COVID19 - The Sakala
କୋଭିଡ୍ ଯୋଗୁଁ ଲକ୍‌ଡାଉନ, ୱାର୍କଫ୍ରମ୍‌ ହୋମ ଦୁଃଖକୁ ଲୋକେ ଭୁଲି ନଥିବାବେଳେ ଏବେ ପୁଣି କରୋନାର ନୂଆ ପ୍ରଜାତି ଚିନ୍ତା ବଢ଼ାଇଛି। ହଙ୍ଗକଙ୍ଗ, ଚୀନ୍, ଥାଇଲ୍ୟାଣ୍ଡ ପରେ ପ୍ରଥମେ ମୁମ୍ବାଇ ବର୍ତ୍ତମାନ ପୁରା ଦେଶରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ନୂତନ ଉପ ପ୍ରଜାତିର ଲକ୍ଷଣ କ’ଣ ଓ କେଉଁମାନଙ୍କ ପାଇଁ ଏହା ବିପଦ ସେ ବିଷୟରେ ଜାଣିବା..
କରୋନାର ଓମିକ୍ରନ ଉପ ପ୍ରଜାତି ଜେଏନ୍‌.୧ ପ୍ରଥମ ଥର ପାଇଁ ୨୦୨୩ରେ ଚିହ୍ନଟ ହୋଇଥିଲା। ଓମିକ୍ରନ ଉପ ପ୍ରଜାତି ବିଏ.୨.୬୮ରୁ ସୃଷ୍ଟି। ଏହି ପ୍ରଜାତିରେ ଅଧିକ ମ୍ୟୁଟେଶନ୍‌ ଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ତେଣୁ ଏହା ଦ୍ରୁତ ଗତିରେ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ସିଡିସି ଅନୁସାରେ, ଏହାର ପ୍ରାରମ୍ଭିକ ଲକ୍ଷଣ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ସହିତ ପ୍ରାୟତଃ ସମାନ। ଯେପରିକି ଭୂତାଣୁ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ନାକରୁ ପାଣି ଗଡ଼ିବା, ଶୁଖିଲା କାଶ, ଜ୍ବର, ଗଳା ଦରଜ, ନିଃଶ୍ବାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା, ତରଳ ଝାଡ଼ା, ବାନ୍ତି, ଥଣ୍ଡା ଅନୁଭବ ଇତ୍ୟାଦି ହୋଇଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖିଲାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସାରେ ରହିବା ଆବଶ୍ୟକ ।
ଏମାନଙ୍କୁ ଅଧିକ ବିପଦ: ଏହି ପ୍ରଜାତି ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ତେବେ ରୋଗପ୍ରତିରୋଧକ ଶକ୍ତି କମ୍‌ଥିବା ବ୍ୟକ୍ତି, ଟିକା ନ ନେଇଥିବା ଲୋକ, ବୟସ୍କ ନାଗରିକ, ଅଣନିୟନ୍ତ୍ରିତ ଉଚ୍ଚ ରକ୍ତଚାପ, ମଧୁମେହ, ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟା, ଶ୍ବସନ ସଂକ୍ରମଣ, ବିଭିନ୍ନ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ନୂତନ ପ୍ରଜାତି ଅଧିକ ବିପଦ।
ସତର୍କତାରୁ ସୁରକ୍ଷା: ସତର୍କତା ଅବଲମ୍ବନ କରି ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିହେବ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ, ଭିଟାମିନ୍‌ -ସି,ଏ,ଡି ଏବଂ ଇ ଜରୁରି। ଭିଡସ୍ଥାନକୁ ଯିବା ଅନୁଚିତ। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଆବଶ୍ୟକ। ସେହିପରି ନିଦ ପୂରା କରିବା ସହ ଶରୀରକୁ ଆବଶ୍ୟକତା ଅନୁଯାୟୀ ପାଣି ପିଇବା ଆବଶ୍ୟକ।
ଏସିଆରେ ଦ୍ରୁତଗତିରେ ବ୍ୟାପୁଛି କରୋନା, ସିଙ୍ଗାପୁରରୁ ୧୪ ହଜାର ନୂଆ ରୋଗୀ ଚିହ୍ନଟ
ସିଙ୍ଗାପୁର: କରୋନା ଭୂତାଣୁ ପୁଣି କାୟା ବିସ୍ତାର କରିବାରେ ଲାଗିଛି। ଏସିଆର ଅନେକ ଦେଶରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସିଙ୍ଗାପୁର, ହଂକଂ, ଚୀନ୍‌ ଏବଂ ଥାଇଲାଣ୍ଡ ଭଳି ଦେଶରେ ଏହା ଚିନ୍ତା ବଢ଼ାଇଲାଣି । ଏବେ ଓମିକ୍ରନର ନୂଆ ପ୍ରଜାତି ଜେଏନ୍‌୧ ଏବଂ ଏହାର ଉପ-ପ୍ରଜାତି ଏଲଏଫ୭, ଏନବି୧.