Aska - The Sakala

ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ; ଯୋଗ୍ୟ ଚାଷୀଙ୍କ ଅପେକ୍ଷା ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ
ଆସିକା: ସୁଧୁରୁନି ମଣ୍ଡି ସମସ୍ୟା । ମଣ୍ଡିର ଗୋଲକ ଧନ୍ଦାରେ ଛନ୍ଦି ହେଲେଣି ଚାଷୀ । ଯୋଗ୍ୟ ଚାଷୀଙ୍କୁ ମିଳୁନି ଆବଶ୍ୟକୀୟ ଟାର୍ଗେଟ । ଅଯୋଗ୍ୟ ହାତେଇଛନ୍ତି ଅଧିକ ଟାର୍ଗେଟ । ପ୍ରଶାସନ, ସମବାୟ ସମିତି ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଅନ୍ନଦାତା । ଗଞ୍ଜାମ ଜିଲ୍ଲା ଧରାକୋଟରେ ମଣ୍ଡି ରେଜିଷ୍ଟ୍ରେସନ ସମୟରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । ଯାହାର ଏକ୍ସକ୍ଲୁସିଭ ତଥ୍ୟ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଏଇ ଯେମିତି ଆଠଘରିଆ ଗାଁର ପଞ୍ଚାନନ ଗୌଡ଼ଙ୍କର ୧୦ ଏକର ଜମି ଥିବା ବେଳେ ୧୦ କୁଇଣ୍ଟାଲ ଧାନ ଆଦାୟ ହେଉଛି । ହେଲେ ତାଙ୍କୁ ୯ କୁଇଣ୍ଟାଲ ୪୫ କେଜିର ଟୋକନ ମିଳିଛି । ସେହିପରି ସନ୍ତୋଷ ବିଷୋୟୀଙ୍କ ୬ ଏକର ଜମି ଥିବା ବେଳେ ତାଙ୍କୁ ବି କମ ଟାର୍ଗେଟ ମିଳିଛି । ହେଲେ ସେହି ଗାଁର ନିରଞ୍ଜନ ବାଡ଼ତ୍ୟାଙ୍କ ଏକ ଏକର ଭିତରେ ଜମି ରହିଛି । ହେଲେ ତାଙ୍କୁ ୩୭ କୁଇଣ୍ଟାଲ ୩୫ କେଜିର ଟୋକନ ମିଳିଛି । ଯେଉଁଥିରୁ ଟୋକନ ହେରଫେର ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି ।

ଯୋଗ୍ୟ ଚାଷୀଙ୍କୁ ଆବଶ୍ୟକୀୟ ଟୋକନ ମିଳିନଥିବାରୁ ସେମାନେ ବଳକା ଧାନକୁ ବାରଣ୍ଡାରେ, ଖଳା ମୂଳେ ସାଇତି ରଖିଛନ୍ତି । ବାକି ଧାନକୁ କଣ କରିବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ ମଣ୍ଡି ସମସ୍ୟାର ଫାଇଦା ଉଠାଇ ଗାଁ ଗାଁରେ ବୁଲୁଛନ୍ତି ଆନ୍ଧ୍ର ବେପାରୀ । ଲୋକଙ୍କୁ ଭୂତାଇ ସ୍ଵଳ୍ପ ଟଙ୍କାରେ ଧାନ କିଣି ମାଲାମାଲ ହେଉଛନ୍ତି । ଗଞ୍ଜାମ ଜିଲ୍ଲାରେ ମାସେ ହେଲାଣି ମଣ୍ଡି ଖୋଲିଲାଣି । ହେଲେ ଏଯାଏଁ ଧାନ କିଣା ସ୍ଵାଭାବିକ ହୋଇପାରି ନାହିଁ । କେଉଁଠି ଟୋକନ ମିଳୁନି ତ କେଉଁଠି କଟନୀ ଛଟନୀ ଚାଲିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି ।

ହୁତୁ ହୁତୁ ହୋଇ ଜଳୁଛି ଶୁଳିଆ ପାହାଡ଼
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ରେଞ୍ଜର ଧରାକୋଟ ବିଟର ସୁଳିଆ ପାହାଡ଼ରେ ଲାଗିଛି ନିଆଁ। ହୁତୁ ହୁତୁ ହୋଇ ଜଳୁଛି ଟିଣିଟିଣିଆ ପଲ୍ଲି ନିକଟରେ ଥିବା ଥିବା ଜଙ୍ଗଲ। ନିଆଁ ପାହାଡର ପାଦ ଦେଶରୁ ଆରମ୍ଭ କରି ଉପରକୁ ପହଞ୍ଚିଥିବା ଜଣାପଡ଼ିଛି। ରାତି ସାରା ବନ ବିଭାଗର କର୍ମଚାରୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରୁଛନ୍ତି।

ସେହିପରି ସଡଙ୍ଗୀ ପଲ୍ଲି ବିଟର ମଲିଝର ନିକଟରେ ଥିବା ପାହାଡ଼ରେ ବି ନିଆଁ ଲାଗିଛି । ତେଣୁ ଆସିକା ରେଞ୍ଜର ଦୁଇ ଦୁଇଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବନ କର୍ମଚାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଚାରୋଟି ଟିମ ଗଠନ କରି ଦିନ ରାତି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଘଞ୍ଚ ପାହାଡ଼ ହୋଇଥିବାରୁ ଅଗ୍ନିଶମ ବାହିନୀ ଯିବା ସମ୍ଭବ ହେଉ ନାହିଁ।

ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା: ଜଣେ ମୃତ, ୩ ଗୁରୁତର
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକାରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । କେନ୍ଦୁପଦର କଲେଜ ନିକଟରେ ସଙ୍ଘବଧ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଆହତ ହୋଇ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ କେନ୍ଦୁପଦର ଗ୍ରାମର ବୁଲୁ ସ୍ୱାଇଁ । ନିର୍ବାଚନକୁ ନେଇ ରହିଥିବା ତିକ୍ତତା ଯୋଗୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଅଭିଯୋଗ ଆନୁସାରେ, ପରାଜିତ ଗୋଷ୍ଠୀର ଆକ୍ରମଣରେ ବିଜୟୀ ଗୋଷ୍ଠୀର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।

ଉକ୍ତ ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ଅବିନାଶ ବରଡ଼, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ବଳରାମ ପୋଲାଇ । ସମସ୍ତ ଗୁରୁତର ଆହତ ଆସିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅବିନାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକଲକୁ ସ୍ଥାନାନ୍ତର କରାଯାଇଛି । ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ନିର୍ବାଚନୀ ହିଂସା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

୧୦୨ କେଜି ଗଞ୍ଜେଇ ଜବତ କଲା ଆସିକା ପୋଲିସ, ୪ ଗିରଫ
ପୋଲିସ୍‌ ଯେତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ ସୁଧୁରୁ ନାହାନ୍ତି ନିଶା ମାଫିଆ । ଗୋଟେ ପରେ ଗୋଟେ ଗଳିଆ ଉପାୟ ବାହାର କରି ବଢ଼ାଇ ଚାଲିଛନ୍ତି ନିଶା କାରବାରର ସାମ୍ରାଜ୍ୟ। ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଆଜି ସକାଳ ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୧୦୨ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଗଞ୍ଜେଇ ଭଞ୍ଜନଗରରୁ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିବା ସହ ଚାରି ଜଣକୁ ମଧ୍ୟ ଗିରଫ କରିଛି। ଆହୁରି ତିନି ଜଣ ଫେରାର ହୋଇଯାଇଥିବା ବେଳେ ଏମାନଙ୍କ ନାମରେ ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଞ୍ଜଳରେ ଅପରାଧିକ ମାମଲା ଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।