Astrologer - The Sakala

ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD
ତାମିଲନାଡୁ: ଜଣେ ଜ୍ୟୋତିଷ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD । ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ OSD ନିଯୁକ୍ତି ଦେଲେ ଥାଲାପତି ବିଜୟ । ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ନିଜର ବ୍ୟକ୍ତିଗତ ଜ୍ୟୋତିଷ ରିକି ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କିମ୍ବା ଓଏସଡି (OSD - Political) ଭାବରେ ନିଯୁକ୍ତ କରିଛନ୍ତି। ମେ' ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ନୋଟ୍ ଆଧାରରେ ଏହି ନିଯୁକ୍ତି ଆଦେଶ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ମଜବୁତ କରିବା ଦିଗରେ ଏହା ବିଜୟଙ୍କ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି।

ପ୍ରାୟ ଚାରି ଦଶନ୍ଧି ଧରି ବୈଦିକ ଜ୍ୟୋତିଷ, ସଂଖ୍ୟାତତ୍ତ୍ୱ ଏବଂ ଧ୍ୟାନ-ଆଧାରିତ ପରାମର୍ଶ କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରିଥିବା ରାଧନ ପଣ୍ଡିତ ଭେଟ୍ରିଭେଲ ହେଉଛନ୍ତି ଭାରତର ଅନ୍ୟତମ ପ୍ରସିଦ୍ଧ ସେଲିବ୍ରିଟି ତଥା ରାଜନୈତିକ ଜ୍ୟୋତିଷ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର କ୍ଲାଏଣ୍ଟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି), ଭାରତୀୟ ଜାତୀୟ କଂଗ୍ରେସ, ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ଭଳି ପ୍ରମୁଖ ଦଳର ନେତାମାନେ ସାମିଲ ଅଛନ୍ତି। ରାଜନୈତିକ ମହଲରେ ତାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି ବିବେଚନା କରାଯାଏ ଏବଂ ନିକଟ ଅତୀତରେ ସେ ଅନେକ ପ୍ରମୁଖ ରାଜନୈତିକ ତଥା ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ବିଜୟଙ୍କ ସହ ନଜର ଆସିଛନ୍ତି।

ରାଧନ ପଣ୍ଡିତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ଦଳ ତାମିଲାଗା ଭେଟ୍ରି କାଜାଗମ୍ (TVK) ର ସବୁଠାରୁ ବଡ଼ ସମର୍ଥକ। ନିର୍ବାଚନ ପୂର୍ବରୁ ସେ ଭବିଷ୍ୟବାଣୀ କରିଥିଲେ ଯେ ବିଜୟଙ୍କ କୁଣ୍ଡଳୀରେ ରାଜନୈତିକ ସଫଳତା ପାଇଁ ଏକ ଅସାଧାରଣ ବା ସୁନାମି ଭଳି କ୍ଷମତା ରହିଛି। ସେ ଦାବି କରିଥିଲେ ଯେ ବିଜୟ ରାଜ୍ୟରେ ୧୫୦ ରୁ ଅଧିକ ଆସନ ହାସଲ କରି ମୁଖ୍ୟମନ୍ତ୍ରୀ ହେବେ। ୨୦୨୪ ମସିହାରେ ସେ ଏକ ୟୁଟ୍ୟୁବ୍ ଭିଡିଓ ମଧ୍ୟ ଜାରି କରିଥିଲେ ଯେଉଁଥିରେ ସେ ବିଜୟଙ୍କ ରାଜନୈତିକ ସଫଳତାର କାରଣ ବର୍ଣ୍ଣନା କରିଥିଲେ। ସୂଚନାଯୋଗ୍ୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୨୩୪ ରୁ ୧୦୮ ଟି ଆସନ ଜିତିଥିଲା ଏବଂ କଂଗ୍ରେସ ଓ ଭିସିକେ (VCK) ର ସମର୍ଥନରେ ବିଜୟ ମେ' ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌
ପୁରୀ: ଆସନ୍ତା ମାର୍ଚ୍ଚ ୨୫ତାରିଖରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି ହେବ। ଉକ୍ତ ଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍‌ଣ ୧ଟା ୪୫ ମଧ୍ୟରେ ଗଣତିମଣତି ଆରମ୍ଭ କରାଯିବାର ଶୁଭ ମୁହୂର୍ତ୍ତ ରହିଛି ବୋଲି ଗତ ୨ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥିର ହୋଇଥିଲା। ଏବେ ଏହାକୁ ନେଇ କେଁ ଉପୁଜିଛି। ବିଶେଷକରି, ଶୁଭ ମୁହୂର୍ତ୍ତକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ସ୍ଥିର ହୋଇଥିବା ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ଜ୍ୟୋତିର୍ବିଦ୍‌ ଓ ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର। ଏହି ତିଥି, ବାର ଶୁଭ ନୁହେଁ ବୋଲି ସେ କହିଛନ୍ତି।

ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜ୍ୟୋତିର୍ବିଦ୍‌ ଶ୍ରୀ ମିଶ୍ର କହିଛନ୍ତି, ବିଭିନ୍ନ ପଞ୍ଜିକାର ତଥ୍ୟ ଅନୁଯାୟୀ, ସେହିଦିନ ପୂର୍ବାହ୍ନ ୧୧ଟା ୫୨ ମିନିଟ୍‌ରୁ ଅପରାହ୍‌ଣ ୧ଟା ୨୩ ମିନିଟ୍‌ ବା ମଧ୍ୟାହ୍ନ ୧୨ଟାରୁ ୧ଟା ୩୨ମିନିଟ୍‌ ପର୍ଯ୍ୟନ୍ତ ରାହୁ କାଳ ଓ ବାରବେଳା ଭୋଗ ହେଉଥିବାରୁ ତାହା ଶୁଦ୍ଧ ଶୁଭବେଳା ହୋଇନପାରେ। ଏତଦ୍‌ବ୍ୟତୀତ ପ୍ରତ୍ୟେକ ଶୁଭ ଅନୁକୂଳ କାର୍ଯ୍ୟରେ ଘର ମୁରବୀଙ୍କ ପାଇଁ ଦିନଟି କିପରି ଅଛି, ତାହା ଦେଖାଯାଏ। ରତ୍ନଭଣ୍ଡାରର ମାଲିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଶି ହେଉଛି ପୁଷ୍ୟା କର୍କଟ। ଯେଉଁ ମାର୍ଚ୍ଚ ୨୫ ତାରିଖ ରତ୍ନ ଅଳଙ୍କାର ଗଣତିମଣତି ପାଇଁ ନିର୍ଦ୍ଧାରିତ ହୋଇଛି, ସେଦିନ ସପ୍ତମୀ ତିଥି ବ୍ୟାପ୍ତି ଅପରାହ୍‌ଣ ୧ଟା ୫୦ ମିନିଟ୍‌ ପର୍ଯ୍ୟନ୍ତ ଥିଲେ ମଧ୍ୟ ସେ ପର୍ଯ୍ୟନ୍ତ କର୍କଟ ରାଶିର ଘାତ ତିଥି ରହିଥିବା ସହ ଦିନଟି ବୁଧବାର ହୋଇଥିବାରୁ ତାହା ମଧ୍ୟ କର୍କଟ ରାଶି ପାଇଁ ଘାତ ବାର। ତେଣୁ, ଶ୍ରୀଜଗନ୍ନାଥଙ୍କ ଘାତ ତିଥି, ଘାତ ବାର ଏବଂ ରାହୁକାଳ ସହ ବାରବେଳାରେ ରତ୍ନଅଳଙ୍କାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହେଲେ ବହୁ ବାଧା ବିଘ୍ନ ହୋଇପାରେ ବା କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ଉପରେ ଅନିଶ୍ଚିତତାର ଆଶଙ୍କା ଅମୂଳକ ହୋଇନପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସବୁଠୁ ବଡ଼ କଥା ହେଉଛି, ଏହି ସମୟ କିଭଳି ନିର୍ଣ୍ଣୟ ହୋଇଛି, କେଉଁ ଆଧାରରେ ଏହି ଦିନଟିକୁ ନିର୍ଦ୍ଧାରଣ କରାଯାଇଛି, ତାହାର ତର୍ଜମା ହେବା ଜରୁରୀ। ନତୁବା ଉଦ୍ଦେଶ୍ୟମୂଳକ ଭାବେ ଏକ ଅଶୁଭ ଦିନ ନିର୍ଦ୍ଧାରଣ କରି କାର୍ଯ୍ୟ ଅସମ୍ପୂର୍ଣ୍ଣ ରଖିବା ମାନସିକତା ସ୍ପଷ୍ଟ ହେଉଛି ବୋଲି ଜ୍ୟୋର୍ତିବିଦ୍‌ ଶ୍ରୀ ମିଶ୍ର କହିଛନ୍ତି।