hockey stadium - The Sakala

ସୁନ୍ଦରଗଡ଼ରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼ବାସୀଙ୍କ ପ୍ରଶଂସା
ଭୁବନେଶ୍ୱର: ରାଉରକେଲା ସହରର ବିପିୟୁଟି ପରିସରରେ ଦେଶର ସର୍ବ  ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ଯ ଜାରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଆଜି କାର୍ଯ୍ଯ ତଦାରଖ କରିଛନ୍ତି। ରାଉରକେଲା ସହରରେ ଆନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ୍ ନିର୍ମାଣ କରି ୨୦୨୩ ପୁରୁଷ ବିଶ୍ୱକପ୍‌ ହକି ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିବାରୁ ସୁନ୍ଦରଗଡ଼ ଜିଲ୍ଲାବାସୀ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆସନ୍ତା ଏକ ବର୍ଷ ମଧ୍ୟରେ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ଯ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ଯ କରାଯାଇଛି।ଏଥିପାଇଁ ରାଉରକେଲା ସହରର ବିପିୟୁଟି ପରିସରରେ ଦେଶର ସର୍ବ ବୃହତ ତଥା ଆନ୍ତର୍ଜାତୀୟ ସ୍ତରରେ ହକି ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଫେବୃଆରୀ ମାସ ୧୬ ତାରିଖ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ନୂତନ ହକି ଷ୍ଟାଡିୟମ ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହୋଇଛି । ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ଯ ଆଜିଠାରୁ ଆରମ୍ଭ ହେବାପରେ ସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳୀ, ହକି କୋଚ ଓ ସୁନ୍ଦରଗଡ଼ ଜିଲ୍ଲାବାସୀ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି।