WHO Alerts India - The Sakala

ସତର୍କ କଲା ‘ହୁ’ : ଓମିକ୍ରନ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବେ ଅଧିକ ଆକ୍ରାନ୍ତ, ବିଶ୍ବବ୍ୟାପୀ ବଢିପାରେ ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : କରୋନା ଜୀବାଣୁର ଏକ ନୂତନ ତଥା ଅଧିକ ସଂକ୍ରାମକ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁଣିଥରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ସମଗ୍ର ବିଶ୍ବରେ କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାଂଘାତିକ କଥା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି, ଆଗକୁ ବଢ଼ିପାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ଏହା କାରଣରୁ ମୃତ୍ୟୁ ମଧ୍ୟ ଚିନ୍ତା ବଢାଇପାରେ । ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢ଼ିବ ଏବଂ ହସ୍ପିଟାଲରେ ଅଧିକ ଆକ୍ରାନ୍ତ ଭର୍ତ୍ତି ହେବେ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବ୍ରିଟେନରୁ ଓମିକ୍ରନରେ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହି ଭାରିଏଣ୍ଟକୁ ନେଇ ଭୟ ଓ ସତର୍କତା ବଢ଼ିଛି ।

ଏତିକି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ପୂର୍ବାନୁମାନ କରିଛି, ତାହା ସତର୍କ ଘଣ୍ଟି ପାଲଟିଛି । ହୁ କହିଛି ଯେ ଓମିକ୍ରନ୍ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ହାର ବୃଦ୍ଧି ପାଇବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ବର୍ତ୍ତମାନ ମଧ୍ୟ ଓମିକ୍ରନ ନେଇ ଅଧିକ ପରୀକ୍ଷା ନିରିକ୍ଷା କରାଯାଉଛି। ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ। ବିଶ୍ୱର ୬୦ରୁ ଅଧିକ ଦେଶରେ ଓମିକ୍ରନ ଚିହ୍ନଟ ହୋଇସାରିଲାଣି । ବ୍ରିଟେନରେ ୨୫୦ରୁ ଅଧିକ ଓମିକ୍ରନ ମାମଲା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦେଶରେ ମଧ୍ୟ ନୂଆ ମାମଲା ସାମ୍ନାକୁ ଆସୁଛି । ଚୀନରେ ମଧ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କୁ ଠାବ କରାଯାଇଛି ।ଭାରତରେ ସଂକ୍ରମିତ ମୋଟ ଓମିକ୍ରନ୍ ସଂଖ୍ୟା ବର୍ତ୍ତମାନ ୫୭ କୁ ବୃଦ୍ଧି ପାଇଛି।ମହାରାଷ୍ଟ୍ରରେ ମୋଟ ୨୮, ଗୁଜରାଟ ୪, ରାଜସ୍ଥାନ ୧୩, ଦିଲ୍ଲୀରୁ ୬, କର୍ଣ୍ଣାଟକରୁ ୩, କେରଳ, ଆନ୍ଧ୍ର ଓ ଚଣ୍ଡିଗଡ଼ରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଓମିକ୍ରନକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସମସ୍ତେ ଯଥାଶୀଘ୍ର ଟୀକା ନେବାକୁ ଅନୁରୋଧ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ୍ ହେବା ଏବଂ ମୃତ୍ୟୁମୁଖରେ ପଡିବାର ଆଶଙ୍କା କମ୍ ରହିଥିବା କ୍ହିଛନ୍ତିି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସମସ୍ତ ଜିଲ୍ଲାରେ ଏନେଇ ଟାସ୍କଫୋର୍ସ ଗଠନ ହୋଇଛି । କେଉଁ ବ୍ଲକରେ ଲୋକେ ଟୀକା ନେଇନାହାନ୍ତି ସେନେଇ ଅନୁଧ୍ୟାନ କରିବ ଟାସ୍କ ଫୋର୍ସ । ସିଡିଏମଓଙ୍କୁ ମଧ୍ୟ ଗାଁ ଗୁଡିକରେ ଟୀକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା କଟକଣା କୋହଳ କରାଯିବାକୁ ନେଇ ଭାରତକୁ ‘WHO’ ର ଚେତାବନୀ
ନୂଆଦିଲ୍ଲୀ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ଦେଶରେ କରୋନା କଟକଣାକୁ କୋହଳ କରାଯିବାକୁ ନେଇ ସତର୍କ କରାଇଛି ‘WHO’ । ବିପଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟ ସହ ଦେଶ ଯୁଝୁଥିବା ବେଳେ ଏଭଳି କଟକଣା କୋହଳ ବିପଜ୍ଜନକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଂଗଠନ କହିଛି ।

ସମ୍ପ୍ରତି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ କିଛି ସପ୍ତାହ ପୂର୍ବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଥିବା ବେଳେ ଏବେ ଏହା ୧ ଲକ୍ଷକୁ ଖସିଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି । ଚଳିତ ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଲକ୍‌ଡାଉନ୍ କଟକଣା ଘୋଷଣା କରାଯାଇନଥିବା ବେଳେ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟର ସ୍ଥିତି ଅନୁଯାୟୀ ଲକ୍‌ଡାଉନ୍ କଟକଣା ଲାଗୁ କରିଛନ୍ତି । ବର୍ତ୍ତମାନ ସ୍ଥିତି କ୍ରମଶଃ ସୁଧୁରିବାରୁ କୋହଳ ମଧ୍ୟ କରିଛନ୍ତି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟ କଟକଣାକୁ କୋହଳ କରିବାରେ ଲାଗିଛନ୍ତି । ଆଉ ଏହି କଟକଣା କୋହଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଗେବ୍ରିୟେସସ୍ । ଲକ୍‌ଡାଉନ୍ କଟକଣା କୋହଳା କରାଯିବାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଟିକାକରଣ ପ୍ରକ୍ରିୟା ପୂରା ହୋଇପାରିନି । ଯେଉଁମାନେ ଏଯାବତ୍ କରୋନା ଟିକା ଲଗାଇନାହାନ୍ତି ସେମାନଙ୍କ ପାଇଁ କଟକଣାକୁ କୋହଳ କରିବା ବିପଜ୍ଜନକ ହୋଇପାରେ । ଏହା ପୂର୍ବରୁ ‘ହୁ’ କରୋନା ଡେଲ୍ଟା ଷ୍ଟ୍ରେନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । କରୋନାର ଏହି ଷ୍ଟ୍ରେନ୍ ସର୍ବ ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା ବେଳେ ଏ ଷ୍ଟ୍ରେନ୍କୁ ଭ୍ୟାରିଆଣ୍ଟ ଅଫ୍ କନସର୍ନ ଭାବେ ଘୋଷଣା କରିଥିଲା ‘ହୁ’ । ତେବେ କରୋନା ତୃତୀୟ ପ୍ରବାହ ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିବା ବେଳେ ଏ ନେଇ ଏସବିଆଇ ପକ୍ଷରୁ କରାଯାଇଥିବା ଗବେଷଣାଲବ୍ଧ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ପ୍ରାୟ ୯୦ ଦିନରୁ ଅଧିକ ସମୟ ଧରି କରୋନା ତାଣ୍ଡବ ରଚିବ ବୋଲି ଉଲ୍ଲେଖ ରହିଛି । ଏଣୁ ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିନଥିବା ବେଳେ କେବଳ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦୃଷ୍ଟିରୁ କଟକଣାରେ କୋହଳ କରାଯିବା ଆଲୋଚନାର ବିଷୟ । କିନ୍ତୁ ଲୋକଙ୍କ ସତର୍କତା ଓ ସଚେତନତା ହିଁ କରୋନା ମୁକାବିଲା ଦିଗରେ ଅଧିକ ଗୁରୁତ୍ୱପୂର୍ଣ୍ଣ ।