୮ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି। ଏହି ଭୂତାଣୁ ସିଙ୍ଗାପୁରରେ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। କେବଳ ମେ’ ମାସ ପ୍ରାରମ୍ଭରେ ୧୪ ହଜାରରୁ ଅଧିକ ମାମଲା ସାମ୍‌ନାକୁ ଆସିଛି। ଏପ୍ରିଲ ଶେଷରେ ଏହି ସଂଖ୍ୟା ୧୧,୧୦୦ ଥିଲା। ଏବେ ମାମଲା ୨୮ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଆଇସିୟୁ ରୋଗୀସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଏହି ପ୍ରଜାତି ପୂର୍ବାପେକ୍ଷା ଅଧିକ ବିପଜ୍ଜନକ ବୋଲି ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। କିନ୍ତୁ ଏହି ଲହରରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ବେଶି ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି।
ସିଙ୍ଗାପୁରକୁ ଦେଖି ଚୀନ୍‌ ଏବଂ ଥାଇଲାଣ୍ଡ ସତର୍କ ହୋଇଯାଇଛନ୍ତି। ଚୀନ୍‌ରେ ରୋଗୀସଂଖ୍ୟା ଦ୍ବିଗୁଣିତ ହୋଇଯାଇଛି। ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଇଛି। କରୋନା ଲହର ଦ୍ରୁତଗତିରେ ବ୍ୟାବିପାରେ ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି। ଥାଇଲାଣ୍ଡରେ ଦୁଇଟି ଅଲଗା ଅଲଗା ପ୍ରଜାତିର ମାମଲା ବୃଦ୍ଧି ପାଉଛି। ଭାରତରେ ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ, ୨ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍ । ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ ସୂଚନା ଦିଆଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥବସ୍ଥା ଠିକ୍ ରହିଛି ଏବଂ ସେ ହସ୍ପିଟାଲ ନଯାଇ ଘରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
ଗତକାଲି ଓଡିଶାରୁ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଥିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବହୁବିଧ ରୋଗରେ ପୀଡ଼ିତ ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
୯,୦୦୦ ଉପରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୬୫୭ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଏହା ୯,୩୩୫ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୯,୬୨୯ ଥିଲା।
ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୯ ଥିଲା। ଏହି ସମୟରେ ସକ୍ରିୟ ମାମଲା ୫୭ ହଜାର ୪୧୦ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୬୧ ହଜାର ୧୩ ଥିଲା। ସେହିପରି ୨୪ ଘଣ୍ଟାରେ ୧୨,୯୩୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା୯,୨୧୩ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୪୨୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୫ ହଜାର ୮୨୭ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୩ ଲକ୍ଷ ୩୫ ହଜାର ୯୭୭ ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୬୯ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୪.୪୯ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୫.୩୮ ପ୍ରତିଶତ ରହିଛି। ଏବଂ ସାପ୍ତାହିକ ସଂକ୍ରମଣ ୫.୬୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି।
୧୨,୦୦୦ ଉପରେ ଦେଶରେ ଦୈନିକ ସଂକ୍ରମଣ, ୪୨ ମୃତ
ନୂଆଦିଲ୍ଲୀ: ଦେଶରେ ଆଜି ବି ଦୈନିକ କରୋନା ସଂଖ୍ୟା ୧୨ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ୧୨,୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ଟିଭ୍ କେସ୍‌ ୬୭,୫୫୬ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୪,୪୮,୮୧,୮୭୭ ହୋଇଛି। ଦିନକରେ ୪୨ ଜଣଙ୍କର ଜୀବନ ନେଇଛି କରୋନା। କେବଳ କେରଳରେ ପୁନଃ ଗଣନାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୩୦୦ ହୋଇଛି।
ଦେଶରେ ଗତ ୨୪ ଘଣ୍ଟାରେ ୨୭ ମୃତ, ୧୦ ହଜାରରୁ ଅଧିକ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି, ସଂକ୍ରମଣ ପୁଣି ବଢ଼ିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାପରେ ଦେଶରେ ଆକ୍ଟିଭ ମାମଲା ବଢି ୫୩ ହଜାର ୭୨୦ରେ ପହଞ୍ଚିଛି। ଶୁକ୍ରବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୧୦୯ ଥିବା ବେଳେ ଶନିବାର ଏହା କମ ରହିଛି। ହେଲେ ଶନିବାର ମୃତ୍ୟୁ ସଂଖ୍ୟା ଶୁକ୍ରବାରଠାରୁ ଅଧିକ ହୋଇଛି। ଗତ ୧୪ ଘଣ୍ଟାରେ କରୋନା ସଂକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ଗୁଜରାଟରେ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି।
ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି, ସଂକ୍ରମଣ ପୁଣି ବଢ଼ିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି। ସେହିପରି ସୁସ୍ଥତା ହାରରେ ମଧ୍ୟ ବୃଦ୍ଧି ହୋଇଛି। ସକ୍ରିୟ ମାମଲା ୪୪ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଏହା ୧୦,୧୫୮ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୭,୮୨୫ଥିଲା। ଫଳରେ ଗୋଟିଏ ଦିନରେ ଏହା ୩୦ ପ୍ରତିଶତ ବୃଦ୍ଧି ହୋଇଛି।
ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୫ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୫ ଥିଲା। ଏହି ସମୟରେ ସକ୍ରିୟ ମାମଲା ୪୪ ହଜାର ଟପିଛି। ଏହା ୪୪ ହଜାର ୯୯୮ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪୦ ହଜାର ୨୧୫ ଥିଲା। ସେହିପରି ୨୪ ଘଣ୍ଟାରେ ୫,୩୫୬ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪,୬୯୨ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୮୬ ହଜାର ୧୬୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୨ ଲକ୍ଷ ୧୦ ହଜାର ୧୨୭ ଜଣ ସୁସ୍ଥ ହୋଇ ସାରିଛନ୍ତି।
ଆଜି ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୫,୩୦୦ ଉପରେ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି। ସେହିପରି ସୁସ୍ଥତା ହାରରେ ମଧ୍ୟ ବୃଦ୍ଧି ହୋଇଛି। ସକ୍ରିୟ ମାମଲା ୨୬ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୫ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଏହା ୫,୩୨୮ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୪,୪୩୧ ଥିଲା।
ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ୨୫ ହଜାର ଟପିଛି। ଏହା ୨୫ ହଜାର ୫୮୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୩ ହଜାର ୦୯୧ ଥିଲା। ସେହିପରି ୨୪ ଘଣ୍ଟାରେ ୨,୮୨୬ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨,୫୦୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୨୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୩୯ ହଜାର ୫୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୮୨ ହଜାର ୫୩୮ ଜଣ ସୁସ୍ଥ ହୋଇ ସାରିଛନ୍ତି।
ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ଟପିଲା ସଂକ୍ରମଣ, ସକ୍ରିୟ ମାମଲା ୧୫ ହଜାର
ନୂଆଦିଲ୍ଲୀ : ଦେଶରେ  ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଏହା ୩,୦୧୬ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୨,୧୫୧ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୪ ଥିଲା। ଏହି ସମୟରେ ସକ୍ରିୟ ମାମଲା ୧୩ ହଜାର ଟପିଛି। ଏହା ୧୩ ହଜାର ୫୦୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୧ ହଜାର ୯୦୩ ଥିଲା। ସେହିପରି ୨୪ ଘଣ୍ଟାରେ ୧,୩୯୬ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧,୨୨୨ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୬୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୧୨ ହଜାର ୬୯୨ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୬୮ ହଜାର ୩୨୧ ଜଣ ସୁସ୍ଥ ହୋଇ ସାରିଛନ୍ତି।
ପେକିଂ ବିଶ୍ୱବିଦ୍ୟାଳୟ ରିପୋର୍ଟରେ ସାଙ୍ଘାତିକ ତଥ୍ୟ: ଚୀନ୍‌ରେ ମୋଟ ଜନସଂଖ୍ୟାର ୬୪ ପ୍ରତିଶତ କରୋନା ସଂକ୍ରମିତ
ବେଜିଂ(ଏଜେନ୍ସି): କରୋନା ସଂକ୍ରମଣକୁ ନେଇ ଏବେ ଚୀନ୍ର ସ୍ଥିତି ସମ୍ପୂର୍ଣ୍ଣ ଦୋହଲିଯାଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଏତେ ମାତ୍ରାରେ ବଢିଛି ଯେ ସ୍ଥିତି ସମ୍ଭାଳିବା କଠିନ ହୋଇପଡ଼ିଛି। ସଂକ୍ରମଣ ବଢିବା ପରେ ବିଭିନ୍ନ ସ୍ତରରେ କରାଯାଇଥିବା ଆକଳନ ଅନୁସାରେ ଦୁଇରୁ ତିନି ମାସ ମଧ୍ୟରେ ଚୀନ୍ ରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏବେ ବେଜିଂସ୍ଥିତ ପେକିଂ ୟୁନିଭର୍ସିଟି ଯେଉଁ ରିପୋର୍ଟ ପ୍ରକାଶ କରିଛି ତଦ୍ବାରା ମୃତ୍ୟୁସଂଖ୍ୟା ଢେର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଜାନୁଆରୀ ୧୧ ତାରିଖ ସୁଦ୍ଧା ଚୀନରେ ୯୦ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଯାହାକି ମୋଟ ଜନସଂଖ୍ୟାର ୬୪ ପ୍ରତିଶତ।
ବର୍ତ୍ତମାନ ସୁଦ୍ଧା ଦେଶର ପ୍ରତ୍ୟେକ ଭାଗରେ ଲୋକ ସଂକ୍ରମଣର ଶିକାର ହୋଇସାରିଥିଲା ବେଳେ ଗାନ୍ସୁ ପ୍ରଦେଶରେ ପ୍ରାୟ ଶତପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ଏହି ପ୍ରଦେଶର ୯୧ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ରିପୋର୍ଟ ଆସିବାକୁ ବାକି ରହିଛି। ସେହିପରି ୟୁନାନ୍ ପ୍ରଦେଶର ୮୪ ପ୍ରତିଶତ ଲୋକ ସଂକ୍ରମିତ ହୋଇସାରିଥିଲା ବେଳେ ଏହା ପଛକୁ କିଂଘାଇ ପ୍ରଦେଶର ୮୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବା କୁହାଯାଇଛି।
ଅନ୍ୟପକ୍ଷରେ ଏବେ ଗ୍ରାମାଞ୍ଚଳରେ ଦ୍ରୁତଗତିରେ ସଂକ୍ରମଣ ବ୍ୟାପିବ ବୋଲି କୁହାଯାଇଛି। ଚୀନ୍ ରେ ବର୍ତ୍ତମାନ ନବବର୍ଷ ପାଳନ କରାଯାଉଛ। ଯାହାକୁ ନେଇ ସହରାଞ୍ଚଳରୁ ଅଧିକାଂଶ ଲୋକ ନିଜ ନିଜ ଗାଁକୁ ଯାଇଛନ୍ତି। ଏହାଦ୍ବାରା ଆଉ କିଛି ସପ୍ତାହ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ସେହିପରି ଚୀନ୍ ରେ କରୋନା ସଂକ୍ରମଣ ଆହୁରି ଦୁଇ ରୁ ତିନି ମାସ ଯାଏଁ ରହିବ। ଫଳରେ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ଚୀନ୍ ର ଏଭଳି ସ୍ଥିତିକୁ ନେଇ ବିଶ୍ବସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ବିଶେଷକରି ଚୀନ୍ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟାକୁ ନେଇ ସଠିକ୍ ତଥ୍ୟ ଦେଉ ନଥିବାରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ସମସ୍ୟା ସୃଷ୍ଟି ହୋଇଥିବା ‘ହୁ’ କହିଛି। ଏଭଳି ସ୍ଥିତି ଅନ୍ୟ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ବିପଦ ଆଣିପାରେ ବୋଲି ମଧ୍ୟ ହୁ କହିଛି।
ଜାନୁଆରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ, ଆଗାମୀ ୪୦ ଦିନ ଗୁରୁତ୍ବପୂର୍ଣ୍ଣ
ନୂଆଦିଲ୍ଲୀ: ଜାନୁଆରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ । ଜଟିଳ ହୋଇପାରେ ପରିସ୍ଥିତି । ଆଗାମୀ ୪୦ ଦିନ ଗୁରୁତ୍ବପୂର୍ଣ୍ଣ ହେବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୪ ଦିନ ମଧ୍ୟରେ ୪୧ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି । ଡିସେମ୍ବର ୨୪ ରୁ ୪୯୮ ଟି ଅନ୍ତର୍ଜାତୀୟ ବିମାନ ଚଳାଚଳର ଯାଞ୍ଚ୍‌ କରାଯାଇଛି । ଏହି ସମୟ ମଧ୍ୟରେ କରୋନା ପଜିଟିଭ ମିଳି ଥିବା ଯାତ୍ରୀଙ୍କ ସମସ୍ତ ନମୁନା ଜିନୋମ ସିକୁଏନ୍ସ ପାଇଁ ପଠାଯାଇଛି ।
ସେହିପରି ଚୀନ ସମେତ ଅନ୍ୟ କିଛି ଦେଶରେ କରୋନାର ମାମଲା ଲଗାତାର ବୃଦ୍ଧି ପାଉଥିବା ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ବିମାନବନ୍ଦରରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ରାପିଡ ଟେଷ୍ଟିଙ୍ଗ୍ ମଧ୍ୟ ଆରମ୍ଭ କରିଛନ୍ତି । ଏଥିରେ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ଚେନ୍ନାଇ ବିମାନ ବନ୍ଦରରେ ବୁଧବାର ଦୁଇ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ବେଙ୍ଗାଲୁରୁରେ ବିମାନବନ୍ଦରରେ ଚାରି ଜଣ ବିଦେଶୀ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିବ ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ।
ନୂଆଦିଲ୍ଲୀ: କିଛି ଦିନର ଅନ୍ତରାଳରେ ପୁଣିଥରେ ମହାମାରୀ କରୋନା ସଂକ୍ରମଣର ବିସ୍ଫୋରଣକୁ ଦେଖି ସତର୍କ ହୋଇପଡିଛନ୍ତି ଭାରତ ସରକାର। ନିକଟରେ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ‘INCOVACC’ କୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଏହି ଟିକାକୁ ସରକାରଙ୍କ ମଞ୍ଜୁରି ମିଳିବା ପରେ ଏବେ ଏହାର ମୂଲ୍ୟ ଘୋଷଣା କରାଯାଇଛି । ଏହି ନାଜାଲ୍ ଟିକାର ଗୋଟିଏ ଡୋଜର ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି । ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି ।
ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ । ଏହାକୁ କୌଣସି କଷ୍ଟରେ ଲୋକେ ଗ୍ରହଣ କରିପାରିବେ । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍‌ସିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ। ଟ୍ରାଏଲ୍ ସମୟରେ ଟିକା ନେଉଥିବା ଲୋକଙ୍କ ଦେହରେ ନାଜାଲ ଭ୍ୟାକସିନ୍ ଆଣ୍ଟିବଡି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି ।