FACEBOOK - The Sakala

ଶିଶୁ ଶୋଷଣ ମାମଲା: ମେଟା ଉପରେ ୩୭୫ ନିୟୁତ ଡଲାରର ଜୋରିମାନା ଲଗାଇଲେ ଆମେରିକା କୋର୍ଟ
ନୂଆଦିଲ୍ଲୀ: ଶିଶୁମାନଙ୍କ ସୁରକ୍ଷାକୁ ନେଇ ଆମେରିକାର ନ୍ୟୁ ମେକ୍ସିକୋ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇବା ଏବଂ ନିଜ ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣ ବିଷୟରେ ଜାଣିଶୁଣି ଲୁଚାଇଥିବା ଅଭିଯୋଗରେ ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ମେଟା (Meta) କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କୋର୍ଟ କମ୍ପାନୀ ଉପରେ ୩୭୫ ନିୟୁତ ଡଲାର (ପ୍ରାୟ ୩୨୩ ନିୟୁତ ୟୁରୋ) ର ଜୋରିମାନା ଲଗାଇଛନ୍ତି।

ପ୍ରାୟ ସାତ ସପ୍ତାହ ଧରି ଚାଲିଥିବା ଏହି ବିଚାର ପ୍ରକ୍ରିୟା ପରେ ଜୁରୀ ମେଟାକୁ ନ୍ୟୁ ମେକ୍ସିକୋର ଖାଉଟି ସୁରକ୍ଷା ଆଇନ ଉଲ୍ଲଂଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶିଶୁ ଶୋଷଣ ମାମଲାରେ ଜୁରୀ ମେଟା ବିପକ୍ଷରେ ରାୟ ଦେବା ଏହା ହେଉଛି ପ୍ରଥମ ଘଟଣା। ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍ ଏବଂ ଥ୍ରେଡ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମର ମାଲିକାନା ରଖିଥିବା ମେଟା, ଶିଶୁ ସୁରକ୍ଷାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବା ଜୁରୀ ହୃଦବୋଧ କରିଛନ୍ତି।

ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନେରାଲ୍ ରାଉଲ୍ ଟୋରେଜ୍ (Raúl Torrez) ଏହି ରାୟକୁ ଏକ ଐତିହାସିକ ବିଜୟ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ କମ୍ପାନୀ ଶିଶୁଙ୍କ ସୁରକ୍ଷା ଅପେକ୍ଷା ନିଜର ଲାଭକୁ ଅଧିକ ଗୁରୁତ୍ୱ ଦେଇଛି। ଶିଶୁମାନଙ୍କ ଦୁର୍ବଳତା ଏବଂ ଅଭିଜ୍ଞତାର ଅଭାବର ଅନୁଚିତ ଫାଇଦା ଉଠାଇବା ଭଳି କାର୍ଯ୍ୟ କମ୍ପାନୀ କରିଥିବା ଦର୍ଶାଯାଇଛି। ପ୍ରତ୍ୟେକ ଉଲ୍ଲଂଘନ ପାଇଁ ସର୍ବାଧିକ ୫,୦୦୦ ଡଲାର ହିସାବରେ ଏହି ବିଶାଳ ଜୋରିମାନା ଧାର୍ଯ୍ୟ କରାଯାଇଛି।

ଏହି ରାୟକୁ ନେଇ ମେଟା ନିଜର ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ଉପର କୋର୍ଟରେ ଆବେଦନ କରିବ ବୋଲି କହିଛି। ମେଟାର ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, କମ୍ପାନୀ ନିଜ ପ୍ଲାଟଫର୍ମରେ ଉପଭୋକ୍ତାମାନଙ୍କୁ ସୁରକ୍ଷିତ ରଖିବା ପାଇଁ କଠିନ ପରିଶ୍ରମ କରୁଛି। ଯଦିଓ ଏହି ଜୋରିମାନା ରାଶି ବହୁତ ବଡ଼ ଲାଗୁଛି, ତଥାପି ଏହା ପ୍ରସିକ୍ୟୁଟରମାନେ ଦାବି କରୁଥିବା ୨.୨ ବିଲିୟନ ଡଲାର ର ଏକ ଛୋଟ ଅଂଶ ମାତ୍ର। ବର୍ତ୍ତମାନ ମେଟାର ବଜାର ମୂଲ୍ୟ ପ୍ରାୟ ୧.୫ ଟ୍ରିଲିୟନ ଡଲାର ରହିଛି।

ଆସନ୍ତା ମେ ମାସରେ ଏହି ବିଚାରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ, ଯେଉଁଥିରେ ଜଣେ ବିଚାରପତି ସ୍ଥିର କରିବେ ଯେ ହୋଇଥିବା କ୍ଷତିର ଭରଣା ପାଇଁ କମ୍ପାନୀ ସାଧାରଣ କାର୍ଯ୍ୟକ୍ରମ ପାଇଁ ଅର୍ଥ ପ୍ରଦାନ କରିବ କି ନାହିଁ। ଯୁବପିଢ଼ିଙ୍କୁ ନିଜ ପ୍ଲାଟଫର୍ମ ପ୍ରତି ଆକୃଷ୍ଟ କରି ମାନସିକ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଥିବା ଅଭିଯୋଗରେ ମେଟା ଆମେରିକାରେ ଆହୁରି ହଜାର ହଜାର ମାମଲାର ସମ୍ମୁଖୀନ ହେଉଛି। ଅନ୍ୟପକ୍ଷରେ, ଅନେକ ଦେଶ ବର୍ତ୍ତମାନ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା ଲଗାଇବାକୁ ବିଚାର କରୁଛନ୍ତି।

ନିର୍ବାଚନ ପୂର୍ବରୁ ‘ମେଟା’ର ବଡ଼ ନିଷ୍ପତ୍ତି: ହଟିବ ଫେସ୍‌ବୁକ୍‌ ନ୍ୟୁଜ୍‌, ଏପ୍ରିଲ୍‌ରୁ ନିର୍ବାଚନ ପ୍ରଚାର ବାଟ ବନ୍ଦ
ଲସ୍‌ଏଞ୍ଜେଲ୍ସ,: ଭାରତ ଏବଂ ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଶ୍ୱର ପ୍ରସିଦ୍ଧ ସୋସିଆଲ୍ ନେଟୱାର୍କିଂ ସାଇଟ୍ ‘ମେଟା’ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ଅନୁଯାୟୀ ମେଟା ଏହାର ଫିଚର ‘ଫେସ୍‌ବୁକ୍‌ ନ୍ୟୁଜ୍‌’କୁ ହଟାଇଦେବ। ଅପରପକ୍ଷେ ନିର୍ବାଚନ ପୂର୍ବରୁ ମେଟାର ଏହି ନିଷ୍ପତ୍ତି ଭାରତ ଓ ଆମେରିକାରେ ରାଜନୈତିକ ଦଳଗୁଡିକୁ ଚକିତ କରିଦେଇଛି। ଆହୁରି ମଧ୍ୟ କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ମେଟାର ଏହି ନିଷ୍ପତ୍ତି ଏକ ବଡ଼ ଝଟ୍‌କା ଭାବେ ବିବଚେନା କରାଯାଉଛି। ସୂଚନାଯୋଗ୍ୟ ଯେ ମେଟା ଏପ୍ରିଲ ମାସ ପ୍ରାରମ୍ଭରେ ଆମେରିକା ଏବଂ ଅଷ୍ଟ୍ରେଲିଆରେ ବ୍ୟବହାରକାରୀଙ୍କ ପାଇଁ ‘ଫେସବୁକ୍ ନ୍ୟୁଜ୍’ ଫିଚର ଶେଷ କରିବାକୁ ଯୋଜନା କରିଛି। ଖବର ଏବଂ ରାଜନୀତିରେ କମ୍ ଗୁରୁତ୍ୱ ଦେବା ଲକ୍ଷ୍ୟନ୍ଇେ କମ୍ପାନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

‘ଫେସ୍‌ବୁକ୍‌ ନ୍ୟୁଜ୍‌’ ବନ୍ଦ ହେବା ପରେ ଏହି ଆପରେ ଖବର ଆକାରରେ ରାଜନୈତିକ ଦଳଗୁଡିକ ଆଉ ନିଜର ପ୍ରଚାର କରିପାରିବେନାହିଁ। ଚଳିତବର୍ଷ ଏପ୍ରିଲରେ ଭାରତରେ ଏବଂ ନଭେମ୍ବରରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ସମୟରେ ମେଟାର ଏହି ନିଷ୍ପତ୍ତି ବିଶ୍ବର ରାଜନୈତିକ ଦଳ ପାଇଁ ମଧ୍ୟ ଏକ ବଡ଼ ଝଟ୍‌କା। କାରଣ ବର୍ତ୍ତମାନ ଏହି ଆପରେ ରାଜନୈତିକ ଖବର ପରିବେଷିତ ହେବନାହିଁ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀରେ ଏହି ଫିଚରକୁ ମେଟା ବନ୍ଦ କରିଥିଲା। ୨୦୧୯ରେ ‘ଫେସବୁକ୍ ନ୍ୟୁଜ୍’ ଟ୍ୟାବ୍ର ଶୁଭାରମ୍ଭ କରାଯାଇଥିଲା। ଏଥିରେ ଜାତୀୟ ତଥା ଆନ୍ତର୍ଜାତୀୟ ନ୍ୟୁଜ୍‌ ଏଜେନ୍ସି ସହ ଛୋଟ ଏବଂ ସ୍ଥାନୀୟ ପ୍ରକାଶନଗୁଡ଼ିକର ଖବର ରହିଛି।

ମେଟା କହିଛି ଯେ ଉପଭୋକ୍ତାମାନେ ତଥାପି ଖବରର ନିବନ୍ଧଗୁଡିକର ଲିଙ୍କ୍ ଦେଖିବାକୁ ସକ୍ଷମ ହେବେ। ସମ୍ବାଦ ସରବରାହ ସଂସ୍ଥାଗୁଡ଼ିକ ଅନ୍ୟ ବ୍ୟକ୍ତି କିମ୍ବା ସଂଗଠନ ପରି ସେମାନଙ୍କ ଖବରକୁ ପୋଷ୍ଟ କରି ୱେବ୍‌ସାଇଟକୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହେବେ। ସୂଚନାଯାଗ୍ୟ ଯେ, ଗତ କିଛି ବର୍ଷ ହେବ ଏହାର ପ୍ଲାଟଫର୍ମରେ ଅପପ୍ରଚାର ନିୟନ୍ତ୍ରଣକୁ ନେଇ ସମାଲୋଚନାର ସମ୍ମୁଖୀନ ହେବା ପରେ ମେଟା ସମ୍ବାଦ ଏବଂ ରାଜନୈତିକ ବିଷୟବସ୍ତୁଗୁଡିକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛି। ମେଟା ମୁଖପାତ୍ର ଡାନି ଲିଭର କହିଛନ୍ତି ଯେ, ଏହି ଘୋଷଣା ଆମର ରାଜନୈତିକ ବିଷୟବସ୍ତୁ ପରିଚାଳନା ପାଇଁ ଆମର ଚଳିତବର୍ଷର ଏକ ସମ୍ପ୍ରସାରଣ। ଲୋକମାନେ ଆମଠାରୁ ଯାହା ଚାହୁଁଛନ୍ତି ତାହା ଉପରେ ଏହା ଆଧାରିତ। ତଥାପି, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ କମ୍ପାନୀ ପାଇଁ ଅପପ୍ରଚାର ତଥାପି ଏକ ବଡ଼ ଆହ୍ବାନ।

ଉଠିଲା ବ୍ୟାନ, ଦୀର୍ଘ ଦୁଇ ବର୍ଷ ପରେ ଫେସବୁକ ଓ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ୍
ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ କମ୍ପାନୀ । ଆଜି ଫେସବୁକ୍କୁ ଫେରି ‘ଆଇ ଆମ୍ ବ୍ୟାକ୍’ ବୋଲି ୧୨ ସେକଣ୍ଡର ଏକ ଭିଡିଓ କ୍ଲିପ ଜାରି କରିଛନ୍ତି ଟ୍ରମ୍ପ ।

