Rajyasabha Election - The Sakala

ବିଜେଡିରେ ବିଭାଜନ ଷଡ଼ଯନ୍ତ୍ର: ତିନି ମାସ ତଳୁ ସୁରାକ ପାଇଥିଲେ ନବୀନ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ବିଜେଡିର ୨ ନିଲମ୍ବିତଙ୍କ ସହ ୮ ଓ କଂଗ୍ରେସର ୩ ଜଣ ବିଧାୟକଙ୍କ କ୍ରସ ଭୋଟିଂକୁ ନେଇ ଏବେ ରାଜ୍ୟରେ ଆଲୋଡ଼ନ। ଦତ୍ତେଶ୍ୱରଙ୍କ ସପକ୍ଷରେ ମତଦାନ ନିମନ୍ତେ ବିଜେଡି ଓ କଂଗ୍ରେସର ହ୍ୱିପ୍‌ ଉଲ୍ଲଂଘନ କରି ୧୧ ବିଧାୟକ ବାଡ଼ ଡେ଼ଇଁବା ଘଟଣାକୁ ନେଇ ଯିଏ ଯେତେ କାହାଣୀ କହିଲେ ମଧ୍ୟ ଏହା ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର। ୧୯୯୫ ମସିହାରେ ନିଜର ମହତ୍ୱାକାଂକ୍ଷା ପରିପୂରଣ ପାଇଁ ଯେଉଁ ବ୍ୟକ୍ତିମାନେ ଷଡ଼ଯନ୍ତ୍ରର ଜାଲ ବିଛାଇଥିଲେ, ୩ ଦଶନ୍ଧି ପରେ ୨୦୨୫ରେ ବି ଠିକ୍‌ ଅନୁରୂପ ଏକ ଷଡ଼ଯନ୍ତ୍ରର ଜାଲ ବୁଣା ଯାଇଥିିଲା। ଅନ୍ୟମାନଙ୍କ ଉପରେ ଆଖିବୁଜି ବିଶ୍ୱାସ କରୁଥିବା ବିଜୁ ସେତେବେଳେ ସେହି ଷଡ଼ଯନ୍ତ୍ରର ଶିକାର ହୋଇଥିଲେ; ମାତ୍ର ନିଜ ଦଳର ପ୍ରତ୍ୟେକ ନେତା ଓ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଘଟୁଥିବା ଘଟଣାକ୍ରମ ଉପରେ ତୀକ୍ଷ୍ମ ନଜର ରଖିଥିବା ନବୀନ ଆରମ୍ଭରୁ ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ପାଇଥିଲେ। ଜାନୁଆରୀ ୧୫ ତାରିଖରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳର ନିଲମ୍ବନ ଥିଲା ଏହାର ପ୍ରାଥମିକ ପ୍ରତିଫଳନ।

