Nirmal Project - The Sakala

ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଗ୍ରାମୀଣ ୱାଶ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେଉଛି ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ‘ନିର୍ମଳ’
ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଜଳ, ପରିମଳ ଏବଂ ସ୍ୱଚ୍ଛତା (ୱାଶ) ପଦକ୍ଷେପ ଭାବେ ପ୍ରକଳ୍ପ ‘ନିର୍ମଳ’ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସୁବିଧା ପ୍ରଦାନ କରୁଛି। ଏପ୍ରିଲ ୨୦୨୫ ରେ କାର୍ଯ୍ୟକ୍ଷମ ହୋଇଥିବା ୧୨ ଟି ସୌର-ଚାଳିତ ନଳକୂପ ଏବଂ ୨୦ ଟି ଜଳ ବିଶୋଧନ ବ୍ୟବସ୍ଥାକୁ ନେଇ ଗଠିତ ଭିତ୍ତିଭୂମି ଜାମଖାନୀ, ଘୋଘରପାଲ୍ଲୀ, କୁରାଲୋଇ, ମୁଣ୍ଡେଲଖେତ, ଗିରିସିମା, ବିଲିମୁଣ୍ଡା, ଛତାବର, ଗର୍ଜନଜୋର, ଗ୍ରିଣ୍ଡୋଲା, ପିପିଲିମାଳ, ବେଲପାହାଡରେ ଦୈନିକ ପ୍ରାୟ ୨.୪୬ ଲକ୍ଷ ଲିଟର ନିରାପଦ ପାନୀୟ ଜଳ ଯୋଗାଇଦେଉଛି ଯାହା ୨୩,୦୦୦ ରୁ ଅଧିକ ବାସିନ୍ଦାଙ୍କୁ ଉପକୃତ କରୁଛି । ଏହାର ୱାଶ ଆଭିମୁଖ୍ୟକୁ ସୁଦୃଢ଼ କରି, କମ୍ପାନୀ ୫୦ଟି ବିଦ୍ୟାଳୟରେ ପରିବେଶ ଅନୁକୂଳ ଶୌଚାଳୟ ସ୍ଥାପନ ସହିତ ଭିତ୍ତିଭୂମିକୁ ସୁଦୃଢ କରିଛି ଏବଂ ୨୦୦୦ ଛାତ୍ରଙ୍କ ପାଇଁ ଦୈନିକ ସ୍ୱଚ୍ଛତା ବ୍ୟବସ୍ଥାରେ ଉନ୍ନତି ଆଣିଛି।

ଖରା ଦିନରେ ଏହି ଅଞ୍ଚଳରେ ଜଳାଭାବ ଏକ ସାଧାରଣ ସମସ୍ୟା। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ, ଅନେକ ଜନବସତି ଏଭଳି ଜଳ ଉତ୍ସ ଉପରେ ନିର୍ଭର କରୁଥିଲା, ଯେଉଁଥିରେ ୬ ରୁ ୧୨ ଏନଟିୟୁ (ନେଫେଲୋମେଟ୍ରିକ୍ ଟର୍ବିଡିଟି ୟୁନିଟ୍) ଠାରୁ ଆରମ୍ଭ କରି ଟର୍ବିଡିଟି ସ୍ତର ରହିଥିଲା। ନଳକୂଳପ ଶୁଦ୍ଧିକରଣ ସହିତ, ବର୍ତ୍ତମାନ ଅନୁମତିପ୍ରାପ୍ତ ସୀମା (≤୧ ଏନଟିୟୁ) ମଧ୍ୟରେ ଜଳର ମାନକୁ ବଜାୟ ରଖାଯାଇଛି, ଯାହା ଘରୋଇ ଜଳ ସୁରକ୍ଷାକୁ ବୃଦ୍ଧି ଏବଂ ନିରାପଦ ବ୍ୟବହାରକୁ ସମର୍ଥନ କରୁଛି। ଅତ୍ୟାବଶ୍ୟକ ଗୋଷ୍ଠୀ ସମ୍ପତ୍ତି ସହିତ ସ୍ୱଚ୍ଛ ଶକ୍ତି ସମାଧାନକୁ ଏକୀକୃତ କରି, ପ୍ରକଳ୍ପ ନିର୍ମଳ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ, ବିଶେଷ କରି ସ୍ୱଚ୍ଛ ଜଳ ଏବଂ ପରିମଳ ଉପରେ ଏସଡିଜି ୬, ସୁଲଭ ଏବଂ ସ୍ୱଚ୍ଛ ଶକ୍ତି ଉପରେ ଏସଡିଜି ୭, ଏବଂ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଏସଡିଜି ୧୩ ସହିତ ସଂଶ୍ଳିଷ୍ଟ ପ୍ରାଥମିକତାକୁ ଆଗକୁ ବଢ଼ାଇବା ସହିତ ସହନଶୀଳ ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ କରିଥାଏ।

