Koksara - The Sakala

ପରଲୋକରେ ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ
ଭୁବନେଶ୍ୱର: ପୂର୍ବତନ କୋକସରା ବିଧାୟିକା ତଥା ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମାଆ ରୋଶନୀ ସିଂଦେଓଙ୍କ ପରଲୋକ । ୮୨ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓ ୧୯୪୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ରୋଶନୀ ସିଂଦେଓ ୧୯୯୫ରୁ ୨୦୦୪ ପର୍ଯ୍ୟନ୍ତ କୋକସରା ବିଧାୟିକା ଥିଲେ । ବିଧାୟିକା ଜନତା ଦଳରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳ ରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ରହିଥିଲେ l ତାଙ୍କ ମୃତ୍ୟୁରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଜୟପାଟଣା ନିଆଯିବ । ପୂର୍ବତନ ବିଧାୟିକାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଭାଙ୍ଗିଲା ଇନ୍ଦ୍ରାବତୀ ଜଳସେଚନ କେନାଲ ବନ୍ଧ, ଶହ ଶହ ଏକର ଧାନ ଜମି ଜଳାର୍ଣ୍ଣବ
କଳାହାଣ୍ଡି: ଇନ୍ଦ୍ରାବତୀ ଉଠାଜଳସେଚନ କେନାଲରେ ଘାଇ। ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ମାଝୀ ଗୁଡା ନିକଟରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି।

ଚଳିତ ବର୍ଷ ଠାରୁ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇ ଜୟପାଟଣା କୋକସରା ଓ ଧର୍ମଗଡ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପାଣି ଛଡା ଯାଇଥିଲା। ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ। ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଛି। କୋକସରା ବ୍ଲକର ମାଝୀଗୁଡା ନିକଟରେ ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ଯୋଗୁଁ ଓ ନିମ୍ନମାନର କାମ ହୋଇଥିବା ଯୋଗୁ କେନାଲ ବନ୍ଧ ଭାଙ୍ଗି ଯାଇଛି। ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ବର୍ତ୍ତମାନ ହେକ୍ଟର ହେକ୍ଟର ଜମିରେ ଚାଷୀଙ୍କ ରୁଆ ଓ ବୁଣା ଧାନରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ।

ଚାଷୀମାନେ କେନାଲ ବନ୍ଧ ଭାଙ୍ଗିବା ପାଇଁ ଠିକାସଂସ୍ଥାର ନିମ୍ନମାନର କାମ ଓ ଅବହେଳାକୁ ଦାୟୀ କରିବା ସହ ସେମାନଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସେପଟେ ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ଠିକାସଂସ୍ଥାର ଜଣେ ଯନ୍ତ୍ରୀ ପହଞ୍ଚି କେନାଲ ପାଣିକୁ ବନ୍ଦ କରିବା ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କାର୍ଯାଲୟକୁ ଜଣାଇଥିବା କହିଛନ୍ତି।

ପୋଲିସ ବାବୁଙ୍କ ଜୁଲମ : ୨କେଜି ମାଂସ ନ ସିଝିବାରୁ ମାଂସ ବିକାଳୀକୁ ଥାନାକୁ ଡାକି ମାଗିଲେ ଆଉ ୧୦ କେଜି
ଭବାନୀପାଟଣା : କଳାହାଣ୍ଡି ଜିଲା ପୋଲିସ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ସେ ଅଟୋ ଡ୍ରାଇଭରଙ୍କୁ ଟ୍ରାଫିକ କର୍ମଚାରୀଙ୍କ ମାଡ଼ ଘଟଣା ହେଉ କିମ୍ବା ଡ୍ରଗ୍ସ ବେପାରୀ ଓ ବାଇକ ଲୁଟେରା ଗ୍ୟାଙ୍ଗକୁ ଠାବ କରି ହେଉ। ତେବେ ଜଣେ ମାଂସ ବିକାଳୀଙ୍କ ଉପରେ ଜୁଳୁମ କରି ପୁଣିଥରେ ଚର୍ଚ୍ଚାକୁ ଆସିଛି ଜିଲା ପୋଲିସ। ଜଣେ ମାଂସ ବିକାଳୀଙ୍କୁ ଗିରଫ ଭୟ ଦେଖାଇ ଗିରଫ ବଦଳରେ ଖାସି ମାଂସ ନେଇ ଭୋଜିଭାତର ଆସର ଜମେଇଛି କୋକସରା ପୋଲିସ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରୁଥିବା ବେଳେ ମାଂସ ବିକାଳୀ ଜଣକ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ଓ ତାଙ୍କୁ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।

ଅଭିଯୋଗ ଅନୁସାରେ କୋକସରା ଥାନା ଅଧିନ ମୋଟେର ଠାରେ ଶେଖ ସରିଫ ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେବ ମୋଟେର ଛକରେ ଖାସି ମାଂସ ବ୍ୟବସାୟ କରନ୍ତି। ଗତ ୨୯ ତାରିଖରେ କୋକସରା ଥାନାର ଜଣେ କର୍ମଚାରୀ ତାଙ୍କ ଦୋକାନକୁ ଆସି ୨ କେଜି ଖାସି ମାଂସ ନେଇଥିଲେ। ଏହାର ଦିନକ ପରେ ଅର୍ଥାତ ୩୦ ତାରିଖରେ ପୁଣି ଜଣେ କର୍ମଚାରୀ ଆସି ଥାନାକୁ ଯିବାକୁ କହିଥିଲେ। ସେ କାରଣ ପଚାରିବାରୁ କାରଣ ନ କହି ତୁରନ୍ତ ଥାନାକୁ ଯିବାକୁ ବାଧ୍ୟ କରିଥିଲେ। ଏହାପରେ ସେ ଥାନାକୁ ଯିବାରୁ ତାଙ୍କୁ ପ୍ରଥମେ ସେଠି ଜଣେ ଅପରାଧୀ ଭଳି ବ୍ୟବହାର କରାଯାଇଥିଲା। ପରେ ଥାନା ଅଧିକାରୀ ଆସି ତାଙ୍କୁ ଧମକ ଚମକ କରିବା ସହ ସେ ଦେଇ ଥିବା ୨ କେଜି ମାଂସ ଖରାପ ଥିଲା ବୋଲି କହିଥିଲେ। ଏଥିପାଇଁ କିଛି ପୋଲିସ ଅଧିକାରୀଙ୍କ ସ୍ୱାଥ୍ୟବସ୍ଥା ବିଗିଡି ଥିବା କୁହାଯାଇଥିଲା। ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଦୃଶ ମାମଲା ରୁଜୁ କରାଯାଇ ଗିରଫ ଧମକ ଦିଆଯାଇଥିଲା। ତେବେ ମାଂସ ଖରାପ ଥିବା ନେଇ ଅନ୍ୟ କାହାର ଏଭଳି ଅଭିଯୋଗ ନାହିଁ ବୋଲି ଶେଖ ସରିଫ ଯୁକ୍ତି ବାଢ଼ିଥିଲେ । ପରେ ତାଙ୍କ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦିଆଯାଇଥିଲା। ଏଥିରେ ସେ ଡ଼ରିଯାଇଥିଲେ। ତେବେ ୧୦ କେଜି ଖାସି ମାଂସ ଦେଲେ ତାଙ୍କୁ ଛାଡିବ ବୋଲି ପୋଲିସ ଅଧିକାରୀ ତାଙ୍କୁ କହିଥିଲେ। ସେ ଏଥିରେ ରାଜି ହୋଇ ତୁରନ୍ତ ୧୦ କେଜି ଖାସି ମାଂସର ବ୍ୟବସ୍ଥା କରିଥିଲେ। ଏ ବାବଦକୁ ପୋଲିସ କୌଣସି ଟଙ୍କା ଦେଇ ନଥିଲା। ତେବେ ପୋଲିସ ତାଙ୍କୁ ମାନସିକ ନିର୍ଯ୍ୟାତନା ସହିତ ଆର୍ଥିକ ଶୋଷଣ କରିଥିବାରୁ ସେ ନ୍ୟାୟ ଦାବି କରିଛନ୍ତି।

ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ସମ୍ପୃକ୍ତ ମାଂସ କଟାଳିଙ୍କ ଠାରୁ ଅଣାଯାଇଥିବା ୨ କେଜି ମାଂସ ଠିକ ଭାବେ ସିଝି ନଥିଲା ଏଣୁ ତାଙ୍କୁ ଥାନାକୁ ଡକାଯାଇଥିଲା। ତେବେ ପରେ ଅଣାଯାଇଥିବା ୧୦ କେଜି ମାଂସ ବାବଦକୁ ଟଙ୍କା ଦେଇଥିବା କହିଛନ୍ତି।