government - The Sakala

ସରକାରଙ୍କ ଭୁଲ୍; ଦଣ୍ଡ ଭୋଗୁଛନ୍ତିି ଆଶାୟୀ: ଦଳେ ରାସ୍ତାରେ, ଦଳେ କୋର୍ଟରେ ...
ଭୁବନେଶ୍ୱର: ଲିଭ୍‌ ଟ୍ରେନିଂ ଟିଚର (ଏଲ୍‌ଟିଆର୍‌) ନିଯୁକ୍ତିରେ ବ୍ୟାପକ ଅସଙ୍ଗତି ରହିଛି। ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟଗ (ଓଏସ୍‌ଏସ୍‌ସି) ପରୀକ୍ଷା ପରିଚାଳନା କରିନାହିଁ। ପୁନଶ୍ଚ ଯେଉଁ ପରୀକ୍ଷା ହୋଇଛି, ସେଥିରେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଫଳରେ ମାମଲା କୋର୍ଟରେ ପହଞ୍ଚିବା ସହ ସମ୍ପୂର୍ଣ୍ଣର୍ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ  ହୋଇଛି। ହିନ୍ଦୀ ଶିକ୍ଷକ ପରୀକ୍ଷାକୁ ହାଇକୋର୍ଟ ରଦ୍ଦ କରିଥିବାବେଳେ ସଂସ୍କୃତ ଶିକ୍ଷକ ଆଶାୟୀମାନେ ଦୁଇଦିନ ହେଲା ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଅପରପକ୍ଷରେ ହିନ୍ଦୀ ପରି ସଂସ୍କୃତ ଶିକ୍ଷକ ପଦ ପାଇଁ ୫ଗୁଣାରୁ ଅଧିକ ଆଶାୟୀ ଆବେଦନ କରିଥିବାବେଳେ ପ୍ରିଲିମିନାରୀ ପରୀକ୍ଷା କରାଯାଇ ନ ଥିବାରୁ ସମ୍ପୂର୍ଣ୍ଣ ନିଯୁକ୍ତି ପରୀକ୍ଷା ରଦ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଏଲ୍‌ଟିଆର୍‌ ଶିକ୍ଷକ ନିଯୁକ୍ତିରେ ୭୨୯ଟି ସଂସ୍କୃତ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରାୟ ୪୯୬୯ ଜଣ ଆଶାୟୀ ଆବେଦନ କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଅର୍ଥାତ୍‌ ମୋଟ୍‌ ପଦ ପାଇଁ ପ୍ରାୟ ୭ଗୁଣା ଆଶାୟୀ ଆବେଦନ କରିଥିଲେ। ଅପରପକ୍ଷରେ ମୋଟ୍‌ ପଦର ୫ଗୁଣାରୁ ଅଧିକ ଆଶାୟୀ ଆବେଦନ କଲେ ପ୍ରିଲିମିନାରୀ ପରୀକ୍ଷା ହେବା ପରେ ମୁଖ୍ୟ ପରୀକ୍ଷା ହେବ ବୋଲି ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏହାସତ୍ତେ୍ୱ ଉଭୟ ହିନ୍ଦୀ ଓ ସଂସ୍କୃତ ଆଶାୟୀଙ୍କ ପ୍ରିଲିମିନାରୀ ପରୀକ୍ଷା କରାଯାଇ ନ ଥିଲା।

ହିନ୍ଦୀ ଶିକ୍ଷକଙ୍କ ମାମଲା କୋର୍ଟରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ଗତମାସ ୧୬ ତାରିଖରେ ହାଇକୋର୍ଟ ରଦ୍ଦ କରିଛନ୍ତି। ଅନୁରୂପ ଭାବେ ସଂସ୍କୃତ ଶିକ୍ଷକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରି ପ୍ରିଲିମିନାରୀ ପରୀକ୍ଷା କରିବାକୁ କୋର୍ଟରେ ମାମଲା ବିଚାରଧୀନ ରହିଛି। ଅପରପକ୍ଷରେ ସଂସ୍କୃତ ବ୍ୟତୀତ ଅନ୍ୟ ସମସ୍ତ ପଦ ପାଇଁ ଚୁଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ୧୫ ତାରିଖରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବାଣ୍ଟିବେ। ଏଣୁ ସଂସ୍କୃତ ଆଶାୟୀଙ୍କ ପରୀକ୍ଷା ଫଳ ପ୍ରକାଶ କରି ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ବୋଲି ଆଶାୟୀମାନେ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ୨ଦିନ ଧରି ଆନ୍ଦୋଳନ କରିଛନ୍ତି। ଓଏସ୍‌ଏସ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୋର୍ଟରେ ମାମଲା ବିଚାରଧୀନ ରହିଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଚୁଡ଼ାନ୍ତ ରାୟ ବା କୋର୍ଟଙ୍କ ନିର୍ଦ୍ଦେଶ ବିନା ପରୀକ୍ଷା ଫଳ ପ୍ରକାଶ ପାଇବ ନାହିଁ।

ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତି ପାଇଁ ଆଶାୟୀମାନେ ଦହଗଞ୍ଜ ହେଉଛନ୍ତି। ପରୀକ୍ଷା ଦେଇ ଚାକିରି ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ନିଯୁକ୍ତି ପତ୍ର ଦିଆଯାଉ ନାହିଁ। କେବଳ ଏଲ୍‌ଟିଆର୍‌ ନୁହେଁ, ପ୍ରତିଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଥିବାରୁ ଆଶାୟୀଙ୍କ ମାନସିକ ସ୍ଥିତି ଦୋହଲି ସାରିଛି। ସରକାର ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କରିବାରେ ବାରମ୍ବାର ବିଫଳ ହେଉଥିବା ଅଭିଯୋଗ ହେଉଛି।

୧୬ରେ ହିନ୍ଦୀ ଶିକ୍ଷକଙ୍କ ପ୍ରିଲିମିନାରୀ ପରୀକ୍ଷା
ରଦ୍ଦ ହୋଇଥିବା ଏଲ୍‌ଟିଆର୍‌ ହିନ୍ଦୀ ଶିକ୍ଷକ ପରୀକ୍ଷା ଆସନ୍ତା ୧୬ତାରିଖରେ ଅନୁଷ୍ଠିତ ହେବ। ଅବିଭକ୍ତ ୧୩ଟି ଜିଲ୍ଲାର ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେବେ ଆଶାୟୀ ଛାତ୍ରଛାତ୍ରୀ। ଓଏମ୍‌ଆର୍‌ ବେସଡ୍‌ ପରୀକ୍ଷା ପାଇଁ ଆବେଦନ କରିଥିବା ପିଲାମାନେ ଆସନ୍ତା ୧୦ ତାରିଖ ଠାରୁ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ଦୁଇ ଘଣ୍ଟାରେ ସମୁଦାୟ ଶହେ ମାର୍କର ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ

ଏଲ୍‌ଟିଆର୍‌ ସଂସ୍କୃତ ଶିକ୍ଷକ ଆଶାୟୀମାନେ ଦୁଇଦିନ ଧରି ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ରାତିରେ କାର୍ଯ୍ୟାଳୟ ସମ୍ମୁଖରେ ଶୋଇବା ସହ ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶ ନ କଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଓଏସ୍‌ଏସ୍‌ସିର ସମସ୍ତ ନିୟମ ଅନୁଯାୟୀ ପରୀକ୍ଷା ଦେଇଥିଲେ ମଧ୍ୟ ସେମାନଙ୍କୁ କାହିଁକି ନିଯୁକ୍ତି ଦିଆଯାଉନି ବୋଲି ଗର୍ଜନ କରିଛନ୍ତି। ଆଶାୟୀଙ୍କ କହିବା କଥା ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିବା କିଛି ପରୀକ୍ଷାର୍ଥୀ ଉଦ୍ଦେଶ୍ୟମୂଳକ ଭାବେ କୋର୍ଟ ଯାଉଛନ୍ତି। ବିଜ୍ଞପ୍ତିରେ ଏକାଧିକ ତ୍ରୁଟି ସେମାନଙ୍କୁ କେସ୍‌ କରିବାକୁ ସୁଯୋଗ ଦେଉଛି। ହେଲେ ପରୀକ୍ଷା ଦେଇ ମେଧା ଆଧାରରେ ଚୟନ ହୋଇଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଉନି ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ ଏଲ୍‌ଟିଆର୍‌ ପଦ ପାଇଁ କୋର୍ଟରେ ମାମଲା ହୋଇଥିଲେ ମଧ୍ୟ କେସ୍‌ ନମ୍ବର ପକାଇ ରେଜଲ୍ଟ ପ୍ରକାଶ କରାଯାଇଛି। ତାହେଲେ ସଂସ୍କୃତ ଶିକ୍ଷକଙ୍କ ସହ ବୈମାତୃକ ମନୋଭାବ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସମାନ ବିଜ୍ଞପ୍ତିରେ ଆସନ୍ତା ୧୫ ତାରିଖ ଦିନ ସମସ୍ତେ ନିଯୁକ୍ତି ପତ୍ର ପାଇବାକୁ ଯାଉଥିବାବେଳେ ସେମାନଙ୍କୁ କାହିଁକି ବାଦ୍‌ ଦିଆଯାଉଛି ବୋଲି ପଚାରିଛନ୍ତି। ମେଧାବୀ ପରୀକ୍ଷାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ମାମଲା ବିଚାରଧୀନ ଥିଲେ ମଧ୍ୟ ଅନ୍ୟ ବିଷୟରେ ନିଯୁକ୍ତି ପରି କେସ୍‌ ନମ୍ବର ପକାଇ ସେମାନଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ଆନ୍ଦୋଳନରତ ଆଶାୟୀମାନେ ଦାବି କରିଛନ୍ତି। ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ବିଳମ୍ବିତ ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମାଳମାଳ ପ୍ରସଙ୍ଗ, ଶାଣିତ ହେବ ବିରୋଧୀଙ୍କ ସ୍ବର
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଉଷ୍ଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ତାତି ଅଧÒକ ରହିବା ନେଇ ସଙ୍କେତ ମିଳିଛି। ରାଜ୍ୟସ୍ୱାର୍ଥ ସମ୍ବଳିତ ପୁଳାପୁଳା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ ହୋଇ ରହିଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପିର ରାଜନୀତି, ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ, ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ, ପୋଲାଭରମ୍‌ ପ୍ରସଙ୍ଗ, ସ୍କୁଲରେ ନାବାଳିକାଙ୍କ ପ୍ରସବ, ଧାନକିଣାରେ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସରକାରଙ୍କ ରଙ୍ଗ ବଦଳା ରାଜନୀତିକୁ ନେଇ ଗୃହ ହୁଲସ୍ତୁଲ ହେବା ସୁରାକ ମିଳିଛି। ବିଶେଷକରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଢ଼ି ନେବା ଘଟଣାକୁ ନେଇ ଗୃହରେ ମୁଖ୍ୟ ବିରୋଧୀ ଦଳ ବିଜେଡି ଦୃଢ଼ତାର ସହ ସ୍ୱର ଉତ୍ତୋଳନ କରିବ ବୋଲି ଜଣାପଡ଼ିଛି।

ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ୨୮ ଦିନିଆ ଅଧିବେଶନରେ ପ୍ରଥମ ପର୍ଯାୟରେ ମୋଟ ୮ଟି କାର୍ଯ୍ୟଦିବସ ହୋଇଥିଲା। ପ୍ରଥମ ପର୍ଯାୟରେ ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, କଟ୍‌ନୀଛଟ୍‌ନୀ, ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ପ୍ରବଳ ଘେରିଥିଲେ। ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ପୋଲାଭରମ୍‌, ଆଇନ ଶୃଙ୍ଖଳା ଏବଂ ନାରୀ ନିର୍ଯାତନା ବୃଦ୍ଧିକୁ ନେଇ ସରକାର ଅଡ଼ୁଆରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଚଳିତ ମାସ ଶେଷରେ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଶେଷ ହେବ। ମାତ୍ର ରାଜ୍ୟବ୍ୟାପୀ ଏହାକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟ ଶୀର୍ଷ ଛୁଇଁଛି। ନିକଟରେ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଚାଷୀ ନେତାମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରସଂଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଗୃହରେ ଉପରୋକ୍ତ ପ୍ରସଙ୍ଗକୁ ବିଜେଡି ଦୃଢ଼ ଭାବେ ଉପସ୍ଥାପନ କରିବ ବୋଲି ନିଜେ ନବୀନ ଅକ୍ଷୟଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ସମାନ ଭାବେ ପୋଲାଭରମ୍‌ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ଏବଂ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ନେଇ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହରେ ଗର୍ଜିେବ। ଅନୁରୂପ ଭାବରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରି ସ୍ପର୍ଶକାତର ଘଟଣା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସ୍କୁଲ ଘର ରଙ୍ଗ ବଦଳ ନିଷ୍ପତ୍ତିକୁ ନେଇ ଉଭୟ ବିରୋଧୀ ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ଯାଉଛନ୍ତି।

ବିଜେଡିର ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ ରାଜ୍ୟସ୍ୱାର୍ଥ ସମ୍ଭଳିତ ସମସ୍ତ ପ୍ରସଙ୍ଗ ବିଜେଡି ଗୃହରେ ଉତ୍ଥାପନ କରିବ। ସରକାରଙ୍କଠାରୁ କୈଫିୟତ ତଲବ କରିବ। ସରକାର ଯଦି ସନ୍ତୋଷ ଜନକ ଉତ୍ତର ନଦିଅନ୍ତି, ବିଜେଡି ଗଣତାନ୍ତ୍ରିକ ଉପାୟରେ ଏହାର ଦୃଢ଼ ବିରୋଧ କରିବ ବୋଲି ସେ କହିଛନ୍ତି। ଅପରପକ୍ଷେ ବିରୋଧୀଙ୍କ ସମସ୍ତ ଆଲୋଚନାର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପିତ କରାଯିବ। ସେହିପରି ଆସନ୍ତା ୧୦ ତାରିଖରୁ ବଜେଟରେ ବିଭିନ୍ନ ବିଭାଗ ପାଇଁ ଧାର୍ଯ୍ୟ ଅନୁଦାନ ଉପରେ ଆଲୋଚନା ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଜାରି ରହିବ। ୨୯ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଲ ଆଗତ ହେବ। ଆସନ୍ତା ଏପ୍ରିଲ ୫ ତାରିଖରେ ବଜେଟ ଅଧିବେଶନ ସରିବାକୁ ଯାଉଛି।

