Trump - The Sakala
ବାସୁମତୀ ଆଗରେ ‘ଟେକ୍ସମତୀ’ ଫେଲ୍‌, ପୁଣି ଟ୍ରମ୍ପ୍‌ ଦେଲେ ଅତିରିକ୍ତ ଟାରିଫ୍‌ ଧମକ...
ୱାଶିଂଟନ୍‌: ଭାରତୀୟ ବାସମତୀ ଚାଉଳର ସୁଗନ୍ଧ ଓ ଚାହିଦା ସାରା ବିଶ୍ୱରେ ରହିଛି। ତେବେ ଆମେରିକାରେ ମଧ୍ୟ ବାସୁମତୀ ଚାଉଳର ଚାହିଦା ଅଧିକ। ଆମେରିକା ଏହାର ଆମଦାନୀ ହ୍ରାସ କରିବା ଏବଂ ସେଠାକାର ବଜାରରେ ଭାରତୀୟ ବାସମତୀର ମୁକାବିଲା ନିମନ୍ତେ ୧୯୮୦ ଦଶକରେ ‘ଟେକ୍ସମତୀ’ ନାମରେ କପି ଚାଉଳ ପଉତ୍ପାଦନ କରିଥ଄ଲା। ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଆମେରିକୀୟ ହାଇବ୍ରିଡ ଚାଉଳ ଭାରତୀୟ ବାସମତୀର ସମକକ୍ଷ ହୋଇପାରିନି। ଆଜି ପରିସ୍ଥିତି ଏପରି ଯେ ଆମେରିକୀୟ ଚାଷୀ ଚାପରେ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଟାରିଫର ଚେତାବନୀ ଦେଇ ନୂଆ ବିବାଦ ଛିଡା କରିଛନ୍ତି।
ସମ୍ପ୍ରତି, ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶରୁ ଆସୁଥିବା ଚାଉଳ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ। ଏଥ଄ରେ ଆମେରିକାକୁ ସବୁଠାରୁ ବଡ଼ ଚାଉଳ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ। ଭାରତ ପୂର୍ବରୁ ଆମେରିକାର ଗହମ ସହାୟତା ଉପରେ ନିର୍ଭର କରୁଥିଲା ଏବଂ ବର୍ତ୍ତମାନ ଏହାର ସବୁଠାରୁ ବଡ଼ ଚାଉଳ ଯୋଗାଣକାରୀ। ଯଦିଓ ଆମେରିକା ‘ଟେକ୍ସମତୀ’ ଏବଂ ଜସମତୀ ପରି କିସମ ଚାଷ କରି ଚାଉଳ ଆମଦାନୀ ହ୍ରାସ କରିବାକୁ ଚେଷ୍ଟା କରିଥିଲା, ଏହି କିସମଗୁଡ଼ିକ ଭାରତୀୟ ବାସୁମତୀ ସହିତ ପ୍ରତିଯୋଗିତା କରିପାରିଲା ନାହିଁ।
ଆମେରିକାର ଟେକ୍ସାସ-ଭିତ୍ତିକ କମ୍ପାନୀ ରାଇସଟେକ୍ ଆମେରିକୀୟ ଲମ୍ବା-ଦାନା ଚାଉଳକୁ ବାସୁମତୀ ସହିତ ମିଶ୍ରଣ କରି ଏକ ହାଇବ୍ରିଡ୍ ଚାଉଳ କିସମ ବିକଶିତ କରିଥିଲା। ଲକ୍ଷ୍ୟ ଥିଲା ବାସୁମତୀ ପରି ସୁଗନ୍ଧ ଏବଂ ଆମେରିକୀୟ ଜଳବାୟୁ ପରିସ୍ଥିତିରେ ବଢ଼ିପାରୁଥିବା ଲମ୍ବା ଶସ୍ୟ ସହିତ ଚାଉଳ ସୃଷ୍ଟି କରିବା। ଏହାକୁ ‹ଟେକ୍ସମତୀ› ନାମ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଆମେରିକା ଜସମତୀ ଚାଉଳ ପ୍ରଚଳନ କରିଥିଲା। ବାସମତିର ଆକୃତି ଥାଇ ଜସମତୀ ଚାଉଳର ସୁଗନ୍ଧ ସହିତ ମିଶ୍ରଣ କରିଥିଲା, କିନ୍ତୁ ଏହା ମଧ୍ୟ ବିଫଳ ହୋଇଥିଲା। ଏହାକୁ ରୋଷେଇ କଲେ ସ୍ୱାଦ ଓ ସୁଗନ୍ଧରେ ମୂଳ ବାସମତୀ ଚାଉଳ ସମକକ୍ଷ ହୋଇ ପାରୁନି। ଏଣୁ ଆମେରିକୀୟ ଉପଭୋକ୍ତା ଧିରେ ଧିରେ ପୁଣି ଭାରତୀୟ ବାସମତୀକୁ ଫେରି ଆସିଥିଲେ। ଏଣୁ ଆମେରିକୀୟ ବଜାରରେ ଭାରତୀୟ ବାସମତୀର ଚାହିଦା ପାଖାପାଖି ୮୫% ପର୍ଯ୍ୟନ୍ତ ରହିଛି।
ଏବେ ବାସମତୀର ବଢୁଥିବା ଲୋକପ୍ରିୟତା ଆମେରିକୀୟ ଚାଷୀଙ୍କ ଉପରେ ଚାପ ପକାଉଛି। ଅନେକ ମିଲ୍ ମାଲିକ ବିଦେଶୀ ଚାଉଳ ଆମେରିକା ଉତ୍ପାଦିତ ଚାଉଳର ବଜାର ଅଂଶ କମାଉଥିବାର ଅଭିଯୋଗ କରିଛନ୍ତି। ଏହାପରେ ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ଚାଉଳ ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି। ଏହାଛଡା ଟ୍ରମ୍ପ ଆମେରିକୀୟ ଚାଷୀଙ୍କ ଲାଗି ୧୨ ବିଲିୟନ ଡଲାରର ଆର୍ଥ଄କ ପ୍ୟାକେଜ୍‌  ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁସାରେ ଆମେରିକୀୟ ଟାରିଫର ଭାରତୀୟ ବାସମତୀ ଉପରେ ଆଂଶିକ ପ୍ରଭାବ ରହିବ। କାରଣ ଆମେରିକାକୁ ମାତ୍ର ୩% ଭାରତୀୟ ଚାଉଳ ରପ୍ତାନୀ ହେଉଛି। ଏହାଛଡା ଭାରତୀୟ ଚାଉଳର ମୁଖ୍ୟ ଆମଦାନୀକାରୀ ଉପସାଗରୀୟ ଦେଶ। ଏଥିରେ ଏବେ ଆଫ୍ରିକା ବଜାର ନୂଆ କରି ଯୋଡିହୋଇଛି। ଏଣୁ  ଟ୍ରମ୍ପ୍‌ ପ୍ରଶାସନ  ଟାରିଫ ବଢାଇଲେ ଆମେରିକୀୟ ଉପଭୋକ୍ତା ପ୍ରଭାବିତ ହେବେ ଓ ଦେଶରେ ଭାରତୀୟ ରପ୍ତାନୀ ଚାଉଳର ମୂଲ୍ୟ ବଢିବ। ତେବେ ଏଥିରେ ଭାରତୀୟ ରପ୍ତାନୀକାରୀ ପ୍ରଭାବିତ ହେବେନାହିଁ।
ଆମେରିକା ସଟ୍‌ଡାଉନ୍; ଫୁଡ୍ ଡେଲିଭରୀ କରୁଛନ୍ତି ସରକାରୀ କର୍ମଚାରୀ, ୨୨ଦିନ ହେଲା ସରକାରୀ କାର୍ଯ୍ୟ ଠପ୍...
