jio - The Sakala
ଡିସେମ୍ବରରୁ ମୋବାଇଲ ରିଚାର୍ଜ ମହଙ୍ଗା: ୧୯୯ ଟଙ୍କିଆ ପ୍ୟାକ୍‌ର ମୂଲ୍ୟ ୨୯୯ ଟଙ୍କା ହେବ ...
ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। କାରଣ ଆସନ୍ତାମାସ ଅର୍ଥାତ୍ ଡିସେମ୍ବରରୁ ମୋବାଇଲ ଚଳାଇବା ମହଙ୍ଗା ହେବ। ଟେଲିକମ୍ କମ୍ପାନୀଗୁଡିକ ଡିସେମ୍ବରରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ୍ ମୂଲ୍ୟରେ ବୃଦ୍ଧି କରିବାକୁ ଯାଉଛନ୍ତି। ସୂଚନାନୁସାରେ, ଦେଶର ୩ ବଡ଼ ଟେଲିକମ କମ୍ପାନୀ ସେମାନଙ୍କ ରିଚାର୍ଜ ପ୍ଲାନ ଦର ବଢାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ  ଏହାର ସିଧାସଳଖ ପ୍ରଭାବ ମୋବାଇଲ ୟୁଜରଙ୍କ ପକେଟ ଉପରେ ପଡିବ। ରିଚାର୍ଜ ଏବଂ  ଡାଟା ପ୍ଲାନ୍ ଦରରେ ଏହି ପରିବର୍ତ୍ତନ ଡିସେମ୍ବର ମାସରୁ ଲାଗୁ ହୋଇପାରେ।
ଦେଶର ତିନି ଟେଲିକମ୍ କମ୍ପାନୀ ଏୟାରଟେଲ୍, ଜିଓ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରିପେଡ୍ ପ୍ଲାନ୍‌ ମୂଲ୍ୟରେ  ଖୁବ୍ ଶୀଘ୍ର ବୃଦ୍ଧି କରିବାକୁ ଯାଉଛନ୍ତି। ନୂଆ ମୋବାଇଲ୍ ରିଚାର୍ଜ ପ୍ଲାନ୍ ଲାଗୁ ହେବା ପରେ ଉପଭୋକ୍ତାଙ୍କୁ ରିଚାର୍ଜ କରିବା ପାଇଁ ପୂର୍ବ ଅପେକ୍ଷା ୧୦-୧୨ ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡ଼ିପାରେ। ଏମିତିକି  ବର୍ତ୍ତମାନ ଚାଲୁଥିବା ୧୯୯ ଟଙ୍କିଆ ପ୍ୟାକ୍‌ର ମୂଲ୍ୟ ୨୯୯ ଟଙ୍କା ହୋଇଯିବ। ଏହାଛଡା ୮୪ ଦିନିଆ  ବୈଧତା ବିଶିଷ୍ଟ ୨ ଜିବି ଦୈନିକ ଡାଟା ପ୍ଲାନର ମୂଲ୍ୟ ୯୪୯ ଟଙ୍କାରୁ ୯୯୯ ଟଙ୍କା ମଧ୍ୟରେ ହୋଇପାରେ। ଏଣୁ ଗ୍ରାହକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପଯୋଗ କରୁଥିବା ପ୍ଲାନ୍‌ଗୁଡିକ ଲାଗି ଆଗକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ। ତେବେ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହି ଦର ବୃଦ୍ଧିରୁ ବାହାରେ ରହିପାରେ।
ଜିଓ ପକ୍ଷରୁ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ, ମିଳିବ ଏକ ମାସର ମାଗଣା ଟ୍ରାଏଲ୍ ସୁବିଧା
ଭୁବନେଶ୍ୱର: ଏକ ମାସ ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ର ଶୁଭାରମ୍ଭ କରାଯାଇଛି । ଜିଓ ପ୍ଲସ୍ ପ୍ଲାନ୍‌ର ନୂତନ ସଂଯୋଗ ନେବା ଲାଗି ଗ୍ରାହକଙ୍କୁ ୩୯୯ ଟଙ୍କା ଦେବାକୁ ହେବ । ସେହି ପ୍ଲାନ୍‌ରେ ତିନିଟି ଅତିରିକ୍ତ କନେକ୍ସନ ଯୋଡ଼ାଯାଇପାରିବ । ପ୍ରତି ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଜିଓ ପ୍ଲସ୍ ପ୍ଲାନ୍‌ରେ ଗୋଟିଏ ପରିବାରର ୪ଟି କନେକ୍ସନ ପାଇଁ ପ୍ରତି ମାସରେ ୬୯୬ ଟଙ୍କା (୩୯୯+୯୯+୯୯+୯୯) ଦେବାକୁ ହେବ । ଏହି ପ୍ଲାନ୍ ସହିତ ମାସିକ ୭୫ ଜିବି ଡାଟା ମିଳିବ, ଯାହା ବିନା କୌଣସି ଦୈନିକ ଲିମିଟ୍‌ରେ ଆଦାନପ୍ରଦାନ କରାଯାଇପାରିବ । ଚାରିଟି କନେକ୍ସନ ବିଶିଷ୍ଟ ଫାମିଲି ପ୍ଲାନ୍‌ରେ ପ୍ରତି ମାସରେ ସିମ୍ ପିଛା ହାରାହାରି ଖର୍ଚ୍ଚ ୧୭୪ ଟଙ୍କା ରହିବ ।
ଯେଉଁ ଗ୍ରାହକମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ପ୍ରତି ମାସରେ ୧୦୦ ଜିବି ଡାଟା ପ୍ଲାନ୍ ମଧ୍ୟ ନେଇପାରିବେ । ଏହି ପ୍ଲାନ୍‌ରେ ପ୍ରଥମ କନେକ୍ସନ ଲାଗି ୬୯୯ ଟଙ୍କା ଦେବାକୁ ପଡ଼ିବ ଏବଂ ଅନ୍ୟ ଅତିରିକ୍ତ କନେକ୍ସନ ପାଇଁ ୯୯ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ମୋଟ ୩ଟି ଅତିରିକ୍ତ କନେକ୍ସନ ନିଆଯାଇପାରିବ । ଏହି ଅବସରରେ ଜିଓ ପକ୍ଷରୁ କିଛି ବ୍ୟକ୍ତିଗତ ପ୍ଲାନ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏଥି ମଧ୍ୟରେ ରହିଛି ୨୯୯ ଟଙ୍କିଆ ୩୦ ଜିବି ପ୍ଲାନ୍ ଏବଂ ଅସୀମିତ ଡାଟା ପ୍ଲାନ୍ ଯେଉଁଥିପାଇଁ ଗ୍ରାହକଙ୍କୁ ମାସିକ ୫୯୯ ଟଙ୍କା ଦେବାକୁ ପଡ଼ିବ ।
ଫାମିଲି ପ୍ଲାନ୍ “ଜିଓ ପ୍ଲସ୍‌’ ସହିତ କଂପାନି ପକ୍ଷରୁ ଜିଓ ଟ୍ରୁ ୫ଜି ୱେଲ୍‌କମ୍ ଅଫରରେ ଅସୀମିତ ୫ଜି ଡାଟା ପ୍ରଦାନ କରାଯାଉଛି ଯାହାକୁ ସାରା ପରିବାର ବ୍ୟବହାର କରିପାରିବେ । ଏଥିରେ ଡାଟାର କୌଣସି ଦୈନିକ ସୀମା ନିର୍ଧାରଣ କରାଯାଇନାହିଁ । ଏହାର ଅର୍ଥ ହେଉଛି ଯେତେ ଚାହିଁବେ ସେତେ ଡାଟା ବ୍ୟବହାର କରିପାରିବେ । ଏକକ ବିଲିଂ, ଡାଟା ସେୟାରିଂ ଏବଂ ନେଟ୍‌ଫ୍ଲିକ୍ସ, ଆମାଜନ, ଜିଓ ଟିଭି ଓ ଜିଓ ସିନେମା ଭଳି ମନୋରଞ୍ଜନକାରୀ ପ୍ରିମିୟମ୍ କଂଟେଟ୍ ଆପ୍ ବି ମିଳିବ ।
