Cyber Loot - The Sakala

ମୁମ୍ୱାଇ ପୁଲିସ କହି ବରିଷ୍ଠ ଅଧିକାରୀଙ୍କୁ ଚୂନ ଲଗାଇଲେ ସାଇବର ଠକ
ଭୁବନେଶ୍ବର: ପ୍ରଥମେ ଅଜଣା ନମ୍ବରରୁ କଲ, ପରେ ମୁମ୍ୱାଇ ପୁଲିସ କହି ୧୨ ଲକ୍ଷ ଠକେଇ । ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ଏଭଳି ଠକେଇର ସମ୍ମୁଖୀନ ହୋଇ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୁଲିସ। ଅଭିଯୁକ୍ତର ନାଁ କିଶୋର ରାଣା, ଘର ରାଜସ୍ଥାନ।

ଅଭିଯୋଗ ମୁତାବକ, ଜୁନ ୭ ରେ ବରିଷ୍ଠ ଅଧିକାରୀଙ୍କୁ ଟେଲିଫୋନ କମ୍ପାନୀରୁ ଏକ କଲ ଆସିଥିଲା । ତାଙ୍କ ନମ୍ବର ବ୍ୟବହାର କରି ୨୮ ଟି ବେନାମୀ ଟ୍ରାଞ୍ଜକ୍ସନ ହୋଇଥିବା କୁହାଯାଇଥିଲା । ପରେ ଆଉ ଜଣେ ମୁମ୍ବାଇ ପୁଲିସ କହି ସ୍କାଇପି ଯୋଗେ ତାଙ୍କ ସହ କଥା ହୋଇଥିଲେ। ବରିଷ୍ଠ ଅଧିକାରୀଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କ ଠାରୁ ଅନଲାଇନରେ ସମସ୍ତ ଡକ୍ୟୁମେଣ୍ଟ ନେଇଯାଇଥିଲେ। ଭୟଭୀତ ହେବା ପରେ ତାଙ୍କଠାରୁ ଦୁଇଥର ରେ ପାଖାପାଖି ୧୨ ଲକ୍ଷ ଟଙ୍କା ଠକି ନେଇଥିଲେ ଠକ ।

ଏନେଇ ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାଠାରୁ ମୋବାଇଲ, ଏଟିଏମ, ଚେକବୁକ ଜବତ କରାଯାଇଛି। ବେନାମୀ ଆକାଉଣ୍ଟ ଜରିଆରେ ସେ ଠକେଇ ଟଙ୍କା ଉଠାଉଥିବା ନେଇ ଅଭିଯୋଗ ହେଉଛି । କେସ ନମ୍ବର ୧୪୧ ଦଫା ୪୧୯, ୪୨୦, ୪୬୭, ୪୬୮, ୪୭୧ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ, ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା
ଭୁବନେଶ୍ବର: ଲୁଟକୁ ନେଇ ସାଇବର ଠକଙ୍କ ନୂଆ ତରିକା। ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ। ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଏକ ଠକକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ । ଅନ୍ୟ ଏକ ଝିଅର ଫଟୋ ଲଗାଇ ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ତିଆରି କରୁଚନ୍ତି। ପରେ ସେହି ଫେକ ପ୍ରୋଫାଇଲରୁ ଏକାଧିକ ଯୁବକଙ୍କୁ ଠକିଥିବା ନେଇ ଅଭିଯୋଗ ହୋଇଛି । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୁଲିସ ।

ସୂଚନା ଅନୁଯାୟୀ,  ମାଟ୍ରିମୋନି ସାଇଟରେ ଯୁବତୀଙ୍କ ପ୍ରୋଫାଇଲ ଓ ଫଟୋ ରଖି ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ବିଭିନ୍ନ ବାହାନାରେ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଠକ। ନବମ ଶ୍ରେଣୀ ପାଠପଢିଥିବା ଏହି ଚତୁର ଠକ ଦୀପା ପ୍ରଧାନ ନାମରେ ମାଟ୍ରିମୋନି ସାଇଟରେ ଗୋଟିଏ ଆକାଉଣ୍ଟ ଖୋଲି ଭୁଆଁ ବୁଲାଉଥିଲା । ସମ୍ପର୍କୀୟଙ୍କ ଦେହ ଖରାପ କହି ୩ ଥରରେ ଅନଲାଇନରେ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଯାଇଥିଲା । ଅଭିଯୋଗକାରୀ ନିଜେ ଠକାମିର ଶିକାର ହୋଇଥିବା ନେଇ ଖବର ପାଇବା ପରେ ୨୦୨୩ ନଭେମ୍ବର ୧୫ ରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ପୁଲିସ ।

ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି କହି ମହିଳାଙ୍କୁ ୮ ଲକ୍ଷ ଟଙ୍କାର ଚୂନ ଲଗାଇଲେ ସାଇବର ଠକ
ଭୁବନେଶ୍ବର: ସାଇବର ଠକଙ୍କ ନୂଆ ଚାଲ କୋରିୟର ସ୍କାମ । କ୍ରାଇମବ୍ରାଞ୍ଚ ନାଁରେ ଠକ କରୁଛି କଲ୍ । କୋରିୟର ପାର୍ସଲରେ ବେଆଇନ ସାମଗ୍ରୀ ଆସିଛି ।  ଟଙ୍କା ଦେଇ ମାମଲା ରଫା ଦଫା କରିବାକୁ ଠକ ଦେଉଛି ଅଫର ।  ଟଙ୍କା ନ ଦେଲେ ଗିରଫ ଭୟ ଦେଖାଉଛି ଠକ । ଠକେଇର ଶିକାର ହେଲେ ଭୁବନେଶ୍ବର ଜଣେ ମହିଳା ।