ୱାସିଂଟନ୍: ଆମେରିକାରେ ଜାରି ରହିଛି ସଟ୍‌ଡାଉନ୍‌। ଦୀର୍ଘ ୨୨ ଦିନ ହେବ ଦେଶବ୍ୟାପୀ ସରକାର କାର୍ଯ୍ୟ ଠପ୍। ସରକାରୀ କର୍ମଚାରୀଙ୍କୁ ଏଯାଏ ମିଳିନି ଦରମା। କର୍ମଚାରୀଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପୂରଣ ଏବଂ ଇଏମ୍ଆଇ ପଇଠ କରିବାରେ ବେଶ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି।  ଏଥିରେ ଅନେକ ସରକାରୀ କର୍ମଚାରୀ ଏବେ ଫୁଡ୍ ଡେଲିଭରୀ କରି ପରିବାର ଚଳାଉଛନ୍ତି। ଆଉ କେତେକ ଅସ୍ଥାୟୀ ଚାକିରି କରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏହି ସଟ୍‌ଡାଉନ୍‌‌ରେ ୭,୫୦,୦୦୦ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ଏହି ସଟ୍‌ଡାଉନ୍‌ ଏବେ  ୨୨ତମ ଦିନରେ ପହଞ୍ଚିଛି। ଏହାକୁ ଆମେରିକା ଇତିହାସରେ ଦ୍ୱିତୀୟ ସବୁଠାରୁ ଲମ୍ବା ସଟ୍‌ଡାଉନ୍‌ କୁହାଯାଉଛି।
ବର୍ତ୍ତମାନ ଦେଶର ପ୍ରାୟ ୭.୫ ଲକ୍ଷ ସରକାରୀ କର୍ମଚାରୀ ବିନା ଦରମାରେ ଛୁଟିରେ ଅଛନ୍ତି। ଏମିତିକି ସାମରିକ ବାହିନୀ, ପୋଲିସ, ସୀମା ସୁରକ୍ଷା ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରକ ଭଳି ଅତ୍ୟାବଶ୍ୟକ କର୍ମଚାରୀମାନଙ୍କୁ ବିନା ଦରମାରେ କାମ କରିବାକୁ ବାଧ୍ୟ କରାଯାଉଛି। ବିମାନଗୁଡ଼ିକର ଉଡ଼ାଣ  ବିଳମ୍ବ ହେଉଥିବା ବେଳେ ନିମ୍ନ ଆୟକାରୀ ପରିବାରଗୁଡ଼ିକ ପାଇଁ ଏଭଳି ସମୟରେ ଖାଦ୍ୟ କାର୍ଯ୍ୟକ୍ରମରେ ସହାୟତା ବନ୍ଦ ହେବା ନେଇ ଆଶଙ୍କା ବଢ଼ୁଛି। ଦେଶର ଜାତୀୟ ପରମାଣୁ ସୁରକ୍ଷା ସଂସ୍ଥା ଏହାର ୧୪୦୦ କର୍ମଚାରୀଙ୍କୁ ଛୁଟିରେ ପଠାଇଛି। ଶକ୍ତି ସଚିବ କ୍ରିସ୍ ରାଇଟ୍ କହିଛନ୍ତି ଯେ ଏହା ପୂର୍ବରୁ କେବେ ଘଟିନାହିଁ ଏବଂ ଏହଭଳି ପରିସ୍ଥ଄ତି ପରମାଣୁ ଅସ୍ତ୍ରଶସ୍ତ୍ରର ସୁରକ୍ଷାକୁ ପ୍ରଭାବିତ କରିପାରେ। ଏଠାରେ ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦ରେ ଆମେରିକା ସଂସଦର ଉଚ୍ଚ ସଦନ ସିନେଟ୍ ପାଣ୍ଠି ବିଲ୍ ଉପରେ ୧୧ ଥର ପାଇଁ ଭୋଟ୍ ହୋଇଥିଲା, କିନ୍ତୁ ସେଥÒରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ପୁଣି ଥରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଆମେରିକାର ଆର୍ଥିକବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥାଏ। ଏହି ସମୟ ମଧ୍ୟରେ,ସରକାର ନିର୍ଣ୍ଣୟ କରନ୍ତି ଯେ ସେନା, ସ୍ୱାସ୍ଥ୍ୟସେବା କିମ୍ବା ଶିକ୍ଷା ଭଳି କେଉଁଠାରେ ନିବେଶ କରିବେ। ଯଦି ଏହି ତାରିଖ ସୁଦ୍ଧା ନୂତନ ବଜେଟ୍ ପାସ୍ ନ ହୁଏ, ତେବେ ସରକାରୀ କାର୍ଯ୍ୟ ବନ୍ଦ ହୋଇଯାଏ। ଏହାକୁ ସଟ୍‌ଡାଉନ୍‌ କୁହାଯାଏ।
ଆମେରିକାର ଦୁଇ ପ୍ରମୁଖ ଦଳ ଡେମୋକ୍ରାଟ ଏବଂ ରିପବ୍ଲିକାନ ମଧ୍ୟରେ ଓବାମା ସ୍ୱାସ୍ଥ୍ୟସେବା ସବ୍‌ସିଡି କାର୍ଯ୍ୟକ୍ରମକୁ ନେଇ ମତଭେଦରେ ରହିଛି। ଡେମୋକ୍ରାଟ୍ ସଦସ୍ୟମାନେ ସ୍ୱାସ୍ଥ୍ୟସେବା ସବ୍‌ସିଡି ବୃଦ୍ଧି କରିବାକୁ ଚାହୁଁଥିଲେ। ରିପବ୍ଲିକାନମାନେ ଭୟ କରୁଛନ୍ତି ଯେ ସବ୍ସିଡି ବୃଦ୍ଧି କରିବା ଦ୍ୱାରା ଅଧିକ ସରକାରୀ ଖର୍ଚ୍ଚ ଆବଶ୍ୟକ ହେବ, ଯାହା ଅନ୍ୟାନ୍ୟ ସରକାରୀ କାର୍ଯ୍ୟକୁ ପ୍ରଭାବିତ କରିବ। ଆମେରିକା ସଟ୍‌ଡାଉନ୍‌ର ପ୍ରଭାବ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ଉପରେ ସବୁଠାରୁ ଅଧÒକ ପଡୁଛି। ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥିବା ସଟ୍ ଡାଉନ୍ ସତ୍ତ୍ୱେ ଟ୍ରାଫିକ୍ କଣ୍ଟ୍ରୋଲର କର୍ମଚାରୀମାନେ ସେମାନଙ୍କ କାମ ଜାରି ରଖିଛନ୍ତି। ଦରମା ବନ୍ଦ ହେବା ଯୋଗୁଁ ହଜାର ହଜାର କର୍ମଚାରୀ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏତେ ଭୟଙ୍କର ଯେ କଣ୍ଟ୍ରୋଲର କାର୍ଯ୍ୟାଳୟର ଅନେକ କର୍ମଚାରୀ  ସେମାନଙ୍କର ନିୟମିତ ସିଫ୍ଟ ପରେ ଦ୍ୱିତୀୟ ଚାକିରି କରିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଉବେର ଚଳାଉଛନ୍ତି, ଫୁଡ୍ ଡେଲିଭରୀ କରୁଛନ୍ତି କିମ୍ବା ରେସ୍ତୋରାଁରେ କାମ କରି ଜୀବିକା ନିର୍ବାହ କରୁଛନ୍ତି। ଏପରିକି କେବଳ ରବିବାର ୭୮୦୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ୧୧୭ଟିର ବାତିଲ ହୋଇଥିଲା। ଏଥିରେ ୨୩ ହଜାର ବିମାନର ଉଡ଼ାଣ ବିଳମ୍ବ କେବଳ କର୍ମଚାରୀ ଅଭାବ ଯୋଗୁଁ ହୋଇଥିଲା।
ଗାଜା ଯୁଦ୍ଧ ବନ୍ଦ କଲେ ଯାଇ ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର: ମାକ୍ରନ
ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ବ୍ୟାକୁଳତା ବୃଦ୍ଧି ପାଉଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌‌ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ଟ୍ରମ୍ପ ଯଦି ଗାଜାରେ ଇସ୍ରାଏଲ ଓ ପାଲେଷ୍ଟାଇନ୍‌‌ ମଧ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବେ, ତେବେ ଯାଇ ତାଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ସେ କହିଛନ୍ତି। ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ସେ ବିଶ୍ୱରେ ୭ଟି ଯୁଦ୍ଧକୁ ବନ୍ଦ କରିଥିଲେ। ଏଗୁଡିକ ହେଲା କାମ୍ବୋଡିଆ- ଥାଇଲାଣ୍ଡ, କୋସୋଭୋ- ସର୍ବିଆ, କଙ୍ଗୋ-ରୁୱାଣ୍ଡା, ଭାରତ- ପାକିସ୍ତାନ, ଇସ୍ରାଏଲ- ଇରାନ, ଇଜିପ୍ଟ- ଇଥିଓପିଆ ଓ ଆର୍ମେନିଆ- ଆଜରବୈଜାନ ଯୁଦ୍ଧ। ଏହି ଯୁଦ୍ଧଗୁଡିକ ବନ୍ଦ କରିଥିବାରୁ ମୁଁ ନୋବେଲ ପୁରସ୍କାର ପାଇବାକୁ ହକଦାର ବୋଲି ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। ଗାଜାରେ ଚାଲିଥିବା ସଂଘର୍ଷକୁ କେବଳ ଟ୍ରମ୍ପ ହିଁ ରୋକିପାରିବେ ବୋଲି ମାକ୍ରନ କହିଛନ୍ତି। କାରଣ ଆମେରିକା ହିଁ ଇସ୍ରାଏଲର ସବୁଠାରୁ ବଡ଼ ସହଯୋଗୀ ଓ ଏହି ଯୁଦ୍ଧ ପାଇଁ ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଗାଜାର ଚାଲିଥିବା ଯୁଦ୍ଧ ପଛରେ କେବଳ ଆମେରିକାର ହିଁ ହାତ ଅଛି। ତେଣୁ ଟ୍ରମ୍ପ ଚାହିଁଲେ ଏହି ଯୁଦ୍ଧ ବନ୍ଦ ହୋଇପାରିବ ଓ ତାଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ମାକ୍ରନ ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ପଲେଷ୍ଟାଇନକୁ ଜାତିସଂଘର ୧୯୩ଟି ଦେଶରୁ ୧୫୭ଟି ଦେଶ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିଛନ୍ତି।କିନ୍ତୁ ଏପର୍ଯ୍ୟନ୍ତ ଆମେରିକା ପାଲେଷ୍ଟାଇନ୍‌‌କୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିନାହିଁ।
ରୁଷ୍‌‌ ବିମାନକୁ ଗୁଳିକରି ଖସାଅ: ଟ୍ରମ୍ପ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଁସ୍କିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଯଦି ରୁଷିଆର କୌଣସି ବିମାନ ନାଟୋ ସଂଗଠନରେ ସାମିଲ ହୋଇଥିବା ଦେଶଗୁଡିକର ବାୟୁସୀମା ଦେଇ ଗତି କରେ କିମ୍ବା ଏହାର ଉଲ୍ଲଂଘନ କରେ, ତେବେ ତାହାକୁ ମାରି ଖସାଇବାକୁ ସେ ଏହି ଅବସରରେ କହିଛନ୍ତି। କେବଳ ସେତିକି ନୁହଁ, ରୁଷିଆ କବ୍‌‌ଜା କରିଥିବା ସବୁ ଅଞ୍ଚଳକୁ ୟୁକ୍ରେନ ଫେରି ପାଇପାରିବ ବୋଲି ସେ ଜେଲଁସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଜାତିସଂଘ ମହାସଭାର ବୈଠକ ଅବସରରେ ଟ୍ରମ୍ପ ଜେଲେଁସ୍କିଙ୍କୁ ଭେଟିଥିଲେ। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌‌ ସୋସିଆଲ ପୋଷ୍ଟରେ ଉଲ୍ଲେଖ କରି କହିଛନ୍ତି ଯେ, ୟୁରୋପ ଓ ନାଟୋ ସହଯୋଗରେ ୟୁକ୍ରେନ ଯୁଦ୍ଧ ପୂର୍ବରୁ ହାରାଇଥିବା ନିଜ ଅଞ୍ଚଳକୁ ଫେରିପାଇ ପାରିବ। ରୁଷ୍‌‌ର ଅର୍ଥ ବ୍ୟବସ୍ଥା ଚାପରେ ରହିଥିବାରୁ ଏପରି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ରୁଷିଆକୁ ଏକ କାଗଜ ବାଘ ସହ ତୁଳନା କରିଛନ୍ତି। ରୁଷ ଗତ ସାଢ଼େ ୩ ବର୍ଷ ହେବ ଯୁଦ୍ଧରେ ଫସି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ବିଜୟ ହାସଲ କରିପାରିନାହିଁ। ଯଦି ରୁଷ୍‌‌ ପାଖରେ ପ୍ରକୃତ ଶକ୍ତି ଓ ସାମର୍ଥ୍ୟ ଥାନ୍ତା, ତେବେ ଗୋଟିଏ ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ ହୋଇଥାନ୍ତା। ଟ୍ରମ୍ପ ଜାତିସଂଘ ମହାସଭାରେ ନିଜ ଭାଷଣରେ ରୁଷ୍‌‌ଠାରୁ ତୈଳ ଓ ପ୍ରାକୃତିକ ଗ୍ୟାସ କ୍ରୟ ନ କରିବାକୁ ଓ ଏହାକୁ ପୂରାପୂରି ବନ୍ଦ କରିବାକୁ ଆହ୍ବାନ ଜଣାଇଛନ୍ତି। ନାଟୋ ଦେଶଗୁଡିକ ପରୋକ୍ଷରେ ରୁଷକୁ ଯୁଦ୍ଧ କରିବା ପାଇଁ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଗେମ୍‌‌ ଚେଞ୍ଜର ବୋଲି କହିଛନ୍ତି ଜେଲେଁସ୍କି। କାରଣ ପୂର୍ବରୁ ଟ୍ରମ୍ପ ୟୁକ୍ରେନକୁ କିଛି ଅଞ୍ଚଳ ଛାଡ଼ିବାକୁ ହେବ ବୋଲି କହିଥିଲେ। ଅଚାନକ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପରିବର୍ତ୍ତନ ଦେଖି ଜେଲେଁସ୍କି ନିଜେ ଚକିତ। ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ଯୁଦ୍ଧ ରୋକିବାର ସହାୟକ ହେବ। ସେହିପରି ଭାରତ ଆମ ସାଥିରେ ଅଛି ଓ ଭାରତ ୟୁରୋପୀୟ ଦେଶଗୁଡିକ ସହ ସମ୍ପର୍କ ଦୃଢ଼ କରିବା ଆବଶ୍ୟକ ବୋଲି ଜେଲେଁସ୍କି କହିଛନ୍ତି।
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡାମିର ଜେଲେଁସ୍କିଙ୍କୁ  ଆଜି
ଭେଟିବାର କାର୍ଯ୍ୟକ୍ରମ ରହିଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ରୋକିବା ହିଁ ଏହି ବୈଠକର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି। ବୈଠକରେ ଜେଲେଁସ୍କିଙ୍କୁ ବାଦ୍‌‌ ଦେଲେ ୟୁରୋପୀୟ ରାଷ୍ଟ୍ର ସଂଘର ଅଧ୍ୟକ୍ଷ ଉର୍ସୁଲା ଭୋନ୍‌‌ ଡେର ଲେୟେନ, ନାଟୋ ମହାସଚିବ ମାର୍କ ରୁଟ୍‌‌, ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାରମର, ଜର୍ମାନୀ ଚାନ୍ସଲର ଫ୍ରେଡେରିକ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭଳି ୟୁରୋପୀୟ ନେତା ମଧ୍ୟ ଉପସ୍ଥିତ ରହିବେ। ହ୍ବାଇଟ ହାଉସରେ ହେବାକୁ ଥିବାଏହି ବୈଠକ ଉପରେ ସାରା ବିଶ୍ବର ନଜର ରହିଛି।
ଗତ ୭ ମାସ ମଧ୍ୟରେ ଟ୍ରମ୍ପ ଓ ଜେଲେଁସ୍କି ତୃତୀୟଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଗତ ବୈଠକରେ ଟ୍ରମ୍ପ ଓ ଜେଲେଁସ୍କିଙ୍କ ମଧ୍ୟରେ ଜୋରଦାର୍‌‌ ଯୁକ୍ତିତର୍କ ହୋଇଥିଲା। ଆମେରିକାଠାରୁ ସାହାଯ୍ୟ ପାଇଥିଲେ ମଧ୍ୟ ଜେଲେଁସ୍କି କୃତଜ୍ଞ ନୁହଁ ବୋଲି ଟ୍ରମ୍ପ କହିଥିଲେ। ଖାସ ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଖଣିଜ ପଦାର୍ଥକୁ ନେଇ କୌଣସି ଚୁକ୍ତି ହୋଇପାରି ନଥିଲା। ଏହାପରେ ଦୁହେଁ ଗତ ଏପ୍ରିଲ ୨୬ରେ ରୋମ୍‌‌ରେ ପୋପ୍‌‌ଙ୍କ ଅନ୍ତିମ ସଂସ୍କାରରେ ପରସ୍ପରକୁ ଭେଟିଥିଲେ। ଏଥର ବୈଠକରେ ଏଭଳି ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି। ବୈଠକରେ ଯୋଗ ଦେବାକୁ ଜେଲେଁସ୍କି ଇତିମଧ୍ୟରେ ୱାସିଂଟନରେ ପହଞ୍ଚି ସାରିଛନ୍ତି। ଉଲ୍ଲେଖଥାଉ କି, ୩ ଦିନ ତଳେ ୟୁକ୍ରେନ ଯୁଦ୍ଧକୁ ନେଇ ପୁତିନ ଓ ଟ୍ରମ୍ପ ଆଲସ୍କାରେ ଏକ ହାଇପ୍ରୋଫାଇଲ ବୈଠକରେ ମିଳିତ ହୋଇଥିଲେ। ୩ ଘଣ୍ଟାର ଏହି ବୈଠକରେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଯୁଦ୍ଧ ଅବସରରେ ରୁଷିଆ ୟୁକ୍ରେନର ୨୦ ପ୍ରତିଶତ ଅଞ୍ଚଳ ଅର୍ଥାତ ପାଖାପାଖି ୧ ଲକ୍ଷ ୪୦ ହଜାର ୫୦୦ ବର୍ଗ କିମି ଅଞ୍ଚଳ ଦଖଲକୁ ଆଣିଛି ଓ ଏହାକୁ ଛାଡିବାକୁ ମନା କରିଛି। ବିନା କୌଣସି ସର୍ତ୍ତରେ ଅସ୍ତ୍ରବିରତି ହେଉ ବୋଲି ଜେଲେଁସ୍କି କହିଛନ୍ତି। ଏବେ ଏହି ବୈଠକ ଉପରେ ସାରା ବିଶ୍ବର ନଜର ରହିଛି।
