Khalistan Critic - The Sakala

କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ
କାନାଡାରେ ପୁଣି ଥରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କାନାଡାରେ ବସବାସ କରୁଥିବା ପଞ୍ଜାବୀ ମୂଳର ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲ (Nancy Grewal)ଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ସହ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଘଟଣା ବିଷୟରେ କ’ଣ କହୁଛି ପୋଲିସ?

ପୋଲିସ ରିପୋର୍ଟ ଅନୁଯାୟୀ, ଘଟଣାଟି ମଙ୍ଗଳବାର ରାତି ପ୍ରାୟ ୯:୩୦ ସମୟରେ ଘଟିଥିଲା। କାନାଡାର ଓଣ୍ଟାରିଓ ସ୍ଥିତ ଲାସାଲ୍ (LaSalle) ଅଞ୍ଚଳରେ ନାନ୍ସିଙ୍କ ଘର ରହିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନାନ୍ସି ଗୁରୁତର ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହାକୁ ଏକ ହତ୍ୟା ମାମଲା (Homicide) ଭାବେ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଖାଲିସ୍ତାନୀ ବିରୋଧୀ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ ନାନ୍ସି

୪୫ ବର୍ଷୀୟା ନାନ୍ସି ଗ୍ରେୱାଲ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିଲେ। ସେ ପଞ୍ଜାବର ରାଜନୀତି ଏବଂ ସାମାଜିକ ପ୍ରସଙ୍ଗ ଉପରେ ନିଜର ବେବାକ୍ ମତ ରଖୁଥିଲେ। ବିଶେଷକରି ଖାଲିସ୍ତାନୀ ଗତିବିଧିକୁ ବିରୋଧ କରି ସେ ଅନେକ ଭିଡିଓ ପୋଷ୍ଟ କରିଥିଲେ, ଯାହାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ତେବେ ତାଙ୍କ ହତ୍ୟା ପଛରେ ଏହି କାରଣ ରହିଛି କି ନାହିଁ, ସେ ନେଇ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ହତ୍ୟାକାରୀ ଫେରାର, ସିସିଟିଭି ଫୁଟେଜ୍ ଯାଞ୍ଚ ଚାଲିଛି

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଏହାକୁ ଏକ "ଇନୋଲେଟେଡ୍ ଇନସିଡେଣ୍ଟ" ବା ବିଚ୍ଛିନ୍ନ ଘଟଣା ବୋଲି କହିଛି ଏବଂ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରୁଛି ଏବଂ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।