Aviation Disaster - The Sakala

ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ
ନୂଆଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକର ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଆମେରିକାରେ ପଞ୍ଜୀକୃତ ହୋଇଥିବା ଏକ ଘରୋଇ ବିଜନେସ୍ ଜେଟ୍ ଜରୁରୀକାଳୀନ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଏହି ଅଘଟଣରେ ବିମାନରେ ଥିବା ୨ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଘଟଣାଗ୍ରସ୍ତ ବିମାନଟି ଏକ ଗଲ୍ଫଷ୍ଟ୍ରିମ୍ ଜି୨୦୦ ଟ୍ୱିନ୍-ଇଞ୍ଜିନ୍ ବିଜନେସ୍ ଜେଟ୍ ଥିଲା, ଯାହାର ପଞ୍ଜୀକରଣ ନମ୍ବର N318JF ଥିଲା। ଏହି ବିମାନଟି ରାଜଧାନୀ ସାଣ୍ଟୋ ଡୋମିଙ୍ଗୋଠାରୁ ୧୩୦ କିଲୋମିଟର ଦୂରରେ ଥିବା ଲା ରୋମାନା ସହରରୁ ଟେକ୍ସାସର ଅଷ୍ଟିନ୍ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ବିମାନରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ୍ ଜରୁରୀକାଳୀନ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ। ବିମାନବନ୍ଦରଠାରୁ ପ୍ରାୟ ୧୬ ନଟିକାଲ୍ ମାଇଲ୍ ଦୂରରେ ଥିବା ବେଳେ ଏକ ଜରୁରୀକାଳୀନ କଲ୍ କରାଯାଇଥିଲା।

ଡୋମିନିକାନ୍ ସିଭିଲ୍ ଆଭିଏସନ୍ ଇନଷ୍ଟିଚ୍ୟୁଟ୍ (IDAC) ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ବିମାନରେ କେବଳ ଜଣେ ପାଇଲଟ୍ ଏବଂ ଜଣେ କୋ-ପାଇଲଟ୍ ଥିଲେ। ଏହି ବିମାନରେ ଅନ୍ୟ କୌଣସି ଯାତ୍ରୀ ନଥିଲେ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅବତରଣ କରିବା ସମୟରେ ବିମାନଟି ତଳେ ପିଟି ହୋଇ ଅତି ଦ୍ରୁତ ଗତିରେ ରନୱେରେ ଘୋଷାଡ଼ି ହୋଇଯାଇଥିଲା। ଏହାପରେ ରନୱେ ବାହାରେ ଥିବା ସୁରକ୍ଷା ଜୋନ୍ ଭିତରକୁ ପଶିଯାଇ ବିସ୍ଫୋରଣ ହେବା ସହ ଏଥିରେ ନିଆଁ ଲାଗିଯାଇଥିଲା।

ଏହି ଅଘଟଣ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, କିନ୍ତୁ କ୍ରୁ ସଦସ୍ୟଙ୍କୁ ବଞ୍ଚାଯାଇ ପାରିନଥିଲା। ବର୍ତ୍ତମାନ ଡୋମିନିକାନ୍ ବିମାନ ଚଳାଚଳ କର୍ତ୍ତୃପକ୍ଷ ବିମାନରେ ହୋଇଥିବା ପ୍ରକୃତ ଯାନ୍ତ୍ରିକ ତ୍ରୁଟିର କାରଣ ଖୋଜିବା ପାଇଁ ଏକ ବିସ୍ତୃତ ତଦନ୍ତ ଜାରି ରଖିଛନ୍ତି।

ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ କ୍ରାସ; ୧୫ ମୃତ, ୩୦ ଆହତ
ନୂଆଦିଲ୍ଲୀ: ବଲିଭିଆରେ ବଡ ଧରଣର ବିମାନ କ୍ରାସ । ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ ମଝି ଆକାଶରେ ଜଳି ଉଠିଲା। ଦୁର୍ଘଟଣାରେ ୧୫ ମୃତ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।  ବୋଲିଭିଆର ଏଲ୍ ଅଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଶୁକ୍ରବାର ଏହି ବିମାନ ଦୁର୍ଘଟଣା ଘଟିଛି। ବୋଲିଭିଆ ବାୟୁସେନାର ଏକ C-130 ହର୍କ୍ୟୁଲସ ବିମାନ ଭାରସାମ୍ୟ ହରାଇ ଏକ ଜନବହୁଳ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅତିକମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ବିମାନରେ ଥିବା ୬ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ନିଖୋଜ ଅଛନ୍ତି।

ଏହି ସାମରିକ ବିମାନଟି ବୋଲିଭିଆର ସେଣ୍ଟ୍ରାଲ ବ୍ୟାଙ୍କରୁ ନୂତନ ନୋଟ୍ କିମ୍ବା କାଗଜ ମୁଦ୍ରା ପରିବହନ କରୁଥିଲା। ଦୁର୍ଘଟଣା ପରେ ବିମାନରୁ ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ରାଜପଥରେ ବିଛାଡି ହୋଇ ପଡିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକମାନେ ନିଜ ଜୀବନକୁ ଖାତିର ନକରି ରାସ୍ତାରେ ପଡିଥିବା ଟଙ୍କା ଗୋଟାଇବା ପାଇଁ ଭିଡ ଜମାଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏବଂ ଜରୁରୀକାଳୀନ ସେବା ଟିମ୍‌କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ବିମାନଟି ସାଣ୍ଟା କ୍ରୁଜ୍ ସହରରୁ କାର୍ଗୋ ନେଇ ଏଲ୍ ଅଲ୍ଟୋ ବିମାନବନ୍ଦରରେ ଅବତରଣ କରୁଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ବିମାନଟି ରନ୍‌ୱେ ଅତିକ୍ରମ କରିପାରିନଥିଲା ଏବଂ ନିକଟସ୍ଥ କୋଷ୍ଟାନେରା ଆଭେନ୍ୟୁ (Costanera Avenue) ଉପରେ ମାଡି ଯାଇଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଅନେକ ଯାନବାହନ ବିମାନ ଧକ୍କାରେ ଚୁରମାର ହୋଇଯାଇଥିଲା।

ଉଦ୍ଧାରକାରୀ ଦଳ ବର୍ତ୍ତମାନ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଉଛନ୍ତି ଏବଂ ଘଟଣାସ୍ଥଳରୁ ବିଛାଡି ହୋଇଥିବା ମୁଦ୍ରା ସଂଗ୍ରହ କରୁଛନ୍ତି। ଦୁର୍ଘଟଣା ପରେ ବିଶ୍ୱର ଅନ୍ୟତମ ଉଚ୍ଚତମ ବିମାନବନ୍ଦର 'ଏଲ୍ ଅଲ୍ଟୋ'କୁ ସାମୟିକ ଭାବେ ବନ୍ଦ ରଖାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।