USA - The Sakala

ଇରାନ ବନ୍ଦର ଉପରେ ଆମେରିକାର ଅବରୋଧ ‘ବିପଜ୍ଜନକ ଓ ଦାୟିତ୍ୱହୀନ’: ଚୀନ
ନୂଆଦିଲ୍ଲୀ: ଇରାନ ବନ୍ଦରଗୁଡ଼ିକରେ ଆମେରିକା ଦ୍ୱାରା କରାଯାଇଥିବା ଅବରୋଧକୁ ଚୀନ୍ ଦାୟିତ୍ୱହୀନ ଏବଂ ବିପଜ୍ଜନକ ବୋଲି କହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବନ୍ଦରରେ ପ୍ରବେଶ କିମ୍ବା ପ୍ରସ୍ଥାନ କରୁଥିବା ଯେକୌଣସି ଡଙ୍ଗାକୁ ବୁଡ଼ାଇ ଦେବାକୁ ଧମକ ଦେବା ପରେ ଚୀନ୍ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେରିକାର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଲକ୍ଷ୍ୟଭିତ୍ତିକ ଅବରୋଧ କେବଳ ଉତ୍ତେଜନା ବୃଦ୍ଧି କରିବ। ଏହା ଦ୍ୱାରା ପୂର୍ବରୁ ଦୁର୍ବଳ ଥିବା ଅସ୍ତ୍ରବିରତି ଚୁକ୍ତି କ୍ଷତିଗ୍ରସ୍ତ ହେବା ସହ ପ୍ରଣାଳୀ ଦେଇ ଯାତାୟାତର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେବ। ଏଭଳି ଆଚରଣକୁ ସେ ଏକ ବିପଜ୍ଜନକ ଏବଂ ଦାୟିତ୍ୱହୀନ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି।

ଅନ୍ୟପକ୍ଷରେ, ଇରାନର ସାଂସଦ ଇବ୍ରାହିମ୍ ରେଜାଇ ଚେତାବନୀ ଦେଇଛନ୍ତି ଯେ, ଯଦି ତେହେରାନର ପ୍ରମୁଖ ଦାବିଗୁଡ଼ିକୁ ପୂରଣ ନକରାଯାଏ ତେବେ ଆମେରିକା ସହ ଅସ୍ତ୍ରବିରତି ଚୁକ୍ତିର ଅବଧି ବୃଦ୍ଧି କରାଯିବା ଉଚିତ୍ ନୁହେଁ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ହାସଲ କରିବା ଇରାନର ଏକ ପ୍ରମୁଖ ଦାବି ଅଟେ। ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଇରାନର ଅଧିକାରକୁ ସ୍ୱୀକୃତି ନମିଳେ ତେବେ ଦେଶ ପୁଣିଥରେ ଯୁଦ୍ଧକୁ ଫେରିବ।

ସାମାଜିକ ଗଣମାଧ୍ୟମ 'ଏକ୍ସ' ରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଯଦି ଏହି ଦାବିଗୁଡ଼ିକ ପୂରଣ ନହୁଏ, ତେବେ ଆମେରିକା ଏବଂ ଇସ୍ରାଏଲ୍ ସହିତ ଶତ୍ରୁତା ଜାରି ରହିବ। ଏହି ଘଟଣାକ୍ରମ ଆନ୍ତର୍ଜାତୀୟ ସ୍ତରରେ ପୁଣିଥରେ ଯୁଦ୍ଧର ଆଶଙ୍କାକୁ ବଢ଼ାଇ ଦେଇଛି।

ମୁମ୍ବାଇ ଉପକୂଳରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ଇରାନ ସହ ଜଡିତ ୩ ଆମେରିକା-ପ୍ରତିବନ୍ଧିତ ତୈଳ ଟ୍ୟାଙ୍କର ଜବତ
ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ମୁମ୍ବାଇ ଉପକୂଳରେ ଏକ ବଡ଼ ଧରଣର ଅଭିଯାନ ଚଳାଇ ତିନୋଟି ବିଦେଶୀ ତୈଳ ଟ୍ୟାଙ୍କରକୁ ଜବତ କରିଛି। ରିପୋର୍ଟ ଅନୁଯାୟୀ, ଏହି ତିନୋଟି ଜାହାଜ ଇରାନ ସହ ଜଡିତ ଥିବାବେଳେ ଆମେରିକା ଦ୍ୱାରା ଏଗୁଡିକ ଉପରେ କଟକଣା ଲଗାଯାଇଥିଲା। ସମୁଦ୍ର ମଧ୍ୟରେ ବେଆଇନ ଭାବେ ତୈଳ ହସ୍ତାନ୍ତର (ship-to-ship transfer) କରୁଥିବା ସନ୍ଦେହରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କେଉଁ ଜାହାଜଗୁଡିକ ଜବତ ହୋଇଛି?

ଜବତ ହୋଇଥିବା ତିନୋଟି ଟ୍ୟାଙ୍କରର ନାମ ହେଉଛି Stellar Ruby, Asphalt Star ଏବଂ Al Jafzia। ଏହି ଜାହାଜଗୁଡିକ ମୁମ୍ବାଇ ଉପକୂଳରୁ ପ୍ରାୟ ୧୦୦ ନଟିକାଲ ମାଇଲ ଦୂରରେ ସନ୍ଦିଗ୍ଧ ଅବସ୍ଥାରେ ଗତିବିଧି କରୁଥିଲେ। ସୂଚନା ମୁତାବକ, ଏହି ଜାହାଜଗୁଡିକ ବାରମ୍ବାର ନିଜର ପରିଚୟ ବଦଳାଇ ଆଇନର ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଥିଲେ।

ଆମେରିକା ଲଗାଇଥିଲା କଟକଣା

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଜାହାଜଗୁଡିକ ଉପରେ ଆମେରିକା ପୂର୍ବରୁ ଆର୍ଥିକ କଟକଣା (US Sanctions) ଲଗାଇ ସାରିଛି। ଏଗୁଡିକ ଇରାନରୁ ବେଆଇନ ଭାବେ ତୈଳ ପରିବହନ କରୁଥିବା ଅଭିଯୋଗ ରହିଛି। ଭାରତୀୟ ଅଧିକାରୀମାନେ ଏହି ଜାହାଜଗୁଡିକୁ ଅଟକାଇବା ପରେ ମୁମ୍ବାଇ ବନ୍ଦରକୁ ଅଧିକ ତଦନ୍ତ ପାଇଁ ଆଣିଛନ୍ତି। ଏହି ଘଟଣା ପରେ ଭାରତୀୟ ସମୁଦ୍ର ସୀମାରେ ନିରୀକ୍ଷଣକୁ କଡାକଡି କରାଯାଇଛି।

ଇରାନର ପ୍ରତିକ୍ରିୟା

ଅନ୍ୟପକ୍ଷରେ, ଇରାନର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ (National Iranian Oil Company) ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛି। କମ୍ପାନୀ ଦାବି କରିଛି ଯେ ଜବତ ହୋଇଥିବା ଟ୍ୟାଙ୍କର କିମ୍ବା ଏଥିରେ ଥିବା ସାମଗ୍ରୀ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଭାରତ ସରକାର ଏହି ମାମଲାର ଗଭୀର ତଦନ୍ତ ଜାରି ରଖିଛନ୍ତି।

ଗ୍ରୀନଲ୍ୟାଣ୍ଡ ବିବାଦ: ଟ୍ରମ୍ପଙ୍କୁ ଡେନମାର୍କର କଡ଼ା ଚେତାବନୀ, ଆକ୍ରମଣ ହେଲେ ‘ପ୍ରଥମେ ଗୁଳି, ପରେ କଥା’
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନିଜ ଅଧୀନକୁ ନେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରୁଥିବା ବେଳେ ଡେନମାର୍କ ଏକ କଡ଼ା ଚେତାବନୀ ଦେଇଛି। ଡେନମାର୍କ ସ୍ପଷ୍ଟ କରିଛି ଯେ ଯଦି ଗ୍ରୀନଲ୍ୟାଣ୍ଡ ଉପରେ କୌଣସି ଆକ୍ରମଣ ହୁଏ, ତେବେ ସେଠାରେ ମୁତୟନ ଥିବା ସୈନ୍ୟମାନଙ୍କୁ 'ପ୍ରଥମେ ଗୁଳି ଚଲାଅ ଏବଂ ପରେ ପ୍ରଶ୍ନ କରିବ' ପାଇଁ ନିର୍ଦ୍ଦେଶ ରହିଛି।

ଡେନମାର୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୧୯୫୨ ମସିହାର ଏକ ନିୟମ ଅନୁଯାୟୀ ଦେଶର ସୈନ୍ୟମାନଙ୍କୁ ବିଦେଶୀ ଆକ୍ରମଣର ତୁରନ୍ତ ଜବାବ ଦେବାକୁ କ୍ଷମତା ଦିଆଯାଇଛି। ଏହି ନିୟମ ଅନୁସାରେ, ଆକ୍ରମଣ ସମୟରେ ସୈନ୍ୟମାନେ ରାଜନୈତିକ ଅନୁମତି କିମ୍ବା ଔପଚାରିକ ନିର୍ଦ୍ଦେଶକୁ ଅପେକ୍ଷା ନକରି ତୁରନ୍ତ ଯୁଦ୍ଧ ଆରମ୍ଭ କରିବେ। ଆକ୍ରମଣକାରୀ ଶକ୍ତି ଯିଏ ବି ହେଉନା କାହିଁକି, ଡେନମାର୍କ ନିଜର ସୁରକ୍ଷା ପାଇଁ ଏହି ନିୟମ ପାଳନ କରିବ ବୋଲି ରୋକଠୋକ ଶୁଣାଇ ଦେଇଛି।

ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ ଆଭିମୁଖ୍ୟକୁ ନେଇ ସମଗ୍ର ୟୁରୋପରେ ଚିନ୍ତା ବଢିବାରେ ଲାଗିଛି। ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍-ନୋଏଲ ବାରୋଟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ୟୁରୋପୀୟ ଦେଶମାନେ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ଅନ୍ୟପକ୍ଷରେ, ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଭେନେଜୁଏଲା ଭଳି ସାମରିକ ହସ୍ତକ୍ଷେପ ଆଶଙ୍କାକୁ ଖଣ୍ଡନ କରିଥିଲେ ମଧ୍ୟ ଡେନମାର୍କ କୌଣସି ବିପଦକୁ ହାଲୁକା ଭାବେ ନେଉନାହିଁ।

ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଗ୍ରୀନଲ୍ୟାଣ୍ଡବାସୀଙ୍କୁ ଡେନମାର୍କଠାରୁ ଅଲଗା ହେବା ପାଇଁ ଆର୍ଥିକ ପ୍ରଲୋଭନ ଦେଖାଉଛି। ଆମେରିକା ଗ୍ରୀନଲ୍ୟାଣ୍ଡର ପ୍ରତ୍ୟେକ ନାଗରିକଙ୍କୁ ୧୦,୦୦୦ରୁ ୧,୦୦,୦୦୦ ଡଲାର ପର୍ଯ୍ୟନ୍ତ ନଗଦ ଟଙ୍କା ଦେବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତେବେ ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୫୭,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପର ଲୋକମାନେ ଡେନମାର୍କରୁ ସ୍ୱାଧୀନତା ଚାହୁଁଥିଲେ ମଧ୍ୟ ଆମେରିକା ସହ ମିଶିବାକୁ ଇଚ୍ଛୁକ ନୁହନ୍ତି।

ଓପନ୍‌ ଏଆଇର ସିଇଓ ପଦରୁ ବହିଷ୍କୃତ ହେଲେ ସାମ୍ ଅଲ୍ଟମ୍ୟାନ
ନୂଆଦିଲ୍ଲୀ: ଚାଟ୍-ଜିପିଟି ପ୍ରସ୍ତୁତ କରିଥିବା ଓପନ୍‌ ଏଆଇର ସିଇଓ ପଦରୁ ସାମ୍ ଅଲ୍‌ଟମ୍ୟାନ୍ ବହିଷ୍କୃତ । ଚାଟ୍‌ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ।

କମ୍ପାନୀର ସୂଚନା ଅନୁଯାୟୀ, ଓପନ ଏଆଇ ବୋର୍ଡକୁ ଅଲ୍ଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା। ଯେଉଁଥିପାଇଁ ପଦରୁ ହଟାଇ ଦିଆଯାଇଛି । ତେବେ ସାମଙ୍କ ପରେ କମ୍ପାନୀର ପ୍ରମୁଖ ଟେକ୍ନୋଲୋଜି ଅଫିସର ମିରା ମୁର୍ତ୍ତୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଖୁବ୍ ଶୀଘ୍ର ସ୍ଥାୟୀ ସିଇଓଙ୍କୁ ଚୟନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଅଲ୍ଟମ୍ୟାନଙ୍କ ବରଖାସ୍ତ ସମଗ୍ର ଟେକ୍ନୋଲୋଜି ଜଗତକୁ ଆଶ୍ଚର୍ଯ୍ୟ କରିଛି।