ସୂଚନାଯୋଗ୍ୟ, ଆମେରିକାର କ୍ୟାପିଟାଲ ହିଲସ ଆକ୍ରମଣ ପରେ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ଲାଗିଥିଲା ବ୍ୟାନ୍ । ୨୦୨୧ ଜାନୁଆରୀ ୬ ତାରିଖରେ କ୍ୟାପିଟଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିଲା । ଏହି ଘଟଣାକୁ ନେଇ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଦିଆଯାଇଥିଲା । ଟ୍ୱିଟରରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ରହିଥିଲା ୮୭ ନିୟୁତ । ତେବେ ଗତବର୍ଷ ନଭେମ୍ବରରେ ଏଲନ ମସ୍କଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଟ୍ୱିଟରରେ ଅନବ୍ଲକ କରାଯାଇଥିଲା । ତେବେ ଫେସବୁକ ଓ ୟୁଟ୍ୟୁବରୁ ଆଜି ବ୍ୟାନ ଉଠିବା ପରେ ନୂଆ କଣ୍ଟେଣ୍ଟ ଅପଲୋଡ୍‌ କରିପାରିବେ ଡୋନାଲ୍ଡ ଟ୍ରମ୍ପ ।

୨ ବର୍ଷ ପରେ ସକ୍ରିୟ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ
ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର୍‌ କରିଛି ମେଟା । ବ୍ୟାନ୍‌ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରିଷ୍ଟୋର୍‌ ହୋଇଛି ବୋଲି ମେଟା ପକ୍ଷରୁ ଘୋଷଣା ହୋଇଛି।

୨୦୨୧ ମସିହା ଜାନୁଆରୀ ମାସରେ ଆମେରିକାରେ ହୋଇଥିବା କ୍ୟାପିଟଲ୍‌ ହିଲ୍‌ ଦଙ୍ଗା ପରେ ଟ୍ରମ୍ପଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ୨ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା। ରିଷ୍ଟୋର କରିବା ସହ ସର୍ତ୍ତ ରଖିଛି ମେଟା । ଟ୍ରମ୍ପ୍‌ ପୁଣି ଥରେ ସୋସିଆଲ୍‌ ମିଡିଆ ନୀତି ବିରୋଧୀ କାର୍ଯ୍ଯ କଲେ ତାଙ୍କ ବିରୋଧରେ ଜରିମାନା ଲାଗୁ କରାଯିବ ବୋଲି ମେଟା ସୂଚାଇ ଦେଇଛି । ଟ୍ରମ୍ପଙ୍କ ଇନଷ୍ଟାଗ୍ରାମରେ ୨୩ ମିଲିୟନ୍‌ ଫଲୋର୍ସ ଥିଲେ ।

ଟ୍ବିଟର ପରେ ମେଟାରେ ହେବ ଛଟେଇ, ବିଦାହେବେ ୧୦୦୦ରୁ ଅଧିକ କର୍ମଚାରୀ
ନୂଆଦିଲ୍ଲୀ: ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ଆରମ୍ଭ ହୋଇଛି ଛଟେଇ ପର୍ବ। ଏଲନ୍‌ ମସ୍କଙ୍କ ଟ୍ବିଟରର ପଦାଙ୍କ ଅନୁସରଣ କରିଛି ମେଟା। ଆସନ୍ତା ବୁଧବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କାଣ୍ଟଛାଣ୍ଟ କରାଯିବ ବୋଲି ଜଣାପଡ଼ିଛି। ପ୍ରାୟ ଏକ ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀ ଚାକିରିରୁ ବାହାର କରିବାକୁ ଯାଉଛି।

ମେଟା ଇତିହାସରେ ପ୍ରଥମ ଥର ପାଇଁ ଏଭଳି ବଡ଼ ଧରଣର ଛଟେଇ ହେବ। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ବର୍ତ୍ତମାନ ମେଟାରେ ୮୭ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯାହା କମ୍ପାନୀ ପାଇଁ ଏହା ବଡ଼ ଝଟକାଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି। ମେଟାରେ କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଏ ଯାଏ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ସୂଚନା ଅନୁଯାୟୀ, ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ବାହାର କରାଯିବା ନେଇ ଯୋଜନା କରାଯାଉଛି। ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏବେ ଅର୍ଥନୈତିକ ସଂକଟ ମଧ୍ୟ ଦେଇ ଗତିକରୁଛି।

ଭାରତରେ କମୁଛି ଫେସବୁକ୍‌ର ଚାହିଦା
ନୂଆଦିଲ୍ଲୀ : ସୋସିଆଲ ମିଡିଆ ଫେସବୁକ୍‌କୁ ଲାଗିଛି ବଡ ଝଟ୍‌କା। ଭାରତରେ କାରବାର ପାଇଁ ଚିନ୍ତାରେ ଫେସ୍‌ବୁକ୍। ମେଟା କମ୍ପାନୀର ଏକ ରିସର୍ଚ୍ଚରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ଫେସ୍‌ବୁକର ସ୍ଥିତି ଭଲ ନ ଥିବା ଏଥିରୁ ଜଣାପଡିଛି। ଦେଶରେ ଫେସବୁକର ଅଭିବୃଦ୍ଧିରେ ହ୍ରାସ ପରିଲକ୍ଷିତ ହୋଇଛି। ଏହି ହ୍ରାସର ଦୁଇଟି ବଡ କାରଣ ମଧ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଫେସ୍‌ବୁକରେ ବୃଦ୍ଧି ପାଉଥିବା ନଗ୍ନତା ଓ ସୁରକ୍ଷା ଏବଂ ଗୋପନୀୟତା କମ୍ପାନୀ ପାଇଁ ଅଡୁଆ ବଢାଇଛି। ମେଟାର ଅନ୍ୟ କମ୍ପାନୀ ଯଥା ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଜରିଆରେ ଫେସବୁକ୍‌ର ବୃଦ୍ଧି କମିଛି। କମ୍ପାନୀ ପ୍ରଥମ ଥର ପାଇଁ ଭାରତରେ କୌଣସି ତ୍ରୈମାସିକରେ ହ୍ରାସର ସାମ୍ନା କରିଛି। ଫେସବୁକ ଆର୍ଥିକ ବିଭାଗର ମୁଖ୍ୟଙ୍କ କହିବାନୁସାରେ, ଅଧିକ ଇଣ୍ଟରନେଟର ଦାମ୍ ମଧ୍ୟ ଅଭିବୃଦ୍ଧିରେ ହ୍ରାସର କାରଣ ହୋଇପାରେ। ଭାରତ ଫେସବୁକ ପାଇଁ ବିଶ୍ୱର ବଡ ବଜାର ମଧ୍ୟରୁ ଅନ୍ୟତମ। ରିପୋର୍ଟ ଅନୁସାରେ, ମହିଳାମାନେ ଫେସବୁକ୍‌ଠାରୁ ବିମୁଖ ହେଉଛନ୍ତି। ଏହାର କାରଣ ହେଉଛି ସେମାନଙ୍କ ସୁରକ୍ଷା ଏବଂ ଗୋପନୀୟତା। ଏହି କାରଣ ପୂର୍ବରୁ କେଉଁ ରିପୋର୍ଟରେ ଜଣାପଡି ନ ଥିଲା। ସେହିପରି ରଏଟର୍ସର ଏକ ରିପୋର୍ଟ ଅନୁସାରେ, କଣ୍ଟେଣ୍ଟ ସୁରକ୍ଷା ଓ ମନଇଚ୍ଛା କଣ୍ଟେଣ୍ଟ ମହିଳାଙ୍କ ଆଗ୍ରହ କମିବାର ବଡ କାରଣ। ଅନ୍ୟପକ୍ଷରେ ମହିଳାଙ୍କୁ ପଛରେ ଛାଡି ଭାରତରେ ସଫଳତା ମିଳିବ ନାହିଁ ବୋଲି ମେଟା କହିଛି। ନଗ୍ନ କଣ୍ଟେଣ୍ଟ ଫେସ୍‌ବୁକର ଅଭିବୃଦ୍ଧିରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି।

ସର୍ଚ୍ଚ ପରେ ମୋବାଇଲ୍‌ ଓ ୱେବ୍‌ରୁ ଡିଲିଟ୍‌ କରନ୍ତୁ ହିଷ୍ଟ୍ରୀ, ନ ହେଲେ ହୋଇପାରେ ତଥ୍ଯ ଲିକ୍
ଫେସ୍‌ବୁକ୍‌ ଦେଖିବା ଓ କମେଣ୍ଟ୍‌ ଲେଖିବା ଯେତିକି ସହଜ, ତା’ର ସର୍ଚ୍ଚ ହିଷ୍ଟ୍ରି ଡିଲିଟ୍‌ କରିବା ସେିତିକି ବିରକ୍ତିକର। ତେଣୁ ପ୍ରାୟ ସମସ୍ତେ ଏହାକୁ ଡିଲିଟ୍‌ କରିପାରିନଥାନ୍ତି। ଫେସ୍‌ବୁକ୍‌ରେ ଯାହା କିଛି ସର୍ଚ୍ଚ କରାଯାଏ, ତାହାର ସମ୍ପୂର୍ଣ୍ଣ ବିବରଣୀ ଷ୍ଟୋର୍‌ ହୋଇ ରହିଥାଏ। ତେଣୁ ଏହାଦ୍ବାରା ତଥ୍ୟ ଲିକ୍‌ ହେବାର ଭୟ ଥାଏ। ତେଣୁ ପ୍ରତ୍ୟେକ ସର୍ଚ୍ଚ ପରେ ମୋବାଇଲ୍‌ ଓ ୱେବ୍‌ରୁ ତା’ର ହିଷ୍ଟ୍ରୀ ଡିଲିଟ୍‌ କରିଦେବା ଉଚିତ। ଏହାକୁ କିଭଳି କରିହେବ, ସେ ସମ୍ପର୍କିତ କିଛି ଟିପ୍ସ –

ମୋବାଇଲ୍‌ରୁ ଡିଲିଟ୍‌ ପାଇଁ

ପ୍ରଥମେ ମୋବାଇଲ୍‌ରେ ‘ଫେସ୍‌ବୁକ୍‌’ ଖୋଲନ୍ତୁ।

ଏହାପରେ ଫେସ୍‌ବୁକ୍‌ ପେଜ୍‌ ଉପରେ ଥିବା ‘ସର୍ଚ୍ଚ’ ଆଇକନ୍‌ ଉପରେ କ୍ଲିକ୍ କରନ୍ତୁ।

‘ସର୍ଚ୍ଚ’ ଅପ୍‌ସନ୍‌ ଖୋଲିବା ପରେ, ସେଥିରେ ଥିବା ‘ଏଡିଟ୍’ ଅପସନ୍‌କୁ ଯାଆନ୍ତୁ।

ଏହାପରେ ‘ଆକ୍ଟିଭିଟି ଲଗ୍‌’ ପେଜ୍‌ ଖୋଲିବ। ଏହାପରେ ଫେସ୍‌ବୁକ୍‌ର ସର୍ଚ୍ଚ ହିଷ୍ଟ୍ରୀ ହଟାଇବା ପାଇଁ ‘କ୍ଲିଅର୍‌ ସର୍ଚ୍ଚ’ ଅପସନ୍‌ ଉପରେ କ୍ଲିକ୍‌ କରନ୍ତୁ।

ୱେବ୍‌ରୁ ଡିଲିଟ୍‌ ପାଇଁ

ନିଜ ବ୍ରାଉଜର୍‌ରେ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ. ଫେସ୍‌ବୁକ୍‌ ଡଟ୍‌ କମ୍ ଖୋଲନ୍ତୁ।

ସ୍କ୍ରିନ୍‌ର ରାଇଟ୍‌ ସାଇଟ୍‌ରେ ଉପରକୁ ଥିବା ନିମ୍ନତୀର ଚିହ୍ନରେ କ୍ଲିକ୍‌ କରନ୍ତୁ। ଏହାପରେ ‘ପ୍ରାଇଭେସି ଆଣ୍ଡ୍‌ ସିକ୍ବୋରିଟି’ ଅପସନ୍‌ ଚୟନ କରନ୍ତୁ।

ଆକ୍ଟିଭିଟି ଲଗ୍‌ ଉପରେ କ୍ଲିକ୍‌ କରି ଲଙ୍ଗ୍‌ ଆକ୍ସନ୍ ଆଣ୍ଡ୍‌ ଅଦର୍‌ ଆକ୍ଟିଭିଟି’କୁ ଚୟନ କରନ୍ତୁ।

ଏହାପରେ ସର୍ଚ୍ଚ ହିଷ୍ଟ୍ରୀ ଉପରେ କ୍ଲିକ୍‌ କରି କ୍ଲିୟାର୍‌ ହିଷ୍ଟ୍ରୀ ଅପ୍‌ସନ୍‌କୁ ଟଚ୍‌ କରନ୍ତୁ।

ୟାହୁ ସର୍ବେକ୍ଷଣ ରିପୋର୍ଟ: ଫେସବୁକ୍ ୨୦୨୧ର ସବୁଠାରୁ ଖରାପ କମ୍ପାନୀ, ମାଇକ୍ରୋସଫ୍ଟକୁ ସର୍ବୋତ୍ତମ କମ୍ପାନୀ ମାନ୍ଯତା
ନୂଆଦିଲ୍ଲୀ: ୟାହୁ ଫାଇନାନ୍ସ ଦ୍ବାରା କରାଯାଇଥିବା ଏକ ସର୍ଭେରେ ଫେସବୁକକୁ ବିଶ୍ବର ସବୁଠାରୁ ଖରାପ କମ୍ପାନୀ ଭାବେ ନାମିତ କରାଯାଇଛି । ବଡ କମ୍ପାନୀଗୁଡିକ ବିଷୟରେ ଉପଭୋକ୍ତାମାନଙ୍କ ମତ ଜାଣିବା  ସର୍ବେକ୍ଷଣର ଉଦ୍ଦେଶ୍ୟ । ସର୍ବୋତ୍ତମ ଏବଂ ଖରାପ କମ୍ପାନୀଗୁଡିକର ରାଙ୍କିଙ୍ଗ୍ ଏବଂ ତାଲିକାଗୁଡ଼ିକ ୟାହୁ ଦ୍ବାରା ଅଂଶୀଦାର। ଫେସବୁକ ଚଳିତବର୍ଷ ଏହାର ନାମ ମେଟାକୁ ବଦଳାଇଛି।

ମାଇକ୍ରୋସଫ୍ଟକୁ ସର୍ବୋତ୍ତମ କମ୍ପାନୀ ମାନ୍ୟତା

ସର୍ଭେ କରାଯାଇଥିବା ଲୋକମାନେ ମାଇକ୍ରୋସଫ୍ଟକୁ ବର୍ଷର ଶ୍ରେଷ୍ଠ କମ୍ପାନୀ ଆଖ୍ୟା ଦେଇଛନ୍ତି। ଏଥି ସହିତ ଫେସବୁକ୍ କିମ୍ବା ମେଟାକୁ ସବୁଠାରୁ ଖରାପ କମ୍ପାନୀ ଭାବରେ ବିଚାର କରି ମତାମତ ଦିଆଯାଇଛି। ଚାଇନାର ଇ-କମର୍ସ କମ୍ପାନୀ ଆଲିବାବା ଅପେକ୍ଷା ଏହା ୫୦ ପ୍ରତିଶତ ଅଧିକ ଭୋଟ୍ ପାଇଛି, ଯାହା ଦ୍ଵିତୀୟ ଖରାପ କମ୍ପାନୀ ହୋଇଯାଇଛି। ଡିସେମ୍ବର ୪ ଏବଂ ୫ରେ ୟାହୁ ଫାଇନାନ୍ସ ହୋମ୍ପେଜ୍‌ରେ ସର୍ଭେ ମଙ୍କି ଦ୍ବାରା କରାଯାଇଥିଲା। ଏଥିରେ ୧୫୦୦ ରୁ ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଅଂଶଗ୍ରହଣ କରିଥିଲେ।

ମେଟାକୁ ସବୁଠାରୁ ଖରାପ କମ୍ପାନୀ ଭାବେ ବିବେଚନା କରାଯାଉଥିଲା

ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଫେସବୁକ୍ କିମ୍ବା ମେଟାକୁ ବର୍ଷର ସବୁଠାରୁ ଖରାପ କମ୍ପାନୀ ଭାବରେ ବିବେଚନା କରିବାର ପଛରେ ଅନେକ କାରଣ ଥିଲା। ଅନେକ ଉପଭୋକ୍ତା ସେନ୍ସରକୁ ନେଇ କମ୍ପାନୀ ଉପରେ ଅସନ୍ତୁଷ୍ଟ ଥିଲେ, ସେମାନଙ୍କର ଅଭିଯୋଗ ଥିଲା ଯେ, ଫେସବୁକରେ ଉପଭୋକ୍ତାଙ୍କୁ ‘ମୁକ୍ତ ବକ୍ତବ୍ୟ’ ବା ଫ୍ରି କମେଣ୍ଟ ଦେବାର ବିକଳ୍ପ ଦିଆଯାଇ ନ ଥାଏ |

ପ୍ଲାଟଫର୍ମ ଉପଭୋକ୍ତାମାନଙ୍କୁ ସେମାନଙ୍କର ମତ ପ୍ରକାଶ କରିବାକୁ ଏବଂ ସେମାନଙ୍କର ପସନ୍ଦ ଓ ନାପସନ୍ଦ ସେୟାର କରିବାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେବା ଉଚିତ୍। ଏଥିସହିତ ଅନ୍ୟ ଉପଭୋକ୍ତାମାନେ ଉତ୍ତେଜନାମୂଳକ ଧାରଣା ବିସ୍ତାର ପାଇଁ ଏହି ପ୍ଲାଟଫର୍ମକୁ ଦାୟୀ କରିଛନ୍ତି।

ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥିବା ନେଇ ଅଭିଯୋଗ

ସର୍ଭେ କରାଯାଇଥିବା ଇଣ୍ଟରନେଟ୍  ବ୍ୟବହାରକାରୀମାନେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବିଷୟରେ ଭିନ୍ନ ମତ ଦେଇଥିଲେ। କମ୍ପାନୀ ସମଗ୍ର ବିଶ୍ଵରେ ଗଣତନ୍ତ୍ର’କୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିଲା ଏବଂ ବ୍ୟବହାରକାରୀଙ୍କ ମଧ୍ୟରେ ନକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଦାୟୀ କରାଯାଇଥିଲା। ମେଟା ମାଲିକାନାରେ ଥିବା ଇନଷ୍ଟାଗ୍ରାମ ଆପ୍, ନାବାଳକ ବ୍ୟବହାରକାରୀଙ୍କ ମାନସିକ ସ୍ଵାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିବା ଅଭିଯୋଗ ହୋଇଛି ।

କମ୍ପାନୀ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ଆଣିବାକୁ ଚେଷ୍ଟା କଲା, ଯାହା ନକାରାତ୍ମକ ବୋଲି ବିବେଚନା କରାଯାଉଥିଲା।

ପ୍ରସଙ୍ଗରୁ ବିଚ୍ୟୁତ ହେବା ପାଇଁ ନାମ ପରିବର୍ତ୍ତନ କଲେ

ସର୍ବେକ୍ଷଣରେ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଫେସବୁକ ତାର ଭୂଲକୁ ସ୍ବୀକାର କରିବା ସହ କ୍ଷମା ମାଗିବା ଆବଶ୍ୟକ। କମ୍ପାନୀ ଏହାର ଲାଭର ଏକ ଅଂଶ ଦାନ କରିବା ଉଚିତ। କେତେକ ମେଟା ରିବ୍ରାଣ୍ଡିଂକୁ ଏହି ପ୍ରସଙ୍ଗକୁ ବୁଲାଇବା ପାଇଁ ଏକ ଷ୍ଟଣ୍ଟ ଭାବରେ ବିବେଚନା କରୁଥିବାବେଳେ ଅନ୍ୟମାନେ ଏହାକୁ ସୋସିଆଲ ମିଡିଆର ସମ୍ଭାବନା ଏବଂ ଏକ ନୂତନ ମଡେଲ ଭାବରେ ଗ୍ରହଣ କରିଥିଲେ। ସର୍ଭେ ଅଂଶଗ୍ରହଣକାରୀ ମାନେ ମେଟା ବ୍ରାଣ୍ଡିଂ ବିଷୟରେ ମିଶ୍ରିତ ମନୋଭାବ ପୋଷଣ କରିଛନ୍ତି।

ଫେସବୁକ୍ ରିପୋର୍ଟରୁ ପର୍ଦ୍ଦାଫାସ୍: ୨୦୧୯ ନିର୍ବାଚନରେ ମିଥ୍ୟା ଖବର ପ୍ରଚାର କରିଥିଲେ ବିଜେପି-ଆରଏସ୍ଏସ୍
ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବେ ବିବାଦରେ ରହିଛି। ମିଥ୍ୟା ଖବର, ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ, ମାନବ ଚାଲାଣ ଭଳି ଅନେକ ଦାଗ ଏହା ଉପରେ ଲାଗି ସାରିଛି । ଏବେ ଫେସବୁକ ଗତ ଦୁଇ ବର୍ଷର ମଲ୍ଟିପୁଲ ଇଣ୍ଟରନାଲ ରିପୋର୍ଟସରେ କିଛି ଚକିତ କଲାଭଳି ଖୁଲାସା କରିଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମିଥ୍ୟା ଖବର ପ୍ରଚାରପ୍ରସାର କରିଥିଲେ ବୋଲି କୁହାଯାଇଛି। ନିର୍ବାଚନ ସମୟରେ ‘ସଂଖ୍ୟାଲଘୁ ବିରୋଧୀ’ ଏବଂ ‘ମୁସଲମାନ ବିରୋଧୀ’ ମନ୍ତବ୍ୟ ଦିଆଯାଇଥିଲା। ୨୦୨୦ର ଏକ ରିପୋର୍ଟରେ ଏହା ଲୋକଙ୍କ ସମ୍ମୁଖକୁ ଅଣାଯାଇଛି। ଗତ ୧୮ ମାସ ମଧ୍ୟରେ ଏଭଳି ପୋଷ୍ଟ ଅହେତୁକ ବୃଦ୍ଧି ପାଇଥିଲା। ଏହା ବ୍ୟତୀତ ପଶ୍ଚିମବଙ୍ଗ ସହିତ ବିଧାନସଭା ନିର୍ବାଚନରେ ଏଭଳି ପୋଷ୍ଟ ମାଧ୍ୟମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରେ ବୋଲି ଆଶଙ୍କା କରାଯାଇଥିଲା। ହିଂସା ସୃଷ୍ଟିକାରୀ ପୋଷ୍ଟକୁ ଫେସବୁକ ରେଡଫ୍ଲାଗ ଦିଆଯାଇଥାଏ । କାରଣ ଏହା ଦ୍ଵାରା ବିପଦ ଆଶଙ୍କା ଥାଏ। ଏଭଳି ପୋଷ୍ଟରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ଚେତାବନୀ ଦିଆଯାଏ। ଫେସବୁକ ପ୍ରାୟ ସମସ୍ତ ରିପୋର୍ଟରେ ଭାରତକୁ ଅଧିକ ବିପଦ ଥିବା ଦେଶ(ଏଆରସି) ଶ୍ରେଣୀରେ ରଖୁଛି। ଏହାର ଅର୍ଥ ହେଲା ଅନ୍ୟ ଦେଶ ତୁଳନାରେ ଭାରତରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସାମାଜିକ ହିଂସା ହେବାର ସର୍ବାଧିକ ବିପଦ ରହିଛି।

ୟୁନାଇଟେଡ ଷ୍ଟେଟେସ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ( ଏସଇସି)ଙ୍କୁ କୁହାଯାଇଛି ଯେ ଦଲିଲରେ ଅନେକ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି। ଫେସବୁକର ପୂର୍ବତନ କର୍ମଚାରୀ ତଥା ହ୍ବିସିଲ୍‌ବ୍ଲୋୟର ଫ୍ରାନ୍ସେସ ହୋଗେନଙ୍କ ଆଇନ ପରାମର୍ଶଦାତାଙ୍କ ଦ୍ବାରା ସଂଶୋଧିତ ଏହି ରିପୋର୍ଟକୁ ଆମେରିକା କଂଗ୍ରେସକୁ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ହିଂସା ବିପଦକୁ ବଢାଇବା ନେଇ ହେଟ୍ ସ୍ପିଚ(ଘୃଣାସୃଷ୍ଟିକାରୀ ମନ୍ତବ୍ୟ) ଏବଂ ଆପତ୍ତିଜନକ ପୋଷ୍ଟ ସେୟାର କରାଯାଉଥିଲା। ଏଥିରେ ସଂଖ୍ୟାଲଘୁ ଗୋଷ୍ଠୀକୁ କରୋନା ସମ୍ବନ୍ଧିତ ଭୁଲ ସୂଚନା ପ୍ରଚାରପ୍ରସାରରେ ସାମିଲ କରାଯାଇଥିଲା। ଅନେକ ସମାଚାର ଏଜେନ୍ସି ଆମେରିକା କଂଗ୍ରେସକୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିଛନ୍ତି । ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୧ର ଏକ ଅନ୍ତରୀଣ ରିପୋର୍ଟରେ ଦାବି କରାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଫେସବୁକରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ପୋଷ୍ଟକୁ ରେଡ୍‌ଫ୍ଲାଗରେ ଚିହ୍ନଟ କରାଯାଇଛି। ଏଥିରେ ମୁସଲମାନ ଆସାମର ଲୋକଙ୍କ ଉପରେ ଜୈବିକ ଆକ୍ରମଣ କରିପାରନ୍ତି ବୋଲି କୁହାଯାଇଛି। ଏହା ଦ୍ଵାରା ଯକୃତ, କିଡନୀ ଏବଂ ହୃଦୟ ସମ୍ବନ୍ଧିତ ରୋଗ ସୃଷ୍ଟି ହୋଇପାରେ। ଏ ବିଷୟରେ ଶ୍ରୀ ଶର୍ମାଙ୍କୁ ପଚରା ଯିବାରୁ ସେ କିଛି ଜାଣି ନଥିବା କହିଥିଲେ।