ସଂପକ୍ତ ମହିଳାଙ୍କ ଠାରୁ ଠକ ନେଇଗଲା ୮ ଲକ୍ଷ ଟଙ୍କା। ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି।  ଏବେ ଶୁଦ୍ଧା ୩ଟି ମାମଲା ଥାନାକୁ ଆସିଛି । କୋରିୟର ସ୍କାମ ନେଇ ଭୁବନେଶ୍ବର ଡିସିପି କହିଛନ୍ତି ଯେ,  ଠକ ମାନେ ଏଭଳି ଢଙ୍ଗରେ କଲ କରୁଛନ୍ତି।  କଷ୍ଟମ କିମ୍ବା କୌଣସି ଜାଗାରେ ପାର୍ସଲ ଅଟକି ରହିଛି । ବେଆଇନ ପାର୍ସଲକୁ ପୁଲିସ ଜବତ କରିଛି। ପାର୍ସଲ ରିଲିଜ କରିବାକୁ ହେଲେ ଟଙ୍କା ପଠାଓ । ଲୋଙ୍କ ମାନେ ବି ଭୟରେ ବ୍ୟାଙ୍କ ଡିଟେଲ୍ସ ଦେଉଛନ୍ତି।  ଏଭଳି କଲ ଆସିଲେ ଦୂରେଇ ରୁହିବାରୁ ଡିସିପି ସାଧାରାଣ ଲୋକଙ୍କୁ ଅପିଲ କରିଛନ୍ତି।  ଭୟ କରି ଠକକୁ କୌଣସି ତଥ୍ୟ ସେୟାର କରନ୍ତୁ ନାହିଁ ।  ଯଦି ଠକେଇର ଶିକାର ହେଲେ ୧୯୩୦ ହେଲ୍ପ ଲାଇନ କଲ କରନ୍ତୁ ବୋଲି

ଡିସିପି କହିଛନ୍ତି।

‘ଗୋଲ୍‌ଡେନ୍‌‌ ଆୱାର’ରେ ଫୋନ୍‌‌ କରି ଜଣାଇଲେ ରୋକିହେବ ସାଇବର ଠକେଇ
ଭୁବନେଶ୍ୱର: ସାଇବର ଠକେଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ରୋକିବା ପାଇଁ ୧୯୩୦ ସାଇବର କ୍ରାଇମ୍‌‌ ହେଲ୍ପ ଲାଇନ୍‌‌ ନମ୍ବର ଗତ ୪ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଅଫିସର ସମୟରେ ଏହି ହେଲ୍ପଲାଇନ୍‌‌ ନମ୍ବର ଚାଲୁଥିଲା। ଯେଉଁଥି ପାଇଁ ଜଣେ ଲୋକ ସନ୍ଧ୍ୟାରେ ଠକାମିର ଶିକାର ହେଲେ ସାଇବର ହେଲ୍ପଲାଇନ୍‌‌ ନମ୍ବରକୁ କଲ୍‌‌ କରିପାରୁନଥିଲା। ଯେଉଁଥି ପାଇଁ ଠକେଇ ଟଙ୍କା ଗୋଟିଏ ଆକାଉଣ୍ଟରୁ ଏକାଧିକ ଆକାଉଣ୍ଟକୁ ଟ୍ରାନ୍ସଫର କରି ଟଙ୍କା କାଢି ନେଇଯାଉଥିଲା। ଏହାକୁ ରୋକିବା ପାଇଁ ୨୪ଘଣ୍ଟିଆ ସାଇବର ଅପରାଧ ହେଲ୍ପଲାଇନ୍‌‌ କାର୍ଯ୍ୟକ୍ଷମ କରାଗଲା। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ଯେକୌଣ ସମୟରେ ଫୋନ୍‌‌ କରି ଏବଂ ଅଭିଯୋଗ କରିପାରିବେ। ଏନେଇ କ୍ରାଇମ୍‌‌ବ୍ରାଞ୍ଚ ପ୍ରସ୍‌‌ ବିଜ୍ଞପ୍ତି କରି ସୂଚନା ଦେଇଛନ୍ତି।

ସାଇବର ଠକମାନଙ୍କ ଦ୍ୱାରା ପ୍ରତାରଣା ହୋଇଥିବା ନାଗରିକମାନେ ବିନା ବିଳମ୍ୱରେ ତୁରନ୍ତ ୧୯୩୦ ଡାଏଲ୍‌‌ କରିବା ଉଚିତ୍‌‌। ଠକମାନଙ୍କ ଦ୍ୱାରା ଠକେଇ ଟଙ୍କା ଅନ୍ୟ ଆକାଉଣ୍ଟକୁ ପଠାଯିବା ପୂର୍ବରୁ ଗୋଲଡେନ୍‌‌ ସମୟ ମଧ୍ୟରେ ଅଭିଯୋଗ କରିବା ଆବଶ୍ୟକ। ଯାହାଦ୍ୱାରା ଠକମାନେ ଠକେଇ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ନେଇପାରିବେ ନାହିଁ। ଠକେଇର ଶିକାର ହେବା ପରେ ତୁରନ୍ତ ଏହି ହେଲ୍ପଲାଇନ୍‌‌କୁ ଫୋନ୍‌‌ କରି ଜଣାଇବା ପରେ ସେଠାରେ ଥିବା ତାଲିମପ୍ରାପ୍ତ ଅଧିକାରୀମାନେ ଏହାକୁ ଗୁରୁତର ସହ ନେବେ।ଏହା ପରେ ସେମାନେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରିବେ। ଯାହାଦ୍ୱାରା ଠକ ଏବଂ ତାଙ୍କ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବାକୁ ରୋକିବାରେ ସହଜ ହେବ।

ଯଦି ଟଙ୍କା ପୂର୍ବରୁ ସ୍ଥାନାନ୍ତରିତ ହୋଇଛି, ତେବେ ବିଳମ୍ୱ ନକରି ଅଭିଯୋଗ ଦାଖଲ ହେଲେ ଏହା ଫେରସ୍ତ ହୋଇପାରିବ। ଠକ ଫୋନ୍‌‌ କରୁଥିବା ନମ୍ବରକୁ ସାଇବର ହେଲ୍ପ ଲାଇନ୍‌‌ ନମ୍ବରକୁ ଦିଆଗଲେ ଏହାକୁ ତୁରନ୍ତ ବନ୍ଦ କରି ଦିଆଯିବ। ଯାହାଫଳରେ ଠକମାନେ ଏହି ନମ୍ବରରେ ଅନ୍ୟ କାହାକୁ ଫୋନ୍‌‌ କରି ଠକେଇ କରିପାରିବେ ନାହିଁ। ଡିଜିପି ସୁନୀଲ ବଂଶଲ ଗତ ଏପ୍ରିଲ ୨୪ ତାରିଖରେ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସମେତ ସାଇବର କ୍ରାଇମ ୟୁନିଟର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଏହା ପରେ ସେ ଅତିରିକ୍ତ ମାନବ ଶକ୍ତି ଯୋଗାଇବା ସହିତ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ସହିତ ସିଆଇଡି ଏବଂ ସିବିର ସାଇବର କ୍ରାଇମ ୟୁନିଟକୁ ମଜବୁତ କରିବାକୁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୨୧ ମସିହାରେ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଉନ୍ମୋଚିତ ହୋଇଥିଲା ଏବଂ ଭଏସ୍‌‌ କଲ୍‌‌ ମାଧ୍ୟମରେ ଆର୍ଥିକ ସାଇବର କ୍ରାଇମ୍‌‌ ରିପୋର୍ଟ ପାଇଁ ଓଡ଼ିଶାରେ ଡାଏଲ୍‌‌ ୧୯୩୦ ସୁବିଧା ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶା ପାଇଁ ୧୯୩୦ ସାଇବର କ୍ରାଇମ ହେଲ୍ପ ଲାଇନ ଓଡ଼ିଶା ପୁଲିସ କ୍ରାଇମ ଶାଖା ଦ୍ୱାରା ପରିଚାଳିତ କଲ୍‌‌ ସେଣ୍ଟର ଦ୍ୱାରା କୋଟି କୋଟି ଟଙ୍କା ଫେରାଇ ଅଣାଇଯାଇ ପାରିଛି।

ଚାଇନା ସିମ୍‌ରେ ଲୁଟୁଛନ୍ତି ସାଇବର ଠକ: ରାଜଧାନୀରେ ବଢ଼ୁଛି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର
ଭୁବନେଶ୍ୱର: ରାଜଧାନୀରେ ବେଆଇନ୍‌‌ ଭାବେ ବ୍ୟବହାର ହେଉଛି ସିମ୍‌‌ ବକ୍ସ। ଏହି ସିମ୍‌‌ ବକ୍ସ ବ୍ୟବହାର କରି ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପକାଇ ଲୁଟୁଛନ୍ତି ସାଇବର ଠକ। ଏଥିସହ ସହରରେ ଥିବା ଏକାଧିକ କଲ୍‌‌ ସେଣ୍ଟରରେ ମଧ୍ୟ ଏହାକୁ ବେଆଇନ୍‌‌ ଭାବେ ବ୍ୟବହାର କରାଯାଉଛି। ଏହି ସିମ୍‌‌ ବକ୍ସ ଚାଇନାରୁ ସିଧା ଗଳାବାଟ ଦେଇ ଓଡ଼ିଶା ଆସୁଛି। ନିକଟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଜଙ୍ଗଲରୁ ୬ଜଣ ଗିରଫ ହେବା ପରେ ଏହି ସିମ୍‌‌ ବକ୍ସ ସମ୍ପର୍କରେ ଜଣାପଡ଼ିଥିଲା। ଏହି ମାମଲାର କ୍ରାଇମ୍‌‌ବ୍ରାଞ୍ଚ ତଦନ୍ତ ପରେ ଆଉ ଏକ ଦିଗ ପଦାକୁ ଆସିଥିଲା। ରାଜଧାନୀର ଏକାଧିକ କଲ୍‌‌ ସେଣ୍ଟର, ମାଟ୍ରିମୋନିଆଲ୍‌‌ ସାଇଟ୍‌‌ ଏବଂ ଲୋନ୍‌‌ ଆପ୍‌‌ ସଂସ୍ଥାର କର୍ମାଚାରୀମାନେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ବ୍ୟବହାର କରୁଛନ୍ତି। ବିଶେଷ କରି କଲ୍‌‌ ସେଣ୍ଟରରେ ବ୍ୟବହାର କରିବାର କାରଣ ହେଲା, ଏହା ମାଧ୍ୟମରେ ବିଭିନ୍ନ ଅନ୍ତର୍ଜାତୀୟ କଲ୍‌‌ଗୁଡିକୁ ଲୋକାଲ କଲ୍‌‌ରେ ପରିଣତ କରି କୋଟି କୋଟି ଟଙ୍କା ଠକିବା ସୁବିଧା ହେଉଛି। ଏହି ସିମ୍‌‌ ବକ୍ସରେ ସାଢ଼େ ୩ଶହ ସିମ୍‌‌ ପଡୁଥିବାରୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରୁଛି।

ବିଶେଷ କରି ଏକାଧିକ କଲ୍‌‌ ସେଣ୍ଟରରେ ଏହା ବ୍ୟବହାର ହେଉଛି। ବିବାହ ମାଟ୍ରିମୋନିଆଲ ସାଇଟ୍‌‌ର କଲ୍‌‌ ସେଣ୍ଟରକୁ ଏକାଧିକ ଫୋନ୍‌‌ କଲ୍‌‌ ଦେଶ ଏବଂ ରାଜ୍ୟ ବାହାରୁ ଆସୁଛି। ସେମାନେ ଏହି ସିମ୍‌‌ ବକ୍ସ ମାଧ୍ୟମରେ ଆନ୍ତଃଜାତୀୟ କଲ୍‌‌ଗୁଡ଼ିକୁ ଲୋକାଲ କଲ୍‌‌ରେ ପରିଣତ କରି ସେମାନେ ସହଜରେ କୋଟି କୋଟି ଟଙ୍କା ଠକେଇ କରୁଛନ୍ତି। କେବଳ ମାଟ୍ରିମୋନିଆଲ ସାଇଟ୍‌‌ ନୁହେଁ; ନିକଟରେ ଲୋନ୍‌‌ ଆପ୍‌ ଠକମାନେ ଲୋକଙ୍କୁ ଋଣ ଦେବା ନାମରେ ବ୍ଲାକ୍‌‌ମେଲିଂ କରୁଛନ୍ତି। ସେମାନେ ମଧ୍ୟ ଏହି ସିମ୍‌‌ ବକ୍ସକୁ ବ୍ୟବହାର କରି ଏକାଧିକ ଲୋକଙ୍କୁ ଫୋନ୍‌‌ ଏବଂ ମେସେଜ୍‌‌ କରିପାରୁଛନ୍ତି। ଯଦି ପୁଲିସ ସିମ୍‌‌ବକ୍ସରେ ପଡ଼ିଥିବା ସିମ୍‌‌କୁ ଟ୍ରାକ୍‌‌ କରି ଧରିବାକୁ ଚେଷ୍ଟା କରେ, ତେବେ ଧରିବା

ସହଜ ହୋଇନଥାଏ। କାରଣ ଏହି ସିମ୍‌‌ଟି ଅନ୍ୟ ନାମରେ ଆସିଥିବା ବେଳେ ମୋବାଇଲ୍‌‌ ଭଲି ଏଥିରେ ଆଇଏମ୍‌‌ଆଇ ନମ୍ବର ଦେଖାଇ ନଥାଏ। ପୂର୍ବରୁ ମଧ୍ୟ କ୍ରାଇମ୍‌‌ବ୍ରାଞ୍ଚ ଏହା ଜାଣିପାରି ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା କଲ୍‌‌ ସେଣ୍ଟର ଉପରେ ଚଢ଼ଉ କରିଥିଲା। କିନ୍ତୁ ବର୍ତ୍ତମାନ ଆଉ ଚଢ଼ଉ ହେଉନଥିବାରୁ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସକୁ ଏକାଧିକ କଲ୍‌‌ ସେଣ୍ଟର ବ୍ୟବହାର କରୁଛନ୍ତି। ତେଣୁ ପୂର୍ବଭଳି ଚଢ଼ଉ କରିବା ପାଇଁ ଆଇଟି ବିଶେଷଜ୍ଞମାନେ ମତ ଦେଲେଣି। ବିଶେଷ କରି ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, ଗୋପାଳପୁରରେ ଏଭଳି ବେଆଇନ୍‌‌ ସିମ୍‌‌ ବକ୍ସ ବ୍ୟବହାର କରାଯାଉଛି।

ଏହି ସିମ୍‌‌ ବକ୍ସ ଚଳାଉଥିବା ଠକମାନଙ୍କୁ ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀମାନେ ସହଯୋଗ କରୁଛନ୍ତି। ସେମାନେ ଅର୍ଥ ଲୋଭରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ଯୋଗାଉଛନ୍ତି। ଯାହାଫଳରେ ସିମ୍‌‌ଟି ଏକାଧିକ ବ୍ୟକ୍ତିଙ୍କର ଜାଲ୍‌‌ ଦସ୍ତାବିଜ୍‌‌ ଦିଆଯାଇ କିଣାଯାଉଛି। କିଛି ଅର୍ଥ ଲୋଭରେ ଏହି ପ୍ରିଆକ୍ଟିଭ୍‌‌ ସିମ୍‌‌କୁ କମ୍ପାନୀର କେତେକ କର୍ମଚାରୀ ବିକ୍ରି କରୁଛନ୍ତି। ଯାହାଫଳରେ ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ମାଧ୍ୟମରେ ସାଇବର ଠକ ଅନ୍ୟକୁ କେୱାଇସି ଅପଡେଟ୍‌‌ ଏବଂ ଅନ୍ୟାନ ଲୋଭନୀୟ ମେସେଜ୍‌‌ ପଠାଇବା ଆକାଉଣ୍ଟ ଖାଲି କରି ଦେଉଛନ୍ତି। ତେଣୁ ପୁଲିସ ବିଭିନ୍ନ ଟେଲିକମ୍‌‌ ସଂସ୍ଥାକୁ ନୋଟିସ୍‌‌ କରି ଏନେଇ କଡ଼ା ପଦେକ୍ଷପ ନେବାକୁ କୁଆଯାଇଛି। ଯେଉଁମାନେ ଏଭଳି ପ୍ରି-ଆକ୍ଟିଭି୍‌‌ ସିମ୍‌‌ ବକ୍ରି କରୁଛନ୍ତି ତାଙ୍କୁ ଚାକିରିରୁ ବିଦା କରିବା ସହ ଥାନାରେ ମାମଲା ଦେବାକୁ କୁହାଯାଇଛି।

୨୦୧୬ରେ ମସିହାରେ ବ୍ରହ୍ମପୁର ଅଞ୍ଚଳରେ ବେଆଇନ ସିମ୍‌‌ବକ୍ସ ଠାବ କରିଥିଲା ଗୋପଳପୁର ଥାନା ପୁଲିସ। ଅପରାଧୀମାନେ ଏହି ସମ୍‌‌ବକ୍ସକୁ ବ୍ୟବହାର କରି ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲେ। ବିଦେଶରୁ ଫୋନ୍‌‌ କଲ୍‌‌ ଆସୁଥିବା କାରଣରୁ ପୁଲିସ ଅପରାଧୀ ପାଖରେ ପହଞ୍ଚି ପାରୁନି। କେବଳ ଏତିକି ନୁହେଁ ଆତଙ୍କବାଦୀ ଏବଂ ମାଓ ସଂଗଠନ ନେତାମାନେ ରାଜ୍ୟରେ ଥିବା ସେମାନଙ୍କ ସମର୍ଥକମାନଙ୍କ ସହ ସିମ୍‌‌-ବକ୍ସ ମାଧ୍ୟମରେ କଥା ହେଉଛନ୍ତି। ଯାହାକୁ ପୁଲିସ ସହଜରେ ଜାଣିପାରୁନି।

ଏୟାରପୋର୍ଟରେ ଚାକିରି ଦେବାକୁ କହି ୭ ଲକ୍ଷ ଟଙ୍କା ଲୁଟିନେଲା ସାଇବର ଠକ
ଭୁବନେଶ୍ୱର: ବିମାନ ବନ୍ଦରରେ ଚାକିରି କରାଇ ଦେବାକୁ କିଛି ମେସେଜ୍‍ ଆପଣଙ୍କ ମୋବାଇଲ୍‍କୁ ଆସୁଛି କି? ଯଦି ଆସୁଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଠକ ଏଭଳି ନୂଆ ଯୋଜନା କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏହିଭଳି ରାଜଧାନୀର ଏକାଧିକ ଯୁବକଙ୍କୁ ସାଇବର ଠକ ଠକିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହିଥିବା ବିକାଶ ନାମକ ଯୁବକଙ୍କ ମୋବାଇଲ୍‍କୁ ଏକ ମେସେଜ୍‍ ଆସିଥିଲା। ଯେଉଁଥିରେ ବିମାନ ବନ୍ଦରରେ ବିଭିନ୍ନ ପ୍ରୋ ଫାଙ୍କା ଥିବା କହିଥିଲେ। ଚାକିରି କରିବାକୁ ଇଚ୍ଛା ଥିଲେ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଥିଲା। ଏହି ମେସେଜ୍‍ ଦେଖିବା ପରେ ବିକାଶ ତୁରନ୍ତ ଦିଆଯାଇଥିବା ଫୋନ୍‍ ନମ୍ବରକୁ କଲ୍‍ କରିଥିଲେ। ଏହାପରେ ସାଇବର ଠକ ତାଙ୍କୁ ସମସ୍ତ ଦସ୍ତାବିଜ୍‍ ଦେବାକୁ କହିଥିଲେ। ବିକାଶ ଦେବା ପରେ ଚାକିରି ପାଇଁ ସିକ୍ୟୁରିଟ୍‍ ବାବଦକୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ପ୍ରଥମ ମାସ ଦରମା ମିଳିବା ସମୟରେ ଏହି ଟଙ୍କା ଫେରାଇ ଦେବାକୁ କହିଥିଲେ। ଚାକିରି ଲୋଭରେ ପଡ଼ି ବିକାଶ ୫୦ ହଜାର ଟଙ୍କା ଦେଇଥିଲେ। ଠକ ଟଙ୍କାନେବା ପରେ ବିଭିନ୍ନ ଫିସ୍‍ ବାବଦକୁ କହି ପ୍ରାୟ ୭ ଲକ୍ଷ ଟଙ୍କା ଠକି ନେଇଥିଲେ। ଶେଷରେ ବିକାଶ ଠକାମିର ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ଡାର୍କ ୱେବ୍‌ରେ ଅଙ୍ଗପ୍ରତ୍ୟଙ୍ଗ- ବ୍ଲଡ୍‌ ଗ୍ରୁପ୍‌ ତଥ୍ୟ ବିକି କୋଟି କୋଟି ଟଙ୍କା କମାଉଛନ୍ତି ହ୍ୟାକର୍ସ
ନୂଆଦିଲ୍ଲୀ(ଏଜେନ୍ସି): ହ୍ୟାକର୍ସଙ୍କ ଠିକଣା ପାଲଟିଛି ଡାର୍କ ୱେବ୍‌। ହ୍ୟାକିଂ କରି ହାସଲ କରାଯାଇଥିବା ତଥ୍ୟ ସେମାନେ ଏଠାରେ ବିକ୍ରି କରୁଛନ୍ତି। ଏହି ଡାର୍କ ୱେବ୍‌ରେ କେବଳ ଡାଟା ନୁହେଁ, ସମସ୍ତ ବେଆଇନ କାର୍ଯ୍ୟକଳାପ ଚାଲିଛି। ଅଙ୍ଗପ୍ରତ୍ୟଙ୍ଗ, ଦେହ ବେପାର, ନିଶା ବ୍ୟବସାୟ, ଅସ୍ତ୍ରଶସ୍ତ୍ର କାରବାରଠାରୁ ଆରମ୍ଭ କରି ସମସ୍ତ ଗୋରଖ ଧନ୍ଦାର ଆସର ପାଲଟିଛି ଏହି ଡାର୍କ ୱେବ୍‌।

ଗତ ୨୩ ତାରିଖରେ ହ୍ୟାକର୍ସ ଦିଲ୍ଲୀ ଏମ୍ସ ସର୍ଭରରେ ଆଟାକ୍‌ କରିଥିଲେ। ଏହି ସର୍ଭରକୁ ଠିକ୍‌ କରିବା ପାଇଁ ସେମାନେ ୨୦୦ କୋଟି ଟଙ୍କା ମାଗିଥିଲେ। ଏହି ଅର୍ଥକୁ କ୍ରିପ୍ଟୋ କରେନ୍ସିରେ ପୈଠ କରିବାକୁ କହିଥିଲେ। ହ୍ୟାକିଂ ବିଷୟରେ ଜଣାପଡିବା ପୂର୍ବରୁ ହ୍ୟାକର୍ସ ଏମ୍ସର ୬ ହଜାରରୁ ଅଧିକ କମ୍ପ୍ୟୁଟର ହ୍ୟାକ କରି ପ୍ରାୟ ୪ କୋଟି ରୋଗୀଙ୍କ ତଥ୍ୟ ଚୋରି କରି ନେଇଥିଲେ। ଏଥିରେ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସମେତ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ତଥ୍ୟ ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ସରେ ଟିକା ନେଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଚିକିତ୍ସା ମଧ୍ୟ ଏଠାରେ ହୋଇଥିଲା। ଏମ୍ସ ଡାଟାବେସ୍‌ରେ ବରିଷ୍ଠ ଅଧିକାରୀ, ସ୍ବାସ୍ଥ୍ୟ କର୍ମଚାରୀ, ରୋଗୀଙ୍କ ବ୍ୟକ୍ତିଗତ ସୂଚନା, ରକ୍ତଦାତା, ଆମ୍ବୁଲାନ୍ସ, ଟିକାକରଣ, ରକ୍ଷଣାବେକ୍ଷଣ କରୁଥିବପା କର୍ମଚାରୀଙ୍କ ମଧ୍ୟ ସୂଚନା ଥିଲା।

ଆଇଟି କମ୍ପାନୀ ନର୍ଡଭିପିନର ଅଧ୍ୟୟନରୁ ଜଣାପଡିଛି ଯେ ୬ ଲକ୍ଷ ଭାରତୀୟଙ୍କ ଡାଟା ସହିତ ବିଶ୍ବର ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମ୍ବେଦନଶୀଳ ତଥ୍ୟ ହ୍ୟାକ କରି ବଟ୍‌ ମାର୍କେଟରେ ବିକ୍ରି କରାଯାଇଛି। ଏ ପର୍ଯ୍ୟନ୍ତ ଏହି ବଜାରରେ ବିକ୍ରି କରାଯାଇଥିବା ତଥ୍ୟରେ ଭାରତୀୟଙ୍କ ୧୨ ପ୍ରତିଶତ ବ୍ୟକ୍ତିଗତ ସୂଚନା ସାମିଲ ରହିଛି। ଜଣେ ବ୍ୟକ୍ତିଙ୍କ ଡାଟା ୫.୯୫ ଡଲାର ଅର୍ଥାତ୍‌ ୪୯୦ ଟଙ୍କାରେ ବିକ୍ରି କରାଯାଇଛି। ବଟ୍‌ ମାର୍କେଟରେ ଅନ୍‌ଲାଇନରୁ ଚୋରି କରାଯାଇଥିବା ଡାଟା ବିକ୍ରି କରାଯାଇଥାଏ। ଏହି ତଥ୍ୟରେ ବ୍ୟକ୍ତିଙ୍କ ଲଗିନ ସୂଚନା, କୁକିଜ, ଡିଜିଟାଲ ଫିଙ୍ଗରପ୍ରିଣ୍ଟ ଏବଂ ଅନ୍ୟ ସୂଚନା ସାମିଲ ରହିଛି।

ସାଇବର ପୁଲିସକୁ ବଡ଼ ସଫଳତା: ନଭେମ୍ବର ମାସରେ ଅଦୃଶ୍ୟ ଠକଙ୍କ କବଜାରୁ ଫେରିଲାଣି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ନଭେମ୍ବର ମାସ ମଧ୍ୟରେ ହେଲ୍ପଲାଇନ ନମ୍ବର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୬୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ କେବଳ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୪୦ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୨୫ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୩୧ଟି UPI ଠକେଇ ଜନିତ ଅଭିଯୋଗ, ୭୮ଟି Credit/Debit Card ଠକେଇ ଜନିତ ଅଭିଯୋଗ ଓ ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଠକେଇ ଅଭିଯୋଗ ଗ୍ରହଣ କରିଥିବା ବେଳେ ମୋଟ ୬୭ଟି ଅନ୍ୟାନ୍ୟ ଅନଲାଇନ ଜନିତ ଠକେଇ ଅଭିଯୋଗ ଏହି ସାଇବର କ୍ରାଇମ ହେଲ୍ପ ଡ଼େସ୍କ ଗ୍ରହଣ କରିଥିଲେ।

ଗତ ମାସ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧,୧୭,୯୧,୦୮୧/-ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା । ଗତ ମାସରେ ଆସିଥିବା ଠକେଇ ଅଭିଯୋଗ ଗୁଡିକ ମଧ୍ୟରୁ ମୋଟ ୦୭ଗୋଟି ମାମଲା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତ ନଭେମ୍ବର ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦,୯୭,୪୬୬/-ପରିମାଣର ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୯,୮୮,୨୦୯/- ପରିମାଣର ଟଙ୍କାକୁ ବ୍ଲକ/ଫ୍ରିଜ କରାଯାଇ ପାରିଛି । ଏହିପରି ଭାବେ ମୋଟ ୨୦,୮୫,୬୭୫ଟଙ୍କା ସାଇବର ଠକଙ୍କ କବଜାକୁ ଯିବା ପୂର୍ବରୁ ସୁରକ୍ଷିତ କରାଯାଇପାରିଛି ।

ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ
ଭୁବନେଶ୍ବର: ଏଣିକି ସାଇବର ଠକଙ୍କୁ ପାନେ ଦେବେ ସ୍କୁଲ ଛାତ୍ରଛାତ୍ରୀ ।  ଟ୍ଵିନସିଟିର ସ୍କୁଲରେ ସାଇବର ସିକ୍ୟୁରିଟି କ୍ଲବ ଖୋଲାଯିବ। କମିଶନରେଟ ପୁଲିସ ଲିଙ୍କରେ ଏହି ହ୍ବାଟସଆପ ଗ୍ରୁପ ରହିବ। ଟ୍ରାଫିକ, ନିଶା କାରବାର, ଆତ୍ମହତ୍ୟା ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ରାଜଧାନୀର ବିଭିନ୍ନ ସ୍କୁଲରେ ଏ ନେଇ ଆଜି ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ଯକ୍ରମରେ  ସିପିଙ୍କ ସହ ଡିସିପି ଓ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତଥିଲେ। ପିଲାଙ୍କ ସହ ସ୍କୁଲ କର୍ମକର୍ତ୍ତାଙ୍କୁ ମଧ୍ୟ ସଚେତତନା କରାଯାଇଛି।

ସାଇବର ଠକଙ୍କ କବଳରେ ଯୁବତୀ; ଉପହାର ପଠାଇବା ବାହାନାରେ ଠକି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା
କଟକ: ସାଇବର ଠକଙ୍କ କବଳରେ ଯୁବତୀ। ସାଇବର ଠକ୍ ଗ୍ୟାଙ୍ଗ କବଳରେ ହନି ଟ୍ରାପର ଶିକାର ହେଲେ ଯୁବତୀ । ପ୍ରଥମେ ଫ୍ରେଣ୍ଡ୍ ଓ ପରେ ଉପହାର ପଠାଇବା ବାହାନାରେ ଯୁବତୀଙ୍କ ଠାରୁ ଠକି ନେଲେ ୭ ଲକ୍ଷ ୯୫ ହଜାର ଟଙ୍କା। କଟକ ସାଇବର ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ।