ରାଜନୀତି ସହ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଓ ସମୀକ୍ଷକମାନେ ସମ୍ଭବତଃ ୨୦୨୪ ଅକ୍ଟୋବର ଓ ନଭେମ୍ବର ମାସରେ ସାମାଜିକ ଗଣମାଧ୍ୟମରେ ଏକ ଚର୍ଚ୍ଚାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିବେ। ସେହି ଚର୍ଚ୍ଚାଟି ଥିଲା ବିଜେଡିକୁ ବିଜୟ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ। କୌଣସି ଭିତ୍ତିଭୂମି ଓ ପ୍ରାସଙ୍ଗିକତା ନ ଥାଇ ଏହି ଚର୍ଚ୍ଚାଟିକୁ ସାମାଜିକ ଗଣମାଧ୍ୟମରେ ପ୍ରତିରୋପଣ କରାଯାଇଥିଲା। ସେତେବେଳେ କ୍ଷମତା ହରାଇବାର ରୋଷ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ରହିଥିଲା। ଏହାର ସୁଯୋଗ ନେବାକୁ ସେତେବେଳେ ଉଦ୍ୟମ ହୋଇଥିଲା ଓ ଦଳରୁ ବିଭିନ୍ନ ସମୟରେ ବହିଷ୍କୃତ ନେତାଙ୍କୁ ଏକାଠି କରି ବିଜେଡିକୁ ଦଖଲ ପାଇଁ ଯୋଜନା ହୋଇଥିଲା। ମାତ୍ର କୌଣସି କାରଣରୁ ଏହି ଯୋଜନା ଦାନା ବାନ୍ଧି ନ ଥିଲା। ମାତ୍ର ୨୦୨୫ ଅଗଷ୍ଟ ମାସରେ ନବୀନ ଚିକିତ୍ସା ପାଇଁ ମୁମ୍ବାଇ ଯିବା ସମୟରେ ପୁଣି ସେହି ଯୋଜନାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବାକୁ ଉଦ୍ୟମ ଆରମ୍ଭ ହେଲା। ବିିଭିନ୍ନ ଅଭିଯୋଗ ଯୋଗୁଁ ୨୦୨୪ରେ ବିଜେଡି ଟିକଟରୁ ବଞ୍ଚିତ କିଛି ପୁରୁଖା ନେତାଙ୍କ ସହ ବିଜୟ ମହାପାତ୍ର ଯୋଗସୂତ୍ର ସ୍ଥାପନ କରିଥିଲେ । ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫାରେ କିଛି ପୁରୁଣା ନେତାଙ୍କ ବୈଠକରେ ଏ ସମ୍ପର୍କରେ ସମ୍ୟକ ଆଲୋଚନା ହୋଇଥିଲା । ଏପରିକି ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କ ସହ ଯୋଗାଯୋଗ ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା । ମାତ୍ର ୨୦୨୫ ଡ଼ିସେମ୍ବରରେ କଂଗ୍ରେସରୁ ମହମ୍ମଦ ମୋକିମ୍‌ ବହିଷ୍କାର ପରେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ଆରମ୍ଭ କରିବା ପାଇଁ ପଟ୍ଟ ପ୍ରସ୍ତୁତ କରିଥିଲା। ୧୫ ଡ଼ିସେମ୍ବରରେ ମୋକିମ୍‌ଙ୍କ ବହିଷ୍କାରର ୩ ଦିନ ପରେ ବିଜୟ ମହାପାତ୍ରଙ୍କ ବାସଭବନରେ ତାଙ୍କ ଉପସ୍ଥିତି ହିଁ ଅନେକ କିଛି ଘଟଣାକୁ ଇଙ୍ଗିତ କରିଥିଲା। ସେହି ସମୟରେ ବିଜୟ ମଧ୍ୟ ଏ ସମ୍ପର୍କରେ ଇସାରା ଦେଇଥିଲେ । ୨୦୨୬ରେ ଓଡ଼ିଶା ରାଜନୀତିରେ ଅନେକ ନୂଆ ଘଟଣା ଦେଖିବାକୁ ମିଳିବ ଓ ନୂଆ ଦଳ କିପରି ଗଠନ ହୁଏ ସେ ସମ୍ପର୍କରେ ମୋକିମ୍‌ ଜାଣିବାକୁ ଚାହୁଁଥିଲେ ବୋଲି ବିଜୟ ଦେଇଥିବା ଟିପ୍ପଣୀକୁ ବୋଧହୁଏ ସେତେବେଳେ ଅନେକ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ । ସେବେଠାରୁ ବିଜେଡି ଓ କଂଗ୍ରେସରେ ବିଭାଜନ ସହ ମୋକିମ୍‌ଙ୍କ ନୂଆ ଦଳର ଗଠନର ମୂଳଦୁଆ ପକାଇବା ଲକ୍ଷ୍ୟ ରଖାଯାଇଥିଲା। ଏପରିକି କଂଗ୍ରେସ ଓ ଜନତାକୁ ମିଶାଇ ମୋକିମ୍‌ ଓଡ଼ିଶା ଜନତା-କଂଗ୍ରେସ ଦଳ ଗଠନ ଘୋଷଣା କରିଥିଲେ।