ଜିଓ ଫାଇବର ବ୍ୟବହାରକାରୀ, କର୍ପୋରେଟ୍ କର୍ମଚାରୀ, ଅନ୍ୟ ଟେଲିକମ୍ ଅପରେଟରଙ୍କ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କ ସମେତ ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଏସ୍‌ବିଆଇର କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କୁ କୌଣସି ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ିବ ନାହିଁ ।
ଏହି ଅବସରରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଜିଓ ପ୍ଲସ୍ ଶୁଭାରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ପୋଷ୍ଟ୍‌ପେଡ୍ ବ୍ୟବହାରକାରୀମାନଙ୍କୁ ନୂଆ ଲାଭ ଓ ଅନୁଭବ ପ୍ରଦାନ କରିବା । ଜିଓ ଦେଶର ୩୩୧ ସହରରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରି ନିଜ ନେଟ୍‌ୱର୍କକୁ ଆହୁରି ସୁଦୃଢ଼ କରିପାରିଛି । ନିୟୁତାଧିକ ସନ୍ତୁଷ୍ଟ ପୋଷ୍ଟପେଡ୍ ଗ୍ରାହକଙ୍କ ସମେତ ୪୩ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇଆସୁଥିବା ଜିଓ ପାଇଁ ଏବେ ନିୟୁତାଧିକ ନୂଆ ପୋଷ୍ଟ୍‌ପେଡ୍ ଗ୍ରାହକଙ୍କୁ ସ୍ୱାଗତ କରିବାର ଉପଯୁକ୍ତ ସମୟ । ଅନ୍ୟ ସେବା ବ୍ୟବହାର କରୁଥିବା ବହୁ ପୋଷ୍ଟ୍‌ପେଡ୍ ବ୍ୟବହାରକାରୀ ସେବା ପ୍ରଦାନକାରୀ ବଦଳାଇବା ଲାଗି ସୁବିଧା ବାଟ ଖୋଜୁଛନ୍ତି । ଜିଓ ପ୍ଲସ୍ ପ୍ଲାନ୍‌ର ମାଗଣା ଟ୍ରାଏଲ୍‌ରେ ସେମାନଙ୍କୁ ନିଜ ସମସ୍ୟାର ସମାଧାନ ମିଳିଯିବ ।
ଜିଓ ପ୍ଲସ୍‌ରେ ଉତମ ଗୁଣବତା ସାଙ୍ଗକୁ ରହିଛି ଟ୍ରୁ ୫ଜି ପରିଚାଳିତ ଅସୀମିତ ସଂଯୋଗ, ପ୍ରିମିୟମ୍ ଏଣ୍ଟରଟେନ୍‌ମେଣ୍ଟ, ଲାଭ ଆଦାନପ୍ରଦାନ କରାଯାଇପାରୁଥିବା ଫାମିଲି ପ୍ଲାନ୍‌, ସୁଲଭ ଆନ୍ତର୍ଜାତିକ ରୋମିଂ ସୁବିଧା, ଅତ୍ୟାଧୁନିକ ଫିଚର ଏବଂ ସବୁଠାରୁ ଭଲ ଗ୍ରାହକ ଅନୁଭୂତି । ଆମେ ଏକ ସର୍ବୋତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରସ୍ତୁତ କରିବା ପ୍ରଚେଷ୍ଟା କରିଛୁ ଏବଂ ଆଶା କରୁଛୁ ଭାରତର ପ୍ରତ୍ୟେକ ପୋଷ୍ଟ୍‌ପେଡ୍ ଗ୍ରାହକ ଏହାର ଲାଭ ନେବେ ।’’
ଜିଓ ପ୍ଲସ୍ ନୂଆ ପୋଷ୍ଟ୍‌ପେଡ୍ ଫାମିଲି ପ୍ଲାନ୍‌ଗୁଡ଼ିକ ୨୨ ମାର୍ଚ୍ଚ ୨୦୨୩ଠାରୁ ସମସ୍ତ ଜିଓ ଷ୍ଟୋର୍ ଏବଂ ହୋମ୍ ଡେଲିଭରି ବିକଳ୍ପରେ ଉପଲବ୍ଧ ହେବ । ଜିଓ ପକ୍ଷରୁ କୁହାଯାଇଛି ଯେ ଯଦି ମାଗଣା ଟ୍ରାଏଲ୍ ସେବା ଲାଭ କରିବା ପରେ କୌଣସି ଗ୍ରାହକ ସେବା ଓ ସୁବିଧାଗୁଡ଼ିକରେ ସନ୍ତୁଷ୍ଟ ନହୁଅନ୍ତି ତେବେ ସେ ନିଜ କନେକ୍ସନକୁ ବାତିଲ କରିପାରିବେ ଏବଂ ତାଙ୍କୁ ସେଥିପାଇଁ କୌଣସି ପ୍ରଶ୍ନ କରାଯିବ ନାହିଁ ।
ଜିଓ ଟ୍ରୁ ୫ଜି ସେବାରେ ଯୋଡି ହେଲା ଓଡ଼ିଶାର ଆଉ ୬ ସହର
ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଆଜି ଦେଶର ୫୦ଟି ସହରରେ ଏପର୍ଯ୍ୟନ୍ତର ଏହାର ସର୍ବବୃହତ୍‍ ଟ୍ରୁ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି ।
ଏଥିମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି । ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ୧ ଜିବିପିଏସ୍‍+ ସ୍ପିଡ୍‍ ପର୍ଯ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିବା ଅନୁଭୂତି ହାସଲ ନିମନ୍ତେ ଜିଓ ୱେଲ୍‍କମ ଅଫର୍‍କୁ ଆମନ୍ତ୍ରଣ କରାଯିବ।  ଯାହା ଆଜିଠାରୁ ଆରମ୍ଭ ହେଉଛି ।
ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି । ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି ।
ଏହି ଅବସରରେ ପ୍ରକାଶ କରି ଜିଓ ମୁଖପାତ୍ର କହିଛନ୍ତି, “ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟ୍ରୁ ୫ଜି ସେବା ପ୍ରଚଳନ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏଥିସହିତ ଦେଶର ମୋଟ ୧୮୪ଟି ସହରରେ ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ଏହା ଏପର୍ଯ୍ୟନ୍ତ କେବଳ ଭାରତ ନୁହେଁ, ପୃଥିବୀର ଯେକୌଣସି ସ୍ଥାନରେ ଅନ୍ୟତମ ସର୍ବବୃହତ ୫ଜି ସେବା ପ୍ରଚଳନ ହୋଇଛି ।
ସମଗ୍ର ଦେଶରେ ଆମେ ଟ୍ରୁ ୫ଜି ସେବା ପ୍ରଚଳନର ବେଗ (ସ୍ପିଡ) ଓ ସାନ୍ଦ୍ରତା (ଇଣ୍ଟେନ୍‍ସିଟି)କୁ ତ୍ୱରାନ୍ୱିତ କରିଛୁ, କାରଣ ପ୍ରତ୍ୟେକ ଜିଓ ବ୍ୟବହାରକାରୀ ଜିଓ ଟ୍ରୁ ୫ଜି ପ୍ରଯୁକ୍ତିର ରୂପାନ୍ତରଣକାରୀ ଫାଇଦା ନୂଆବର୍ଷ ୨୦୨୩ରେ ପାଆନ୍ତୁ ବୋଲି ଆମେ ଚାହୁଁଛୁ । ଜିଓ ଟ୍ରୁ ୫ଜି ସେବାରୁ ସମଗ୍ର ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ଏବଂ ସମସ୍ତ ଉପଭୋକ୍ତା ଏହା ଉପଭୋଗ କରିବାକୁ ସମର୍ଥ ହେବେ ।
ପ୍ରତ୍ୟେକ ଭୌଗୋଳିକ ଅଞ୍ଚଳକୁ ଡିଜିଟାଇଜ କରିବା ଦିଗରେ ଆମ ପ୍ରୟାସରେ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଆମେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ସରକାରମାନଙ୍କ ନିକଟରେ କୃତଜ୍ଞ ।”
ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:
୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ
୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ
୩. କ୍ୟାରିୟର ଆଗ୍ରିଗେସନ୍‍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।
ଭୁବନେଶ୍ୱର: କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ ପରିଚିତ ଓଡ଼ିଶାରେ ଜିଓ ‘ଟ୍ରୁ-୫ଜି’ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଓ ଟ୍ରୁ-୫ଜିର ପ୍ରତିଶ୍ରୁତିପୂର୍ଣ୍ଣ ବ୍ୟବହାରର ଅନୁଭୂତି ମଧ୍ୟ ହାସଲ କରିଛନ୍ତି। ଆଜିଠାରୁ ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ରୁପାର ସହର କଟକ ଜିଓ ଟ୍ରୁ-୫ଜି ସେବା ହାସଲ କରିବାରେ ଓଡ଼ିଶାର ପ୍ରଥମ ସହର ହୋଇଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାରେ ୫ଜି ସେବାର ଉଦ୍‌ଘାଟନ କରାଯାଇଥିବା ବେଳେ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରାଯାଇଛି ଯେଉଁଠାରେ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍ ଜରିଆରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୫ଜି ର ଉପଯୋଗୀତା ପ୍ରଦର୍ଶନ ସହିତ ଶିକ୍ଷା, କ୍ଲାଉଡ୍ ଗେମିଂ, ସ୍ମାର୍ଟ ଅଫିସ୍‌, ସ୍ମାର୍ଟ ସିଟି, ସ୍ମାର୍ଟ ମିଟରିଂ ଓ ଲାଇଟିଙ୍ଗ୍ ଏବଂ ବୈପ୍ଳବିକ ଏଆର-ଭିଆର ଡିଭାଇସ୍ ଜିଓ ଗ୍ଲାସ୍ ମାଧ୍ୟମରେ ୫ଜିର ଚମତ୍କାର ପ୍ରୟୋଗ ଓ ସୁବିଧାଗୁଡ଼ିକୁ ପ୍ରଦର୍ଶନ କରାଯାଇଛି । ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତନ ଆଣିବ । ଏହି ଅବସରରେ ୫ଜି ଲ୍ୟାବ୍ ଏବଂ ୫ଜିର ବ୍ୟବହାର ସହଯୋଗିତାକୁ ନେଇ ରିଲାଏନ୍ସ ଜିଓ ଏବଂ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି ।
ବହୁସଂଖ୍ୟକ ଛାତ୍ରଛାତ୍ରୀ ରହିଥିବା ତଥା ପୂର୍ବ ଭାରତର ଆଇଟି ଓ ଶିକ୍ଷା ହବ୍ ଭାବେ ପରିଚିତ ଭୁବନେଶ୍ୱରରେ ଜିଓ ଟ୍ରୁ-୫ଜି ଉଭୟ ନାଗରିକ ଏବଂ ସହର ପରିଦର୍ଶନକାରୀମାନଙ୍କୁ ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ ଓ ବାସ୍ତବରେ ଯୁଗାନ୍ତକାରୀ ସାବ୍ୟସ୍ତ ହେବ । ଜିଓର ଟ୍ରୁ-୫ଜି ଡାଟା ଭୁବନେଶ୍ୱରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଶୁଭାରମ୍ଭ କରାଯାଇଛି ଯେତେବେଳେ ଭାରତର ଏହି ଦ୍ରୁତ ଉଦୀୟମାନ କ୍ରୀଡ଼ା ରାଜଧାନୀ ଆସନ୍ତା କିଛି ଦିନ ମଧ୍ୟରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଲାଗି ପ୍ରସ୍ତୁତ ହେଉଛି । ସେହିପରି, ୧୦୦୦ ବର୍ଷ ପୁରୁଣା ଐତିହାସିକ କଟକ ସହରର ଜନସାଧାରଣ ଏବେ ପରବର୍ତୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ହାସଲ କରିପାରିବେ ।
ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଦ୍ୱେତ ସହର ଭୁବନେଶ୍ୱର ଓ କଟକ ସହ ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ଓଡଶାରେ ଟ୍ରୁ-୫ଜି ସେବା ଆରମ୍ଭ କରିବା ଆମ ପାଇଁ ଗର୍ବର ବିଷୟ ଏବଂ ଖୁବ୍‌ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରାଯିବ । ଜିଓ ପକ୍ଷରୁ ୨୦୨୩ ଫେବ୍ରୁଆରୀ ସୁଦ୍ଧା ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯିବା ସହିତ ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାର ପ୍ରତି ତହସିଲ ଓ ତାଲୁକା ପର୍ଯ୍ୟନ୍ତ ଜିଓ ଟ୍ରୁ-୫ଜି ସେବାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି ।’’
ଓଡ଼ିଶାରେ ଜିଓ ଯେଉଁ ଭଲ ପାଇବା ହାସଲ କରିଛି ତାହାକୁ ନେଇ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ । ଓଡିଶାରେ ବ୍ୟବହାର ହେଉଥିବା ମୋଟ ଡାଟାର ଦୁଇ ତୃତୀୟାଂଶ ବଜାର ଅଂଶ ଜିଓ ଦ୍ୱାରା ପରିଚାଳିତ । ଓଡ଼ିଶାରେ ପ୍ରତି ତିନି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି ।
ଓଡ଼ିଶାର ପ୍ରତିଟି ଲୋକଙ୍କ ପାଖରେ ଜିଓ ଟ୍ରୁ-୫ଜି ସେବାକୁ ପହଞ୍ଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି, ଯାହା ପଛରେ ରହିଛି ଏହି ପ୍ରଯୁକ୍ତିର ପରିବର୍ତନକାରୀ ଶକ୍ତି ଏବଂ ଏହା ପ୍ରଦାନ କରୁଥିବା ଉଲ୍ଲେଖନୀୟ ଲାଭ ।’’
୨୦୨୩ ଜାନୁଆରି ୫ ତାରିଖରୁ ଜିଓ ୱେଲକମ୍ ଅଫରରେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ଭୁବନେଶ୍ୱର ଓ କଟକର ଜିଓ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯିବ ।
ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:
୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ
୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ
୩. କ୍ୟାରିୟର ଏଗ୍ରିଗେସନ ଭଳି ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ୫ଜି ଫ୍ରିକ୍ୟୁଏନ୍‌ସିକୁ ଏହା ଏକ ଏକକ ଦୃଢ଼ ‘ଡାଟା ହାଇୱେ’ ରେ ପରିଣତ କରୁଛି
ଜିଓଫାଇବର୍ ପକ୍ଷରୁ ମନୋରଞ୍ଜନ ବୋନାଞ୍ଜାର ଶୁଭାରମ୍ଭ, ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଶୂନ ପ୍ରବେଶ ଖର୍ଚ୍ଚ
ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ବର୍ଗରେ ଆଉ ଏକ ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ କରାଯାଇଛି । ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଶୂନ ପ୍ରବେଶ ଖର୍ଚ୍ଚ ସୁବିଧା ପ୍ରଦାନ କରୁଛି । ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ସଂଯୋଗ ବିକଳ୍ପ ଚୟନ କରିବେ ତାଙ୍କୁୂ ବିନା ଖର୍ଚ୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଣ୍ଟରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା ମିଳିବ ।
ମାତ୍ର ଅତିରିକ୍ତ ୧୦୦ ଟଙ୍କାରେ ଅସୀମିତ ମନୋରଞ୍ଜନ ସୁବିଧା ଆରମ୍ଭ କରାଯାଇଛି। ମାସିକ ୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ପ୍ଲାନ୍‌ରେ ବ୍ୟବହାରକାରୀମାନେ ଅସୀମିତ ହାଇ-ସ୍ପିଡ୍ ଇଟଂରନେଟ୍ ପାଇପାରିବେ । ପୁନଶ୍ଚ, ମାସିକ ଅତିରିକ୍ତ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ୟ୍ୟନ୍ତ ଓଟିଟି ଆପ୍‌ର ସମ୍ଭାରରୁ ନିଜ ପସନ୍ଦର କନ୍‌ଟେନ୍‌ଟ୍ (ବିଷୟବସ୍ତୁ) ହାସଲ କରିପାରିବେ ।
ଅସୀମିତ ମନୋରଞ୍ଜନରେ ସାମିଲ ରହିଛି ୧୪ ପେଡ୍ ମନୋରଂଜନ ଆପ୍ ଯାହାକୁ ଉଭୟ ବଡ଼ ସ୍କ୍ରିନ୍ ଓ ଛୋଟ ସ୍କ୍ରିନ୍‌ରେ ହାସଲ କରିହେବ ଫଳରେ ବ୍ୟବହାରକାରୀମାନେ ସେମାନଙ୍କ ମନ ପସନ୍ଦର ସିନେମା, ଟିଭି ଚ୍ୟାନେଲ୍‌, ଅରିଜିନାଲ୍‌ସ, ଖବର, ସୋ’, କ୍ରୀଡ଼ା ଏବଂ ଆହୁରି ବହୁତ କିଛି ଦେଖିପାରିବେ । ସେହି ୧୪ଟି ଆପ୍ ହେଉଛି ଡିଜ୍‌ନି+ହଟ୍‌ଷ୍ଟାର, ଜି୫, ସୋନିଲିଭ୍‌, ଭୁଟ୍‌, ସନ୍‌ନେକ୍ସଟ୍‌, ଡିସକଭରି+, ହୋଇଚୋଇ, ଅଲ୍‌ଟବାଲାଜୀ, ଏରସ୍ ନାଓ, ଲାୟନ୍ସଗେଟ୍‌, ସେମାରୋମି, ୟୁନିଭର୍ସାଲ୍‌+, ଭୁଟ୍ କିଡ୍‌ସ ଓ ଜିଓ ସିନେମା ।
ଏହି ନୂଆ ପ୍ଲାନ୍ ୨୦୨୨ ଏପ୍ରିଲ୍ ୨୨ରୁ ସମସ୍ତ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ ।
ନୂଆ ଜିଓଫାଇବର୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ର ଲାଭ ପାଇବା ଲାଗି ପରୁଣା ଜିଓଫାଇବର୍ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ ମାଇଁଜିଓ ଆପ୍‌ରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ନୂତନ ପ୍ଲାନ୍ ପାଇଁ ଅଗ୍ରୀମ ରେଂଟାଲ୍ ପେମେଂଟ୍ କରିବାକୁ ପଡ଼ିବ । ସେହିପରି, ପୁରୁଣା ଜିଓଫାଇବର୍ ପ୍ରିପେଡ୍ ବ୍ୟବହାରକାରୀମାନେ ଏହି ପ୍ଲାନ୍‌ର ଲାଭ ପାଇବା ଲାଗି ମାଇଁଜିଓ ଜରିଆରେ ପ୍ରିପେଡ୍‌ରୁ ପୋଷ୍ଟ୍‌ପେଡ୍‌କୁ ଆସିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ । ନିଜ ଫୋନ୍‌ରେ ଓଟିପି ଦେଇ ନିଜକୁ ଭେରିଫାଏ କରିବାକୁ ହେବ । ଏହା ପରେ ମାଇଁଜିଓରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ପ୍ଲାନ୍ ପାଇଁ ଅଗ୍ରୀମ ଦେୟ ପ୍ରଦାନ କରିବାକୁ ପଡ଼ିବ ।
ବିନା ଏସ୍‌ଟିବିର ଜିଓଫାଇବର୍ ବ୍ୟବହାରକାରୀମାନେ ନିଜର ମନୋରଂଜନ ବୋନାଞ୍ଜା ପ୍ଲାନ୍ ଚୟନ କରିବା ପରେ ମାଗଣାରେ ଜିଓ ସେଟ୍ ଟପ୍ ବକ୍ସର ଡେଲିଭରି ପାଇବା ଲାଗି ଆପଏଂଟ୍‌ମେଂଟ୍ ନେଇପାରିବେ ।
ଜିଓ ଏସ୍‌ଟିବି ଯେକୌଣସି ଟିଭିକୁ ସ୍ମାର୍ଟ ଟିଭିରେ ପରିଣତ କରୁଛି । ଜିଓ ଏସ୍‌ଟିବି ଜରିଆରେ ବ୍ୟବହାରକାରୀମାନେ ସିନେମା, ସୋ’, ୱେବ ସିରିଜ୍‌, କ୍ରୀଡ଼ା କାର୍ୟ୍ୟକ୍ରମ ଏବଂ ନିଜ ପସନ୍ଦର ଓଟିପି ଆପ୍‌କୁ ହାସଲ କରିପାରିବେ । ଜିଓ ଏସ୍‌ଟିବିରେ ବହୁ ଉନ୍ନତ ସୁବିଧା ସୁଯୋଗ ରହିଛି । ସେଗୁଡ଼ିକ ହେଉଛି ଭଏସ୍ କମାଣ୍ଡ, ୟୁଟ୍ୟୁବ୍ ଅନ୍ ଟିଭି, ଟିଭିରେ ଇଟଂରନେଟ୍ ହାସଲ କରିବା ସୁବିଧା, ଟିଭି ଜରିଆରେ ଭିଡିଓ କଲ୍ କରିବା, ୧୫ଟି ଭାଷାରେ ୫୫୦ରୁ ଅଧିକ ଟିଭି ଚ୍ୟାନେଲ୍‌, ୩୦୦ରୁ ଅଧିକ ଆପ୍ଲିକେସନ୍‌, ଜିଓଗେମ୍‌ସ ଆପ୍‌ରେ ମଲ୍‌ଟିପ୍ଲେୟାର ଗେମ୍‌ସ ଓ ଟିଭିରେ ଫଟୋ ଓ ଭିଡିଓ ଆଦି ଦେଖିପାରିବା ସୁବିଧା ।
୧.୫ କୋଟି ଗ୍ରାହକଙ୍କ ସହିତ ଓଡ଼ିଶା ବଜାରରେ ଶୀର୍ଷରେ ଜିଓ
ମୁମ୍ବାଇ : ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ  ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଶୀର୍ଷତ୍ବ ବଜାୟ ରଖୀବା ସହିତ ଗତ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଏଥିସହିତ ରାଜ୍ୟରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି। ଯାହାକି ରାଜ୍ୟରେ କାରବାର କରୁଥିବା ଅନ୍ୟ ଯେକୌଣସି ଅପରେଟରଙ୍କ ତୁଳନାରେ ସର୍ବାଧିକ। ସେହିପରି ଓଡ଼ିଶାରେ ଜିଓ’ର  ମୋଟ ଗ୍ରାହକ ବଜାର ଅଂଶ ୪୩%ରୁ ଅଧିକ ରହିଛି । ସେହିପରି ରାଜ୍ୟରେ ଦୂରସଂଚାର କ୍ଷେତ୍ରରେ ଆୟ ହେଉଥିବା ମୋଟ ରାଜସ୍ୱର ୫୦%ରୁ ଅଧିକ ଅଂଶ  ଜିଓ’ର ରହିଛି । ସମଗ୍ର ରାଜ୍ୟରେ କମ୍ପାନୀ ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରିଚାଳଇଥିବା ବେଳେ ଦୁର୍ଗମ ଅଞ୍ଚଳଗୁଡିକୁ ଟେଲିଯୋଗାଯୋଗ  ସଂଯୋଗ କାର୍ଯ୍ୟ ଜାରି ରଖୀଛି।
ଏହାଦ୍ବାରା ସାଧାରଣ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି  ଛାତ୍ରଛାତ୍ରୀଙ୍କ ପାଇଁ  ଡିଜିଟାଲ ସେବା କ୍ଷେତ୍ରରେ ଅନେକ ସବୁିଧା ଉପଲବ୍ଧ କରାଯାଇପାରିଛି ବୋଲି କମ୍ପାନୀ କହିଛି।  ବର୍ତ୍ତମାନ କମ୍ପାନୀର ସେବାକୁ ନେଇ କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର  ଅନେକ ଉପଦ୍ରୁତ ଅଞ୍ଚଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗ ଦେଇପାରୁଛନ୍ତି।  ନିକଟରେ  କମ୍ପାନୀ ସର୍ବଭାରତୀୟ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମଗ୍ର ଓଡ଼ିଶାରେ ଉପଯୋଗ  କରିବା କାର୍ଯ୍ୟ ଶେଷ କରିଛି । ଏହାଦ୍ବାରା  ରାଜ୍ୟରେ ନେଟୱର୍କ, ଗତି ଏବଂ ଗ୍ରାହକ ଅନୁଭୂତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା କୁହାଯାଇଛି।
୨୦୨୧ ଜୁନ୍ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଏହି  ମାସରେ ଓଡ଼ିଶାରେ ସର୍ବାଧିକ ୨,୫୨,୮୭୮ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ ଏୟାରଟେଲ୍ ୧,୧୩,୩୪୨ ଗ୍ରାହକ ଯୋଗ କରିଛି । ସେହି ସମୟରେ ବିଏସଏନଏଲ  ୧୨,୦୯୦  ଏବଂ ଭୋଡାଫୋନ ଆଇଡିଆ ୬୪,୨୯୩ ଗ୍ରାହକ ହରାଇଛି। ଜିଓ ଏହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ରାଜ୍ୟର ୨୭ଟି ପ୍ରମୁଖ ସହର ଓ ନଗରରେ ଉପଲବ୍ଧ କରିଛି।
ଜିଓ ଏପ୍ରିଲ୍‌ରେ ଓଡ଼ିଶାରେ ଯୋଡ଼ିଛି ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ
ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଆଧିପତ୍ୟ ବଜାୟ ରଖି ୨୦୨୧ ଏପ୍ରିଲ୍ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ, ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରିବା ସହ ରାଜ୍ୟରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୪,୦୫୮ରେ ପହଞ୍ଚିଥିବା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।
ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡିଶାରେ ପ୍ରାୟ ୧.୪୬ କୋଟି ମୋବାଇଲ୍ ଗ୍ରାହକ ସହିତ ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ୪୨% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି । ୨୦୨୧ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨,୬୯,୦୮୨ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ, ଭାରତୀ ଏୟାରଟେଲ୍ ୧୬,୫୧୩ ନୂଆ ଗ୍ରାହକ ଯୋଡିଛି । ତେବେ ଏହି ମାସରେ ବିଏସଏନଏଲ ୮୪,୬୪୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୪୯,୭୦୭ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଜିଓ ପକ୍ଷରୁ ଉଲ୍ଲେଖନୀୟ ଗ୍ରାହକ ଯୋଡ଼ାଯାଇଥିବାରୁ ଓଡ଼ିଶାରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୫୧ ଲକ୍ଷ ବୃଦ୍ଧି ପାଇ ପ୍ରାୟ ଏପ୍ରିଲ୍ ଶେଷ ସୁଦ୍ଧା ୩.୪୫ କୋଟିରେ ପହଂଚିଛି ।
ଜାତୀୟ ସ୍ତରରେ ମଧ୍ୟ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୪୭.୫୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ଏହି ମାସରେ ପ୍ରାୟ ୫ ଲକ୍ଷ ଗ୍ରାହକ ଯୋଡ଼ିଛି । ସମାନ ସମୟରେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଲକ୍ଷ ଲକ୍ଷ ସଂଖ୍ୟକ ଗ୍ରାହକ ହରାଇଛନ୍ତି । ଏପ୍ରିଲ୍ ମାସରେ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ୍ ୧୩ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।
ଏଥିସହିତ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଓୟାରଲାଇନ୍ (ଫିକ୍ସଡ୍ ଲାଇନ୍‌) ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ଯେ ଏକ ଉଲ୍ଲେଖନୀୟ ସଫଳତା ଭାବେ ରିଲାଏନ୍ସ ଜିଓର ଫାଇବର୍ ଭିତିକ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରି ୫୪,୦୫୮ରେ ପହଂଚିଛି, ଯାହା ଏହାକୁ ରାଜ୍ୟର ଅଗ୍ରଣୀ ଫାଇବର ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀରେ ପରିଣତ କରିଛି । ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓଫାଇବର୍ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳଗୁଡ଼ିକରେ ଉପଲବ୍ଧ ହୋଇସାରିଛିି ଏବଂ ଦ୍ରୁତ ଗତିରେ ଅନ୍ୟ ସହର ଓ ନଗରଗୁଡ଼ିକୁ ସମ୍ପ୍ରସାରିତ ହେଉଛି ।
ଉଲ୍ଲେଖଯୋଗ୍ୟ ଯେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜ୍ୟର ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୦ ପ୍ରତିଶତରୁ ଅଧିକ ବଜାର ଅଂଶ ସହ ରିଲାଏନ୍ସ  ଜିଓ ହେଉଛି ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ । ଏହାର ସର୍ବବୃହତ ୪ଜି ନେଟ୍‌ୱର୍କ, ଅପହଂଚ ଅଂଚଳରେ ଦ୍ରୁତ ଗତିରେ ନେଟ୍‌ୱର୍କ ସଂପ୍ରସାରଣ ଏବଂ ସାରା ରାଜ୍ୟରେ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ଉପଲବ୍ଧ କରି ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରିି ନିରନ୍ତର ଭାବେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ୁଛି । ନିକଟରେ ହୋଇଥିବା ସ୍ପେକ୍ଟ୍ରମ ନିଲାମରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ଜିଓ ସଫଳତାର ସହିତ ସାରା ଓଡ଼ିଶାରେ ମୂତୟନ କରି ରାଜ୍ୟରେ ଇଂଟରନେଟ୍ ବେଗ ଓ ଗ୍ରାହକ ଅନୁଭୂତିକୁ ଆହୁରି ଅଧିକ ସମୃଦ୍ଧ କରିଛି । ଏହା ଘରୁ କାମ କରୁଥିବା (ୱାର୍କ ଫ୍ରମ୍ ହୋମ୍‌) ପ୍ରଫେସନାଲ୍ ଏବଂ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ଛୀତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇଛି ।
ଓଡ଼ିଶାରେ ଜିଓର ଦବ୍‌ଦବା ଜାରି, ମାର୍ଚ୍ଚରେ ଯୋଡି ହୋଇଛନ୍ତି ୨.୭୨ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ
ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବା ଭାରତର ଦୂରସଂଚାର ନିୟାୟକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି ।
ଟ୍ରାଇ ପକ୍ଷରୁ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଓଡ଼ିଶାରେ ପ୍ରାୟ ୪୨% ଗ୍ରାହକ ବଜାର ଅଂଶ ରହିଛି ଏବଂ ରାଜ୍ୟରେ ଏହାର ୧.୪୩ କୋଟିରୁ ଅଧିକ ମୋବାଇଲ ଗ୍ରାହକ ଅଛନ୍ତି । ୨୦୨୧ ମାର୍ଚ୍ଚ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨.୭୨ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବାବେଳେ ଏହି ମାସରେ ଏୟାରଟେଲ ମାତ୍ର ୬୪,୭୦୧ ଏବଂ ବିଏସଏନଏଲ୍ ୪୯,୧୩୩ ଗ୍ରାହକ ଯୋଗ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି । ଏହି ମାସରେ ଭୋଡାଫୋନ ଆଇଡିଆ ରାଜ୍ୟରେ ୫୨,୭୫୧ ଗ୍ରାହକ ହରାଇଛି । ଏଥିସହିତ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ମାର୍ଚ୍ଚ ମାସରେ ୩.୩୩ ଲକ୍ଷ ବୃଦ୍ଧି ଘଟି ଏହା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୩.୪୩ କୋଟି ଅତିକ୍ରମ କରିଥିବା ଜଣାପଡିଛି ।
ସର୍ବଭାରତୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ମାର୍ଚ୍ଚ ମାସରେ ସର୍ବାଧିକ ୭୯ ଲକ୍ଷ ନୂଆ ଗ୍ରାହକ ଯୋଗକରିଥିବାବେଳେ ତାହା ପଛକୁ ଏୟାରଟେଲ ପ୍ରାୟ ୪୦ ଲକ୍ଷ ଯୋଗକରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ସର୍ବାଧିକ ସଂଖ୍ୟକ ଗ୍ରାହକ ଏବଂ ଦୂୂରସଂଚାର କ୍ଷେତ୍ରରେ ରାଜ୍ୟରେ ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ଅଂଶ ହାସଲ ସହିତ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ହୋଇଛି । ରିଲାଏନ୍ସ ଜିଓ ଏହାର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ ବଳରେ ତଥା ଏପର୍ୟ୍ୟନ୍ତ ଅପହଂଚ ରହିଥିବା ଅଂଚଳଗୁଡିକରେ ଦ୍ରୁତ ନେଟୱର୍କ ସଂପ୍ରସାରଣ ଏବଂ ସୁଲଭ ମୂଲ୍ୟରେ ସେବା ସହିତ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଂଟରନେଟ ସେବା ଯୋଗାଇ ଗତ କିଛିବର୍ଷ ଧରି ପ୍ରତି ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ଜିଓ ସଫଳତାର ସହିତ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ୟ୍ୟ ସମ୍ପୂର୍ଣ୍ଣ କରିଛି ଏବଂ ତଦ୍ଦ୍ୱାରା ରାଜ୍ୟରେ ଏହାର ଗ୍ରାହକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ସହିତ ୪ଜି ନେଟ୍‌ୱର୍କ ଓ ଇଂଟରନେଟ୍ ବେଗରେ ବୃଦ୍ଧି ଘଟିଛି । ଏହା ମଧ୍ୟ ନିଜର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରକୁ ଓଡ଼ିଶାର ବିଭିନ୍ନ ସହର ଓ ନଗରକୁ ଦ୍ରୁତ ସମ୍ପ୍ରସାରଣ କରୁଛି ଏବଂ ଏବେ ସୁଦ୍ଧା ରାଜ୍ୟର ୨୬ରୁ ଉର୍ଦ୍ଧ୍ୱ ପ୍ରମୁଖ ସହର ଓ ନଗରରେ ଉପଲବ୍ଧ ହେଉଛି ।
ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟପେଡ୍ ପ୍ଲାନର ଶୁଭାରମ୍ଭ: ଇଣ୍ଟରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟଲେସନ୍ ସୁବିଧା
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ୍ ସମୂହ ଘୋଷଣା କରାଯାଇଛି । ଏହି ପ୍ଲାନ୍‌ଗୁଡିକର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେଉଛି । ଜୁନ୍ ୧୭ରୁ ଲାଗୁ ହେବାକୁ ଯାଉଥିବା ନୂଆ ପୋଷ୍ଟପେଡ୍ ପ୍ଲାନ୍‌ଗୁଡିକର ଶୁଭାରମ୍ଭ କରିବା ସହିତ କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ସବୁ ନୂଆ ଗ୍ରାହକଙ୍କୁ ଇଟଂରନେଟ୍ ବକ୍ସ ଅର୍ଥାତ ରାଉଟର ବିନା ମୂଲ୍ୟରେ ମିଳିବ । ମୋଟ ଉପରେ ଗ୍ରାହକ ପୂର୍ବାପେକ୍ଷା ୧୫୦୦ ଟଙ୍କା ଅଧିକ ସଂଚୟ କରିପାରିବେ । ଯଦି ଗ୍ରାହକମାନେ ଅତିକମ୍‌ରେ ୬ ମାସର ଭାଲିଡିଟି ପ୍ଲାନ୍ ନେବେ ତେବେ ତାଙ୍କୁ ମାଗଣାରେ ଇଟଂରନେଟ୍ ବକ୍ସ ଓ ଇନଷ୍ଟଲେସନ ସୁବିଧା ମିଳିବ ।
ଜିଓଫାଇବର୍ ନୂଆ ପୋଷ୍ଟପେଡ୍ ପ୍ଲାନ୍‌ର ଏକ ବଡ଼ ସୁବିଧା ହେଉଛି ଏଥିରେ ସମାନ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ମିଳିବ । ମାସିକ ୩୯୯ ଟଙ୍କିଆ ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌, ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦ ଏମ୍‌ବିପିଏସ୍‌, ୯୯୯ ଟଙ୍କାର ପ୍ଲାନ୍‌ରେ ୧୫୦ ଏମ୍‌ବିପିଏସ୍ ଓ ୧୪୯୯ ଟଙ୍କାର ପ୍ଲାନ୍‌ରେ ୩୦୦ ଏମ୍‌ବିପିଏସ୍‌ର ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ବ୍ୟବହାରକାରୀଙ୍କୁ ମିଳିବ । ଏହା ବ୍ୟତୀତ ଜିଓଫାଇବର୍‌ରେ ୧ ଜିବିପିଏସ୍ ପର୍ଯ୍ୟନ୍ତର ପ୍ଲାନ୍ ଉପଲବ୍ଧ ରହିଛି ।
ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ପୋଷ୍ଟପେଡ୍ ଜିଓଫାଇବର୍ ସଂଯୋଗରେ ଗ୍ରାହକମାନଙ୍କୁ ମାଗଣାରେ ଓଟିଟି ଆପ୍‌ର ଲାଭ ମଧ୍ୟ ମିଳିବ । ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ହଟ୍‌ଷ୍ଟାର୍‌, ସୋନି ଲିଭ୍‌, ଜି୫, ଭୁଟ୍ ସିଲେକ୍ଟ, ସନ୍ ନେକ୍ସଟ ଓ ହୋଇଚୋଇ ଭଳି ୧୪ ଲୋକପ୍ରିୟ ଓଟିଟି ଆପ୍ ମିଳିବ । ୧୪୯୯ ଟଙ୍କିଆ ପ୍ଲାନ୍‌ରେ ନେଟ୍‌ଫ୍ଲିକ୍ସ ସହିତ ସମସ୍ତ ୧୫ ଓଟିଟି ଆପ୍ ସାମିଲ ରହିବ । ଏହି ଆପ୍‌ଗୁଡ଼ିକର ବଜାର ମୂଲ୍ୟ ହେଉଛି ୯୯୯ ଟଙ୍କା । ଓଟିଟି ଆପ୍ ଯେଭଳି ନିରବଚ୍ଛିନ୍ନ ଭାବେ ଓ ଉତ୍ତମ ଗୁଣବତ୍ତାରେ ଚାଲିପାରିବ ତାହାକୁ ନିଶ୍ଚିତ କରିବା ଲାଗି କଂପାନି ତରଫରୁ ୧୦୦୦ ଟଙ୍କାର ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ୍ ନେଇ ଗ୍ରାହକଙ୍କୁ ଅତ୍ୟାଧୁନିକ ୪କେ ସେଟ୍ ଟପ୍ ବକ୍ସ ମଧ୍ୟ ବିନା ମୂଲ୍ୟରେ ପ୍ରଦାନ କରାଯିବ ।
ସୁଚନାଯୋଗ୍ୟ ଯେ, ଦେଶର ସର୍ବବୃହତ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀଭାବେ ରିଲାଏନ୍ସ ଜିଓ ଏହାର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଦେଶବ୍ୟାପୀ ଦ୍ରୁତ ସଂପ୍ରସାରଣ ଜାରି ରଖିଛି । ଏହି କ୍ରମରେ ଓଡିଶାର ୨୫ ରୁ ଅଧିକ ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଜିଓଫାଇବର ସେବା ଉପଲବ୍ଧ ହୋଇସାରଥିବାବେଳେ ଅନ୍ୟ ସହର ଓ ନଗରଗୁଡିକୁ ସଂପ୍ରସାରଣ କାର୍ୟ୍ୟ ଜାରି ରହିଛି । ଜିଓଫାଇବର ଓଡ଼ିଶାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ସୁଯୋଗ ଯୋଗାଇଦେଇ ସେମାନଙ୍କୁ ସମୃଦ୍ଧ ଅନୁଭୂତି ପ୍ରଦାନ କରୁଛି ।
ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ରାଜଗାଙ୍ଗପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେବା ସହିତ ରାଜ୍ୟର ଅନ୍ୟ ପ୍ରମୁଖ ନଗର ଓ ସହରାଂଚଳକୁ ତାହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି ।
ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି
ଭୁବନେଶ୍ୱର: ସଙ୍ଗୀତ ଓ ଅଡିଓ ମନୋରଞ୍ଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓସାୱନ ତାହାର ନୂଆ ଭିଡିଓ ଉତ୍ପାଦ- ଜିଓସାୱନ ଟିଭି ଉନ୍ମୋଚନ କରିଛି । ଏହି ଅନନ୍ୟ ଭିଡିଓ ବୈଶିଷ୍ଟ୍ୟ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତି ଏବଂ ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ଲକ୍ଷ୍ୟ ରଖିଛି । ଏହି ପ୍ଲାଟଫର୍ମରେ ଭିଡିଓ ଉତ୍ପାଦଗୁଡିକରେ ଜିଓସ୍ୱାୱନ ଟିଭି ନବୀନତମ ସଂଯୋଗ ହୋଇଛି ।
ଜିଓସାୱନଟିଭି ସହିତ ଏହି ପ୍ଲାଟଫର୍ମ ଏହାର ପରିବ୍ୟାପ୍ତ ଲୋକପ୍ରିୟ ଅଡିଓ ସେବା ସହିତ ସଂଗୀତ ପାଇଁ ଏକ ନୂଆ ଟେଲିଭିଜନ ଅନୁଭୂତି ସୃଷ୍ଟି କରୁଛି । ଏହି ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ସର୍ବୋଚ୍ଚ ଗୁଣମାନର ପ୍ରସାରଣ ପ୍ରଯୁକ୍ତି ସହିତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ମନୋରଂଜନ ପ୍ରଦାନ କରିବ ।
ଅଭିଜ୍ଞମାନଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତି ଏବଂ ସହଜ ବ୍ୟବହାରର ସମ୍ମିଶ୍ରଣ ଦ୍ୱାରା ବ୍ୟବହାରକାରୀମାନେ ସଂପ୍ରତି ହୋମପେଜ୍‌ରେ ଏକ ନୂଆ ଟାବ୍‌ରେ ସଂଗୀତ ଟିଭି ଚାନେଲ ଏବଂ ସଂଗୀତ ଭିଡିଓ ପ୍ଲେ ତାଲିକାର ସୁଯୋଗ ନେବାକୁ ସମର୍ଥ ହେବେ, ଯାହା ସେମାନେ ଦେଖିବାକୁ ପସନ୍ଦ କରୁଥିବା ତାଲିକାରୁ ବାଛିବାକୁ ଅନୁମତି ପ୍ରଦାନ କରିବ । ଆନାଲୋଗ ଚାନେଲଗୁଡିକ ସଦୃଶ ଟିଭି ଚାନେଲଗୁଡିକ ଗୋଟିଏ ପରେ ଗୋଟିଏ ଭିଡିଓ ପ୍ଲେ ସୁପାରିଶ କରିଥିବେ, ଅନ୍ୟପକ୍ଷରେ ଭିଡିଓ ପ୍ଲେ ତାଲିକାଗୁଡିକ ଭାବ, ଶୈଳୀ ଏବଂ କଳାକାଳଙ୍କ ଦ୍ୱାରା ପ୍ରସ୍ତୁତ ପ୍ଲେ ତାଲିକା ଆଧାରିତ ହେବ ।
ନୂଆକରି ପ୍ରଚଳନ କରାଯାଇଥିବା ସଂଗତ ଟିଭି ଚାନେଲ ଏବଂ ସଂଗୀତ ଭିତିକ ଭିଡିଓ ପ୍ଲେ ତାଲିକା ଜରିଆରେ ଜିଓସାୱନ ବ୍ୟବହାରକାରୀଙ୍କୁ ଜଣେ କଳାକାର,ସମୟ ଅଥବା ଭାବ ଆଧାରିତ ପସନ୍ଦରୁ ବାଛିବା ଏବଂ ତାହାର ସୁଯୋଗ ନେବାକୁ ଅନୁମତି ପ୍ରଦାନ ଜରିଆରେ ସେମାନଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରୁଛି ।
ନୂଆ ବୈଶିଷ୍ଟ୍ର ବ୍ୟବହାରକାରୀଙ୍କୁ ଅତି ସହଜରେ ସେମାନେ ଦେଖିବାକୁ ଚାହୁଁଥିବା ଭିଡିଓଗୁଡିକ ମଧ୍ୟରେ ଗୋଟିଏରୁ ଅନ୍ୟକୁ ପରିବର୍ତନ କରିବା ଏବଂ ପୂର୍ବରୁ କ୍ୟୁ (ଧାଡି) କରିଥିବା ଅଡିଓ ଟ୍ରାକ୍‌ଗୁଡିକୁ ଯିବାକୁ ସମର୍ଥ କରାଇବ । ସଂପୂର୍ଣ୍ଣ ଇନ୍‌-ଆପ୍ ଭିଡିଓ ଅନୁଭୂତି ପାଇବାକୁ ଜିଓସାୱନ ବ୍ୟବହାରକାରୀମାନେ ସଂପ୍ରତି ଭୂଲମ୍ବରୁ ଭୂସମାନ୍ତର ମୋଡ୍‌କୁ ପରିବର୍ତନ କରିପାରିବେ
ରଗଦଏହାର ଶୁଭାରମ୍ଭ ପାଇଁ ଜିଓସାୱନ ଟିଭି ଲୋକପ୍ରିୟ କଳାକାର, ଭାବ, ଶୈଳୀ ଏବଂ ସଂଗୀତର ଯୁଗ ଆଦିକୁ ସାମିଲ କରିବ । ନୂଆ ଉତ୍ପାଦ ପ୍ରଚଳନକୁ ସମର୍ଥନ କରିବା ପାଇଁ ଏକ ଅଭିଯାନ କରାଯାଉଛି ଯେଉଁଥିରେ ବାଦଶାହ, ଜଷ୍ଟିନ ବାଇବର, ଦୁଆ ଲିପା, କେ-ପପ୍ ସେନ୍‌ସେସନ୍ ବିଟିଏସ ଏବଂ ଆକୁଲଙ୍କ ସମେତ ଅନେକ କଳାକାରଙ୍କ ମ୍ୟୁଜିକ ଭିଡିଓ ପ୍ରଦର୍ଶନ କରାଯାଉଛି । ଏହି ପ୍ରଚଳନକୁ ବିବିଧ ସାମାଜିକ ଗଣମାଧ୍ୟମ, ଡିଜିଟାଲ ତଥା ଇନଷ୍ଟାଗ୍ରାମ ଜରିଆରେ ଏକ ଭିଆର ଅନୁଭୂତି ଆଦି ଜରିଆରେ ଅଧିକ ପରିବର୍ଦ୍ଧିତ କରାଯିବ ।
ଏହା ପୂର୍ବରୁ ବ୍ରାଣ୍ଡ୍ ତାହାର ପ୍ରଥମ ଭିଡିଓ ପ୍ରଚଳନ କରିଥିଲା ଯେଉଁଥିରେ ବଛାବଛା ଟ୍ରାକ ସହିତ ଏକତ୍ର ଯିବାପାଇଁ କ୍ଷୁଦ୍ର- ୧୫ ସେକେଣ୍ଡ ଲୁପିଙ୍ଗ ଭିଜୁଆଲଗୁଡିକ ସ୍ଥାନ ପାଇଥିଲା ଏବଂ ତାହା ଭାରତୀୟ କଳାକାରମାନଙ୍କୁ ଏକ ସମୃଦ୍ଧ ଗତିଶୀଳ ସଂସ୍କୃତି ପ୍ରଦାନ କରିବା ସହିତ ସମର୍ଥକମାନଙ୍କୁ ଆଉ ଏକ ଟଚ୍‌ପଏଂଟ ପ୍ରଦାନ କରିଥିଲା । ୨୦୨୦ ଜୁନ୍ ଶେଷଭାଗରେ ପ୍ରଚଳନ କରାଯିବା ଦିନଠାରୁ ଏହି କ୍ଷୁଦ୍ର ଭିଡିଓଗୁଡିକ ୨୦୦ ନିୟୁତରୁ ଅଧିକ ଦେଖାଯାଇସାରିଛି । କଳାକାର ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ସୃଷ୍ଟ ଭିଡିଓ ବିଷୟବସ୍ତୁ ଆପ୍‌କୁ ଆଣିବା ସକାଶେ ଜିଓସାୱନ ଅଗଷ୍ଟରେ ଟ୍ରିଲର ସହିତ ସହଭାଗିତା କରିଥିଲା ।
ଜିଓସାୱନ ପ୍ରୋ ବ୍ୟବହାରକାରୀମାନେ ଆପ୍‌ରେ ବିଶାଳ ଭିଡିଓ ଲାଇବ୍ରେରୀକୁ ବିଜ୍ଞାପନ ରହିତ ଭାବରେ ଅସୀମିତ ଉପଭୋଗ କରିପାରିବେ ଏବଂ ଫ୍ରିମିୟମ ବ୍ୟବହାରକାରୀମାନେ ମାସକୁ ସର୍ବାଧିକ ତିନୋଟି ଭିଡିଓ ଦେଖିପାରିବେ ।