ସାମ ଅଲ୍ଟମ୍ୟାନଙ୍କ ବହିଷ୍କାର ପରେ କମ୍ପାନୀର ସହ-ପ୍ରତିଷ୍ଠାତା ତଥା ପ୍ରେସିଡେଣ୍ଟ ଗ୍ରେଗ ବ୍ରୋକମ୍ୟାନ ମଧ୍ୟ OpneAIରୁ ଇସ୍ତଫା ଦେଇଛନ୍ତି। ସାମ୍‌ ଅଲ୍‌ଟ୍‌ମ୍ୟାନ୍‌ଙ୍କୁ ବହିଷ୍କାର କରାଯିବାର ଅଳ୍ପ କେତେ ଘଣ୍ଟା ପରେ ‘ଓପେନ୍‌ଏଆଇ’ର ସହ-ସଂସ୍ଥାପକ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ଇସ୍ତଫା ଦେଇଛନ୍ତି।

୨୦୨୨ରେ ଚାଟ୍‌ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍‌ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍‌ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍‌ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।

ରୁଷିଆରୁ ତୈଳ ଆମଦାନୀ ବନ୍ଦକଲେ ବହୁରାଷ୍ଟ୍ର; ତ୍ରାଣକର୍ତ୍ତା ସାଜିପାରେ ଭେନେଜୁଏଲା
ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ଵରେ ସମ୍ପ୍ରତି ତୈଳ ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସମୟରେ ଆମେରିକା ରୁଷଠାରୁ ତେଲ ଏବଂ ଗ୍ୟାସ ଆମଦାନୀ ନ କରିବାକୁ ଘୋଷଣା କରିଛି । ଅନ୍ୟପକ୍ଷରେ ରୁଷିଆ ମଧ୍ୟ ୟୁରୋପକୁ ତୈଳ ଯୋଗାଣ ନ କରିବାକୁ ଧମକ ଦେଇଛି। ରୁଷିଆ ଉପରେ ଆମେରିକା କଟକଣା ଘୋଷଣା କରିବା ପରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ପ୍ରାୟ ୩୫ ଡଲାର ବୃଦ୍ଧି ପାଇଛି। ଏହିଭଳି ପରିସ୍ଥିତିରେ ରୁଷର ବିକଳ୍ପ ଭାବେ ଆମେରିକା ତା’ର ତେଲ ଚାହିଦା ପୂରଣ କରିବା ପାଇଁ ବିଶ୍ବର ଅନ୍ୟତମ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭେନେଜୁଏଲା ଉପରେ ନଜର ପକାଇଛି। ତେଣୁ ଏହି ସମୟରେ ଭେନେଜୁଏଲା ତୈଳ ଯୋଗାଣ କ୍ଷେତ୍ରରେ ଆମେରିକା ପାଇଁ ତ୍ରାଣକର୍ତ୍ତା ସାଜିପାରେ। ଅପରପକ୍ଷେ ଆମେରିକାର ଅଧିକାରୀମାନେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଶନିବାର ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କୁ ଭେଟିଛନ୍ତି।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ଭେନେଜୁଏଲା ତୈଳ ସଙ୍କଟ ମେଣ୍ଟାଇବା ପାଇଁ ଯୋଗାଣ ବୃଦ୍ଧି କରିବାକୁ ସଙ୍କେତ ଦେଇଛି। ଏହି ରିପୋର୍ଟ ଅନୁଯାୟୀ, ଆମେରିକା ଚୁଷଠାରୁ ପ୍ରାୟ ୮-୧୦% ତେଲ ଆମଦାନି କରିଥାଏ। ଶକ୍ତି ସୂଚନା ଏଜେନ୍ସି ରିପୋର୍ଟ ଅନୁଯାୟୀ, ଆମେରିକା ଗତ ବର୍ଷ ୬, ୭୨,୦୦୦ ବ୍ୟାରେଲ ଅଶୋଧୀତ ତୈଳ ଏବଂ ବିଶୋଧ ସାମଗ୍ରୀ ରୁଷିଆରୁ ଆମଦାନୀ କରିଥିଲା । କିନ୍ତୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ ରୁଷରୁ ତୈଳ ଓ ଗ୍ୟାସ ଆମଦାନୀ କରିବନାହିଁ । ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ପାଇଁ ଆମକୁ ମଧ୍ୟ ମୂଲ୍ୟ ଦେବାକୁ ପଡିବ। ଏହା ଆମେରିକା ଉପରେ ମଧ୍ୟ ପ୍ରଭାବ ପକାଇବ। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଡୁରୋ ସୂଚାଇ ଦେଇଛନ୍ତି ଯେ ଯଦି ରୁଷର ତେଲକୁ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରାଇ ନ ଦିଆଯାଏ ତେବେ ଭେନେଜୁଏଲା ଏହାର ତୈଳ ଉତ୍ପାଦନ ବୃଦ୍ଧି କରିପାରିବ। ତେବେ ବର୍ତ୍ତମାନ ସମୟରେ ଆମେରିକା ଭେନେଜୁଏଲାର ତୈଳ ଶିଳ୍ପ ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ରୁଷରୁ ଆସୁଥିବା ତୈଳର ବିକଳ୍ପ ସୃଷ୍ଟି କରିବା ଏବଂ ଅଶୋଧିତ ତେଲ ଦରରେ ହେଉଥିବା ବୃଦ୍ଧି ରୋକିବା ପାଇଁ ବାଇଡେନ୍ ପ୍ରଶାସନ ବର୍ତ୍ତମାନ ଭେନେଜୁଏଲା ଉପରୁ ଏହି ପ୍ରତିବନ୍ଧକ ହଟାଇବାକୁ ଚିନ୍ତା କରୁଛି।

