Saaniya Chandhok - The Sakala

ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ ତେନ୍ଦୁଲକର । ମୁମ୍ବାଇରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚାନ୍ଦୋକଙ୍କ ବିବାହ ବେଶ୍ ଧୁମଧାମରେ ସମ୍ପନ୍ନ ହୋଇଛି। ମାର୍ଚ୍ଚ ୫ ତାରିଖ (ଗୁରୁବାର) ଦିନ ଦକ୍ଷିଣ ମୁମ୍ବାଇର ଏକ ଘରୋଇ ସ୍ଥାନରେ ଆୟୋଜିତ ଏହି ଭବ୍ୟ ସମାରୋହରେ କ୍ରିକେଟ, ବ୍ୟବସାୟ ଏବଂ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଗତ ବର୍ଷ ଅଗଷ୍ଟ ୨୫ରେ ଏହି ଯୋଡିଙ୍କ ନିର୍ବନ୍ଧ ହୋଇଥିଲା ଏବଂ ବିବାହ ପୂର୍ବରୁ ଜାମନଗର ଓ ମୁମ୍ବାଇରେ ବିଭିନ୍ନ ଉତ୍ସବର ଆୟୋଜନ କରାଯାଇଥିଲା।

ତେନ୍ଦୁଲକର ପରିବାରର ଏହି ଖୁସିରେ ସାମିଲ ହେବା ପାଇଁ କ୍ରିକେଟ ଜଗତର ବହୁ ମହାରଥୀ ଏକାଠି ହୋଇଥିଲେ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ ପତ୍ନୀ ସାକ୍ଷୀଙ୍କ ସହ ଏବଂ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ପତ୍ନୀ ନତାଶାଙ୍କ ସହ ବିବାହ ଉତ୍ସବରେ ପହଞ୍ଚିଥିଲେ। ଟି-୨୦ ବିଶ୍ୱକପ୍ ସେମିଫାଇନାଲ ପୂର୍ବରୁ ଗମ୍ଭୀର ଏହି ସମାରୋହରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସୁନୀଲ ଗାଭାସ୍କର, ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ, ରବି ଶାସ୍ତ୍ରୀ, ଯୁବରାଜ ସିଂ, ବୀରେନ୍ଦ୍ର ସେହ୍ୱାଗ, ସୁରେଶ ରାଇନା, ଜାହିର ଖାନ୍‌ ଏବଂ ହରଭଜନ ସିଂଙ୍କ ଭଳି ବହୁ କିମ୍ବଦନ୍ତୀ ଖେଳାଳି ଉପସ୍ଥିତ ଥିଲେ। ଆଇସିସି ଅଧ୍ୟକ୍ଷ ଜୟ ଶାହ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ।

କେବଳ କ୍ରିକେଟର ନୁହଁନ୍ତି, ବଲିଉଡ ଏବଂ ବ୍ୟବସାୟ ଜଗତର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ମଧ୍ୟ ଏହି ବିବାହରେ ସାମିଲ ହୋଇଥିଲେ। ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାର ସହ ଏହି ଉତ୍ସବରେ ଯୋଗ ଦେଇଥିଲେ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ତେନ୍ଦୁଲକର ପରିବାରର ଏହି ଉତ୍ସବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିବାହ ପୂର୍ବରୁ ଅମ୍ବାନୀ ପରିବାର ପକ୍ଷରୁ ଜାମନଗରରେ ଏକ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା।

ସାନିଆ ଚାନ୍ଦୋକ ମୁମ୍ବାଇର ପ୍ରତିଷ୍ଠିତ 'ଘାଇ' ପରିବାର ସହ ଜଡିତ । ସାନିଆ ଚାନ୍ଦୋକ୍ ହେଉଛନ୍ତି ମୁମ୍ବାଇର ଜଣାଶୁଣା ବ୍ୟବସାୟୀ ତଥା ଗ୍ରାଭିସ୍ ଗ୍ରୁପର ଅଧ୍ୟକ୍ଷ ରବି ଚାନ୍ଦୋକ୍‌ଙ୍କ ନାତୁଣୀ । ଗ୍ରାଭିସ୍ ଗ୍ରୁପ ହୋଟେଲ, ଆଇସକ୍ରିମ୍‌ ଓ ଅନ୍ୟ କେତେକ ଖାଦ୍ୟ ବ୍ୟବସାୟରେ ଏକ ଜଣାଶୁଣା ନାମ । ନିଜେ ସାନିଆ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପାଠ ପଢିବା ସହ ଭେଟନାରି ଟେକନିସିଆନ୍ ଡିପ୍ଲୋମା ମଧ୍ୟ ହାସଲ କରିଛନ୍ତି । ସାନିଆ ମୁମ୍ବାଇରେ 'ମିଷ୍ଟର ପାଜ୍' (Mr Paws) ନାମକ ଏକ ପେଟ୍ ସ୍ପା (Pet Spa) ପରିଚାଳନା କରନ୍ତି।