DrugMafia - The Sakala

ପୁଲିସ ନିଶାଣରେ ‘ନିଶା’ ମାଫିଆ
ଭୁବନେଶ୍ୱର : ରାଜ୍ୟରେ ନିଶାବେପାରୀଙ୍କୁ ଧରିବାକୁ ପୁଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ପଦକ୍ଷେପ। ଏହାର ନେତୃତ୍ୱ ନେଇଛନ୍ତି ଖୋଦ ପୁଲିସ ମହାନିର୍ଦେଶକ। ରାଜ୍ୟରେ ନିଶା କାରବାରକୁ ମୂଳପୋଛ କରିବାକୁ ପ୍ରସ୍ତୁତ କରିଛନ୍ତି ବିସ୍ତୃତ ରଣନୀତି। କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍‍) ଦିନରାତି ଏକ କରି ନିଶା ମାଫିଆଙ୍କୁ ଧରିବାକୁ ନକ୍ସା ପ୍ରସ୍ତୁତ କରିଛି। ପରିଣତିସ୍ୱରୂପ ଗତ କେଇମାସ ମଧ୍ୟରେ ମିଳିଛି ଅଭୂତପୂର୍ବ ସଫଳତା। ମାତ୍ର ୧୭ ମାସ ମଧ୍ୟରେ ୪୪ କିଲୋ ବ୍ରାଉନସୁଗର ଜବତ କରିଛି ଏସ୍‍ଟିଏଫ୍‍। ସେକ୍‍ ରାଜା ଠାରୁ ଟକ୍‍ଲୁ ରାଜା ଯାଏଁ ନିଶା ବେପାରୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ରାସ୍ତାରୁ ଆରମ୍ଭ କରି ଡ଼୍ରେନ୍‍, ବାଇକରୁ ଆରମ୍ଭ କରି ଟ୍ରେନ୍‍ ପର୍ଯ୍ୟନ୍ତ ଏସଟିଏଫ୍‍ ଘାଣ୍ଟୁଛି। ୧୦୦ ନିଶା ବେପାରୀଙ୍କ ହାତରେ ଲଗାଇଛି ହାତକଡ଼ି। ୨୦୨୦ ଆରମ୍ଭରୁ ନିଶା କାରବାର ରୋକିବା ଲାଗି ଅଣ୍ଟା ଭିଡ଼ିଥିଲା ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‍ଟିଏଫ୍‍)।

ଏଥିଲାଗି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା। ଏସଟିଏଫ୍‍ର ସଦସ୍ୟମାନେ ବାଲେଶ୍ୱରଠାରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ ଖେଦି ଯାଇଥିଲେ। ବିଶେଷ ଭାବରେ ବ୍ରାଉନସୁଗାର ଆମଦାନୀର ପେଣ୍ଠ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳ ଓ ବିକ୍ରିର ପେଣ୍ଠ କୁହାଯାଉଥିବା ଭୁବନେଶ୍ୱରରେ ଏସଟିଏଫ୍‍ ସତର୍କ ନଜର ରଖିଥିଲା। ଆଉ ଏହି ଯୋଜନା ସଫଳ ମଧ୍ୟ ହୋଇଥିଲା। କେବଳ ୨୦୨୦ରେ ଏସଟିଏଫ୍‍ ୩୨ କିଲୋ ବ୍ରାଉନସୁଗାର, ୬୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବାକୁ ସକ୍ଷମ ହୋଇଥିଲା। ସେହିପରି ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଏସ୍‍ଟିଏଫ୍‍ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିବାକୁ ସକ୍ଷମ ହୋଇଛି। ୨କିଲୋ ୬୬ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ୩ ନିଶା ବେପାରୀଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଅଢ଼େଇ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି।