ଟ୍ୱିଟରକୁ ସରକାରଙ୍କ ଅନ୍ତିମ ଚେତାବନୀ : ନିୟମ ଲାଗୁ କର; ନଚେତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ
ନୂଆଦିଲ୍ଲୀ : ନୂଆ ଆଇଟି ନିୟମ,୨୦୨୧ କୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଶନିବାର ଟ୍ବିଟରକୁ ଅନ୍ତିମ ଚେତାବନୀ ଦେଇଛନ୍ତି ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ମେ ୨୮ ଏବଂ ଜୁନ ୨ରେ ମିଳିଥିବା ଆପଣଙ୍କ ଜବାବ ନୈରାଶ୍ୟଜନକ। କାରଣ ଯାହା ପଚରା ଯାଇଥିଲା ତାହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା କିମ୍ବା ନୂଆ ନିୟମକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇନଥିଲା। ସରକାର ଟ୍ବିଟରକୁ କହିଛନ୍ତି ଯେ ଆପଣଙ୍କୁ ଅନ୍ତିମ ସୁଯୋଗ ଦିଆଯାଉଛି। ଯଦି ଟ୍ୱିଟର ନୂଆ ଡିଜିଟାଲ ନିୟମକୁ ପାଳନ ନ କରିବ, ତା’ହେଲେ ଆଇଟି ଆଇନ ୨୦୦୦ର ଧାରା ୭୯ରେ ମିଳୁଥିବା ସୁବିଧାସୁଯୋଗକୁ ପ୍ରତ୍ୟାହାର କରିନିଆଯିବ। ପରେ ଆଇଟି ଆଇନ ଓ ଭାରତୀୟ ଆଇନ ଅନୁଯାୟୀ ଟ୍ୱିଟରକୁ ପରିଣାମ ଭୋଗିବାକୁ ପଡ଼ିବ। ଏଥିପାଇଁ ନିଜେ ଦାୟୀ ରହିବେ।

ସରକାରଙ୍କ ଅନୁଯାୟୀ ଟ୍ବିଟର ଏ ପର୍ଯ୍ୟନ୍ତ ମୁଖ୍ୟ ଅନୁପାଳନ ଅଧିକାରୀଙ୍କ ବିଷୟରେ କୌଣସି ସୂଚନା ଦେଇନାହିଁ। ଯାହାକୁ ଆଞ୍ଚଳିକ କନେକ୍ଟ ପର୍ସନ ଭାବେ ଚୟନ କରାଯାଇଛି ସେ ଭାରତର ଟ୍ବିଟର କର୍ମଚାରୀ ନୁହଁନ୍ତି। ଏହା ସହିତ ଯେଉଁ ଅଫିସ ଠିକଣା ଦିଆଯାଇଛି ତାହା ଏଖ ଲ କମ୍ପାନୀର। ଏହା ପୂର୍ବରୁ ଟ୍ବିଟର ଏକ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ସରକାରଙ୍କ ଚିନ୍ତା କ୍ରୋଧ ବୃଦ୍ଧି କରିଛି। ଶନିବାର ସକାଳେ ଟ୍ବିଟର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ସମେତ ଅନେକ ନେତାଙ୍କ ନୀଳ ଠିକ ଚିହ୍ନକୁ ହଟାଇ ନେଇଥିଲା। ତେବେ ପରେ ଉପରାଷ୍ଟ୍ରପତି, ମୋହନ ଭାଗବତ, ସଂଘର ଅଖିଳ ଭାରତୀୟ ପ୍ରଚାର ମୁଖ୍ୟଙ୍କ ଆକାଉଣ୍ଟରେ ପୁଣିଥରେ ନୀଳ ଠିକ ଚିହ୍ନକୁ ଦିଆଯାଇଥିଲା। ଏ ନେଇ ଟ୍ବିଟର ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ ଆକାଉଣ୍ଟ ଦୀର୍ଘ ଦିନ ହେଲା ସକ୍ରିୟ ନଥିଲା।

ଏଥିଯୋଗୁଁ ସମୀକ୍ଷା ନୀତି ଅନୁଯାୟୀ ସୂଚନାକୁ ସମୀକ୍ଷା କରାଯାଇନଥିବାରୁ ନୀଳ ଠିକ ଚିହ୍ନ ହଟାଇ ଦିଆଯାଇଥିଲା। ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, କଂଗ୍ରେସ ନେତା ଅହମଦ ପଟେଲ, ଅଭିନେତା ଇରଫାନ ଖାନ ସମେତ ଅନେକ ଲୋକଙ୍କ ଆକାଉଣ୍ଟରେ ନୀଳ ଠିକ ଚିହ୍ନ ଥିବାରୁ ଏହି ବିବାଦ ଆରମ୍ଭ ହୋଇଥିଲା।