ସୂଚନା ଅନୁସାରେ, ପ୍ରଥମେ ଇନଷ୍ଟାଗ୍ରାମ ଜରିଆରେ ହୋଇଥିଲା ବନ୍ଧୁତା। ନିଜକୁ ସ୍କଟଲ୍ୟାଣ୍ଡ ବାସିନ୍ଦା ବୋଲି ପରିଚୟ ଦେଇ ଚାଟ କରୁଥିଲା ସାଇବର ଠକ। ଇଞ୍ଜିନିୟର ବୋଲି ପରିଚୟ ଦେବା ସହ, ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଠକ। ୪ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ଯୁବତୀ। ସାଇବର ଠକ ପଠାଇଥିବା ଗିଫ୍ଟ, ବିମାନବନ୍ଦର କଷ୍ଟମ ବିଭାଗରୁ ମୁକୁଳାଇବା ପାଇଁ ଟଙ୍କା ମାଗିଥିଲା ଠକ। ଠକେଇ ପଛରେ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ସାଇବର ଠକଙ୍କ ଉତ୍ପାତ: ପୁଲିସ ଚାକିରି ଆଳରେ ୭ ଜଣଙ୍କୁ ଠକେଇ
ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଠକ ତାଙ୍କୁ ନିଜକୁ ପୁଲିସ ଡିଏସ୍‍ପି ଥିବା ପରିଚୟ ଦେଇଥିଲେ। ଏପରିକି ଅଭିଯୁକ୍ତ ଏକ ପୁଲିସ ପୋଷାକ ପିନ୍ଧିଥିବା ଫଟୋ, ଆଇକାର୍ଡ ଏବଂ ଅନ୍ୟାନ୍ୟ ନକଲି ପରିଚୟପତ୍ର ପଠାଇଥିଲେ। ଏହାକୁ ଦେଖିବା ପରେ କାଜଲ ତାଙ୍କୁ ପ୍ରଥମେ ୩୦ ହଜାର ଦେଇଥିଲେ। ପରେ ପୁଲିସ ଆଇକାର୍ଡ କରାଇ ଦେବାକୁ କହି ଆଉ ୪୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ଅଭିଯୁକ୍ତ କାଜଲଙ୍କ ହ୍ୱାଟ୍ସଆପ୍‍ ନମ୍ବରକୁ ଏକ ନକଲି ପରିଚୟପତ୍ର ଦେଇଥିଲେ। ଏପରିକି କେଉଁ ଥାନାରେ ନିଯୁକ୍ତି କରିବେ ତାହା ମଧ୍ୟ ଆଇକାର୍ଡରେ ଲେଖିଥିଲେ। ଉକ୍ତ ଆଇକାର୍ଡ ନେଇ ଚାକିରିରେ ଯୋଗ ଦେବାକୁ ଥାନାକୁ ଯିବା ପରେ ସେଠାରେ ତାହା ନକଲି ହୋଇଥିବା ଜାଣିବାକୁ ପାଇଥିଲେ।

ଏ ସମ୍ପର୍କରେ ଜାଣିବା ପରେ ସେ ସାଇବର୍‍ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ସହିଦ ନଗର ଥାନା ଅଞ୍ଚଳରେ ରହୁଥିବା ବିଜୟ ରାଉତ ଅଭିଯୋଗ କରିଥିଲେ। ଏହିଭଳି ୭ଜଣ ୧୦ ଦିନରେ ପୁଲିସ ଚାକିରି ଆଳରେ ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ କମିସନରେଟ୍‍ ପୁଲିସ ଯୁବପିଢ଼ିଙ୍କୁ ସଚେତନ କରିଛି। ଯଦି କେହି ସରକାରୀ ଚାକିରି କରାଇ ଦେବାକୁ କହୁଛି, ତେବେ ତାକୁ ଅର୍ଥ ଦିଅନ୍ତୁ ନାହିଁ। ତୁରନ୍ତ ପୁଲିସକୁ ଫୋନ୍‍ କରି ଜଣାନ୍ତୁ ବୋଲି କମିସନରେଟ୍‍ ପୁଲିସ ପକ୍ଷରୁ କୁହାଯାଇଛି।

ଅଥୟ କଲେଣି ଅଦୃଶ୍ୟ ଅପରାଧୀ; ଫେବୃଆରୀରେ ନେଇଗଲେ ୧.୩୯ କୋଟି
ଭୁବନେଶ୍ୱର: ରାଜଧାନୀରେ ଗତବର୍ଷ ତୁଳନାରେ ଏବର୍ଷ ସାଇବର୍‍ ଠକେଇ ବଢ଼଼ିଛି। ସାଇବର୍‍ ଥାନା କାର୍ଯ୍ୟକ୍ଷମ ହେବା ପରେ ଠକେଇ ଅଭିଯୋଗ ମଧ୍ୟ ବୃଦ୍ଧି ହୋଇଛି। ବର୍ଷ ଆରମ୍ଭରୁ ରେକର୍ଡ ଭାଙ୍ଗୁଛି ସାଇବର୍‍ ଠକେଇ ପରିମାଣ। ପୁଲିସ ରେକର୍ଡ ମୁତାବକ ୨୦୨୧ ମସିହା ଭଳି ୨୦୨୨ରେ ବି ସ୍ମାର୍ଟସିଟରେ ଜମତରା ଗ୍ୟାଙ୍ଗ୍‍ ଉତ୍ପାତ କରିଛନ୍ତି। ଗତ ଜାନୁଆରୀ ମାସ ତୁଳନାରେ କମ୍‍ ଲୋକଙ୍କ ଠାରୁ ଠକେଇ ହୋଇଥିଲେ ମଧ୍ୟ ଠକେଇ ଅର୍ଥର ପରିମାଣ ଅଧିକ ରହିଛି। ଫେବୃଆରୀ ମାସରେ ୧ କୋଟି ୩୯ ଲକ୍ଷ ୬୦ହଜାର ୪୭୯ ଟଙ୍କା ସାଇବର୍‍ ଠକ ନେଇଯାଇଛନ୍ତି। ପୁଲିସ ହେଲ୍ପଡେସ୍କକୁ ସାରାରାଜ୍ୟରୁ ୨୮୮ଟି ସାଇବରଜନିତ କଲ୍‍ ଆସିଛି। ସେଥିରୁ ରାଜଧାନୀରୁ କେବଳ ୨୫୪ଟି କଲ୍‍ ଆସିଛି। ତଦ୍‍ମଧ୍ୟରୁ ୯୪ଟି ୟୁପିଆଇ ଠକେଇ ଅଭିଯୋଗ ଆସିଥିବା ବେଳେ କ୍ରେଡିଟ କାର୍ଡ/ଡେବିଟ୍‍ କାର୍ଡ କ୍ଷେତ୍ରରେ ୯୭ଟି ଠକେଇ ଅଭିଯୋଗ ହୋଇଛି। ସେହିଭଳି ୬୩ଟି ଅନ୍ୟାନ୍ୟ ଠକେଇ ଅଭିଯୋଗ ହୋଇଛି। ଗୋଲଡେନ୍‍ ପିରିୟଡ (ଠକେଇ ଘଣ୍ଟାଏ) ଭିତରେ ଅଭିଯୋଗ ହେବାରୁ ୧୦ ଲକ୍ଷ ୫୨ ହଜାର ୮୦୨ ଟଙ୍କା ଠକେଇ ଶିକାର ବ୍ୟକ୍ତି ଫେରସ୍ତ କରାଯାଇଥିବା ବେଳେ ୧୨ ଲକ୍ଷ ୭୩ହଜାର ୪୮୩ ଟଙ୍କା ବ୍ଲକ କରାଯାଇଛି।

ସେଇଭଳି ସାଇବର ସେଫ୍‍ ପୋର୍ଟାଲରେ ୨୧ଟି ମୋବାଇଲ ନମ୍ବରକୁ ବ୍ଲକ କରିଦିଆଯିବା ସହ ୬ଟି ମାମଲା ରୁଜୁ କରି ତଦନ୍ତ କରାଯାଉଛି। ଗତବର୍ଷ ପ୍ରତ୍ୟେକ ମାସ ଠକେଇ ପରିମାଣ କୋଟିଏ ଛୁଇଁ ନ ଥିଲା ବେଳେ ଦୁଇମାସ ହେବ ଏହା ଦୁଇଗୁଣିତ ହୋଇଥିବାରୁ କମିସନରେଟ୍‍ ପୁଲିସ ପାଇଁ ଏବେ ଚିନ୍ତା ବଢ଼଼ିଯାଇଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବିଗତବର୍ଷ ତୁଳନାରେ ଜାନୁଆରୀରେ ଅଧିକ ଟଙ୍କା ଠକେଇ ହୋଇଛି। ଠକେଇରୁ ବର୍ତ୍ତିବା ଲାଗି ସଚେତନତା ଜରୁରୀ। ତେଣୁ ମୋବାଇଲ ଫୋନ୍‍କୁ ଆସୁଥିବା ଏନିଡେସ୍କ ଆପ୍ଲିକେସନ୍‍ ସହିତ କୌଣସି ଅଜଣା ଲିଙ୍କରେ କ୍ଲିକ ନ କରିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ରାଜଧାନୀର ଯେ କୌଣସି ବ୍ୟକ୍ତି ସାଇବର୍‍ ଠକେଇର ଶିକାର ହେଲେ ହେଲ୍ପଡେସ୍କ ନମ୍ୱର ୭୪୪୦୦୦୬୭୦୯ରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।

୨୦୨୧ରେ ୮କୋଟି ଠକେଇ

ରାଜଧାନୀରେ ସାଇବର୍‍ ଠକେଇ ବଢ଼଼ିବାରୁ କମିସନରେଟ୍‍ ପୁଲିସ ଖୋଲିଥିଲା ହେଲ୍ପଡେସ୍କ। ତେବେ ୨୦୨୧ ମସିହାରେ ରାଜଧାନୀରୁ ୮କୋଟି ୬ଲକ୍ଷ ୮୧ହଜାର ୭୮୩ ଟଙ୍କା ଠକେଇ ହୋଇଥିଲା। ଏଥିରେ ୧୩ଜଣଙ୍କୁ ଗିରଫ କରିବା ସହ ୧୩୨ଟି ମାମଲା ରୁଜୁକରି ତଦନ୍ତ କରାଯାଉଛି। ସେହିପରି ୨୦୨୨ ମସିହାରୁ ରାଜଧାନୀରୁ ୧ କୋଟି ୩୧ ଲକ୍ଷ ୨୫ହଜାର ୩୦ ଟଙ୍କା ସାଇବର୍‍ ଠକେଇ ହୋଇଥିଲା।

ଦିଲ୍ଲୀ ଓ ପଶ୍ଚିମବଙ୍ଗ ସୀମାନ୍ତରୁ ଆସୁଛି ଫୋନ୍‌ କଲ୍‍

ଭୁବନେଶ୍ୱରକୁ ଦିଲ୍ଲୀ ଓ କୋଲକାତା ସୀମାରେଖାରୁ ଅଧିକ ଠକେଇ କଲ୍‍ ଆସୁଛି। ଏଥିସହିତ ଝାଡ଼ଖଣ୍ଡ ପଞ୍ଜାବ, ରାଜସ୍ଥାନ, ଗୁରୁଗାଁଓ ଓ ବେଙ୍ଗାଲୁରୁରୁ ଅଧିକ କଲ୍‍ ଆସୁଛି। ଦିଲ୍ଲୀ/ଏନ୍‍ସିଆର୍‍ରୁ ନିଯୁକ୍ତି ଠକେଇ, ଉତ୍ତର ରାଜସ୍ଥାନରୁ ନକଲି ସରକାର ୱେବ୍‍ସାଇଡ୍‍, ମେୱାଟ ଟ୍ରାଇ ଜଙ୍କସନ୍‍ରୁ ୱଏଲ୍‍ଏକ୍ସ ଜନିତ କ୍ୟୁଆର୍‍ କୋଡ୍‍ ଠକେଇ, ପଶ୍ଚିମ ଉତ୍ତରପ୍ରଦେଶରୁ ସୋସିଆଲ ମିଡିଆ ଠକେଇ, ପୂର୍ବ ଉତ୍ତରପ୍ରଦେଶ ଓ ବିହାରରୁ ନକଲି ବାଣିଜ୍ୟିକ ୱେବସାଇଟ୍‍, ଝାଡ଼ଖଣ୍ଡ (ଜମତରା) ଓ ପଶ୍ଚିମବଙ୍ଗରୁ କେୱାଇସି ଓ ୟୁଡିଆଇ ଠକେଇ ସମ୍ପର୍କିତ କଲ୍‍ ଅଧିକ ଆସୁଥିବା ସୂଚନା ମିଳିଛି। ସେହିପରି ଟ୍ରାଇ-ଜଙ୍କସନ ବା ତିନିଟି ରାଜ୍ୟର ସୀମାରେଖାର ଜଙ୍ଗଲରେ ରହି ଠକ ଅଧିକ କଲ୍‍ କରୁଛନ୍ତି। ରାଜସ୍ଥାନ ଭରତପୁର; ହରିୟାଣାର ମେୱାଟ ଓ ଉତ୍ତରପ୍ରଦେଶର ମଥୁରା। ସେଭଳି ଆଉ ଏକ ଟ୍ରାଇ-ଜଙ୍କସନ ବା ସୀମାରେଖା ହେଲା ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ।