ ନେଇ କେରଳ ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ବିନା ସଂଶୋଧନରେ ପାରିତ ହୋଇଛି । ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହେବା ପରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ ତଥା ସମସ୍ତ ସରକାରୀ ରେକର୍ଡରେ ନୂଆ ନାଁ ରଖିବାକୁ ଅନୁରୋଧ କରାଯାଇଛି।ଆଜି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବରକୁ ଗୃହରେ ଉପସ୍ଥାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେରଳକୁ ମାଲାୟଲମ ଭାଷାରେ କେରଲମ୍ କୁହାଯାଏ । ଭାଷା ଭିତ୍ତିକ ଏହି ରାଜ୍ୟ ୧୯୫୬ ନଭେମ୍ବର ୧ ତାରିଖରେ ସୃଷ୍ଟି ହୋଇଥିଲା । ଏହି ଦିନକୁ କେରଳ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବିଧାନରେ ଏହାର ନାମ କେରଳ ଲେଖା ଯାଇଛି । ତେଣୁ ଏହାର ନାମ ପରିବର୍ତ୍ତନ କରାଯାଇ କେରଳମ ରହିବ । ସିଏମ ବିଜୟନ ବିଧାନସଭାରେ ଧାରା ୧୧୮ ଅନୁସାରେ ଏହି ପ୍ରସ୍ତାବ ଆଗତ କରିଥିଲେ ।
ଏହି ପ୍ରସ୍ତାବରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମଧ୍ୟ ସହମତି ପ୍ରକାଶ କରିଛି । ଶେଷରେ ବିଧାନସଭା ଅଧ୍ୟକ୍ଷ ଏଏନ ସମଶୀର ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଗୃହୀତ ହୋଇଥିବା ଘୋଷଣା କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ସହ ସମସ୍ତ ଆଧିକାରିକ ଦସ୍ତାବିଜ ତଥା ସମ୍ବିଧାନର ୮ମ ସୂଚୀରେ କେରଳର ନାଁ ବଦଳାଇ କେରଲମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି, ୭୯ ବର୍ଷ ବୟସରେ ବେଙ୍ଗାଳୁରୁରେ ଦେହାନ୍ତ
ନୂଆଦିଲ୍ଲୀ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ପରଲୋକ । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୭୯ ବର୍ଷ ବୟସରେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଆଖି ବୁଜିଛନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ। ତାଙ୍କ ପୁଅ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଓମେନ ଚାଣ୍ଡିଙ୍କ ଦେହାନ୍ତ ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।
ଓମେନ ଚାଣ୍ଡି କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ କେରଳରେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ପ୍ରଥମେ ସେ ୨୦୦୪ରୁ ୨୦୦୬ ଯାଏଁ କେରଳର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସେ ୨୦୧୧ରୁ ୨୦୧୬ ଯାଏଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୬ରୁ ୨୦୧୧ ଯାଏଁ ଚାଣ୍ଡି କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । ଏକମାତ୍ର ଭାରତୀୟ ମୁଖ୍ୟମନ୍ତ୍ରୀ ଭାବେ ଚାଣ୍ଡି ଜନସେବା ପାଇଁ ଜାତିସଂଘର ପୁରସ୍କାର ପାଇଥିଲେ ।