Indian Banks - The Sakala

ସରକାରୀ ଅନୁମତି ମିଳିବାରେ ବିଳମ୍ବ: ସୁନା ଓ ରୁପା ଆମଦାନୀ ଉପରେ ରୋକ୍ ଲଗାଇଲେ ଭାରତୀୟ ବ୍ୟାଙ୍କ
ନୂଆ ସରକାରୀ ଅନୁମତି ମିଳିବାରେ ବିଳମ୍ବ ହେତୁ ଭାରତୀୟ ବ୍ୟାଙ୍କଗୁଡ଼ିକ ବିଦେଶୀ ଯୋଗାଣକାରୀଙ୍କଠାରୁ ସୁନା ଏବଂ ରୁପା ଆମଦାନୀକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି। ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ (DGFT) ପକ୍ଷରୁ ନୂତନ ଆର୍ଥିକ ବର୍ଷ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି ନହେବା କାରଣରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କଷ୍ଟମ୍ସ କ୍ଲିୟରାନ୍ସ ଅଭାବରୁ ବିମାନବନ୍ଦର ଓ ବନ୍ଦରଗୁଡ଼ିକରେ ଟନ୍ ଟନ୍ ମୂଲ୍ୟବାନ ଧାତୁ ଅଟକି ରହିଥିବା ସୂଚନା ମିଳିଛି।

ସୀମା ଶୁଳ୍କ ବିଭାଗରେ ଅଟକିଛି ଟନ୍ ଟନ୍ ସୁନା-ରୁପା

ପ୍ରତିବର୍ଷ ଏପ୍ରିଲ୍ ମାସ ଆରମ୍ଭରେ ସୁନା ଓ ରୁପା ଆମଦାନୀ ପାଇଁ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ପକ୍ଷରୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥାଏ। ପୂର୍ବ ଆଦେଶର ବୈଧତା ଗତ ମାର୍ଚ୍ଚ ୩୧, ୨୦୨୬ ରେ ଶେଷ ହୋଇଯାଇଛି। ତେବେ ଚଳିତ ବର୍ଷ ନୂଆ ଅନୁମୋଦନ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ବ୍ୟାଙ୍କଗୁଡ଼ିକ ନୂଆ ଅର୍ଡର ଦେବା ବନ୍ଦ କରିଦେଇଛନ୍ତି। ବଜାର ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କଷ୍ଟମ୍ସ କ୍ଲିୟରାନ୍ସ ନହେବା କାରଣରୁ ବର୍ତ୍ତମାନ ପ୍ରାୟ ୫ ଟନ୍ ସୁନା ଏବଂ ୮ ଟନ୍ ରୁପା ଅଟକି ରହିଛି। ପୂର୍ବ ଅର୍ଡରଗୁଡ଼ିକ ରିଲିଜ୍ ନହେବା ପର୍ଯ୍ୟନ୍ତ ନୂଆ ଅର୍ଡର ଦେବାର କୌଣସି ଅର୍ଥ ନାହିଁ ବୋଲି ବୁଲିୟନ୍ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।

ଅକ୍ଷୟ ତୃତୀୟା ପୂର୍ବରୁ ଦର ବୃଦ୍ଧି ଆଶଙ୍କା

ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୁନା ଗ୍ରାହକ ଏବଂ ରୁପାର ସବୁଠାରୁ ବଡ଼ କ୍ରେତା ଅଟେ। ଆମଦାନୀ ବନ୍ଦ ରହିବା କାରଣରୁ ସ୍ଥାନୀୟ ବଜାରରେ ଏହାର ସିଧାସଳଖ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବିଶେଷକରି ଆଗକୁ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଆସୁଥିବାରୁ ସୁନା ବଜାରରେ ଚାହିଦା ବୃଦ୍ଧି ପାଇବା ସ୍ୱାଭାବିକ। ଏଭଳି ସମୟରେ ଯୋଗାଣ ବ୍ୟାହତ ହେଲେ ଖୁଚୁରା ବଜାରରେ ସୁନା ଏବଂ ରୁପା ଦରରେ ଅହେତୁକ ବୃଦ୍ଧି ଘଟିବା ସହ ପ୍ରିମିୟମ୍ ଚାର୍ଜ ମଧ୍ୟ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ହେବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ: ସବୁ ମିଶି ଦେଶରେ ରହିବେ ୫ଟି ବ୍ୟାଙ୍କ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି। ଏହାର ଏକ ଅଂଶ ସ୍ୱରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଦେଶରେ ଥିବା ସମସ୍ତ ବ୍ୟାଙ୍କର ମିଶ୍ରଣ ଘଟାଇ କେବଳ ୫ଟି ବ୍ୟାଙ୍କ ରଖିବାକୁ ପ୍ରସ୍ତାବ ଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, 'ନିତି' ଆୟୋଗର ସୁପାରିସ ଆଧାରରେ ସରକାର ଛୋଟ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରିପାରନ୍ତି। ଏହି ମେଗା ମିଶ୍ରଣର ଏକ ଅଂଶ ସ୍ୱରୂପ, ସରକାର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ମିଶ୍ରଣ କରିବାକୁ ଯୋଜନା କରୁଛନ୍ତି। ତେବେ ଏହା ଗ୍ରାହକମାନଙ୍କ ପାଇଁ କିଛିଟା ସମସ୍ୟା ଆଣିପାରେ। ମିଶ୍ରଣ ପରେ, ବ୍ୟାଙ୍କଗୁଡ଼ିକୁ ନୂତନ ବ୍ୟାଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ପ୍ରକ୍ରିୟାକରଣ କରିବାକୁ ପଡିବ, ଯାହା ସେମାନଙ୍କର କାର୍ଯ୍ୟଭାର ବୃଦ୍ଧି କରିବ।

ଭାରତ ଏବେ ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆଗକୁ ବଢ଼ୁଛି। ଉଦ୍ଦେଶ୍ୟ ରହିଛି ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା, ଯାହା ଭିତ୍ତିଭୂମି, ମ୍ୟାନୁଫାକଚରିଂ ଏବଂ ଟେକ୍ନୋଲୋଜି ଭଳି ବୃହତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ବଡ଼ ଆକାରରେ ଋଣ ଦେଇପାରିବ। ଆଉ ଏହି ଉଦ୍ଦେଶ୍ୟର ଏକ ଅଂଶ ହେଉଛି ଦେଶର ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ (ପିଏସ୍‌ୟୁ)ଗୁଡିକର ମିଶ୍ରଣ। ଏହି ଯୋଜନା କେବଳ ଯେ, ଭାରତୀୟ ବ୍ୟାଙ୍କଗୁଡ଼ିକୁ ବିଶ୍ୱର ସର୍ବବୃହତ୍ ଆର୍ଥିକ ପ୍ରତିଷ୍ଠାନଗୁଡିକର ସମକକ୍ଷ କରିବ ତାହା ନୁହେଁ; ବରଂ ଏହା ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ମଧ୍ୟ ପୂରଣ କରିବାରେ ବଡ଼ ଭୂମିକା ନିର୍ବାହ କରିବ। ବାସ୍ତବରେ  ବିଶ୍ୱର ଶ୍ରେଷ୍ଠ ୨୦ ବ୍ୟାଙ୍କ ତାଲିକାରେ ଭାରତର କୌଣସି ବ୍ୟାଙ୍କର ନାମ ନାହିଁ। ତେଣୁ ଅତି କମ୍ରେ ଏହି ସୂଚୀରେ ଭାରତର ୨ ବିଶ୍ୱସ୍ତରୀୟ ବ୍ୟାଙ୍କ ରହୁ ବୋଲି ସରକାର ଯୋଜନା କରୁଛନ୍ତି। କାରଣ ବିକଶିତ ଭାରତ ୨୦୪୭ର ରୋଡ୍‌ମ୍ୟାପ୍ ଏଭଳି ଏକ ଅର୍ଥନୀତିର କଳ୍ପନା କରେ, ଯାହା ଦେଶର ବିକାଶ ପାଇଁ ନିଜେ ପାଣ୍ଠି ଯୋଗାଇପାରିବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ବ୍ୟାଙ୍କିଙ୍ଗ ସିଷ୍ଟମ ଏତେ ମଜଭୁତ ହେବା ଦରକାର, ଯେପରି ଗ୍ରୀନ୍ ଏନର୍ଜି, ସ୍ମାର୍ଟ ସିଟି ଏବଂ ଆଡଭାନ୍ସ ମାନୁଫ୍ୟାକ୍‌ଚରିଂ ଭଳି କ୍ଷେତ୍ର ପାଇଁ ବଡ଼ ଆକାରର ଋଣ ଦେଇପାରିବ। ନଭେମ୍ବର ୬ରେ ଏସ୍‌ୟୁଆଇର ଏକ କନ୍‌କ୍ଲେଭରେ ଯୋଗଦେଇ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂକେତ ଦେଇଥିଲେ। ଦେଶକୁ ଅନେକ ବଡ଼, ବିଶ୍ୱସ୍ତରୀୟ ବ୍ୟାଙ୍କର ଆବଶ୍ୟକତା ଅଛି। ଆମକୁ ଆର୍‌ବିଆଇ ଓ ବ୍ୟାଙ୍କଗୁଡ଼ିକ ସହିତ ବସି ଆଲୋଚନା କରିବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ। ତେବେ ପୂର୍ବରୁ ବି କିଛି ବ୍ୟାଙ୍କର ମିଶ୍ରଣ କରାଯାଇସାରିଛି। ହେଲେ ଏଥର ଯେଉଁ ମିଶ୍ରଣ କରାଯିବ ତା ପଛରେ ଏକ ବଡ଼ ଉଦ୍ଦେଶ୍ୟ ଲୁଚି ରହିଛି। ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦୀର୍ଘ ବର୍ଷରୁ ଖଣ୍ଡବିଖଣ୍ଡିତ ହୋଇ ରହିଆସିଛି। ଅନେକ ସରକାରୀ ବ୍ୟାଙ୍କ ବିଭିନ୍ନ ସ୍ତରରେ ସମାନ ପ୍ରକାରର ସୁବିଧା ଯୋଗାଇ ଆସୁଥିଲେ। ହେଲେ କିଛି ବ୍ୟାଙ୍କ ଦୁର୍ବଳ ପ୍ରଦର୍ଶନ କରୁଥିବାରୁ ସେମାନଙ୍କୁ ମଜଭୁତ ବ୍ୟାଙ୍କ ସହିତ ମିଶାଇ ଦିଆଯାଇଥିଲା। ଫଳରେ ସେମାନଙ୍କ ସ୍ଥିତିରେ ସୁଧାର ଆସିଥିଲା।

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣର ପ୍ରଥମ ପର୍ଯ୍ୟାୟ ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିଲା। ୨୦୧୯ ଅଗଷ୍ଟରେ ସରକାର ୪ଟି ବଡ଼ ସରକାରୀ ବ୍ୟାଙ୍କର ମିଶ୍ରଣ ଘୋଷଣା କରିଥିଲେ। ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରାଇ ୫ଟି ବଡ଼ ବ୍ୟାଙ୍କ ଗଠନ କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ  ବ୍ୟାଙ୍କ ସଂଖ୍ୟା ପୂର୍ବର ୨୭ ରୁ ହ୍ରାସ ପାଇ ମାତ୍ର ୧୨ ହୋଇଯାଇଥିଲା। ଏହି ମିଶ୍ରଣ ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଥିଲା। ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହିତ ବିଲୟ କରାଯାଇଥିଲା। ସେହିପରି ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ଏବଂ ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଥିଲା। ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରିଥିଲେ ସରକାର। ତେବେ ତା ପୂର୍ବରୁ ୨୦୧୯ ରେ, ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଦାରେ ମିଶାଇ ଦିଆଯାଇଥିଲା।

ଏହାର ଲକ୍ଷ୍ୟ ଥିଲା ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା ଯାହାର ବାଲନ୍ସ ସିଟ୍ ମଜଭୁତ ହେବ ସହ ଏହା ଅଧିକ ଲୋକଙ୍କୁ ସେବା ଦେଇପାରିବ। ଏହି ପଦକ୍ଷେପ ଦ୍ବାରା ବ୍ୟାଙ୍କର ଦକ୍ଷତା ସାମାନ୍ୟ ବୃଦ୍ଧି ହୋଇଥିଲା। ଏହା ସହ ଅନେକ ଛୋଟ ବ୍ୟାଙ୍କ ଭଲ ସ୍ଥିତିକୁ ଆସିଥିଲେ। ତଥାପି, ଏହି ସଂସ୍କାର ପରେ ମଧ୍ୟ ଭାରତ ବିଶ୍ୱ ବ୍ୟାଙ୍କିଂ ରାଙ୍କିଙ୍ଗରେ ଉଲ୍ଲେଖନୀୟ ଭାବରେ ଅଭିବୃଦ୍ଧି ହୋଇ ନ ଥିଲା। ସେହି ମିଶ୍ରଣ ପରଠାରୁ ଭାରତରେ ବର୍ତ୍ତମାନ ମୋଟ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବା ପିଏସ୍‌ୟୁ କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ ସମ୍ପତ୍ତି ଅନୁସାରେ ବିଶ୍ୱ ବ୍ୟାଙ୍କର ଶ୍ରେଷ୍ଠ ୫୦ ତାଲିକାରେ ଭାରତର କେବଳ ଗୋଟିଏ ପିଏସ୍‌ୟୁ ସ୍ଥାନ ପାଇଛି। ତାହା ହେଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ୟୁଆଇ)। ଏସ୍ଆଣ୍ଡ୍‌ପି ରାଙ୍କିଙ୍ଗ୍ ଅନୁସାରେ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୪୩ତମ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୭୩ତମ ସ୍ଥାନ ସହ ଶ୍ରେଷ୍ଠ ୧୦୦ ବିଶ୍ୱ ବ୍ୟାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ବିଶ୍ୱସ୍ତରୀୟ ବ୍ୟାଙ୍କ ତାଲିକାରେ ଶ୍ରେଷ୍ଠରେ ଚୀନ୍‌ର ବ୍ୟାଙ୍କ ରହିଥିବା ବେଳେ ଶୀର୍ଷ ୨୦ ଭିତରେ  ମଧ୍ୟ ଚୀନ୍‌ର ୭ଟି ବ୍ୟାଙ୍କ ରହିଛି। ଭାରତରେ ଥିବା ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୋଟ ସମ୍ପତ୍ତି ସମ୍ପତ୍ତି ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୧୭୧ ଟ୍ରିଲିୟନ ଟଙ୍କା ବା (୧.୯୫ ଟ୍ରିଲିୟନ ଡଲାର) ରହିଛି।

୨୦୨୨ରୁ ଲାଗୁ ହେବ ନୂଆ ନିୟମ: ଲକର୍‌ରୁ ଚୋରିହେଲେ କ୍ଷତିଭରଣା କରିବ ବ୍ୟାଙ୍କ
ନୂଆଦିଲ୍ଲୀ: ବ୍ୟାଙ୍କ ଲକରରେ ଗ୍ରାହକମାନଙ୍କ ସାମଗ୍ରୀର ସୁରକ୍ଷା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ବ୍ୟାଙ୍କ ଲକରରୁ ଗ୍ରାହକମାନଙ୍କ ସାମଗ୍ରୀ ଚୋରି ହୋଇଯାଉଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଉଥିବା ବେଳେ ଗ୍ରାହକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ ଏହି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କମାନଙ୍କ ପ୍ରତି ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯଦି ଲକରରୁ ଗ୍ରାହକଙ୍କ ସାମଗ୍ରୀ ଚୋରି ହୁଏ କିମ୍ବା ନଷ୍ଟ ହୁଏ ତେବେ ଏଥିପାଇଁ ସଂପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ କ୍ଷତିପୂରଣ ଦେବେ ବୋଲି ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ଲକର ବ୍ୟବସ୍ଥାର ବାର୍ଷିକ ଦେୟ ଯେତିକି ରହିଥିବା ଗ୍ରାହକଙ୍କୁ ତାହାର ୧୦୦ ଗୁଣ କ୍ଷତିପୂରଣ ମିଳିବ ବୋଲି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅବହେଳାରୁ ଲକର ସାମଗ୍ରୀ କ୍ଷତି ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ତାଛଡ଼ା ଲକର୍ ସାମଗ୍ରୀ ପାଇଁ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବୀମା ବିକ୍ରି କରି କରିପାରିବେ ନାହିଁ ବୋଲି କୁହାଯାଇଛି। ଲକରରେ ରଖାଯାଉଥିବା କୌଣସି ସାମଗ୍ରୀର ବୀମା ବ୍ୟବସ୍ଥା କରିବା ସଂପୃକ୍ତ ବ୍ୟାଙ୍କର ଦାୟିତ୍ବ ହୋଇନଥିବା ବେଳେ ଏ ନେଇ ସ୍ପଷ୍ଟ ଭାବେ ଗ୍ରାହକଙ୍କୁ ଅବଗତ ବ୍ୟାଙ୍କ କର୍ତ୍ତୃପକ୍ଷ ଅବଗତ କରାଇବେ ବୋଲି ରିଜର୍ଭ ବ୍ୟାଙ୍କ କହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ନିୟମ ଜାରି କରାଯାଇଥିଲା ବେଳେ ଏହା ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ।

ଉଲ୍ଲେଖଯୋଗ୍ୟ ଯେ, ଲକର ବ୍ୟସ୍ଥାରେ କୌଣସି ଗ୍ରାହକଙ୍କ ସାମଗ୍ରୀ ନଷ୍ଟ କିମ୍ବା ଚୋରି ହେବା ପ୍ରସଙ୍ଗରେ ବ୍ୟାଙ୍କର ଦାୟିତ୍ବକୁ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଅମିତାଭ ଦାସଗୁପ୍ତ ବନାମ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାମଲାର ବିଚାର ପରିପ୍ରେକ୍ଷୀରେ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକର ବ୍ୟବସ୍ଥାରେ ଏକ ନିୟମ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ରିଜର୍ଭ ବ୍ୟାଙ୍କକୁ କହିଥିଲେ। ଏହିକ୍ରମରେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ନୂତନ ନିୟମ ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି। ବ୍ୟାଙ୍କିଙ୍ଗ ଏବଂ ବୈଷୟିକ କ୍ଷେତ୍ରର ବିଭିନ୍ନ ଘଟଣାକ୍ରମ ଏବଂ ଗ୍ରାହକଙ୍କ ଅଭିଯୋଗ କ୍ରମେ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ଏହି ନୂଆ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

କରୋନା ଟିକା ନେଲେ ବ୍ୟାଙ୍କ ଦେବ ଆର୍ଥିକ ସହାୟତା
ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ । କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ କିଛି ବ୍ୟାଙ୍କ ଆଗେଇ ଆସିଛନ୍ତି। ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କେତେକ ରାଷ୍ଟ୍ରାୟତ ବ୍ୟାଙ୍କ । ଲୋକଙ୍କୁ ମାରାତ୍ମକ ଭୂତାଣୁ କବଳରୁ ରକ୍ଷା କରିବା ଲାଗି ଏହି ପ୍ରୟାସ କରାଯାଉଥିବା ଜାଣିବାକୁ ମିଳିଛି।

କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କୁ ଫିକ୍ସଡ ଜମା ଉପରେ ଅଧିକ ସୁଧ ଦେବାକୁ କିଛି ବ୍ୟାଙ୍କ ଘୋଷଣା କରିଛନ୍ତି। ଏହି ଅଫର ସୀମିତ ସମୟ ପାଇଁ ଧାର୍ଯ୍ୟ କରାଯାଇଛି।

ଏନେଇ ‘ୟୁକୋ ବ୍ୟାଙ୍କ’ ଘୋଷଣା କରିଛି କି ଯେଉଁ ଲୋକମାନେ ଟିକାର ଗୋଟିଏ ବି ଡୋଜ ନେଇଛନ୍ତି ସେମାନେ ଯଦି ୟୁକୋ ବ୍ୟାଙ୍କରେ ସର୍ବନିମ୍ନ ୯୯ ଦିନ ପାଇଁ ଫିକ୍ସଡ୍ ଡିପୋଜିଟ୍ କରନ୍ତି ତେବେ ସେମାନଙ୍କୁ ୦.୩୦ ପ୍ରତିଶତ ଅଧିକ ସୁଧ ମିଳିବ । ଏହି ଅଫର ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ । ଏହି ସ୍କିମରେ ଜମା କରୁଥିବା ବ୍ୟକ୍ତିଙ୍କୁ ୫.୩୦ ପ୍ରତିଶତ ହାରରେ ସୁଧ ମିଳିବ । ଏହି ସ୍କିମରେ ଜଣେ ବ୍ୟକ୍ତି ସର୍ବନିମ୍ନ ୫ ହଜାର ଓ ସର୍ବାଧିକ ୨ କୋଟି ଟଙ୍କା ଜମା କରିପାରିବ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି ।

ସେହିଭଳି ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍’ ସ୍କିମ୍ ଘୋଷଣା କରାଯାଇଛି । ଟିକା ନେଇଥିବା ଲୋକମାନେ ଏହି ସ୍କିମରେ ଡିପୋଜିଟ କଲେ ଅଧିକ ୦.୨୫ ପ୍ରତିଶତ ସୁଧ ମିିଳିବ ବୋଲି କୁହାଯାଇଛି । ଏହି ଯୋଜନାରେ ୧୧୧୧ ଦିନ ପାଇଁ ଆପଣ ଟଙ୍କା ରଖିପାରିବେ | ଏହି ଯୋଜନାରେ ଯଦି ଆପଣ ଟିକା ନେଇଥିବେ, ସେମାନଙ୍କୁ ଜମା ଉପରେ ୦.୨୫% ଅତିରିକ୍ତ ସୁଧ ହାର ପ୍ରଦାନ କରାଯିବ।