konark - The Sakala

ଡିସେମ୍ବର ୧୩ରୁ ଆରମ୍ଭ ହେବ କୋଣାର୍କ ଇକୋ-ରିଟ୍ରିଟ୍‌
ପୁରୀ: ଡିସେମ୍ବର ୧୩ରୁ କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ଠାରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବ। ସମସ୍ତ ବିଭାଗ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ତ୍ୱରାନ୍ୱିତ କରି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବୁଧବାର ସର୍କିଟ୍‌ ହାଉସ୍‌ଠାରେ ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି୤

ଔଷଧ ଦୋକାନୀଙ୍କ ଲାଇଭ୍ ସୁଇସାଇଡ୍‌
କୋଣାର୍କ: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ବଜାରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଔଷଧ ଦୋକାନୀ ବେକରେ ଗାମୁଛା ଲଗାଇ ଦୋକାନ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ମୃତ୍ୟୁ ବେଳର ଲାଇଭ କରି  ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାଁ  ସୁଜିତି ସିହ୍ନା (୪୫ ) ତାଙ୍କ  ଘର ବନ୍ତଳି ଗାଁ। ଖବର ପାଇ ଘଟଣା ସ୍ଥଳରେ ଗୋପ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

କୋଣାର୍କରେ ହେବ ଜି-୨୦ ବୈଠକ
ଭୁବନେଶ୍ବର : କୋଣାର୍କରେ ହେବ ଜି-୨୦ ବୈଠକ । ଆସନ୍ତା ଡିସେମ୍ବର ୧ ତାରିଖରୁ ୩୦ ନଭେମ୍ବର ୨୦୨୩ ବର୍ଷେ ଯାଏଁ ଭାରତ ଜି-୨୦ ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି ।

ଜି-୨୦ ବୈଠକର ୨୧୫ଟି ବୈଠକ ମଧ୍ୟରୁ ୫ଟି ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଉପରେ ଆଧାରିତ ହେବ। ଯାହା ଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ।କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି, ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟର ୫ଟି ବୈଠକ ଆୟୋଜିତ ହେବ। ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି , ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ ।୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ଦୁଇଟି ଓ ଅନ୍ୟ ଐତିହ୍ୟ ସ୍ଥଳମାନଙ୍କରେ ଗୋଟିଏ ଲେଖାଏଁ ବୈଠକ ହେବ। ଏହି ସବୁ ବୈଠକ ସମ୍ମିଳନୀ ପ୍ରକୋଷ୍ଠ କିମ୍ବା କୌଣସି ପ୍ରତିଷ୍ଠାନରେ ଆୟୋଜନ କରାଯିବା ସମ୍ଭାବନା ରହିଛି।

ଜି-୨୦ ପ୍ରତିନିଧି ଓ ଅଧିକାରୀଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯିବ । ଏଥିପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡାନ୍ତ ରୂପରେଖ ପ୍ରସ୍ତୁତି କରୁଛି । ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି କରୁଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିକୁ ସାମିଲ କରାଯିବ। ମୁଖ୍ୟ ବୈଠକ ଦିଲ୍ଲୀର ପ୍ରଗତି ମୈଦାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।

ଆଲୋକିତ ହେଲା ବିଶ୍ଵଐତିହ୍ୟ କୋଣାର୍କ
କୋଣାର୍କ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ପ୍ରକୋପରୁ ଭାରତବାସୀଙ୍କୁ ସୁରକ୍ଷିତ ରଖିବାକୁ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ ଅଭିଯାନ। ଏବେ ଶହେକୋଟି ଟପିଛି ଟିକାକରଣ। ଏହି ଅବସରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଗୁରୁବାର ଭାରତବର୍ଷର ୧୦୦ଟି ଐତିହ୍ୟକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଛି। ଏଥ୍ ମଧ୍ୟରେ ରହିଛି ଓଡ଼ିଶାର ଅନନ୍ୟ ଏତିହ୍ୟ ସୂର୍ଯ୍ୟମନ୍ଦିର କୋଣାର୍କ | ଗୁରୁବାର ସନ୍ଧ୍ୟା ସାଢେ ୬ଟାରେ ଜାତୀୟ ପତାକା ତ୍ରିରଙ୍ଗାର ତିନୋଟି ରଙ୍ଗ ଧବଳ, ସବୁଜ ଓ ନାରଙ୍ଗୀରେ ସୂର୍ଯ୍ୟମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା । ପର୍ଯ୍ୟଟକମାନେ ମନ୍ଦିରର ଅପୂର୍ବ ଶୋଭାରାଜି ଦର୍ଶନ କରି ଆତ୍ମବିମୋହିତ ହୋଇଛନ୍ତି।

କରୋନା ନିରାକରଣ ଦିଗରେ ଅହରହ କାର୍ଯ୍ୟରତ ଟିକାଦାନକାରୀ, ସ୍ୱଚ୍ଛତା କର୍ମୀ, ପାରାମେଡିକାଲ କର୍ମୀ, ପୋଲିସ ସମେତ ଅନ୍ୟ ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଆଲୋକୀକରଣ କାର୍ଯ୍ୟକ୍ରମ କରାଯାଇଛି। ସ୍ୱତନ୍ତ୍ର ପ୍ରୋଜେକ୍ଟର ମାଧ୍ୟମରେ ମନ୍ଦିରର ଆପାଦମସ୍ତକ ଖଞ୍ଜାଯାଇଥିବା ହାଇମାଷ୍ଟ ଓ ଟ୍ୟୁବ୍ ଲାଇଟକୁ ଜଳାଇ ଆଲୋକିତ କରାଯାଇଛି।

ଅଭାବୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ମାନସୀ
ପୁରୀ/କୋଣାର୍କ : କୋଣାର୍କର ମାନସୀ ପୃଷ୍ଟି। ଜଣେ ଉଚ୍ଚଶିକ୍ଷିତା ମହିଳା। ପିଲାଟି ଦିନରୁ କିଛି ନିଆରା କରିବାର ଝୁଙ୍କ ରହିଥିଲା ମନରେ। ଏହି ଇଚ୍ଛାଶକ୍ତି ହିଁ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି। ବିଗତ ୧୦ ବର୍ଷ ହେଲା ଅଭାବୀ ମହିଳାମାନଙ୍କୁ ହସ୍ତଶିଳ୍ପ ପ୍ରସ୍ତୁତି ତାଲିମ ଦେଇ ସ୍ୱାବଲମ୍ବୀ କରିଆସୁଛନ୍ତି। ପୁଣି କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚରୁ ଏଯାବତ୍‍ ୧୧ ଲକ୍ଷ ମାସ୍କ ପ୍ରସ୍ତୁତ କରିସାରିଲେଣି। ତାଙ୍କ ପ୍ରସ୍ତୁତ ମାସ୍କ ମିଶନ ଶକ୍ତି ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ନିଜ ଅଞ୍ଚଳରେ ନିଃଶୁଳ୍କ ବିତରଣ ମଧ୍ୟ କରୁଛନ୍ତି। ୨୦୧୩ ମସିହାରେ ଓର୍‍ମାସ ସହାୟତାରେ ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୫ ଜଣ ମହିଳାଙ୍କୁ ନେଇ ମାନସୀ ଗଢିଛନ୍ତି ଓମ୍‍ ଗାୟତ୍ରୀ ଜୁଟ୍‍ କ୍ଲଷ୍ଟର। କଲିକତା ତଥା ଅନ୍ୟାନ୍ୟ ସହରରୁ କଞ୍ଚାମାଲ ଆଣି ଏସ୍‍ଏଚଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର ଝୋଟ ବ୍ୟାଗ୍‍।

ମାନସୀଙ୍କ ପ୍ରସ୍ତୁତ କନ୍‍ଫରେନ୍ସ ବ୍ୟାଗ୍‍, ଲାପ୍‍ଟପ କ୍ୟାରିବ୍ୟାଗ, ଟିଫିନ ଓ ୱାଟର ବଟଲ କ୍ୟାରିବ୍ୟାଗ, ମହିଳାଙ୍କ ଭ୍ୟାନିଟ୍‍, ମନିପର୍ସ, ଫୋଲ୍‍ଡର ଓ ସପିଂ ବ୍ୟାଗ୍‍ର ଚାହିଦା କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ବି ରହିଛି। ଦେଶର ବିଭିନ୍ନ ସହରରେ ଆୟୋଜିତ ହେଉଥିବା ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ତାଙ୍କ କ୍ଲଷ୍ଟର ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ପଡ଼ିବା ସହିତ ଲୋକଙ୍କ ଚାହିଦା ସାଉଣ୍ଟିଛି। ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର (ଆଇଆଇଟିଏଫ୍‍)ରେ ମାନସୀଙ୍କ ଜୁଟ୍‍ ସାମଗ୍ରୀ ଷ୍ଟଲ ୫ ଥର ସାମିଲ ହୋଇ ସଫଳତା ପାଇଛି। ଏତଦ୍‍ବ୍ୟତୀତ ସରସ ମେଳା, ତୋଷାଳି ହସ୍ତଶିଳ୍ପ ମେଳା, ଆଦିବାସୀ ମେଳା, ଖଦି ଓ ଗ୍ରାମଦ୍ୟୋଗ ହସ୍ତଶିଳ୍ପ ମେଳାରେ ପ୍ରତିବର୍ଷ ଭାଗନେଇ ବିପଣନ ସଫଳତା ପାଇଛନ୍ତି ମାନସୀ। ୨୦୧୩ ମସିହାରେ ପ୍ରଥମେ ଓଏଲଏମ୍‍ରୁ ୩ ଲକ୍ଷ ୪୫ ହଜାର ଟଙ୍କା ଋଣ ଆଣି କାମ ଆରମ୍ଭ କରିଥିବା ଏହି ଏସ୍‍ଏଚଜି କ୍ଲଷ୍ଟର ସମ୍ପ୍ରତି ୨୦ଟି ସିଲେଇ ମେଶିନ, କଟିଙ୍ଗ ଟେବୁଲ, ଅନ୍ୟାନ୍ୟ ଯନ୍ତ୍ରାଂଶ ତଥା କଞ୍ଚାମାଲକୁ ମିଶାଇ ୧୫ ଲକ୍ଷ ଟଙ୍କା ପୁଞ୍ଜି ନିବେଶରେ ପହଞ୍ଚିଛି।

ମିଶନ ଶକ୍ତି ଓ ଓରମାସ୍‍ ସହଯୋଗରେ ତାଙ୍କର କ୍ଲଷ୍ଟରର ସଦସ୍ୟାମାନଙ୍କ ବ୍ୟତିରକେ ଶତାଧିକ ମହିଳାଙ୍କୁ ମାଗଣା ତାଲିମ ଦେଇ ସ୍ୱାବଲମ୍ବୀ କରିଛନ୍ତି। ଜଣେ ମହିଳା ନିଜର କାର୍ଯ୍ୟଦକ୍ଷତା ଆଧାରରେ ଏହି କ୍ଲଷ୍ଟରରେ ବ୍ୟାଗ୍‍ ପ୍ରସ୍ତୁତ କରି ମାସକୁ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଯେଉଁମାନେ ଅଧିକ ସମୟ ଦେଉଛନ୍ତି ତଦନୁଯାୟୀ ଅଧିକ ରୋଜଗାର ମଧ୍ୟ କରୁଛନ୍ତି। ମିଶନ ଶକ୍ତି ଓ ଉତ୍କଳିକା ଜରିଆରେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଥିଲା। କରୋନା ମହାମାରୀ ଯୋଗୁ ସାମଗ୍ରୀ ବିକ୍ରି ବାଧାପ୍ରାପ୍ତ ହୋଇଛି। ଏପରି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଅଭାବୀ ମହିଳାମାନଙ୍କୁ କର୍ମଯୋଗାଣ ନିମନ୍ତେ ୧୧ ଲକ୍ଷ କପଡ଼ା ମାସ୍କ ପ୍ରସ୍ତୁତ କରି ବିକ୍ରି କରିଛି ମାନସୀଙ୍କ ଅନୁଷ୍ଠାନ।

ଛାତ୍ର ଜୀବନରୁ ମାଆ ମିନାକ୍ଷୀ ପୃଷ୍ଟିଙ୍କ ସହିତ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ସାମିଲ ହେବାର ଅନୁଭୂତି ମାନସୀଙ୍କୁ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଦିଗରେ ପ୍ରୋତ୍ସାହିତ କରିଥିଲା। ବିଜ୍ଞାନରେ ସ୍ନାତକ ପାସ୍‍ କରିବା ପରେ ୨୦୦୯ ମସିହାରେ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ ଡ୍ରେସ୍‍ ଡିଜାଇନରେ ଡିପ୍ଲୋମା କରିଥିଲେ ମାନସୀ। ୨୦୧୦ ମସିହାରେ ବିବାହ ପରେ ସ୍ୱାମୀଙ୍କ କର୍ମକ୍ଷେତ୍ର ହାଇଦ୍ରାବାଦରେ ଏକ ଏକ୍ସପୋର୍ଟ ହାଉସ୍‍ ମର୍ଚ୍ଚାଣ୍ଟାଇନିଂରେ ଡ୍ରେସ ଡିଜାଇନର ଭାବେ ମାସକୁ ୩୦ ହଜାର ଟଙ୍କା ପାରିଶ୍ରମିକରେ ଚାକିରି କରିଥିଲେ। ୨୦୧୨ ମସିହାରେ ଯେତେବେଳେ ସେ ହାଇଦ୍ରାବାଦ ଛାଡିଲେ ମାସକୁ ୫୦ ହଜାର ଟଙ୍କା ଦରମା ପାଉଥିଲେ। ନିଜ ଜନ୍ମ ମାଟିରେ କିଛି କରିବାର ମହାତାକାଂକ୍ଷା ତାଙ୍କୁ ଆଜି ଏହି ଜାଗାରେ ପହଞ୍ଚାଇଛି।