Bolivia - The Sakala

ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ କ୍ରାସ; ୧୫ ମୃତ, ୩୦ ଆହତ
ନୂଆଦିଲ୍ଲୀ: ବଲିଭିଆରେ ବଡ ଧରଣର ବିମାନ କ୍ରାସ । ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ ମଝି ଆକାଶରେ ଜଳି ଉଠିଲା। ଦୁର୍ଘଟଣାରେ ୧୫ ମୃତ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।  ବୋଲିଭିଆର ଏଲ୍ ଅଲ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଶୁକ୍ରବାର ଏହି ବିମାନ ଦୁର୍ଘଟଣା ଘଟିଛି। ବୋଲିଭିଆ ବାୟୁସେନାର ଏକ C-130 ହର୍କ୍ୟୁଲସ ବିମାନ ଭାରସାମ୍ୟ ହରାଇ ଏକ ଜନବହୁଳ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅତିକମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ବିମାନରେ ଥିବା ୬ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ନିଖୋଜ ଅଛନ୍ତି।

ଏହି ସାମରିକ ବିମାନଟି ବୋଲିଭିଆର ସେଣ୍ଟ୍ରାଲ ବ୍ୟାଙ୍କରୁ ନୂତନ ନୋଟ୍ କିମ୍ବା କାଗଜ ମୁଦ୍ରା ପରିବହନ କରୁଥିଲା। ଦୁର୍ଘଟଣା ପରେ ବିମାନରୁ ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ରାଜପଥରେ ବିଛାଡି ହୋଇ ପଡିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକମାନେ ନିଜ ଜୀବନକୁ ଖାତିର ନକରି ରାସ୍ତାରେ ପଡିଥିବା ଟଙ୍କା ଗୋଟାଇବା ପାଇଁ ଭିଡ ଜମାଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଏବଂ ଜରୁରୀକାଳୀନ ସେବା ଟିମ୍‌କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି।

ରିପୋର୍ଟ ଅନୁଯାୟୀ, ବିମାନଟି ସାଣ୍ଟା କ୍ରୁଜ୍ ସହରରୁ କାର୍ଗୋ ନେଇ ଏଲ୍ ଅଲ୍ଟୋ ବିମାନବନ୍ଦରରେ ଅବତରଣ କରୁଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ବିମାନଟି ରନ୍‌ୱେ ଅତିକ୍ରମ କରିପାରିନଥିଲା ଏବଂ ନିକଟସ୍ଥ କୋଷ୍ଟାନେରା ଆଭେନ୍ୟୁ (Costanera Avenue) ଉପରେ ମାଡି ଯାଇଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଅନେକ ଯାନବାହନ ବିମାନ ଧକ୍କାରେ ଚୁରମାର ହୋଇଯାଇଥିଲା।

ଉଦ୍ଧାରକାରୀ ଦଳ ବର୍ତ୍ତମାନ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଉଛନ୍ତି ଏବଂ ଘଟଣାସ୍ଥଳରୁ ବିଛାଡି ହୋଇଥିବା ମୁଦ୍ରା ସଂଗ୍ରହ କରୁଛନ୍ତି। ଦୁର୍ଘଟଣା ପରେ ବିଶ୍ୱର ଅନ୍ୟତମ ଉଚ୍ଚତମ ବିମାନବନ୍ଦର 'ଏଲ୍ ଅଲ୍ଟୋ'କୁ ସାମୟିକ ଭାବେ ବନ୍ଦ ରଖାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି।