LPG Shortage - The Sakala

ରନ୍ଧନ ଗ୍ୟାସ ସଙ୍କଟ: ରାଜ୍ୟରେ କଳାବଜାରୀଙ୍କ ରାଜୁତି, ଉପଭୋକ୍ତା ହତାଶ
ଭୁବନେଶ୍ୱର: ସରକାର କହୁଛନ୍ତି ରନ୍ଧନ ଗ୍ୟାସର ସମସ୍ୟା ନାହିଁ, କମ୍ପାନୀ କହୁଛି ପର୍ଯ୍ୟାନ୍ତ ଗ୍ୟାସ ଗଚ୍ଛିତ ଅଛି; ପାଞ୍ଚ ଦିନ ମଧ୍ୟରେ ଉପଭୋକ୍ତାଙ୍କୁ ଗ୍ୟାସ ଯୋଗାଇ ଦିଆଯାଉଛି। ମାତ୍ର ବାସ୍ତବ ସ୍ଥିତି ଭିନ୍ନ, ରାଜ୍ୟର ରାଜଧାନୀରେ ଅଧିକାଂଶ ଗ୍ୟାସ ଏଜେନ୍ସିଗୁଡ଼ିକରେ ଯେପରି ଲମ୍ବା ଧାଡ଼ି ଲାଗିଛି; ସେଥିରୁ କିଏ ସତ କହୁଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଏପରିକି ବୁକିଂ ସହ ଟଙ୍କା ଜମା ଓ ଓଟିପି ଆସିବାର ୧୫ ଦିନ ପରେ ବି ଉପଭୋକ୍ତାଙ୍କୁ ଗ୍ୟାସ ମିଳିପାରୁ ନାହିଁ। ଫୋନ୍‌ କଲେ ଗ୍ୟାସ ଏଜେନ୍ସି କର୍ତ୍ତୃପକ୍ଷ ଫୋନ୍‌ ଉଠାଉ ନାହାନ୍ତି, ବାରମ୍ବାର ଫୋନ୍‌ କରିବା ପରେ ଉତ୍ତର ମିଳୁଛି ଗ୍ୟାସ ଡେ଼ଲିଭରି ହୋଇ ସାରିଛି । ଯେଉଁଠି ଉପଭୋକ୍ତାଙ୍କୁ ଗ୍ୟାସ ସିଲିଣ୍ଡର ଡେ଼ଲିଭରି ହୋଇନାହିଁ, ତାହା କୁଆଡେ଼ ଗଲା ବୋଲି ପ୍ରଶ୍ନର ଉତ୍ତର ଦେବାକୁ ବି ଏଜେନ୍ସି ସାମାନ୍ୟ ସୌଜନ୍ୟ ଦେଖାଉ ନାହାନ୍ତି।

