doorstep delivery of rations - The Sakala

ଯଦି ପିଜା ହୋମ ଡେଲିଭରୀ ହୋଇ ପାରୁଛି, କହିଁକି ଗରୀବଙ୍କ ଘରେ ରାସନ ପହଞ୍ଚି ପାରିବ ନାହିିଁ- କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଘରେ ଘରେ ରାସନ ପହଞ୍ଚାାଇବା ପାଇଁ ଯୋଜନା କରିଛନ୍ତି। ହେଲେ ଏହି ଯୋଜନାକୁ ଏବେ କେନ୍ଦ୍ରସରକାର ବିରୋଦ୍ଧ କରିଛନ୍ତି। ଏହି ଯୋଜନାକୁ ଲାଗୁ କରିବା ପାଇଁ ଅନୁମତି ଦେଉ ନହାନ୍ତି। ଏ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ଚାହିଁଛନ୍ତି ବୋଲି କହିଛନ୍ତି।

ଏହି ଯୋଜନା କାର୍ଯ୍ଯକାରୀ କରିବାରେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ଉପରେ କେଜ୍ରିୱାଲ ନିଜର ମତ ଦେଇଛନ୍ତି। ଏହି ଯୋଜନାକୁ ଅନୁମତି ନ ମିଳିବା ମୋତେ ବ୍ୟଥିତ କରିଛି। ଆସନ୍ତା ସପ୍ତାହରୁ ଦିଲ୍ଲୀରେ ଡୋର-ଟୁ-ଡୋର ରାସନ ଯୋଜନା ଆରମ୍ଭ ହେବ। ଅର୍ଥାତ୍ ବର୍ତ୍ତମାନ ଲୋକମାନଙ୍କୁ ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ । ରାସନ ପାଇଁ ଆଉ ଠେଲାପେଲା ଆଉ ହେବ ନାହିଁ। ସରକାର ରାସନକୁ ପ୍ୟାକ୍ କରି ହିତାଧିକରୀଙ୍କ ଘରେ ପହଞ୍ଚାଇବେ।

ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା, ଠିକ୍ ଆସନ୍ତା ସପ୍ତାହରେ ଏହି ବୈପ୍ଳବିକ ପଦକ୍ଷେପ ଆରମ୍ଭ ହେବାକୁ ଯାଉଥିଲା ଏବଂ ହଠାତ୍ ଏହାକୁ ଦୁଇ ଦିନ ପୂର୍ବରୁ ବନ୍ଦ କରିଦିଆଯାଇଛି। କହିଁକି ବନ୍ଦ କର ଦିଆଗଲା ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଯେ ଏହି ଯୋଜନା ପାଇଁ ଆମେ କେନ୍ଦ୍ର ସରକାରଙ୍କ ଠାରୁ ଥର ପାଞ୍ଚ ଥର ଅନୁମତି ନେଇଛୁ, କିନ୍ତୁ ଏହା ସତ୍ତ୍ୱେ ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଆଇନଗତ ଭାବରେ ଆମକୁ କେନ୍ଦ୍ରର ଅନୁମୋଦନ ଆବଶ୍ୟକ ନାହିଁ । ହେଲେ ଆମେ କେନ୍ଦ୍ରଠୁ ଅନୁମିତି ନେଇଛୁ। ଏହି ଯୋଜନା ଉପରେ ନିଷେଧାଦେଶର କାରଣ କେଜ୍ରିୱାଲ ବାରମ୍ବାର କେନ୍ଦ୍ର ସରକାରଙ୍କୁ ପଚାରିଥିଲେ। ସେ କହିଛନ୍ତି ଯେ, ଯେତେବେଳେ ହାଇକୋର୍ଟ ଏହି ଯୋଜନାରେ ସ୍ଥଗିତ ରଖିନାହାଁନ୍ତି, ସେତେବେଳେ ଆପଣ କିପରି କରିପାରିବେ। ଯେତେବେଳେ ଦେଶରେ ପିଜା, ବରଗର, ସ୍ମାର୍ଟଫୋନ୍ ଏବଂ ପୋଷାକ ଘରେ ପହଞ୍ଚି ପାରୁଛି ତେବେ ଗରୀବଙ୍କ ଘରକୁ ରାସନ ପହଞ୍ଚି ପାରିବ ନାହିଁ କାହିଁକି ।

କେନ୍ଦ୍ର ସରକାରଙ୍କ କିଛି ଅଧିକାରୀ କହିଛନ୍ତି ଯେ, ଏହି ରାସନ କେନ୍ଦ୍ରର ଅଟେ ଏବଂ ଏହି ଯୋଜନା କାର୍ଯ୍ଯକାରୀ କରି କେଜ୍ରିୱାଲ ସରକାର ଏହାର ପ୍ରଶଂସା ଲୁଟିବାକୁ ଚାହୁଁଛନ୍ତି। ଏହାର ଜବାବରେ କେଜ୍ରିୱାଲ କହିଛନ୍ତି ଯେ, ମୁଁ ଏହି ଯୋଜନାର ପ୍ରଶଂସା ନେବାକୁ ଚାହୁଁ ନାହିଁ। ମୋତେ ଏହାକୁ କାର୍ଯ୍ଯକାରୀ କରିବାକୁ ଦିଅ। ଏହା ଯୋଜନା ଜାତୀୟ ସ୍ୱାର୍ଥରେ ବୋଲି ସେ କହିଛନ୍ତି। ଅଦ୍ୟାବଧି ସରକାର ଦେଶର ଗରିବ ଲୋକଙ୍କୁ ୭୫ବର୍ଷ ଧରି ଲମ୍ବା ଧାଡିରେ ଠିଆ କରି ରଖିଥିଲେ। ସେମାନଙ୍କୁ ଆଉ ୭୫ ବର୍ଷ ପର୍ଯ୍ଯନ୍ତ  ଧାଡିରେ ଠିଆ ହୁଅନ୍ତୁ ନାହିଁ ନଚେତ୍ ସେମାନେ ଆମକୁ କେବେବି କ୍ଷମା କରିବେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।