Pothole Survival - The Sakala

ରାସ୍ତା ଖାଲରେ ପଡିଲା ଆମ୍ବୁଲାନ୍ସ, ବ୍ରେନ୍ ଡେଡ୍ ମହିଳାଙ୍କ ଶରୀରରେ ଫେରିଆସିଲା ଜୀବନ
ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଡାକ୍ତରମାନେ ବ୍ରେନ୍ ଡେଡ୍ ବା ମୃତପ୍ରାୟ ଘୋଷଣା କରିବା ପରେ, ତାଙ୍କୁ ଘରକୁ ଅଣାଯାଉଥିଲା। ମାତ୍ର ବାଟରେ ଆମ୍ବୁଲାନ୍ସଟି ଏକ ବଡ଼ ଖାଲରେ ପଡି ଝଟକା ଖାଇବା ପରେ ମହିଳାଙ୍କ ଶରୀରରେ ଜୀବନ ଫେରିଆସିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କଣ ଥିଲା ପୁରା ଘଟଣା?

ପିଲିଭିତ ଜିଲ୍ଲାର ୫୦ ବର୍ଷୀୟା ବିନୀତା ଶୁକ୍ଲା ହଠାତ୍ ଅସୁସ୍ଥ ହୋଇ ପଡିବା ପରେ ତାଙ୍କୁ ବରେଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା କହିବା ସହ ସେ କୌଣସି ପ୍ରତିକ୍ରିୟା ଦେଉନଥିବା ଜଣାଇଥିଲେ। ବିନୀତା ବ୍ରେନ୍ ଡେଡ୍ ହୋଇଯାଇଛନ୍ତି ଏବଂ ତାଙ୍କର ବଞ୍ଚିବାର ଆଶା ନାହିଁ ବୋଲି କୁହାଯାଇଥିଲା। ଏହା ଶୁଣିବା ପରେ ତାଙ୍କ ସ୍ୱାମୀ କୁଲଦୀପ କୁମାର ଶୁକ୍ଲା ଫେବୃଆରୀ ୨୪ରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଶେଷକୃତ୍ୟ ପାଇଁ ଘରକୁ ନେଇ ଆସୁଥିଲେ।

ଖାଲ ସାଜିଲା ଦେବଦୂତ

ବରେଲି-ହରିଦ୍ୱାର ଜାତୀୟ ରାଜପଥରେ ହାଫିଜଗଞ୍ଜ ନିକଟରେ ଆମ୍ବୁଲାନ୍ସଟି ଯାଉଥିବା ସମୟରେ ଏକ ବଡ଼ ଖାଲରେ ପଡି ଜୋରରେ ଝଟକା ଖାଇଥିଲା। ବିନୀତାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ, ଗାଡ଼ିଟି ଭୀଷଣ ଭାବେ ହଲିଯିବା ପରେ ହଠାତ୍ ବିନୀତା ପୁଣି ନିଶ୍ୱାସ ନେବା ଆରମ୍ଭ କରିଥିଲେ। ଏହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତୁରନ୍ତ ଘରେ ଚାଲିଥିବା ଶେଷକୃତ୍ୟ ପ୍ରସ୍ତୁତି ବନ୍ଦ କରିବାକୁ କହିଥିଲେ। ଏହାପରେ ତାଙ୍କୁ ପିଲିଭିତର ନ୍ୟୁରୋସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେ

ନ୍ୟୁରୋସିଟି ହସ୍ପିଟାଲର ନ୍ୟୁରୋସର୍ଜନ ଡାକ୍ତର ରାକେଶ ସିଂହ କହିଛନ୍ତି ଯେ, ବିନୀତାଙ୍କ ଗ୍ଲାସଗୋ କୋମା ସ୍କେଲ୍ ମାତ୍ର ୩ ପଏଣ୍ଟକୁ ଖସି ଆସିଥିଲା, ଯାହା ଗଭୀର ଅଚେତ ଅବସ୍ଥାକୁ ସୂଚାଏ। ତାଙ୍କ ରକ୍ତରେ ନ୍ୟୁରୋଟକ୍ସିନ ଚିହ୍ନଟ କରାଯାଇଥିଲା। ସଠିକ୍ ରୋଗ ନିରୂପଣ ଏବଂ ଜରୁରୀକାଳୀନ ଚିକିତ୍ସା ପରେ ବିନୀତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଆସିଥିଲା। ସେ ପୁଣି ସଂଜ୍ଞା ଫେରି ପାଇବା ସହ କଥା କହିବା ଆରମ୍ଭ କରିଥିଲେ। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସୋମବାର ତାଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଛି।