odisha congress - The Sakala

'ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ'; କଂଗ୍ରେସରୁ ବହିଷ୍କୃତ ପରେ ଏମିତି ପ୍ରତିକ୍ରିୟା ଦେଲେ ମହମ୍ମଦ ମୋକିମ...
ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ୍ । ସେ କହିଛନ୍ତି କି, 'ମୋ ବିଚାରଧାରାରୁ କଂଗ୍ରେସକୁ କେହି ଦୂରେଇ ପାରିବେନି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ' । ଆଗକୁ ରାଜନୀତି ଜାରି ରହିବ, ଏଥିରେ ବିରାମ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କି, 'ମୋର ଵିଚାରଧାରାରେ ମୁଁ କଂଗ୍ରେସ ସହିତ ଅଛି । କଂଗ୍ରେସ ମତେ ଦଳଠାରୁ ଦୁରେଇ ଦେଇପାରେ । ମୁଁ କିନ୍ତୁ କଂଗ୍ରେସ ସହିତ ଥିଲି....ଅଛି ଓ ରହିଵି । ମୁଁ ଦଳର ଭୁଲକୁ ଆଗକୁ ଆଣିଥିଲି । ଦଳ ମୋ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି । ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ଭାବୁଛି। ଆମେ ରାହୁଲଙ୍କୁ ଅନୁସରଣ କରୁଥିଲୁ, ସେ କୁହନ୍ତି କଂଗ୍ରେସ କର୍ମୀ କାହାକୁ ଡରନ୍ତିନି। ତେଣୁ ମୁଁ କାହାକୁ ନ ଡ଼ରି ଚିଠି ଲେଖିଲି। ଯାହା କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ। ଯାହା ଦଳର ସତ ତାହା ମୁଖ୍ୟଙ୍କୁ ଅବଗତ କରିଥିଲି। ଶେଷ ନିଶ୍ଵାସ ଯାଏଁ କଟକ ଓ ଓଡ଼ିଶାବାସୀଙ୍କ ସେବା କରିବି।'

ସୂଚନାଯୋଗ୍ୟ, ମହମ୍ମଦ ମୋକିମଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମଙ୍କୁ ବହିଷ୍କୃତ ନେଇ ଏଆଇସିସିକୁ ଚିଠି ଲେଖିଥିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ଏଥିରେ ଏଆଇସିସି ମୋହର ମାରିଛି । ଗତ କିଛି ଦିନ ତଳେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଚିଠି ଲେଖିଥିଲେ ମୋକିମ୍ । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ ।  କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ ।

ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ, AICC ପକ୍ଷରୁ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଦଳୀୟ ନେତୃତ୍ବକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ସୋନିଆଙ୍କୁ ଚିଠି ଲେଖିଥିଲେ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଗତ କିଛି ଦିନ ତଳେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଚିଠି ଲେଖିଥିଲେ ମୋକିମ୍ । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ ।  କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ ।

ଚିଠିରେ ସେ ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଥିଲେ। ନୂଆପଡ଼ା ପରାଜୟକୁ ନେଇ କହିଥିଲେ ଭକ୍ତ ଦାସଙ୍କ ନିଜ ଅଞ୍ଚଳରେ ବି ଦଳ ୮୦ ହଜାର ଭୋଟରେ ହାରିଛି। ଏଥିପାଇଁ କର୍ମୀ ହତାଶ ହୋଇ ପଡ଼ିଥିବା କହିଥିଲେ। କେବଳ ସେତିକି ନୁହେଁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ବି ମତ ଦେଇଥିଲେ। ଏହାକୁ ନେଇ ଦଳରେ ସୃଷ୍ଟି ହୋଇଥିଲା କମ୍ପନ। ଅନୁମାନ କରାଯାଉଥିଲା ମୋକିମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏପରି ସଂକେତ ବି ଆସିଥିଲା। ଶେଷରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ରାଜ୍ୟରୁ କେବେ ଉଠିବ ଆଉଟ୍ ସୋର୍ସିଂ; 'ଶୌଚାଳୟ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସବୁକିଛି ଚାଲିଛି ଆଉଟ୍ ସୋର୍ସିଂରେ'
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାର୍ଯ୍ୟଧାରାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ଶୌଚାଳୟ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ, ସବୁକିଛି ଆଉଟ୍ ସୋର୍ସିଂ (Outsourcing) ଜରିଆରେ ଚାଲିଥିବା ନେଇ ଅଭିଯୋଗ ଆଣିଛନ୍ତି ଜାତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡ. ସ୍ମୃତି ରଞ୍ଜନ ଲେଙ୍କା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ଓସେପା (OSEPA) ନିଯୁକ୍ତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଦାବି କରିଛନ୍ତି।

ଡ. ଲେଙ୍କା ଅଭିଯୋଗ କରିଛନ୍ତି ଯେ, ଓସେପାରେ ବଡ଼ ଧରଣର କେଳେଙ୍କାରୀ ହୋଇଛି। ଆଉଟ୍ ସୋର୍ସିଂ ନିମନ୍ତେ ମୋଟ ୧୧୦ଟି କମ୍ପାନୀ ଆବେଦନ କରିଥିବା ବେଳେ ରାଜ୍ୟ ସରକାର ମୋଟ ୨୧ଟି କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଏହି ୨୧ଟି କମ୍ପାନୀ ମଧ୍ୟରୁ ୧୭ଟି କମ୍ପାନୀ ରାଜ୍ୟ ବାହାରର। ରାଜ୍ୟ ସରକାରଙ୍କ ଗୋଚରରେ ଏଭଳି କାମ ହୋଇଥିବା ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ। କିଛି ବ୍ଲାକ୍ ଲିଷ୍ଟେଡ୍ (କଳା ତାଲିକାଭୁକ୍ତ) କମ୍ପାନୀକୁ ମଧ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ରାଜ୍ୟର ଧନ୍ଦାମୂଳକ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧାରକୁ ଠେଲି ଦେଇଛନ୍ତି।

କୁଆଡେ ଗଲା ଓଡ଼ିଆ ଅସ୍ମିତା?

ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଉଥିବା ସରକାର ଏବେ କାହିଁକି ଚୁପ୍ ବୋଲି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, "ଓଡ଼ିଆ ଅସ୍ମିତା ନାଁରେ ସରକାର କେବଳ ରାଜନୀତି କରୁଛନ୍ତି, କିନ୍ତୁ ବାସ୍ତବରେ ଓଡ଼ିଆ ପିଲାଙ୍କ ହକ୍ ମାରି ବାହାର ରାଜ୍ୟର କମ୍ପାନୀକୁ ପୋଷୁଛନ୍ତି।" ଏହି ଦୁର୍ନୀତିର ଉଚିତ୍ ତଦନ୍ତ ଦାବି କରିଛି ଯୁବ କଂଗ୍ରେସ।

ପୁଣି ରାଜ୍ୟ କଂଗ୍ରେସରେ କନ୍ଦଳ ! ଭକ୍ତ ଦାସଙ୍କ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଲେ ମୋକିମ, ସୋନିଆଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର: ପୁଣି ରାଜ୍ୟ କଂଗ୍ରେସରେ ଉପୁଜିଲାଣି କି କନ୍ଦଳ ! ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ମୋକିମ । ମୋକିମ କହିଛନ୍ତି କି, ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା। ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା । ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି । ଭକ୍ତ ଦାସ କଂଗ୍ରେସର ସଭାପତି ରହିଲେ, ଦଳ ଓଡ଼ିଶାରେ ଉଧାଇ ପାରିବନି ବୋଲି କହିଛନ୍ତି ମୋକିମ । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଭରତପୁର ଥାନା ପୋଲିସ ବର୍ବରତା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯୁବ କଂଗ୍ରେସର ଟମାଟୋ ମାଡ
ଭୁବନେଶ୍ୱର: ଭରତପୁର ଥାନା ପୋଲିସ ବର୍ବରତାକୁ ନେଇ ଏବେ ସମଗ୍ର ରାଜ୍ୟରେ ତେଜିଛି ବିବାଦ। ତେବେ ଏହି ଘଟଣାକୁ ପ୍ରତିବାଦ କରିବାକୁ ଯାଇ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ। ଭରତପୁର ଥାନା ଲଜ୍ଜା ଘଟଣାକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ ସମେତ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ କରି ସେମାନଙ୍କୁ ଅଟକାଇଥିଲା ପୋଲିସ । ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ବ୍ୟାରିକେଡ କରିଥିବା ପୋଲିସ ଉପରକୁ ମାରିଥିଲେ ଅଣ୍ଡା, ଟମାଟୋ ।ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିବାବେଳେ ବ୍ୟାରିକେଟ ଉପରେ ଚଢ଼ି ଘଟଣାକୁ ନେଇ ହଲ୍ଲାବୋଲ କରିଛି ଯୁବ କଂଗ୍ରେସ। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ବିଜେପି ସରକାରରେ ନାରୀମାନେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଛି ଯୁବ କଂଗ୍ରେସ। ସେପଟେ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ।

ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା, ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି
ଭୁବନେଶ୍ୱର: ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ୩ଥର ବିଧାନସଭାକୁ ନିର୍ବାଚିତ ରାମଚନ୍ଦ୍ର କାଡାମ । ସେହିପରି ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ମିଳିଛି । କଂଗ୍ରେସ ଦଳର ମୁଖ୍ୟ ସଚେତକ ହେଲେ ସିଏସ ରାଜନ ଏକ୍କା ।

ଅନ୍ୟପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହୋଇଛି । AICC ସଭାପତିଙ୍କ ଅନୁମୋଦନ କ୍ରମେ ପିସିସିର ସବୁ କମିଟି ଭଙ୍ଗ ହୋଇଛି। ସମସ୍ତ କମିଟି ଭାଙ୍ଗିବା ସହ ସବୁ ପଦାଧିକାରୀ ଦାୟିତ୍ବରୁ ହଟିଛନ୍ତି । ପିସିସି ଓ କାର୍ଯ୍ୟକାରୀ କମିଟି ମଧ୍ୟ ଭଙ୍ଗ ହୋଇଛି। ତେବେ ଜିଲ୍ଲା ସଭାପତିମାନେ ସଭାପତି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି ।

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ
ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ। କଂଗ୍ରେସ ଅଧ୍ୟକ୍ଷ ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ ଆୟୋଜିତ ସମାବେଶରେ ଯୋଗଦେବେ। ସମାବେଶରେ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଏବଂ ସାଧାରଣ ଲୋକ ଯୋଗ ଦେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି। ଏକତ୍ରିତ ଲୋକଙ୍କୁ ଖଡ୍‌‌ଗେ ଉଦବୋଧନ ଦେବା ସହ ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ ପିସିସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ମହଙ୍ଗା ପଡ଼ିଲା ପିସିସି ସଭାପତିଙ୍କୁ ବିରୋଧ, ସାଧାରଣ ସମ୍ପାଦକ ନାରାୟଣ ଜେନା ଦଳରୁ ବହିଷ୍କୃତ
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ବିରୋଧରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଅଭିଯୋଗରେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଏ ନେଇ ସୂଚନା ଦେଇଛନ୍ତି। ଶୁକ୍ରବାର ଶ୍ରୀ ସାଲୁଜାଙ୍କ ସରକାରୀ ଆବାସରେ ହୋଇଥିବା ଶୃଙ୍ଖଳା କମିଟି ବୈଠକରେ ଦଳ ଏଭଳି ନିଷ୍ପତ୍ତି ନେଇଛି।

କଂଗ୍ରେସ ଦଳ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ବିରୁଦ୍ଧରେ ବିଭିନ୍ନ ଗଣମାଧ୍ୟମରେ କଟୁ ମନ୍ତବ୍ୟ ପ୍ରଦାନ କରି ଶ୍ରୀଜେନା ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ଏଭଳି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ବହିଷ୍କାର କରାଯାଇଥିବା ଶ୍ରୀ ସାଲୁଜା କହିଛନ୍ତି। ସେହିଭଳି କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ନାରାୟଣ ଜେନାଙ୍କୁ ଏନେଇ ଚିଠି କରି ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀଜେନା ମୋକିମ୍‌‌ ଓ ଚିରଞ୍ଜୀବଙ୍କ ସପକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତିଙ୍କୁ ସମାଲୋଚନା କରିଥିଲେ।

ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ ଘଟଣା: ବିଧାୟକ ସୁରେଶ ରାଉତରାୟ କହିଲେ ଉଭୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିବି
ଭୁବନେଶ୍ବର: ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସର ଦୁଇ ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ଦଳ ବିରୋଧୀ କାମ କରିଛନ୍ତି କି ନାହିଁ, ମୁଁ ଜାଣିନି।  AICC କିଛି ତଥ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ମୁଁ ଦିଲ୍ଲୀ ଯାଇ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସହ ଆଲୋଚନା କରି ସମାଧାନ କରି ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିବି। ଭୁଲ ସମସ୍ତଙ୍କ ଦ୍ୱାରା ହୁଏ। ସେମାନଙ୍କ ଦ୍ୱାରା ହୋଇଛି, ମୁଁ ବି ଭୁଲ କରେ। ତେବେ ସେମାନଙ୍କୁ ଦଳକୁ ଫେରାଇ ଆଣିବା କଥା। ୨୦୨୪ ନିର୍ବାଚନରେ ଏହାର କିଛିଟା ଫରକ ତ ପଡିବ। ହେଲେ କଂଗ୍ରେସ କାହା ପାଇଁ ଅପେକ୍ଷା କରିନି, ଏହା ୧୪୦ ବର୍ଷର ଦଳ। ସେମାନେ ଫେରି ଆସିଲେ ଭଲ ହୁଅନ୍ତା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଖବର ଅନୁଯାୟୀ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତକାଲି ଏଆଇସିସି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କରିଥିଲା AICC । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଗତକାଲି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଥିଲା।

ବଦଳିବେ ପିସିସି ପ୍ରଭାରୀ ! ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ ଖୁସି ନାହାଁନ୍ତି କଂଗ୍ରେସ ହାଇକମାଣ୍ଡ
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ପ୍ରଭାରୀ ଖୁବ୍‌‌ ଶୀଘ୍ର ବଦଳି ହେବେ। ଡଃ ଏ ଚେଲ୍ଲା କୁମାରଙ୍କ ପ୍ରଦର୍ଶନକୁ ନେଇ କଂଗ୍ରେସ ହାଇକମାଣ୍ଡ ଖୁସି ନାହାଁନ୍ତି। ପ୍ରଦେଶ କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟରେ ତାଙ୍କର ଅବଦାନ ସନ୍ତୋଷଜନକ ନ ଥିବା ହାଇକମାଣ୍ଡ ମନେ କରୁଛନ୍ତି। ଏଣୁ ଏଆଇସିସି ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏ ଚେଲ୍ଲାକୁମାରଙ୍କ ବଦଳି କରି ଅନ୍ୟ ରାଜ୍ୟର ଦାୟିତ୍ୱ ଦିଆଯିବ ଅଥବା ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯିବ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ କେବଳ ଚେଲ୍ଲା ନୁହନ୍ତି, ରଘୁ ଶର୍ମା, ଦେବେନ୍ଦ୍ର ଯାଦବ, ଏଚ୍‌‌ କେ ପାଟିଲ୍‌‌, ଭକ୍ତଚରଣ ଦାସ, ହରୀଶ ଚୌଧୁରୀ, ଓମାନ ଚାଣ୍ଡି, ମୁକୁଲ ବାସନିକ୍‌‌ ଓ ଅବିନାଶ ପାଣ୍ଡେଙ୍କୁ ମଧ୍ୟ ଭିନ୍ନ ଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ୱରୁ ମୁକ୍ତ କରାଯିବ।

ପ୍ରଦେଶ କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ ମତଭେଦ ଓ ବିଦ୍ରୋହକୁ ତୁଟାଇବାରେ ଚେଲ୍ଲା କୁମାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ଏଆଇସିସି ହୃଦବୋଧ କରୁଛି। ଏପରିକି ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ଭାରତ ଯୋଡ଼ ଯାତ୍ରା ମଧ୍ୟ ଆଶାନୁଯାୟୀ ସଫଳତା ପାଇପାରିଲା ନାହିଁ। ଯାହା ଫଳରେ କଂଗ୍ରେସ ଯେଉଁ ଧରଣର ଜନ ସମର୍ଥନ ଭାରତ ଯୋଡ଼ ଯାତ୍ରାରୁ ପାଇବାକୁ ଚାହୁଁଥିଲା ତାହା ମିଳି ପାରିନାହିଁ। ରାଜ୍ୟରେ ଆଗାମୀ ଦିନରେ ରାଜ୍ୟରେ ହାତକୁ ହାତ ଯୋଡ଼ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କଂଗ୍ରେସ ନିଜ ଜିଲ୍ଲା ସଙ୍ଗଠନଗୁଡ଼ିକ ମାଧ୍ୟମରେ ରାଜ୍ୟ ବ୍ୟାପୀ ଦ୍ୱାରଦ୍ୱାର ବୁଲି ଜନସାଧାରଣଙ୍କୁ କଂଗ୍ରେସ ସପକ୍ଷରେ ବୁଝାଇବାକୁ ଲକ୍ଷ୍ୟ ରଖିଛି। ଏଥି ପାଇଁ ପର୍ଯ୍ୟବେକ୍ଷକ ଚୟନ ସରିଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଭାରୀଙ୍କ ଦାୟିତ୍ୱ ପ୍ରମୁଖ ରହିବ।

ପ୍ରଭାରୀ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମାନଭଞ୍ଜନ କରିବା ସହ କଂଗ୍ରେସର ଗୋଷ୍ଠୀ ରାଜନୀତିରେ ପୂର୍ଣ୍ଣଛେଦ ପକାଇବେ। ପିସିସି ସଭାପତିଙ୍କ ସହ ଅନେକ ଯୁବ ନେତୃବୃନ୍ଦଙ୍କର ତୀବ୍ର ମତଭେଦ ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ କଂଗ୍ରେସ ସଙ୍ଗଠନକୁ ସଜାଡ଼ିବାକୁ ହେଲେ ହାଇକମାଣ୍ଡଙ୍କ ପ୍ରତିନିଧି ଭାବେ ଜଣେ ଦକ୍ଷ ପ୍ରଭାରୀ ଓଡ଼ିଶା ଦାୟିତ୍ୱ ନେବା ଦରକାର। ସେହିଭଳି କଂଗ୍ରେସ ଓଡ଼ିଶାରେ ସମଭାବପୂର୍ଣ୍ଣ ଦଳଗୁଡ଼ିକ ସହ ମେଣ୍ଟ କରିବାକୁ ଯୋଜନା କରୁଛି। ନିକଟ ଅତୀତରେ ସମାପ୍ତ ହୋଇଥିବା କଂଗ୍ରେସର ରାୟପୁର ଅଧିବେଶନରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି।

ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ କଂଗ୍ରେସ ଏକାକି ସରକାର କରିପାରିବ ନାହିଁ, ସେଠାରେ ବିଜେପି ବିରୋଧୀ ଦଳଗୁଡ଼ିକ ସହ କଂଗ୍ରେସର ରାଜନୈତିକ ସମ୍ପର୍କକୁ ଦୃଢ଼ କରିବାକୁ ପଡ଼ିବ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଧିବେଶନରେ ବିଭିନ୍ନ ରାଜ୍ୟ ପାଇଁ ନୂଆ ପ୍ରଭାରୀ ଚୟନ ହେବା ସମ୍ପର୍କରେ ସୂଚନା ମଧ୍ୟ ଦେଇଛନ୍ତି। ଏଥିପାଇଁ ଏଆଇସିସି ପ୍ରଦେଶ କଂଗ୍ରେସ କମିଟିକ ଗଠନ ପ୍ରକ୍ରିୟାକୁ ଅଟକାଇ ରଖିଥିବା ଚର୍ଚ୍ଚା ହେଉଛି। ତେବେ ଏସମ୍ପର୍କରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ସାମୟିକ ଭାବେ ସ୍ଥଗିତ
ଓଡ଼ିଶାରେ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ ଯାତ୍ରା ସାମୟିକ ଭାବେ ସ୍ଥଗିତ। ଅନୁଗୁଳ ଜିଲ୍ଲାର ପଲଲହଡା ନିକଟରେ ପହଞ୍ଚିଛି ଯାତ୍ରା। ପଦ୍ମପୁର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ପିସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୁଣି ଡିସେମ୍ବର 5ତାରିଖ ନିର୍ବାଚନ ପରେ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ। ସମଗ୍ର ରାଜ୍ୟରେ 2250 କିଲୋମିଟର ଦୁରତାକୁ ଭାରତ ଯୋଡ ପଦଯାତ୍ରା ମାଧ୍ୟମରେ ଅତିକ୍ରମ କରି ଲୋକଙ୍କୁ ସଚେତନ କରିବ, ପିସିସି ସଭାପତି ଶରତ ପଟ୍ଟନାୟକ ।

ଅକ୍ଟୋବର ୩୧ରୁ ଓଡିଶାରେ ‘ଭାରତ ଯୋଡ଼ୋ’ ଯାତ୍ରା , ଶହେ ଦିନରେ ୨୨୫୦ କିଲୋମିଟର ପଦଯାତ୍ରା କରିବ କଂଗ୍ରେସ
ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ପ୍ରାୟ ଦେଢ ବର୍ଷ ସମୟ ରହିଛି। ‘ଏକ ଦେଶ, ଏକ ନିର୍ବାଚନ’ ନିମନ୍ତେ ଆଗ୍ରହୀ କେନ୍ଦ୍ର ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ରରୁ କ୍ଷମତାରୁ ଯିବା ପରେ କଂଗ୍ରେସ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ କରିଛି। ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପର୍ଯ୍ୟାୟକ୍ରମେ ଉତ୍ତର, ମଧ୍ୟ ଓ ଉତ୍ତରପୂର୍ବ ଭାରତକୁ ପ୍ରସାରିତ ହେବ। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରୁ ଓଡ଼ିଶା ବାଦ ପଡ଼ିଥିଲେ ହେଁ ରାଜ୍ୟ କଂଗ୍ରେସ ନେତୃତ୍ୱ ଓଡ଼ିଶାରେ ଏହି ଯାତ୍ରା କରାଯିବା ଉପରେ ଗୁରୁତ୍ୱ ଦେଉଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ରାଜ୍ୟରେ ପ୍ରାୟ ୧୬୦୦ କି.ମି ପଦଯାତ୍ରା କରିବେ ବୋଲି ପ୍ରାଥମିକ ଭାବେ ସ୍ଥିର କରାଯାଇଛି। ଏହିକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଏବଂ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରବିବାର ଏହି ଦୁଇ ଏଆଇସିସି ନେତା ରାଜ୍ୟ ନେତୃତ୍ୱ ଓ ପ୍ରଭାରୀମାନଙ୍କ ସହ ଆଲୋଚନା କରି ଓଡ଼ିଶାରେ ଭାରତ ଯୋଡୋ ଯାତ୍ରାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ବରଗଡ଼ ହୋଇପାରେ ବୋଲି ଆଲୋଚନା ହେଉଛି। ମାତ୍ର ଏନେଇ ଚୂଡାନ୍ତ ନିଷ୍ପତ୍ତି ଏଆଇସିସି ନେବ। ଯେପରି ଢାଞ୍ଚାରେ ରାହୁଲ ଗାନ୍ଧୀ କଣ୍ଟେନର ସାହଯ୍ୟରେ ଯାତ୍ରା କରୁଛନ୍ତି। ଅନୁରୂପ ଭାବେ ରାଜ୍ୟ ନେତୃତ୍ୱ ମଧ୍ୟ ସେହି ଢ଼ାଞ୍ଚାରେ ଯାତ୍ରା ଆରମ୍ଭ କରିବେ। ଏ ସମ୍ପର୍କରେ ବ୍ଲକ ସଭାପତି ଏବଂ ଜିଲ୍ଲା ସଭାପତିଙ୍କ ସହ ଏନେଇ ଆଲୋଚନା କରାଯାଇଛି। ସେହିପରି ଏଆଇସିସି ନିର୍ବାଚନରେ ପିସିସିର ସକ୍ରିୟ ଅଂଶଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛି ଦଳ।

୩୧ ଅକ୍ଟୋବରରୁ ଓଡିଶାରେ ‘ଭାରତ ଯୋଡ଼ୋ’

ଓଡ଼ିଶାରେ ଅକ୍ଟୋବର ୩୧ରୁ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଇନ୍ଦିରା ପାର୍କରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା । ଏହା ଶହେ ଦିନ ଯାଏଁ ହେବ । ୨୨୫୦ କିଲୋମିଟର ପଦଯାତ୍ରା ହେବ। ୨୦ ସଂସଦୀୟ କ୍ଷେତ୍ରରେ ହେବ ଯାତ୍ରା।  ଏଥିରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

୭ ସେପ୍ଟେମ୍ବରରୁ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ’ ପଦଯାତ୍ରା ଆରମ୍ଭ କରିଥିଲେ। ଆଜି ଯାଏ ୨୧୦କିଲୋମିଟର ଅତିକ୍ରମ ହେଲାଣି । ସାଢେ ପାଞ୍ଚ ମାସରେ କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଏହା ହେବ ।ପ୍ରତିଦିନ ୨୨  କିଲୋମିଟର ପଦଯାତ୍ରା ହେଉଛି। ୩୦ ପ୍ରତିଶତ ମହିଳା ପଦଯାତ୍ରା କରୁଛନ୍ତି। ଯେଉଁମାନଙ୍କ ବୟସ ୩୮ ବର୍ଷ ବୟସ ହେବ । ପ୍ରତିଦିନ ସକାଳ ୭ ରୁ ୧୦.୩୦ ଯାଏଁ ହେଉଛି। ସନ୍ଧ୍ୟାରେ ୪ରୁ ସାଢେ ୭  ଯାଏ ପଦଯାତ୍ରା ହେଉଛି । କଂଗ୍ରେସ ସଂଗଠନକୁ ଆହୁରି ମଜବୁତ କରିବାକୁ ପଦଯାତ୍ରା ଗୋଟିଏ ମାଧ୍ୟମ ବୋଲି ଓଡ଼ିଶା ଗସ୍ତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି।

ଏଥି ସହିତ କଂଗ୍ରେସର ଭାରତ ଯୋଡ ଯାତ୍ରା ଅନ୍ୟ ୩ଟି କାରଣ ପାଇଁ ହେଉଛି। ସେଗୁଡିକ ହେଲା….

1. RSS ଓ ବିଜେପି ନୀତି ଯୋଗୁ ଭାରତ ଭାଙ୍ଗୁଛି। ଦରଦାମ ବଢୁଛି, ବେକାରୀ ବଢୁଛି, ଦୁଇ ପୁଞ୍ଜିପତିଙ୍କ ହାତରେ ଦେଶ ଟେକି ଦେଇଛନ୍ତି।

2. ଧର୍ମ, ଜାତି ନାଁରେ ସମାଜକୁ ରାଜନୈତିକ ଉଦେଶ୍ୟରେ ଭଙ୍ଗା ଯାଉଛି।

3. ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ଆଇନ କରୁଛନ୍ତ । ଯାହା ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରୁଛି । କ୍ଷମତା ନିଜ ହାତକୁ ନେଇ ଦେଶ ଭାଙ୍ଗୁଛି।

ଅନ୍ୟପକ୍ଷରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ନିଜର ସ୍ଥିତି ସଜାଡ଼ିବାକୁ ଯୋଜନା ଆରମ୍ଭ କରିଛନ୍ତି। ସିପିଆଇ, ସିପିଏମ, ଜେଏମଏମକୁ କଂଗ୍ରେସ ସାଥୀରେ ନେଇ ନିର୍ବାଚନ ଲଢ଼ିବା ଆପାତତଃ ଚୂଡ଼ାନ୍ତ ହୋଇଛି। ବାମଦଳଗୁଡ଼ିକ ହାତଗଣତି ବିଧାନସଭା ଏବଂ ଜେଏମ୍‍ଏମ ମୟୂରଭଞ୍ଜ ଜିଲ୍ଲାରେ ଫୋକସ୍‍ କରିବ। ଏହି ଯାତ୍ରାରେ ସମଭାବାପନ୍ନ ଦଳକୁ ସାମିଲ କରିବା ପାଇଁ ଚିନ୍ତା କରାଯାଉଛି। ରାଜ୍ୟରେ ଏକପ୍ରକାର ସ୍ଥିତିହୀନ ଅବସ୍ଥାରେ ଥିବା ଏନ୍‍ସିପି ମଧ୍ୟ ନିଜକୁ ସକ୍ରିୟ କରିଛି। ନବ ନିର୍ବାଚିତ ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ଦଳ ପ୍ରମୁଖ ଶରଦ ପାୱାର ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଭେଟିଛନ୍ତି। ଓଡ଼ିଶାରେ ଏନସିପିର ସମ୍ଭାବନାକୁ ନେଇ ଉଭୟ ପାୱାର ଓ ପଟେଲଙ୍କ ସହ ବିକ୍ରମ ଆଲୋଚନା କରିଛନ୍ତି। ଓଡ଼ିଶା ପାଇଁ ଏନସିପିର ମହାରାଷ୍ଟ୍ରର ରାଇଗଡ଼ ଏମପି ସୁନୀଲ ତତକାରେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଖୁବ୍‍ଶୀଘ୍ର ଶ୍ରୀ ତତ୍‍କାରେ ଓଡ଼ିଶା ଗସ୍ତ କରିବେ ଓ ଏହା ପରେ ପ୍ରଫୁଲ୍ଲ ପଟେଲ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ପ୍ରଥମଥର ପାଇଁ ଏନସିପି ଶ୍ରୀ ପଟେଲଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି। ତେଣୁ ଜାତୀୟସ୍ତରୀୟ ବିକଳ୍ପ ମେଣ୍ଟ ରାଜନୀତିରେ ତାଙ୍କ ଭୂମିକା ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।