ସ୍ଥିରତା ନୀତି ଉପରେ ପରିକଳ୍ପିତ ଏହି ପ୍ରକଳ୍ପ ସ୍ୱଚ୍ଛ ଶକ୍ତି ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ମଧ୍ୟ ଯୋଗଦାନ କରିଥାଏ। ସୌର ଶକ୍ତି ଚାଳିତ ପମ୍ପିଂ ବ୍ୟବସ୍ଥା ସାମୂହିକ ଭାବେ ବାର୍ଷିକ ଆନୁମାନିକ ୩୯,୪୨୦ କିଲୋୱାଟ୍ ଶକ୍ତି ସଞ୍ଚୟ କରିଥାଏ, ଯାହା ପାରମ୍ପରିକ ବିଦ୍ୟୁତ ଉପରେ ନିର୍ଭରଶୀଳତାକୁ ହ୍ରାସ କରିଥାଏ ଏବଂ ଫଳସ୍ୱରୂପ ପ୍ରତିବର୍ଷ ପାଖାପାଖି ୩୩.୫୦୭ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଥାଏ।

ଏହି ପଦକ୍ଷେପ ଉପରେ ମନ୍ତବ୍ୟ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, "ନିରାପଦ ପାନୀୟ ଜଳ ଏବଂ ପରିମଳ ସୁବିଧା ଜନସାଧାରଣଙ୍କ କଲ୍ୟାଣ ପାଇଁ ମୌଳିକ ଅଟେ। ବେଦାନ୍ତ ଆଲୁମିନିୟମରେ, ଆମେ ସ୍ଥାୟୀ, ଗୋଷ୍ଠୀ-କୈନ୍ଦ୍ରିକ ହସ୍ତକ୍ଷେପ ମାଧ୍ୟମରେ ଏହାକୁ ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରକଳ୍ପ ନିର୍ମଳ ଭିତ୍ତିଭୂମି, ସ୍ୱଚ୍ଛ ଶକ୍ତି ଏବଂ ଗୋଷ୍ଠୀ ନମନୀୟତାକୁ ଏକତ୍ରିତ କରୁଥିବା ସମନ୍ୱିତ ବିକାଶ ମଡେଲ ଉପରେ ଆମର ରଣନୈତିକ ଧ୍ୟାନକୁ ପ୍ରତିଫଳିତ କରୁଛି ।

ମେନ୍ଦ୍ରାର ଆର ଆଣ୍ଡ ଆର କଲୋନୀ ବାସିନ୍ଦା ମଞ୍ଜୁଲତା ପ୍ରଧାନ କହିଛନ୍ତି, "ନିର୍ମଳ ପ୍ରକଳ୍ପ ନିରାପଦ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ସହିତ ବିଦ୍ୟାଳୟରେ ପରିମଳ ସୁବିଧାକୁ ମଜବୁତ କରି ଆମ ଗ୍ରାମରେ ବିଶେଷ ଉନ୍ନତି ଆଣିଛି। ସୌର ଶକ୍ତି ଚାଳିତ ଜଳ ଯୋଗାଣ ବ୍ୟବସ୍ଥା ଏବଂ ସ୍ୱଚ୍ଛତା ଭିତ୍ତିଭୂମି ଦୀର୍ଘ ଦିନର ଜନସାଧାରଣଙ୍କ ଆବଶ୍ୟକତାକୁ ପୂରଣ କରୁଛି। ଏହି ବିକାଶଗୁଡ଼ିକ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଧାରଣ ମାନକୁ ଆହୁରି ଉନ୍ନତି କରିଛି ।
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତି ଏବଂ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶୃତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ସହଭାଗୀମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏଭଳି ପଦକ୍ଷେପ ଏହାର କାର୍ଯ୍ୟ କ୍ଷେତ୍ରରେ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ଆଗେଇ ନେବ।