Noida Police - The Sakala

ନୋଏଡାରେ ନକଲି କଲ୍ ସେଣ୍ଟର ଠାବ: ଟେକ୍ ସପୋର୍ଟ ନାମରେ ବିଦେଶୀ ନାଗରିକଙ୍କୁ ଠକୁଥିବା ୪ ସାଇବର ଠକ ଗିରଫ
ଟେକ୍ନିକାଲ୍ ସପୋର୍ଟ ଦେବା ବାହାନାରେ ଆମେରିକା ଏବଂ ବ୍ରିଟେନର ନାଗରିକମାନଙ୍କୁ କୋଟି କୋଟି ଟଙ୍କା ଠକୁଥିବା ଏକ ଅନ୍ତର୍ଜାତୀୟ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ନୋଏଡା ପୋଲିସ। ନୋଏଡା ସାଇବର ସେଲ୍ ଏବଂ ଫେଜ୍-୩ ଥାନା ପୋଲିସର ଏକ ମିଳିତ ଟିମ୍ ସେକ୍ଟର-୭୬ ସ୍ଥିତ ଏକ ଫ୍ଲାଟରେ ଚଢ଼ାଉ କରି ୪ ଜଣ ସାଇବର ଠକଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଏମିତି କରୁଥିଲେ ଠକେଇ

ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ 'ଟେକ୍ ସପୋର୍ଟ' ନାମରେ ବିଜ୍ଞାପନ ଦେଉଥିଲେ। ଯେତେବେଳେ କୌଣସି ବିଦେଶୀ ନାଗରିକ ଏହି ବିଜ୍ଞାପନ ଉପରେ କ୍ଲିକ୍ କରୁଥିଲେ, ସେତେବେଳେ ସେମାନଙ୍କ କମ୍ପ୍ୟୁଟର ସ୍କ୍ରିନ୍ ବ୍ଲାକ୍ ହୋଇଯାଉଥିଲା କିମ୍ବା ସିଷ୍ଟମରେ ତ୍ରୁଟି ଦେଖାଦେଉଥିଲା। ଏହି ସମୟରେ ଏକ ଟୋଲ୍ ଫ୍ରି ନମ୍ବର ସ୍କ୍ରିନରେ ଦେଖାଯାଉଥିଲା। ପୀଡ଼ିତମାନେ ସାହାଯ୍ୟ ପାଇଁ କଲ୍ କଲେ, ଏହି ଠକମାନେ ନିଜକୁ ଏକ ବଡ଼ କମ୍ପାନୀର ଟେକ୍ନିକାଲ୍ ସପୋର୍ଟ ଏଜେଣ୍ଟ ବୋଲି ପରିଚୟ ଦେଉଥିଲେ। ପରେ ବିଦେଶୀ ଶୈଳୀରେ ଇଂରାଜୀରେ କଥା ହୋଇ ସ୍କ୍ରିନ୍ ସେୟାରିଂ ଆପ୍ ଜରିଆରେ ପୀଡ଼ିତଙ୍କ ସିଷ୍ଟମର ଆକ୍ସେସ୍ ନେଇଯାଉଥିଲେ ଏବଂ ବ୍ୟାଙ୍କିଙ୍ଗ୍ ତଥ୍ୟ ହାସଲ କରି ଠକେଇ କରୁଥିଲେ।

ଆକାଉଣ୍ଟ ବାଲାନ୍ସ ଦେଖି ମାଗୁଥିଲେ ଟଙ୍କା

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ପୀଡ଼ିତଙ୍କ ବ୍ୟାଙ୍କ ଆକାଉଣ୍ଟ ଷ୍ଟାଟସ୍ ଦେଖିବା ପରେ ଠକେଇର ପରିମାଣ ସ୍ଥିର କରୁଥିଲେ। ଆକାଉଣ୍ଟରେ କମ୍ ବାଲାନ୍ସ ଥିଲେ ସେମାନେ ୩୫୦ ରୁ ୨୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଆଦାୟ କରୁଥିଲେ। ଯଦି ଆକାଉଣ୍ଟରେ ଅଧିକ ଟଙ୍କା ଥାଏ, ତେବେ ସେମାନେ କଲ୍‌କୁ ସେମାନଙ୍କ 'ସିନିୟର' ନିକଟକୁ ଟ୍ରାନ୍ସଫର୍ କରୁଥିଲେ, ଯିଏକି ଆହୁରି ବଡ଼ ଧରଣର ଠକେଇ କରୁଥିଲେ। ଠକେଇ ଟଙ୍କାକୁ ସେମାନେ ମୁଖ୍ୟତଃ କ୍ରିପ୍ଟୋକରେନ୍ସି (Cryptocurrency) ଏବଂ ବିଭିନ୍ନ ଗିଫ୍ଟ କାର୍ଡ ଜରିଆରେ ଗ୍ରହଣ କରୁଥିଲେ। ସେମାନେ ଗତ କିଛି ମାସ ମଧ୍ୟରେ ପ୍ରାୟ ୨୫୦ ରୁ ୪୫୦ ବିଦେଶୀ ନାଗରିକଙ୍କ ଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡିଛି।

ଗିରଫ ହେଲେ ୪ ଅଭିଯୁକ୍ତ

ନୋଏଡା ସାଇବର ସେଲ୍ ଡିସିପି ଶୈବ୍ୟା ଗୋୟଲ ସୂଚନା ଦେଇଛନ୍ତି ଯେ, ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ମହମ୍ମଦ ବିଲାଲ, ଦେବ କପାହୀ, ଅଭିଷେକ ମୁଖେଜା ଏବଂ କୁଶାଗ୍ର ନିମ୍ବେକର। ଏମାନଙ୍କ ମଧ୍ୟରୁ ବିଲାଲ ଏବଂ ଅଭିଷେକ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ। ସମସ୍ତ ଅଭିଯୁକ୍ତ ଉଚ୍ଚଶିକ୍ଷିତ ଏବଂ ଭଲ ଇଂରାଜୀ କହିବାରେ ମାହିର। ପୋଲିସ ସେମାନଙ୍କ ଠାରୁ ୪ଟି ଲାପଟପ୍, ୮ଟି ମୋବାଇଲ୍ ଫୋନ୍, ୪ଟି ହେଡଫୋନ୍ ଏବଂ ୨ଟି ରାଉଟର୍ ଜବତ କରିଛି। ପୋଲିସ ଏବେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡିକର ତଥ୍ୟ ସଂଗ୍ରହ କରୁଥିବା ବେଳେ ଏହି ଅନ୍ତର୍ଜାତୀୟ ଠକେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି |

ନୋଏଡାରେ ବଡ଼ ଅଘଟଣ: ବିବାହ ପାଇଁ ଜିଦ୍ ଧରିଥିଲେ ପ୍ରେମିକା, ମନା କରିବାରୁ ଭାଇ ସହ ମିଶି କଲେ ହତ୍ୟା
ହୋଲି ପର୍ବର ଉତ୍ସାହ ମଧ୍ୟରେ ନୋଏଡାର ସେକ୍ଟର-୭୫ ସ୍ଥିତ ଆଇଭି କାଉଣ୍ଟି ସୋସାଇଟିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୁଧବାର ଦିନ ହୋଲି ଖେଳୁଥିବା ସମୟରେ ଜଣେ ୩୯ ବର୍ଷୀୟ ପ୍ରପର୍ଟି ଡିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଙ୍କ ନାମ ସାହିଲ ସିଙ୍ଘଲ ବୋଲି ଜଣାପଡିଛି। ପୋଲିସ ଏହି ଘଟଣାରେ ମୃତକଙ୍କ ପ୍ରେମିକା ଏବଂ ତାଙ୍କ ଭାଇଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିବାହେତର ସମ୍ପର୍କ ଏବଂ ବିବାହ ପାଇଁ ଚାପ ପକାଇବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି।

ଘଟଣାସ୍ଥଳରେ କଣ ଘଟିଥିଲା?

ପୋଲିସ ସୂଚନା ଅନୁଯାୟୀ, ହୋଲି ଦିନ ଅପରାହ୍ନରେ ସାହିଲ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହ ସୋସାଇଟିରେ ହୋଲି ଖେଳୁଥିଲେ। ଏହି ସମୟରେ ତାଙ୍କ ପ୍ରେମିକା ପ୍ରିୟା ସୋଲାଙ୍କି (୨୭), ତାଙ୍କ ଦୁଇ ଭାଇ ନିଖିଲ ଓ ଲୋକେଶ ଏବଂ ଅନ୍ୟ ଜଣେ ସହଯୋଗୀ ସେଠାରେ ପହଞ୍ଚିଥିଲେ। ସାହିଲ ମୋବାଇଲ୍ ଆପ୍ ମାଧ୍ୟମରେ ସେମାନଙ୍କୁ ସୋସାଇଟି ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ସାକ୍ଷାତ ସମୟରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଉତ୍ତ୍ୟକ୍ତ ହୋଇ ପ୍ରିୟାଙ୍କ ଭାଇ ନିଖିଲ ନିଜ ପାଖରେ ଥିବା ବନ୍ଧୁକରୁ ସାହିଲଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ସାହିଲଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହତ୍ୟାର ମୁଖ୍ୟ କାରଣ

ତଦନ୍ତରୁ ଜଣାପଡିଛି ଯେ ସାହିଲ ଏବଂ ପ୍ରିୟାଙ୍କ ମଧ୍ୟରେ ଗତ ୪ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ସାହିଲ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ପ୍ରିୟା ଏବଂ ତାଙ୍କ ପରିବାର ଲୋକେ ସାହିଲଙ୍କ ଉପରେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ ପ୍ରିୟାଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିଲେ। ସାହିଲ ଏଥିରେ ରାଜି ନହେବାରୁ ପ୍ରିୟାଙ୍କ ପରିବାର ଲୋକେ ଏହି ଚରମ ପଦକ୍ଷେପ ନେଇଥିଲେ। ପୂର୍ବରୁ ମଧ୍ୟ ଏହି ବିବାଦକୁ ନେଇ ଗାଜିଆବାଦରେ ଉଭୟ ପକ୍ଷ ମଧ୍ୟରେ ଝଗଡା ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ

ଏହି ଘଟଣା ପରେ ମୃତକଙ୍କ ମାଆ ସୀମା ସିଙ୍ଘଲଙ୍କ ଅଭିଯୋଗ କ୍ରମେ ସେକ୍ଟର-୧୧୩ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୦୩ (ହତ୍ୟା) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରିୟା, ତାଙ୍କ ଦୁଇ ଭାଇ ଏବଂ ଜଣେ ନାବାଳକ ସହଯୋଗୀଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ବନ୍ଧୁକ ଏବଂ ବ୍ୟବହୃତ ଗାଡିକୁ ମଧ୍ୟ ଜବତ କରାଯାଇଛି।