ପଶ୍ଚିମବଙ୍ଗ ଓ ବାଂଲାଦେଶରୁ ବଡ଼ ଚତୁରତାର ସହ ନିଶା ମାଫିଆମାନେ ବ୍ରାଉନସୁଗାର ଆମଦାନୀ କରୁଥିବା ଅଭିଯୋଗ ହେଉଛି। କେତେବେଳେ ସମୁଦ୍ରପଥ ଦେଇ ତ କେତେବେଳେ ଟ୍ରେନ୍‍ରେ। କେତେବେଳେ ମାଛ ପେଟ ଭିତରେ ତ କେତେବେଳେ କୁଲି, ରାଜମିସ୍ତ୍ରୀ, ମାଛ ବେପାରୀଙ୍କ ଜରିଆରେ ଆମଦାନୀ ହେଉଛି ଧଳା ଜହର କୁହାଯାଉଥିବା ବ୍ରାଉନସୁଗର। କେବେ ପୁଣି କଦଳୀ ଗାଡ଼ି ତ କେତେବେଳେ କଲକତାରୁ ଆମଦାନୀ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଆସୁଛି ବ୍ରାଉନସୁଗର। ଜଳେଶ୍ୱର, ବାଲେଶ୍ୱରର କିଛି ପ୍ରତିପତ୍ତିଶାଳୀ ବ୍ୟକ୍ତି ଏପରିକି କିଛି ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏସଟିଏଫ୍‍ ଏହା ଉପରେ କେବଳ ନଜର ରଖିନାହିଁ, ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବାକୁ ସକ୍ଷମ ହୋଇଛି।୨୦୧୭ରୁ ୨୦୧୯ ମସିହା ମଧ୍ୟରେ ଯେତିକି ବ୍ରାଉନସୁଗାର ଜବତ ହୋଇଥିଲା, ଗତ ଦେଢ଼ ବର୍ଷ ମଧ୍ୟରେ ତାହାର ୧୦ଗୁଣରୁ ଅଧିକ ପରିମାଣ ବ୍ରାଉନସୁଗର ଜବତ ହୋଇ ପାରିଛି।

ଅନ୍ୟପଟେ ଗଞ୍ଜେଇ ଚାଷକୁ ରୋକିବା ଲାଗି ମଧ୍ୟ ବିଭିନ୍ନ ପ୍ରଦକ୍ଷେପ ଗ୍ରହଣ କରିଛି ଓଡ଼ିଶା ପୁଲିସ। ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି ସ୍ୱତନ୍ତ୍ର ଟିମ୍‍ କରିବା କନ୍ଧମାଳ ଠାରୁ ମାଲକାନାଗିରି ଯାଏଁ ଚାଷ ଜମିରେ ନିଆଁ ଲଗାଇଦେଇଛି। ଏଥିରେ ହଜାର ହଜାର ଏକର ଗଞ୍ଜେଇ ଚାଷକୁ ନଷ୍ଟ କରିଛି। କେବଳ ୨୦୨୦-୨୧ରେ ୨୩.୫୩୭ ଏକର ଗଞ୍ଜେଇ ନଷ୍ଟ କରିଛି। ଏହା ରେକର୍ଡ ସଂଖ୍ୟା ଗଞ୍ଜେଇ ଚାଷ ନଷ୍ଟ କରିଛି। ଏ ସମ୍ପର୍କରେ ଡିଜି ଶ୍ରୀ ଅଭୟ କହିଛନ୍ତି ଯେ ବ୍ରାଉନସୁଗର ଓ ଗଞ୍ଜେଇ କାରବାର ରୋକିବା ଲାଗି ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ବିଶେଷକରି ବ୍ରାଉନସୁଗର କାରବାର ରୋକିବା ଲାଗି ବିଶେଷ ଗୁରୁତ୍ୱ ଦିଆଯାଇଛି। ୨୦୧୭, ୨୦୧୮ ଓ ୨୦୧୯ରେ ଯେତିକି ପରିମାଣର ବ୍ରାଉନସୁଗର ଜବତ କରାଯାଇଥିଲା ୨୦୨୦ରେ ତା’ର ୧୦ଗୁଣା ବ୍ରାଉନସୁଗର ଜବତ କରାଯାଇଛି। ୨୦୨୧ର ପ୍ରଥମ ୪ମାସରେ ବିପୁଳ ପରିମାଣର ବ୍ରାଉନସୁଗର ଧରା ପଡ଼ିଛି।

କୋଲକାତାରୁ ବ୍ରାଉନସୁଗର ବାଲେଶ୍ୱର ଓ ମୟୁୂରଭଞ୍ଜ ଦେଇ ଭୁବନେଶ୍ୱର ଆସୁଛି। ସାରା ରାଜ୍ୟରେ କିଛି ହେଲସେଲର ଅଛନ୍ତି ଓ ଆଉ କିଛି ରିଟେଲର ଅଛନ୍ତି। ରିଟେଲରଙ୍କୁ ଧରିବା ଲାଗି ଥାନାଗୁଡିକ ଅଛନ୍ତିି। ସେମାନଙ୍କ ନିକଟରୁ ଅଳ୍ପ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ଏସ୍‍ଟିଏଫ୍‍ ହୋଲସେଲର ଉପରେ ନଜର ରଖିଛି। ନିଶା କାରବାର ରୋକିବା ଲାଗି ସବୁ ଥାନାକୁ କୁହାଯାଇଛି। ସେହିପରି ଏସ୍‍ଟିଏଫ୍‍କୁ ଆହୁରି ସଶକ୍ତ କରିବା ଲାଗି ଆଉ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ସରକାରଙ୍କ ଅନୁମୋଦନ ଦେଲେ ପରେ ଏସ୍‍ଟିଏଫ୍‍ ଆହୁରି ସଶକ୍ତ ହେବ।

ଏନେଇ ଏସ୍‍ଟିଏଫ୍‍ ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି, କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ଓ ସବୁ ଜିଲ୍ଲାରେ ବ୍ରାଉନସୁଗର କାରବାର ରୋକିବା ଲାଗି ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଓଡ଼ିଶାରେ ବ୍ରାଉନସୁଗର ପ୍ରସ୍ତୁତ ହୁଏ ନାହିଁ, ଅନ୍ୟ ରାଜ୍ୟରୁ ଆମଦାନୀ ହୋଇଥାଏ।

ଅନ୍ୟ ରାଜ୍ୟରୁ ବ୍ରାଉନସୁଗର ବାଲେଶ୍ୱର ଓ ଜଳେଶ୍ୱରକୁ ଆସୁଛି। ପରିମାଣ ଦୃଷ୍ଟିରୁ ବ୍ରାଉନସୁଗର ଲୁଚାଇବା ଲାଗି ସହଜ। ବସ୍ତା, ବାଇକ ଡିକି ଓ ଝୁଲାରେ ଲୁଚାଇ ସେଗୁଡ଼ିକୁ ଆମଦାନୀ କରାଯାଉଥିବାରୁ ଏସଟିଏଫ୍‍ ଲାଗି ତାହାକୁ ଜବତ କରିବା ଆହ୍ୱାନ ପାଲଟିଛି। ଲକ୍‍ଡାଉନରେ ଗୁଇନ୍ଦା ସୂତ୍ରରେ ଖବରପାଇଁ ଚଢ଼ଉ କରାଯାଉଛି। ଏନ୍‍ସିବି, ଅବକାରୀ, କୋଲକାତା ଓ ଝାଡଖଣ୍ଡ ପୁଲିସ ସହାୟତା ନିଆଯାଉଛି। ଲକ୍‍/ସଟ୍‍ଡାଉନ ହେଉ ଚଢ଼ଉ ଜୋରଦାର କରାଯାଉଛି। ଓଡ଼ିଶା ଓ ଅନ୍ୟ ରାଜ୍ୟର ସହଯୋଗରେ ମିଳିତ ଚଢ଼ଉ କରିବା ଲାଗି ଆଗକୁ ଯୋଜନା ରହିଛି। ଏଥିରେ ବଡ଼ ନିଶା ବେପାରୀଙ୍କୁ ଧରିବା ଲାଗି ଚେଷ୍ଟା କରାଯିବ। ଅନ୍ୟ ରାଜ୍ୟ ସହ ମିଳିତ ଚଢ଼ଉ କରିବା ପରେ ଅଧିକରୁ ଅଧିକ ବ୍ରାଉନସୁଗର ଜବତ କରିବା ସହ ନିଶା ବେପାରୀଙ୍କୁ ମୂଳୋପାôଟନ କରିବା ଲାଗି ପ୍ରୟାସ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ବର୍ଷ ବ୍ରାଉନସୁଗର ଗଞ୍ଜେଇ

୨୦୧୭ ୪୧୧ଗ୍ରାମ ୩୦୪ କ୍ୱିଣ୍ଟାଲ ୩କିଲୋ

୧୦୧୮ ୧କିଲୋ ୪୫ଗ୍ରାମ ୫୨୩ କ୍ୱିଣ୍ଟାଲ ୮୯ କିଲୋ

୨୦୧୯ ୨କିଲୋ ୬୪୭ ଗ୍ରାମ ୬୧୮ କ୍ୱିଣ୍ଟାଲ ୧୫କିଲୋ

୨୦୨୦ ୩୫କିଲୋ ୬୧୬ ଗ୍ରାମ ୧୫୪୯କ୍ୱିଣ୍ଟାଲ ୮୦ କିଲୋ

୨୦୨୧ ୯କିଲୋ ୫୦୭ ଗ୍ରାମ ତଥ୍ୟ ନାହିଁ

ପୁଲିସ ନିଶାଣରେ…