ଅନ୍ୟ ଏକ ଅନ୍ତରୀଣ ରିପୋର୍ଟ ‘ଭାରତରେ ସାମ୍ପ୍ରଦାୟିକ ସଂଘର୍ଷ’ରେ କୁହାଯାଇଛି ଯେ ଇଂରାଜୀ, ବଙ୍ଗାଳୀ ଏବଂ ହିନ୍ଦୀରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରାଯାଇଥିଲା। ୨୦୧୯ ଡିସେମ୍ବର ଏବଂ ୨୦୨୦ ମାର୍ଚ୍ଚରେ ଏହି ପୋଷ୍ଟ ହୋଇଥିଲା। ଫେସବୁକ ମଧ୍ୟ ଏହାକୁ ଆଗକୁ ବଢାଇ ଥିଲା। ୨୦୨୧ର ଫେସବୁକର ଅନ୍ୟ ଏକ ଅନ୍ତରୀଣ ରିପୋର୍ଟ ଅନୁଯାୟୀ ‘ଇଣ୍ଡିଆ ହାର୍ମଫୁଲ ନେଟୱର୍କ(ଭାରତର ବିପଜ୍ଜନକ ନେଟୱର୍କ)’ ଶୀର୍ଷକରେ ଟିଏମସି ସହ ସମ୍ବନ୍ଧ ରଖିଥିବା ଏକ ଗୋଷ୍ଠୀ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିଥିଲା । ଅନ୍ୟପକ୍ଷରେ ଆରଏସଏସ ଏବଂ ବିଜେପି ସହ ସମ୍ପର୍କ ରଖିଥିବା ଗ୍ରୁପର ପୋଷ୍ଟରେ ‘ଲଭ୍ ଜିହାଦକୁ’ ହ୍ୟାସଟ୍ୟାଗ କରାଯାଇଥିଲା । ଇସ୍‌ଲାମ ବିରୋଧ ବିଷୟବସ୍ତୁ ଥିବା ପୋଷ୍ଟରେ ମଧ୍ୟ ହ୍ୟାସଟ୍ୟାଗ ବ୍ୟବହାର ହୋଇଥିଲା। ଏହାକୁ ନେଇ ବିଜେପ- ଆରଏସଏସ ଏବଂ ଟିଏମ୍‌ସିକୁ ପଚରା ଯିବାରୁ କୌଣସି ଉତ୍ତର ମିଳିନଥିଲା ।

ଫେସବୁକର ନାଁ ହେଲା ପରିବର୍ତ୍ତନ : ଏଣିକି ‘ମେଟା’ ନାଁରେ ପରିଚିତ ହେବ ଫେସବୁକ୍‌
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଫେସବୁକ୍‌’ର ନାମ ବଦଳି ଯାଇଛି। ଏହା ଏବେ ‘ମେଟା’ ନାମରେ ପରିଚିତ ହେବ। ଗୁରୁବାର ବିଳମ୍ବିତ ରାତିରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। କମ୍ପାନୀର ଏକ ଯୋଗାଯୋଗ କାର୍ଯ୍ୟକ୍ରମରେ ଜୁକରବର୍ଗ କହିଛନ୍ତି ଯେ ଆମେ ଏଭଳି ଏକ କମ୍ପାନୀ ପ୍ରସ୍ତୁତି କରିଛୁ, ଯିଏ ଲୋକଙ୍କ ପାଖରେ ଟେକ୍ନୋଲୋଜିକୁ ପହଞ୍ଚାଇଛି। ଏଥିପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଏହା ମାଧ୍ୟମରେ ଏକ ବୃହତ ଅର୍ଥନୀତି ପ୍ରସ୍ତୁତ କରିଛୁ। କିଛି ଦିନ ହେଲା ଫେସବୁକର ନାମ ବଦଳିବ ବୋଲି ଚର୍ଚ୍ଚା ହେଉଥିଲା। ଔପଚାରିକ ଭାବେ ଗୁରୁବାର ଏହାର ନୂଆ ନାମ ଘୋଷଣା କରାଯାଇଛି। ଜୁକରବର୍ଗ କହିଛନ୍ତି ଯେ ନୂଆ ନାମ ସହିତ ଆମ ଆଭିମୁଖ୍ୟର ମଧ୍ୟ ଝଲକ ଦେଖିବାକୁ ମିଳୁଛି।

ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଛନ୍ତି । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାଯାଇଛି। ଏଣିକି ଏହା ‘ମେଟା’ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ତା’ର ପୂର୍ବ ସୁବିଧା ବ୍ୟବହାରକାରୀଙ୍କୁ ଯୋଗାଇ ଦେବ । ଏହା ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କର୍ପୋରେଟ ସଂସ୍ଥାର ବ୍ରାଣ୍ଡରେ ଏକ ବୃହତ୍ତ ପରିବର୍ତ୍ତନ ବୋଲି କୁହାଯାଉଛି।

ଆମେ କ’ଣ କରିବାକୁ ଚାହୁଁଛୁ ତାହା ମଧ୍ୟ ସ୍ପଷ୍ଟ ହେଉଛି। ପୁରୁଣା ନାମ ସମ୍ପୂର୍ଣ୍ଣ ଏବଂ ସଠିକ ଭାବେ ଆମର ପରିଚୟ ଦେବାରେ ସେତେ ସଫଳ ହୋଇନଥିଲା। ଏହା ସତ୍ତ୍ବେ ଲୋକମାନେ ଆମ ସହ ରହିଥିଲେ। ଆଗାମୀ ଦିନରେ ନୂଆକରି ଆମେ ନିଜକୁ ଉପସ୍ଥାପନ କରିବୁ ବୋଲି ଜୁକରବର୍ଗ କହିଛନ୍ତି।

୫୮ ବର୍ଷ ପରେ ଫେସ୍‌ବୁକ୍ ସହାୟତାରେ ବାପାଙ୍କୁ ପାଇଲେ ମହିଳା
ଲଣ୍ଡନ: ଦୀର୍ଘ ୫୮ ବର୍ଷ ପରେ ଯୁକ୍ତରାଜ୍ୟର ଲିକୋସାୟର ସହରର ୫୯ ବର୍ଷୀୟା ମହିଳା ଜୁଲି ଲୁଣ୍ଡ ଫେସ୍‌ବୁକ୍‌ ସହାୟତାରେ ତାଙ୍କ ପିତାଙ୍କ ସନ୍ଧାନ ପାଇଛନ୍ତି। ଜୁଲି ବର୍ଷ ବର୍ଷ ଧରି ତାଙ୍କ ପିତାଙ୍କ ସନ୍ଧାନରେ ଥିବା ବେଳେ ନିକଟରେ ଟୁନୀୟ ଫେସବୁକ ଗ୍ରୁପକୁ ଏଥିପାଇଁ ସହାୟତା ମାଗିଥିଲେ। ସେ ଫେସ୍‌ବୁକ୍‌ରେ ନିଜର ପିଲା ଦିନର ଫଟୋ ମଧ୍ୟ ଶେୟାର କରିଥିଲେ। ତେବେ କିଛି ଦିନ ଭିତରେ ତାଙ୍କୁ ଯେଭଳି ସଫଳତା ମିଳିଥିଲା ତାହାକୁ ବିଶ୍ବାସ କରିପାରୁନାହାନ୍ତି ଜୁଲି। ତାଙ୍କ ପିତା ବ୍ରାଏନ୍ ରୋଥେରୀ ଜୁଲି ରହୁଥିବା ସହର ଠାରୁ ମାତ୍ର ଏକ ଘଣ୍ଟାର ବାଟ ପଶ୍ଚିମ ୟର୍କଶାୟାରର ଡ୍ୟୁସବେରୀରେ ରହୁଥିଲେ। ତେବେ ପିତାଙ୍କୁ ପାଇଁ ସେ ଆତ୍ମହରା ହୌପଡ଼ିଥିବା ବେଳେ ବ୍ରିଆନ୍ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି।

ସିସିଟିଭି ଓ ଫେସବୁକ୍‍ ଯୋଗୁ ମୋବାଇଲ ଲୁଟିଆକୁ ଧରିଲେ ଦୋକାନୀ
ଧର୍ମଶାଳା: ସିସିଟିଭି ଓ ଫେସବୁକ ସେୟାରରୁ ମୋବାଇଲ ଲୁଟିଆର ପରିଚୟ ମିଳିଲା। ଚୋରି ମୋବାଇଲ ବି ମିଳିଗଲା। ଏଭଳି ଘଟଣା ଆଜି ବେଶ ଚର୍ଚ୍ଚାର ବିଷୟ ହୋଇଛି ଜାରକା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ୍ତ ଦାସଙ୍କ ଜାରକା ଶାନ୍ତି ବଜାର ଠାରେ ମାଆ ଫର୍ଟିଲାଇଜର ସାର ଦୋକାନ ରହିଛି। ଆଜି ଅପରାହ୍ନ ସମୟରେ ପ୍ରଦୀପ୍ତ ପରିଶ୍ରା କରିବାକୁ ଦୋକାନ ବାହାରକୁ ଯାଇଥିଲେ। ପରେ ଦୋକାନକୁ ଆସି ମୋବାଇଲଟିକୁ ନପାଇବା ପରେ ସିସି କ୍ୟାମେରା ଦେଖିଥିଲେ। ଜଣେ ହାପ୍‍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧା ଯୁବକ ହଠାତ୍‍ ଦୋକାନକୁ ଆସି ଚାର୍ଜରେ ବସିଥିବା ମୋବାଇଲକୁ ନିମିଷକ ମଧ୍ୟରେ ପକେଟରେ ପଶେଇ ଧରି ଚାଲିଯାଉଛି। ଏହି ଚୋରି ଦୃଶ୍ୟ ଦୋକାନର ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇ ରହିଥିଲା। ସେ ଏହି ଚୋରି ଦୃଶ୍ୟକୁ ସଙ୍ଗେ ସଙ୍ଗେ ଫେସବୁକରେ ସେୟାର କରିବା ପରେ ଚୋର ଯୁବକର ପରିଚୟ ମିଳିଯାଇଥିଲା। ସ୍ଥାନୀୟ ନିଳକଣ୍ଠପୁର ଗ୍ରାମର ଯୁବକ ବୋଲି ଜଣାପଡ଼ିଥିଲା। ଦୋକାନୀ ତାଙ୍କ ଘରକୁ ଯାଇ ପରିବାର ଠାରୁ ଚୋରି ମୋବାଇଲକୁ ଉଦ୍ଧାର କରିଥିଲେ। ହେଲେ ଯୁବକ ଜଣଙ୍କ ଧରାଛୁଆଁ ଦେଇ ନ ଥିଲେ। ଏନେଇ ଥାନାରେ ଏତଲା କରିବେ ବୋଲି ଜଣାଯାଇଛି। ଏଥିପୂର୍ବରୁ ସମାନ ଶୈଳୀରେ ଜାରକା ବଜାରରେ ଥିବା ଏକ ସାଇକେଲ ଷ୍ଟୋରରୁ ମାଲିକ ତଥା ସମିତିସଭ୍ୟ ଜଳଧର ସାହୁଙ୍କ ମୋବାଇଲ ଚୋରି ହୋଇଥିଲା।