corona warrior - The Sakala

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ୪୫ ହଜାର ଲୋକଙ୍କ ସ୍ୱାବ୍‍ ପରୀକ୍ଷା କଲେଣି ଅନିଶା
ନାରାୟଣପାଟଣା: ଏବେବି କରୋନାର ପ୍ରଭାବରେ ପ୍ରଭାବିତ ଓଡ଼ିଶା। ଯଦିଓ କିଛି ସ୍ଥାନରେ କରୋନାର ପ୍ରଭାବ କମିଛି ହେଲେ ଏବେବି ସଂକ୍ରମଣକୁ ଏଡାଇ ଦେଇ ହେବନାହିଁ। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନାରାୟଣପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଅନିଶା ନାୟକ ନିଜ ଅଞ୍ଚଳ ପାଇଁ ଆଖି ଦୃଶିଆ କାମ କରୁଛନ୍ତି। ଘରକୁ ଘର ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, କରୋନା ରୋଗୀଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରିବା, ଗାଁରେ ଲୋକକାନେ ଠିକ୍‍ ଭାବେ ଟିକା ନେଇଛନ୍ତି କି ନାହିଁ ସେସବୁର ଯାଞ୍ଚ କରିବା ଭଳି କାମ ଭିତରେ ନିଜକୁ ବାନ୍ଧି ନରଖି ଏବେ ସେ ସଂକ୍ରମିତଙ୍କ ଘରକୁ ବି ନିଜେ ସାନିଟାଇଜ୍‍ କରୁଛନ୍ତି।

ସକାଳୁ ସନ୍ଧ୍ୟା ଯାଏଁ ଘରକୁ ଘର ବୁଲି ଲୋକଙ୍କୁ କରୋନା ବାବଦରେ ସଚେତନତା କରିବା ସହ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା କାମରେ ସମୟ କାଟୁଛନ୍ତି ଅନିଶା। ପ୍ରତି ସପ୍ତାହରେ ଗାଁ କଲ୍ୟାଣ ସମିତି ବୈଠକ ଡାକି ସଦସ୍ୟମାନଙ୍କ ସହ ଗାଁର ଭଲ ମନ୍ଦ ବିଷୟରେ ଆଲୋଚନା ବି କରୁଛନ୍ତି। କାକରିଗୁମ୍ମାର ଅନିଶା ୨୦୧୮ ମସିହାରେ ଜୟପୁର ସରକାରୀ ଏଏନ୍‍ଏମ୍‍ ପ୍ରଶିକ୍ଷଣକେନ୍ଦ୍ରରୁ ପାସ୍‍ଆଉଟ୍‍ ହେବା ପରେ ପ୍ରଥମେ ନାରାୟଣପାଟଣାଠାରେ କାର୍ଯ୍ୟ ଆରମ୍ଭ କରିଥିଲେ। କରୋନା ପରୀକ୍ଷାରୁ ଆରମ୍ଭ ହୋଇଥିଲା ତାଙ୍କ ଚାକିରି ଜୀବନ। ଇତି ମଧ୍ୟରେ ଦୁଇବର୍ଷ ବିତିଯାଇଛି। ଆଉ ଅନିଶା ବି କିପରି କରୋନା ପରୀକ୍ଷା କରାହୁଏ, କିପରି ଲୋକଙ୍କର ଯତ୍ନ ନିଆହୁଏ, କିପରି କରୋନା କାଳରେ ସେମାନଙ୍କୁ ସଚେତନ ରହିବାକୁ କୁହାଯାଏ ସେସବୁ ସେ ଶିଖିଗଲେଣି। ପ୍ରତିଦିନ ସକାଳ ୬ରୁ ଅପରାହ୍ନ ୩ଟା ଯାଏଁ ଏ ଘରରୁ ସେ ଘର ବୁଲି ଅନିଶା ଲୋକଙ୍କ ଯତ୍ନ ନିଅନ୍ତି। ନିଜ ୬ ମାସର ପୁଅକୁ ମା’ ପାଖରେ ଛାଡି ସେ ଡାକ୍ତରଖାନା ବାହାରି ଆସନ୍ତି। ନିଜକୁ ସୁରକ୍ଷିତ ରଖିବାକୁ ପିପିଇ କିଟ୍‍ ପିନ୍ଧି ଆରମ୍ଭ କରିଦିଅନ୍ତି ସ୍ୱାବ ପରୀକ୍ଷା କାମ। ପ୍ରତିଦିନ ୧୦୦ରୁ ଅଧିକ ଲୋକଙ୍କର ସେ କରୋନା ପରୀକ୍ଷା କରିଥାନ୍ତି। ଇତି ମଧ୍ୟରେ ଅନିଶା ୪୫୦୦ରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରି ସାରିଲେଣି। ଡ୍ୟୁଟିରେ ଥିବା ବେଳେ କେତେବେଳେ କେମିତି ପୁଅ ବାବଦରେ ମା’କୁ ଫୋନ୍‍ କରି ପଚାରି ଦେଇଥାନ୍ତି।

ଟିଏମ୍‍ସି ଓ କୋଭିଡ କେୟାର ସେଣ୍ଟର ସଫା ସୁତୁରା କରିବାଠାରୁ ଆରମ୍ଭ କରି ରହୁଥିବା ରୋଗୀଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ, ସେମାନଙ୍କୁ କାଉନସିଲିଂ କରିବା, ଔଷଧ ଦେବା ଭଳି ସବୁ ଗୁରୁତ୍ୱପୂର୍ଣ୍ଣ କାମ ବି ଅନିଶା ନିଜେ କରିଥାନ୍ତି। ଆବଶ୍ୟକ ସ୍ଥଳେ ଡାକ୍ତରଖାନା ଆସୁଥିବା ଅଙ୍ଗନବାଡି ଦିଦି, ଆଶା ଦିଦି ଓ ଅନ୍ୟ ଏଏନ୍‍ଏମ୍‍ ଦିଦି, ଆୟୁଷ ଡାକ୍ତରଙ୍କ ସହ କରୋନା ବାବଦରେ ଆଲୋଚନା କରି ପାଖ ଗାଁରେ ଯୁବକ ଯୁବତୀମାନଙ୍କ ସହଯୋଗରେ କିପରି କରୋନା ଟିକାକରଣ ହେବ ସେକଥା ବୁଝିଥାନ୍ତି। ଆଶା ଦିଦିମାନେ କିପରି ଠିକ୍‍ ଭାବେ ଲୋକଙ୍କ ସ୍ୱାସ୍ଥ୍ୟ ବାବଦରେ ଯାଞ୍ଚ କରିବେ ସେନେଇ ବିଭିନ୍ନ ସମୟରେ ତାଲିମ ବି ଦେଉଛନ୍ତି ଅନିଶା।

ତିଳୋତ୍ତମାଙ୍କ ଯୋଗୁଁ ଟାଙ୍ଗରା ପାରଷ କରୋନାମୁକ୍ତ
ଭୁବନେଶ୍ୱର : ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ସ୍ଥାନ କରୋନାମୁକ୍ତ। କେତେକ ଗାଁକୁ ତ କରୋନା ଆଦୌ ଛୁଇଁ ବି ପାରିନି। ଆଉ ଏସବୁ ସମ୍ଭବ ହୋଇଛି ଗାଁ ଲୋକଙ୍କ ସହଭାଗିତା ଓ ଅଙ୍ଗନବାଡ଼ି ଦିଦିଙ୍କ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ। ଏମିତି ଜଣେ ଅଙ୍ଗନବାଡ଼ି ଦିଦି ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦରାଗଡ଼ା ପ।ୟତ ଟାଙ୍ଗାର ପାରଷ ଅଙ୍ଗନବାଡ଼ି କେନ୍ଦ୍ରର ତିଳୋତ୍ତମା ପରିଜା। ସକାଳ ୮ରୁ ଅପରାହ୍ନ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ତିଳୋତ୍ତମା। ସକାଳ ବେଳା ଆଶା ଦିଦିଙ୍କୁ ସାଙ୍ଗରେ ଧରି ନିଜ ଘର କାଠମିର ସାହିରୁ ୧୨ କିଲୋମିଟର ଦୂର ଯାଇ ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ୍‍ ସ୍କ୍ରିନିଂ ଓ ଅକ୍ସିମିଟରରେ ଲୋକଙ୍କ ଶରୀରରେ ଅମ୍ଳଜାନ ‍ମାତ୍ରା ମାପିଥା’ନ୍ତି।

ସଙ୍ଗରୋଧରେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଷେଧକ ବ୍ୟବସ୍ଥା ଆପଣେଇବେ ସେ ବାବଦରେ ବୁଝାଇଥା’ନ୍ତି। ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲୋବ୍‍ସ୍‍ ପିନ୍ଧି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବଦେନ କରୁଛନ୍ତି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି କରୋନା ବାବଦରେ ବୁଝାଉଛନ୍ତି। ଏହାଛଡ଼ା ସାହି ସାହିରେ ଯାଇ ଲୋକଙ୍କୁ ହାତ ଧୋଇବା, ମାସ୍କ ପରିଧାନ, ଗହଳି ଜାଗାକୁ ନ ଯିବା ସଂପର୍କରେ ସଚେତନ କରୁଛନ୍ତି।  ତିଳୋତ୍ତମାଙ୍କ ମୁଣ୍ଡରେ ଏବେ ୫୦ ପରିବାରର ୨୮୦ ଲୋକଙ୍କ ଭାର। ନିପଟ ମଫସଲ ଗାଁ ହୋଇଥିବାରୁ ତାଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଭେସିନେସନ୍‍ ଓ ଆଣ୍ଟିଜେନ୍‍ ପରୀକ୍ଷା ପାଇଁ ବୁଝାଇବା।

ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେ କେବେ ପଛକୁ ଫେରିନାହାନ୍ତି; ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜୀବନୀ ନେବାକୁ ପ୍ରବର୍ତ୍ତାଉଛନ୍ତି। ସକାଳ ବେଳା ଘରକୁ ଘର ଯାଇ, ଗାଁ ଦାଣ୍ଡରେ ପ୍ଲା-କାର୍ଡ ଧରି ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି। ଏବେ ସ୍କୁଲ ବନ୍ଦ ଥିବା ବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠପଢ଼ା ଭୁଲି ନ ଯିବେ, ସେଥିପାଇଁ ସେ ପ୍ରତିଦିନ ୩ ରୁ ୪ ଜଣ ପିଲାଙ୍କ ଘରକୁ ଯାଇ ସେମାନଙ୍କୁ ବିଭିନ୍ନ ନାଚ ଗୀତ ମାଧ୍ୟମରେ ପାଠ ପଢ଼ାଇଥା’ନ୍ତି। ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପାଠପଢ଼ା ସହ ସଂଶ୍ଳିଷ୍ଟ ରହିବେ ସେଥିପାଇଁ ମା’ମାନଙ୍କୁ ମଧ୍ୟ ସଚେତନ କରାଇଥା’ନ୍ତି। ଏସବୁକୁ ଛାଡ଼ିଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତକଙ୍କ ଟିକାକରଣ, ପିଲାଙ୍କୁ ଛତୁଆ ଓ ଅଣ୍ଡା ବଣ୍ଟନ ଆଦି କାମର ଦାୟିତ୍ୱ ବି ସମ୍ଭାଳିଥା’ନ୍ତି।

ଉପାନ୍ତ ଅଞ୍ଚଳରେ ଡିଜିଟାଲ ସଂଯୋଗ ସାଜିଛନ୍ତି ସୂରଜ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ। କରୋନା ମହାମାରୀର ବିପତ୍ତି ଗାଁକୁ ଛୁଇଁବା ପରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକର। କରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ ଘରେ ସଂକ୍ରମଣ ମାତିଛି। କରୋନା ମହାମାରୀ ବେଳେ ସଚେତନ ନ ଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଡାକ୍ତର ସୁରଜ। ପୂରାନାମ ସୂରଜ କୁମାର ଜେନା।  ପୂର୍ବରୁ ଗାଁ ଗାଁରେ ପହଞ୍ଚି କ୍ୟାମ୍ପ କରି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିଲେ ଡାକ୍ତର ସୁରଜ କୁମାର ଜେନା। ଏବେ ମହାମାରୀ ସମୟରେ ଗାଁରେ କ୍ୟାମ୍ପ କରି ସେବା ଯୋଗାଇବା ସମ୍ଭବ ହେଉନି ସତ; ତେବେ ଡାକ୍ତରଙ୍କ ଇଚ୍ଛା ଶକ୍ତି ଓ ମନୋବଳ ଆଗରେ ମହାମାରୀ ବି ମୁଣ୍ଡ ନୁଆଁଇଛି।

ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇ ସାରିବା ପରେ ଡିଜିଟାଲ ମାଧ୍ୟମ ଅର୍ଥାତ ଭିଡିଓ କଲ୍‍ ଜରିଆରେ ରୋଗୀ ଦେଖୁଛନ୍ତି ସୁରଜ। ଏହାସହ କରୋନା ବାବଦରେ ଲୋକଙ୍କୁ ସଚେତନ ବି କରୁଛନ୍ତି ସେ। ପୂର୍ବରୁ ଆଦିବାସୀ ଇଲାକାରେ ଅବସର ସମୟରେ ରୋଗୀ ସେବା କରୁଥିଲେ ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆ ଅଞ୍ଚଳର ଏହି ଯୁବ ଡାକ୍ତର। ଯିଏକି ଏମ୍‌ବିବିଏସ୍‌ ପରେ ରୋଗୀସେବାକୁ ବ୍ରତକରି କାର୍ଯ୍ୟ କରି ଚାଲିଛନ୍ତି। ୨୦୧୯ ମସିହା ମାର୍ଚ୍ଚ ମାସଠୁ ନୀଳଗିରିର ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୂରଜ ନିଯୁକ୍ତି ପାଇଲେ। ରୋଗୀସେବା ଯୋଗାଇବା ସହ ଯେଉଁ ଗାଁକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହଁ, ସେହି ପାହାଡ଼ି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାଇକ୍‌ ଯୋଗେ ପହଞ୍ଚି କ୍ୟାମ୍ପ କରି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ମାଗଣା ଔଷଧ ବି ଯୋଗାଉଥିଲେ।

ଏବେ କରୋନା ମହାମାରୀ ପାଇଁ ଲୋକଙ୍କୁ ଏକଜୁଟ କରିବା ସମ୍ଭବ ନୁହଁ; ତଥାପି ସେ ତାଙ୍କ ଅଞ୍ଚଳବାସୀଙ୍କଠୁ ଦୂରେଇ ନାହାନ୍ତି। ମହାମାରୀ ବି ଡାକ୍ତର ସୂରଜଙ୍କ ଆଗରେ ହାର ମାନିଛି। ସ୍ୱାସ୍ଥ୍ୟକେନ୍ଦ୍ରରେ କାମ ସମୟରେ ମେଡିକାଲରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପରେ ନିଜ ଘରକୁ ଯାଇ ବିଶ୍ରାମ ନେଉନାହାନ୍ତି। ରୋଗୀସେବା ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ଭିଡିଓ କଲ୍‌ ମାଧ୍ୟମରେ ରୋଗୀଦେଖି ଔଷଧ ପାଇଁ ପ୍ରେସ୍‌କ୍ରିପ୍‌ସନ୍‌ ବି କରୁଛନ୍ତି, ତାହାବି ସମ୍ପୂର୍ଣ୍ଣ ମାଗଣାରେ। ମହାମାରୀର ପ୍ରଥମ ଲହରରେ କୋଭିଡ୍‌ ଡ୍ୟୁଟି କରିଥିବା ବେଳେ ଆଜି ଯାଏ ହଜାର ହଜାର କୋଭିଡ୍‌ ରୋଗୀଙ୍କୁ ନିଜସ୍ୱ ପ୍ରୟାସରେ ଚିକିତ୍ସା କରିଥିବା ସେ କହିଛନ୍ତି।

ତେବେ ଆଦିବାସୀ ବହୁଳ ଅଞ୍ଚଳରେ ଦିନରାତି ଅହରହ ସେବା ଯୋଗାଉଥିବା ଡାକ୍ତର ସୂରଜଙ୍କୁ ଦେବଦୂତ ବୋଲି ନୀଳଗିରି ଅଞ୍ଚଳବାସୀ କହିଛନ୍ତି। ବାସ୍ତବରେ ସୂରଜଙ୍କ ଏଭଳି ପ୍ରୟାସକୁ ସାଧାରଣ ଲୋକଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ସୃଷ୍ଟି କରିଛି। କରୋନା ସମୟରେ ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବାରେ ଡାକ୍ତର ସୂରଜ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଏବେ ସେ ସାଧାରଣରେ ଓ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିବା ସହ ପ୍ରଶଂସା ସାଉଁଟିଛନ୍ତି। ତାଙ୍କଠାରୁ ସେବା ପାଇ ଲୋକେ ତାଙ୍କୁ ଚଳନ୍ତି ଭଗବାନର ଆଖ୍ୟା ଦେଇଛନ୍ତି।

ନାଳ ଡେଇଁ ଲୋକଙ୍କ ସେବାରେ ଯାଉଛନ୍ତି ଲଳିତା
ଭୁବନେଶ୍ୱର: କେତେବେଳେ ବଣ, ପାହାଡ଼ ଘେରା ରାସ୍ତାରେ ତ ଆଉ କେତେବେଳେ ନାଳ ଡେଇଁ ସେ ପହଞ୍ଚୁଛନ୍ତି ଲୋକଙ୍କ ପାଖରେ। ଆଉ ବାଣ୍ଟୁଛନ୍ତି କରୋନା ସଚେତନତାର ଅମୋଘ ମନ୍ତ୍ର। ଲୋକଙ୍କ ଜୀବନ ତାଙ୍କ ପାଇଁ ଅମୂଲ୍ୟ। ତା’ ଆଗରେ ନିଜ ଜୀବନ ଓ ପାରିପାର୍ଶ୍ବକ ପରିସ୍ଥିତି ତୁଚ୍ଛ । କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଲାଠିଆଗୁଡ଼ାର ଲଳିତା ନାୟକଙ୍କୁ କରୋନାର ଦ୍ୱିତୀୟ ଲହର ବେଳେ ଯିଏ ଦେଖୁଛି, ସେ ଏକଥା କହିଛି।

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଏବେ ରାଜ୍ୟର ସବୁ ଅଙ୍ଗନବାଡ଼ି ଦିଦି ଓ ଆଶା ଦିଦି ଏକାଠି | କରୋନା ଯୁଦ୍ଧରେ ଢାଲ ହୋଇ ଛିଡ଼ା ହୋଇଛନ୍ତି ନିଜ ନିଜ ଅଞ୍ଚଳ ପାଇଁ। ଏମିତି ଲଳିତା ବି ଜଣେ। ହେଲେ ଅନ୍ୟମାନଙ୍କଠାରୁ ସେ ନିଶ୍ଚିତ ଭାବେ ସାମାନ୍ୟ ଭିନ୍ନ। ଯାହାକି ତାଙ୍କୁ କରୋନା ଲଢ଼େର ଯୋଦ୍ଧା ଭାବେ ପରିଚିତି ଦେଉଛି | ବେଶୀ ପାଠ ପଢ଼ି ନ ଥିବା ଲଳିତାଙ୍କ ପାଇଁ କରୋନା ଯେତିକି ବଡ଼ ଆହ୍ବାନପୂର୍ଣ୍ଣ, ଡିଜିଟାଲ୍ ଗ୍ୟାଜେଟ୍ ବି ସେତିକି କଷ୍ଟଦାୟକ; ତଥାପି ସେ ହାରି ନାହାଁନ୍ତି। ନିଜ ଦାୟିତ୍ବରେ ଥିବା ଲାଠିଆଗୁଡା ଅଙ୍ଗନବାଡ଼ି କେନ୍ଦ୍ର ସହ ସେଣ୍ଟରଠାରୁ ଦୁଇ କିଲୋମିଟର ଦୂରରେ ଥିବା ଡେଙ୍ଗଫାଶୀ ସବ୍‌ସେଣ୍ଟରର ଦାୟିତ୍ୱ ବି ମୁଣ୍ଡାଇଛନ୍ତି। ପ୍ରତିଦିନ ଲୋକଙ୍କ ଘରକୁ ଘର ଯାଇ ଥର୍ମାଲ୍ ସ୍କାନିଂ କରିବା ସହ ଅମ୍ଳଜାନ ସ୍ତର ମାପୁଛନ୍ତି । ସାମାନ୍ୟ ଥଣ୍ଡାହର ହେଲେ ଲୋକେ କିପରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ ସେକଥା ବି ବୁଝୁଛନ୍ତି । ତାଙ୍କ ସଚେତନତା ଯୋଗୁଁ ଏବେଯାଏଁ କରୋନା ଛୁଇଁପାରିନି କେନ୍ଦ୍ର ଅଧୀନରେ ଥିବା ୮୦ ପରିବାରର ୪୦୦ରୁ ଅଧିକ ଲୋକଙ୍କୁ । କରୋନାର ହିତୀୟ ଲହର ଆରମ୍ଭରୁ ପ୍ରତିଦିନ କେନ୍ଦ୍ର ଅଧୀନରେ ଥିବା ଗାଁଲୋକଙ୍କ ଘରକୁ ଘର ଯାଇ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ଦୁଇ କିଲୋମିଟର କଢା ରାସ୍ତାରେ ଯାଆନ୍ତି ସବ୍‌ସେଣ୍ଟରକୁ। ଚାଲି ଚାଲି ଗଲା ବେଳେ ପଣପାହାଡ଼ ଘେରା ରାସ୍ତା ସହ ନାଳକୁ ପରି ହେବାକୁ ପଡ଼େ ଲଳିତାଙ୍କୁ। କରୋନା କାମ ସହ ସେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଠିକ୍ ସମୟରେ ଶୁଖୁଲା ଖାଦ୍ୟ ଓ ଔଷଧ ଦେବା କାମ ବି କରିଥାନ୍ତି। ଅଙ୍ଗନବାଡି କେନ୍ଦ୍ରରୁ ଫେରି କୁନି କୁନି ପିଲାମାନେ କିପରି ଘରେ ଘରେ ଅରୁଣିମା ପାଠପଢ଼ା ସହ ଜଡ଼ିତ ହୋଇ ରହିପାରିବେ ସେଥପାଇଁ ଅଭିଭାବକମାନଙ୍କୁ ବୁଝାଇଥା’ନ୍ତି। କିଶୋରୀମାନଙ୍କ ପାଇଁ ଅବୈକା କାର୍ଯ୍ୟକ୍ରମ ସହ ବାଳିକା ଦିବସ ପାଳିଥା’ନ୍ତି। ଏହାସହ ସେ ପ୍ରତିଦିନ ୧୦ କିଲୋମିଟର ପାହାଡ଼ ଚଢ଼ି ମୋବାଇଲ୍ ପଏଣ୍ଟକୁ ଯାଇ ନିଜ କାମର ରିପୋର୍ଟ କରନ୍ତି।

ଲଳିତା କହନ୍ତି, ଏଠାରେ ଅଧିକାଂଶ ଲୋକ କନ୍ଧ ସମ୍ପ୍ରଦାୟର ହୋଇଥିବା ବେଳେ ପାରମ୍ପରିକ ଝଡ଼ାପୁଙ୍ଖାରେ ବିଶ୍ବାସ କରନ୍ତି । ଏମାନଙ୍କୁ ଟିକା ପାଇଁ ବୁଝାଇବା ଓ ଥଣ୍ଡା ଜ୍ବର ହେଲେ ଡାକ୍ତରଙ୍କ ପାଖକୁ ପଠାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ | ପାହାଡ଼ ଉପରେ ରହୁଥିବା କନ୍ଧ ସମ୍ପ୍ରଦାୟର ଲୋକମାନଙ୍କୁ ସିଧାସଳଖ ଝଡ଼ାପୁଙ୍କା ନ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କହିଲେ ସେମାନେ ବିଦ୍ରୋହ କରିବେ । ତେଣୁ ସେମାନଙ୍କୁ ଟିକାକରଣ ପାଇଁ ବୁଝାଇବାକୁ ହେଲେ ଯାନୀ ଓ ଗାଁ ମୁରବୀମାନଙ୍କର ସହାୟତା ଲୋଡ଼ା ହେଉଛି।

ଲଳିତାଙ୍କ ବଡ଼ ଦୁଇ ପିଲା ଏବେ ନେଟ୍ୱର୍କ ସମସ୍ୟା ଯୋଗୁଁ ଭବାନୀପାଟଣାରେ ରହି ଅନ୍‌ଲାଇନ୍ କ୍ଲାସ୍ କରୁଥିବା ବେଳେ ପାଖରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା କୁନି ପୁଅ ଓ ସ୍ବାମୀ | ଏସବୁ ଭିତରେ ଲଳିତା ଉଭୟ ପରିବାର ଓ ସମାଜ ପାଇଁ ନିଜ ଦାୟିତ୍ୱ ସମ୍ପନ୍ନ କରି ପାରୁଥିବାରୁ ଆତ୍ମସନ୍ତୋଷ ମିଳୁଥିବା କହନ୍ତି।

ଅପହଞ୍ଚ ଇଲାକାର ବନ୍ଧୁ ଗୀତାରାଣୀ
ବ୍ରହ୍ମପୁର/ଜଗନ୍ନାଥପ୍ରସାଦ : ଗାଁଠୁ ସହର ଚାରିଆଡ଼େ ଅଦୃଶ୍ୟ ଭୂତାଣୁର ଭୟ। ସାଧାରଣ ଥଣ୍ଡା, କାଶକୁ ନେଇ ସମସ୍ତେ ଆତଙ୍କିତ ଓ ଶଙ୍କିତ। ହେଲେ ଏସବୁକୁ ପଛରେ ପକାଇ କରୋନା ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଦିଦିମାନେ ଲୋକଙ୍କୁ ସଚେତନ କରିବାର ଭାର ମୁଣ୍ଡାଇଛନ୍ତି। ବିଶେଷକରି ଆଦିବାସୀ ଇଲାକାରେ ଲୋକଙ୍କୁ ସଚେତନ କରାଇବାରେ ଏମାନଙ୍କ ଭୂମିକା ଉଲ୍ଲେଖନୀୟ। ଅପହଞ୍ଚ ଇଲାକାର ଏପରି ଜଣେ କରୋନା ବନ୍ଧୁ ହେଉଛନ୍ତି ଜଗନ୍ନାଥପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ‘କ୍ରିୟାଧର’ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଗୀତାରାଣୀ ପାତ୍ର। ଗୀତାଙ୍କୁ ବୟସ ୪୭ ହେବ। ଆଜକୁ ୧୪ ବର୍ଷ ହେବ ସେ ଅଙ୍ଗନବାଡ଼ି ଦିଦି ଭାବେ କାମ କରିବା ସହ ଲୋକଙ୍କ ଭଲ ମନ୍ଦର ଦାୟିତ୍ୱ ତୁଲାଉଛନ୍ତି।

ତାଙ୍କ କେନ୍ଦ୍ର ଅଧୀନରେ କଟକଟି, ପୁରୁଣାପାଣି, ଆଙ୍କୁଲ କୁମ୍ପା, ବରବରା ପ୍ରମୁଖ ଆଦିବାସୀ ଗ୍ରାମ ରହିଥିବା ବେଳେ ଗାଁର ପ୍ରତିଟି ଲୋକଙ୍କ ଭାର ତାଙ୍କ ମୁଣ୍ଡରେ। ଘରକୁ ଘର ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ସହ ସେମାନଙ୍କ ଦୁଃଖସୁଖ ବୁଝିବା ଗୀତା ଦିଦିଙ୍କ କାମ। ଗୀତାଙ୍କ ସ୍ନେହ ଡେରି ସ୍ଥାନୀୟ ଆଦିବାସୀଙ୍କୁ ଏମିତି ବାନ୍ଧିଛି ଯେ ସେ ସମସ୍ତଙ୍କ ପାଇଁ ପାଲଟି ଯାଇଛନ୍ତି ଗୀତା ମା’। ସମସ୍ତଙ୍କ ଆଦରର ଗୀତା ମା’ଙ୍କ ଯୋଗୁଁ ହିଁ ବର୍ତ୍ତମାନ ସୁଦ୍ଧା ଗାଁକୁ କରୋନା ପଶି ପାରିନି କି କେହିଁ କରୋନା ଦ୍ୱାରା ସଂକ୍ରମିତ ହୋଇ ନାହାଁନ୍ତି।  ପ୍ରତ୍ୟହ ସକାଳୁ ସନ୍ଧ୍ୟା ଯାଏଁ କରୋନା କଥା କହି ତାଙ୍କର ଦିନ କଟେ। ଚଳିତ ବର୍ଷ ତାଙ୍କ କେନ୍ଦ୍ର ଅଧୀନରେ ବହୁ ପ୍ରବାସୀ ଗାଁକୁ ଫେରିଥିବା ବେଳେ ସେମାନଙ୍କ ନାମ ଓ ତଥ୍ୟ ରଖିବା ସହିତ ସଙ୍ଗରୋଧ ରହିବାକୁ ସେ ପରାମର୍ଶ ଦେଇଥିଲେ।

ଗତବର୍ଷ କରୋନା ସମୟରୁ ହିଁ ତାଙ୍କର ଏହି ସେବା ଆରମ୍ଭ ହୋଇଯାଇଥିଲା। ପ୍ରବାସୀଙ୍କ ଆଗମନ ହେତୁ ପ୍ରତିଦିନ ସଙ୍ଗରୋଧ କେନ୍ଦ୍ରକୁ ଯାଇ ପ୍ରବାସୀଙ୍କ ସୁଖଦୁଃଖ ବୁଝୁଥିଲେ ଗୀତା ଦିଦି। ଯାହାକି ଏବେବି ପୂର୍ବଭଳି ଅବ୍ୟାହତ ରହିଛି। ବର୍ତ୍ତମାନ ତାଙ୍କ କେନ୍ଦ୍ର ଅଧୀନରେ ୭୯ ଜଣ ଶିଶୁ ରହିଥିବା ବେଳେ ଗୀତା ଦିଦି ସେମାନଙ୍କୁ ଛତୁଆ, ଅଣ୍ଡା ବଣ୍ଟନ କରିଥା’ନ୍ତି। ପ୍ରତିଦିନ ଘରକୁ ଘର ବୁଲି କରୋନା ପାଇଁ ଲୋକଙ୍କୁ ପରାମର୍ଶ ଦେବା ସାଙ୍ଗକୁ ପିଲାଙ୍କୁ ଘରେ ରହି ଓ ପାଠ ପଢ଼ାଇବାକୁ ଅଭିଭାବକଙ୍କୁ ବୁଝାଉଛନ୍ତି। ସେହିପରି ତରଙ୍କ କେନ୍ଦ୍ର ଅଧୀନରେ ଥିବା ୭ଜଣ ଗର୍ଭବତୀ ଓ ପ୍ରସୂତିଙ୍କ ଯତ୍ନ ବି ନେଉଛନ୍ତି ଗୀତା। ଗାଁର ବୟସ୍କ ଓ ବୃଦ୍ଧା, ବୃଦ୍ଧା ମାନଙ୍କୁ ଘରେ ରହିବାକୁ ସଚେତନ କରୁଛନ୍ତି।

ବର୍ତ୍ତମାନ ଟିକାକରଣକୁ ନେଇ ଲୋକଙ୍କ ମନରେ ଭୟ ରହିଥିବା ବେଳେ ସେ ଲୋକଙ୍କୁ ବୁଝାଇ ସୁଝାଇ ଟିକା କେନ୍ଦ୍ରକୁ ଆଣୁଛନ୍ତି। ଆଦିବାସୀ ଇଲାକା ହୋଇଥିବାରୁ ଲୋକେ ବୁଝୁ ନ ଥିଲେ ମଧ୍ୟ କର୍ତ୍ତବ୍ୟ ମୁଁ ଜାରି ରଖିଛି ବୋଲି ଗୀତା ଦିଦି କୁହନ୍ତି।  ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ିବା ସମୟରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଓ ଶରୀରରେ ଅମ୍ଳଜାନ୍‍ ପରିମାଣ ଯାଞ୍ଚ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କକରିଛନ୍ତି। ଏଥିରେ ତାଙ୍କୁ ଆଶା ଦିଦି ଓ ସହାୟିକା ସହଯୋଗ କରୁଛନ୍ତି। ପ୍ରତି ସପ୍ତାହରେ ଆଦ୍ୱିକା କାର୍ଯ୍ୟକ୍ରମ ଜରିଆରେ କିଶୋରୀମାନଙ୍କୁ ସାମିଲ କରି ବିଭିନ୍ନ ଦିଗ ଉପରେ ସଚେତନ କରିଥା’ନ୍ତି। ଆଦିବାସୀ ଇଲାକାରେ ବାଲ୍ୟ ବିବାହ ରୋକିବା ଉପରେ ସେ ସଦା ତତ୍ପରତା ପ୍ରକାଶ କରିଛନ୍ତି।

ଆଦିବାସୀଙ୍କୁ ନିଜ ସ୍ନେହରେ ବାନ୍ଧି ରଖିବା ସହ କରୋନା କାଳରେ ସଚେତନ କରି ସେ ଅତି ପରିଚିତ ହୋଇପାରିଛନ୍ତି। କରୋନା ମହାମାରୀ କାଳରେ କେତେ ଗରିବ ଲୋକଙ୍କ ପ୍ରାଣ ଯାଉଥିବାବେଳେ ସଚେତନତା ଅଭାବରୁ ନାହିଁ ନ ଥିବା ରୋଗରେ ପୀଡ଼ିତ ହେଉଛନ୍ତି। ଏହି ରୋଗ ଠାରୁ ଦୂରେଇ ରହି କିପରି ସୁସ୍ଥ ଜୀବନଯାପନ କରିବେ ସେ ନେଇ ସଦା ସଚେତନତା ଉପରେ ଗୁରୁତ୍ୱ ଦେଉଥିବା ଗୀତା ଦିଦି କହନ୍ତି, ଆଗରୁ ଏହି ଆଦିବାସୀ ଇଲାକାରେ ରହିଥିବା ଅନ୍ଧବିଶ୍ୱାସ ଯୋଗୁଁ ଲୋକେ ରୋଗ ହେଲେ ଗୁଣିଆ ପାଖକୁ ଯାଉଥିଲେ। କିନ୍ତୁ ବର୍ତ୍ତମାନ ଲୋକେ ସଚେତନ ହେଲେଣି। ଡାକ୍ତର ପାଖକୁ ଯାଉଛନ୍ତି। ତେଣୁ ମେଲେରିଆର ପ୍ରାଦୁର୍ଭାବ ଆଉ ଏହି ଇଲାକାରେ ଦେଖିବାକୁ ମିଳୁନି।

୭୦ ହଜାର ଲୋକଙ୍କ ସେବାରେ ୪ ବନ୍ଧୁ
ଭଦ୍ରକ: ଏମାନଙ୍କ ହାତର ସ୍ପର୍ଶରେ ହିଁ ନୂଆ ଜୀବନ ପାଆନ୍ତି କରୋନା ସଂକ୍ରମିତ। ଠିକଣା ସମୟରେ ସେମାନଙ୍କ ସ୍ବାବ୍ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବାକୁ ଏମାନେ ହିଁ ଦେଖାଇଥା’ନ୍ତି ରାସ୍ତା | ଔଷଧ ସେବନଠାରୁ ଆରମ୍ଭ କରି କିପରି କରୋନା ସମୟରେ ମାନସିକ ଭାବେ ସୁସ୍ଥ ରହିବେ ସେଥ୍‌ପାଇଁ ଏମାନେ ହିଁ ଆଶା ଭରସା। ବୟସ ବେଶୀ ନୁହେଁ; କାହାର ୨୫, ତ କାହାର ୩୦ବର୍ଷ ହେଲେ କରୋନା ସହ ଲଢ଼େଇ ଭଳି ଗୁରୁ ଦାୟିତ୍ବର ଭାର ଏମାନଙ୍କ ମୁଣ୍ଡରେ।

ଗତ ୩ ତାରିଖ ସୁଦ୍ଧା ସରକାରୀ ରିପୋର୍ଟ ଅନୁଯାୟୀ; ଭଦ୍ରକ ଜିଲ୍ଲାରେ ସର୍ବମୋଟ ୪ଲକ୍ଷ ୮୧ହଜାର ୯୨୧ ଜଣଙ୍କ କୋଭିଡ୍ ଟେଷ୍ଟ (ଆଣ୍ଟିଜେନ୍ ଓ ଆର୍‌ଟିପିସିଆର) ସରିଛି। ଏଥୁରୁ ୨୩ ହଜାର ୮ଜଣଙ୍କୁ କରୋନା ସଂକ୍ରମଣ କରିଥିବାବେଳେ ଜିଲ୍ଲାରେ ୫୦ ଜଣଙ୍କ ଜୀବନ ନେଇଛି ମହାମାରୀ। ଗତ ଏପ୍ରିଲ୍ ମାସରୁ ଅଦ୍ୟାବଧୂ ଜିଲ୍ଲା ହସ୍ପିଟାଲରେ ଓ ଜିଲ୍ଲା ସଦର ମହକୁମାର ଏକମାତ୍ର କୋଭିଡ୍ ଟେନିଂ ସେଣ୍ଟର ବସ୍‌ଷ୍ଟାଣ୍ଡ ନିକଟ ବିଜୁ କଲ୍ୟାଣ ମଣ୍ଡପଠାରେ ଚାଲିଛି। ଏଠାରେ ଅବସ୍ଥାପିତ ୪ ଯୁବ କୋଭିଡ୍ ଏଲ୍‌ (ଲାବୋରେଟୋରୀ ଟେକ୍ନିସିଆନ) ଙ୍କ ସେବା ମନୋଭାବକୁ ନେଇ ଏବେ ଅଞ୍ଚଳରେ ବେଶ୍ ଚର୍ଚ୍ଚା | ଏହି ୪ ଯୁବ ଯୋଦ୍ଧା ୭୦ ହଜାର କୋଭିଡ୍ ଟେଷ୍ଟ କରିବାରେ ସଫଳ ହୋଇଛନ୍ତି। ଲ୍ୟାବ୍ ଆସିଷ୍ଟାଣ୍ଟ ଏଲ୍‌ ଚନ୍ଦ୍ରକାନ୍ତ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିମ୍‌ରେ ଅଛନ୍ତି ଜିତେନ୍ଦ୍ର କୁମାର ଦାସ, ବିଜନଜ୍ୟୋତି ପାଢ଼ୀ ଓ ଶୁଭେନ୍ଦୁ ସ୍ବାଇଁ।

୨୦୨୦ କରୋନା ସମୟରୁ ଏମାନେ ଲୋକଙ୍କ ସାଥୀରେ । ଅଧିକାଂଶ ସମୟ ଡାକ୍ତରଖାନା ଯିବର୍ କ୍ଲିନିକ୍‌ରେ ବିତୁଛି। ଲୋକଙ୍କ ଜ୍ୱର ଓ କାଶର ପରୀକ୍ଷା କରିବା ହେଉ କି କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ ସବୁଥ୍‌ରେ ଏମାନେ ଆଗୁଆ । ସ୍ୱାବ୍ ପରୀକ୍ଷା କରି ଲୋକଙ୍କୁ ସଙ୍ଗରୋଧରେ ରହିବା ଓ ଔଷଧ ଖାଇବା ପାଇଁ ବି ପରାମର୍ଶ ଦେବରା କାମ ବି ଏମାନଙ୍କର। ଏସବୁକୁ ଛାଡ଼ିଦେଲେ ଲୋକଙ୍କୁ ଟିକାକରଣ କରିବାକୁ କ୍ୟାମ୍ପରେ ବି ଯିବାକୁ ପଡୁଛି। କରୋନାର ପ୍ରଥମ ଲହରରେ ବି ଏମାନେ ସମାନ ଭାବେ ଲୋକଙ୍କୁ ସୁରକ୍ଷା ଓ ଗଣ ସଂକ୍ରମଣ ରୋକିବାକୁ ସରକାରଙ୍କ ଆହ୍ବାନକୁ ଗ୍ରହଣ କରିଥିଲେ | ଅସ୍ଥାୟୀ ସଙ୍ଗରୋଧ ସ୍ଥାପନ ଓ ପ୍ରବାସୀମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ |

ଏହି ୪ଜଣ ଯୁବ ଟେକ୍ନିସିଆନ ନିଜ ଜୀବନକୁ ବାଜି ଲଗାଇ ଜିଲ୍ଲା ହସ୍ପିଟାଲ ପରିସରରେ ଥିବା କୋଭିଡ୍ ଟେନିଂ ସେଣ୍ଟରରେ ପ୍ରାୟ ୨୮ହଜାର ଲୋକଙ୍କର ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍ ଟେଷ୍ଟ କରି ସାରିଥିବା ବେଳେ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଟେନିଂ ସେଣ୍ଟରଠାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୪୨ ହଜାର ଜଣଙ୍କ କୋଭିଡ୍ ଟେଷ୍ଟ କରିଛନ୍ତି । ଏହାବାଦ୍ ଏହି ୪ ଯୁବ ଏଲ୍‌ ଜିଲ୍ଲାସ୍ତରୀୟ ବହୁ କ୍ୟାମ୍ପ୍କୁ ଯାଇ ପୁଲିସ, ବ୍ୟାଙ୍କ୍ କର୍ମଚାରୀ, ନେସ୍କୋ କର୍ମଚାରୀ, ଓଡ୍ରାଫ୍ ଟିମ୍ ଆଦିଙ୍କ କୋଭିଡ ଟେଷ୍ଟ କରିଛନ୍ତି।

ଏମାନେ ଲୋକଙ୍କର ଆଣ୍ଟିଜେନ୍ ପରୀକ୍ଷା କରୁଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀମାନଙ୍କୁ ଆର୍‌ଟିପିସିଆର୍ ପରୀକ୍ଷା କରିବାରେ ସାହାଯ୍ୟ କରିଥା’ନ୍ତି। ଥର୍ମାଲ ସ୍କ୍ରିନିଂଠାରୁ ଆରମ୍ଭ କରି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଆବଶ୍ୟକ ସ୍ଥଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା, ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ରୋଗୀଙ୍କୁ ନିୟମିତ ଭାବେ ଯାଇ ଦେଖିବା, ସେମାନଙ୍କୁ ମାନସିକ ଭାବେ ସୁସ୍ଥ ରହିବାକୁ ପରାମର୍ଶ ଦେବା ଭଳି କାମ ବି ଏମାନଙ୍କର। ଦୀର୍ଘ ୩ ମାସ ହେଲାଣି ଘର, ପରିବାର ମୁହଁ ନ ଦେଖୁ ସମାଜସେବାରେ ନିଜକୁ ନିୟୋଜିତ କରି ଦେଇଛନ୍ତି | ସମଗ୍ର ଭଦ୍ରକ ଜିଲ୍ଲା କୋଭିଡ୍ ଯୁଦ୍ଧରେ ଏହି ୪ ପ୍ରମୁଖ ଯୁବ ଲାବୋରେଟୋରୀ ଟେକ୍ନିସିଆନଙ୍କ କାର୍ଯ୍ୟଦକ୍ଷତାକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସୁଷମାଙ୍କ କଣ୍ଠରୁ ଶୁଭୁଛି ଅଭୟ ଆଶ୍ବାସନାର ବାର୍ତ୍ତା
ଭୁବନେଶ୍ବର: ଏବେବି କରୋନାଟ ପ୍ରଭାବରେ ପ୍ରଭାବିତ ଉପକୂଳ ଓଡ଼ିଶା। ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାର ଜନସାଧାରଣ କରୋନା ତାଡ଼ନାରେ ଅଧିକ ବିଚଳିତ। ପ୍ରତିଦିନ ପ୍ରିୟଜନଙ୍କ ମୃତ୍ୟୁ ଲୋକଙ୍କ ମାନସିକତାକୁ ଯେତିକି ଦୁର୍ବଳ କରୁଛି, କରୋନା ସଂକ୍ରମଣର ଖବର ମନରେ ସେତିକି ଛନକା ପକାଉଛି। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପିପିଲି ଅଞ୍ଚଳ ପାଇଁ ଅଭୟ ଆଶ୍ବାସନାରା ବାର୍ତ୍ତା ବାଣ୍ଟୁଛନ୍ତି ଅଙ୍ଗନବାଡ଼ି ଦିଦି ସୁଷମା କୁମାରୀ ମହାପାତ୍ର | ଘରକୁ ଘର ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଭିତରେ ନିଜକୁ ବାନ୍ଧି ନ ରଖ୍ ଏବେ ସେ ସଂକ୍ରମିତଙ୍କ ଘରକୁ ବି ନିଜେ ସାନିଟାଇଜ୍ କରୁଛନ୍ତି।

ସକାଳୁ ସନ୍ଧ୍ୟା ଯାଏଁ ଘରକୁ ଘର ବୁଲି ସେ ଲୋକଙ୍କୁ ସଚେତନତା କରିବା କାମରେ ସମୟ କାଟୁଛନ୍ତି | ପ୍ରତି ସପ୍ତାହରେ ଗାଁ କଲ୍ୟାଣ ସମିତି ବୈଠକ ଡାକି ସଦସ୍ୟମାନଙ୍କ ସହ ଗାଁର ଭଲମନ୍ଦ କଥାର ଆଲୋଚନା କରୁଛନ୍ତି । ଗାଁର ସୁବିଧା ଓ ଅସୁବିଧା ବିଷୟ ସବୁକୁ ନୋଟ୍ ଖାତାରେ ଲେଖୁ ଏହାର ସମାଧାନ ବାଟ ତିଆରି କରୁଛନ୍ତି | ଗାଁ କଲ୍ୟାଣ ପାଇଁ ଆସୁଥିବା ଅର୍ଥକୁ ବିନିଯୋଗ କରି କିପରି ପ୍ରତି ଘରେ ସାନିଟାଇଜର୍ ଓ ମାସ୍କ ପହଞ୍ଚିବ ଓ ଲୋକଙ୍କ ଘର ଅଗଣା ସାନିଟାଇଜ୍ ହୋଇ ପାରିବ ସେ କଥା ଦେଖୁଛନ୍ତି । କେବଳ ସେତିକି ନୁହେଁ; ପ୍ରତିଦିନ ୨୦ରୁ ୨୫ ପରିବାର ବୁଲି ଥଣ୍ଡାଜ୍ୱରର ଲକ୍ଷଣ ଦେଖାଦେଉଥିବା ଲୋକଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଉଛନ୍ତି। କରୋନା କାଳରେ ନିଜ ଆୟରୁ ଅର୍ଥ ଖର୍ଚ୍ଚ କରି ସେ ଜନସେବାରେ ଉତ୍ସର୍ଗ କରୁଛନ୍ତି।

ପ୍ରଶାସନର ସହାୟତା ପହଞ୍ଚିବା ଆଗରୁ ସୁଷମାଙ୍କ ସହାୟତା ପହଞ୍ଚିଯାଏ ଲୋକଙ୍କ ପାଖରେ। ପୁବାଶାସନ ଅଙ୍ଗନବାଡ଼ି କେନ୍ଦ୍ର ଦାୟିତ୍ବରେ ଥିବା ସୁଷମା ୧୯୯ଟି ପରିବାରର ୬୭୬ଜଣ ଲୋକଙ୍କ ସବୁ ଖବର ରଖୁଛନ୍ତି। ଗାଁକୁ କିଏ ଆସିଲା, କିଏ ଗଲା ତାର ପଞ୍ଜୀକରଣ କରୁଛନ୍ତି। ସଂକ୍ରମିତଙ୍କୁ ପାଖ ଡାକ୍ତରଖାନାରେ ପହଞ୍ଚାଇବା ସହ ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରିବା ଓ ଅମ୍ଳଜାନ ମାତ୍ରା ମାପିବା, ସାମାନ୍ୟ ଥଣ୍ଡା ଜ୍ଵର ହେଲେ ନିଜର ଯତ୍ନ କିପରି ନେବେ, ସେକଥା ବି ବୁଝୁଛନ୍ତି । ପୁବାଶାସନ, ପଡ଼ାଗାଁ, ପିତେଇ ପୋଖରୀ ସାହି ବୁଲି ବୁଲି ଲୋକଙ୍କୁ ଏବେ ସେ କରୋନା ପାଠ ପଢ଼ାଉଛନ୍ତି। ଲୋକଙ୍କୁ କରୋନା କାଳରେ କିପରି ନିଜର ଯତ୍ନ ନେବେ ଓ ସାମାଜିକ ଦୂରତା ରକ୍ଷା କରିବେ ସେ କଥା ବି ବୁଝାଉଛନ୍ତି। କରୋନାର ଦ୍ବିତୀୟ ଲହର ଆରମ୍ଭ ଯଦିଓ ଦକ୍ଷିଣ ଓଡ଼ିଶାରୁ; ହେଲେ ଏହା ଅଧିକ ପ୍ରଭାବିତ ହୋଇଛି ପୁରୀ ଖୋର୍ଦ୍ଧା, କଟକ ଅଦି ଜିଲ୍ଲାକୁ। ଏବେବି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାର କରୋନା ପ୍ରଭାବିତ ତାଲିକାରେ | କରୋନା ଯୋଗୁଁ ଘରୁ ବାହାରିବା ମୁସ୍କିଲ ଥିଲାବେଳେ କୁନି କୁନି ପିଲାମାନେ ଯେପରି ପ୍ରଭାବିତ ନ ହୁଅନ୍ତି ସେଥ୍‌ପାଇଁ ଘରେ ଘରେ ମା’ମାନଙ୍କ ଦ୍ବାରା ଅରୁଣିମା କାର୍ଯ୍ୟକ୍ରମ ଜାରି ରଖୁଛନ୍ତି। ପ୍ରସ୍ତୁତି ଓ ଗର୍ଭବତୀଙ୍କ ପାଇଁ ଅନ୍ନପ୍ରାସନ୍ନ, ପୋଷଣ, ସଦ, ମମତା ଦିବସ, ଅଙ୍କୁର ଦିବସ ଭଳି କାର୍ଯ୍ୟକ୍ରମ ବି ଆୟୋଜନ କରୁଛନ୍ତି। କିଶୋରୀମାନଙ୍କ ପାଇଁ ବି ସ୍ୱତନ୍ତ୍ର ଦିବସର ଆୟୋଜନ କରୁଛନ୍ତି ସୁଷମା। ତାଙ୍କର ସ୍ଥାନୀୟ ଲୋକଙ୍କ ପ୍ରତି ଏ ସହୃଦୟତା କରୋନାର ପ୍ରଥମ ଲହର I ବେଳୁ ହିଁ ଆରମ୍ଭ ହୋଇଯାଇଛି। ସେତେବେଳେ ଟିଏମ୍‌ସିଠାରୁ ଆରମ୍ଭ କରି ପ୍ରବାସୀଙ୍କ ଦାୟିତ୍ଵ ଥିଲା ବେଳେ ଏବେ ଘରେ ରହି କିପରି ଲୋକେ ସଙ୍ଗରୋଧ ନିୟମର ଅନୁପାଳନ କରିବେ ତାହା ପରଖୁଛନ୍ତି।

ଏ ବାବଦରେ ସୁଷମା କହନ୍ତି, କରୋନାର ପ୍ରଥମ ଲହର ବେଳେ ବେଶୀ ଭୟ ଲାଗୁଥିଲା । ଏବେ ସେମିତି ଭୟ ଆଉ ନାହିଁ; ହେଲେ ଅନେକ ଆହ୍ବାନ ଅଛି। ପ୍ରତିଦିନ ସଂକ୍ରମିତଙ୍କୁ ଯାଇ ଭେଟିବା ସହ ସେମାନଙ୍କୁ ଡାକ୍ତରଖାନା ପଠାଇବା ସବୁଠୁ ବେଶୀ କଷ୍ଟକର ବ୍ୟାପାର । ତଥାପି ନିଜକୁ ସଙ୍ଗରୋଧ ରଖ୍ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ନିଜ ପରିବାର ସହ ଗାଁ ଲୋକଙ୍କ ଯତ୍ନ ନେଉଛି। ଏ ଅନୁଭୂତି ଖୁବ୍ ଆନନ୍ଦଦାୟକ।

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା ପୁଷ୍ପଲତା: କରୋନା କାଳରେ ମାନସିକ ଦୁଃଶ୍ଚିନ୍ତାରୁ ମୁକୁଳି କିପରି କରୋନା ସହ ଲଢ଼ିବ ସେ ନେଇ ଦେଉଛନ୍ତି ସଚେତନତାର ବାର୍ତ୍ତା
ଭୁବନେଶ୍ୱର,: କରୋନାର ପ୍ରଥମ, ଦ୍ୱିତୀୟ ଲହର ପରେ ଏବେ ସମସ୍ତଙ୍କୁ ତୃତୀୟ ଲହରର ଚିନ୍ତା। ଯଦିଓ ରାଜ୍ୟରେ କରୋନା ସଂକ୍ରମଣ କିଛି ପରିମାଣରେ କମିଛି; ମୃତ୍ୟୁ ସଂଖ୍ୟା କିନ୍ତୁ ଲୋକଙ୍କୁ ଛାନିଆଁ କରୁଛି। ଏଭଳି ସମୟରେ ସାମାନ୍ୟ ଥଣ୍ଡା ଜ୍ୱର ବି ଡରାଉଛି। ସାଧାରଣ ଜ୍ବର ହେଉକି କରୋନା, ଯେଉଁଠି ପରିବାର ଲୋକ ହାତ ଛାଡ଼ିଦେଉଛନ୍ତି ସେଠି ଆଶଦିଦିଙ୍କ ସହାୟତାର ହାତ ଲୋକଙ୍କୁ ନୂଆ ଜୀବନ ଦେଖାଉଛି। ସହୃଦୟତାର ସହ ଲୋକଙ୍କ ପାଖେ ପାଖେ ରହି କରୋନା ଭଳି ମହାମାରୀରେ ସକରାତ୍ମକ ଭାବନା ଦେଖାଉଛନ୍ତି ଆଶା ଦିଦି ପୁଷ୍ପଲତା ବାରିକ। ଘର ଘର ବୁଲି ଲୋକମାନଙ୍କ ପାଖରେ ପହଞ୍ଚି ମାନସିକ ଦୁଃଶ୍ଚିନ୍ତାରୁ ମୁକୁଳି କିପରି କରୋନା ସହ ଲଢ଼ିହେବ ସେ ବିଷୟରେ ସଚେତନତାର ବାର୍ତ୍ତା ବଣ୍ଟୁଛାନ୍ତି ପୁଷ୍ପଲତା।

ନିଜ ପରିବାରକୁ ପଛରେ ପକାଇ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଶପଥ ନେଇଛନ୍ତି ଆଶା ଦିଦି ପୁଷ୍ପଲତା। ମାଟ୍ରିକ ପାସ କରିଥିବା ପୁଷ୍ପଲତାଙ୍କର ଶିକ୍ଷାଗତ ସାର୍ଟିଫିକେଟ କମ୍‌ଥିଲେ ବି ଅଭିଜ୍ଞତା ଯଥେଷ୍ଟ ବେଶୀ। ସେହି ଅଭିଜ୍ଞତା ହିଁ ଆଜି ତାଙ୍କୁ କରୋନା ଭଳି ମହାମାରୀରେ ଲୋକଙ୍କ ପାଖରେ ଛିଡ଼ା ହେବା ଓ ଲୋକଙ୍କୁ ସେବା ଯୋଗାଇବାର ସାହସ ଦେଇଛି। ୨୦୦୬ ମସିହା ମେ ମାସରେ ପ୍ରଥମ କରି ଆଶାଦିଦି ଭାବେ କାମରେ ଯୋଗଦେଇଥିଲେ ପୁଷ୍ପଲତା। ତା’ପରଠାରୁ ଆଉ କେବେ ପଛକୁ ଫେରି ନାହାଁନ୍ତି ସେ। ନିଜର କର୍ତ୍ତବ୍ୟନିଷ୍ଠ ସେବା ଯୋଗୁଁ ପୁଷ୍ପଲତା ଏବେ ସମଲ ଅଞ୍ଚଳର ଡବ୍ଲୁସି କଲୋନୀ, ମହୁଲ ହାଟିଂ, ଚକ୍ରଶିଳା କଲୋନୀ, ପାଣିଟାଙ୍କି କଲୋନୀ, ମାଷ୍ଟର କଲୋନୀ, ଓସିସି କଲୋନୀ ଆଦି ଅଞ୍ଚଳର ଦାୟିତ୍ୱରେ ଅଛନ୍ତି। ଏହି ଅଞ୍ଚଳରେ ରହୁଥିବା ପ୍ରାୟ ୫୭୭ ପରିବାରର ୨ ହଜାର ୨୦ ଲୋକଙ୍କ ଭାର ନିଜ ମୁଣ୍ଡରେ ମୁଣ୍ଡାଇଛନ୍ତି ପୁଷ୍ପଲତା।

କରୋନା ସମୟରେ ଏମାନେ କିପରି ସୁସ୍ଥ ରହିବେ ସେଥିପାଇଁ ସେ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରିବା ସହ ଅକ୍ସିମିଟର ସାହାଯ୍ୟରେ ତାପମାତ୍ରା ମାପି ତା’ର ତଥ୍ୟ ସଂଗ୍ରହ କରି ରଖୁଛନ୍ତି। ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ ସୁବିଧା, ସରକାରୀ ଯୋଜନା, ନବଜାତ ଶିଶୁଙ୍କ ଯତ୍ନ, ଯକ୍ଷ୍ମା ପାଇଁ ଔଷଧ ମିଳୁଛି କି ନାହିଁ ସେସବୁ କଥା ବି ବୁଝନ୍ତି ପୁଷ୍ପଲତା। ପୁଷ୍ପଲତା କୁହନ୍ତି; କରୋନା ସମୟରେ ଦାୟିତ୍ୱ ଆହୁରି ବଢ଼଼ିଯାଇଛି। ଆମେ ଲୋକଙ୍କ ସେବା ପାଇଁ ହିଁ ନିୟୋଜିତ ହୋଇଛୁ। ସରକାର ଆମ ଉପରେ ଆସ୍ଥା ରଖି ଆମକୁ କରୋନା ହଟାଇବାର ଭାର ଦେଇଛନ୍ତି। ଏହାକୁ ସମ୍ମାନ ଜଣାଇ ଏବେ କାମ କରୁଛି। ପରିବାର ଲୋକେ ଯେପରି ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ନିଜକୁ ପରିବାର ଭିତରେ ସଙ୍ଗରୋଧ କରି ରଖୁଛି। କରୋନାର ସବୁ ନିୟମକୁ ମାନି ଲୋକଙ୍କ ସହ ମିଶୁଛି।

କେଳବ ସେତିକି ନୁହେଁ; ବେଶୀ ପାଠ ପଢ଼ି ନ ଥିବା ଲୋକମାନଙ୍କୁ ଔଷଧ ବାବଦରେ ହାତ ଧରି ବୁଝାଇବାକୁ ବି ପୁଷ୍ପଲତା ପହଞ୍ଚିଯାଉଛନ୍ତି। କରୋନା ଆକ୍ରାନ୍ତ ଥିବା ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ବେଳେ ବେଳେ ଔଷଧ ଯାଇ ଦେବାକୁ ପଡୁଛି। କେବଳ ସେତିକି ନୁହେଁ; ନିରାଶ୍ରିତ ପରିବାର ପାଖରେ ପହଁଞ୍ଚି ସେ ଆଣ୍ଟିଜେନ୍‍ ପରୀକ୍ଷା ବି କରାଉଛନ୍ତି। ରୋଗୀଙ୍କୁ ଅତି ନିକଟରୁ ସେବା ଦେଉଛନ୍ତି ପୁଷ୍ପଲତା। ଆଜକୁ ବର୍ଷେ ହେବ ଶତାଧିକ ରୋଗୀଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦୁଃଖ ସୁଖ ବୁଝୁଛନ୍ତି। ଅନ୍ୟାନ୍ୟ ଅସୁବିଧା ହେଲେ ମଧ୍ୟ ସମ୍ପୃକ୍ତ ବିଭାଗକୁ ଜଣାଇ ଲୋକଙ୍କ ସମସ୍ୟାର ସମାଧାନ କରୁଛନ୍ତି ପୁଷ୍ପଲତା। ତା’ରି ଭିତରେ ସ୍ୱଳ୍ପ ମାସିକ ଦରମାରେ କଷ୍ଟ ହେଲେ ବି ପରିବାର ପ୍ରତିପୋଷଣ କରି ଚାଲିଛନ୍ତି। କେବେ ବି ନିଜ ଦରମା କଥା ଚିନ୍ତା ନ କରି ସେ ଏହାକୁ ଏକ ନିଶା ଭାବରେ ନେଇ କାମ ଆତ୍ମତୃପ୍ତି ପାଉଛନ୍ତି ବୋଲି କହନ୍ତି ପୁଷ୍ପଲତା। ବୃତ୍ତିରେ ସେ ଜଣେ ଆଶାକର୍ମୀ ଥିଲେ ବି ତାଙ୍କର ସେବା ମନବୃତ୍ତି ତାଙ୍କୁ ଆଜି କରୋନା ସମୟରେ ଦେବଦୂତ ସଜାଇଛି।

ସାହସ ବଢ଼ାଉଛି ସଙ୍ଗୀତାଙ୍କ ନିଆରା ସ୍ଲୋଗାନ୍‌
ବ୍ରହ୍ମପୁର : ‘ଆମ ଜୀବନ ଆମ ହାତରେ, ସୁରକ୍ଷିତ ରହ ଘର ଭିତରେ। ମରଣ ସହିତ ସଂଗ୍ରାମ କରି, ସେବା ଯୋଗାଉଛନ୍ତି ଯୋଦ୍ଧା ଆମରି।’ ଏଭଳି କିଛି ସ୍ଲୋଗାନ୍‌ ଦେଇ କରୋନା କାଳରେ ଲୋକଙ୍କୁ ସଚେତନ କରୁଛନ୍ତି ଗଞ୍ଜାମ ଜିଲ୍ଳା ସଦର ମହକୁମା ଛତ୍ରପୁର ଅଙ୍ଗନବାଡ଼ି ଦିଦି ସଂଗୀତା ମହାପାତ୍ର। ଚାରିଆଡ଼େ କରୋନା ମହାମାରୀର ଭୟ। ସାମାନ୍ୟ ଥଣ୍ଡା ଜ୍ୱରରେ ବି ପରିବାର ଲୋକେ ଛୁଇଁବାକୁ ଭୟ କରୁଛନ୍ତି। ଏଭଳି ସମୟରେ ସହଯୋଗର ହାତ ବଢ଼ାଇ ଘରକୁ ଘର ଯାଇ ଲୋକଙ୍କ ସ୍ୱାବ୍‍ ପରୀକ୍ଷା କରୁଛନ୍ତି ସଙ୍ଗୀତା। ଦେବଦୂତ ଭଳି ଲୋକଙ୍କ ପାଖେ ପାଖେ ଛିଡ଼ା ହେଉଛନ୍ତି। ସେ ଜଣେ ଦିବ୍ୟାଙ୍ଗ ହେଲେ ହେଁ ଅପାର କ୍ଷମତାର ପରିଚୟ ଦେଇଛନ୍ତି କରୋନା ବିରୋଧରେ ସଂଗ୍ରାମ କରି। ବୟସ ୪୬ ହେଲାଣି।

ମେରୁଦଣ୍ଡଜନିତ ସମସ୍ୟା ଯୋଗୁଁ ଟିକେ ଚାଲିଲେ ଧଇଁସଇଁ ହୋଇଯାଆନ୍ତି; ହେଲେ ସେ ଏସବୁକୁ ଖାତିରି ନ କରି କରୋନା କାଳରେ ଜାରି ରଖିଛନ୍ତି ସଚେତନତା କାର୍ଯ୍ୟକ୍ରମ। କାରୋନା ଭଳି ମହାହାରୀରେ ଆତ୍ମୀୟଙ୍କୁ ହରାଇବାର ଭୟ  ସତ୍ତ୍ବେ ସେ ପ୍ରତିଦିନ ଗାଁରେ ସଚେତନତା ଅଭିଯାନ ଚଳାଇଛନ୍ତି। ଆଶା ଦିଦିଙ୍କ ସହ ମିଶି ସେ ପ୍ରତିଦିନ ସକାଳ ୮ରୁ ଅପରାହ୍ଣ ଯାଏଁ ଗାଁରେ ପଇଁତରା ମାରୁଛନ୍ତି। କେତେବେଳେ ଗାଁକୁ କରୋନାମୁକ୍ତ କରିବା ପାଇଁ ସାହି ସାହିରେ ଶପଥ ପାଠ କରାଉଛନ୍ତି, ତ ଆଉ କେତେବେଳେ ଲୋକଙ୍କ ମନବଳ ଦୃଢ଼ କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଉପାୟ ବତାଉଛନ୍ତି। ଗାଁରେ କାହାଠାରେ ସାମାନ୍ୟ ଥଣ୍ଡା ଜ୍ୱରର ଲକ୍ଷଣ ଦେଖିଲେ ତାକୁ ତୁରନ୍ତ କିପରି ଔଷଧ ଦିଆଯିବ ଓ ଘରୋଇ ସଙ୍ଗରୋଧ କରି ରଖାଯିବ ସେ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଆବଶ୍ୟକ ସ୍ଥଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରି ସେମାନଙ୍କୁ ଡାକ୍ତରଖାନାକୁ ପଠାଯିବାର ବ୍ୟବସ୍ଥା କରୁଛନ୍ତି।  ସଙ୍ଗୀତା ଭିନ୍ନକ୍ଷମ ନୁହେଁ; ବରଂ ସେ ଭିନ୍ନ ପ୍ରକାରେ ସକ୍ଷମ ବୋଲି ବାର୍ତ୍ତା ଦିଅନ୍ତି। ମେରୁଦଣ୍ଡଜନିତ ରୋଗ ଯୋଗୁଁ ଠିକ୍‌ ଭାବେ ଚାଲିବା ଓ ଠିଆ ହେବାରେ ତାଙ୍କୁ କଷ୍ଟ ହେଉଛି। ସେ ୬୫ ପ୍ରତିଶତ ଦିବ୍ୟାଙ୍ଗ ଘୋଷିତ; ହେଲେ ବି ଦୀର୍ଘ ୧୧ ବର୍ଷ ହେଲା ସେ ଅଙ୍ଗନବାଡ଼ି କର୍ମୀଭାବେ ହେଡ୍‌କ୍ବାର୍ଟର୍ସରେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ନିଜେ ସ୍ଲୋଗାନ୍‍ ଲେଖି ନିଆରା ତରିକାରେ ଲୋକଙ୍କୁ ବୁଝାନ୍ତି। ଘର ଘର ବୁଲି ସଚେତନ କରିବା ସହ ଲୋକଙ୍କ ସୁଖଦୁଃଖର ସାଥି ପାଲଟିଛନ୍ତି ସେ। ଯେକୌଣସି ଲୋକ ମେଡିକାଲ୍‍ ଗଲେ ତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଯାଆନ୍ତି ସଙ୍ଗୀତା। ଯିବା ଆସିବାରେ ଅସୁବିଧା ହେତୁ ଏକ ତିନିଚକିଆ ସ୍କୁଟି ରଖିଛନ୍ତି। ଛତ୍ରପୁରର ୬ ନଂ ୱାର୍ଡ଼ର ଥିବା କେନ୍ଦ୍ରରେ ସେ ଅଙ୍ଗନବାଡ଼ି ଦିିଦି ଭାବେ କାର୍ଯ୍ୟ କରନ୍ତି।

ତାଙ୍କ କେନ୍ଦ୍ର ଅଧୀନରେ ୭ଟି ସାହିର ୧୧ଶହରୁ ଊର୍ଦ୍ଧ୍ବ ଜନସାଧାରଣ ରହିଛନ୍ତି। ପ୍ରତିଦିନ ସେମାନଙ୍କ ଦେଖାଶୁଣା କରିଥା’ନ୍ତି। ବିଭିନ୍ନ ସମୟ ଅସମୟରେ ପରାମର୍ଶ ମଧ୍ୟ ଦେଇଥା’ନ୍ତି। ବର୍ତ୍ତମାନ ତାଙ୍କ କେନ୍ଦ୍ର ଅଧୀନରେ ୭୫ ଜଣ ଶିଶୁ ରହିଛନ୍ତି। ଏବେ କେନ୍ଦ୍ର ବନ୍ଦ ରହିଥିବାରୁ ପିଲାଙ୍କ ଘରକୁ ଯାଇ ଛତୁଆ ଓ ଅଣ୍ଡା ଯୋଗାଉଛନ୍ତି। କରୋନାର ତୃତୀୟ ଲହରକୁ ମାତ୍‍ ଦେବା ପାଇଁ ଶିଶୁଙ୍କ ଅଧିକ ଯତ୍ନ ନେବାକୁ ଅଭିଭାବକଙ୍କୁ ପରାମର୍ଶ ଦେଉଛନ୍ତି। ସେହିଭଳି ତାଙ୍କ କେନ୍ଦ୍ର ଅଧୀନରେ ୧୭ ଜଣ ଗର୍ଭବତୀ ଓ ପ୍ରସୂତି ରହିଛନ୍ତି। ପ୍ରତିଦିନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝନ୍ତି। କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଲୋକଙ୍କୁ ବୁଝାଇଥା’ନ୍ତି। ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟ କରନ୍ତି ଲୋକଙ୍କୁ।

ନିଜ କାମ ସହିତ ତାଙ୍କ ଭାଇଭଉଣୀଙ୍କ ଯତ୍ନ ମଧ୍ୟ ସେ ନେଇଥା’ନ୍ତି। କାମ ବ୍ୟତୀତ ଫୁର୍‌ସତ୍‍ ମିଳିଲେ ସେ ବିଭିନ୍ନ କରୋନା ସ୍ଲୋଗାନ୍‍ ଓ କବିତା ମଧ୍ୟ ଲେଖନ୍ତି। ସୋସିଆଲ୍‍ ମିଡିଆରେ ମଧ୍ୟ ସଚେତନତା ଜାରି ରଖନ୍ତି। ବାହାରୁ କେହି ଆସିଲେ ସେମାନଙ୍କ ନାମ ଓ ଠିକଣା ଲିପିବଦ୍ଧ କରି ରଖିବା ସହ ଘରେ ରହିବାକୁ ପରାମର୍ଶ ଦିଅନ୍ତି। ସେହିଭଳି କାହାକୁ ଜ୍ୱର, ଥଣ୍ଡା, କାଶ ହେଲେ ଘରେ ଏକାନ୍ତବାସରେ ରହିବାକୁ କହିଥାନ୍ତି। କେବଳ ସେତିକି ନୁହେଁ; ସଙ୍ଗୀତା ଦିତି ବର୍ତ୍ତମାନ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ସଂଘର ଛତ୍ରପୁର ଅଞ୍ଚଳର ସମ୍ପାଦିକା ଦାୟିତ୍ୱରେ ମଧ୍ୟ ଅଛନ୍ତି। ନିଜ କର୍ମ ଓ ଦାୟିତ୍ୱକୁ ସେ ଧର୍ମ ଭାବରେ ଗ୍ରହଣ କରିନେଇଛନ୍ତି।

କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା: ୧୦ ପଞ୍ଚାୟତ ବୁଲି ସଚେତନ କରାଉଛନ୍ତି ଉର୍ବଶୀ
ଭୁବନେଶ୍ୱର : ହାତ ସମ୍ପୂର୍ଣ୍ଣ ଅଚଳ। ହେଲେ ସେ ଦିବ୍ୟାଙ୍ଗ ବି ନୁହଁନ୍ତି; ବରଂ ଭିନ୍ନ ପ୍ରକାରେ ସକ୍ଷମ। ଦୃଢ ଆତ୍ମବିଶ୍ୱାସ ଉର୍ବଶୀଙ୍କୁ କରିଛି ଚଳଚଞ୍ଚଳ। ପୂରା ନାମ ଉର୍ବଶୀ ଦାସ। ବୟସ ୩୯ବର୍ଷ। ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି କଳସପୁରା। ଜନ୍ମରୁ ଉର୍ବଶୀ ଦିବ୍ୟାଙ୍ଗ। ହେଲେ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ତାଙ୍କର ଶାରୀରିକ ଅକ୍ଷମତା। କରୋନାର ଦ୍ୱିତୀୟ ଲହର ବେଳେ ଯେତେବେଳେ ନିଜ ଲୋକ ହାତ ଛାଡିଛନ୍ତି ସେତେବେଳେ ସେ ପାଖେ ପାଖେ ରହି ଲୋକଙ୍କର ଚିକିତ୍ସା ସେବା କରୁଛନ୍ତି। ବିଶେଷ କରି ମହିଳା, ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଥଁ ସେ ହେଉଛନ୍ତି କରୋନା କାଳର ନୂଆ ଠିକଣା।

କରୋନାର ଦ୍ୱିତୀୟ ଲହର ବେଳେ କେବଳ ଘରକୁ ଘର ବୁଲି ଲୋକଙ୍କ ଭଲ ମନ୍ଦ ବୁଝିବାରେ ତାଙ୍କ ଦାୟିତ୍ୱ ସରିନି। କଳସପୁର ଅଙ୍ଗନବାଡି ଅଧୀନରେ ଥିବା ୧୧୩ ପରିବାରର ୮୫୬ ଲୋକଙ୍କ ଭାଗ୍ୟ ଓ ଦାୟିତ୍ୱ ତାଙ୍କ ହାତରେ। ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରିବା ଓ ଅମ୍ଳଜାନ୍‍ ମାତ୍ରା ମାପିବା ଛଡା ସେମାନେ କିପରି ସାମାନ୍ୟ ଥଣ୍ଡା ଜ୍ୱର ହେଲେ ନିଜର ଯତ୍ନ ନେବେ ସେକଥା ବି ବୁଝନ୍ତି ଉର୍ବଶୀ। କେବଳ ନିଜ ଅଙ୍ଗନବାଡି କେନ୍ଦ୍ର ନୁହେଁ; ବରଂ ତାଙ୍କ ଜିଲ୍ଲାର ୧୦ରୁ ଅଧିକ ପଞ୍ଚାୟତର ଲୋକଙ୍କୁ ଏବେ ସେ କରୋନା ପାଠ ପଢ଼଼ାଉଛନ୍ତି। ପ୍ରତି ପଞ୍ଚାୟତକୁ ଯାଇ ଲୋକଙ୍କୁ କରୋନା କାଳରେ କିପରି ନିଜର ଯତ୍ନ ନେବେ ସାମାଜିକ ଦୂରତା ରକ୍ଷା କରିବେ ସେ କଥା ବୁଝାଉଛନ୍ତି। ଜିଲ୍ଲାର କଳସପୁର, ସିନ୍ଦିରି, ଭୂଇଁପୁର, ଏନ୍ଦଳ, ପତ୍ରପୁର ଆଳି ଭଳି ଜିଲ୍ଲାରେ ଉର୍ବଶୀ କରୋନା ବାର୍ତ୍ତା ଦେଇ ଇତି ମଧ୍ୟରେ ନିଜର ଛାପ ଛାଡି ସାରିଲେଣି।

ଯୁକ୍ତ ୨ ପାଠ ପଢ଼ିଛନ୍ତି ଉର୍ବଶୀ। ଘର କାମଠାରୁ ଆରମ୍ଭକରି ଗାଁ ପାଖପଡ଼ିଶାଙ୍କ କାମ ପାଇଁ ସେ ସବୁବେଳେ ଆଗଭର। ହାତ ଅଚଳ ହେଲେ ସୁଦ୍ଧା ଗୋଡ଼ରେ ଲୁଗା ସଫା କରିବା, ରୋଷେଇ କରିବା ପରିବା କାଟିବା ଓ ଲେଖାପଢ଼ାରେ ସେ ମାହିର୍‍। ନିଜ ଗୋଡରେ ନିଜେ ଠିଆ ହେବାର ସ୍ୱପ୍ନ ଦେଖିଛନ୍ତି ଉର୍ବଶୀ। ସେ କହନ୍ତି ଜନ୍ମ ପରେ ରୋଗ ସମ୍ପର୍କରେ ଜାଣିଲା ପରେ ମାଆ ବାପା ବିଚଳିତ ହୋଇଯାଇଥିଲେ। କେବଳ ଝିଅକୁ ପରିବାର ଲୋକଙ୍କ ସହଯୋଗ ଯୋଗୁଁ ଆଜି ଉର୍ବଶୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଯାଇଛନ୍ତି। ୧୯୯୯ ମସିହାରୁ ସେ ଅଙ୍ଗନବାଡ଼ିରେ କାମ କରୁଛନ୍ତି। ନିଜ କାମକୁ ସେ ନିଜେ ସୂଚାରୁରୂପେ କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ସମାଜସେବା ସାଙ୍ଗକୁ ସ୍ୱୟଂ ସହାୟକ ଗୋଷ୍ଠୀ କରି ଅନ୍ୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ପାରିଛନ୍ତି। ଗାଁର ବୁଢ଼ାବୁଢ଼ୀଙ୍କୁ ଦୁଃଖରେ ଦେଖିଲେ ସାହାଯ୍ୟ କରିବାପାଇଁ ଦୌଡ଼ିଯାଆନ୍ତି ସେ। ଏହାସହିତ ୨୦ରୁ ଊର୍ଦ୍ଧ୍ବ ଗରିବ ଦିବ୍ୟାଙ୍ଗ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଉର୍ବଶୀ।

ପୁଲିସ ଚାକିରି କରିବା ପାଇଁ ତାଙ୍କର ଆରମ୍ଭରୁ ବହୁତ ଇଚ୍ଛା ଥିଲା। କିନ୍ତୁ ଦିବ୍ୟାଙ୍ଗ ହୋଇଥିବାରୁ ତାହା ହୋଇ ପାରିଲେନି। କିନ୍ତୁ ଏବେ ସେ ଜିଲ୍ଲା ଇଣ୍ଡିଆନ୍‍ କମ୍ୟୁନିଟି କମାଣ୍ଡୋ ଅଛନ୍ତି। କେବଳ ସେତିକ ନୁହେଁ; ଗୋଡ଼ରେ ହାରମୋନିୟମ୍‍ ବଜାଇ ଗୀତ ବି ବୋଲନ୍ତି ସେ। ଏଥିପାଇଁ ତାଙ୍କୁ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଛି। ଏ ସମ୍ପର୍କରେ ଉର୍ବଶୀ କୁହନ୍ତି, ମୁଁ କାହାଉପରେ ବୋଝ ନ ହୋଇ ପରିବାର ବୋଝ ମୁଣ୍ଡାଇବାକୁ ଅଣ୍ଟା ଭିଡ଼ିଛି। ଘରଲୋକଙ୍କ ଆଶୀର୍ବାଦ ଯୋଗୁଁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚିପାରିଛି। ହାତ ଅଚଳ ଥିଲେ ବି ଗୋଡ଼ ମୋର ସାହା ଭରସା। ଆଗକୁ ଦିବ୍ୟାଙ୍ଗ ଗରିବ ପିଲାମାନଙ୍କୁ ପାଠପଢ଼ାଇ ମଣିଷ କରିବାର ସ୍ୱପ୍ନ ଦେଖିଛି।

ଜିତିବାର ବିଶ୍ବାସ ଦିଅନ୍ତି ବିଶ୍ୱଜିତ : କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧା
ନାରାୟଣପାଟଣା : ଚାରିଆଡ଼େ କରୋନା କଥା। ସଂକ୍ରମିତଙ୍କ ପାଖକୁ ଯିବାକୁ ସମସ୍ତଙ୍କ ଭୟ। ଏପରିକି କି କରୋନର ଦୁର୍ଦ୍ଦଶାରେ ନିଜ ପରିବାର ବି ହାତ ଛାଡ଼ି ଦେଉଛନ୍ତି। ଏଭଳି ସମୟରେ କିନ୍ତୁ ଲୋକଙ୍କ ପାଖେ ପାଖେ ରହି ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି ବିଶ୍ୱଜିତ୍‍ ଦାସ।

ନାରାୟଣାଟଣାର ଆୟୁଷ ଡାକ୍ତର ବିଶ୍ୱଜିତ ଦାସ। କରୋନା ପ୍ରଥମ ଓ ଦ୍ୱିତୀୟ ଲହରୀରେ ସେ କରୋନା ରୋଗୀଙ୍କ ପାଇଁ ସାଜିଛନ୍ତି ଭଗବାନ। ତାଙ୍କର ଉପରେ ରହିଛି ନାରାୟଣାଟଣାର ୪୦୦୦ ଲୋକଙ୍କ ଦାୟିତ୍ୱ; ତଥାପି କେବେ ମଧ୍ୟ ସେ ଭଙ୍ଗି ନ ପଡ଼ି ବିନା ଭୟରେ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି। ଦିନ ହେଉ ଅବା ରାତି; ଗ୍ରାମାଞ୍ଚଳ ହେଉ ବା ସହର ସମସ୍ତ କୋଭିଡ୍‍ ରୋଗୀମାନଙ୍କ ପାଖରେ ସେ ପହଞ୍ଚି ସେବା ଯୋଗାଇଥାନ୍ତି। ପିପିଇ କିଟ୍‌ ପିନ୍ଧି ବ୍ଲକ୍‍ ସଙ୍ଗରୋଧ ଥିବା କରୋନା ଆକ୍ରାନ୍ତଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝନ୍ତି।

ଶରୀର ତାପମାତ୍ରା, ଅମ୍ଳଜାନ ସ୍ତର ପରଖିବା ସହ ଆକ୍ରାନ୍ତଙ୍କ ମନବଳ ଦୃଢ଼ କରିଥା’ନ୍ତି। ଘରକୁ ଫେରିବା ପରେ ମଧ୍ୟ ଫୋନ ମାଧ୍ୟମରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝନ୍ତି। ନିକଟରେ ଜଣେ ଶିକ୍ଷକ ସନ୍ତୋଷ ସୁବୁଦ୍ଧି ଗୃହ ସଙ୍ଗରୋଧରେ ରହି କୋଭିଡରୁ ସୁସ୍ଥ ହେବା ପରେ କବିତା ମଧ୍ୟମରେ ସମସ୍ତ ପ୍ରଶାସନ ଓ କର୍ତ୍ତବ୍ୟ ନିଷ୍ଟ ଡାକ୍ତର ବିଶ୍ୱଜିତ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଶ୍ୱଜିତ ଆଜି ସୁଦ୍ଧା ପ୍ରାୟ ୪୦୦ ରୋଗୀକୁ ସେବା ଯୋଗାଇଥିବା ବେଳେ ସେଥିରୁ ୨୦୦ କୋଭିଡ ରୋଗୀ ଗୃହ ସଙ୍ଗଗରୋଧରେ ରହି ସୁସ୍ଥ ହୋଇଛନ୍ତି। ଏବେ ୧୯ଜଣକୁ ନିରନ୍ତର ସେବା ଯୋଗାଉଥିବା ବେଳେ ପ୍ରତିଦିନ ଏଥିପାଇଁ ପାହାଡ଼ ପର୍ବତ ଅତିକ୍ରମ କରି ସେ ଗୋଟିଏ ଗାଁ ରୁ ଅନ୍ୟ ଗାଁକୁ ଯାଉଛନ୍ତି। ଘରକୁ ଘର ବୁଲି କରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିବା ସହ ଅମ୍ଳଜାନ୍‍ ମାତ୍ରା ଓ ଥର୍ମାଲ୍‌ ସ୍କ୍ରିନିଂ ବି କରୁଛନ୍ତି।

ବିଶ୍ୱିଜତଙ୍କୁ ଏହି କାମରେ ସହଯୋଗ କରୁଛନ୍ତି ଫାର୍ମାସିଷ୍ଟ ଈଶ୍ୱର ପାତ୍ର ଓ ଡ୍ରାଇଭର ମେଘା ବିଡ଼ିକା। ଚଳିତ ବର୍ଷ ପ୍ରାରମ୍ଭରେ କରୋନାର ଦ୍ୱିତୀୟ ଲହରି ଆସିଥିବା ବେଳେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥିଲା। ଏସବୁ ସତ୍ତ୍ବେ ଡାକ୍ତର ନିଜ ଦାୟିତ୍ୱ ତଥା କର୍ତ୍ତବ୍ୟରୁ ଓହରି ନାହାନ୍ତି।

ନାରାଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳରେ ଆସୁଥିବା ସମସ୍ତ ଗ୍ରାମରେ ଥିବା ଆକ୍ରାନ୍ତ ଓ ସେମାନଙ୍କ ପରିବାରବର୍ଗଙ୍କ କୋଭିଡ ପରୀକ୍ଷା କରିବା ସହ ସେମାନଙ୍କୁ ଗୃହ ସଙ୍ଗରୋଧ ପାଇଁ ପରାମର୍ଶ ଦେଇଥାନ୍ତି। ଆଜି ପର୍ଯ୍ୟନ୍ତ ସେ ନାରାଣପାଟଣା ଅଞ୍ଚଳରେ ପ୍ରାୟ ୨୦୦୦ ଲୋକଙ୍କ କରୋନା ପରୀକ୍ଷା କରିସାରିଛନ୍ତି। ଏଥିସହ ନାରାଣପାଟଣା ବ୍ଲକରେ ଯଦି କୌଣସି ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି, ତେବେ ସେମାନଙ୍କୁ ମାନସିକ ଭାବେ ସାକରାତ୍ମକ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଥାନ୍ତି।

ଅରୁଣଙ୍କ ଅରୁଣିମାରେ ଅନ୍ଧାରି ମୁଲକ ଆଲୋକିତ
ପଦ୍ମପୁର: ପେସାରେ ସେ ଜଣେ ଆୟୁଷ ଡାକ୍ତର। ନିଜ ଅଞ୍ଚଳରେ ଜନ୍ମରୁ ଦିବ୍ୟାଙ୍ଗ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା, ସେମାନଙ୍କ ରୋଗକୁ ଚିହ୍ନିବା, ମାଗଣାରେ ସେମାନଙ୍କ ଚିକିତ୍ସା କରାଇବା ହେଉଛି ତାଙ୍କର କାମ | ହେଲେ କରୋନା ଯୋଗୁଁ ଏତିକିରେ ସୀମିତ ନାହିଁ ତାଙ୍କ ଦାୟିତ୍ଵ। ନିଜ ଅଞ୍ଚଳରେ ରହୁଥିବା ଅଦିବାସୀମାନେ କିପରି କରୋନା ଦାଉରୁ ରକ୍ଷା ପାଇବେ, ସୁରକ୍ଷିତ ଭାବେ ଜୀବନ କାଟିବେ ଏଥପାଇଁ ଦିନରାତି ଏକ କରିଛନ୍ତି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଆୟୁଷ ଡାକ୍ତର ଅରୁଣ କୁମାର ମାନସିଂ। ପ୍ରତିଦିନ ୭ରୁ ୮ କିଲୋମିଟର ଦୂର ଗାଁକୁ ଯାଇ ଅରୁଣ ଲୋକଙ୍କର ଆଣ୍ଟିଜେନ୍ ପରୀକ୍ଷା କରୁଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀମାନଙ୍କୁ ଆର୍‌ଟି-ପିସିଆର୍ ପରୀକ୍ଷା କରିବାରେ ସାହାଯ୍ୟ କରିଥା’ନ୍ତି । ଥର୍ମାଲ ସ୍କ୍ରିମିଂଠାରୁ ଆରମ୍ଭ କରି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଆବଶ୍ୟକ ସ୍ଥଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା, ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ରୋଗୀଙ୍କୁ ନିୟମିତ ଭାବେ ଯାଇ ଦେଖିବା, ସେମାନଙ୍କୁ ମାନସିକ ଭାବେ ସୁସ୍ଥ ରହିବାକୁ ପରାମର୍ଶ ଦେବା ଭଳି କାମ ଅରୁଣ କରିଥା’ନ୍ତି। ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣକୁ ଅଟକାଇବା ପାଇଁ କରାଯାଇଥିବା ରାପିଡ୍ ରେସ୍‌ପନ୍ସ ଟିମ୍‌ର ସେ ଜଣେ ସକ୍ରିୟ ସଦସ୍ୟ । ଏତିକି ନୁହେଁ; ଯେଉଁଠି ଲୋକଙ୍କୁ ଭେକ୍‌ସିନେସନ୍ ପାଇଁ କିମ୍ବା ଆଣ୍ଟିଜେନ୍ ଓ ଆର୍‌ଟି-ପିସିଆର୍ ପରୀକ୍ଷା ପାଇଁ ବୁଝାଇବାର ଆବଶ୍ୟକତା ପଡ଼େ ସେଠାରେ ଅରୁଣ ହିଁ ଏକମାତ୍ର ଭରସା ।

ଅରୁଣ କୁହନ୍ତି, ଲୋକଙ୍କୁ ବୁଝାଇବା ସବୁଠୁ ବଡ଼ ଆହ୍ବାନ। ଟିକା ନେବା କଥା କହିଲେ ଗାଁ ଖାଲି ହେବା ଥୟ ଆମେ ଗାଁକୁ ଯିବା ପୂର୍ବରୁ ସେଠାକାର ସ୍ଥାନୀୟ ଜନ ପ୍ରତିନିଧ୍, ସରପଞ୍ଚ, ଅଙ୍ଗନବାଡ଼ି ଦିଦି, ଆଶା ଦିଦି ଓ ଏଏନ୍ଏମ୍‌ମାନଙ୍କ ସହଯୋଗ ଲୋଡୁଛୁ। ଗାଁକୁ ଦୁଇ ତିନି ଦିନ ଯାଇ ଲୋକଙ୍କ ମାନସିକତା ପରଖା ଯାଉଛି। ତା’ ପରେ ଭେକ୍‌ସିନେସନ୍ କିମ୍ବା ଆଣ୍ଟିଜେନ୍ ପରୀକ୍ଷା ପାଇଁ ରଣନୀତି ଆପଣାଯାଉଛି। କରୋନାର ପ୍ରଥମ ଲହର ଆରମ୍ଭରେ ଯେତେବେଳେ ପଦ୍ମପୁର ଅଞ୍ଚଳକୁ ପ୍ରବାସୀ ଶ୍ରମିକଙ୍କ ଆଗମନ ଆରମ୍ଭ ହେଲା ସେବେଠାରୁ ଅରୁଣ ଏହାର ଦାୟିତ୍ୱରେ। ଫେରୁଥିବା ପ୍ରବାସୀଙ୍କ ଥର୍ମାଲ ସ୍କିମିଂ କରିବା ହେଉ କି କୋଭିଡ ଟେଷ୍ଟି କରିବା ସେମାନେ ରହିଥିବା ବିଭିନ୍ନ ଟିଏମ୍‌ସି କୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିବା, ଘରୋଇ ସଙ୍ଗରୋଧରେ ଥିବା କୋରନା ସଂକ୍ରମିତ ରୋଗୀଙ୍କ ଘରକୁ ଯାଇ ସେମାନଙ୍କ ଚିକିତ୍ସା କରିବା କାମରେ ସେ ନିୟୋଜିତ ଥିଲେ । ଡାକ୍ତରୀ ପରାମର୍ଶ ଦେବା ସହ ପୁରା ପରିବାରକୁ କାଉନ୍‌ସିଲିଂ କରୁଛନ୍ତି। କେବଳ ଆୟୁଷ ଡାକ୍ତର ଭାବେ ନୁହେଁ; ଖାଲି ସମୟରେ ଘରକୁ ଆସୁଥିବା ବିଭିନ୍ନ ରୋଗୀଙ୍କୁ ବିନା ପାରିଶ୍ରମିକରେ ସେ ଚିକିତ୍ସା କରିଆସୁଛନ୍ତି। ଗୁରୁତ୍ଵର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଯଦି ଜିଲ୍ଲା ବାହାରକୁ ଯିବାକୁ ପଡ଼େ, ତାହାହେଲେ ଜିଲ୍ଲା ପଦାଧିକାରୀମାନଙ୍କ ସହ ଯୋଗାଯୋଗ କରି ବାହାରକୁ ଯିବାର ବ୍ୟବସ୍ଥା ମଧ୍ୟ କରି ଦେଉଛନ୍ତି ଅରୁଣ |