petrol price hike in india - The Sakala

ମୂଳ ଦର ୪ ଟଙ୍କା ବଢିଲେ ଖୁଚୁରା ବଢୁଛି ୨୦ ଟଙ୍କା
ଦେଶରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଲାଣି ତେଲ ଦର। ପେଟ୍ରୋଲ ଏବଂ ଡିଜେଲର ମୂଳ ଦରଠାରୁ ଢ଼େର ଉପରେ ବିକ୍ରି କରାଯାଉଛି ଖୁଚୁରା ଦର। ଯଦି ଆମେ ପେଟ୍ରୋଲ ଏବଂ ଡିଜେଲର ଗୋଟିଏ ବର୍ଷର ଦର ବୃଦ୍ଧି ଧାରାକୁ ଦେଖÒବା ଏହା ସ୍ପଷ୍ଟ ଜଣାପଡିବ। ଏକ ହିସାବ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଳ ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଥÒବାବେଳେ ବଜାରରେ ଖୁଚୁରା ଦର ଲିଟର ପିଛା ୨୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଏହାର ମୁଖ୍ୟ କାରଣ ହେଉଛି, ୨୦୨୦ରେ ତେଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଉଚ୍ଚ ଟିକସ ହାର । ଦୀର୍ଘ ଦିନ ଧରି ଘରୋଇ ବଜାରରେ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ଚଳିତମାସ ୪ଠାରୁ ପୁଣି ଥରେ ତେଲ ଦର ବଢ଼ିବା ଆରମ୍ଭ କରିଛି।

ମେ ପହିଲା ୨୦୨୦ରେ ପେଟ୍ରୋଲର ଖୁଚୁରା ମୂଲ୍ୟ ନୂଆଦିଲ୍ଲୀର ପମ୍ପଗୁଡିକରେ ୬୯ଟଙ୍କା ୫୯ ପଇସା ରହିଥିବାବେଳେ ସେ ସମୟରେ ଏହାର ମୂଳ ଦର ୨୭.୯୫ ଟଙ୍କା ରହିଥିଲା। ସେହିଭଳି ସେ ସମୟରେ ଦିଲ୍ଲୀରେ ଡିଜେଲର ଖୁଚୁରା ମୂଲ୍ୟ ୬୨ ଟଙ୍କା ୨୯ ପଇସା ରହିଥିବାବେଳେ ମୂଳ ଦର ୨୪ ଟଙ୍କା ୮୫ ପଇସା ରହିଥିଲା। ତେବେ ଚଳିତବର୍ଷ ମେ’ ମାସ ସୁଦ୍ଧା ବର୍ଷକ ମଧ୍ୟରେ ପେଟ୍ରୋଲର ମୂଳ ଦର ୩ ଟଙ୍କା ୫୩ ପଇସାରୁ ୩୧ ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ଉପରୋକ୍ତ ସମୟରେ ପେଟ୍ରୋଲର ଖୁଚୁରା ମୂଲ୍ୟ ୨୦ ଟଙ୍କା ୮୧ ପଇସାରୁ ୯୦ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି। ସେହିଭଳି ଡିଜେଲର ମୂଳ ମୂଲ୍ୟ ୪ ଟଙ୍କା ୧୭ ପଇସା ବୃଦ୍ଧି ଘଟି ଖୁଚୁରା ମୂଲ୍ୟ ୨୦ ଟଙ୍କା ୩୨ ପଇସା ହୋଇ ବର୍ଷକରେ ଲିଟର ପିଛା ୮୨ ଟଙ୍କା ୬୧ ପଇସାରେ ପହଞ୍ଚିଛି। ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଜରିଆରେ ଟିକସ ବୃଦ୍ଧି ଏବଂ ରାଜ୍ୟଗୁଡିକ ଦ୍ବାରା ଭାଟ୍‌ରେ ବୃଦ୍ଧି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛି।

ଗତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲରେ ୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ କରୋନା ମହାମାରୀ ଯୋଗୁଁ ତୈଳ ମୂଲ୍ୟ ହ୍ରାସ ପାଇଥିଲା। ମାତ୍ର ଦୁଇଟି ବୃଦ୍ଧି ଜରିଆରେ ପେଟ୍ରୋଲରେ ଉତ୍ପାଦ ଶୁଳ୍କରେ ୬୫% ବୃଦ୍ଧି କରାଯାଇ ଲିଟର ପିଛା ୧୯ ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯୮ ପଇସାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲ ଉପରେ ୭୯% ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ଲିଟର ପିଛା ୧୫ଟଙ୍କା ୮୩ ପଇସାରୁ ୨୮ ଟଙ୍କା ୩୫ ପଇସାକୁ ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ବର୍ତ୍ତମାନ ଉତ୍ପାଦ ଶୁଳ୍କ ଯଥାକ୍ରମେ ୩୬% ଏବଂ ୩୪% ରହିଛି। ବୁଧବାର ବଜାରରେ ତେଲ ଦର ମହଙ୍ଗା ହୋଇ ପୁଣି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥÒଲା। ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଘରୋଇ ବଜାରରେ ତେଲ ଦର ବଢ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ତେଲ ଦର ଦୈନିକ ରେକର୍ଡ ସ୍ତର ଛୁଉଁଛି। ଆଜି ମଧ୍ୟ ଦେଶର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ତାନରେ ପେଟ୍ରୋଲ ଦର ଦେଶରେ ଶୀର୍ଷରେ ରହିଛି। ବାଣିଜ୍ୟିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ନିକଟତ୍ତର ହୋଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରି ଡିଜେଲ ଦର ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି।