ୟୁକ୍ରେନ୍‌‌କୁ ସାମରିକ ସଂଗଠନ ନାଟୋରେ ସାମିଲ କରାଯିବ ନାହିଁ ବୋଲି ରାଷ୍ଟ୍ରପତି ଟ୍ରମ୍ପ ବୈଠକ ପୂର୍ବରୁ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହଁ, ୨୦୧୪ରୁ ରୁଷିଆ ଅକ୍ତିଆର କରିଥିବା କ୍ରିମିଆ ଅଞ୍ଚଳ ମଧ୍ୟ ୟୁକ୍ରେନ୍‌‌କୁ ମିଳିବନି ବୋଲି କହିଛନ୍ତି। ଏବେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କିଙ୍କ ଉପରେ ସବୁକିଛି ନିର୍ଭର କରୁଛି। ସେ ଚାହିଁଲେ ରୁଷିଆ ବିପକ୍ଷରେ ଯୁଦ୍ଧକୁ ରୋକି ପାରିବେ। ସେ ଯୁଦ୍ଧ ଜାରି ରଖିବେ ନା ଶାନ୍ତି ପାଇଁ ରାସ୍ତା ଖୋଜିବେ ସବୁକିଛି ଜେଲେଁସ୍କିଙ୍କ ଉପରେ ନିର୍ଭର କରୁଛି ବୋଲି ଟ୍ରମ୍ପ କହିଛନ୍ତି। ୧୨ ବର୍ଷ ପୂର୍ବେ ସେତେବେଳର ଆମେରିକା ରାଷ୍ଟ୍ରପତି ବାରାକା ଓବାମାଙ୍କ ଗସ୍ତ ବେଳେ ବିନା ଗୁଳି ଚାଳନାରେ ରୁଷିଆକୁ କ୍ରିମିଆ ଦିଆଯାଇଥିଲା ଓ ୟୁକ୍ରେନ ବି ନାଟୋରେ ସାମିଲ ହୋଇ ନ ଥିଲା। ତେଣୁ କିଛି ଜିନିଷ କେବେବି ବଦଳିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।
ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ପୁତିନ ୟୁକ୍ରେନକୁ ସୁରକ୍ଷା ପ୍ରତିଶ୍ରୁତି ଦେବେ ବୋଲି ଟ୍ରମ୍ପଙ୍କର ଜଣେ ବିଶେଷ ଦୂତ ଷ୍ଟିଭ ୱିଟ୍‌‌କଫ କହିଛନ୍ତି। ରୁଷିଆ ୟୁକ୍ରେନକୁ ନାଟୋ ଭଳି ସୁରକ୍ଷା ଦେବାକୁ ରାଜି। ଏ ନେଇ ଟ୍ରମ୍ପ ଓ ପୁତିନ ଆଲାସ୍କା ବୈଠକରେ ସହମତି ପ୍ରକାଶ କରିଥିଲେ। ତେବେ ୟୁକ୍ରେନ୍‌‌କୁ ନାଟୋର ସଦସ୍ୟତା ଦେବା ନେଇ ରୁଷିଆ କେବେ ରାଜି ହେବ ନାହିଁ ବୋଲି ପୁତିନ ସ୍ପଷ୍ଟ କରିଥିଲେ। ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡିକ ୟୁକ୍ରେନ୍‌‌କୁ ନାଟୋର ଧାରା-୫ ଭଳି ସୁରକ୍ଷା ବ୍ୟବସ୍ଥା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓ ପ୍ରସ୍ତାବିତ ଚୁକ୍ତିରେ ଏହା ଉଲ୍ଲେଖ କରାଯାଇଛି। ଉଲ୍ଲେଖଥାଉ କି, ନାଟୋର ଧାରା- ୫ ଅନୁସାରେ କୌଣସି ଗୋଟିଏ ରାଷ୍ଟ୍ର ଉପରେ ଆକ୍ରମଣ ହେଲେ ତାହା ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ଧରି ନିଆଯିବ। ସେହିପରି ଆମେରିକା ୟୁକ୍ରେନ୍‌‌କୁ ସୁରକ୍ଷା ଗ୍ୟାରେଣ୍ଟି ଦେଇଥିବାରୁ ଜେଲେଁସ୍କି କୃତଜ୍ଞତା ଜଣାଇଛନ୍ତି। ଏହା ଏକ ଐତିହାସିକ ନିଷ୍ପତ୍ତି ସେ କହିଛନ୍ତି। ତେବେ ଏହା କେବଳ କାଗଜ କଲମରେ ନୁହେଁ ବାସ୍ତବରେ ହେବା ଉଚିତ ଓ ଏଥିରେ ୟୁରୋପୀୟ ରାଷ୍ଟ୍ରଗୁଡିକର ସକ୍ରିୟ ଭୂମିକା ରହିବା ନିହାତି ଜରୁରୀ ବୋଲି ଜେଲେଁସ୍କି ସ୍ପଷ୍ଟ କରିଛନ୍ତି।
ୱାସିଂଟନ: ବ୍ୟବସାୟ, ରାଜନୀତି, ନେତାଙ୍କୁ ସମର୍ଥନ, ମନ୍ତ୍ରୀପଦ, ସରକାରୀ ନିଷ୍ପତ୍ତିକୁ ବିରୋଧ, ବିବାଦ, ଇସ୍ତଫା ପରେ ପୁଣି ରାଜନୀତିରେ ସାମିଲ ହେବା ଘଟଣା ଆମେରିକାରେ ଚହଳ ପକାଇ ଦେଇଛି। ଶିଳ୍ପପତି ଏଲନ ମସ୍କଙ୍କ ସହ ଏଭଳି ଘଟଣା ଘଟିଛି। ବନ୍ଧୁତା ବଇରୀ ପାଲଟି ଯାଇଛି। ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ କରି ଆର୍ଥିକ ସହାୟତା ଦେଇଥିବା ମସ୍କ ବିବାଦ ପରେ ରାଷ୍ଟ୍ରପତିଙ୍କ ଠାରୁ ଦୂରେଇ ଯାଇଛନ୍ତି। ଶତ୍ରୁତା ଏତେ ବଢ଼ି ଯାଇଛି ଯେ ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ ବିରୋଧ କରି କ୍ଷମା ମାଗିବାକୁ ପଛାଇ ନାହାନ୍ତି। ଟ୍ରମ୍ପ ମଧ୍ୟ ତାଙ୍କୁ ଧମକ ଦେଇଛନ୍ତି। ଟେସ୍‌ଲା ମାଲିକଙ୍କୁ ଦକ୍ଷିଣ ଆଫ୍ରିକା ପଠାଇ ଦେବେ ବୋଲି ମଧ୍ୟ କହିଛନ୍ତି। ଏପରି ସମୟରେ ଆମେରିକା ରାଷ୍ଟ୍ରପତିଙ୍କୁ ଜବାବ ଦେବା ଲାଗି ଅରବପତି ଏଲନ ମସ୍କ ଶନିବାର ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି। ସେ ଏହାର ନାମ ‘ଆମେରିକା ପାର୍ଟି’ ରଖିଛନ୍ତି। ନିଜର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ମସ୍କ ଏହି ସୂଚନା ଦେଇଛନ୍ତି।
ମସ୍କ ଏହି ଘୋଷଣା କରି ଦେଶର ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ସେ ଦେଶରେ ଏକ ଦଳୀୟ ବ୍ୟବସ୍ଥା ଚାଲିଥିବା ଉଲ୍ଳେଖ କରିଛନ୍ତି। ଆମେ ଗଣତନ୍ତ୍ରରେ ନୁହେଁ, ବରଂ ଏକ ଦଳୀୟ ବ୍ୟବସ୍ଥାରେ ରହୁଛେ। ଦେଶକୁ ବର୍‌ବାଦ କରି ଦେବାଳିଆ କରିଦିଆଯାଉଛି। ଏବେ ଆମେ ଏକଦଳୀୟ ବ୍ୟବସ୍ଥାକୁ ଭାଙ୍ଗିବାକୁ ଯାଉଛୁ। ମସ୍କ ଘୋଷଣା କରିଛନ୍ତି ଯେ ଆଜି ଆମେରିକା ପାର୍ଟି ଗଠନ କରାଯାଇଛି। ଲୋକଙ୍କୁ ପୁଣିଥରେ ସ୍ବାଧୀନତା ଫେରାଇ ଦେବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ସେ ଏକ୍ସରେ ସର୍ଭେ ମଧ୍ୟ କରିଥିଲେ। ଏଥିରୁ ୬୬% ଲୋକ ନୂଆ ରାଜନୈତିକ ଦଳ ଚାହୁଁଥିବା ଜଣାପଡ଼ିଛି। ଏବେ ଲୋକଙ୍କ ଇଚ୍ଛା ପୂରଣ ହେବ। ରପବ୍ଲିକାନ ଏବଂ ଡେମୋକ୍ରାଟ ପାର୍ଟି ଆମେରିକାକୁ ବର୍‌ବାଦ ଏବଂ ଦୁର୍ନୀତିର ଗନ୍ତାଘର କରିଦେଇଛନ୍ତି। ଏବେ ଦେଶକୁ ଦୁଇ ଦଳୀୟ ବ୍ୟବସ୍ଥାରୁ ସ୍ବାଧୀନତା ମିଳିବ। ଟ୍ରମ୍ପଙ୍କ ସହ ବିବାଦ ମଧ୍ୟରେ ମସ୍କ ଏଭଳି ଘୋଷଣା କରିଛନ୍ତି।
ଏହା ପୂର୍ବରୁ ଆମେରିକା ସ୍ବାଧୀନତା ଦିବସ ଅବସରରେ ମସ୍କ ଏକ୍ସରେ ଏକ ସର୍ଭେ କରାଇ ଥିଲେ। ଏଥିରେ ଦୁଇ ଦଳୀୟ ବ୍ୟବସ୍ଥାରୁ ସ୍ବାଧୀନତା ଚାହୁଁଛନ୍ତି କି ନାହିଁ ଏବଂ ଆମେରିକା ପାର୍ଟି ଗଠନ କରିବା ଉଚିତ କି ବୋଲି ପଚାରି ଥିଲେ। ସର୍ଭେରେ ୬୫.୪ ପ୍ରତିଶତ ଲୋକ ହଁ ଏବଂ ୩୪.୬ ପ୍ରତିଶତ ନା କହିଥିଲେ। ସୂଚନାଯୋଗ୍ୟ ଯେ ଗତ କିଛି ସପ୍ତାହ ହେଲା ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ବିବାଦ ଉଗ୍ର ହୋଇଥିଲା। ଉଭୟ ଗୃହରେ ପାରିତ ଟ୍ରମ୍ପଙ୍କ ପ୍ରିୟ ‘ୱାନ ବିଗ୍‌ ବିୟୁଟିଫୁଲ ବିଲ୍‌’ ଏହି ନିଆଁରେ ଘିଅ ଢାଳି ଥିଲା। ଏହାକୁ ମସ୍କ ତୀବ୍ର ସମାଲୋଚନା କରିଥିଲେ। ପୂର୍ବରୁ ମସ୍କ ଟ୍ରମ୍ପଙ୍କ କ୍ୟାବିନେଟରେ ପ୍ରମୁଖ ପରାମର୍ଶଦାତା ଭାବେ କାମ କରୁଥିଲେ। ‘ଡିପାର୍ଟମେଣ୍ଟ ଅଫ୍‌ ଗମେଣ୍ଟ ଏଫିସିଏନ୍ସି’ର ନେତୃତ୍ବ ନେଇ ସେ ସରକାରୀ ଖର୍ଚ୍ଚ କାଟ୍‌ କରୁଥିଲେ। ତେବେ ଟ୍ରମ୍ପଙ୍କ ଟିକସ ଏବଂ ବ୍ୟୟ ବିଲ୍‌କୁ ସେ ବିରୋଧ କରିଥିଲେ। ଏହା ଦ୍ବାରା ଆଗାମୀ ୧୦ ବର୍ଷରେ ଆମେରିକା ୩.୩ ଟ୍ରିଲିୟନ ଡଲାରର ଋଣ ବୃଦ୍ଧି କରିବ ବୋଲି ସେ ଆଶା କରିଥିଲେ। ବିଭିନ୍ନ ପ୍ରସଙ୍ଗରେ ମତଭେଦ ତୀବ୍ର ହେବା ପରେ ସେ ଟ୍ରମ୍ପ ପ୍ରଶାସନରୁ ଇସ୍ତଫା ଦେଇଥିଲେ।
ବିଦେଶୀ ଛାତ୍ର କମିଲେ ଘାଟାରେ ପଡ଼ିବ ଆମେରିକା, ଟ୍ରମ୍ପ୍‌ଙ୍କୁ ସତର୍କ କରାଇଲେ ରଘୁରାମ ରାଜନ୍‌
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଗଭର୍ଣ୍ଣର ରଘୁରାମ ରାଜନ ଆମେରିକୀୟ ଅର୍ଥନୀତି ବିଷୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ରାଜନୀତି ଯୋଗୁଁ ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ହ୍ରାସ ପାଏ, ତେବେ ଏହା ଦୀର୍ଘକାଳୀନ ଭାବରେ ଆମେରିକାକୁ କ୍ଷତି ପହଞ୍ଚାଇବ। ରାଜନ୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ବିଦେଶୀ ଛାତ୍ରମାନେ ସର୍ବଦା ଆମେରିକୀୟ ନବସୃଜନ ଏବଂ ଆର୍ଥିକ ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି। କିନ୍ତୁ ବର୍ତ୍ତମାନର ନୀତିଗୁଡ଼ିକ ଏହି ଲାଭକୁ ସମାପ୍ତ କରିପାରେ। ରାଜନଙ୍କ ଏହି ବୟାନ ଏପରି ସମୟରେ ଆସିଛି, ଯେତେବେଳେ ଟ୍ରମ୍ପ ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ବିବାଦ ଚାଲିଛି।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ରାଜନ୍‌ ଗୁଗୁଲ୍ ସହ-ପ୍ରତିଷ୍ଠାତା ସେର୍ଗେ ବ୍ରିନ୍‌ଙ୍କ ଉଦାହରଣ ଦେଇ କହିଛନ୍ତି, ସେର୍ଗେ ବ୍ରିନଙ୍କ ଭଳି ଲୋକମାନେ ଛାତ୍ର ଭାବରେ ଆସିଥିଲେ ଏବଂ ଆମେରିକୀୟ ଅର୍ଥନୀତି ପାଇଁ ଏକ ମହାନ କାମ କରିଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକୁ ବୁଝିବାକୁ ପଡିବ ଯେ ସେମାନେ ଆମେରିକାର ବିକାଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ସେହି ବିକାଶକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସେମାନଙ୍କର ଭୂମିକା କ›ଣ। ବ୍ରିନ୍‌ ୧୪୬ ବିଲିୟନ ଡଲାର ସମ୍ପତ୍ତି ସହିତ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୦ ନମ୍ବରରେ ଅଛନ୍ତି। ସେ ଲ୍ୟାରି ପେଜ୍ ସହିତ ମିଶି ଗୁଗୁଲ୍‌ର ମୂଳ କମ୍ପାନୀ ଆଲଫାବେଟ୍ ପ୍ରତିଷ୍ଠା କରିଥିଲେ।
ବିବାଦ କିପରି ଆରମ୍ଭ ହେଲା
ଚିକାଗୋ ବିଶ୍ୱବିଦ୍ୟାଳୟର ବୁଥ୍ ସ୍କୁଲ୍ ଅଫ୍ ବିଜନେସ୍‌ର ଅର୍ଥ ପ୍ରଫେସର ରାଜନ୍ ମଧ୍ୟ କହିଛନ୍ତି ଯେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ହ୍ରାସ ଆମେରିକାରେ ଚାକିରି ଉପରେ ମଧ୍ୟ ପ୍ରଭାବ ପକାଇବ। ସେ କହିଛନ୍ତି ଯେ ଗୁଗୁଲ୍ ଭଳି କମ୍ପାନୀଗୁଡ଼ିକ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦିଅନ୍ତି ଏବଂ ବିଦେଶୀ ଛାତ୍ରମାନେ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତି। ଟ୍ରମ୍ପ ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦ ହାର୍ଭାର୍ଡ ଏବଂ କଲମ୍ବିଆ ଭଳି ବଡ଼ ବିଶ୍ୱବିଦ୍ୟାଳୟରେ ଯିହୂଦୀ ବିରୋଧୀ ଭାବନା ସହିତ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ଆମେରିକୀୟ ଉଚ୍ଚଶିକ୍ଷାର ଭୂମିକା ଉପରେ ଏକ ବଡ଼ ଆକ୍ରମଣରେ ପରିଣତ ହୋଇଛି। ଟ୍ରମ୍ପ ପ୍ରଶାସନ ଆହୁରି କଠୋରତା ଦେଖାଇଛି ଏବଂ ଆମେରିକୀୟ ଦୂତାବାସଗୁଡ଼ିକୁ ଛାତ୍ରମାନଙ୍କର ଭିସା ସାକ୍ଷାତକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ସେମାନେ ଏବେ ଛାତ୍ରମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍‌ର ଯାଞ୍ଚକୁ ଆହୁରି କଠୋର କରିବାକୁ ଚାହୁଁଛନ୍ତି। ରାଜନ୍ କହିଛନ୍ତି ଯେ ବର୍ତ୍ତମାନ ପରିବେଶ ଠିକ୍ ନାହିଁ। ସେ କହିଛନ୍ତି ଯେ ଭିସାର ସୁରକ୍ଷା ଏବଂ ହ୍ୱାଇଟ୍ ହାଉସ୍ ଦ୍ୱାରା ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଶିକ୍ଷକ ଏବଂ ପ୍ରଶାସକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।
ଏଭଳି ପରିବେଶ ଯୋଗୁଁ ଆମେରିକାର ଅର୍ଥନୀତିରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଯୋଗଦାନ ହ୍ରାସ ପାଉଛି। ଆମେରିକାରେ ଉଚ୍ଚଶିକ୍ଷା ନେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ୫.୯%। ଆମେରିକାରେ ପ୍ରାୟ ୧.୯ କୋଟି ଛାତ୍ର ଉଚ୍ଚଶିକ୍ଷା ନେଉଛନ୍ତି। ୨୦୨୩-୨୦୨୪ ଶିକ୍ଷାବର୍ଷରେ ୧୧ ଲକ୍ଷରୁ ଅଧିକ ବିଦେଶୀ ଛାତ୍ର ଆମେରିକା ଆସିଥିଲେ। ଏମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଛାତ୍ର ଭାରତରୁ ଏବଂ ତା’ପରେ ଚୀନ୍‌ରୁ ଆସିଥିଲେ।
ୱାଶିଂଟନ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ଗତ ୧୦ ତାରିଖ ସନ୍ଧ୍ୟାରେ ଭାରତ-ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ ଘୋଷଣା କରିଥିଲେ।ଏହା ପରେ, ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଏବଂ ଭାରତୀୟ ବୈଦେଶିକ ସଚିବ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା କରିଥିଲେ। କିନ୍ତୁ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ କହିବାରୁ ପରିସ୍ଥିତି ଶାନ୍ତ ହୋଇଛି ବୋଲି କହିଥିଲେ। ହେଲେ , ଭାରତ ସ୍ପଷ୍ଟ କରିଛି ଯେ ଏହି କଥା-ବାର୍ତ୍ତା ଦୁଇ ଦେଶ ମଧ୍ୟରେ ହୋଇଛି ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନାହିଁ।