ବିଶ୍ବରେ ପ୍ରଥମ: ମନୁଷ୍ୟର ବିନା ସହାୟତାରେ ସଫଳ ଅସ୍ତ୍ରୋପଚାର କଲା ରୋବୋଟ୍‌
ୱାଶିଂଟନ(ଏଜେନ୍ସି): ରୋବୋଟିକ୍ସ କ୍ଷେତ୍ରରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋଟ ମନୁଷ୍ୟ ସହାୟତା ବିନା ସଫଳ ଅସ୍ତ୍ରୋପଚାର କରିଛି। ଆମେରିକାର ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟିର ସ୍ମାର୍ଟ ଟିସୁ ଅଟୋନମସ ରୋବୋଟ (ଷ୍ଟାର) ଏକ ଘୁଷୁରୀର ସ୍ନାୟୁ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି। ଗବେଷକଙ୍କ ଅନୁଯାୟୀ ରୋବୋଟିକ୍ସ କ୍ଷେତ୍ରରେ ଏହା ବହୁତ ବଡ଼ ଉପଲବ୍ଧି। ଏହି ରୋବୋଟ ମନୁଷ୍ୟ ତୁଳନାରେ ବହୁତ ଭଲ ଅସ୍ତ୍ରୋପଚାର କରିଥିଲା। ଏହି ଅସ୍ତ୍ରୋପଚାରରେ ରୋବୋଟ ଘୁଷୁରୀ ଅନ୍ତନଳୀର ୨ଟି ସ୍ନାୟୁକୁ ଯୋଡିଥିଲା। ଏ ପର୍ଯ୍ୟନ୍ତ ୪ଟି ପଶୁଠାରେ ଏଭଳି ଅସ୍ତ୍ରୋପଚାର କରାଯାଇଛି। ଏହି ସମୟରେ ରୋବୋଟ ଜଣେ କୁଶଳୀ ଡାକ୍ତର ଭାବେ ଅସ୍ତ୍ରୋପଚାର କରିଥିଲା। ଏହି ଗବେଷଣାର ପ୍ରମୁଖ ଡାକ୍ତର ଏକ୍ସେଲ କ୍ରିଏଗର କହିଛନ୍ତି ଯେ ପେଟ ଭିତରେ ୨ଟି ଅନ୍ତନଳୀକୁ ଯୋଡିବା ଚ୍ୟାଲେଞ୍ଜିଂ କାମ ହୋଇଥାଏ। ଏଥିପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ପଡ଼ିଥାଏ। ଅସ୍ତ୍ରୋପଚାର ସମୟରେ ସାମାନ୍ୟ ଅସାବଧାନତା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଅସ୍ତ୍ରୋପଚାରର ଏକ କଠିନ କାମକୁ ରୋବୋଟ ସଫଳ କରି ଦେଖାଇଛି।

ହ୍ବାଇଟ୍ ହାଉସ୍‌ଠାରୁ ବି ଆହୁରି ସୁରକ୍ଷିତ ଏହି କୋଠା; ଲାଗିଛି ୨୨ ଟନ୍ ର କବାଟ, ଜଗିଛନ୍ତି ୩୦ ହଜାର ସୈନ୍ୟ
ବିଶ୍ବସ୍ତରରେ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରାସାଦ ହ୍ବାଇଟ୍ ହାଉସ୍‌କୁ ସବୁଠାରୁ ସୁରକ୍ଷିତ କୋଠା ବୋଲି ବିବେଚନା କରାଯାଉଛି। ହ୍ବାଇଟ୍ ହାଉସ୍‌ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ୨୫ ହଜାର ସୈନିକ ଏହାର ସୁରକ୍ଷା ଦାୟିତ୍ବରେ ଥାଆନ୍ତି। କିନ୍ତୁ ଆମେରିକାରେ ଆଉ ଏକ କୋଠା ରହିଛି, ଯାହାକୁ ୩୦ ହଜାର ସୈନିକ ଜଗି ରହିଛନ୍ତି। ୧୯୩୨ ମସିହାରେ ନିର୍ମିତ ଏହି କୋଠାର ଚତୁର୍ଦ୍ଦିଗ ସୁଉଚ୍ଚ ପାଚେରି ଦ୍ବାରା ଆବଦ୍ଧ କରାଯାଇଛି, ଯାହାକି ମୋଟା ଶକ୍ତିଶାଳୀ ଗ୍ରାନାଇଟ୍ ଦ୍ବାରା ନିର୍ମିତ । ଏହି କୋଠାର ସମ୍ପୂର୍ଣ୍ଣ ଛାତକୁ କୌଣସି ପ୍ରକାରର ବୋମା କ୍ଷତି କରିପାରିବ ନାହିଁ । ଏହା ସହିତ କୋଠାର ଚାରିପଟେ ଅନେକ ଆଲାର୍ମ ସିଷ୍ଟମ୍ ରହିଛି | କୋଠାର ସୁରକ୍ଷା ଦାୟିତ୍ବରେ ଆପାଚେ ହେଲିକେପ୍ଟର ମଧ୍ୟ ନିୟୋଜିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି କୋଠାରେ ଲାଗିଥିବା କବାଟର ଓଜନ ହେଉଛି ୨୨ ଟନ୍ । ଏହି କବାଟକୁ ଖୋଲିବା ପାଇଁ ଏକ ସ୍ବତନ୍ତ୍ର କୋଡ୍ ଅଛି। ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ କୋଡ୍ ଭିନ୍ନ। କିନ୍ତୁ କୌଣସି ଜଣକ ପାଖରେ ଥିବା କୋଡ୍ ଦ୍ବାରା କବାଟ ଖୋଲି ହେବ ନାହିଁ । ତେବେ ପୋର୍ଟ ନକ୍ସ ନାମକ ଏହି କୋଠାକୁ ଏତେ ସୁରକ୍ଷା ଦେବା ପଛର କାରଣ ହେଉଛି – ଏହା ଏକ ଗୋଲଡ୍ ରିଜର୍ଭ। ଏହି କୋଠାରେ ୪୨ ଲକ୍ଷ କିଲୋ ସୁନା ରଖାଯାଇଥିବା ସହ ଆମେରିକା ସ୍ବତନ୍ତ୍ରତାର ଅସଲପ୍ରମାଣପତ୍ରକୁ ଏଠାରେ ସୁରକ୍ଷିତ ଭାବେ ରଖାଯାଇଛି । ଏହା ସହିତ ଗୁଟେନ୍‌ଗର୍ବଙ୍କ ବାଇବେଲ୍‌ ଓ ଆମେରିକା ସମ୍ବିଧାନର ମୂଳ କପି ମଧ୍ୟ ଏହି କୋଠାରେ ଅଛି।

