Modern Control Room - The Sakala

କମିସନରେଟ୍ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମ୍ : ମାସକରେ ଆସିଛି ୬୯ ହଯାର କଲ୍
ଭୁବନେଶ୍ବର : ସାର୍ ଭଦ୍ରକ ଯିବି। ବାପାଙ୍କ ଦେହ ଖରାପ। ଗୋଟିଏ ପାସ୍ ଦରକାର। କରୋନାର ଦ୍ୱିତୀୟ ଲହର ଆସିବା ପରେ କମିସନରେଟ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ୍‌ ରୁମରେ ଥିବା ଡାଏଲ-୧୦୦କୁ ଏଭଳି ଅଧିକ କଲ୍ ଆସୁଛି। ବିଶେଷକରି ଭୁବନେଶ୍ବରରୁ ଅନ୍ୟ ଜିଲ୍ଲାକୁ ଯିବା ଲାଗି ବ୍ୟକ୍ତିମାନେ ଅଧିକ କଲ୍ କରୁଛନ୍ତି । କିଏ ଔଷଧ ଦରକାର ତ ଆଉ କିଏ ଶୁଦ୍ଧିକ୍ରିୟା ପାଇଁ ପୁରୀ ଯିବ ବୋଲି କହୁଛନ୍ତି। ଏଥୁସହିତ ଆଉ କିଏ ମୃତ ବ୍ୟକ୍ତିଙ୍କୁ ନିଜ ଜିଲ୍ଲାକୁ ନେବା ଲାଗି କଣ୍ଟ୍ରୋଲ୍‌ରୁମ୍ ନମ୍ବର ୧୦୦କୁ କଲ୍‌ କରି ପାସ୍ ମାଗୁଛନ୍ତି।

ସେହିପରି ‘ମୋ ଭାଇ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କ ବିଷୟରେ ଆମେ କିଛି ଜାଣିପାରୁନି। ତାଙ୍କ ଦେହ ଅବସ୍ଥା କିଭଳି ଅଛି, ଟିକିଏ ବୁଝି ଜଣାନ୍ତୁ’ ବୋଲି କଲ୍ ଆସୁଛି। ସେହିପରି ଗାଁକୁ ଯିବାପାଇଁ, ଔଷଧ ଆବଶ୍ୟକ, ଗୁରୁଙ୍କୁ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଅନୁମତି ଦେବାକୁ ଅନେକ ଲୋକ କଲ୍ କରୁଛନ୍ତି। ଏଥସହିତ ଚୋରି, ଛିନ୍‌ତାଇ, ଦୁର୍ଘଟଣା ଜନିତ କଲ୍ ମଧ୍ୟ କଣ୍ଟ୍ରୋଲ୍‌ରୁମକୁ ଆସୁଛି |

ପୂର୍ବରୁ ଡାଏଲ ଏହି ନମ୍ବରକୁ ୧୦୦୦ରୁ ୧୨୦୦ କଲ୍ ଆସୁଥିଲା ଏଥୁରେ ଅଧିକ ଚୋରି, ଛିନ୍‌ତାଇ ଓ ପୁଲିସର ସହାୟତା ଆବଶ୍ୟକ ଭଳି କଲ୍ ଆସୁଥିଲା। କିନ୍ତୁ କରୋନାର ଦ୍ଵିତୀୟ ଲହର ଆସିବା ପରେ ଏହା ବଦଳିଯାଇଛି । ଲକ୍‌ଡାଉନର ଗୋଟିଏ ମାସ ଅର୍ଥାତ୍ ମେ’ ମାସରେ ଟୋଲ୍ ଫ୍ରି ନମ୍ବର (୧୦୦) କୁ ଆସିଛି ୬୯ ହଜାର ୨୦୦ଟି କଲ୍। ଏଭଳି ଭାବେ ପ୍ରତିଦିନ ୨ହଜାରରୁ ୨୨ଶହ ଲେଖାଏଁ କଲ୍ ଆସୁଛି | ସେଥ୍ ମଧ୍ୟରୁ କରୋନା ସମ୍ପର୍କିତ ଅଧିକ କଲ୍ ଆସୁଛି । ସେହିପରି କମିସନରେଟ୍ ପୁଲିସର ଇ-ଆସିଷ୍ଟାନ୍ସ ପାସ୍ ବ୍ୟବସ୍ଥା କରିଥିଲା ।

କିନ୍ତୁ ଲୋକେ ଅଯଥାରେ ଫୋନ୍ କରି ଏହାକୁ ବନ୍ଦ କରିଦିଆଯାଇଛି। ସେପଟେ ମଡର୍ଣ୍ଣ କଣ୍ଟ୍ରୋଲ ରୁମ ଆହୁରି ଗତିଶୀଳ କରିବା ଲାଗି ୨୪ ଟିକିଆ ଲାଇନ୍ ବ୍ୟବସ୍ଥା କରାଯାଇଥିଲା । ଏବେ ପ୍ରତି ସିଫ୍ଟରେ ୧୫ଜଣ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଏଥ୍‌ସହିତ ୨୪ ଘଣ୍ଟିଆ ସେବା ଲାଗି ୩ଟି ସିଫ୍ଟରେ କର୍ମଚାରୀଙ୍କୁ ବିଭକ୍ତ କରାଯାଇଛି। ଏଭଳି ଭାବେ ୪୫ ଜଣ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ସାରା ରାଜ୍ୟରେ ଆପତ୍ତକାଳୀନ ସେବା ଲାଗି ୧୧୨କୁ କାର୍ଯ୍ୟକ୍ଷମ କରାଯାଇଛି। କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ‘୧୦୦’କୁ କଲ୍ ଆସୁଛି। ପ୍ରତିଦିନ ଭୁବନେଶ୍ଵର କିଛି ବ୍ୟକ୍ତି ମଧ୍ୟ ୧୧୨କୁ ଫୋନ୍ କରି କରୋନା ରୋଗୀଙ୍କ ସମ୍ପର୍କରେ ପଚାରୁଛନ୍ତି।