ତିନି ମାସ ତଳୁ ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପଙ୍କ ବିଜୟ ପଥ ପ୍ରସ୍ତୁତ କରାଯାଇଥିବା ବିଜୟ ଯାହା କହିଛନ୍ତି, ତାହା ଆଦୌ ମିଛ ନୁହେଁ । ବିଜୟ ଓ ତାଙ୍କ ସହଯୋଗୀମାନେ ୧୮ ଜଣ ବିଜେଡି ବିଧାୟକ ଓ  ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ।  ଡ଼ିସେମ୍ବର ଶେଷ ସପ୍ତାହରେ ନବୀନ ପଟ୍ଟନାୟକଙ୍କ ନିକଟରେ ଏ ସମ୍ପର୍କରେ ସବିଶେଷ ସୂଚନା ପହଞ୍ଚିଥିଲା। ମାତ୍ର ନବୀନ ଯେ ସେମାନଙ୍କ ଯୋଜନା ସମ୍ପର୍କରେ ସୂଚନା ପାଇବେ ସେ କଥା ବିଜୟ ମହାପାତ୍ର ଭାବି ନ ଥିଲେ । ବିଜୟ ଓ ତାଙ୍କ ସହଯୋଗୀମାନଙ୍କ ପରବର୍ତ୍ତୀ ପଦକ୍ଷେପକୁ ନବୀନ ଅପେକ୍ଷା କରିଥିଲେ । ଜାନୁଆରୀ ୧୫ ତାରିଖରେ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ।

ଯେଉଁ କାରଣ ଥାଉ ନା କାହିଁକି ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ କେବେ ବି ବିଜେପି ପାଇଁ ପ୍ରଥମ ପସନ୍ଦ ନ ଥିଲେ ଏହା ସତ୍ୟ । ତେବେ ସଂଖ୍ୟା ଦୃଷ୍ଟିରୁ ନବୀନ କେବେ ବି ୪ର୍ଥ ଆସନ ପାଇଁ ପ୍ରାର୍ଥୀ ଦେବେ ନାହିଁ ; ଏହାର ସୁଯୋଗରେ ଦିଲ୍ଲୀପ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ହେବେ ବୋଲି ବିଜୟ ଓ ତାଙ୍କ ସହଯୋଗୀମାନେ ମନେ କରିଥିଲେ । ମାତ୍ର ନବୀନ ସମସ୍ତଙ୍କୁ ଚମକାଇ ଦେଇ ମିଳିତ ପ୍ରାର୍ଥୀ ଘୋଷଣା କରିବା ଓ କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଖେଳକୁ ବିଗିଡ଼ାଇ ଦେଇଥିଲା। ଏହାପରେ ବିଜେପି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ହେଁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି ନ ଥିଲା। ମାତ୍ର ଦିଲ୍ଲୀପ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ ପରେ ତାଙ୍କୁ ସମର୍ଥନ ଦେବାକୁ ବିଜେପି ଘୋଷଣା କରିଥିଲା। ଦିଲ୍ଲୀପଙ୍କୁ ବିଜେପି ସମର୍ଥନ କରୁଥିବାରୁ ତାଙ୍କ ସପକ୍ଷରେ ଭୋଟ ଦେଲେ ଇଡ଼ି ଓ ସିବିଆଇ ମାମଲାରୁ ସୁରକ୍ଷିତ ରହିବେ ବୋଲି ବିଶ୍ୱାଳ-ତ୍ରିପାଠୀ ଏଣ୍ଡ କୋଙ୍କୁ ବିଜୟ ବୁଝାଇବାକୁ ସକ୍ଷମ ହେଲେ । ମାତ୍ର  ଦୀର୍ଘଦିନ ଧରି ରହିବା ସତ୍ତ୍ୱେ ବିଜୟ ଓ ଦିଲ୍ଲୀପ ଯେଉଁ ଦଳର ପୂର୍ଣ୍ଣ ଆସ୍ଥାଭାଜନ ହୋଇ ପାରିଲେ ନାହିଁ; ସେହି ଦଳ ବିଶ୍ୱାଳ, ତ୍ରିପାଠୀଙ୍କ ପରି ନେତାଙ୍କୁ ଆଦର କରି କୋଳରେ ବସାଇବ ସେ କଥା ସେମାନେ ସମ୍ଭବତଃ ବୁଝି ନ ପାରିି ବିଜୟଙ୍କ ରାଜନୀତି ପଶାପାଲିର ଗୋଟି ହୋଇଗଲେ ।

ଯେଉଁ ଦିନଠାରୁ ନବୀନ ଏହାର ସୂଚନା ପାଇଲେ, ସେବେଠାରୁ ବିଜେପି ଘୋଡ଼ାବେପାର କରିବ ବୋଲି କହି ଆସୁଥିଲେ। ଥରେ ନୁହେଁ, ବାରମ୍ବାର ଏ କଥା ଦୋହରାଇଥିଲେ । ଦଳୀୟ ବିଧାୟକମାନଙ୍କୁ ନବୀନ ନିବାସକୁ ନିୟମିତ ଡ଼ାକି ଦଳୀୟ ଶୃଙ୍ଖଳା କଥା ବୁଝାଇଥିଲେ। ମାତ୍ର ନବ ମଲ୍ଲିକ, ରମାକାନ୍ତ ଭୋଇ, ଚକ୍ରମଣି କହଁର ଯେ ଦଳ ପିଠିରେ ଛୁରି ଭୁଷିବେ ଏ କଥା ନବୀନ ଓ ଦଳର ଅନ୍ୟ ନେତାଙ୍କ ପାଇଁ ଅକଳ୍ପନୀୟ ଥିଲା । ଏହା ସତ୍ତ୍ୱେ ମିଳିତ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ଭୋଟ ସମାନ ରହିଲା । ରାଜ୍ୟସଭା ନିର୍ବାଚନ ଫଳ ପ୍ରକାଶ ଓ ଏହାପରେ ବିଜୟ ମହାପାତ୍ରଙ୍କ ୩ ମାସ ତଳର ଯୋଜନା ସଂକ୍ରାନ୍ତ ସ୍ୱୀକାରୋକ୍ତି ପରେ ଅରବିନ୍ଦଙ୍କ ନିଲମ୍ବନର କାରଣ ଆଉ କେହି ଖୋଜୁ ନାହାନ୍ତି । ମାତ୍ର ଏହାପରେ ରାଜ୍ୟରେ ଯେଉଁ ସମୀକରଣ ହେବ, ତାହା କ୍ରସ ଭୋଟିଂ କରିଥିବା ବିଧାୟକ ପାଇଁ ଭଲ ହେବ କି ମନ୍ଦ ହେବ; ତାହା କେବଳ ସମୟ କହିବ ।

ଘୋଡ଼ା ବେପାରରେ ରହି କ୍ରସ୍‌ ଭୋଟିଂ କରିଥିବା ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ: ବିଜେଡି
ଭୁବନେଶ୍ୱର: 'କିଣା ଘୋଡା କେତେଦିନ ଦୌଡ଼ି ପାରିବ । କିଣା ଘୋଡାକୁ ସବୁଦିନ ଦାନା ଦେଇପାରିବ ତ ? ଘୋଡ଼ା ବେପାରରେ ରହି କିଛି ବିଜେଡି ବିଧାୟକ ବିଜୁ ଲିଗାସୀ କଥା କହିବା ହାସ୍ୟାସ୍ପଦ । ଲଜ୍ଜା ନିବାରଣ କରିବାକୁ ବିଜୁ ଲିଗାସୀ କଥା କହୁଛନ୍ତି କିଛି ବିଜେଡି ବିଧାୟକ । ସେମାନେ ମୋଟା ଅଙ୍କର ଟଙ୍କା ନେଇ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।' ରାଜ୍ୟସଭା ନିର୍ବାଚନରେ ହୋଇଥିବା କ୍ରସ୍‌ ଭୋଟିଂକୁ ନେଇ ପ୍ରେସ୍‌ମିଟ୍‌ କରି ବିଜେଡି ବର୍ଷୀଛି । କାଲି ଏକ ସ୍ମରଣୀୟ ଦିବସ ନୁହେଁ କଳା ଦିବସ ଥିଲା ବୋଲି କହିଛି ବିଜେଡି ।

ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରକୁ ନେଇ ସାରା ଓଡ଼ିଶାବାସୀ ବ୍ୟଥିତ ହୋଇଛନ୍ତି । ପ୍ରେସମିଟ କରି ବିଜେଡି କହିଛି, ବିଜୁ ପ୍ରେମୀ ନିଜ ନିର୍ବାଚନ ମଣ୍ଡଳୀରେ ବିକ୍ରି ହୋଇଥିବା ବିଧାୟକଙ୍କୁ ବିରୋଧ କରିବା ଦରକାର । ଦେବୀ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରିପାଠୀ ୧୯୯୬ରେ କଂଗ୍ରେସର ଜୟନ୍ତୀ ପଟ୍ଟନାୟକଙ୍କ ପାଇଁ କ୍ରସ ଭୋଟିଙ୍ଗ କରି ଦଳରୁ ବିଦା ହୋଇଥିଲେ । କ୍ରସ ଭୋଟର ଟ୍ରେଣ୍ଡ ତାଙ୍କ ବାପା ଆରମ୍ଭ କରିଥିଲେ । ପୁଅ ଅନୁସରଣ କଲେ । ସବୁ ଦଳକୁ ବ୍ୟବହାର କରି ବି 23-23 ଭୋଟ ପଡିଲା । ବିକ୍ରି ହୋଇଥିବା ବିଧାୟକଙ୍କୁ ବିଜେଡି ନିନ୍ଦା କରୁଛି ।

୮୦ ବର୍ଷ ବୟସରେ ଗତକାଲି ନବୀନ ପଟ୍ଟନାୟକ ନେତୃତ୍ୱ ନେଇଛନ୍ତି ।  ଯେଉଁମାନେ ତାଙ୍କୁ ଧୋକା ଦେଲେ ଭଗବାନ ସେମାନଙ୍କୁ କ୍ଷମା ଦେବେନି । ନବୀନ ପଟ୍ଟନାୟକଙ୍କ ଅଭିଶାପ ସେମାନଙ୍କ ଉପରେ ପଡିବ ବୋଲି କହିଛି ବିଜେଡି । ୨୦୨୬ ଜାନୁଆରୀ ୧୫ ରେ ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକ ବିଜେଡିରୁ ନିଲମ୍ବନ କରିଥିଲେ । ସମସ୍ତେ କାରଣ ପଚାରୁଥିଲେ । ଯାହାର ଉତ୍ତର ଗତକାଲି ବିଜୟ ମହାପାତ୍ର କହିଲେ । ୬ ମାସରୁ ଏହି ବ୍ଲୁ ପ୍ରିଣ୍ଟ ହେଉଥିବା ସେ କହିଛନ୍ତି । ନବୀନ ନିଲମ୍ବନ କରି ଠିକ କରିଛନ୍ତି ବୋଲି ବିଜେଡି କହିଛି । ଘୋଡା ହୋଇଛନ୍ତି ବିଧାୟକ, ନିର୍ବାଚନମଣ୍ଡଳିରେ ଉଚିତ ଜବାବ ମିଳିବ । ରେଙ୍ଗାଲି ବିଧାୟକଙ୍କୁ ୧୫ କୋଟି ଯଚା ଯିବା ସହ ପରିବାର ପ୍ରତି ଭୟ କରାଯାଇଥିଲା । ହେଲେ ତାଙ୍କୁ ସାଧୁବାଦ ସେ ଆସି ନବୀନଙ୍କ ନିର୍ଦ୍ଦେଶରେ ଭୋଟ ଦେଲେ । ନବୀନ ପଟ୍ଟନାୟକ ଉଦାର. ଯିଏ ତାଙ୍କୁ ଗାଡିକୁ ଟେକା ପକାଇଥିଲେ, ତାଙ୍କୁ ଆଣି ବିଧାୟକ, ପୁଅକୁ ବିଧାୟକ ଓ ପତ୍ନୀଙ୍କୁ ଜିଲ୍ଲା ପରିଷଦ କରାଇଥିଲେ. କଣ ସବୁ ଭୁଲି ଗଲେ ବୋଲି ବିଜେଡି ପ୍ରଶ୍ନ କରିଛି । ମେଡିକାଲରେ ଲୋକ ପୋଡି ପାଉଁଶ ହେଲେ. ପାରାଦ୍ୱୀପରେ ବିଜେପି ବିଧାୟକ ମୌଜ କରୁଥିଲେ । ଲୁଟିକି ଓଡ଼ିଶା ଶାସନ ଚଳିବ ନାହିଁ ବୋଲି ବିଜେଡି କଟାକ୍ଷ କରିଛି ।

ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ
ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ନିଲମ୍ବିତ କରିଛି  କଂଗ୍ରେସ । ରାଜ୍ୟସଭା ନିର୍ବାଚନରେ ଏହି ୩ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବାରୁ ଏଭଳି ବଡ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ । ଦଳୀୟ ହ୍ବିପ ଉଲଂଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ଏହି କଂଗ୍ରେସର ଏହି ୩ ବିଧାୟକ । ପ୍ରେସ୍‌ମିଟ୍‌ ମାଧ୍ୟମରେ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଏନେଇ ସୂଚନା ଦେଇଛନ୍ତି । ସେହିପରି ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ନଗର କଂଗ୍ରେସର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଛି  ।

ପ୍ରେସ୍‌ମିଟ୍‌ରେ କୁହାଯାଇଛି କି, ଆମେ ଅକ୍ଲାନ୍ତ ପରିଶ୍ରମ କଲୁ , ବିଜେଡି ଏବଂ କଂଗ୍ରେସ ମଧ୍ୟ ବହୁତ ପରିଶ୍ରମ କରିଥିଲେ । କିନ୍ତୁ ଆମେ ହାରିଲୁ ଏଥିପାଇଁ କିଛି ବିଧାୟକ ବିଧାୟିକା ଘୋଡ଼ା ବେପାରରେ ସାମିଲ ହେଲେ । ଏବେ କେବଳ ନିଲମ୍ବନ କରାଯାଇଛି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ , ଏମିତିକି ସେମାନେ ଦଳରୁ ବହିଷ୍କୃତ ମଧ୍ୟ ହୋଇପାରନ୍ତି ।

କ୍ରସ୍‌ଭୋଟିଂ କରିଥିବା ବିଜେଡିର ୮ବିଧାୟକଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପ୍ରତାପ ଦେବ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦଳର ସଭାପତି ଠିକଣା ସମୟରେ ଏ ସଂକ୍ରାନ୍ତରେ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ନିର୍ବାଚନ ଏଜେଣ୍ଟ ପ୍ରତାପ ଦେବ। ଦଳ ନିକଟରେ ୫୦ ବେଇମାନ ରହିବାର ଆବଶ୍ୟକତା ନାହିଁ। ଦଳ ପାଖରେ ୧୦ ଜଣ ଠିକଣା ଲୋକ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ବିଜେପି ଦ୍ୱାରା ଘୋଡ଼ା ବେପାର ପ୍ରସଙ୍ଗକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୂଚାଇ ଥିଲେ। ଏହା ଆଜି ସତ୍ୟ ପ୍ରମାଣିତ ହୋଇଛି। ବିଜେଡିର ନିଲମ୍ବିତ ୨ ଜଣ ବିଧାୟକ ଯଥା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଛନ୍ତି। ଏମାନଙ୍କ ବ୍ୟତୀତ ଚକ୍ରମଣି କହଁର, ସୁବାସିନୀ ଜେନା, ସୌଭିକ ବିଶ୍ୱାଳ, ନବ ଚରଣ ମଲ୍ଲିକ, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବିପକ୍ଷ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଦଳର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଏହି ୮ ବିଧାୟକ କ୍ରସ ଭୋଟିଂ କରିଥିବାରୁ ଦଳୀୟ ଏଜେଣ୍ଟ ଭାବରେ ଏ ସଂକ୍ରାନ୍ତରେ ସେ ଅଭିଯୋଗ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

କ୍ରସ୍‌ ଭୋଟିଂକୁ ନେଇ କଡ଼ା ଭାଷାରେ ଭର୍ତ୍ସନା କଲେ ନବୀନ; କହିଲେ, 'ମୁଁ ବାରମ୍ବାର କହୁଛି କି ବିଜେପି ଘୋଡ଼ା ବେପାର କରୁଛି'
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବିଜେପିକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି କି, ଗତ କିଛି ଦିନ ହେବ ମୁଁ କହୁଛି କି ବିଜେପି ଘୋଡ଼ା ବେପାର କରୁଛି । ବିଜେଡି ବିଧାୟକ ଦଳର ସମର୍ଥନ ପ୍ରାର୍ଥୀଙ୍କୁ ଭୋଟ ନ ଦେବା ନେଇ କହିଲେ, ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି । ସେମାନଙ୍କର ବାପାମାନେ ଜେଲ୍‌ରେ ରହିଛନ୍ତି । ଗତକାଲି ବିଜେପି ବିଧାୟକମାନଙ୍କୁ ପାରାଦ୍ୱୀପରେ ରଖା ଯାଇଥିଲା । ନବୀନ କହିଛନ୍ତି କି, ବିଜେଡି ରାଜ୍ୟର ଗଣତାନ୍ତ୍ରିକ ଅଧିକାର ଓ ଅର୍ଥନୈତିକ ବିକାଶ ପାଇଁ ଲଢେଇ କରୁଛି ଓ କରୁଥିବ ।

କିଏ ସାଜିବ ଓଡ଼ିଶାର ସ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ, ଅପରାହ୍ଣ ୫ଟାରେ ଆସିବ ରେଜଲ୍ଟ
ଭୁବନେଶ୍ୱର: କିଏ ସାଜିବ ଓଡ଼ିଶାର ସ୍ୱର । କାହାର ହେବ ରାଜ୍ୟସଭା ଆସନ । ରାଜ୍ୟସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଅପହରାହ୍ଣ ୫ଟାରେ ଭୋଟ ଗଣତି ହେବ । ରାଜ୍ୟର ୪ ରାଜ୍ୟସଭା ଆସନ ପାଇଁ ମୈଦାନରେ ଅଛନ୍ତି ୫ ପ୍ରାର୍ଥୀ । ବିଧାୟକଙ୍କ ହାତରେ ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ ।

୪ ରାଜ୍ୟସଭା ଆସନ ପାଇଁ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇଛି ବିଜେପି । ତେବେ ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ପାଖରେ ୩୩ ଭୋଟ ରହିଥିବାବେଳେ ବିଜେପି ପାଖରେ ରହିଛି  ମାତ୍ର ୨୨ଟି ବଳକା ଭୋଟ ।

ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ: ନବୀନ ନେବେ ରାଜ୍ୟସଭା ପ୍ରାର୍ଥିତ୍ବ ନିଷ୍ପତ୍ତି
ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥିତ୍ୱ ସମ୍ପର୍କରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ନବୀନ ନିବାସରେ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଛି ଏବଂ ନବୀନ ଯାହା ନିଷ୍ପତ୍ତି ନେବେ, ସେହି ଅନୁଯାୟୀ ଆମର ବିଧାୟକମାନେ ଭୋଟଦାନ କରିବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି। ପିଏସି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଆମ ନେତାଙ୍କୁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ଆମେ ଅନୁରୋଧ କରିଛୁ। ସେ ଯାହା ଚୂଡ଼ାନ୍ତ କରିବେ, ତାହା ଆମ ପାଇଁ ସର୍ବମାନ୍ୟ  ବୋଲି ସେ କହିଛନ୍ତି।

ସେହିପରି ବୈଠକର ଅନ୍ୟ ଆଲୋଚନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କ୍ଷମତାକୁୁ ଆସିବା ପୂର୍ବରୁ ରାଜ୍ୟ ସରକାର ଅନେକ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଏବେ ତାହାକୁ ପାଳନ କରୁନାହାନ୍ତି। ବିଶେଷକରି ଚାଷୀମାନେ ରାଜ୍ୟବ୍ୟାପୀ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ବେଳେ ବିଜେଡି ଏନେଇ ରାଜ୍ୟବାପୀ ବିକ୍ଷୋଭ, ଆନ୍ଦୋଳନ କରିସାରିଛି। ଏବେ ବିଜେଡି ହାତରେ ଆଇନ ଶୃଙ୍ଖଳା, ଭତ୍ତା, ମହିଳା ସୁରକ୍ଷା, ମହାନଦୀ ପରି ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ରହିଛି। ଆଗାମୀ ଦିନରେ ବିଜେଡି କେଉଁ ସମସ୍ୟାକୁ ନେଇ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ, ସେନେଇ ବୈଠକରେ ବିଶଦ୍‌ ଭାବରେ ଆଲୋଚନା ହୋଇଛି। ପ୍ରତି ମାସରେ କିପରି ଗୋଟିଏ ଲେଖାଏଁ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେଡି ଲୋକଙ୍କ ସ୍ୱର ପାଲଟିବ, ସେନେଇ ବୈଠକରେ ବିସୃତ ଭାବରେ ଆଲୋଚନା କରାଯାଇଛି। ସେହିପରି ସଂଗଠନକୁ ସୁଦୃଢ଼ ସହ ଯୁବ, ଛାତ୍ର ଓ ମହିଳା ସଂଗଠନକୁ କିପରି କ୍ରିୟାଶୀଳ ହେବ ସେନେଇ ଆଲୋଚନା ହୋଇଥିବା ଶ୍ରୀମତି ମଲ୍ଲିକ ସୂଚନା ଦେଇଛନ୍ତି। ବୈଠକରେ ନବୀନଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର, ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ, ଡ. ସସ୍ମିତ ପାତ୍ର, ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷେ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ବିଜେଡିର ସର୍ବୋଚ୍ଚ ନେତା ଯେତେବେଳେ ବି ରାଜ୍ୟସଭା କଥା ଚିନ୍ତା କରିଛନ୍ତି, ସେତେବେଳେ ସେ ପ୍ରଥମେ ଓଡ଼ିଶାର ହିତ କଥା ଚିନ୍ତା କରିଛନ୍ତି। ଓଡ଼ିଶାର ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସେ ସବୁବେଳେ ଉଚିତ୍‌ ପଦକ୍ଷେପ ନେଇଛନ୍ତି। ଆଜି ମଧ୍ୟ ସେ ଯାହାକୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେବେ, ନିଶ୍ଚିତ ଭାବେ ସଠିକ୍‌ ନିଷ୍ପତ୍ତି ନେବେ। ଯିଏ ଓଡ଼ିଶାର ସ୍ୱାର୍ଥ ଏବଂ ହିତକୁ ଦୃଷ୍ଟିରେ ରଖି କାମ କରିପାରୁଥିବ, ସେହିପରି ବ୍ୟକ୍ତିବିଶେଷଙ୍କୁ ସେ ରାଜ୍ୟସଭା ପଠାଇବେ ବୋଲି ଶ୍ରୀମତୀ ଛୁରିଆ ସୂଚନା ଦେଇଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୧୬ରେ ଭୋଟ୍
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ମାର୍ଚ୍ଚ ୫ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । ​​​​​​​ଓଡ଼ିଶା ସମେତ ୧୦ ରାଜ୍ୟର ୩୭ ଆସନ ପାଇଁ ହେବ ଏହି ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ଏହି ସାଂସଦମାନେ ହେଉଛନ୍ତି- ମମତା ମହାନ୍ତ, ମୁନା ଖାନ୍‌, ସୁଜିତ୍‌ କୁମାର ଓ ନିରଞ୍ଜନ ବିଶି। ତେବେ ବିଜେଡି ଓ ବିଜେପି ଏହି ୪ଟି ଆସନରେ କାହାକୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛନ୍ତି, ତାହା ଏଯାବତ ଜଣାପଡ଼ିନି। ପ୍ରାର୍ଥୀଙ୍କୁ ନେଇ ସ୍ପଷ୍ଟ କରୁନାହାନ୍ତି କୌଣସି ଦଳ। ରାଜ୍ୟସଭା ରେସ୍‌ରେ ଥିବା ଚେହେରାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ଜଣାପଡିଛି ।