Amazon - The Sakala

ଆମାଜନର ବଡ଼ ନିଷ୍ପତ୍ତି: ୧୪,୦୦୦ କର୍ମଚାରୀଙ୍କୁ ପୁଣି ଛଟେଇ କରିବ କମ୍ପାନୀ !
ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ(Amazon) ପୁଣି ଥରେ ଏକ ବଡ଼ ଧରଣର ଛଟେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, କମ୍ପାନୀ ଆସନ୍ତା ସପ୍ତାହରୁ ପ୍ରାୟ ୧୪,୦୦୦ କର୍ପୋରେଟ୍ ପଦବୀ ଉଚ୍ଛେଦ କରିବାକୁ ଯାଉଛି। ଅକ୍ଟୋବର ୨୦୨୫ ପରେ ଏହା କମ୍ପାନୀର ଦ୍ୱିତୀୟ ବୃହତ ଛଟେଇ ହେବ। ଏହାକୁ ମିଶାଇ କମ୍ପାନୀର ମୋଟ ଛଟେଇ ସଂଖ୍ୟା ୩୦,୦୦୦ ରେ ପହଞ୍ଚିବାର ସମ୍ଭାବନା ରହିଛି, ଯାହା ଆମାଜନର ତିନି ଦଶନ୍ଧିର ଇତିହାସରେ ସବୁଠାରୁ ବଡ଼ ଛଟେଇ ଅଭିଯାନ ବୋଲି କୁହାଯାଉଛି।

ଏହି ନୂତନ ପର୍ଯ୍ୟାୟର ଛଟେଇ ମୁଖ୍ୟତଃ Amazon Web Services (AWS), ରିଟେଲ ଅପରେସନ୍ସ, Prime Video ଏବଂ ମାନବ ସମ୍ବଳ ବିଭାଗ (ଯାହା PXT ନାମରେ ପରିଚିତ) ଉପରେ ପ୍ରଭାବ ପକାଇବ ବୋଲି ଜଣାପଡ଼ିଛି। ପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ କମ୍ପାନୀ ସମାନ ସଂଖ୍ୟକ ଅର୍ଥାତ୍ ପ୍ରାୟ ୧୪,୦୦୦ ହ୍ୱାଇଟ୍-କଲର୍ (white-collar) ଚାକିରି କାଟିଥିଲା। ଏହି ଛଟେଇ କମ୍ପାନୀର ପ୍ରାୟ ୩,୫୦,୦୦୦ କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ୧୦% କୁ ପ୍ରଭାବିତ କରିବ।

ପ୍ରଥମେ ଏହି ଛଟେଇ ପଛରେ କୃତ୍ରିମ ବୁଦ୍ଧିମତା ବା AI ଏବଂ ଆର୍ଥିକ କାରଣ ଥିବା କୁହାଯାଉଥିଲା। ତେବେ କମ୍ପାନୀର ସିଇଓ Andy Jassy ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ଆର୍ଥିକ ସଞ୍ଚୟ କିମ୍ବା AI ଚାଳିତ ନୁହେଁ, ବରଂ 'କମ୍ପାନୀ ସଂସ୍କୃତି' (Culture) କୁ ସୁଧାରିବା ପାଇଁ ଏକ ପଦକ୍ଷେପ। ଜାସୀଙ୍କ ଅନୁଯାୟୀ, କମ୍ପାନୀରେ ଥିବା ଅତ୍ୟଧିକ ଅଫିସର ଶାସନ (Bureaucracy) ଏବଂ ଜଟିଳତାକୁ ଦୂର କରି ଏକ ଷ୍ଟାର୍ଟଅପ୍ ଭଳି କ୍ଷିପ୍ର ଗତିରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ୍ପାନୀ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ସାଙ୍ଗଠନିକ ଢାଞ୍ଚାକୁ ହାଲୁକା କରିବା ଜରୁରୀ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି।

ପ୍ରଭାବିତ କର୍ମଚାରୀମାନଙ୍କ ପାଇଁ କମ୍ପାନୀ ପକ୍ଷରୁ କିଛି ସହାୟତା ଘୋଷଣା କରାଯାଇଛି। ଅକ୍ଟୋବର ଛଟେଇ ଭଳି, ଏଥର ମଧ୍ୟ କର୍ମଚାରୀମାନଙ୍କୁ କମ୍ପାନୀ ଭିତରେ ଅନ୍ୟ ପଦବୀ ଖୋଜିବା କିମ୍ବା ବାହାରେ ଚାକିରି ପାଇବା ପାଇଁ ସମୟ ଦିଆଯିବ। ଏହା ସହିତ କ୍ଷତିପୂରଣ (Severance pay), ଆଉଟପ୍ଲେସମେଣ୍ଟ ସେବା ଏବଂ ବର୍ଦ୍ଧିତ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯିବ।

୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରି କଲା ଆମାଜନ୍‌
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀଙ୍କୁ ବଡ ଝଟକା । ଟ୍ଵିଟର ଏବଂ ମେଟା ପରେ ବିଶ୍ୱର ବଡ କମ୍ପାନୀ ଆମାଜନ ମଧ୍ୟ କର୍ମଚାରୀ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ମାନ୍ଦାବାସ୍ଥା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ‘ଆମାଜନ୍’ ନୋଟିସ ଜାରି କରିଛି। ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଣ୍ଡି ଜେସୀ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଛଟେଇ ନିଷ୍ପତ୍ତି ସମ୍ବନ୍ଧରେ ୧୮ ଜାନୁଆରୀ ଠାରୁ ସୂଚନା ଦିଆଯିବ।

ଜେସୀଙ୍କ କହିବା ଅନୁଯାୟୀ ଏହାର ପ୍ରଭାବ କମ୍ପାନୀର ଇ-କମର୍ସ ଏବଂ ମାନବସମ୍ବଳ ବିଭାଗ ଉପରେ ପଡ଼ିବ। ତେବେ ଅର୍ଥନୀତିରେ ଅସ୍ଥିରତା ଯୋଗୁଁ କର୍ମଚାରୀଙ୍କ ଛଟେଇ ନିଷ୍ପତ୍ତି ନିଆଯାଇଥିବା ନେଇ କହିଛନ୍ତି ଅଧକାରୀ। ସେ ଆହୁରି କହିଛନ୍ତି କି, ଛଟେଇ ଯୋଗୁଁ ଲୋକଙ୍କୁ ଅସୁବିଧା ହେବ ବୋଲି କମ୍ପାନିର ନେତୃତ୍ୱ ସଚେତନ ଅଛନ୍ତି। ସେଥିପାଇଁ, ଖାମଖିଆଲି ଭାବେ ଆମେ ଏ ନିଷ୍ପତ୍ତି ଗ୍ରହଣ କରିନାହୁଁ। ପ୍ରଭାବିତ ହେଉଥିବା କର୍ମଚାରୀମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ସେପାରେସନ୍ ପେମେଣ୍ଟ, ଟ୍ରାଞ୍ଜିସ୍‌ନାଲ୍ ହେଲ୍‌ଥ୍ ଇନ୍‌ସ୍ୟୁରାନ୍‌ସ ଏବଂ ଏକ୍ସଟର୍‌ନାଲ୍ ଜବ୍ ପ୍ଲେସ୍‌ମେଣ୍ଟ୍ ସପୋର୍ଟ ଆଦି ପ୍ୟାକେଜ୍ ଯୋଗାଇ ଦେବୁ।

ସୂଚନାଯୋଗ୍ୟ, ମହାମାରୀ ସମୟରେ ‘ଆମାଜନ୍’ ବହୁସଂଖ୍ୟକ କର୍ମଚାରୀଙ୍କୁ ଦ୍ରୁତ ନିଯୁକ୍ତି ଦେଇଥିଲା। ଯାହା ଏବେ କମ୍ପାନୀର ଅଭିବୃଦ୍ଧିର କାରଣ ପାଲଟିଛି। ଏଥିପାଇଁ କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ବବ୍ୟାପୀ ‘ଆମାଜନ୍’ ଗ୍ରୁପରେ୧୫ ଲକ୍ଷ କର୍ମଚାରୀ ଥିଲେ। ଆମାଜନର ଅଭିବୃଦ୍ଧି ଦ୍ରୁତ ଭାବେ ହ୍ରାସ ପାଉଥିବାରୁ ହଜାର ହଜାର କର୍ମଚାରୀଙ୍କୁ ଏଭଳି ଭୋଗିବାକୁ ପଡିବ ।

ଆମାଜନ୍ ପ୍ରଥମେ ଗତ ବର୍ଷ ନଭେମ୍ବର ମାସରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିଥିଲା। କେବଳ ଆମାଜନ ନୁହେଁ ଫେସବୁକ୍‌ ମଧ୍ୟ ୧୧ ହଜାର କର୍ମଚାରୀଙ୍କ ଛଟେଇ କରିଛି। ଏହା ବ୍ୟତୀତ ଟ୍ବିଟର, ମାଇକ୍ରୋସଫ୍ଟ, ଇଣ୍ଟେଲ, ଏଚପି ସହ ଅନେକ କମ୍ପାନୀ ୨୦୨୨ ଛଟେଇ କରିବା ନେଇ ଘୋଷଣା କରିଥିଲେ।

୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ
ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନର କର୍ମଚାରୀ ଛଟେଇ ପ୍ରକ୍ରିୟାକୁ ନେଇ ଏବେ ନିଯୁକ୍ତି କ୍ଷେତ୍ର ଭାରୀ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। କିଛି ଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନୀ ଘୋଷଣା କରିଥିଲା। ହେଲେ ଏବେ କମ୍ପାନୀ ପକ୍ଷରୁ ଯେଉଁ ସୂଚନା ମିଳିଛି ତାହାକୁ ନେଇ କର୍ମଚାରୀ ମହଲରେ ଭାଳେଣି ପଡ଼ିଛି। କମ୍ପାନୀ ୨୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଇଛି।

ରିପୋର୍ଟ ଅନୁଯାୟୀ ଆମାଜନ କମ୍ପାନୀ ପୂର୍ବ ଯୋଜନା ତୁଳନାରେ ଅଧିକ ବିଭାଗରେ ଛଟେଇ କରିପାରେ। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର, ଟେକ୍ନୋଲୋଜି ଷ୍ଟାଫ ଏବଂ କର୍ପୋରେଟ୍ ଏକଜିକ୍ୟୁଟିଭ୍‌ର କର୍ମଚାରୀ ସାମିଲ ରହିବେ। ଆଗାମୀ ମାସରେ ଏସବୁ କର୍ମଚାରୀଙ୍କ ଛଟେଇ ସମ୍ପର୍କରେ କମ୍ପାନୀ ଘୋଷଣା କରିପାରେ ବୋଲି କୁହାଯାଇଛି। ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡି ଜେସିଙ୍କ ସୂଚନା ଅନୁସାରେ କମ୍ପାନୀ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରୁ କର୍ମଚାରୀ ଛଟେଇ କରାଯିବ। ହେଲେ କେତେ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ। ତେବେ କମ୍ପାନୀ ନିଜର ମୋଟ ୧୫ ଲକ୍ଷ କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ୬ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଲକ୍ଷ୍ୟ ରଖିଥିବାରୁ ଅଧିକ ହାରରେ ଲୋକ ଚାକିରି ହରାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଭାରତରେ ‘ଫୁଡ୍ ଡେଲିଭରି ସର୍ଭିସ୍’ ବନ୍ଦ କରିବ ଆମାଜନ
ନୂଆଦିଲ୍ଲୀ: ଅନଲାଇନ ପ୍ଳାଟଫର୍ମରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠିତ କମ୍ପାନୀ ଆମାଜନ ଭାରତରେ ଫୁଡ ଡେଲିଭରି ସର୍ଭିସ ବନ୍ଦ କରିବାକୁ ଘୋଷଣା କରିଛି। ଆସନ୍ତା ଡିସେମ୍ବର ମାସ ୨୯ ତାରିଖରୁ ଏହି ସେବା ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଥିଲା ବେଳେ ଏହାପରେ ଗ୍ରାହକମାନଙ୍କୁ ଏହା ଉପଲବ୍ଧ ହେବ ନାହିଁ। ଏ ନେଇ ଆମାଜନ ପକ୍ଷରୁ ରେଷ୍ଟୁରାଣ୍ଟ ଅଂଶୀଦାରମାନଙ୍କୁ ମଧ୍ୟ ଅବଗତ କରିଦିଆଯାଇଛି। ଆମାଜନ ମାତ୍ର ଦୁଇ ବର୍ଷ ତଳେ ମେ’ ୨୦୨୦ରେ ବେଙ୍ଗାଲୁରୁରେ ଏହି ସେବା ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଫୁଡ୍‌ ଡେଲିଭରି ସର୍ଭିସ ବ୍ୟତୀତ ଆମଜାନ ପୂର୍ବରୁ ଆଡଟେକ୍ ସର୍ଭିସ୍ ମଧ୍ୟ ବନ୍ଦ କରିସାରିଛି। ସାଂପ୍ରତିକ ବିଶ୍ବ ଅର୍ଥନୀତି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀ ପୁଞ୍ଜି ଖଟାଇବା ଦିଗରେ କାଣ୍ଟଛାଣ୍ଟ କରିଥିବା ବେଳେ କର୍ମଚାରୀଙ୍କ ଛଟେଇ ମଧ୍ୟ ଆରମ୍ଭ କରିଛି। ତେବେ କମ୍ପାନୀ ରେଷ୍ଟୁରାଣ୍ଟ ଅଂଶୀଦାରମାନଙ୍କ ବିଜନେସ୍ ଡିଲ ପୁରା କରିବା ସାଙ୍ଗକୁ ସମସ୍ତ ଚୁକ୍ତି ପୁରଣ କରିବ ବୋଲି କହିଛି। ଏ ସମ୍ପର୍କରେ ଆମାଜନ କର୍ତ୍ତୃପକ୍ଷ କହିଛନ୍ତି ଯେ ବାର୍ଷିକ ଅପରେଟିଂ ରିଭ୍ୟୁରେ ଏହି ସେବାକୁ ଆଉ ଆଗକୁ ଚଳାଇ ରଖି ହେବ ନାହିଁ। ଏଣୁ କମ୍ପାନୀ ସତର୍କତାପୂର୍ବକ ୨୯ ଡିସେମ୍ବର ୨୦୨୨ରୁ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଫୁଡ ଡେଲିଭରି ସେବା କ୍ଷେତ୍ରରେ ଆମାଜନର ପ୍ରବେଶ କରିବା ପରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନ୍ୟ ଦୁଇ ପ୍ରମୁଖ କମ୍ପାନୀ ସ୍ୱିଗି ଓ ଜମାଟୋ ସହିତ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଏଥିରେ ବେଙ୍ଗାଲୁରୁରେ ଗ୍ରାହକ ପାଖାପାଖି ୩ ହଜାର ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନରୁ ଭାରତୀୟ, ଚାଇନିଜ୍, ଇଟାଲୀୟ, ବିରିୟାନୀ, ବର୍ଗର ଓ ଡେଜର୍ଟ ଆଦି ଅର୍ଡର କରିପାରୁଥିଲେ। ଏଥିଲାଗି ବର୍ଗର କିଙ୍ଗ, ବେହରୋଜ ବିରିୟାନୀ, ଫାସୋସ୍, ଚାୟ ପଏଣ୍ଟ, ଫ୍ରେସମେନ୍ୟୁ ଓ ଅଡିଗା ଭଳି ବହୁ ରେଷ୍ଟୁରାଣ୍ଟ ଓ କ୍ଲାଉଡ କିଚେନ ସହିତ ଆମାଜନ ଚୁକ୍ତିବଦ୍ଧ ହୋଇଥିଲା। ଭାରତରେ କରୋନା କାଳରେ କମ୍ପାନୀ ଏହି କ୍ଷେତ୍ରରେ କାର୍ଯ୍ୟାରମ୍ଭ କରିଥିଲେ ହେଁ ଖୁବ କମ୍‌ ସମୟ ବ୍ୟବଧାନରେ ଆମାଜନର ଚାହିଦା ବଢିଥÒଲା। ମାର୍ଚ୍ଚ ୨୦୨୧ ବେଳକୁ ଏହି ସେବା ବେଙ୍ଗାଲୁରର ୬୨ଟି ଅଞ୍ଚଳରେ ଉପଲବ୍ଧ ହେଉଥିଲା।