#WATCH | US President Donald Trump says, "…I'm very proud to let you know that the leadership of Indian and Pakistan was unwavering and powerful, but unwavering in both cases – they really were from the standpoint of having the strength and the wisdom and fortitude to fully… pic.twitter.com/rFbznHMJDF
— ANI (@ANI) May 12, 2025
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏହି କ୍ରେଡିଟ୍‌(ଶ୍ରେୟ) ଲୋଭ ଏତିକିରେ ସରି ନଥିଲା। ଗତକାଲି ମଧ୍ୟ ସେ ସୋସିଆଲ ମିଡିଆରେ ଆମେରିକା ପାଇଁ ସବୁକିଛି ଶାନ୍ତ ହୋଇଥିବା କହିଥିବା ବେଳେ ଆଜି ପୁଣି କହିଛନ୍ତି ଯେ ମୋ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେ ଭାରତ ଏବଂ ପାକିସ୍ତାନକୁ କହିଥିଲୁ ଯେ ଯଦି ବିବାଦ ବନ୍ଦ ନହୁଏ, ତେବେ ଆମେ ବାଣିଜ୍ୟ କରିବୁ ନାହିଁ। ଟ୍ରମ୍ପ କହିଛନ୍ତି, ‘ଶନିବାର ମୋ ପ୍ରଶାସନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୁରନ୍ତ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଥିଲା, ମୁଁ ଭାବୁଛି ଏହା ଏକ ସ୍ଥାୟୀ ଯୁଦ୍ଧବିରତି ହେବ… ଉଭୟ ଦେଶ ପାଖରେ ପ୍ରଚୁର ପରମାଣୁ ଅସ୍ତ୍ର ଅଛି।’ ଭାରତ ଏବଂ ପାକିସ୍ତାନ ପରମାଣୁ ଯୁଦ୍ଧ ଆଡ଼କୁ ମୁହାଁଉଥିଲେ। ଯେଉଁଥିରେ ଲକ୍ଷ ଲକ୍ଷ ନୀରିହ ଲୋକଙ୍କ ଜୀବନ ଯାଇଥାନ୍ତା। ଏଥି ପାଇଁ  ଯୁଦ୍ଧ ବିରାମ ପାଇଁ ଆମେ କଥା ହେଲୁ।
#WATCH | On India-Pakistan understanding, US President Donald Trump says, "…We stopped a nuclear conflict. I think it could have been a bad nuclear war. Millions of people could have been killed. I also want to thank VP JD Vance and Secretary of State, Marco Rubio, for their… pic.twitter.com/9upYIqKzd1
— ANI (@ANI) May 12, 2025
ସେ କହିଥିଲେ, ମୁଁ ଗର୍ବର ସହିତ କହୁଛି ଯେ ଭାରତ ଏବଂ ପାକିସ୍ତାନ ଉଭୟର ନେତାଙ୍କ ମନୋଭାବ ପରିସ୍ଥିତିର ଗୁରୁତ୍ୱକୁ ବୁଝିବାରେ ଦୃଢ଼ ଏବଂ ପ୍ରଭାବଶାଳୀ ଥିଲା। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଶାନ୍ତି ଫେରାଇ ଆଣିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ଏବଂ ବାଣିଜ୍ୟକୁ ଏକ ଅସ୍ତ୍ର ଭାବରେ ମଧ୍ୟ ବ୍ୟବହାର କରିଛି। ଆମେ ବହୁତ ସାହାଯ୍ୟ କରିଛୁ ଏବଂ ବାଣିଜ୍ୟ ମାଧ୍ୟମରେ ମଧ୍ୟ ସାହାଯ୍ୟ କରିଛୁ। ମୁଁ ଉଭୟ ଦେଶକୁ କହିଥିଲି – ଯଦି ତୁମେମାନେ ଯୁଦ୍ଧ ବନ୍ଦ କର, ତେବେ ଆମେ ବାଣିଜ୍ୟ କରିବୁ। ଯଦି ତୁମେ ଏହା ନ କର, ତେବେ କୌଣସି ବ୍ୟବସାୟ ହେବ ନାହିଁ। ଟ୍ରମ୍ପ ଦାବି କରିଥିଲେ ଯେ ମୋ ପରି ଅନ୍ୟ କେହି ବ୍ୟବସାୟ ବ୍ୟବହାର କରିନାହାଁନ୍ତି। ଏବଂ ତା’ପରେ ହଠାତ୍ ସେମାନେ କହିଲେ, ଠିକ୍ ଅଛି, ଆମେ ବନ୍ଦ କରିଦେବୁ, ଏବଂ ସେମାନେ ପ୍ରକୃତରେ ବନ୍ଦ କଲେ।
#WATCH | US President Donald Trump says, "We're going to do a lot of trade with Pakistan. We're going to do a lot of trade with India. We're negotiating with India right now. We're going to be soon negotiated with Pakistan…"
(Source – White House/Youtube) pic.twitter.com/MU22ivYOu8
— ANI (@ANI) May 12, 2025
ଏହାତ ଥିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଆଜିର ବୟାନ ଗତକାଲି ସେ କହିଥିଲେ “ମୁଁ ଭାରତ ଏବଂ ପାକିସ୍ତାନ ଉଭୟର ଦୃଢ଼ ଏବଂ ଅଟଳ ଶକ୍ତିଶାଳୀ ନେତୃତ୍ୱ ପାଇଁ ବହୁତ ଗର୍ବିତ, କାରଣ ସେମାନଙ୍କ ପାଖରେ ଜାଣିବା ଏବଂ ଅନୁଭବ କରିବାର ଶକ୍ତି, ଜ୍ଞାନ ଏବଂ ଧର୍ଯ୍ୟ ଅଛି ଯେ ବର୍ତ୍ତମାନର ସଂଘର୍ଷକୁ ବନ୍ଦ କରିବାର ସମୟ ଆସିଛି, ଯାହା ଫଳରେ ଏତେ ଲୋକଙ୍କ ମୃତ୍ୟୁ ଏବଂ ବିନାଶ ହୋଇପାରେ। ଲକ୍ଷ ଲକ୍ଷ ଭଲ ଏବଂ ନିରୀହ ଲୋକଙ୍କୁ ହତ୍ୟା କରାଯାଇପାରିଥାନ୍ତା! ତୁମର ସାହସିକ କାର୍ୟ୍ୟ ମାଧ୍ୟମରେ ତୁମର ଐତିହ୍ୟ ଅତ୍ୟନ୍ତ ବୃଦ୍ଧି ପାଇଛି। ମୁଁ ଗର୍ବିତ ଯେ ଆମେରିକା ଆପଣଙ୍କୁ ଏହି ଐତିହାସିକ ଏବଂ ସାହସିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଛି। ଏହା ଉପରେ ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ, କିନ୍ତୁ ମୁଁ ଏହି ଦୁଇଟି ମହାନ ଦେଶ ସହିତ ବାଣିଜ୍ୟକୁ ଯଥେଷ୍ଟ ବୃଦ୍ଧି କରିବାକୁ ଯାଉଛି। ଏହା ବ୍ୟତୀତ, ହଜାର ବର୍ଷ ପରେ କାଶ୍ମୀର ସମ୍ପର୍କରେ କୌଣସି ସମାଧାନ ମିଳିପାରିବ କି ନାହିଁ ତାହା ଦେଖିବା ପାଇଁ ମୁଁ ତୁମ ଉଭୟଙ୍କ ସହିତ କାମ କରିବି। ଭଗବାନ ଭାରତ ଏବଂ ପାକିସ୍ତାନର ନେତୃତ୍ୱଙ୍କୁ ଭଲ କାମ ପାଇଁ ଆଶୀର୍ବାଦ କରନ୍ତୁ!!!’
ଟ୍ରମ୍ପ୍‌ ଶୁଳ୍କ ନୀତି ଉପରେ ମୁଡିସ୍‌ର ଚେତାବନୀ; ୯୦ ଦିନ ପରେ ଦୋହଲିଯିବ ବିଶ୍ବ କାରବାର
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଲାଗୁ କରିଥିବା ଶୁଳ୍କ ଏବେ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଯଦିବା ଟ୍ରମ୍ପ୍‌ ଏହି ଶୁଳ୍କ ଲାଗୁରେ ଚୀନ୍‌କୁ ଛାଡି ଅନ୍ୟ ଦେଶଗୁଡିକୁ ୯୦ ଦିନିଆ ରିଆତି ଦେଇଛନ୍ତି, ହେଲେ ଏହାର ପ୍ରଭାବ ଏବେ ବିଶ୍ବ ପାଇଁ ଖରାପ ହେବାକୁ ଯାଉଛି। ଏ ସମ୍ପର୍କରେ ଏବେଠାରୁ ରେଟିଂ ଏଜେନ୍ସି ମୁଡିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ରେଟିଂ ଏଜେନ୍ସି ମୁଡିସ୍‌ ବୁଧବାର ଦିନ କହିଛି ଯେ ଆମେରିକାର ଏହି ଶୁଳ୍କ ନୀତି ଯୋଗୁ ବିଶ୍ବ ବଜାରର ବାଣିଜ୍ୟ କାରବାର ଦୋହଲିଯିବ। ଏଥି ଯୋଗୁ ଋଣ ସ୍ଥିତି ଖରାପ ହେବା ସହ ଡିଫଲ୍ଟର ବା ଖÒଲାପୀ ସଂଖ୍ୟା ବଢ଼ିବ।
ମୁଡିସ୍‌ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍‌ଙ୍କ ଶୁଳ୍କ ନୀତି କ୍ରେଡିଟ୍ ସର୍ତ୍ତାବଳୀକୁ ଦୁର୍ବଳ କରିବ ଏବଂ ଋଣ ଖÒଲାପୀ ବିପଦ ବୃଦ୍ଧି କରିବ। ବିଶେଷକରି କମ୍‌ ରେଟିଂ ରଖୁଥିବା କମ୍ପାନୀଗୁଡ଼ିକ ଋଣ ବଜାରେରେ ନିଜର ନିର୍ଭରଶୀଳତାରେ ଅଧÒକ ପ୍ରଭାବିତ ହେବେ। ଏଥିରେ କୁହାଯାଇଛି ଯେ ଆମେରିକାର ଅନିଶ୍ଚିତ ବାଣିଜ୍ୟ ନୀତି ବିଶ୍ୱ କ୍ରେଡିଟ୍ ପରିସ୍ଥିତିକୁ ଆହୁରି ଖରାପ କରିବ ଏବଂ ଏହାର ସାମଗ୍ରିକ ଅର୍ଥନୈତିକ ପ୍ରଭାବ ଅଭିବୃଦ୍ଧିକୁ ମନ୍ଥର କରିବ ଓ ମାନ୍ଦାବସ୍ଥାର ଆଶଙ୍କା ବଢ଼ାଇବ। ଆହୁରିମଧ୍ୟ ଶୁଳ୍କ ନୀତିରେ ସବୁଠାରୁ ବଡ଼ ବିପଦ ଅଣ-ଆର୍ଥିକ କର୍ପୋରେଟ୍ କ୍ଷେତ୍ରର କମ୍ପାନୀଗୁଡିକ ପାଇଁ ରହିଛି। ନିମ୍ନ-ମୂଲ୍ୟାୟିତ କମ୍ପାନୀଗୁଡ଼ିକ କ୍ରେଡିଟ୍ ବଜାର ଉପରେ ନିର୍ଭରଶୀଳତା ଦ୍ୱାରା ପ୍ରଭାବିତ ହେବେ। ମୁଡିସ୍ ରେଟିଂସ୍‌ର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଆମେରିକା ପ୍ରଶାସନ ଏପ୍ରିଲ ୯ରେ ଅଧିକାଂଶ ପ୍ରତିଶୋଧମୂଳକ ଶୁଳ୍କ କାର୍ଯ୍ୟକାରୀ କରିବା ଉପରେ ୯୦ ଦିନର ସ୍ଥଗିତାଦେଶ ଲଗାଇଥିଲା। ତଥାପି, ଏହି ଦେଶଗୁଡ଼ିକ ପାଇଁ ୧୦ ପ୍ରତିଶତ ମୌଳିକ ଶୁଳ୍କ ପ୍ରଯୁଜ୍ୟ ହେବ। ଆମେରିକା ଚୀନରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଥିଲା। ଏବେ ଏପ୍ରିଲ ୧୬ରେ ଏହାକୁ ଆହୁରି ୨୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ଶୁଳ୍କ ଏବେ ଆର୍ଥିକ ବଜାରକୁ ସମସ୍ୟାରେ ପକାଇଛି ଏବଂ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାର ବିପଦ ବୃଦ୍ଧି କରିଛି। ନିରନ୍ତର ଅନିଶ୍ଚିତତା ବ୍ୟବସାୟ ଯୋଜନାକୁ ବାଧା ଦେବ, ନିବେଶରେ ପ୍ରତିବନ୍ଧକ ସାଜିବା ସହ ଗ୍ରାହକ ଭାବନାକୁ ପ୍ରଭାବିତ କରିବ। ଏଜେନ୍ସି କହିଛି ଯେ ଏହି “ବିରାମ” ବ୍ୟବସାୟଗୁଡ଼ିକୁ ଉତ୍ପାଦନ ଏବଂ ସୋର୍ସିଂକୁ ସଜାଡ଼ିବା ପାଇଁ ଅଧିକ ସମୟ ଦେବ, କିନ୍ତୁ ୯୦ ଦିନ ପରେ ଶୁଳ୍କ ବ୍ୟବସ୍ଥାରେ ସ୍ପଷ୍ଟତାର ଅଭାବ ବ୍ୟବସାୟ ଯୋଜନାକୁ ବାଧା ଦେବ, ଯାହା ନିବେଶକୁ ବାଧା ଦେବା ସହ ଅଭିବୃଦ୍ଧିକୁ ମନ୍ଥର କରିବ।
ଟ୍ରମ୍ପ୍‌ଙ୍କ ଶୁଳ୍କ ନୀତିର ପ୍ରଭାବ: ପ୍ରତ୍ୟେକ ପରିବାରକୁ ୨୩୯୬ ଟଙ୍କାର ଝଟ୍‌କା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶୁଳ୍କ ନୀତି ଏବେ ସାରୀା ବିଶ୍ବରେ ହଇଚଇ ସୃଷ୍ଟି କରିଛି। ତେବେ ଲାଗୁ ରାଯାଇଥିବା ଏହି ଶୁଳ୍କର ପ୍ରଭାବ ଭାରତୀୟ ପରିବାର ଗୁଡିକ ଉପରେ ଏକ ବଡ଼ ପ୍ରଭାବ ପକାଇବାକୁ ଯାଉଛି। ଗୋଲ୍ଡମ୍ୟାନ୍ ସ୍ୟାଚ୍‌ର ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୦.୧୯ ପ୍ରତିଶତ ହ୍ରାସ କରିପାରେ। ଏହା ପ୍ରତି ଭାରତୀୟ ପରିବାର ଉପରେ ବାର୍ଷିକ ପ୍ରାୟ ୨୩୯୬ ଟଙ୍କାର ଚାପ ସୃଷ୍ଟି କରିବ। ଅର୍ଥାତ୍‌ ଟ୍ରମ୍ପ୍‌ଙ୍କ ଶୁଳ୍କ ଲାଗୁ ସିଧାସଳଖ ଭାବେ ଭାରତୀୟ ପରିବାରଗୁଡିକର ଆୟ ହ୍ରାସ କରିବ। ଏହା ଭାରତର ପ୍ରବଳ ଘରୋଇ ଚାହିଦା ଏବଂ ବିଶ୍ୱ ରପ୍ତାନିରେ ସୀମିତ ଅଂଶ (୨.୪ ପ୍ରତିଶତ) ଯୋଗୁଁ ହୋଇଛି।
ଭାରତ ହେଉଛି ଆମେରିକାର ଏକ ପ୍ରମୁଖ ବାଣିଜ୍ୟିକ ଅଂଶୀଦାର। ଆପଣଙ୍କୁ ଜଣାଇ ଦେଉଛୁ ଯେ ଭାରତ ଏପ୍ରିଲରୁ ୨୦୨୫ ଫେବୃଆରୀ ମଧ୍ୟରେ ଆମେରିକାକୁ ୩୯୫.୬୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି। ଶୁଳ୍କ ବୃଦ୍ଧିର ପ୍ରଭାବ ନିଶ୍ଚିତ ଭାବରେ କପଡ଼ା, ଇଲେକ୍ଟ୍ରୋନିକ୍ସ ଏବଂ କୃଷି ଉତ୍ପାଦ ଉପରେ ଦେଖାଯିବ। ଏହାର ଅର୍ଥ ହେଉଛି ଭାରତ ପ୍ରତିବର୍ଷ ଆମେରିକାକୁ ୮ ବିଲିୟନ ଡଲାରର ପୋଷାକ ଏବଂ ୫ ବିଲିୟନ ଡଲାରର କୃଷି ଉତ୍ପାଦ ରପ୍ତାନି କରେ। ଏପରି ପରିସ୍ଥିତିରେ ବାଂଲାଦେଶ ଏବଂ ଭିଏତନାମ ଭଳି ଦେଶଗୁଡ଼ିକ ଉପରେ ଅଧିକ ଶୁଳ୍କ ଯୋଗୁଁ ଭାରତୀୟ ଉତ୍ପାଦଗୁଡ଼ିକ ପୂର୍ବ ଅପେକ୍ଷା ଶସ୍ତା ହୋଇଯିବ ଏବଂ ରପ୍ତାନିକୁ ଏକ ନୂତନ ସୁଯୋଗ ମିଳିପାରିବ। ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଟାରିଫ୍ ନୀତି ଅନୁଯାୟୀ, ସମସ୍ତ ଦେଶ ଉପରେ ୧୦ ପ୍ରତିଶତ ମୂଳ ଟାରିଫ୍ ଲାଗୁ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ଉପରେ ୨୬ ପ୍ରତିଶତ ଅତିରିକ୍ତ ଶୁଳ୍କ ଯୋଡାଯାଇଛି। ଅନ୍ୟ ଦେଶମାନଙ୍କ ବିଷୟରେ କହିବାକୁ ଗଲେ ଚୀନ୍ ଉପରେ ୩୪ ପ୍ରତିଶତ, ଭିଏତନାମ ଉପରେ ୪୬ ପ୍ରତିଶତ, ବାଂଲାଦେଶ ଉପରେ ୩୭ ପ୍ରତିଶତ ଏବଂ ୟୁରୋପୀୟ ସଂଘ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତ ଏହାର ପ୍ରତିଯୋଗିତାମୂଳକ ଦେଶମାନଙ୍କ ତୁଳନାରେ ଭଲ ସ୍ଥିତିରେ ଅଛି, କାରଣ ଭାରତୀୟ ସାମଗ୍ରୀ ଆମେରିକା ବଜାରରେ ତୁଳନାତ୍ମକ ଭାବରେ ଶସ୍ତାରହିବ।
ୱାସିଂଟ: ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି ଶୁକ୍ରବାର ହ୍ବାଇଟ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ପ୍ରଥମେ ପ୍ରଶଂସା କରି ଜେଲେଁସ୍କିଙ୍କୁ ରାଷ୍ଟ୍ରପତି ଭବନକୁ ଟ୍ରମ୍ପ ପାଛୋଟି ନେଇଥିଲେ। ପରେ ୟୁକ୍ରେନ ଯୁଦ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ଜେଲେଁସ୍କିଙ୍କ କଥା ଶୁଣି ଟ୍ରମ୍ପ ଉଗ୍ର ହୋଇ ଉଠିଥିଲେ। କେହି କାହାକୁ ଛାଡ଼ି ନ ଥିଲେ। ଟ୍ରମ୍ପଙ୍କ ପ୍ରତିଟି କଥାକୁ କାଉଣ୍ଟର କରି ରୁଷ୍‌କୁ ଦୋଷ ଦେବାକୁ ଲାଗିଥିଲେ। ଜବାବରେ ଜେଲେଁସ୍କିଙ୍କୁ ଗାଳି ଦେଇ ଟ୍ରମ୍ପ କହିଥିଲେ ଯେ ୟୁକ୍ରେନ ଏବଂ ରୁଷ୍‌ ମୋ ପାଇଁ ସମାନ। ତୁମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଉଛ। ତୃତୀୟ ବିଶ୍ବଯୁଦ୍ଧ ସହ ଖେଳୁଛ। ଏଭଳି କରି ଦେଶକୁ ଅପମାନିତ କରୁଛ। ଅସ୍ତ୍ରବିରତି ହେଉ ବୋଲି ତୁମେ ଚାହୁଁନାହଁ। ବୁଲେଟ ସହ ଖେଳ ନାହିଁ। ତୁରନ୍ତ ଯୁଦ୍ଧ ବନ୍ଦ କର। ଏହି ଯୁଦ୍ଧ ଭୁଲ୍‌ ମାର୍ଗରେ ଯାଉଛି। ଏହାର ଉତ୍ତରରେ ଜେଲେଁସ୍କି କହିଥିଲେ ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୁଦ୍ଧ ଆରମ୍ଭ କରିଥିଲେ। ସେ ରୁଷଠୁ ଯୁଦ୍ଧ କ୍ଷତିପୂରଣ ଆଦାୟ କରିବାକୁ ଦାବି କରିଥିଲେ। ଏହି ସମୟରେ ରୁଷ୍‌ ଅସ୍ତ୍ରବିରତି ଭାଙ୍ଗିଲେ ସ୍ଥିତି କ’ଣ ହେବ ବୋଲି ଜଣେ ସାମ୍ବାଦିକ ପଚାରିବାରୁ ଉତ୍ତରରେ ତୁମ ମୁଣ୍ଡରେ ବୋମା ପକାଇ ଦେଲେ କଣ ହେବ ବୋଲି ଟ୍ରମ୍ପ ରାଗି କି କହିଥିଲେ। ଏହା ପରେ ସ୍ଥିତି ବିଗିଡି ଯାଇଥିଲା । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେ ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହ୍ବାଇଟହାଉସରୁ ବାହାର କରିବାକୁ ପଡ଼ିଥିଲା।
ଗଣମାଧ୍ୟମ ପ୍ରତିନିଧି ବାହାରକୁ ଯିବା ପରେ ଜେଲେଁସ୍କିଙ୍କୁ ଆମରିକା ରାଷ୍ଟ୍ରପତି ଖୋଲାଖୋଲି ଭାବେ ଧମକ ଦେଇଥିଲେ। ଆଜିଠାରୁ ତୁମର ଖରାପ ଦିନ ଆରମ୍ଭ ହେଲା। ଡିଲ୍‌ କର ନଚେତ ବାହାରି ଯାଅ । ନଚେତ ଆମେରିକା ଚୁକ୍ତିରୁ ଓହରିଯିବ ବୋଲି ଟ୍ରମ୍ପ କହିଥିଲେ। ଏହି ସାକ୍ଷାତରେ ଯୁଦ୍ଧବନ୍ଦ ପାଇଁ କୌଣସି ଆଲୋଚନା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଇ ନେତା ମୁହାଁମୁହିଁ ହେବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଶେଷରେ ଅସ୍ତ୍ରବିରତି କରିବାକୁ ଜେଲେଁସ୍କି ମନା କରି ଦେଇଥିଲେ। ଓଭାଲ ଅଫିସରୁ ଜେଲେଁସ୍କି ବାହାରିବା ପରେ ଟ୍ରମ୍ପ କହିଥିଲେ ଯେ ଶାନ୍ତି ପାଇଁ ପ୍ରସ୍ତୁତ ଥିଲେ ପୁଣିଥରେ ଆସିବ।
ହ୍ବାଇଟ ହାଉସରେ ଜେଲେଁସ୍କି ପହଞ୍ଚିବା ପରେ ନିଜ ପକ୍ଷ ରଖି ରୁଷ୍‌କୁ ଘେରିବାକୁ ଆରମ୍ଭ କରିଥିଲେ। ଖଣିଜ ପଦାର୍ଥ ଚୁକ୍ତି ଉପରେ କଥା ଆସିବାରୁ ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ। ଏହା ଉପରେ ଟ୍ରମ୍ପ କହିଥିଲେ ଯେ ଆମେ ନିଜ ହିସାବରେ ଖଣିଜର ବ୍ୟବହାର କରିବୁ। କିନ୍ତୁ ପୁତିନଙ୍କ ବିଷୟରେ ପଚାରିବାରୁ ଟ୍ରମ୍ପ ଚୁପ୍‌ ରହିଥିଲେ। ଜେଲେଁସ୍କି ଏବଂ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମଧ୍ୟରେ ମଧ୍ୟ ବାକ୍‌ ବିତଣ୍ଡା ହୋଇଥିଲା। ସେ କୂଟନୀତିର ଆବଶ୍ୟକତା ଥିବା କହିଥିବାବେଳେ ଜେଲେଁସ୍କି ତାଙ୍କୁ ଚିତ୍କାର ନକରିବାକୁ କହିଥିଲେ। ଏହାକୁ ନେଇ ଟ୍ରମ୍ପ ବର୍ଷି ଥିଲେ। ଆମେରିକା ୩୫୦ ବିଲିୟନ ଡଲାର ସହିତ ସାମରିକ ସହାୟତା ଦେଇଛି। ଯଦି ଏ ସବୁ ମିଳି ନ ଥାନ୍ତା ତେବେ ଯୁଦ୍ଧ ଦୁଇ ସପ୍ତାହରେ ଶେଷ ହୋଇଯାଇଥାନ୍ତା ବୋଲି କହିଥିଲେ। ଏହାକୁ ନେଇ ଜେଲେଁସ୍କି ଟ୍ରମ୍ପଙ୍କ ଉପରେ ପ୍ରତି ଆକ୍ରମଣ କରି ପୁତିନଙ୍କ ଭାଷା କହୁଥିବା ଅଭିଯୋଗ କରିଥିଲେ। ପରେ ଟ୍ରମ୍ପ ରାଗିଯାଇ ତାଙ୍କ ହ୍ବାଇଟ୍ ହାଉସ ଛାଡ଼ିବାକୁ କହିଥିଲେ।
ୱାଶିଂଟନ: ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାର ୫ ମାସ ପୂର୍ବରୁ ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ପ୍ରେସିଡେନ୍‌ସିଆଲ ଡିବେଟ ହୋଇଛି। ଏହା ସକାଳ (ଭାରତୀୟ ସମୟ) ୬ଟାରେ ଆରମ୍ଭ ହୋଇ ୮ଟାରେ ସରିଥିଲା। ଏହି ସମୟରେ ଉଭୟ ନେତା ୭୫ ମିନିଟ ପର୍ଯ୍ୟନ୍ତ ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ ଲଗାଇ ଥିଲେ ଏବଂ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ଟ୍ରମ୍ପ ବାଇଡେନଙ୍କୁ ମଞ୍ଚୁରିଆନ କହିଥିଲେ ଏବଂ ଚୀନ୍‌ଠାରୁ ଟଙ୍କା ନେଉଥିବା ଅଭିଯୋଗ କରିଥିଲେ। ସେହିପରି ରାଷ୍ଟ୍ରପତି ବାଇଡେନ ବେଆଇନ ଟଙ୍କା ମାମଲାରେ ଟ୍ରମ୍ପଙ୍କୁ ଘେରିଥିଲେ। ପତ୍ନୀ ଗର୍ଭବତୀ ଥିବା ସମୟରେ ଟ୍ରମ୍ପ ପର୍ଣ୍ଣଷ୍ଟାରଙ୍କ ସହ ସମ୍ବନ୍ଧ ରଖିଥିବା ଅଭିଯୋଗ କରିଥିଲେ। ଏହି ବିତର୍କ ପରେ ବିଜୟ ପରାଜୟ ବିତର୍କ ଆରମ୍ଭ ହୋଇଯାଇଥିଲା। ଏଥିରେ ରାଷ୍ଟ୍ରପତି ବାଇଡେନ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ହାରି ଯାଇଥିଲେ। ସିଏନଏନ, ନ୍ୟୁୟର୍କ ଟାଇମ୍ସ, ବିବିସି, ଅଲଜଜିରା ଏବଂ ୱାଶିଂଟନ ପୋଷ୍ଟ ଟ୍ରମ୍ପକୁ ବିଜେତା ଘୋଷଣା କରିଥିଲେ। ଏହା ସହିତ ଟ୍ରମ୍ପ ୪ ବର୍ଷ ତଳର ପ୍ରତିଶୋଧ ନେଇଥିଲେ।
ରପବ୍ଲିକାନ ପାର୍ଟିର ପ୍ରାର୍ଥୀ ଟ୍ରମ୍ପ ଏବଂ ଡେମୋକ୍ରାଟ୍ସ ବାଇଡେନଙ୍କ ମଧ୍ୟରେ ୪ ବର୍ଷରେ ଦ୍ବିତୀୟ ଥର ପାଇଁ ଏହି ମୁକାବିଲା ହୋଇଛି। ବିତର୍କ ଆରମ୍ଭ ହେବା ପୂର୍ବରୁ ଉଭୟେ ପରସ୍ପର ସହ ହାତ ମଧ୍ୟ ମିଶାଇ ନ ଥିଲେ। ଉଭୟେ ନିଜ ସ୍ଥାନକୁ ଯାଇ ବିତର୍କ ଆରମ୍ଭ କରିଥିଲେ। ସିଏନ୍‌ଏନ୍‌ ଷ୍ଟୁଡିଓରେ ପ୍ରବେଶ କରିବା ସମୟରେ ବାଇଡେନ ଟ୍ରମ୍ପକୁ ଦେଖି ହାତ ହଲାଇ ଥିଲେ ଏବଂ କେମିତି ଅଛ ବୋଲି ପଚାରି ଥିଲେ। ମାତ୍ର ଟ୍ରମ୍ପ କିଛି ନ କହି ଚୁପ୍‌ଚାପ୍‌ ନିଜ ସ୍ଥାନରେ ଯାଇ ଛିଡ଼ା ହୋଇଥିଲେ। ସିଏନ୍‌ଏନ୍‌ର ୨ ଜଣ ଉପସ୍ଥାପକ ଜେକ ଟେପର ଏବଂ ଡାନା ବୈସ ଏହାର ନେତୃତ୍ବ ନେଇଥିଲେ। ଉଭୟେ ଟ୍ରମ୍ପ ଏବଂ ବାଇଡେନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ଥିଲେ। ଜବାବ ଦେବା ପାଇଁ ଉଭୟଙ୍କୁ ୨ ମିନିଟ ଲେଖାଏଁ ସମୟ ଦେଇଥିଲେ। ନିଜ ପକ୍ଷ ରଖି ଅନ୍ୟକୁ ପ୍ରଶ୍ନ ପଚାରିବା ପାଇଁ ଗୋଟିଏ ମିନିଟ ଲେଖାଏଁ ସମୟ ମିଳିଥିଲା। ବିତର୍କ ସମୟରେ ବାଇଡେନ କାଶି କାଶି ଟ୍ରମ୍ପଙ୍କଠାରୁ ହାରି ଯାଇଥିଲେ।