ସ୍ପେଶ୍ ବେଲୁନରେ ମହାକାଶ ଯିବେ ଯାତ୍ରୀ, ଭଡା ଏକ କୋଟି ଟଙ୍କା
ଫ୍ଲୋରିଡା: ପୂର୍ବରୁ କେବଳ ବୈଜ୍ଞାନିକମାନେ ଅନୁସନ୍ଧାନ ଲାଗି ମହାକାଶକୁ ଯାତ୍ରା କରୁଥିଲେ। କିନ୍ତୁ ଏବେ ମହାକାଶ ପର୍ଯ୍ୟଟନର ସ୍ଵପ୍ନ ମଧ୍ୟ ସତ୍ୟ ହେବାରେ ଲାଗିଛି। କିଛି ଦିନ ତଳେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ୍ ଏବଂ ବ୍ରିଟେନ ଆରବପତି ରିଚାର୍ଡ ବ୍ରେନସନ ମହାକାଶ ଗସ୍ତ କରି ଫେରିଛନ୍ତି । ଏବେ କେବଳ ରକେଟ ନୁହେଁ ବରଂ ଆରାମଦାୟକ ଯାନରେ ମଧ୍ୟ ମହାକାଶକୁ ଯାତ୍ରା କରାଯାଇପାରୁଛି। ଏକ ରିପୋର୍ଟ ଅନୁଯାୟୀ ସ୍ପେସ ପ୍ରସପେକ୍ଟିଭର ସହ- ପ୍ରତିଷ୍ଠାତା ଜନ ପଏଣ୍ଟର କହିଛନ୍ତି ଯେ ତାଙ୍କର ସ୍ପେସସିପ୍ ‘ନେପ୍‌ଚ୍ୟୁନ’ ଆରାମଦାୟକ ଭାବେ ମହାକାଶ ପରିଭ୍ରମଣ କରାଉଛି। ଏହା କୌଣସି ରକେଟ କିମ୍ବା ବିମାନ ନୁହେଁ। ଏହା ଫୁଟବଲ ଆକାରରେ ଏକ ସ୍ପେସ ବେଲୁନ। ଏଥିରେ ପ୍ରାୟ ଏକ କୋଟି ଟଙ୍କା ଦେଇ ଲୋକେ ମହାକାଶକୁ ଯାତ୍ରା କରିପାରିବେ ।

ଏହା ମହାକାଶରେ ଘଣ୍ଟା ପ୍ରତି ୧୨ ମାଇଲ ବେଗରେ ଯାତ୍ରା କରିଥାଏ। ଏଥରେ ଗୋଟିଏ କେବିନ ରହିଛି । ସେଥିରେ ଝରକା ସହିତ ଗୋଟିଏ ବାର, ବାଥରୁମ୍ ଏବଂ ୱାଇଫାଇର ମଧ୍ୟ ବ୍ୟବସ୍ଥା ଅଛି। ଏଥିରେ ୮ ଯାତ୍ରୀ ଏବଂ ପାଇଲଟ ମହାକାଶକୁ ଯାତ୍ରା କରିପାରିବେ । ଏହା କେନେଡି ସ୍ପେସ ସେଣ୍ଟରରୁ ଧିରେ ଧିରେ ଉଡାଣ ଆରମ୍ଭ କରିବ । ଏଠାରୁ ଯାତ୍ରା ଆରମ୍ଭ କରି ଯାତ୍ରୀ ଫ୍ଲୋରିଡା, ପରେ ସମ୍ପୂର୍ଣ୍ଣ ପୂର୍ବତଟ ଏବଂ ଶେଷରେ ପୃଥିବୀର ଆକର୍ଷଣୀୟ ଚିତ୍ର ଦେଖିପାରିବେ । କିଛି ଲୋକ ରାତି ପହିବା ପୂର୍ବରୁ ଏଥିରେ ଯାତ୍ରା କରିବାକୁ ପସନ୍ଦ କରିବେ । କାରଣ ଏହି ସମୟରେ ସେମାନେ ଆକାଶର ମନୋରମ ଦୃଶ୍ୟ ଏବଂ ପୃଥିବୀକୁ ମହାକାଶଠାରୁ ଅଲଗା କରୁଥିବା ସୁନ୍ଦର ନୀଳ ରେଖା ଦେଖିପାରିବେ । ତେବେ ଏହି ଯାନ ମହାକାଶରେ ପ୍ରବେଶ କରିବ ନାହିଁ । କିନ୍ତୁ ସେହିଭଳି ଦୃଶ୍ୟ ଦେଖାଇବ। ଏହା ପାଣିରେ ଅବତରଣ କରିବ । ଡଙ୍ଗାରେ ଲୋକେ ମହାକାଶ କେନ୍ଦ୍ରକୁ ଫେରିବେ । ଜୁନ୍‌ରେ ପରୀକ୍ଷଣ ପରେ ୨୦୨୪ରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯିବ। ଏହାର ଗୋଟିଏ ଆସନର ମୂଲ୍ୟ ପ୍ରାୟ ୯୩ ଲକ୍ଷ ଟଙ୍କା ରହିପାରେ। ଆମେରିକା ମହାକାଶ ଏଜେନସି ନାସା ପ୍ରେସ ବେଲୁନର ପରୀକ୍ଷଣ ଏବଂ ବ୍ୟବହାର କରି ଦେଖିସାରିଛି।

ଦୁର୍ଘଟଣା ରୋକିବା ପାଇଁ ଲୋକମାନେ ମଝିରାସ୍ତାରେ ପୋତିଲେ କଦଳୀ ଗଛ
ସହରର ଚାକଚକ୍ୟ ଓ ବ୍ୟସ୍ତବହୁଳ ଜୀବନ ଭିତରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହା ସସମ୍ଭଙ୍କୁ ଚକିତ କରିଦିଏ । ଏଭଳି ଏକ ଅର୍ଯ୍ୟ ଘଟଣା ଆମେରିକାର ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଏଠାର ଏକ ବ୍ୟସ୍ତବହୁଳ ସଡ଼କ ମଝିରେ କଦଳୀ ଗଛଟିଏ ପୋତା ଯାଇଛି । ସବୁଠାରୁ ବଡ଼ କଥା ହେଉଛି, ରାସ୍ତା ମଝିରେ ପୋତା ଯାଇଥିବା ଏହି ଗଛ ଯୋଗୁଁ କାହାର କିଛି କ୍ଷତି ହେଉନାହିଁ ବରଂ ଲୋକମାନେ ଏହାଦ୍ବାରା ସଚେତନ ହୋଇପାରୁଛନ୍ତି ।