ରାଜଧାନୀ ଅନ୍ତର୍ଗତ କଳିଙ୍ଗନଗରର ଜଣେ ଏଚ୍‌ପି ଗ୍ୟାସ ଉପଭୋକ୍ତା ଖଣ୍ଡଗିରିସ୍ଥିତ ଲିଙ୍ଗରାଜ ଗ୍ୟାସରେ  ତାଙ୍କର ସିଲିଣ୍ଡର ଅନଲାଇନରେ ବୁକିଂ କରିଥିଲେ। ବୁକିଂର ଦିନେ ଦୁଇଦିନ ପରେ ତାଙ୍କ ମୋବାଇଲ୍‌କୁ ଡେ଼ଲିଭରି ସମୟରେ ଆବଶ୍ୟକ ଓଟିପି ଆସିଲା।  ଉପଭୋକ୍ତା ଓଟିପି ଧରି ଗ୍ୟାସ ସିଲିଣ୍ଡରକୁ ଅପେକ୍ଷା କରି ରହିଲେ। ଦିନେ, ଦୁଇଦିନ ଯାଇ ୧୫ ଦିନ ବିତିଲା; ମାତ୍ର ସିଲିଣ୍ଡର ପହଞ୍ଚିଲା ନାହିଁ। ଶେଷରେ ତାଙ୍କ ମୋବାଇଲ୍‌କୁ ଗୋଟିଏ ମେସେଜ ଆସିଲା ଯେ ତାଙ୍କର ଗ୍ୟାସ ଡେ଼ଲିଭରି ହୋଇଛି। କ୍ୟାସ ମେମୋ ନମ୍ବର ୧୧୪୯୩୯୨ ଓ ୩୧ ମାର୍ଚ୍ଚ ପରେ ପରବର୍ତ୍ତୀ ଗ୍ୟାସ ବୁକିଂ କରିପାରିବେ ବୋଲି ଏଥିରେ ଉଲ୍ଲେଖ  ରହିଥିଲା। ମାତ୍ର ଉପଭୋକ୍ତାଙ୍କ ଘରେ ଗ୍ୟାସ ଡେ଼ଲିଭରି ହୋଇ ନ ଥିବା ଓ ସେ ଗ୍ୟାସ ବାବଦ ଟଙ୍କା ପ୍ରଦାନ କରି ନ ଥିବାବେଳେ ଏପରି ମେସେଜ କିପରି ଆସିଲା? ତାଙ୍କ ନାମରେ ବୁକିଂ ହୋଇଥିବା ଗ୍ୟାସ କୁଆଡେ଼ ଗଲା ଓ କିଏ ତାହାକୁ ବିକିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଗ୍ୟାସ ଏଜେନ୍ସି କର୍ତ୍ତୃପକ୍ଷ ବା ଡେ଼ଲିଭରୀ କରୁଥିବା ବ୍ୟକ୍ତିବିଶେଷ ମିଳିମିଶି ଏହାକୁ କଳାବଜାରରେ ବିକ୍ରି କରିଥିବା ସେ ସନ୍ଦେହ କରିଛନ୍ତି ।

ଅନୁରୂପ ଭାବରେ୧୯ ମାର୍ଚ୍ଚରେ ନୟାପଲ୍ଲୀସ୍ଥିତ ରାଜଧାନୀ ଗ୍ୟାସରେ ସିଲିଣ୍ଡର ବୁକିଂ ସହ ଟଙ୍କା ଜମା କରିଥିବା କରିଥିବା ଅନ୍ୟଜଣେ ଉପଭୋକ୍ତା ସମାନ ଅଭିଯୋଗ କରିଛନ୍ତି । ୩୧ ତାରିଖ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ତାଙ୍କ ନିକଟରେ ପହଞ୍ଚି ନାହିଁ ଓ ଏ ସମ୍ପର୍କରେ ସମ୍ପୃକ୍ତ ଗ୍ୟାସ ଏଜେନ୍ସି ସହ ଯୋଗାଯୋଗ କରିଥିଲେ ବି କିଛି ସନ୍ତୋଜନକ ଉତ୍ତର ମିଳି ନ ଥିବା ସେ କହିଛନ୍ତି । କେବଳ ଏହି ଦୁଇଟି ଘଟଣା ନୁହେଁ, ରାଜଧାନୀରେ ଏବେ ପ୍ରତିଦିନ ଅନୁରୂପ ହଜାର ହଜାର ଘଟଣା ଘଟୁଛି।

ରାଜଧାନୀର ଅଧିକାଂଶ ଗ୍ୟାସ ଏଜେନ୍ସି କଳାବଜାରରେ ମାତିଥିବା ଅଭିଯୋଗ ହୋଇଛି । ବାଣିଜ୍ୟିକ ଗ୍ୟାସ କୋଟା ହ୍ରାସ ପାଇଥିବାରୁ ବଡ଼ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ, ଟେଣ୍ଟ ହାଉସ ଓ ମଣ୍ଡପ ମାଲିକମାନଙ୍କୁ ଚଢ଼ା ଦରରେ ବିକ୍ରିକରି ଅନେକ ଗ୍ୟାସ ଏଜେନ୍ସି ବିପୁଳ ମୁନାଫା ପାଉଛନ୍ତି । ଏପରିକି ଜରୁରୀ ଆବଶ୍ୟକ ସାଧାରଣ ଉପଭୋକ୍ତାଙ୍କ ପାଇଁ ଆସୁଥିବା ଗ୍ୟାସକୁ ଅନ୍ୟତ୍ର ସିଲିଣ୍ଡର ପିଛା ୨୫୦୦ରୁ ୩୦୦୦ ଟଙ୍କାରେ ବିକ୍ରି କରାଯାଉଛି । ଏପରିକି କିଛି ବାହାର ଦୋକାନରେ ୫ ଲିଟର ସିଲିଣ୍ଡରରେ ଗ୍ୟାସ କେଜି ୩୦୦ ଟଙ୍କା ଲେଖାଏଁ ବିକ୍ରି ହେଉଥିବା ଦେଖାଯାଉଛି । କେବଳ ରାଜଧାନୀ ଭୁବନେଶ୍ୱର କାହିଁକି କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଜୟପୁର, ରାଉରକେଲା ଏବଂ ବାଲେଶ୍ୱର ଭଳି ପ୍ରମୁଖ ସହରଗୁଡିକରେ ରନ୍ଧନ ଗ୍ୟାସ୍‌ର ଅଭାବ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି। ଏଲ୍‌ପିଜି ସିଲିଣ୍ଡର ପାଇଁ ଗ୍ୟାସ୍‌ ଏଜେନ୍ସି ଆଗରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି।  ଲୋକେ ସକାଳ ସବୁ କାମ ଛାଡି ଏଲ୍‌ପିଜି ସିଲିଣ୍ଡର ପାଇଁ ଧାଡିରେ ଛିଡା ହେଉଛନ୍ତି। ଗ୍ରାହକ କମ୍ପାନୀର ନମ୍ବରରେ କଲ କଲେ ମଧ୍ୟ ବୁକିଂ ହୋଇପାରୁନାହିଁ। ଏପରିକି ବୁକିଂର ୧୫ ଦିନ ପରେ ମଧ୍ୟ ଗ୍ରାହକଙ୍କୁ ଏଲ୍‌ପିଜି ସିଲିଣ୍ଡର ମିଳୁନି ଓ ବୁକିଂ ହେବା ପରେ ବି ଗ୍ରାହକଙ୍କୁ ସିଲିଣ୍ଡର ମିଳୁନାହିଁ।

ସରକାରଙ୍କ ନୂଆ ନିୟମ ଅନୁସାରେ ଏଲ୍‌ପିଜି ସିଲିଣ୍ଡର ବୁକିଂ ଅବଧି ସହରାଞ୍ଚଳରେ ୨୧ ଦିନରୁ ୨୫ ଦିନକୁ ଓ ଗ୍ରାମାଞ୍ଚଳରେ ୪୫ ଦିନକୁ ବୃଦ୍ଧି କରାଯାଇଛି । ମାତ୍ର ଗ୍ରାହକମାନଙ୍କୁ ଶୋଷଣ କରୁଥିବା ଓ କଳାବଜାରରେ ଗ୍ୟାସ ସିଲିଣ୍ଡର ବିକ୍ରି କରୁଥିବା କୌଣସି ଗୋଟିଏ ବି ଏଜେନ୍ସି ବିରୋଧରେ ଆଜିଯାଏ  ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାର ଦୃଷ୍ଟାନ୍ତ ନାହିଁ । ଯଦି ରାଜ୍ୟରେ ବାସ୍ତବରେ ଗ୍ୟାସ ସଙ୍କଟ ନାହିଁ ଓ ସରକାର ସତରେ ଲୋକମାନଙ୍କ ହିତ ଚାହୁଁଛନ୍ତି,  ତେବେ ଅଭିଯୋଗ ସତ୍ତେ୍ୱ ଗ୍ୟାସ ଏଜେନ୍ସି ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସ୍ୱାଭାବିକ ପ୍ରଶ୍ନ ଉଠିଛି ।

ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା, ବାରମ୍ବାର ଗୃହ ମୁଲତବି
ଭୁବନେଶ୍ୱର: ଗୃହରେ ଗ୍ୟାସ ତାତି । ଗ୍ୟାସ ଅଭାବକୁ ନେଇ ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। ଚାଲିପାରୁନି ବିଧାନସଭା ବଜେଟ ଅଧିବେଶନ ପ୍ରଶ୍ନକାଳ । ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି ।  ଗୃହ କାର୍ଯ୍ୟ ଚାଲନପାରିବାରୁ ପୂର୍ବାହ୍ଣ ପ୍ରଥମେ ୧୧ଟା୩୦ ଯାଏ ଗୃହ ମୁଲତବି ରଖିଥିଲେ ବାଚସ୍ପତି ।  ପୁଣି ଦିନ ୧୨ ଟା ୧୦ ଯାଏ ଗୃହ ମୁଲତବି ରଖିଥିଲେ ବାଚସ୍ପତି ।  ଗୃହ ଆରମ୍ଭରୁ ହଟ୍ଟଗୋଳ କରୁଛନ୍ତି କଂଗ୍ରେସ ବିଧାୟକ । LPG ଗ୍ୟାସ ଅବ୍ୟବସ୍ଥl, ଗ୍ୟାସ ମିଳୁ ନଥିବାରୁ ଲୋକ ହନ୍ତସନ୍ତ ନେଇ ଗୃହରେ ହୋହାଲ୍ଲା କଲେ ବିରୋଧୀ । ମୁଖ୍ୟମନ୍ତ୍ରୀ ଆସି  ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କଲେ ବିରୋଧୀ ।

ଦେଶବ୍ୟାପୀ ଏଲପିଜି ସଙ୍କଟ: ଟ୍ରେନରେ ରନ୍ଧା ଖାଦ୍ୟ ବନ୍ଦ କରିପାରେ IRCTC, ରନ୍ଧନ ବ୍ୟବସ୍ଥାର ବିକଳ୍ପ ବ୍ୟବହାର ପାଇଁ ପରାମର୍ଶ
ନୂଆଦିଲ୍ଲୀ: ଦେଶବ୍ୟାପୀ ଦେଖାଦେଇଥିବା ଏଲପିଜି (LPG) ସିଲିଣ୍ଡରର ଅଭାବ ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ (IRCTC) ର ସେବା ଉପରେ ଗଭୀର ପ୍ରଭାବ ପକାଇଛି। ଏହି ସଙ୍କଟ କାରଣରୁ ଟ୍ରେନରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ସେବାକୁ ସାମୟିକ ଭାବରେ ବନ୍ଦ କରିବାକୁ ରେଳବାଇ ବିଚାର କରୁଛି। ଯେଉଁ ଯାତ୍ରୀମାନେ ଟିକେଟ୍ ସହିତ ପୂର୍ବରୁ ଖାଦ୍ୟ ବୁକ୍ କରିଛନ୍ତି, ସେମାନଙ୍କୁ ଟଙ୍କା ଫେରସ୍ତ ବା ରିଫଣ୍ଡ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇପାରେ। ଯାତ୍ରୀମାନଙ୍କ ପାଇଁ ନିରବଚ୍ଛିନ୍ନ ଖାଦ୍ୟ ସେବା ବଜାୟ ରଖିବାକୁ ଆଇଆରସିଟିସି ଏହାର କ୍ୟାଟରିଂ ଲାଇସେନ୍ସପ୍ରାପ୍ତ ସଂସ୍ଥାଗୁଡ଼ିକୁ ବିକଳ୍ପ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ଗ୍ୟାସ୍ ବଦଳରେ ମାଇକ୍ରୋ ଓଭେନ ବ୍ୟବହାର କରିବାକୁ ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ ଆଇଆରସିଟିସି ପରାମର୍ଶ ଦେଇଛି ।

ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦ କାରଣରୁ ହର୍ମୁଜ୍ ପ୍ରଣାଳୀ ଦେଇ ହେଉଥିବା ପରିବହନ ବାଧାପ୍ରାପ୍ତ ହୋଇଛି, ଯାହା ଫଳରେ ଏଭଳି ଗ୍ୟାସ୍ ସଙ୍କଟ ଉପୁଜିଛି। ସରକାର ପ୍ରାକୃତିକ ଗ୍ୟାସର ବଣ୍ଟନକୁ ସୀମିତ କରିବା ସହ ଘରୋଇ ପାଇପ୍ ଗ୍ୟାସ୍ ଏବଂ ସିଏନଜି (CNG) ଚାଳିତ ଯାନଗୁଡ଼ିକୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରେଳବାଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗ୍ୟାସ୍ ଅଭାବ ସିଧାସଳଖ ଆଇଆରସିଟିସି ର ବେସ୍ କିଚେନ୍ (ମୂଳ ରୋଷେଇ ଘର) ଗୁଡ଼ିକୁ ପ୍ରଭାବିତ କରୁଛି। ପ୍ୟାଣ୍ଟ୍ରି କାରଗୁଡ଼ିକ କେବଳ ଖାଦ୍ୟ ବଣ୍ଟନ ଓ ଗରମ କରିବା ପାଇଁ ବ୍ୟବହୃତ ହେଉଥିବା ବେଳେ ଏଠାରେ ଏଲପିଜି ସିଲିଣ୍ଡର ରହେ ନାହିଁ। କିନ୍ତୁ ବେସ୍ କିଚେନରେ ରୋଷେଇ ବାଧାପ୍ରାପ୍ତ ହେଉଥିବାରୁ ଦୂରଗାମୀ ଟ୍ରେନଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତି ସିଧାସଳଖ ପ୍ରଭାବିତ ହେଉଛି।

ଗତ ମାର୍ଚ୍ଚ ୧୦ ତାରିଖ (ମଙ୍ଗଳବାର) ଦିନ ଏକ ଚିଠି ମାଧ୍ୟମରେ, ଆଇଆରସିଟିସି ସମସ୍ତ ରେଳ ଷ୍ଟେସନରେ ଥିବା ଫୁଡ୍ ପ୍ଲାଜା, ରିଫ୍ରେସମେଣ୍ଟ୍ ରୁମ୍ ଏବଂ ଜନ ଆହାର ଆଉଟଲେଟ୍‌ଗୁଡ଼ିକୁ ଏଲପିଜି ଅଭାବ ସମୟରେ ରୋଷେଇର ବିକଳ୍ପ ମାଧ୍ୟମ ଆପଣାଇବାକୁ ନିର୍ଦ୍ଦେଶ ଦେଇଛି। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ବ୍ୟବସାୟିକ ଏଲପିଜି ଯୋଗାଣ ପ୍ରଭାବିତ ହେଉଥିବାରୁ କ୍ୟାଟରିଂ ସେବା ଯେପରି ବାଧାପ୍ରାପ୍ତ ନହୁଏ, ତାହା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସ୍ୱାଭାବିକ ଖାଦ୍ୟ ସାମଗ୍ରୀ ସହିତ ଯାତ୍ରୀମାନଙ୍କ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ରେଡି-ଟୁ-ଇଟ୍ (RTE) ବା ସିଧାସଳଖ ଖାଇବାକୁ ପ୍ରସ୍ତୁତ ଥିବା ଖାଦ୍ୟ ମହଜୁଦ ରଖିବାକୁ କୁହାଯାଇଛି।

ରେଳ ବିଭାଗର ତଥ୍ୟ ଅନୁଯାୟୀ, ଆଇଆରସିଟିସି ଏହାର ବେସ୍ କିଚେନ୍ ଏବଂ ଅନ୍-ବୋର୍ଡ କ୍ୟାଟରିଂ ସେବା ମାଧ୍ୟମରେ ଦେଶବ୍ୟାପୀ ଦୈନିକ ପ୍ରାୟ ୧୭ ଲକ୍ଷ ଖାଦ୍ୟ ଯୋଗାଇଥାଏ। ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ହେଲେ ମଧ୍ୟ ଯାତ୍ରୀମାନଙ୍କୁ ଯେପରି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ସେଥିପାଇଁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯଦି କୌଣସି ଜୋନ୍‌ରେ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୁଏ, ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କ୍ୟାଟରର୍ସମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।