Collector Kendrapara - The Sakala

ସକାଳ ପ୍ରଭାବ: ଘରକୁ ଗଲେ ମେଡିକାଲ ଟିମ୍‌, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିଡନୀ ରୋଗରେ ଛଟପଟ ହେଉଥିବା ବ୍ରଜମୋହନଙ୍କ ହେବ ଚିକିତ୍ସା
କେନ୍ଦ୍ରାପଡା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ରଜମୋହନଙ୍କର କିଡନୀ ରୋଗର ସମସ୍ତ ଚିକିତ୍ସା କରାଯିବା ନେଇ ଜିଲ୍ଲାପାଳ ଅମ୍ରିତି ୠତୁରାଜ ପ୍ରତିଶୃତି ଦେଇଛନ୍ତି। ଏହାଛଡା ବ୍ରଜମୋହନଙ୍କ ଘରକୁ ଏକ ମେଡିକାଲ ଟିମ ଜିଲ୍ଲା ପ୍ରଶାସନ ପଠାଇ ସମସ୍ତ କାଗଜପତ୍ର ଯାଞ୍ଚ କରାଇଛି । ତେବେ ସରକାରୀ ସ୍ତରରେ କିଭଳି ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ସେନେଇ ପ୍ରତିଶୃତି ଦିଆଯାଇଛି । ମେଡିକାଲ ରିପୋର୍ଟ ସବୁ ତନ ତନ କରି ଯାଞ୍ଚ କରାଯାଇଛି। ଅତ୍ୟଧିକ ରକ୍ତଚାପ ଯୋଗୁ ବ୍ରଜମୋହନଙ୍କ କିଡନୀ ଖରାପ ହୋଇଥିବା ମେଡିକାଲ ଟିମ କହିଛି। ତେବେ ମେଡିକାଲ ଟିମ ପକ୍ଷରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମିଳିବା ପରେ ବ୍ରଜମୋହନଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜାଣିବାକୁ ମିଳିଛି।

ଅନ୍ୟପଟେ ଗରଦପୁର ରାଜସ୍ୱ ନିରୀକ୍ଷକ ଅଜୟ କୁମାର ମଲ୍ଲିକ ଗତ ରବିବାର ଅପରାହ୍ନରେ କିଡନୀ ରୋଗରେ ଆକ୍ରାନ୍ତ ପାଟକୁରା ସମସରାର ବ୍ରଜମୋହନ ସାହୁଙ୍କ ଘରେ ପହଞ୍ଚି ଟିକିନିକ ତଦନ୍ତ କରିଛନ୍ତି। ବ୍ରଜମୋହନଙ୍କ ଚିକିତ୍ସା ଆଉ ଅର୍ଥ ଅଭାବ ନେଇ ପଚରାଉଚରା କରିଛନ୍ତି। ତେବେ ସରକାରୀ ସହାୟତା ପାଇଁ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରିଛନ୍ତି। ଏହାପରେ ରାଜସ୍ୱ ନିରୀକ୍ଷକ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏନେଇ ତହସିଲଦାର ସନ୍ତୋଷ କୁମାର ସାହୁ କହିଛନ୍ତି ସଂଗ୍ରହ ହୋଇଥିବା ରୋଗୀଙ୍କ ସବିଶେଷ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ଏନେଇ ଉପଜିଲ୍ଲାପାଳ ନିରଞ୍ଜନ ବେହେରା କହିଛନ୍ତି ପ୍ରଶାସନ ପକ୍ଷରୁ ରୋଗୀଙ୍କୁ ସମସ୍ତ ପ୍ରକାରର ସହାୟତା କରାଯିବାକୁ ନେଇ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରକାଶଯୋଗ୍ୟ, କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିଲେ। ଜୀବନର ସମସ୍ତ ସଞ୍ଚିତ ଅର୍ଥ ଆଉ ଘରର ସମସ୍ତ ଜିନିଷ ଚିକିତ୍ସା ପାଇଁ ବିକ୍ରି କରିଦେଇଥିଲେ। ଅର୍ଥ ଅଭାବରୁ ପିଲାଙ୍କୁ ପାଠ ପଢ଼ାଇ ପାରୁନଥିଲେ। ୩ଟି ପିଲା ମଧ୍ୟରୁ ବଡ଼ ଝିଅ କଲେଜରେ ପଢୁଥିବାବେଳେ ପାଠ ଛାଡିବା ଅବସ୍ଥା। ଆଉ ମଝିଆ ଝିଅ ମାଟ୍ରିକରେ ସେକେଣ୍ଡ ଡିଭିଜନ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ପାଠ ପଢିବାରୁ ବଞ୍ଚିତ ରହିଲେ। ଏବେ ନାବାଳକ ପୁଅକୁ ମଧ୍ୟ ଆଉ ପାଠ ପଢ଼ାଇବାକୁ ଅର୍ଥ ନଥିବା ବ୍ରଜମୋହନ କହିଥିଲେ। ଏହାଛଡ଼ା ବ୍ରଜମୋହନଙ୍କ ଶରୀର ଫୁଲି ଯାଇ ମରଣ ସହ ଲଢେ଼ଇ କରୁଥିଲେ। ଏନେଇ ଦୈନିକ ସକାଳ ପକ୍ଷରୁ ବଞ୍ଚିବାକୁ ବ୍ରଜମୋହନଙ୍କ ଆକୁଳ ନିବେଦନ, ୩୦ ହଜାର ଟଙ୍କା ପାଇଁ ଅଟକିଛି କିଡନୀ ପରୀକ୍ଷା ଶୀର୍ଷକ ଖବର ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ହେବା ପରେ ପ୍ରଶାସନିକ ସ୍ତରରେ ସହାୟତା ନେଇ ତତ୍ପରତା ଦେଖିବାକୁ ମିଳିଛି।

ଶହେ ବର୍ଷର ପୁରୁଣା ଚାକୁଣ୍ଡା ଗଛ ନକାଟିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା: ଦୀର୍ଘ ଏକ ଶହ ବର୍ଷ ହେଲା ଲୋକଙ୍କୁ ଖରାତରା ରକ୍ଷା କରି ଆସୁଥିବା ଏକ ଚାଖୁଣ୍ଡା ଗଛକୁ ପ୍ରଶାସନ କାଟିବାକୁ ଯୋଜନା କରିଥିବା ବେଳେ ବିରୋଧର ଶିକାର ହେବାକୁ ପଡିଛି। ସ୍ଥାନୀୟ ଲୋକେ, ସମାଜସେବୀ ଏହି ଗଛକୁ ନକାଟିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। କେନ୍ଦ୍ରାପଡା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଥିବା ବହୁ ପୁରାତନ ଚାକୁଣ୍ଡା ଗଛକୁ କଟାନଯିବା ପାଇଁ ସ୍ଥାନୀୟ ଅଧିବାସୀ ଓ ସ୍ୱେଛାସେବୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

କେନ୍ଦ୍ରାପଡା ବ୍ଲକ ପକ୍ଷରୁ କାର୍ଯ୍ଯାଳୟ ସମ୍ମୁଖ ଫାଟକ ପାଖରେ ଥିବା ଗୋଟିଏ ଚାକୁଣ୍ଡା ଗଛକୁ ଯାତାୟତରେ ପ୍ରତିବନ୍ଧକ ଯୋଗୁଁ କାଟିଦେବାକୁ କେନ୍ଦ୍ରାପଡା ତହସିଲଦାରକୁ ଜଣାଇ ଦିଆଯାଇଥିଲା । ତହସିଲଦାର ସେହି ଚାକୁଣ୍ଡା ଗଛକୁ ଗତ ୧୬ତାରିଖରେ ୧୫ହଜାର ଟଙ୍କାରେ ନିଲାମ କରାଯିବ ବୋଲି ପୂର୍ବରୁ ସର୍ବସାଧାରଣଙ୍କୁ ନୋଟିସ ଦେଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସେହିଦିନ ନିଲାମ ହୋଇପାରିନାହିଁ । ଦୀର୍ଘ ଏକଶହ ବର୍ଷରୁ ଉର୍ଦ୍ଧ୍ୱ ହେବ କେନ୍ଦ୍ରାପଡା ଗୋବରୀ କେନାଲ ବନ୍ଧ କଡରେ ତଥା କେନ୍ଦ୍ରାପଡା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଥିବା ଏହି ଚାକୁଣ୍ଡା ଗଛ ଏବେବି ଜୀବନ୍ତ ଅବସ୍ଥାରେ ରହିଛି । ଏହି ଗଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏହାକୁ କାଟି ଦିଆଗଲେ ପରିବେଶ ଉପରେ ତାହାର ପ୍ରଭାବ ପଡିବ ବୋଲି ଅଭିଯୋଗ ହୋଇଛି । ଏତଦ ବ୍ୟତିତ ଏହି ଚାକୁଣ୍ଡା ଗଛକୁ କାଟି ଦିଆଗଲେ ସେହି ନିକଟରେ ଥିବା ଅବଶିଷ୍ଟ ୭/୮ଟି ଗଛକୁ ଲୋକମାନେ ଧିରେ ଧିରେ କାଟି ନେଇଯିବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଏହାର ଗୁରୁତର ପ୍ରଭାବ ପରିବେଶ ଉପରେ ପଡିବା ସହ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଖରାଦିନେ ବୃକ୍ଷ ଛାୟା ଟିକେ ପାଇପାରିବେ ନାହିଁ । ତେଣୁ ଏହି ଚାକୁଣ୍ଡା ଗଛକୁ ନକାଟିବା ପାଇଁ ସମାଜସେବୀ ଓ ସ୍ଥାନୀୟଲୋକେ  ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ମହିଳାଙ୍କୁ ଶକ୍ତି ଯୋଗାଉଛି ମିଶନ ଶକ୍ତି: ଆରମ୍ଭ ହେଲା ଛେଳି ଓ ମେଣ୍ଡା ପାଳନ ଯୋଜନା
କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ଯୋଜନା ହାତକୁ ନିଆଯାଉଛି। ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗ ଅହରହ ଚେଷ୍ଟା କରୁଛି। କେତେବେଳେ ମହିଳାଙ୍କୁ ଗାଈ, କୁକୁଡ଼ା, ଛେଳି ଭଳି ପଶୁପାଳନ କରିବାକୁ ସହାୟତା ଦେଉଛି ତ ଆଉ କେତେବେଳେ ବିନା ସୁଧରେ ଋଣ ଯୋଗାଇ ଦିଆଯାଇଛି। ଏହାଛଡା ଯୁବତୀ ମହିଳା ମାନଙ୍କୁ ବିୟୁଟି ପାର୍ଲର ପ୍ରଶିକ୍ଷଣ ତ ଆଉକେତେବେଳେ ମାଗଣାରେ ବିଦ୍ୟୁତ ଚାଳିତ ସିଲେଇ ମେସିନ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଜିଲ୍ଲାରେ ଏକ ନୂତନ ଯୋଜନା ଆରମ୍ଭ ହୋଇଛି। ଛେଳି ଆଉ ମେଣ୍ଡା ପାଳନ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରାଯାଇଛି। ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀରେ ସଦସ୍ୟ ଥିବା ମହିଳାଙ୍କୁ ସାମିଲ କରାଯାଉଛି। ମହିଳା ଜଣକ ଆର୍ଥିକ ସ୍ଥିତିକୁ ପ୍ରଥମେ ବିଭାଗ ପକ୍ଷରୁ ସର୍ଭେ କରାଯାଉଛି। ଯଦି ସେ ଏହି ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବେ ବିଭାଗକୁ ସର୍ଭେରେ ଜଣାପଡିଲା ତେବେ ସେମାନଙ୍କୁ ଯୋଜନାରେ ସାମିଲ କରାଯାଉଛି।

ଏହି ଯୋଜନାକୁ ପ୍ରାରମ୍ଭିକ ସ୍ତରରେ ରାଜନଗର ବ୍ଲକର ଗୁପ୍ତି ପଂଚାୟତର ଓକିଲପାଳ ଅଞ୍ଚଳରୁ ଆରମ୍ଭ କରାଯାଇଛି। ଏହି ଅଞ୍ଚଳର ଆଞ୍ଚଳିକ ମଞ୍ଚ ସାହାଡା ସୁନ୍ଦରୀର ମହିଳାମାନଙ୍କୁ ଗୋଟିଏ ମା’ ଛେଳି ସହ ଗୋଟେ ଲେଖାଏଁ ଛୁଆ ଛେଳି ଦିଆଯାଇଛି। ଏହାଛଡା ଯେଉଁ ମହିଳାମାନେ ଛେଳି ପାଳନ କରିବାକୁ ଅମଙ୍ଗ ସେମାନଙ୍କୁ ମେଣ୍ଡା ପାଳନ କରିବାକୁ ଦିଆଯାଇଛି। ଏହାଦ୍ୱାରା ମହିଳାମାନେ ଛେଳି, ମେଣ୍ଢା ପାଳନ କରି ସେମାନଙ୍କୁ ବଡ଼ କରି ସେମାନଙ୍କ ସଂଖ୍ୟା ବଢ଼ାଇ ବିକ୍ରି କରି ବେଶ କିଛି ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖାଯାଇଛି। କେବଳ ଗୁପ୍ତି ପଞ୍ଚାୟତ ନୁହେଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି ଯୋଜନା କାର୍ଯ୍ଯକାରୀ ହେବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ବିଭାଗ ଦ୍ଵାରା ସର୍ଭେ କରାଯାଇ ଦୁର୍ବଳ ଆର୍ଥିକ ସ୍ଥିତି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ରହିଛି।

ଚଳିତ ମାସ ଆରମ୍ଭରେ ରାଜକନିକା ବ୍ଲକ ଦେଉଳସାହି ଅଞ୍ଚଳର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିଦ୍ୟୁତ ଚାଳିତ ସିଲେଇ ମେସିନ ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବାୟୋଫ୍ଲକ ମାଧ୍ୟମରେ ମାଛ ଚାଷ କରିବାକୁ ପ୍ରୋତ୍ସାହନ ଦିଆଯାଇଛି।ତାଛଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋ ଭାଡ଼ିରେ କୁକୁଡ଼ା ପାଳନ ଭଳି ଏକ ଯୋଜନା ଆରମ୍ଭ କରାଯାଇଥିଲା। ଏହିଭଳି ବଳିଷ୍ଠ ପଦକ୍ଷେପ ନିଆଯାଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଯିବା ସହ ସେମାନେ ଅନ୍ୟକୁ ରୋଜଗାର ଦେଉଥିବା ନେଇ ଦେଖିବାକୁ ମିଳୁଛି। ଅନେକ ମହିଳାଙ୍କୁ କୁକୁଡ଼ା ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ମହିଳାମାନେ ନିଜ ପରିବାରର ସମସ୍ତ କାର୍ଯ୍ଯ କରିବା ସହ ପଶୁପକ୍ଷୀ ପାଳନ କରି ସେମାନେ ନିଜେ କିଭଳି ରୋଜଗାର କ୍ଷମ ହେବେ ସେନେଇ କାର୍ଯ୍ଯ ଆରମ୍ଭ ହୋଇଛି। ପରିବାରର ରୋଜଗାର ସହ ମହିଳାଙ୍କ ରୋଜଗାର ମିଶିଗଲେ ସେହି ସବୁ ପରିବାର ହସ ଖୁସିରେ ରହି ପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହାସହ ଉର୍ଣ୍ଣତମାନର ପଶୁପକ୍ଷୀ ଛୁଆ ଯୋଗାଇଦେବା ସହ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇ ଆନନ୍ଦିତ ହେଉଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଜିଲ୍ଲା ତମାମ ଏହି ଯୋଜନା ଜରିଆରେ ମହିଳାମାନଙ୍କୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଗୋଟିଏ ସାହିର ୨୦ ଲୋକ ଝାଡା ବାନ୍ତିରୋଗରେ ସଂକ୍ରମିତ, କେନ୍ଦ୍ରାପଡା ସିଡିଏମ ଦୃଷ୍ଟି ଦେବାକୁ ଦାବି
କଣ୍ଡିଆହାଟ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଂଚାୟତର କଣ୍ଡିଆହାଟ ମଳିକ ସାହିରେ ୨୦ ଜଣ ଲୋକେ ପ୍ରବଳ ଝାଡା ବାନ୍ତି ରୋଗରେ ସଂକ୍ରମିତ ହୋଇଛନ୍ତି । କଣ୍ଡିଆହାଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯନ୍ତ୍ରପାତି ଅଭାବରୁ ସେମାନଙ୍କୁ କଟକ ବଡ ମେଡିକାଲ ଓ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସେମାନଙ୍କର ୩୦ ରୁ ୩୫ ସାଲାଇନ ଲାଗୁଥିବା ଜଣାପଡିଛି । ହେଲେ ସେମାନେ ଏ ପର୍ଯ୍ଯନ୍ତ ସୁସ୍ଥ ହୋଇ ନାହାନ୍ତି । ସେହିପରି ଅରଗଳ ଗ୍ରାମର ଯେନା ସାହିରେ ୪ଜଣ ଯୁବକ ଝାଡା ବାନ୍ତିରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କର କରୋନା ପଜେଟିଭ ଥିବ ଜଣା ପଡିଛି । କଣ୍ଡିଆ ମଳିକସାହିର ଲୋକେ ଅରଗଳ ଯେନା ସାହିକୁ ଯାଇ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ତେଣୁ କେନ୍ଦ୍ରାପଡା ସି. ଡି. ଏମ ତୁରନ୍ତ ତଦନ୍ତ କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହୋଇଛି ।