Ayatollah Khamenei - The Sakala

ଇସ୍ରାଏଲ୍ ଉତ୍ତର କୋରିଆ ଦୂତାବାସ ଉପରେ ଆକ୍ରମଣ କରିଛି କି? ଜାଣନ୍ତୁ ଭାଇରାଲ୍ ଖବରର ସତ୍ୟତା
ସୋସିଆଲ୍ ମିଡିଆରେ ଏବେ ଏକ ଖବର ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଦାବି କରାଯାଉଛି ଯେ ଇରାନ ଯୁଦ୍ଧ ମଧ୍ୟରେ ତେହେରାନ ସ୍ଥିତ ଉତ୍ତର କୋରିଆ ଦୂତାବାସ ଉପରେ ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି। ଏହା ପରେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ଇସ୍ରାଏଲକୁ ଏହା ଏକ 'ବଡ଼ ଭୁଲ୍' ବୋଲି ଚେତାବନୀ ଦେଇଛନ୍ତି।

ସୋସିଆଲ୍ ମିଡିଆରେ ଭାଇରାଲ୍ ଦାବି

ଏକ୍ସ (X) ସମେତ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ୟୁଜରମାନେ ଦାବି କରୁଛନ୍ତି ଯେ ଇସ୍ରାଏଲର ଆକ୍ରମଣ ପରେ କିମ୍ ଜୋଙ୍ଗ୍ ଉନ୍ ଏକ କଡ଼ା ଚେତାବନୀ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ, ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନୀଙ୍କ ନିହତ ହେବା ଖବର ପରେ ତିନି ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହା ପରେ ଉଭୟ ଇସ୍ରାଏଲ୍ ଏବଂ ଇରାନ ପରସ୍ପରର ଶକ୍ତି ଭିତ୍ତିଭୂମି ସମେତ ପ୍ରମୁଖ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣ ଜାରି ରଖିଛନ୍ତି।

ଖବରର ସତ୍ୟତା

ତେବେ ତେହେରାନରେ ଥିବା ଉତ୍ତର କୋରିଆ ଦୂତାବାସକୁ ଟାର୍ଗେଟ୍ କରାଯାଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଆଇ ଚାଟବଟ୍ ଗ୍ରୋକ୍ (Grok) ମଧ୍ୟ ଏହି ଖବରର ଫ୍ୟାକ୍ଟ-ଚେକ୍ କରି ଏହାକୁ ଏକ 'ଅପ୍ରମାଣିତ ଗୁଜବ' ବୋଲି ବର୍ଣ୍ଣନା କରିଛି। ରଏଟର୍ସ, ଏନକେ ନ୍ୟୁଜ୍ କିମ୍ବା ଉତ୍ତର କୋରିଆର ରାଷ୍ଟ୍ରୀୟ ଗଣମାଧ୍ୟମ କେସିଏନଏ (KCNA) ପରି ପ୍ରମୁଖ ଗଣମାଧ୍ୟମ ପକ୍ଷରୁ ଏନେଇ କୌଣସି ପୃଷ୍ଟିକରଣ ଦିଆଯାଇନାହିଁ।

ଇରାନକୁ ଉତ୍ତର କୋରିଆର ସମର୍ଥନ

ଗୁଜବ ମିଥ୍ୟା ହୋଇଥିଲେ ମଧ୍ୟ, ଇରାନରେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ଉତ୍ତର କୋରିଆ 'ବେଆଇନ ଆକ୍ରମଣ' କହି ନିନ୍ଦା କରିଛି। ଆଲ୍ ଜଜିରା (Al Jazeera) ରିପୋର୍ଟ ଅନୁଯାୟୀ, ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ମୋଜତାବା ଖାମେନୀଙ୍କ ଚୟନକୁ ଉତ୍ତର କୋରିଆ ସମର୍ଥନ ଜଣାଇଛି। ଦେଶର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସେମାନେ ଇରାନବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛନ୍ତି। ଏଥିସହ ଆମେରିକା ଓ ଇସ୍ରାଏଲର କାର୍ଯ୍ୟକଳାପ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ମଧ୍ୟ ଅଭିଯୋଗ କରାଯାଇଛି।

ଇରାନର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଖାମନେଇଙ୍କ ଉତ୍ତରପ୍ରଦେଶ ଲିଙ୍କ; କିନ୍ତୁର ଗାଁରୁ ଇରାନର ଶାସନ ଗାଦି
ବାରାବଙ୍କି: ଇରାନର ସର୍ବୋଚ୍ଚ ଶାସକ ଅୟତୁଲ୍ଲା ଅଲ ଖାମନେଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ନେଇ ଆମେରିକା ଏବଂ ଇସ୍ରାଏଲକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି। ଇରାନ ରାଷ୍ଟ୍ରପତି ମାସୁଦ ପେଜସକିଆନ କହିଛନ୍ତି ଯେ ନେତାଙ୍କ ହତ୍ୟା କରି ମୁସଲମାନଙ୍କ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରାଯାଇଛି। ଏହି ଦୁଃଖଦ ଘଟଣା ଆଜି ଇସଲାମିକ ବିଶ୍ବ ସାମ୍ନା କରୁଥିବା ସବୁଠାରୁ ବଡ଼ ପରୀକ୍ଷା ପାଲଟିଛି।

ଆୟୋତୁଲ୍ଲା ଖାମନେଇଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ବାରାବଙ୍କି ଜିଲ୍ଳାର କିନ୍ତୁର ଗାଁ ଏବେ ସାରା ବିଶ୍ୱର ନଜରକୁ ଆସିଛି। ଏହି ଗାଁ ସହିତ ଇରାନର ପ୍ରଥମ ସର୍ବୋଚ୍ଚ ନେତା ତଥା ଖାମନେଇଙ୍କ ଗୁରୁ ଆୟୋତୋଲ୍ଲା ରୁହୋଲ୍ଲା ଖୋମେନେଇଙ୍କ ପୂର୍ବପୁରୁଷଙ୍କର ଗଭୀର ସମ୍ପର୍କ ରହିଛି। ଖୋମେନେଇଙ୍କ ଜେଜେବାପା ସୟଦ ଅହମ୍ମଦ ମୁସାଭି ୧୯୦୦ ଶତାବ୍ଦୀର ପ୍ରାରମ୍ଭରେ ବାରାବଙ୍କିର କିନ୍ତୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ୧୮୩୦ରେ ମସିହାରେ ଧାର୍ମିକ ଯାତ୍ରାରେ ଇରାକର ନଜାଫ ଯାଇଥିଲେ ଓ ସେଠାରେ ସ୍ଥାୟୀ ଭାବେ ରହିଯାଇଥିଲେ। ନିଜର ଭାରତୀୟ ପରିଚୟ ବଜାୟ ରଖିବା ପାଇଁ ସେ ନିଜ ନାମରେ ‘ହିନ୍ଦୀ’ ଶବ୍ଦ ଯୋଡ଼ିଥିଲେ ଓ ଏହା ଇରାନର ସରକାରୀ ରେକର୍ଡରେ ଆଜି ବି ଲିପିବଦ୍ଧ ହୋଇ ରହିଛି। ଗାଁର ବାସିନ୍ଦାମାନେ ଦାବି କରିଛନ୍ତି ଯେ ୧୯୭୯ ଇରାନ ବିପ୍ଳବର ମୁଖ୍ୟ ନାୟକ ଖୋମନେଇଙ୍କ ପରିବାର ଏହି ମାଟିର। ଏହି ଗାଁରେ ସେମାନଙ୍କ ପୈତୃକ ଘର ଆଜି ବି ସୁରକ୍ଷିତ ରହିଛି। ମୁସାଭି ପରିବାର ସପ୍ତମ ସିଆ ଇମାମ, ଇମାମ ମୁସା ଅଲ୍‌- କାଜିମ୍‌ଙ୍କ ବଂଶଧର ବୋଲି କୁହାଯାଏ। ଏହି କାରଣରୁ ଏହି ପରିବାର ସିଆ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅତ୍ୟନ୍ତ ସମ୍ମାନଜନକ ସ୍ଥାନ ଅଧିକାର କରିଛି।

ଖାମନେଇ ନିଜେ ଖୋମେନେଇଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଯଦିଓ ଖାମନେଇଙ୍କ ଭାରତ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା। କିନ୍ତୁ ତାଙ୍କ ମାର୍ଗଦର୍ଶକ ଖୋମେନେଇଙ୍କ ପରିବାରର ଚେର ଉତ୍ତର ପ୍ରଦେଶର ଏହି ଛୋଟ ଗାଁରେ ରହିଛି। ଖାମନେଇଙ୍କ ମୃତ୍ୟୁ ପରେ କିନ୍ତୁର ଗାଁରେ ଶୋକର ଛାୟା ଖେଳିଯାଇଥିଲା। ଗାଁର ଅନେକ ପରିବାର ଆଜି ବି ନିଜ ଘରେ ପୂର୍ବପୁରୁଷଙ୍କ ଫଟୋ ରଖି ସେହି ଐତିହାସିକ ସମ୍ପର୍କକୁ ଜୀବନ୍ତ ରଖିଛନ୍ତି।

ଇରାନର ସୁପ୍ରିମ ଲିଡର ଖାମେନେଇଙ୍କ ନିଧନ: କାଶ୍ମୀରରୁ ଲକ୍ଷ୍ନୌ ଯାଏଁ ତୀବ୍ର ବିରୋଧ, ଆମେରିକା-ଇସ୍ରାଏଲ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିଧନ ଖବର ଆସିବା ପରେ ରବିବାର ଦିନ ଭାରତର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇରାନର ଷ୍ଟେଟ ମିଡିଆ ଏହି ଖବରକୁ ସ୍ପଷ୍ଟ କରିବା ପରେ ଭାରତର ଶିଆ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଆମେରିକା ଏବଂ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି କାଶ୍ମୀରରୁ ନେଇ ଲକ୍ଷ୍ନୌ ପର୍ଯ୍ୟନ୍ତ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କାଶ୍ମୀର ଉପତ୍ୟକାରେ କଳା ପତାକା ସହ ବିକ୍ଷୋଭ

ଜମ୍ମୁ ଓ କାଶ୍ମୀରର ଶ୍ରୀନଗର, ବଡଗାମ ଏବଂ ବାରମୁଳା ଭଳି ଅଞ୍ଚଳରେ ରବିବାର ସକାଳୁ ଶିଆ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇଥିଲେ। ହାତରେ କଳା ପତାକା ଏବଂ ଖାମେନେଇଙ୍କ ଫଟୋ ଧରି ବିକ୍ଷୋଭକାରୀମାନେ ଆମେରିକା ଓ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଇଥିଲେ। ଶ୍ରୀନଗରର ରାଜରାସ୍ତାରେ ମହିଳା ଓ ପୁରୁଷମାନେ ପାରମ୍ପରିକ ଶୋକ ଶୋଭାଯାତ୍ରା ବାହାର କରିଥିଲେ। ଜମ୍ମୁ ଓ କାଶ୍ମୀର ଶିଆ ଆସୋସିଏସନ ପକ୍ଷରୁ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରାଯାଇଛି ଏବଂ ମୃତ ନେତାଙ୍କ ସମ୍ମାନରେ ପ୍ରାର୍ଥନା କରାଯାଇଛି।

ଲକ୍ଷ୍ନୌରେ ଆମେରିକା ବିରୋଧରେ ଗର୍ଜନ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ପୁରୁଣା ସହରରେ ମଧ୍ୟ ବ୍ୟାପକ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନେ ଏକାଠି ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ନାରାବାଜି କରିଥିଲେ। ଜଣେ ବିକ୍ଷୋଭକାରୀ ଗଣମାଧ୍ୟମକୁ କହିଛନ୍ତି, "ଆମ ନେତା କେବେବି ଶତ୍ରୁ ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି। ଜଣେ ଖାମେନେଇ ଗଲେ ହଜାରେ ଖାମେନେଇ ଜନ୍ମ ନେବେ।"

ଧର୍ମଗୁରୁଙ୍କ ପ୍ରତିକ୍ରିୟା ଓ ଶୋକ ପାଳନ

ଭାରତର ପ୍ରମୁଖ ଶିଆ ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ ଏହି ଆକ୍ରମଣକୁ "କାପୁରୁଷୋଚିତ" ବୋଲି ଅଭିହିତ କରିଛନ୍ତି। ସେ ଖାମେନେଇଙ୍କୁ ମାନବିକତାର ଜଣେ ବଡ଼ ରକ୍ଷକ ବୋଲି ବର୍ଣ୍ଣନା କରିବା ସହ ତିନି ଦିନିଆ ଶୋକ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ବେଙ୍ଗାଲୁରୁର ଅଲିପୁର ଗ୍ରାମରେ ମଧ୍ୟ ସମ୍ପ୍ରଦାୟର ନେତାମାନେ ତିନି ଦିନ ପାଇଁ ଶୋକ ଘୋଷଣା କରିଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା

ସୂଚନାଯୋଗ୍ୟ ଯେ, ଶନିବାର ଦିନ ତେହେରାନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୮୬ ବର୍ଷୀୟ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ନେଇ ରବିବାର ସକାଳେ ଇରାନ ସରକାରୀ ଗଣମାଧ୍ୟମ ସ୍ପଷ୍ଟ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଏକ ବଡ଼ ସଫଳତା ବୋଲି ଦାବି କରିଥିବା ବେଳେ ଇରାନ ଏହାର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି। ଏହି ଘଟଣା ପରେ ସମଗ୍ର ମଧ୍ୟ-ପ୍ରାଚ୍ୟ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ: ଖାମେନେଇଙ୍କ କାର୍ଯ୍ୟାଳୟ ଟାର୍ଗେଟ୍, ଆରମ୍ଭ ହେଲା ‘ଅପରେସନ୍ ଲାୟନ୍ସ ରୋର୍’
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତେହେରାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଇରାନର ସର୍ବୋଚ୍ଚ ନେତା ଆାୟାତୋଲ୍ଲା ଅଲି ଖାମେନେଇଙ୍କ କାର୍ଯ୍ୟାଳୟ ନିକଟରେ ମଧ୍ୟ ଆକ୍ରମଣ କରାଯାଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ‘ପ୍ରତିଷେଧକ’ ଆକ୍ରମଣ ବୋଲି ଦର୍ଶାଇ କହିଛି ଯେ ଦେଶର ସୁରକ୍ଷା ପ୍ରତି ଥିବା ବିପଦକୁ ହଟାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନିୟାହୁ ଏହି ଯୁଗ୍ମ ସାମରିକ ଅଭିଯାନକୁ ‘ଅପରେସନ୍ ଲାୟନ୍ସ ରୋର୍’ ନାମରେ ନାମିତ କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ନେତାନିୟାହୁ କହିଛନ୍ତି ଯେ, "ଇରାନର ଆତଙ୍କବାଦୀ ଶାସନ ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ତିତ୍ୱର ସଙ୍କଟକୁ ଦୂର କରିବା ପାଇଁ ଆମେ ଏହି ଅପରେସନ୍ ଆରମ୍ଭ କରିଛୁ।" ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭିଡିଓ ବାର୍ତ୍ତାରେ ଇରାନ ସେନା ଓ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, "ଅସ୍ତ୍ର ତ୍ୟାଗ କରନ୍ତୁ ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ପାଆନ୍ତୁ, ନଚେତ୍ ନିଶ୍ଚିତ ମୃତ୍ୟୁର ସାମ୍ନା କରନ୍ତୁ।"

ଏହି ଆକ୍ରମଣ ପରେ ଇରାନ ପାଲଟା ଜବାବ ଦେଇ ଇସ୍ରାଏଲ ଆଡକୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଫଳରେ ସମଗ୍ର ଇସ୍ରାଏଲରେ ଏୟାର ରେଡ୍ ସାଇରନ୍ ବାଜି ଉଠିଛି ଏବଂ ନାଗରିକମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଇସ୍ରାଏଲ ନୁହେଁ, ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟିଗୁଡିକ ଉପରେ ମଧ୍ୟ ଇରାନ ଟାର୍ଗେଟ୍ କରିଥିବା ଖବର ମିଳିଛି। ବାହାରିନ୍, ୟୁଏଇ (ଆବୁଧାବି) ଏବଂ କତାରରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ମିସାଇଲ ମାଡ଼ ହୋଇଥିବା ରିପୋର୍ଟ ଆସିଛି, ଯାହା ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି।