Social Boycott - The Sakala

‎ସମାଜିକ ବାସନ୍ଦ ପ୍ରଥାକୁ ଉଛେଦ କଲେ ଆରକ୍ଷୀ ନିରୀକ୍ଷକ
‎ସାମାଜିକ ବାସନ୍ଦର ସମାଧାନ କରି ପ୍ରଶଂସା ସାଉଁଟିଛନ୍ତି  ଆରକ୍ଷୀ ନିରୀକ୍ଷକ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରେ ଘଟିଛି ଏଭଳି ଏକ ଘଟଣା। ଜମିବାଡ଼ିକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ଲାଗି ରହିଥିଲା ପାରିବାରିକ କନ୍ଦଳ। ଉକ୍ତ ବିବାଦ ଗ୍ରାମ୍ୟ କମିଟିରେ ବିଚାର ପରେ ଗତ ତା ୧୩. ୧୨. ୨୦୨୫ ମସିହାରୁ ସାମାଜିକ ବାସନ୍ଦ ଥିଲେ ବିଶ୍ୱରଂଜନ ନାୟକଙ୍କ ପରିବାର।

ଏଭଳି ଏକ ଘୃଣ୍ୟ ପ୍ରାଥକୁ ହଟାଇବାପାଇଁ ଲାଗିପଡ଼ିଥିଲେ କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପ୍ରଧାନ। ଶ୍ରୀଯୁକ୍ତ ପ୍ରଧାନ ପୁରୀ ଏସଡିପିଓ ମାନସ ରଞ୍ଜନ ବାରିକ, ଏସଆଇ ବ୍ରଜବନ୍ଧୁ ଜେନା, ଅଭୟ କୁମାର ବିଶ୍ୱାଳ ଗ୍ରାମ କମିଟି ସଭାପତି  ଧ୍ରୁବ ଚରଣ ପ୍ରଧାନ, ପୂର୍ବତନ ସଭାପତି ମାଗୁଣି ନାୟକ, ସମ୍ପାଦକ ଛଇଲ କିଶୋର ନାୟକ, ଗ୍ରାମର ବିଭୁତି ଭୂଷଣ ଦଳେଇ, ସୁବାସ ଚନ୍ଦ୍ର ନାୟକ  ପ୍ରଭୃତି ଗ୍ରାମ୍ୟ କମିଟିର ସଭ୍ୟଙ୍କୁ ନେଇ ଆଲୋଚନା ମାଧ୍ୟମରେ ସମାଧାନ କରିଥିଲେ। ଦୀର୍ଘ ମାସର ବିବାଦ ଏବଂ ଘୃଣା ପ୍ରଥାକୁ ହଟାଇ ପ୍ରଶଂସା ସାଉଁଟିଛନ୍ତି ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ।

ବିଶ୍ୱରାଞ୍ଜନ ନାୟକ, ଗ୍ରାମ ସଭାପତି, ସମ୍ପାଦକ, ଗ୍ରାମ ମୁଖ୍ୟାଙ୍କୁ ଉପଢୌକନ ଫୁଲତୋଡ଼ା ଦେଇ ଗ୍ରାମରେ ଭାଇଚାରା ସୃଷ୍ଟି କରିଛନ୍ତି ଆରକ୍ଷୀ ନିରୀକ୍ଷକ ଏବଂ ଏସଡିପିଓ । ଏଭଳି ଘୃଣା ପ୍ରଥାକୁ ହଟାଇ ସେ ଏକ ଉଦାହରଣ ପାଲଟିଛନ୍ତି। ଏହି ସମାଧାନ ପାଇଁ ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କୁ ମଧ୍ୟ ସାଧାରଣରେ ପ୍ରଶଂସା କରାଯାଇଛି। ଗ୍ରାମରେ ଭାଇଚାରା ସୃଷ୍ଟି କରିଥିବାରୁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ଗ୍ରାମ ତରଫରୁ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ପ୍ରଶଂସିତ କରାଯାଇଥିଲା।

ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ
ଛତିଶଗଡ଼ର ବଳରାମପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ ପଞ୍ଚାୟତ ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ପରିବାର ବିରୋଧରେ ଏକ ଅମାନବୀୟ ନିଷ୍ପତ୍ତି ଶୁଣାଇଛି। ପଞ୍ଚାୟତ ପକ୍ଷରୁ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ସମାଜରୁ ବାସନ୍ଦ ବା ଏକଘରକିଆ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ସମାଜକୁ ଫେରିବା ପାଇଁ ପଞ୍ଚାୟତ ପକ୍ଷରୁ ଅତ୍ୟନ୍ତ ଅପମାନଜନକ ସର୍ତ୍ତ ମଧ୍ୟ ରଖାଯାଇଛି।

ଅପମାନଜନକ ସର୍ତ୍ତ ଓ ଦଣ୍ଡ ବିଧାନ

ମିଳିଥିବା ସୂଚନା ଅନୁଯାୟୀ, ୱାଡ୍ରଫନଗର ବିକାଶଖଣ୍ଡ ଅନ୍ତର୍ଗତ ଏକ ଗାଁରେ ସରପଞ୍ଚ ଏହି ତୋଗଲକି ଫରମାନ ଜାରି କରିଛନ୍ତି। ଅଭିଯୋଗ ହୋଇଛି ଯେ, ସରପଞ୍ଚ ପୀଡ଼ିତାଙ୍କ ପରିବାର ସାମନାରେ କିଛି ଅଜବ ସର୍ତ୍ତ ରଖିଛନ୍ତି। ଯଦି ପରିବାର ଲୋକେ ନିଜର "ଭୁଲ" ସ୍ୱୀକାର କରନ୍ତି, ତେବେ ସେମାନଙ୍କୁ ପୂରା ଗାଁ ଲୋକଙ୍କ ଗୋଡ଼ ଧୋଇ ସେହି ପାଣିରେ ଗାଧୋଇବାକୁ ପଡ଼ିବ। ଏହା ବ୍ୟତୀତ ଦଣ୍ଡ ସ୍ୱରୂପ ପୂରା ସମାଜକୁ ଖାସି ମାଂସ ଓ ମଦର ଭୋଜି ଦେବାକୁ ମଧ୍ୟ କୁହାଯାଇଛି। ଏହି ନିଷ୍ପତ୍ତି ପରେ ପରିବାରକୁ ଗାଁର ସାମାଜିକ କାର୍ଯ୍ୟକ୍ରମ, ଧାର୍ମିକ ଉତ୍ସବ ଏବଂ ସାମୁଦାୟିକ ଗତିବିଧିରୁ ଦୂରେଇ ରହିବାକୁ ବାଧ୍ୟ କରାଯାଇଛି।

ନ୍ୟାୟ ମାଗିବାରୁ ମିଳିଲା ଦଣ୍ଡ

ଘଟଣାଟି ବସନ୍ତପୁର ଥାନା ଅଞ୍ଚଳର। ସୂଚନା ମୁତାବକ, ଗାଁର ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିଲା ଏବଂ ସେ ବର୍ତ୍ତମାନ ଗର୍ଭବତୀ ଥିବା କୁହାଯାଉଛି। ଯେତେବେଳେ ପୀଡ଼ିତାଙ୍କ ପରିବାର ପୋଲିସରେ ଅଭିଯୋଗ କରି ଅଭିଯୁକ୍ତ ବିରୋଧରେ ଏଫଆଇଆର (FIR) ଦାୟର କଲେ, ସେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଜେଲ ପଠାଇଥିଲା। କିନ୍ତୁ ଏହାପରେ ଗାଁରେ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ସରପଞ୍ଚ ଓ କିଛି ଗ୍ରାମବାସୀ ଓଲଟା ପୀଡ଼ିତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରି ଏଭଳି ସାମାଜିକ ଦଣ୍ଡ ଶୁଣାଇଥିଲେ।

ବର୍ତ୍ତମାନ ପୀଡ଼ିତା ଓ ତାଙ୍କ ପରିବାର ଏହି ଘଟଣା ନେଇ ଏସଡିଓପି (SDOP) କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ସେମାନେ ପ୍ରଶାସନ ନିକଟରେ ନ୍ୟାୟ ଭିକ୍ଷା କରିବା ସହ ଅଭିଯୁକ୍ତ ଓ ପଞ୍ଚାୟତର ଏଭଳି ବେଆଇନ ନିଷ୍ପତ୍ତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।