ଟ୍ବିଟର, ମେଟା ପରେ ଛଟେଇ କରିବ ଆମାଜନ: ଭାରତରେ ଶହ ଶହ କର୍ମଚାରୀଙ୍କ ଯିବ ଚାକିରି
ନୂଆଦିଲ୍ଲୀ: ଏବେ ଯେମିତି ଚାଲିଛି ଛଟେଇ ଧାରା। କିଛି ଦିନ ତଳେ ଟ୍ବିଟରକୁ ଏଲନ ମସ୍କ ଅକ୍ତିଆର କରିବା ପରେ ବିଶ୍ବସ୍ତରରେ ହଜାର ହଜାର ଟ୍ବିଟରର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ଛଟେଇ କରିଥିଲେ। ଏହି ଘଟଣାର ମାତ୍ର ଅଳ୍ପ ଦିନ ପରେ ଫେସ୍‌ବୁକ୍ ମେଟା ପ୍ଳାଟଫର୍ମରେ କାର୍ଯ୍ୟ କରୁଥିବା ପ୍ରାୟ ୮ ହଜାର କର୍ମଚାରୀଙ୍କୁ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଛଟେଇ କରିବାକୁ ଘୋଷଣା କରିଥିଲା। ଏହାକୁ କିଛି ଦିନ ବିତିଛି କି ନାହିଁ , ବିଶ୍ବର ସର୍ବବୃହତ ଅନଲାଇନ୍ ପ୍ଲାଟଫର୍ମ ଆମାଜନ ସପ୍ତାହକ ମଧ୍ୟରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ଏହିକ୍ରମରେ ଭାରତରେ କାର୍ଯ୍ୟ କରୁଥିବା ଆମାଜନ କମ୍ପାନୀର ଶହ ଶହ କର୍ମଚାରୀ ନିଯୁକ୍ତି ହାରାଇବାକୁ ଯାଉଛନ୍ତି।

ବର୍ତ୍ତମାନ ଭାରତରେ ଆମାଜନ ଇ-କମର୍ସ, ୱେବ୍ ସର୍ଭିସ ଏବଂ ଭିଡିଓ ଷ୍ଟ୍ରିମିଂ ଆଦି ପରିଚାଳନା କରୁଥିବା ବେଳେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରାୟ ୧୧ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି। କିନ୍ତୁ କମ୍ପାନୀର ଏଭଳି ଘୋଷଣାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ସପ୍ତାହକ ମଧ୍ୟରେ ବିଶ୍ବ ସ୍ତରରେ ୧୦ ହଜାର କର୍ମଚାରୀଙ୍କୁ କାଢିବା ଲାଗି କମ୍ପାନୀ ଘୋଷଣା କରିଥିଲେ ହେଁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ଏହିକ୍ରମରେ ଭାରତରେ ହଜାର ହଜାର କର୍ମଚାରୀ ନିଯୁକ୍ତି ହାରାଇବାର ମଧ୍ୟ ଆଶଙ୍କା ଉପୁଜିଛି। ଫେସବୁକ୍ ମେଟା ପ୍ଲାଟଫର୍ମରୁ ଯେତିକି କର୍ମଚାରୀ ଛଟେଇ ହୋଇଛନ୍ତି ତାହା ଠାରୁ ଅଧିକ କର୍ମଚାରୀ ଆମାଜନରୁ ବିଦା ହୋଇପାରନ୍ତି ବୋଲି ଇକୋନୋମିକ୍ସ ଟାଇମ୍ସ ପକ୍ଷରୁ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି।

ବିଶେଷକରି ଆମାଜନରେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ପ୍ରାୟ ୧ ଲକ୍ଷ କର୍ମଚାରୀ ଅଧିକ ଭାବେ ପ୍ରଭାବିତ ହୋଇପାରନ୍ତି ବୋଲି କୁହାଯାଉଛି। ବର୍ତ୍ତମାନ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ବେଙ୍ଗାଲୁରୁରେ ରହିଛି। ଏଠାରେ ଇଞ୍ଜିନିୟରିଂ ଠାରୁ ଆରମ୍ଭ କରି ୱେବ ସର୍ଭିସ ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭାଗ କାର୍ଯ୍ୟ କରୁଥିବା ବେଳେ ହଜାର ହଜାର କର୍ମଚାରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଏବେ ପ୍ରାୟ ସବୁ ବିଭାଗରୁ କର୍ମଚାରୀଙ୍କୁ ଛଟେଇ କରାଯିବାର ଆଶଙ୍କା ଦେଖାଯାଇଛି।

ଟ୍ବିଟର, ମେଟା ପରେ ଆମାଜନ୍‌ରେ ଛଟେଇ; ୩୫୦୦ରୁ ଅଧିକ କର୍ମଚାରୀଙ୍କ ଗଲା ଚାକିରି
ନୂଆଦିଲ୍ଲୀ(ଏଜେନ୍ସି): ସାରା ବିଶ୍ବକୁ ଏବେ ଘାରିଛି ମାନ୍ଦାବସ୍ଥାର ଭୟ। ଏହି ଆର୍ଥିକ ମାନ୍ଦାବସ୍ଥା ବିଶ୍ବର ନାମୀ କମ୍ପାନୀଗୁଡିକର ସ୍ଥିତିକୁ ଦୋହଲାଇଦେଲାଣି। ବିଶେଷ କରି ଟେକ୍‌ କମ୍ପାନୀଗୁଡିକ ଏବେ ମାନ୍ଦାବସ୍ଥା ଭୟରେ ଆଗୁଆ ସେମାନଙ୍କର କର୍ମଚାରୀଙ୍କୁ ଛୁଟି କରିବାରେ ଲାଗିଛନ୍ତି। ଆମେରିକାରୁ ଏହି ଛଟେଇ ପର୍ବ ଆରମ୍ଭ ହୋଇଛି। ପ୍ରଥମେ ଟ୍ୱିଟର ପରେ ମେଟା (ଫେସବୁକ୍) ଓ ଏବେ ଇ-କମର୍ସ କମ୍ପାନୀ ଆମାଜନ ତା’ର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି। ଫଳରେ କମ୍ପାନୀରୁ ୩୫୦୦ରୁ ଅଧିକ କର୍ମଚାରୀଙ୍କ ଚାକିରି ଯାଇଛି। ବିଶ୍ବର ଏହି ସର୍ବବୃହତ ଅନ୍‌ଲାଇନ୍ ଖୁଚୁରା ଷ୍ଟୋର୍ ଏହାର କର୍ମଚାରୀଙ୍କୁ ପିଙ୍କ୍ ସ୍ଲିପ୍ ଧରାଇବା ଆରମ୍ଭ କରିଦେଇଛି। ଆମାଜନରେ ଛଟେଇ ପାଇଁ ପ୍ରସ୍ତୁତି ସହ ନୂଆ ନିଯୁକ୍ତି ସ୍ଥଗିତ ରଖିଛି।

ଟ୍ୱିଟର ଏବଂ ମେଟାରେ ଛଟେଇ ପରେ ବର୍ତ୍ତମାନ ଆମାଜନର କର୍ମଚାରୀମାନେ ମଧ୍ୟ ଚାକିରି ହରାଇବାକୁ ବିପଦରେ ଅଛନ୍ତି। ଏହି ଛଟେଇ ଅଭିଯାନରେ କମ୍ପାନୀ ବିଶେଷ କରି ଏହାର ରୋବୋଟିକ୍ସର ସବୁ କର୍ମଚାରୀଙ୍କୁ ବିଦା କରିଛି। କମ୍ପାନୀର ଆର୍ଥିକ ଆହ୍ବାନକୁ ଦୃଷ୍ଟିରେ ରଖି ନିଯୁକ୍ତି ପ୍ରକ୍ରିୟା ବର୍ତ୍ତମାନ ସ୍ଥଗିତ ରଖିଛି। ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଫେସବୁକର ସହଯୋଗୀ କମ୍ପାନୀ ମେଟା ଏହାର ୧୧,୦୦୦ କର୍ମଚାରୀଙ୍କ ବାହାର ରାସ୍ତା ଦେଖାଇଥିଲା।

ଲିଙ୍କଡ ଇନ୍‌ ତଥ୍ୟ ମୁତାବକ କମ୍ପାନୀର ରୋବୋଟିକ୍ସ ଡିଭିଜନରେ ଅନୁନ୍ୟ ୩,୭୬୬ କର୍ମଚାରୀ କାମ କରୁଥିଲେ। ତେବେ କେତେ କର୍ମଚାରୀଙ୍କୁ ବାହାର କରାଯାଇଛି ସେ ନେଇ ନିଦ୍ଦିଷ୍ଟ ଭାବେ କିଛି ତଥ୍ୟ ମିଳିନାହିଁ। ସେହିପରି ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ ଆମାଜନ୍‌ ଲାଭ କରିପାରୁ ନ ଥିବା ତା’ର କିଛି ୟୁନିଟ୍‌ର କର୍ମଚାରୀଙ୍କୁ ନୂଆ ଚାକିରି ଖୋଜିବା ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। କାରଣ ଆମାଜନ୍‌ର ଏପରି ପ୍ରକଳ୍ପ ହୁଏତ ବନ୍ଦ ହୋଇପାରେ। କମ୍ପାନୀର ପ୍ୟୁପିଲ ଏକ୍ସପିରିଏନ୍ସ ଏଣ୍ଡ ଟେକ୍ନୋଲୋଜିର ସିନିୟର ଭାଇସ ପ୍ରେସିଡେଣ୍ଟ ବେଥ୍ ଗେଲେଟି ତାଙ୍କ ମେମୋରେ ‘ଅର୍ଥ ବ୍ୟବସ୍ଥାରେ ଅନିଶ୍ଚିତତା ଓ ଗତ ବର୍ଷମାନଙ୍କରେ ଆମେ କେତେ ଲୋକଙ୍କୁ ନିଯୁକ୍ତ କରିଛୁ ଦେଖିବା ପରେ ଗତ ସପ୍ତାହରେ ନୂଆ ନିଯୁକ୍ତିରେ ବିରାମ ଲଗାଇବାକୁ ନିଷ୍ପତ୍ତି ନେଇଥିବା’ ଉଲ୍ଲେଖ କରିଛନ୍ତି। ଅର୍ଥ ବ୍ୟବସ୍ଥା ଓ ବିଜନେସ୍‌ରେ ଯାହା କିଛି ବି ପରିବର୍ତ୍ତନ ହେଉଛି ତା ଉପରେ ନଜର ରଖା ଯାଇଛି। ଯାହା ବୁଝାପଡୁଛି ସେହି ଅନୁସାରେ ବିଜନେସ୍‌କୁ ଆଡଜେଷ୍ଟ କରାଯିବ ବୋଲି କହିଛନ୍ତି। ତେବେ ମେମୋରେ କମ୍ପାନୀ କିଛି ସ୍ୱତନ୍ତ୍ର ପ୍ରୋଜେକ୍ଟରେ ନିଯୁକ୍ତି ଜାରି ରହିବ ବୋଲି କହିଛନ୍ତି। ତେବେ ଏଥିରୁ ଯେଉଁମାନେ ଚାକିରି ଛାଡି ଯିବେ ସେହି ସବୁ ପଦବୀ ପୁଣି ପୁରଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ତେବେ ନିଯୁକ୍ତି ଛଟେଇ କମ୍ପାନୀରେ ନୂଆ କଥା ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ପୂର୍ବରୁ ମଧ୍ୟ କେତେକ ଅବସରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଉଲ୍ଲେଖ କରିଛନ୍ତି।

‘ବାୟ ନାଓ ପେ ଲାଟର’: ସପିଂ ପରେ ବିନା ସୁଧରେ ପୈଠ କରନ୍ତୁ ବିଲ୍
ମୁମ୍ବଇ: ବର୍ତ୍ତମାନ ସମୟରେ ପ୍ରାୟ ଲୋକେ ଅନ୍‌ଲାଇନ ସପିଂ କଲେଣି। ଲୋକଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ସମୟରେ ଇ-କମର୍ସ କମ୍ପାନୀମାନେ ଭିନ୍ନ ଭିନ୍ନ ଅଫର ମଧ୍ୟ ଦେଉଛନ୍ତି। ତେବେ କରୋନା ମହାମାରୀରେ ଆଜିକାଲି ଲୋକେ ଖାଲି ହାତରେ ବସିଛନ୍ତି। ଏଥିରେ ବିଶ୍ୱରେ ୧ ନମ୍ବର ଇ-କମର୍ସ କମ୍ପାନୀ ଆମାଜନ ଏକ ଆକର୍ଷକ ଅଫର ନେଇଆସିଛି। ତାହା ହେଉଛି ‘ବାୟ ନାଓ ପେ ଲାଟର’ (ଏବେ କିଣନ୍ତୁ ପରେ କରିବେ ପୈଠ)। ଯେଉଁଥିରେ ଆମଜନ୍‌ ଆପଣଙ୍କୁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ଲିମିଟ୍ ଦେଉଛି।

ଏଥିରେ ଆପଣ ମିଳିଥିବା କ୍ରେଡିଟ ଲିମିଟ୍ ଭିତରେ ଯେ କୌଣସି ସାମଗ୍ରୀ ଆପଣଙ୍କ ଲାଗି କ୍ରୟ କରିପାରନ୍ତି। ତେବେ ଏହି ସବୁ ସପିଂ ଲାଗି ଆପଣଙ୍କୁ ପରେ ଅର୍ଥ ପୈଠ କରିବାକୁ ହେବ। ଏହି କ୍ରେଡିଟ ଲିମିଟ୍ ମଧ୍ୟରେ ଆପଣ ରିଚାର୍ଜ ଓ ଜରୁରୀ ବ୍ୟୟ ମଧ୍ୟ କରିପାରିବେ। ବିନା କୌଣସି ସୁଧରେ ଆପଣ କରିଥିବା ସପିଂରେ ଅର୍ଥ ପୈଠ କରିବେ। ପୈଠ କରିବା ଲାଗି ଆପଣ ଚାହିଁଲେ ସରଳ କିସ୍ତି (ଇଏମଆଇ) ସୁବିଧା ମଧ୍ୟ ନେଇପାରିବେ। ଏଥିରେ ସପିଂ ବ୍ୟତୀତ ଆପଣଙ୍କୁ କୌଣସି ଅତିରିକ୍ତ ଅର୍ଥ ପୈଠ କରିବାକୁ ପଡିବନାହିଁ। ଆମାଜନର ଏହି ସୁବିଧାରୁ ଲାଭ ଉଠାଇବା ଲାଗି ଆପଣଙ୍କ ବୟସ ଅନୂନ୍ୟ ୨୩ ବର୍ଷ ହୋଇଥିବା ଆବଶ୍ୟକ। ଏହି ଲାଭ ନେବାକୁ ହେଲେ ଆପଣଙ୍କ ଭେରିଫାଏ ମୋବାଇଲ ନମ୍ବରରେ ଆପଣଙ୍କର ଆମାଜନରେ ଆକାଉଣ୍ଟ ଥିବା ଦରକାର। ଏହା ସହ ଆପଣଙ୍କ ପାନ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ସାଙ୍ଗକୁ ଏକ ବୟସର ପ୍ରମାଣପତ୍ର ମଧ୍ୟ ଥିବା ଦରକାର।

ଆମାଜନ ଉପରେ ଲାଗିଲା ୯୬୬ କୋଟିର ଜରିମାନା
ନୂଆଦିଲ୍ଲୀ: ଲୋକପ୍ରିୟ ଅନଲାଇନ୍‌ ବ୍ୟବସାୟ କମ୍ପାନୀ ଆମାଜନ୍‌ ଉପରେ ଏକ ବଡ଼ କାର୍ଯାନୁଷ୍ଠାନ ହୋଇଛି। ଇଟାଲୀ ପ୍ରତିଯୋଗିତା ପ୍ରାଧିକରଣ ଆମାଜନ୍‌ ଉପରେ ୨.୧୩ ବିଲିୟନ୍‌ ୟୁରୋ ବା (ଭାରତୀୟ ମୁଦ୍ରାରେ ୯୬୬ କୋଟି ଟଙ୍କା) ଜରିମାନା ଲାଗୁ କରିଛି। ଏହାସହ ଆମାଜନର ସମସ୍ତ ବ୍ୟାବସାୟିକ ପରିଚାଳନା କାର୍ଯ୍ୟ ଉପରେ ଦୃଷ୍ଟି ଦେବା ପାଇଁ ଏକ ଟ୍ରଷ୍ଟକୁ ଦାୟିତ୍ୱ ଦେଇଛନ୍ତି। ଆମାଜନ ନିଜ ବ୍ୟବସାୟ କାରବାର କ୍ଷେତ୍ରରେ କ୍ଷମତାର ଦୂରୁପଯୋଗ କରିଥିବାରୁ ପ୍ରାଧିକରଣ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମାଜନ ବ୍ୟବସାୟିକ ନିୟମ ଉଲଙ୍ଘନ କରି ନିଜର ଲୋକପ୍ରିୟତା ବଢ଼ାଇ ଅନ୍ୟ ଇ-କମର୍ସ ବ୍ୟବସାୟରେ କ୍ଷତି ପହଞ୍ଚାଇଥିବାରୁ ପ୍ରାଧିକରଣ ଏହି ନିଷ୍ପତ୍ତି ନେଇଛି। ପ୍ରାଧିକରଣ କହିଛି ଯେ, ଆମାଜନର ଏହି ବ୍ୟାବସାୟିକ ଭୁଲ ପଦକ୍ଷେପ ଅକ୍ଷମଣୀୟ ଥିଲା। ସେଥିପାଇଁ ଆମେ ଏହି କମ୍ପାନୀ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲୁ। ଏହି ବିଷୟରେ ଆମାଜନ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇଟାଲୀର ଆଣ୍ଟିଟ୍ରଷ୍ଟ ୱାଚ ଡଗ୍ ଆମାଜନ ଓ ଆପଲ କମ୍ପାନୀ ଉପରେ ୨୨.୫ କୋଟି ଡଲାର (୧,୬୭୬ କୋଟି ଟଙ୍କା) ଜରିମାନା ଲଗାଇଥିଲା। ଆପଲର ବିଟ୍ସ ବ୍ରାଣ୍ଡର ଉତ୍ପାଦ ବିକ୍ରିରେ ମଧ୍ୟ ଇ-କମର୍ସ ନିୟମର ଉଲଙ୍ଘନ କରିଥିଲା।

ଆମାଜନ୍ ରେ ଉପଲବ୍ଧ ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ବିଭିନ୍ନ ପ୍ରକାର ବ୍ୟାଗ୍ ଓ ଘର ସଜ୍ଜା ଜିନିଷ
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ଉତ୍ପାଦକ ଗୋଷ୍ଠୀ ମହିଳାଙ୍କ ହାତ ତିଆରି ସାମଗ୍ରୀ ଏବେ ଆମାଜୋନ୍ ରେ ଉପଲବ୍ଧ ହେଉଛି। ବିଶେଷକରି ମ୍ୟାକ୍ରୋମ୍, ଲାକ୍ୟୁର(ଲାଖ), ଟସର୍, ଝୋଟ, ସବାଇ, ଟେରାକୋଟା ଆଦିରେ ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ବ୍ୟାଗ୍, ଥାଳି ଏବଂ ଘର ସଜ୍ଜା ଜିନିଷ ଅନଲାଇନ୍ ରେ ବିକ୍ରି ହେଉଛି।

ବାଲେଶ୍ଵର ଜିଲ୍ଲାରେ ଓରମାସ୍ ଓ ମିଶନ ଶକ୍ତି ଦ୍ବାରା ୨୯ଟି ଉତ୍ପାଦକ ଗୋଷ୍ଠୀ ଗଠିତ ହୋଇଛି। ଯେଉଁଥିରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଯାହାର ଉନ୍ନତମାନର ପ୍ରଶିକ୍ଷଣ ତଥା ବିକ୍ରି ନିମନ୍ତେ ବାଲେଶ୍ଵର ସହର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳଙ୍କ ସମେତ ଡିଆରଡିଏ ପିଡି ଏବଂ ଓରମାସ୍ ଡେପୁଟି ସିଇଓ ଉପସ୍ଥିତ ଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସେମାନଙ୍କୁ ସହାୟତା, ନୂଆ ମେସିନ୍, ବୈଷୟିକ ଜ୍ଞାନ ଓ ଶିକ୍ଷା, ଉନ୍ନତମାନର ଜିନିଷ ତିଆରି ପ୍ରଶିକ୍ଷଣ ଦିଆଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନିଜର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଗୋଷ୍ଠୀମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଜୁଲାଇରେ ବ୍ଲୁ ଅରିଜିନ୍ ବିମାନରେ ମହାକାଶକୁ ଯାତ୍ରା କରିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ
ମହାକାଶ ଯାତ୍ରାରେ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ଆସନ୍ତା ଜୁଲାଇ ୨୦ ତାରିଖରେ ବ୍ଲୁ ଅରିଜିନ୍ ବିମାନରେ ସେ ଏହି ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଯଦି ଜେଫ୍ ବେଜୋସ ମହାକାଶକୁ ଯାତ୍ରା କରନ୍ତି, ତେବେ ସେ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ ।

ଜେଫ୍ ବେଜୋସ ଆମାଜନର ପ୍ରତିଷ୍ଠାତା ଭାବେ ବେଶ ଜଣାଶୁଣା । ଏଥିସହ ସେ ବିଶ୍ୱର ଧନୀବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ରହିଥାନ୍ତି । ତେଣୁ ତାଙ୍କର ଏହି ମହାକାଶ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତାଙ୍କର ବହୁ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ପୋଷ୍ଟ କରି ଲେଖିଛନ୍ତି, ଯେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା ସେ ମହାକାଶକୁ ଯିବାକୁ ସ୍ୱପ୍ନ ଦେଖିଥିଲେ । ଆସନ୍ତା ଜୁଲାଇ ୨୦ ତାରିଖରେ ସେ ତାଙ୍କ ଭାଇଙ୍କ ସହିତ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି ବୋଲି ସେ ଲେଖିଛନ୍ତି ।