Redhakhola - The Sakala

ମହଙ୍ଗା ପଡ଼ିଲା ଶୁଆର ଜୀବନ ନେଇ ରିଲ୍ସ କରିବା, ୩ ଅଟକ
ରେଢାଖୋଲ: ଶୁଆର ଜୀବନ ନେଇ ରିଲ୍ସ କରିବା ମହଙ୍ଗା ପଡିଲା । ଏହା ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି। ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଜାମୁଝୁରୀ ଗାଁର ୩ ଜଣ ଯୁବକ ଏକ ଶୁଆର ଜୀବନ ନେଇ ରିଲ୍ସ କରିଥିଲେ  ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆଠମଲ୍ଲିକ ଡିଏଫଓ ।

ଖବର ଅନୁଯାୟୀ, ଗତ ୨୧ ତାରିଖରେ ରିଲ୍ସ କରି ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ରେଢାଖୋଲ ବନ ବିଭାଗ ଓ ଆଠମଲ୍ଲିକ ବନ ବିଭାଗର ମିଳିତ ସହଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି। ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଏକ ପୋଖରୀ ନିକଟରେ ମୁଗ ଚାଷ କରିଥିଲେ ଚାଷୀ । ଶୁଆ ମାନେ ମୁଗ ଖାଉଥିବା ନେଇ ଚାଷୀ ଶୁଆ ମାନଙ୍କୁ ଭୟଭୀତ କରିବାକୁ ବାଟୁଳିରେ କିଛି ଶୁଆଙ୍କୁ ମାରିଥିବା ଜଣାପଡିଛି । ଚାଷ ଜମିକୁ ଯାଇ ୩ ଅଟକ ଯୁବକ ଶୁଆକୁ ମାରି ଖୁଣ୍ଟରେ ଝୁଲେଇ ରିଲ୍ସ କରିଥିଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ୱାଲ୍ଡଲାଇଫ ଆକ୍ଟ ର ଧାରା -୯ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମଠ ପରିସରରେ ଯୁବତୀକୁ ଅଚେତ କରି ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲେ ରଙ୍ଗିଲା ବାବା
ରେଢ଼ାଖୋଲ: ମଠ ପରିସରରେ ଯୁବତୀକୁ ଅଚେତ କରି ଦୁଷ୍କର୍ମ କଲା ରଙ୍ଗିଲା ବାବା । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ମଠ ପରିସରରେ ଏହି ଘଟଣା ଘଟିଛି। ଔଷଧ ଦେଇ ଯୁବତୀଙ୍କୁ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ମଠର ବାବା ୫୩ ବର୍ଷୀୟ ପ୍ରଫୁଲ୍ଲ ମହଲାଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ।

ସୂଚନାନୁଯାୟୀ, ଚାରମାଳ ଥାନା ଅଞ୍ଚଳର ଜଣେ ଯୁବତୀ ବାବାଙ୍କ ପାଖକୁ କୌଣସି ପୂଜାପାଠ ପାଇଁ ଆସିଥିଲେ। ମଠ ପରିସରରେ କେହି ନ ଥିବା ସୁଯୋଗ ନେଇ ଉକ୍ତ ଯୁବତୀଙ୍କୁ ବାବା କୌଣସି ଔଷଧ ଖାଇବା ପାଇଁ ଦେଇଥିଲେ। ଔଷଧ ଖାଇବା ପରେ ଯୁବତୀଜଣଙ୍କ ଅଚେତ ହୋଇ ଯାଇଥିଲେ। ଏହାପରେ ବାବା ଯୁବତୀକୁ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଚେତା ଫେରିବା ପରେ ବାବା ତାଙ୍କୁ ଦୁଷ୍କର୍ମ କରିଥିବା ସେ ଜାଣି ପାରିଥିଲେ। ପରବର୍ତ୍ତୀ ସମୟରେ ଜଣେ ମେଡିକାଲ କର୍ମଚାରୀ ଯୁବତୀଙ୍କୁ ମୂର୍ମୁଷ ଅବସ୍ଥାରେ ମେଡିକାଲ ଛକରୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଚିକିତ୍ସା ପରେ ଯୁବତୀ ଜଣକ ଏ ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ତୁରନ୍ତ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଶୁକ୍ରବାର ବାବା ପ୍ରଫୁଲ୍ଲ ମହଲାକୁ ଆଶ୍ରମରୁ ଗିରଫ କରି ତଦନ୍ତ କରୁଥିବା ସୂଚନା ମିଳିଛି ।

ରେଢାଖୋଲରେ ଚାଞ୍ଚଲ୍ୟ; ଶୋଇଥିବା ବେଳେ ଘରେ ପଶି ଦମ୍ପତ୍ତିଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା
ରେଢ଼ାଖୋଲ: ରେଢାଖୋଲରେ ଚାଞ୍ଚଲ୍ୟ । ଶୋଇଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା । ରେଢ଼ାଖୋଲ ଥାନା ପାଣ୍ଡରିଶିଳା ଗ୍ରାମରେ ଘରେ ଶୋଇଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଘର ଭିତରୁ ରକ୍ତାତ ମୃତଦେହ ଜବତ କରିଛି ପୋଲିସ । ଖବର ପାଇ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ଦୁଇ ଜଣ ହେଲେ ପାଣ୍ଡ୍ରିଶିଳା ଗାଁର ସ୍ୱାମୀ ସ୍ତ୍ରୀ ଆଭାରମ କୁଜୁର ଓ କୁଆଁରୀ କୁଜୁର । ତେବେ ହତ୍ୟାକାଣ୍ଡର କାରଣ ଏବଂ କିଏ କରିଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।

ରେଢାଖୋଲରେ ଡବଲ ମର୍ଡର: ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଓ ସ୍ତ୍ରୀ ମୃତ
ରେଢାଖୋଲ: ରେଢାଖୋଲରେ ଡବଲ ମର୍ଡର। ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ । ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଏହି ଅଭାବନୀୟ ଘଟଣ ଘଟିଛି। କୌଣସି ଘଟଣାକୁ ନେଇ ଜ୍ୱାଇଁ ଉତକ୍ଷିପ୍ତ ହୋଇ ଶାବଳ ଧରି ଶାଶୂ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଉଭୟ ଶାଶୂ ଓ ସ୍ତ୍ରୀଙ୍କ ମୃତ୍ଯୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ସ୍ତ୍ରୀଙ୍କ ନାଁ ଲକି ସାହୁ ଓ ଶାଶୂ ରୁବି ସାହୁ ବୋଲି ଜଣାପଡିଛି ।

ଟାଙ୍ଗରା ଭୂଇଁରୁ ସବୁଜ ଜଙ୍ଗଲ; ଗାଁ କୁ ଗାଁ ବୁଲିବୁଲି ଜଙ୍ଗଲ ବିଷୟରେ ସଚେତନ କରୁଛନ୍ତି ସୁନାମୁଦି ଗାଁର ମହିଳା
ରେଢ଼ାଖୋଲ(ତପନ ବିଶ୍ୱାଳ): ୨୦ବର୍ଷ ହେଲାଣି ଗାଁ ପାଖ ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି ରେଢ଼ାଖୋଲ ବନଖଣ୍ଡ ବଡ଼ମାଲ ରେଞ୍ଜ ସୁନାମୁଦି ଗାଁର ମହିଳାମାନେ। ବିନା ସରକାରୀ ସାହାଯ୍ୟ ଓ ପ୍ରୋତ୍ସାହନରେ ଗଛ ଲଗାଇ ଟାଙ୍ଗରା ଭୂଇଁରେ ସୃଷ୍ଟି କରିପାରିଛନ୍ତି ସୁନାର ସବୁଜ ଜଙ୍ଗଲ। ଗାଁ କୁ ଗାଁ ବୁଲି ବୁଲି ଜଙ୍ଗଲ ବିଷୟରେ ସଚେତନ କରୁଛନ୍ତି ମହିଳାମାନେ।

ଯେଉଁଠି ବନବିଭାଗ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରି ବିଫଳ ହେଉଛି, ସେଠି ଏଭଳି ଗାଁ ମହିଳାଙ୍କ ସଫଳତା ବାସ୍ତବିକ ପ୍ରଶଂସନୀୟ। ନିଘଞ୍ଚ ଜଙ୍ଗଲ ଭିତରେ ହାତରେ ଠେଙ୍ଗାଧରି ବଡ଼ପାଟିରେ ଡାକଦେଇ କହୁଛନ୍ତି ଜଙ୍ଗଲରେ କିଏ ପଶିଛକି, ଗଛ କିଏ କାଟନି ଆମେ ଏପଟେ ଜଗିଛୁ, ହୁସିଆର। ଏଭଳି ଡାକ ଦେଇ ପ୍ରତିଦିନ ପାଳି କରି ଜଙ୍ଗଲରେ ପହରା ଦେଉଛନ୍ତି ରେଢ଼ାଖୋଲ ବନଖଣ୍ଡ ବଡ଼ମାଲ ରେଞ୍ଜ ସୁନାମୁଦି ଗାଁର ଶିବଶକ୍ତି ମହିଳା ସଂଘର ମହିଳାମାନେ। ଏହି ଗାଁର ୧୦ଜଣ ମହିଳା ପ୍ରତିଦିନ ପାଳି କରି ଦୁଇଜଣ ଲେଖାଏଁ ହାତରେ ଠେଙ୍ଗା ଧରି ଜଗୁଛନ୍ତି ଜଙ୍ଗଲ। କେବଳ ଜଗୁନାହାଁନ୍ତି ବରଂ ପ୍ରତିଟି ଗଛର ଯତ୍ନନେବା ସହ ନିଜ ପଣତକାନିରେ ଗଛକୁ ପୋଛି ଦେଉଛନ୍ତି। ଗଛରେ ଉଇ ଲାଗିଲେ ଛଡ଼େଇ ଦେଉଛନ୍ତି, ଅନାବନା ଗଛଡାଳକୁ କାଟି ସଫା ବି କରୁଛନ୍ତି। ଗଛମୂଳ ସଫା କରିବା ସହ ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ପାଇଁ ଶୁଖିିଲା ପତ୍ରକୁ ଦୁଇଭାଗ କରି ସଫା କରୁଛନ୍ତି।

ଏବେ ଚାରିଆଡ଼େ ନିଆଁ ଜଙ୍ଗଲ ଜଳୁଛି। ତେବେ ଆଜକୁ ୧୫ବର୍ଷ ହେବ ଏଠାରେ ନିଆଁ ଲାଗି ନାହିଁ। କାରଣ ଏମାନଙ୍କ ସୁରକ୍ଷାରେ ରହିଛି ଜଙ୍ଗଲ। ୨୦ବର୍ଷ ତଳେ ଏହି ଜାଗାରେ ଅଳ୍ପକିଛି ଗଛ ଥିଲା। ‘ବୃକ୍ଷ ହିଁ ଜୀବନ’ ଏମାନେ ଜାଣିପାରି ୧୦ଜଣ ମହିଳା ମିଶି ଗଛଲଗାଇ ଗଛ ସୁରକ୍ଷା ଦେବା ଆରମ୍ଭ କଲେ। ଫଳସ୍ୱରୂପ ଆଜି ଆଖିଆଗରେ ଏଭଳି ଜଙ୍ଗଲ ସୃଷ୍ଟି ହୋଇଛି। ତାରି ଭିତରେ ଅନେକ ଜୀବଜନ୍ତୁ ଭରି ରହିଛନ୍ତି। ସୁନାମୁଦି ଗାଁର ଏହି ଗ୍ରାମ୍ୟ ଜଙ୍ଗଲଟି ୨୦ବର୍ଷ ପୂର୍ବରୁ ଏକ ଟାଙ୍ଗର ଭୂଇଁ ଥିଲା। ଗାଁର ଶିବଶକ୍ତି ମହିଳା ସଂଘର ମହିଳାମାନେ ବୈଠକ କରି ଏଠାରେ ଜଙ୍ଗଲ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଲେ। ବନ ବିଭାଗର ବିନା ସହାୟତା ତଥା ବିନା ପ୍ରୋତ୍ସାହନରେ ପ୍ରତି ସଭ୍ୟ ମାସିକ ୩୦ଟଙ୍କା ସହ ଚାଉଳ ଗୋଟିଏ ମାଣ ସଂଗ୍ରହ କରି ସେଥିରେ ଗଛ ଲଗାଇବା, ସୁରକ୍ଷା ଦେବା କାମ ଆରମ୍ଭ କଲେ। ପ୍ରାୟ ୪ହେକ୍ଟର ଏରିଆରେ ଗଛ ଲଗାଇ ସବୁଜ ସୁନା ଫଳାଇଛନ୍ତି ମହିଳାମାନେ। ଶାଳ, ପିଆଶାଳ, ଶାଗୁଆନ, ମହୁଲ, କେନ୍ଦୁ, ଆମ୍ବ ଗଛ ଲଗାଇଛନ୍ତି।

କେବଳ ଏତିକି ନୁହେଁ ଜଙ୍ଗଲ ଚୋରି ବନ୍ଦ କରିବା ସହିତ ଗାଁ ଗାଁ ବୁଲି ଗଛର ଉପକାରିତା ଉପରେ ସଚେତନତା ବାର୍ତ୍ତା ଦେଉଛନ୍ତି। ପ୍ରଥମେ ପ୍ରଥମେ ବିଭିନ୍ନ ଲୋକଙ୍କଠାରୁ ଅନେକ ସମାଲୋଚନା ଶୁଣିଲେ। ସେସବୁକୁ ଖାତିରି ନ କରି ନିଜ କର୍ମରେ ଲାଗିଲେ ୧୦ଜଣ ମହିଳା। ଆଜି ଏମାନଙ୍କ ପାଇଁ ଗାଁ ଗର୍ବ କରୁଛି ବୋଲି ଗାଁ ଲୋକେ ମଧ୍ୟ କହୁଛନ୍ତି। ନିଜର ପୁଅ ଝିଅକୁ ଯତ୍ନ ନେଲାଭଳି ଗଛର ଯତ୍ନ ନେଇଛୁ ଆଜି ଖୁସି ଲାଗୁଛି ଯେ ଆମ ପରିଶ୍ରମ ଦେଖି ଅନ୍ୟ ମହିଳାମାନେ କିଛି ଜାଣିବେ ବୋଲି କହିଛନ୍ତି ସେମାନେ। ଏମାନଙ୍କ ଏହି ମହାନ ଅବଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ, ସେନାବାହିନୀ ପରି ଏମାନେ ପ୍ରକୃତରେ ସବୁଜବାହିନୀ ବୋଲି ବଡ଼ମାଲ ରେଞ୍ଜର ପ୍ରଦୀପ ସେଠୀ କହିଛନ୍ତି।

ଛତୁ ଚାଷରୁ ସ୍ବାବଲମ୍ବୀ: ନିଜେ ପଢିପାରି ନଥିଲେ, ଏବେ ଭାଇଭଉଣୀଙ୍କୁ ଆର୍ଥିକ ସହଯୋଗ କରିବା ସହ ଝିଆରୀକୁ କରାଇପାରିଛନ୍ତି ଉଚ୍ଚଶିକ୍ଷିତ
ରେଢ଼ାଖୋଲ ( ତପନ କୁମାର ବିଶ୍ୱାଳ ): ଇଛା ଥିଲେ ଧୈର୍ଯ୍ୟ ଥିଲେ ହାରିବା ବାଜି ବି ଜିତିହୁଏ। ଦିନେ ଘରର ଆର୍ଥିକ ସ୍ଥିତି ଭଲ ନ ଥିଲା ବୋଲି ଅଧାରୁ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା। ଘର ଚଳିବା ବି ବଡ଼ କଷ୍ଟକର ହେଉଥିଲା। କିନ୍ତୁ ଛତୁ ଚାଷରୁ ଏବେ ଭଲ ରୋଜଗାର ହେଉଛି। ପରିବାର ଚଳୁଛି। ନିଜେ ପାଠ ପଢ଼ିପାରି ନ ଥିଲେ, କିନ୍ତୁ ଏବେ ନିଜ ଭାଇଭଉଣୀଙ୍କୁ ଆର୍ଥିକ ସହଯୋଗ କରିବା ସହ ନିଜ ଝିଆରୀକୁ ମଧ୍ୟ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି। ଏମିତି ଏକ ପ୍ରେରଣାଦାୟୀ କାହାଣୀ ହେଉଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ସାଇବେର୍ଣ୍ଣି ଗାଁ ସୀତାଙ୍କର।

ପ୍ରାୟ ପାଞ୍ଚ ବର୍ଷ ତଳେ ନିଜ ପିତା ଶୁକ୍ରୁ ପ୍ରଧାନ ଓ ମାତା ରାଧା ପ୍ରଧାନ ଙ୍କୁ ହରାଇବା ପରେ ପରିବାର ଭରଣ ପୋଷଣ କେମିତି କରିବେ ଭାବି ଦୁଃଖରେ ଭାବି ଭାଙ୍ଗି ପଡ଼ିଥିଲେ ସୀତା। ପରେ ଗାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିଲେ। ପଞ୍ଚାୟତ ସମିତି ପକ୍ଷରୁ ଛତୁ ଉତ୍ପାଦନ ପାଇଁ ତାଲିମ ନେବା ପରେ ନିଜ ପ୍ରଚେଷ୍ଟା ରେ ଗାଁରେ କୌଣସି ପ୍ରକାର ଋଣ ନ ନେଇ କିଛି ସଞ୍ଚିତ ଅର୍ଥ ସହିତ ଛତୁ ଚାଷ ଆରମ୍ଭ କରିଥିଲେ। ପ୍ରଥମେ ଆରମ୍ଭରୁ କିଛି କିଛି ଅର୍ଥ ଉପାର୍ଜନ ହୋଇଥିବା ବେଳେ ଛତୁ ଚାଷ କାର୍ଯ୍ୟକୁ ବଢ଼଼ାଇ ୧୫୦ ବେଡ ରେ ଛତୁ ଚାଷ କରି କିଛି ମାସ ହେବ ମାସିକ ପ୍ରାୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ ରୋଜଗାର ହେଉଥିବା ସୀତା କହିଛନ୍ତି। ସୀତା ବାହା ହୋଇ ନାହାନ୍ତି। ତାଙ୍କ ଦୁଇ ଭାଇ ଓ ଭଉଣୀ ହେଲେ ତାଙ୍କ ସଂସାର। ସେମାନଙ୍କ ପିଲାମାନଙ୍କୁ ସୀତା ଆଦରି ନେଇଛନ୍ତି। ଦୁଇ ଭାଇ ଚାଷବାସ କରନ୍ତି, ସେଥିରୁ ରୋଜଗାର ବିଶେଷ କିଛି ନାହିଁ। ସମସ୍ତେ ସୀତାଙ୍କ ଉପରେ ନିର୍ଭରଶୀଳ। ସୀତାଙ୍କୁ ସମସ୍ତେ ଛତୁ ଚାଷରେ ସହଯୋଗ କରିଥାନ୍ତି।

ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସୀତା। ଏହା ସହିତ ଗାଁର ଅନ୍ୟ ମହିଳାମାନଙ୍କୁ ମଧ୍ୟ ସ୍ବାବଲମ୍ବୀ ହେବା ପାଇଁ ସେ ପ୍ରେରଣା ଦେଇ ଆସୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ସହ ଫାଇଦା ନେବା ପାଇଁ ରାସ୍ତା ଦେଖାନ୍ତି। ସେଥିପାଇଁ ସମସ୍ତେ ତାଙ୍କ ଉପରେ ବେଶ ଖୁସି।

ତାଙ୍କ କହିବା ଅନୁସାରେ ଛତୁ ଚାଷ ମହିଳାମାନଙ୍କ ପାଇଁ ରୋଜଗାରର ଏକ ଭଲ ମାଧ୍ୟମ। କାରଣ ଘର କାମ ସାରିବା ପରେ ବଳକା ସମୟରେ ଏ ଚାଷ ବେଶ ଭଲ ଭାବେ କରିହେବ। ଏହା ସହିତ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ଛତୁଚାଷ ପାଇଁ ତାଲିମ ଦିଆଯାଉଛି। ତେଣୁ ଏହାର ସୁଯୋଗ ନେବା ପାଇଁ ସେ ଗାଁର ମହିଳାମାନଙ୍କୁ ସବୁବେଳେ ବୁଝାଇଥାନ୍ତି। ନିଜେ ମଧ୍ୟ କେତେକ ମହିଳାଙ୍କୁ ଛତୁଚାଷର ତାଲିମ ଦେଇ ସେମାନଙ୍କୁ ସ୍ବାବଲମ୍ବୀ ହେବାରେ ସହଯୋଗ କରିଛନ୍ତି ସୀତା।

ସାପ କାମୁଡ଼ାରେ ଦୁଇ ମୃତ
ସମ୍ବଲପୁର : ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଶୋଇଥିବା ବେଳେ ସାପ କାମୁଡ଼ିଦେବାରୁ ଦୁଇ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ହୀରାଲୋଇ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତ ଦୁଇ ଭଉଣୀ ହେଲେ ଲଲିତା ସୋରେନ୍‌ (୧୧) ଓ ସୁସ୍ମିତା ସୋରେନ୍ (୯)। ଗତକାଲି ବଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଏହି ଦୁଇ ଭଉଣୀଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଘର ଲୋକେ ଗୁଣିଆ ଡାକି ବିଷ କାଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରେଢ଼ାଖୋଲ ଡାକ୍ତରଖାନା ଆଣିଥିଲେ। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।