ବାସ୍ତବରେ, ରାସ୍ତାଟିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି କାରଣରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା | ଖବର ଅନୁଯାୟୀ, ଫ୍ଲୋରିଡାର ଫୋର୍ଟ ମାୟର୍ସର ହୋଣ୍ଡା ଡ୍ରାଇଭ ନିକଟସ୍ଥ ରାସ୍ତାଟି ଖାଲଖମାରେ ଭର୍ତ୍ତି । ସ୍ଥାନୀୟ ଲୋକେ ଏଦିଗରେ ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଏଭଳି ପରିସ୍ଥିତିରେ ଲୋକମାନେ ରାସ୍ତାରେ ଥିବା ଏକ ବଡ଼ ଗର୍ତ୍ତରେ କଦଳୀ ଗଛ ପୋତି ଦେଲେ । ଏପରି କରିବାର ଉଦ୍ଦେଶ୍ୟ ହେଉଛି, ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଏବଂ ଯାତ୍ରୀମାନଙ୍କୁ ସଚେତନ କରିବା । ଏହାଦ୍ବାରା ଦୁର୍ଘଟଣା ମଧ୍ୟ ରୋକା ଯାଇପାରୁଛି । ସବୁଠାରୁ ବିଡ଼ମ୍ବନାର କଥା ହେଉଛି, ଲୋକେ ରାସ୍ତା ମଝିରେ କଦଳୀ ଗଛ ଲଗାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଆମେରିକାରେ ଚିନ୍ତା ବଢ଼ାଉଛି କରୋନା: ୭୦% ବୟସ୍କଙ୍କୁ ଟିକାକରଣ ସତ୍ତ୍ବେ ବଢୁଛି ମାମଲା
ୱାଶିଂଟନ: ଆମେରିକାରେ ପୁଣିଥରେ ସଙ୍କଟ ସୃଷ୍ଟି କରିଛି କରୋନା ଭୂତାଣୁ। ଏହା ଦେଶର ସ୍ବାସ୍ଥ୍ୟସେବାର ଅସଲ ଚେହେରା ପଦାରେ ପକାଇ ଦେଇଛି। ପ୍ରତ୍ୟେକ ଦିନ ହାରାହାରି ଲକ୍ଷେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଥିଯୋଗୁଁ ହସ୍ପିଟାଲ ଗୁଡିକ ଭର୍ତ୍ତି ହୋଇଯାଇଛି। ସ୍ଥିତି ଏପରି ଯେ ବେଡ ଖାଲି ନଥିବାରୁ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସର ଧାଡି ଲାଗିଛି। ସେଥିରେ ରୋଗୀ ଭର୍ତ୍ତି ହେବା ପାଇଁ ଅପେକ୍ଷା କରିଛନ୍ତି। ଦେଶରେ ଡେଲଟା ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା କୁହାଯାଉଛି। ଜୁନ ଶେଷ ସୁଦ୍ଧା ଦିନକୁ ହାରାହାରି ୧୧ ହଜାର ମାମଲା ସାମ୍ନାକୁ ଆସୁଥିଲା। ଏବେ ଏହା ୧୦୭୧୪୩ ପହଞ୍ଚି ଯାଇଛି। ଆମେରିକାରେ ସଂକ୍ରମଣ ଲକ୍ଷେ ଛୁଇଁବାକୁ ୯ ମାସ ଲାଗିଥିଲା। ଜାନୁଆରୀ ପ୍ରାରମ୍ଭରେ ଏହା ଅଢେଇ ଲକ୍ଷରେ ପହଞ୍ଚି ଥିଲା। ଦେଶରେ ୭୦ ପ୍ରତିଶତରୁ ଅଧିକ ବୟସ୍କଙ୍କୁ ଟିକା ଦେବା ସତ୍ତ୍ବେ ମାମଲା ବୃଦ୍ଧି ପାଉଥିବାରୁ ଏହା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସୂଚନା ଅନୁଯାୟୀ ଟିକା ନେଇ ନଥିବା ଲୋକଙ୍କ ଠାରୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ରୋଗୀ ସଂଖ୍ୟା ବଢିବାରୁ ଦକ୍ଷିଣ ଆମେରିକା, ଫ୍ଲୋରିଡା, ଲୁସିଆନା ଏବଂ ମିସିସିପି ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛି। ଏବେ ନୂଆ ରୋଗୀଙ୍କୁ ଆଉ ବେଡ ମିଳୁନାହିଁ। ହ୍ୟୁଷ୍ଟନ ଅଧିକାରୀଙ୍କ ଅନୁଯାୟୀ କରୋନାର ନୂଆ ଲହର ସ୍ଥାନୀୟ ସ୍ବାସ୍ଥ୍ୟସେବାକୁ ଭୁଶୁଡାଇ ଦେଇଛି। ଏଥିଯୋଗୁଁ ରୋଗୀଙ୍କୁ ସହର ବାହାରେ ଥିବା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି। ହ୍ୟୁଷ୍ଟନ ସ୍ବାସ୍ଥ୍ୟ ବିଭାଗ ତଥା ଇଏମଏସ ଚିକିତ୍ସା ନିର୍ଦ୍ଦେଶକ ଡ. ଡେଭିଡ ପର୍ସେ କହିଛନ୍ତି ଯେ ହ୍ୟୁଷ୍ଟନ ଅଞ୍ଚଳରେ ଥିବା ହସ୍ପିଟାଲର ବାହାରେ ଆମ୍ବୁଲାନ୍ସ ଧାଡି ଲାଗିଛି। ବେଡ ମିଳୁନଥିବାରୁ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ ସେମାନେ ହସ୍ପିଟାଲ ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ରୋଚେଲେ ଭାଲେନ୍ସି କହିଛନ୍ତି ଯେ ଯଦି ଲୋକଙ୍କୁ ଟିକା ଦିଆଯିବନି ତେବେ ଦିନକୁ ହଜାର ହଜାର ମାମଲା ସାମ୍ନାକୁ ଆସିବ। ଏହା ଜାନୁଆରୀ ସୁଦ୍ଧା ଶୀର୍ଷ ଛୁଇଁବ।

ଖୋଲିଗଲା ଆମେରିକାର ଗୁମର : କରୋନା ଭୂତାଣୁ ପ୍ରସ୍ତୁତି ପାଇଁ ଚୀନ୍‌କୁ ଦେଇଥିଲା ୮ ଲକ୍ଷ ଡଲାର
ୱାଶିଂଟନ : କରୋନା ଭାଇରସ(ଭୂତାଣୁ) ସମଗ୍ର ବିଶ୍ବରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏହି ମହାମାରୀରେ ୩୭ ଲକ୍ଷରୁ ଅଧିକ ଲୋକଙ୍କୁ ଜୀବନ ଗଲାଣି ଏବଂ ୧୫ କୋଟିରୁ ଊର୍ଦ୍ଧ୍ବ ଲୋକ ସଂକ୍ରମିତ ହେଲେଣି। ଏପରି ସମୟରେ କରୋନାର ଉତ୍ପତ୍ତିକୁ ନେଇ ବିବାଦ ଜାରି ରହିଛି। ଆମେରିକା ସମେତ ଅନେକ ରାଷ୍ଟ୍ର ଏହି ଭୂତାଣୁ ଚୀନର ଉହାନରୁ ବ୍ୟାପିଥିବା କହୁଛନ୍ତି। ତେବେ ଚୀନ ଏଥିପାଇଁ ଆମେରିକାକୁ ଦୋଷ ଦେଉଛି। ଆମେରିକାର ଶୀର୍ଷ ମହାମାରୀ ବିଶେଷଜ୍ଞ ତଥା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରାମର୍ଶଦାତା ଡ.ଆନ୍ଥୋନି ଫାଉସିଙ୍କ ଇମେଲ ଲିକ ଏବଂ ଉହାନ ଲ୍ୟାବର ଗୋପନୀୟ ତଥ୍ୟକୁ ନେଇ ନିରପେକ୍ଷ ତଦନ୍ତ ଦାବି ମଧ୍ୟରେ ବିଶ୍ବବାସୀଙ୍କୁ ଚକିତ କରିଦେବା ଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଉପରେ ଗବେଷଣା ପାଇଁ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିକୁ ଆମେରିକା ସରକାର ଆର୍ଥିକ ସହାୟତା ଦେଇଥିବା ଜଣାପଡିଛି।

ଭିରୋଲୋଜି ଲ୍ୟାବର ମୁଖ୍ୟ ତଥା ବ୍ୟାଟ ଲେଡି ସି ଝେଙ୍ଗଲୀଙ୍କୁ ଆମେରିକା ପ୍ରାୟ ୬ ଲକ୍ଷ ଡଲାର ସହାୟତା ଦେଇଛି। ୫ ବର୍ଷରେ ଏହି ସହାୟତା ଦିଆଯାଇଛି ବୋଲି ଆନ୍ଥୋନୀ ଫାଉସି କହିଥିଲେ। ତେବେ ଏ ନେଇ ପୁଣି ଏକ ନୂଆ ଇମେଲ ସାମ୍ନାକୁ ଆସିଛି। ଏଥିରେ ୬ ଲକ୍ଷ ଡଲାରରୁ ଅଧିକ ଅର୍ଥ ଦିଆଯାଇଥିବା ଦାବି କରାଯାଇଛି। କନଜରଭେଟିବ ୱାଚଡଗ ଜୁଡିସିଆଲ ୱାଚକୁ ମିଳିଥିବା ବାର୍ତ୍ତାରେ କୁହାଯାଇଛି ଯେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଲର୍ଜି ଆଣ୍ଡ ଇନଫେକ୍ସିଅସ ଡିଜିଜ ଲ୍ୟାବକୁ ୨୦୧୯ ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ୮.୨୬ ଲକ୍ଷ ଡଲାର ଦେଇଛି। ଏହି ଅର୍ଥ ନ୍ୟୁୟର୍କ ଇକୋହେଲଥ୍ ଆଲାଏନ୍ସ  ଅଧିନରେ ଦିଆଯାଇଥିଲା। କରୋନା ବ୍ୟାପିବାକୁ ନେଇ ସାରା ବିଶ୍ବ ଉହାନ ଲ୍ୟାବକୁ କାଠଗଡାକୁ ଟାଣିଛନ୍ତି। କିନ୍ତୁ ଏବେ ଆମେରିକା ପାଣ୍ଠି ଦେବାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଏକ ଇମେଲରେ ମିଳିଥିବା ଚାର୍ଟରୁ ଜଣାପଡିଛି ଯେ ଉହାନ ଲ୍ୟାବକୁ ୨୦୧୪ରେ ୧.୩୩ ଲକ୍ଷ ଡଲାର ଏବଂ ୨୦୧୫ରେ ୧.୩୯ ଲକ୍ଷ ଡଲାର ଫଣ୍ଡ ଦିଆଯାଇଛି। ଏହା ପରେ ତିନି ବର୍ଷରେ ୧.୫୯ ଲକ୍ଷ ଡଲାର ଦିଆଯାଇଥିଲା। କିନ୍ତୁ ୨୦୧୯ରେ ଏହାକୁ ୭୬ ହଜାର ଡଲାରକୁ ହ୍ରାସ କରାଯାଇଥିଲା।

୨୦୨୦ ଏପ୍ରିଲ ୧୩ରେ ଏନଆଇଏଆଇଡି ଅଧିକାରୀ ଡାକ୍ତର ଏମିଲି ଅର୍ବେଲଡିଙ୍ଗଙ୍କ ଏକ ମେଲରୁ ଜଣାପଡିଛି ଯେ ୨୦୧୯ର ଫଣ୍ଡିଂ ଇକୋହେଲଥକୁ ନୂଆ  ଅନୁମୋଦନ ସହ ପ୍ରଥମ କିସ୍ତି ଥିଲା। ଏଥିରେ ଲ୍ୟାବକୁ ୬ ବର୍ଷରେ ଆଉ ୭.୫ ଲକ୍ଷ ଡଲାର ଦିଆଯାଇଥାନ୍ତା। ୨୦୧୪-୧୯ ମଧ୍ୟରେ ବାଦୁଡିରୁ କରୋନା ଭାଇରସ ବାହାରିବା ଅଧ୍ୟୟନ ପାଇଁ ଇକୋହେଲଥରୁ ୩୦.୭୯ ଲକ୍ଷ ଡଲାରର ଅନୁମୋଦିତ ପାଣ୍ଠିକୁ ଖର୍ଚ୍ଚ କରାଯାଇଥାନ୍ତା। ଫାଉସି ଉହାନ ଲ୍ୟାବକୁ ପାଣ୍ଠି ଦେବାକୁ ଚୀନ ବୈଜ୍ଞାନିକଙ୍କ ସହ ସହଭାଗିତା ବୋଲି କହିଛନ୍ତି। ସେମାନେ କରୋନା ବିଶେଷଜ୍ଞ ଭାବେ ବିଶ୍ବ ପ୍ରସିଦ୍ଧ। ଏକ ଇମେଲରେ ଇକୋହେଲଥର ଅଧ୍ୟୟନ କରାଯାଇଥିବା ସ୍ଥାନ ବିଷୟରେ ସୂଚନା ଦିଆଯାଇଥିଲା। ଏହା ମଧ୍ୟରେ ଉହାନ ମଧ୍ୟ ସାମିଲ ଥିଲା। ଏହା ବ୍ୟତୀତ ଥାଇଲ୍ୟାଣ୍ଡ, କମ୍ବୋଡିଆ, ଲାଓସି, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ ଏବଂ ମିଆଁମାରକୁ ମଧ୍ୟ ଚୟନ କରାଯାଇଥିଲା। ଏହି ଇମେଲ ବିଷୟରେ ଜଣାପଡିବା ପରେ ପୂର୍ବ ଅନୁମୋଦିତ ପାଣ୍ଠି ଆଉ ଦିଆଯିବ ନାହିଁ ବୋଲି ଏନଆଇଏଚ ଇକୋହେଲଥ ଆଲାଏନ୍ସକୁ କହିଥିଲା।

ଏହା ପୂର୍ବରୁ ଫାଉସିଙ୍କ ଲିକ ହୋଇଥିବା ଇମେଲରୁ ଅନେକ ତଥ୍ୟର ପର୍ଦ୍ଦାଫାସ ହୋଇଥିଲା। ୮୬୬ ପୃଷ୍ଠାର ଏହି ଇମେଲରେ ଚୀନର ଶୀର୍ଷ ବୈଜ୍ଞାନିକଙ୍କ ସହ ଫାଉସିଙ୍କ ସମ୍ପର୍କ ଥିଲା ବୋଲି ଜଣାପଡିଛି। ଏଥିଯୋଗୁଁ ସେ ଉହାନ ଲ୍ୟାବ ଥିଓରୁକୁ ଖଣ୍ଡନ କରିଚାଲିଥିଲେ। ଏବେ କରୋନା ନାଟକର ଗୋବର୍ଦ୍ଧନ ଫାଉସି ଜଣାପଡିବା ପରେ ଆମେରିକାରେ ବବାଲ ଜାରି ରହିଛି। ବିରୋଧୀ ଦଳଗୁଡିକ ସହିତ ଟ୍ରମ୍ପ ଫାଉସିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ପୂର୍ବରୁ ଟ୍ରମ୍ପ ମଧ୍ୟ ଏଥିପାଇଁ ଚୀନକୁ ଦାୟୀ କରିଥିଲେ। ଏହି ମହାମାରୀ ଲାଗି ବେଜିଂ ଆମେରିକା ଏବଂ ବିଶ୍ବକୁ ୧୦ ଟ୍ରିଲିୟନ ଡଲାର ଜୋରିମାନା ଦେଉ ବୋଲି ଟ୍ରମ୍ପ ଦାବି କରିଥିଲେ। ଗତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନର ନିର୍ଦ୍ଦେଶ ଜର୍ଜ ଗାଓ ଫାଉସିଙ୍କୁ ପଠାଇଥିବା ଇମେଲ ଲିକ ହୋଇଥିଲା।

ଏଥିରେ ମାସ୍କ ନ ପିନ୍ଧିବାକୁ ପ୍ରୋତ୍ସାହନ ନ କରିବାକୁ ସମାଲୋଚନା କରିଥିବାରୁ ଗାଓ ଫାଓସିଙ୍କୁ କ୍ଷମା ମାଗିଥିଲେ। ଏହା ପୂର୍ବରୁ ଆମେରିକା ନିଜ ଲୋକଙ୍କୁ ମାସ୍କ ନ ପିନ୍ଧିବାକୁ କହି ବଡ ଭୁଲ କରୁଛି ବୋଲି ଗାଓ କହିଥିଲେ। ସେ ଲେଖିଥିଲେ ଯେ ଅନ୍ୟମାନଙ୍କ ବିଷୟରେ ବଡ ଭୁଲ ପରି ଶଦ୍ଦ କେମିତି ବ୍ୟବହାର କରିପାରିବେ। ମିଡିଆ ଏପରି କରିଛି। ଆପଣ ବୁଝିପାରୁଥିେବ ବୋଲି ଆଶା କରୁଛି। ମିଳିମିଶି ଏହି ଭୂତାଣୁକ ପୃଥିବୀରୁ ବାହାର କରିବା। ଏହାର ଜବାବରେ ଫାଉସି ଲେଖିଥିଲେ ଯେ ସେ ସମ୍ପୂର୍ଣ୍ଣ ଭାବେ ବୁଝିଛନ୍ତି। ଏଥିରେ କୌଣସି ସମସ୍ୟା ନାହିଁ। ଏହି ଲକ୍ଷ୍ୟକୁ ଆମେ ଏକା ସାଥିରେ ହାସଲ କରିବା। ୱାଶିଂଟନ ପୋଷ୍ଟ ଦାବି କରିଛି ଯେ ୨୦୨୦ ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ଗାଓ ଏବଂ ଫାଉସିଙ୍କ ଇମେଲ ୮୬୬ ପୃଷ୍ଠାର ଅଧିକ ପୃଷ୍ଠାରୁ ଗୋଟିଏ ଅଂଶ। ଫ୍ରିଡମ ଅଫ ଇନଫରମେସନ ଆକ୍ଟ ଅନୁଯାୟୀ ଏହା ମିଳିଥିଲା।

ଲିକ୍ ଇମେଲରେ ଫାଉସି ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କଥା ହୋଇଥିଲେ। ପରେ ଏହି ବିବାଦରେ ବିଲ ଗେଟ୍ସଙ୍କ ନାମ ମଧ୍ୟ ସାମିଲ ହୋଇଛି। ଅପରପକ୍ଷେ ଫାଉସି ରିପୋର୍ଟକୁ ନିରର୍ଥକ କହି ଖାରଜ କରିଦେଇଛନ୍ତି। ଏହାକୁ ନେଇ ବିରୋଧୀ ରିପବ୍ଲିକାନ ପାର୍ଟିର ନେତାମାନେ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି। ଫାଉସି ତୁରନ୍ତ ଇସ୍ତଫା ଦେଇଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ରିପବ୍ଲିକାନ ନେତା ରାଣ୍ଡ ପାଉଲ ଫାଉସିଙ୍କୁ ଧୋକାବାଜ ଡାକ୍ତର ଆଖ୍ୟା ଦେଇଛନ୍ତି। ପୂର୍ବରୁ ଟ୍ରମ୍ପ ଏବଂ ତାଙ୍କ ପାର୍ଟିର ଅଧିଂକାଶ ନେତା ଫାଉସିଙ୍କୁ ଖଳନାୟକ ପରି ଦେଖୁଥିଲେ। ଏଥିଯୋଗୁଁ ଟ୍ରମ୍ପ ଅନେକ ସମୟରେ ଫାଉସିକୁ ଖୋଲାଖୋଲି ଭାବେ ସମାଲୋଚନା କରିଥିଲେ।