Suspension - The Sakala

ଚା’ ପାଇଁ ବିଳମ୍ବ ହେବାରୁ ଦୋକାନୀଙ୍କୁ ମାଡ଼ ଓ ଅଶାଳୀନ ଗାଳି, ମଥୁରା ଜଙ୍କସନରେ ଜିଆରପି ଏସଆଇ ନିଲମ୍ବିତ
ଉତ୍ତର ପ୍ରଦେଶର ମଥୁରା ଜଙ୍କସନରେ ଜଣେ ଚା’ ଦୋକାନୀଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାଡ଼ ମାରିବା ଅଭିଯୋଗରେ ଜଣେ ସରକାରୀ ରେଳବାଇ ପୋଲିସ (ଜିଆରପି) ସବ-ଇନ୍ସପେକ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓରେ ସମ୍ପୃକ୍ତ ପୋଲିସ ଅଧିକାରୀ ଜଣଙ୍କ ଚା’ ଦୋକାନୀଙ୍କୁ ଗାଳିଗୁଲଜ କରିବା ସହ ଅତ୍ୟନ୍ତ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତ ବୁଧବାର ସକାଳେ ମଥୁରା ଜଙ୍କସନର ପ୍ଲାଟଫର୍ମ ନମ୍ବର ୮ରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସବ-ଇନ୍ସପେକ୍ଟର ବିବେକ କୁମାର ଚା’ ଦୋକାନୀ ସୂରଜ ଚୌହାନଙ୍କ ପାଖକୁ ଯାଇ ଚା’ ପ୍ରସ୍ତୁତ କରିବାକୁ କହିଥିଲେ। ସେହି ସମୟରେ ସୂରଜ ନିଜ ଦୋକାନ ସଫା କରୁଥିବାରୁ ଟିକେ ସମୟ ମାଗିଥିଲେ। କିଛି ସମୟ ପରେ ବିବେକ କୁମାର ପୁଣି ଫେରିଥିଲେ ମଧ୍ୟ ସୂରଜ ସଫେଇ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଏହାପରେ ସେ ସୂରଜଙ୍କୁ ଚାପୁଡ଼ା ମାରିବା ସହ ଅତ୍ୟନ୍ତ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ।

ସିସିଟିଭିରେ କଏଦ ହେଲା ଦୃଶ୍ୟ

ଏହି ସମସ୍ତ ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଭିଡିଓରେ ସବ-ଇନ୍ସପେକ୍ଟର ଜଣଙ୍କ ଦୋକାନୀଙ୍କୁ ‘ପାଟିରେ ପରିସ୍ରା କରିଦେବି’ ବୋଲି ଧମକ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି। ଜିଆରପି ଏସପି ଅନିଲ କୁମାର ଝା ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବିବେକ କୁମାରଙ୍କୁ ନିଲମ୍ବିତ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସର ଏଭଳି ଆଚରଣକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଇଛି।

ଚା’ ପାଇଁ ବିଳମ୍ବ ହେବାରୁ ଦୋକାନୀଙ୍କୁ ମାଡ଼ ଓ ଅଶାଳୀନ ଗାଳି! ମଥୁରା ଜଙ୍କସନରେ ଜଣେ ଚା’ ବିକ୍ରେତାଙ୍କୁ ଦୁର୍ବ୍ୟବହାର କରି ଜିଆରପି ସବ-ଇନ୍ସପେକ୍ଟର ନିଲମ୍ବିତ। #Mathura #UPPolice #ViralVideo #RailwayPolice pic.twitter.com/rBgvP157k4

— Sakala News (@SakalaNews) February 27, 2026