କରୋନା ସଙ୍କଟବେଳେ ଉପରମୁଁହା ତୈଳଦର, ୪ ଦିନରେ ଡିଜେଲ ଏକ ଟଙ୍କା ମହଙ୍ଗା
କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ତୈଳଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ।

ଓଡ଼ିଶାରେ ମଧ୍ୟ ତୈଳଦର ବଢ଼ିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ଥିବାବେଳେ ୪ ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଉପରେ ରହିଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୯୭ ଟଙ୍କା ୩ ପଇସା ମାଲକାନଗିରିରେ ରହିଛି । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ରାୟଗଡ଼ାରେ ୯୫ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲ ।

ପେଟ୍ରୋଲ ଭଳି ଡିଜେଲ ଦରରେ ନିଆଁ ଲାଗିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୪ ପଇସା ରହିଛି । ନବରଙ୍ଗପୁର ଓ କୋରାପୁଟରେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ବେଳେ ରାୟଗଡ଼ାରେ ୯୨ ଟଙ୍କା ୬୬ ପଇସା ରହିଛି । ୪ ଦିନ ଭିତରେ ପଟ୍ରୋଲ ଲିଟର ପିଛା ୯୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧ ଟଙ୍କା ବଢ଼ିଛି ।

ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର, ଭୁବନେଶ୍ବରରେ ନବେ ଛୁଇଁବ
ଘରୋଇ ବଜାରରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଏବଂ ଡିଜେଲ। ଯାହା ଫଳରେ ତୈଳ ମୂଲ୍ୟରେ ବୃଦ୍ଧି ଘଟି ନୂଆ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଦେଶରେ ଏବେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ଛୁଇଁବ ଏବଂ ଡିଜେଲ ୮୬ ଟଙ୍କା ଅତିକ୍ରମ କରିଛି। ସେହିଭଳି ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ଏବଂ ଡିଜେଲ ୮୬ଟଙ୍କା ଉପରେ ରହିଛି। ଏହାଫଳରେ ବଜାରରେ ତୈଳ ଦର ବେଲଗାମ୍‌ ହେବାରେ ଲାଗିଛି। ଫଳରେ ୨୦୨୦ ମାର୍ଚ୍ଚଠାରୁ ଦେଶରେ ପେଟ୍ରୋଲ ଲିଟର ପିଛା ୨୦ ଟଙ୍କା ଏବଂ ଡିଜେଲ ୧୭ ଟଙ୍କା ମହଙ୍ଗା ହୋଇଛି।

ସୋମବାର ନୂଆଦିଲ୍ଲୀଠାରେ ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ଲିଟର ପିଛା ୩୬ ପଇସା ଲେଖାଏ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୯୯ ପଇସା ଏବଂ ଡିଜେଲ ଲିଟର ପିଛା ୭୯ ଟଙ୍କା ୩୫ ପଇସା ହୋଇଛି। ଆଜି ମୁମ୍ବଇଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୫ ଟଙ୍କା ଟପି ଶତକ ମାରିବାକୁ ଯାଉଛି। ବଜାରରେ କିଛିଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଏବେ କ୍ରାମଗତ ଭାବେ ଦର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି। ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି।

ପୂର୍ବ ଦିବସଗୁଡିକ ଭଳି ଆଜି ମଧ୍ୟ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟି ତେଲ ଅଧିକ ମହଙ୍ଗା ହୋଇଛି। ଭୁବନେଶ୍ୱରରେ ମଧ୍ୟ ତେଲ ଦରରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଏଠାରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖାଦେଇ ଐତିହାସିକ ସ୍ତର ଛୁଇଁଛି। ସୋମବାର ଭୁବନେଶ୍ବରରେ ପେଟ୍ରୋଲ  ଲିଟର ପିଛା ୨୬ ପଇସା ବୃଦ୍ଧି ଘଟି ୮୯ ଟଙ୍କା ୬୮ ପଇସାରେ ପହଞ୍ଚିଛି। ଏହା ଏବେ ୯୦ ଟଙ୍କା ନିକଟତର ହେବାକୁ ଯାଉଥିବାବେଳେ ଏବଂ ଡିଜେଲ ଲିଟର ପିଛା ୩୨ ପଇସା ବୃଦ୍ଧି ଘଟି ୮୬ ଟଙ୍କା ୪୫ ପଇସା ଛୁଇଁ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି